ଭୁବନେଶ୍ବର, ବରିଷ୍ଠ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଲୋକପ୍ରିୟତା କିପରି ଥିଲା ତାହା ଆଜି ବିଭିନ୍ନ ସାମାଜିକ ଗଣମାଧ୍ୟମ ଦେଖିଲେ ଜଣାପଡୁଛି। ତାଙ୍କର ବିୟୋଗରେ ଓଡିଶାର ଇଲଟ୍ରୋନିକ ଗଣମାଧ୍ୟମ ପୁରା ସ୍ତବ୍ଧ ହୋଇଯାଇଛି। ପ୍ରବୀରଙ୍କ ବିୟୋଗକୁ କେହି ବି ବିଶ୍ବାସ କରିପାରୁ ନାହିଁନ୍ତି।
ପ୍ରବୀରଙ୍କ ଅକାଳ ବିୟୋଗରେ ଆଜି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଶୋକସଭା ପାଳିତ ହୋଇଛି। ଭୁବନେଶ୍ବରର କମିଶନରେଟ ପୋଲିସ ତରଫରୁ ପୋଲିସ ସେବା ଭବନରେ ଶୋକସଭା ପାଳିତ ହୋଇଛି। ପୋଲିସ କମିସନର ସୁଧାଶୁଂ ଷଡଙ୍ଗୀଙ୍କ ତତ୍ବାବଧାନରେ ଆୟୋଜିତ ଏହି ସଭାରେ ବରିଷ୍ଠ ପୋଲିସ ଏବଂ ସାମ୍ବାଦିକଙ୍କ ଉପସ୍ଥିତ ଥିଲେ। ପ୍ରବୀର ଜଣେ ସଚ୍ଚୋଟ ଓ କର୍ମଛ ସାମ୍ବାଦିକ ଥିଲେ ବୋଲି ପୋଲିସ କମିଶନର କହିଛନ୍ତି।
ସେହିପରି କେତେକ ସାମ୍ବାଦିକ ଅନୁଷ୍ଠାନ ତରଫରୁ ମଧ୍ୟ ଭୁବନେଶ୍ବରରେ ଶୋକସଭା ପାଳିତ ହୋଇଛି। ମୁଖ୍ୟତଃ ପ୍ରବୀର କ୍ରାଇମ ସାମ୍ବାଦିକ ଥିବାରୁ ସେହି ବର୍ଗର ସାମ୍ବାଦିକଙ୍କ ପାଇଁ ବହୁ କ୍ଷତି ଘଟିଛି। ସେ ନୂଆପିଢୀର କ୍ରାଇମ ସାମ୍ବାଦିକଙ୍କ ପାଇଁ ଜଣେ ଆଦର୍ଶ ଥିଲେ ବୋଲି ମତ ପ୍ରକାଶ ପାଇଛି।