ବ୍ରେକିଂ ନ୍ୟୁଜ: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଏବଂ ତାଙ୍କ ପତ୍ନୀଙ୍କୁ କରୋନା ପଜେଟିଭ, ହସପିଟାଲରେ ଭର୍ତ୍ତି

Published: Oct 14, 2020, 11:14 pm IST

ନୂଆଦିଲ୍ଲୀ, ଆଜି ରାତିରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କୁ ନୂଆଦିଲ୍ଲୀର ମେଦାନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଶ୍ବାସପ୍ରଶ୍ବାସ ନେବାର ଅସୁବିଧା ହେବାରୁ ହସପିଟାଲକୁ ଅଣାଯାଇଥିଲା। ତେବେ ଡାକ୍ତରମାନେ ତାଙ୍କର କୋଭିଡ19 ପରୀକ୍ଷା ପ୍ରଥମେ କରିଥିଲେ। ଏହି ପରୀକ୍ଷାରୁ ତାଙ୍କର ପଜେଟିଭ ଆସିଛି ବୋଲି ତାଙ୍କ ପୁତ୍ର ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତୀ ଅଖିଲେଶ ଯାଦବ ଟୁଇଟ କରିଛନ୍ତି। ମୁଲାୟମଙ୍କ ସହିତ ତାଙ୍କର ପତ୍ନୀ ମଧ୍ୟ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ତାଙ୍କ ଘରର ପ୍ରାୟ 5 ଜଣ କୋଭିଡ19 ପଜେଟିଭ ଚିହ୍ନଟ ହୋଇଥିବାର ଜଣାପ଼ଡିଛି। ସମସ୍ତେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ମୁଲାୟମ ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି।

Related posts