ଚଳିତ ଆଇପିଏଲରେ ରବିବାର ଦୁଇଟି ହାଇଭୋଲଟେଜ ମ୍ୟାଚ ଖେଳାଯିବ। ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଦିବସର ପ୍ରଥମ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ କେକେଆର ଅଧିନାୟକ ଦୀନେଶ କାର୍ତ୍ତିକ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହାଇଦ୍ରାବାଦର ନିୟମିତ ଅଧିନାୟକ କେନ ଓ୍ବିଲିୟମସନ ଆହତ ଥିବାରୁ ଭୁବନେଶ୍ବର କୁମାର ପ୍ରଥମଥର ନେତୃତ୍ବ ନେଇଛନ୍ତି। ଡେଭିଡ ଓ୍ବାର୍ଣ୍ଣର ଆଇପିଏଲ ଦ୍ବାରା କ୍ରିକେଟକୁ ଫେରିଛନ୍ତି। ବଲ ଟ୍ୟାମ୍ପରିଂ ଅଭିଯୋଗରେ ବର୍ଷକ ପାଇଁ ବାସନ୍ଦ ହୋଇଥିବା ଓ୍ବାର୍ଣ୍ଣରଙ୍କ ଦଣ୍ଡୋଦେଶ ଚଳିତମାସ ଶେଷଭାଗରେ ଶେଷ ହେବ। ଏହା ପରେ ସେ ଅନ୍ତର୍ଜାତୀୟ କ୍ରିକେଟକୁ ମଧ୍ୟ ପ୍ରତ୍ୟାବର୍ତ୍ତନ କରିପାରିବେ। ହାଇଦ୍ରାବାଦ (ଚୂଡ଼ାନ୍ତ ଏକାଦଶ): ଡେଭିଡ ଓ୍ବାର୍ଣ୍ଣର, ଜନି ବାୟାରଷ୍ଟୋ (ଓ୍ବିକେଟକିପର), ମନିଷ ପାଣ୍ଡେ, ଦୀପକ ହୁଡା, ସାକିବ ଅଲ ହାସନ, ବିଜୟ ଶଙ୍କର, ୟୁସୁଫ ପଠାନ, ରଶିଦ ଖାନ, ଭୁବନେଶ୍ବର କୁମାର (ଅଧିନାୟକ), ସିଦ୍ଧାର୍ଥ କୌଲ, ସନ୍ଦୀପ ଶର୍ମା। କେକେଆର (ଚୂଡ଼ାନ୍ତ ଏକାଦଶ): କ୍ରିସ ଲିନ, ସୁନୀଲ ନରିନ, ରବିନ ଉଥାପ୍ପା, ଶୁଭମାନ ଗିଲ, ନୀତୀଶ ରାଣା, ଦିନେଶ କାର୍ତ୍ତିକ (ଅଧିନାୟକ), ଆନ୍ଦ୍ରେ ରସେଲ, ପୀୟୂଷ ଚାଓ୍ବଲା, କୁଲଦୀପ ଯାଦବ, ଲୋକି ଫର୍ଗୁସନ, ପ୍ରସିଦ୍ଧ କ୍ରିଷ୍ଣା। kkr thesamikhsya
ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ହିନ୍ଦୁ ଦେବତାଙ୍କ ଉପରେ ମନ୍ତବ୍ୟକୁ ନେଇ ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ନିନ୍ଦାDecember 3, 2025
Swamijee Public School: ରଂଗାରଂଗ ପରିବେଶରେ ପାଳିତ ହେଲା ସ୍ୱାମୀଜୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବDecember 3, 2025