ନୂଆଦିଲ୍ଲୀ : ଗତ 24 ଘଣ୍ଟାରେ ଦେଶରେ 62 ହଜାର 212 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 837ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 12 ହଜାର 998କୁ ବୃଦ୍ଧି ହୋଇଥିବାବେଳେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 74 ଲକ୍ଷ 32 ହଜାର 681କୁ ବୃଦ୍ଧି ହୋଇଛି । ଦେଶରେ ଏବେ ସୁଦ୍ଧା ମୋଟ୍ ଆକ୍ଟିଭ୍ କେସ୍ 7 ଲକ୍ଷ 95 ହଜାର 087 ରହିଥିବାବେଳେ ସର୍ବମୋଟ ସୁସ୍ଥଙ୍କ ସଂଖ୍ୟା 65 ଲକ୍ଷ 24 ହଜାର595ରେ ପହଞ୍ଚିଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କଠାରୁ ସୁସ୍ଥଙ୍କ ସଂଖ୍ୟା ଆଠଗୁଣ ଅଧିକ ରହିଛି । ସେହିପରି ସୁସ୍ଥ ହାର 7 ପ୍ରତିଶତ ରହିଛି । ଆଇସିଏମ୍ଆରର ସୂଚନା ଅନୁସାରେ ଅକ୍ଟୋବର 16 ତାରିଖ ସୁଦ୍ଧା ଦେଶରେ ମୋଟ୍ 9 କୋଟି 32 ଲକ୍ଷ ନମୁନା ପରୀକ୍ଷା କରାଯାଇଛି । ଗତକାଲି 10 ଲକ୍ଷ ନମୁନା ପରୀକ୍ଷା କରାଯାଇଛି । (ଏଜେନ୍ସି)
Tags: କରୋନା