Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଟ୍ଟାମୁଣ୍ଡାଇ ନାବାଳିକା ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୫ବର୍ଷ ସଶ୍ରମ କାରାଦଣ୍ଡ
ଆଜିର ଖବର

ପଟ୍ଟାମୁଣ୍ଡାଇ ନାବାଳିକା ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୫ବର୍ଷ ସଶ୍ରମ କାରାଦଣ୍ଡ

November 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Pattamundai minor girl gang-rape case: Accused sentenced to 25 years of rigorous imprisonment
Pattamundai minor girl gang-rape case: Accused sentenced to 25 years of rigorous imprisonment

ଭୁବନେଶ୍ବର: ୨୦୨୩ର ବହୁ ପ୍ରତୀକ୍ଷିତ ପଟ୍ଟାମୁଣ୍ଡାଇ ଗଣଦୁଷ୍କର୍ମ ମାମଲାରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ମୁଖ୍ୟ ଅଭିଯୁକ୍ତକୁ ୨୫ ବର୍ଷର ସଶ୍ରମ କାରାଦଣ୍ଡ ସହ ୫୦ହଜାର ଟଙ୍କାର ଅର୍ଥ ଦଣ୍ଡାଦେଶ ଶୁଣାଇଛନ୍ତି। ଜୋରିମାନା ଅନାଦେୟ ଆଉ ଏକବର୍ଷ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ହେବ ବୋଲି ମଧ୍ୟ ବିଚାରପତି ନିଜ ରାୟରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। ମଙ୍ଗଳବାର ଏହି ମାମଲାରେ ରାୟ ଶୁଣାଇବା ଅବସରରେ ସ୍ୱତନ୍ତ୍ର ବିଚାରପତି ପ୍ରଜ୍ଞା ପାରମିତା ରାଉତ ମୁଖ୍ୟ ଅଭିଯୁକ୍ତକୁ ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍ସୋ) ଆଇନ ଏବଂ ଭାରତୀୟ ଦଣ୍ଡବିଧି ଆଇନର କଠୋର ଧାରା ଅଧୀନରେ ଦୋଷୀ ସାବ୍ୟସ୍ତ କରିଥିଲେ। ଦୋଷୀଙ୍କୁ କଠୋର ଦଣ୍ଡ ମିଳିଥିବାରୁ ଶେଷରେ ନ୍ୟାୟର ବିଜୟ ହୋଇଛି ବୋଲି ପୀଡ଼ିତଙ୍କ ପରିବାର ମତବ୍ୟକ୍ତ କରିଛନ୍ତି।

ଦଣ୍ଡିତ ଅଭିଯୁକ୍ତ ଜଣକ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାଂକ୍ରୁପା ଗ୍ରାମର ୪୨ ବର୍ଷୀୟ ଅର୍ଜୁନ ସେଠୀ। ୨୦୨୩ ମସିହାରେ ପୀଡ଼ିତା ନାବାଳିକା ଜଣକ ବାବର ବଜାରରୁ ଘରକୁ ଫେରୁଥିବା ବେଳେ ଅର୍ଜୁନ ନିଜର ଅନ୍ୟ ୨ ସହଯୋଗୀ (ଗୌରାଙ୍ଗ ସେଠୀ ଏବଂ ଜଳଧର ସେଠୀ)ଙ୍କ ସହ ମିଶି ନାବାଳିକାଙ୍କୁ ଅଟକାଇବା ସହ ଘରକୁ ଡାକି ନେଇ ମୁହଁ ବନ୍ଦ କରି ଜଣକ ପରେ ଜଣେ ଗଣଦୁଷ୍କର୍ମ କରିଥିଲେ। ପରେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ କାହାକୁ କହିଲେ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ପୀଡ଼ିତା ସେତେବେଳେ ଭୟରେ ଚୁପ୍ ରହିଥିଲେ ମଧ୍ୟ ଘଟଣାର ପ୍ରାୟ ୬ ମାସ ପରେ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ହସ୍ପିଟାଲରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ସେ ୬ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏହାପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ୨୦୨୩ ସେପ୍ଟେମ୍ବର ୯ ତାରିଖରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କେସ୍ ନଂ ୪୮୧/୨୩ ଦାୟର କରାଯାଇଥିଲା।

