ନୂଆଦିଲ୍ଲୀ : ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ଦିନ ଧନତେରାସ ପର୍ବ ପାଳିତ ହୋଇଥାଏ । ଏହି ଦିନଟିକୁ ଧନ୍ବନ୍ତରୀ ଜୟନ୍ତୀ ରୂପେ ମଧ୍ୟ ପାଳନ କରାଯାଏ । ଧନତେରାସ୍ ଦିନ ଲୋକେ ଧନର ଦେବୀ ମା’ଲକ୍ଷ୍ମୀ ଓ କୁବେର, ଭଗବାନ ଧନ୍ବନ୍ତରୀଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟରେ ପୂଜାର୍ଚ୍ଚନା କରିଥାଆନ୍ତି। ଏହି ଦିନ ମା’ଙ୍କୁ ଭକ୍ତି ଭାବନା ସହ ପୂଜାର୍ଚ୍ଚନା କଲେ ମା’ଙ୍କର ବିଶେଷ କୃପା ପ୍ରାପ୍ତି ହେବା ସହ ଧନ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ ବୋଲି କୁହାଯାଏ। ସଭିଏଁ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିଥାଆନ୍ତି।
ଏହି କାରଣରୁ ଧନତେରାସ ଦିନ ସୁନା-ଚାନ୍ଦି, ବହୁ ଧାତୁ ଓ ଅନ୍ୟାନ୍ୟ ଜିନିଷ କିଣିଥାଆନ୍ତି। ତେବେ ସୁନା ରୂପାର ଅହେତୁକ ମୂଲ୍ୟ ଯୋଗୁଁ ସୁନା ରୂପା କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବପର ହେଉନାହିଁ । ତେବେ ଧନତେରାସ ଦିନ ସୁନା ରୂପା ନ କିଣି ମଧ୍ୟ ଆପଣ ଅନ୍ୟ କିଛି କିଣି ଲାଭ ପାଇପାରିବେ । ତେବେ ଆସନ୍ତୁ ଜାଣିବା ଧନତେରାସ ଅବସରରେ କେଉଁ କେଉଁ ସାମଗ୍ରୀ ଆଣିଲେ ଶୁଭ ଓ ସମୃଦ୍ଧି ହୋଇଥାଏ ।
ପିତଳ : ଧନତେରାସ ଦିନ ପିତଳ ବସ୍ତୁ କିଣିବା ଦ୍ବାରା ସେତିକି ଶୁଭ ହୋଇଥାଏ, ଯେତିକି ସୁନା ଓ ରୂପା କିଣିବା ଦ୍ବାରା ହୋଇଥାଏ। ସୁନା-ରୂପା ପରେ ପିତଳ ଅତ୍ୟନ୍ତ ଶୁଭଧାତୁ ବୋଲି ବିବେଚନା କରାଯାଇଥାଏ । ଧନତେରାସ ଦିନ ପିତଳ ବସ୍ତୁ କିଣି ମା’ ଲକ୍ଷ୍ମୀଙ୍କର ପୂଜା କରିପାରିବେ ।
ଧନିଆ : ଧନତେରାସ ଦିନ ଆପଣ ଧନିଆ ମଧ୍ୟ କିଣିପାରିବେ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଧନିଆ ଧନ ବୃଦ୍ଧି କରିଥାଏ । ଧନତେରାସ ଦିନ ଆପଣ ଧନିଆ କିଣି ମାତା ଲକ୍ଷ୍ମୀଙ୍କ ନିକଟରେ ପୂଜା କରିପାରିବେ । ଏହାପରେ ଏହି ଧନିଆରୁ କିଛି ନେଇ ଏକ କୁଣ୍ଡରେ ପୋତିଦେବେ । ଯଦି ଏହି ଧନିଆରୁ ଗଛ ବାହାରିବେ ତେବେ ଆପଣଙ୍କ ଘରେ ସର୍ବଦା ସୁଖ ଓ ସମୃଦ୍ଧି ରାଜ କରିବ।
ଝାଡୁ : ଝାଡୁ ହେଉଛି ମାତା ଲକ୍ଷ୍ମୀଙ୍କର ଅନ୍ୟତମ ରୂପ । ଧନତେରାସ ଦିନ ଝାଡୁ କିଣିବା ଦ୍ବାରା ମାତା ଲକ୍ଷ୍ମୀ ଗୃହପ୍ରବେଶ କରିଥା’ନ୍ତି । ଝାଡୁ ଦ୍ବାରା ଘରର ମଇଲାସଫଳା ହୋଇଥାଏ । ସେହିପରି ଏହି ଦିନ ଘରକୁ ଝାଡୁ ଆଣିବା ଦ୍ବାରା ଘରେ ନକାରାତ୍କ ଶକ୍ତି ଦୂର ହୋଇଥାଏ ।
ଅକ୍ଷତ : ଧନତେରାସ ଦିନ ଅକ୍ଷତ ଅର୍ଥାତ୍ ଧାନ ବା ଚାଉଳ ଆଣିବା ଉଚିତ୍ । ଶାସ୍ତ୍ରରେ କୁହାଯାଇଛି ଯେ, ଅନ୍ନ ରେ ଧାନ କିମ୍ବା ଚାଉଳକୁ ସବୁଠୁ ଅଧିକ ଶୁଭ ହୋଇଥାଏ । ଏହା ଦ୍ବାରା ଧନ ସମ୍ପତ୍ତିରେ ବୃଦ୍ଧି ହୋଇଥାଏ । ଯିଏ ଧନତେରାସ ଦିନ ଧନ କିମ୍ବା ଚାଉଳ କିଣି ଘରକୁ ଆଣିଥା’ନ୍ତି । ତା’ର ବୈଭବ ଓ ଐଶ୍ବର୍ଯ୍ୟରେ ଅନନ୍ତ ବୃଦ୍ଧି ହୋଇଥାଏ ।ଧାନ ବା ଚାଉଳ ସୁନା ପରି ଲାଭ ହୋଇଥାଏ ।