ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। କୋଲ୍ ସ୍କାମରେ ସ୍ଵତନ୍ତ୍ର ସିବିଆଇ କୋର୍ଟ ଦିଲ୍ଲୀପଙ୍କୁ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ୧୯୯୯ ମସିହାରେ ଝାଡ଼ଖଣ୍ଡ କୋଲ୍ ଆବଣ୍ଟନ ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଠକେଇ, ଜନପ୍ରତିନିଧିଙ୍କ ଦ୍ୱାରା ବିଶ୍ୱାସ ଭଙ୍ଗ, ଅପରାଧିକ ଷଡ଼ଯନ୍ତ୍ର ଓ ପ୍ରିଭେନସନ୍ ଅଫ୍ କରପସନ୍ ଆକ୍ଟର ବିଭିନ୍ନ ଧାରାରେ ଦୋଷୀ ପ୍ରମାଣିତ ହୋଇଥିଲେ ଦିଲ୍ଲୀପ ରାୟ।
ଦିଲ୍ଲୀପଙ୍କ ସମେତ ଦୋଷୀ ସାବ୍ୟସ୍ତ ହୋଇଥିବା କୋଇଲା ମନ୍ତ୍ରାଳୟର ତତ୍କାଳୀନ ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମଙ୍କୁ ବି ତିନି ବର୍ଷ ଲେଖାଏଁ ଦଣ୍ଡାଦେଶ ହୋଇଛି।