ପୁଲିସ୍ ପୀଡ଼ିତାଙ୍କ ବୟାନ୍ ଆଧାରରେ ଚାର୍ଚସିଟ୍ ପ୍ରସ୍ତୁତ କରିଥିଲା ଏବଂ ଏହା ପୋକ୍ସୋ କୋର୍ଟକୁ ବିଚାର ପାଇଁ ଆସିଥିଲା। ତେବେ ଏହି ମକଦ୍ଦମା ବିଚାର ସମୟରେ କୋର୍ଟ ସାକ୍ଷ୍ୟ ଓ ପୁଲିସ ତଦନ୍ତରୁ ମିଳିଥିବା ପ୍ରମାଣ, ଡାକ୍ତରୀ ପରୀକ୍ଷା ରିପୋର୍ଟ, ଫରେନ୍‌ସିକ୍ ରିପୋର୍ଟ ଆଦିକୁ ଭିତ୍ତି କରି ପୋକ୍ସୋ ଆକ୍ଟର ଧାରା ୬ ଅଧୀନରେ ଅର୍ଜୁନ ସେଠୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨୫ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ତେବେ ପୂର୍ବରୁ ଏହି ଅପରାଧର ଅନ୍ୟତମ ଦୋଷୀ ଗୌରାଙ୍ଗ ସେଠୀ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇସାରିଥିବା ବେଳେ ତୃତୀୟ ଅପରାଧୀ ଜଳଧର କିନ୍ତୁ ଏବେ ବି ଫେରାର ରହିଛି। ଲଗାତାର ଚଢ଼ାଉ ସତ୍ତ୍ୱେ ପୋଲିସ ତାକୁ ଏପର୍ଯ୍ୟନ୍ତ ଗିରଫ କରିପାରିନାହିଁ। ଅନ୍ୟପକ୍ଷେ ପୀଡ଼ିତା ଏବଂ ତାଙ୍କ ପରିବାରକୁ ପୁନରୁଦ୍ଧାରରେ ସହାୟତା ପାଇଁ ପ୍ରଶାସନ ତଥା ଆଇନଗତ କର୍ତ୍ତୃପକ୍ଷ ପୂର୍ବରୁ ୧୦ ଲକ୍ଷ ଟଙ୍କାର ଆର୍ôଥକ କ୍ଷତିପୂରଣ ମଞ୍ଜୁର ଏବଂ ପ୍ରଦାନ କରିସାରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ନେହୁର କୁମାର ସାହୁ ପରିଚାଳନା କରୁଥିଲେ।

କେନ୍ଦ୍ରାପଡା ଗଣଦୁଷ୍କର୍ମ
Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗୋପସାଗର ପୁଣି ଅଶାନ୍ତ, ୧୩ରେ ଆଉ ଏକ ଲଘୁଚାପ!

November 10, 2026

ଘନ କୁହୁଡି ସମୟରେ ସୁରକ୍ଷିତ ଟ୍ରେନ୍ ପରିଚାଳନା ପାଇଁ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ

November 10, 2026

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉଦ୍‌ଯାପିତ

November 10, 2026

ଜଗତପୁରରେ ଅବକାରୀ ଚଢ଼ାଉ: ବ୍ରାଉନ୍ ସୁଗାର ଜବତ, ଜଣେ ଗିରଫ

November 10, 2026
Latest News

ପଟ୍ଟାମୁଣ୍ଡାଇ ନାବାଳିକା ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୫ବର୍ଷ ସଶ୍ରମ କାରାଦଣ୍ଡ

November 10, 2026

ବଙ୍ଗୋପସାଗର ପୁଣି ଅଶାନ୍ତ, ୧୩ରେ ଆଉ ଏକ ଲଘୁଚାପ!

November 10, 2026

ଘନ କୁହୁଡି ସମୟରେ ସୁରକ୍ଷିତ ଟ୍ରେନ୍ ପରିଚାଳନା ପାଇଁ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ

November 10, 2026

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉଦ୍‌ଯାପିତ

November 10, 2026

ବୈଦ ମାଧଵଚନ୍ଦ୍ର ନନ୍ଦଙ୍କ ୩୮ ତମ ଶ୍ରାଦ୍ଧବାର୍ଷିକୀ: କୃତି ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ

November 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.