Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»4 ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଆଜିର ଖବର

4 ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

October 22, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ବଙ୍ଗୋପସାଗରରେ ସକ୍ରିୟ ଅବପାତ ଆସନ୍ତା 24 ଘଣ୍ଟାରେ ଅଧିକ ଘନୀଭୂତ ହେବ । ଘନୀଭୂତ ହୋଇ ଆସନ୍ତା 24 ଘଣ୍ଟାରେ ଗଭୀର ଅବପାତ ରୂପ ନେବ । ଗଭୀର ଅବପାତରେ ପରିଣତ ହୋଇ ଉତ୍ତର –ଉତ୍ତରପୂର୍ବରେ ଗତି କରିବ। ସାଗର ଦ୍ବୀପପୁଞ୍ଜ ଓ ବାଂଲାଦେଶ ଖେପୁପଡା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବାବେଳେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏଥିପାଇଁ ଚାରୋଟି ଜିଲ୍ଲା ପାଇଁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଭାଗ ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଚାରି ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ପାଇଁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଭାଗ । ଏହି ଚାରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ଏହି ସମସ୍ତ ଜିଲ୍ଲାଗୁଡିକ ପାଇଁ ଆସନ୍ତକାଲି ସକାଳ 8.30 ଯାଏଁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ମଧ୍ୟରେ ଘଣ୍ଟାକୁ 30ରୁ 40 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ତଳିଆ ଅଞ୍ଚଳରେ ପାଣି ଜମିବା ସହିତ କଚ୍ଚାଘର ପ୍ରତି ବିପଦ ରହିଥିବା ନେଇ ସତର୍କ ସୂଚନା ଜାରି କରାଯାଇଛି ।

ପାଣିପାଗ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ମା’ ଭଗବତୀଙ୍କ ପୀଠରେ ବାଜିଲା ଶୁଭାରମ୍ଭ ଶଙ୍ଖ କାହାଳୀ: ରାଜାଙ୍କ ନଅରକୁ ଗଲା ପର୍ବ ଅନୁକୂଳ ଗୁଆ ପଇତା

October 3, 2026

ଆଜି ଅକ୍ବୋବର ତିନି ତାରିଖରେ ଏହି ସାତଟି ରାଶିର ଲୋକ ରୁହନ୍ତୁ ସାବଧାନ

October 3, 2026

RBIରେ ବଡ଼ ନିଯୁକ୍ତି: ସୁଧାକର ମଲ୍ଲୀ ହେଲେ ନୂଆ Executive Director, ଜାଣନ୍ତୁ କ’ଣ ରହିବ ଦାୟିତ୍ୱ

October 2, 2026

ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ଡିସିପିଙ୍କୁ ମହିଳା କମିଶନଙ୍କ ରିପୋର୍ଟ ତଲବ

October 2, 2026
Latest News

ମା’ ଭଗବତୀଙ୍କ ପୀଠରେ ବାଜିଲା ଶୁଭାରମ୍ଭ ଶଙ୍ଖ କାହାଳୀ: ରାଜାଙ୍କ ନଅରକୁ ଗଲା ପର୍ବ ଅନୁକୂଳ ଗୁଆ ପଇତା

October 3, 2026

ଆଜି ଅକ୍ବୋବର ତିନି ତାରିଖରେ ଏହି ସାତଟି ରାଶିର ଲୋକ ରୁହନ୍ତୁ ସାବଧାନ

October 3, 2026

RBIରେ ବଡ଼ ନିଯୁକ୍ତି: ସୁଧାକର ମଲ୍ଲୀ ହେଲେ ନୂଆ Executive Director, ଜାଣନ୍ତୁ କ’ଣ ରହିବ ଦାୟିତ୍ୱ

October 2, 2026

ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ଡିସିପିଙ୍କୁ ମହିଳା କମିଶନଙ୍କ ରିପୋର୍ଟ ତଲବ

October 2, 2026

ଷ୍ଟାଲିନଙ୍କ ତୀବ୍ର ଆକ୍ରମଣ, TVK ଓ ବିଜୟଙ୍କୁ ନେଇ ତାମିଲନାଡୁରେ ବଢ଼ିଲା ଚର୍ଚ୍ଚା

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.