ପାଟନା : ବିହାରରେ ପୁଣି ଥରେ ଏନ୍ଡିଏ ସରକାର ଗଢିବାକୁ ଯାଉଛି । ’ସୁଶାସନ ବାବୁ’ ନାମରେ ପରିଚିତ ନୀତିଶ୍ କୁମାରଙ୍କ ହାତରେ ପୁଣି ଥରେ ଶାସନ କମାଣ ରହୁଛି । ମହାଗଠବନ୍ଧନକୁ ମାତ୍ ଦେଇ ଏନ୍ଡିଏ ବାଜିମାତ୍ କରିଛି । ବିହାରରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର 122 ରୁ ଏନଡିଏ ଅନ୍ୟ 3ଟି ଆସନରେ ଜିତିଛି । ଅନ୍ୟ ପକ୍ଷେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁର ଆସନ ସଂଖ୍ୟା ବହୁତ କମିଥିଲେ ମଧ୍ୟ ନୀତୀଶ ବିହାରର 37 ତମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ନୀତୀଶ ମୁଖ୍ୟମନ୍ତ୍ରୀ ଭାବେ 3ଟି କାର୍ୟ୍ୟକାଳ ସମ୍ପୂର୍ଣ୍ଣ କରି ସାରିଛନ୍ତି ଏବଂ ଲଗାତର ଚତୁର୍ଥ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ । କିନ୍ତୁ 70ବର୍ଷୀୟ ନୀତୀଶ 6 ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଗକୁ ସେ ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଦୀପାବଳୀ ପରେ ଶପଥ ନେବେ । ନିତୀଶକୁମାରଙ୍କ ପାଇଁ ଲକି ନମ୍ବର ହେଉଛି 7 ନମ୍ବର ।
1951 ମସିହା ମାର୍ଚ୍ଚ 1 ତାରିଖରେ ଜନ୍ମଗ୍ରହଣ କରିଥିବା ବିହାରର ସୁଶାସନ ବାବୁ ନୀତିଶ୍ କୁମାର ଏବେ 70ତମ ପାହାଚରେ ପାଦ ଦେଇଛନ୍ତି । ଚଳିତ ବିହାର ବିଧାନସଭାର ନିର୍ବାଚନ ପରିଣାମ 11 ତାରିଖରେ ଆସିଥିଲା । ଯାହାର ସଂଖ୍ୟା ହେଉଛି 7 । ସେହିପରି ଜେଡିୟରୁ ଚଳିତ ଥର ବିହାର ବିଧାନସଭାରେ ଜେଡିୟୁ 43ଟି ଆସନ ଜିତିଛି । ଯାହାର ସମଷ୍ଟି ହେଉଛି 7 । ସେହିପରି ନୀତିଶ୍ ନଭେମ୍ବର 16ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଯାହା ମଧ୍ୟ 7କୁ ଦର୍ଶାଉଛି।
ବିହାରର ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ମାର୍ଚ୍ଚ 3, 2020ରେ ନୀତିଶ୍ ଶପଥ ନେଇଥିଲେ । କିନ୍ତୁ ଏହି ସମୟରେ ସେ ମାତ୍ର ସପ୍ତାହକ ପାଇଁ ମୁଖ୍ୟମନ୍ତ୍ରୀ ରହିଥିଲେ । ସଂଖ୍ୟା ଗରିଷ୍ଠତା ଅଭାବରୁ ସରକାର ଗଠନ ହୋଇ ନ ପାରିବାରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ନଭେମ୍ବର 24, 2005 ରେ ନୀତୀଶ ବିଜେପି ସମର୍ଥନରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ରହିଥିଲେ । ନଭେମ୍ବର 26, 2010 ରେ ନୀତୀଶ ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ । କିନ୍ତୁ ସେ ତାଙ୍କ କାର୍ୟ୍ୟକାଳ ସମ୍ପୂର୍ଣ୍ଣ କରି ପାରିନଥିଲେ। 2014 ନିର୍ବାଚନରେ ଜେଡିୟୁର ପରାଜୟ ପରେ ନୀତୀଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ଜିତନ ରାମ ମାଝୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ସେ ଇସ୍ତଫା ଦେବାର ଠିକ 9 ମାସ ପରେ ପୁଣି ଫେବୃୟାରୀ 22, 2015 ରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ । ନଭେମ୍ବର 20, 2015ରେ ନୀତୀଶ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆରଜେଡି ସହ ମହାମେଣ୍ଟ କରି ନୀତୀଶ ସଫଳ ହୋଇଥିଲେ । ଏହି ସମୟରେ ନୀତୀଶଙ୍କ ଉପମୁଖ୍ୟ ରହିଥିଲେ ତେଜସ୍ୱୀ ଯାଦବ । 2017 ରେ ନୀତୀଶ ବିହାରରେ ମହାମେଣ୍ଟ ସରକାର ଭାଙ୍ଗି ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେଇଥିଲେ । କିନ୍ତୁ ତାଙ୍କ ଦଳ ଠିକ ଦିନକ ପରେ ବିଜେପି ସମର୍ଥନରେ ସରକାର ଗଢ଼ିଥିଲା । ଏହା ପରେ ସେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆଗକୁ ନୀତୀଶ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ପ୍ରସ୍ତୁତ ହେଉଛନ୍ତି । ଚଳିତ ଦିପାବଳୀ ପରେ 16 ତାରିଖ ସୁଦ୍ଧା ନୀତିଶ ଶପଥ ନେବା ନେଇ ଚର୍ଚ୍ଚା ହେଉଛି ।
ଚଳିତ ନିର୍ବାଚନଟି ନୀତିଶ୍ଙ୍କ ପାଇଁ ବହୁ ପ୍ରତିବନ୍ଧକ ଆଣିଛି । କିନ୍ତୁ ପରିଶେଷରେ ନୀତିଶ୍ଙ୍କ ପାଇଁ ଏହା ଠିକ୍ ହୋଇଯାଇଛି । ଚଳିତ ଥର ମେଣ୍ଟରେ ଜେଡିୟୁ ଛୋଟ ଭାଇ ହୋଇଛି । ବିଜେପି ଅଧିକ ସଂଖ୍ୟକ ସିଟ୍ ହାସଲ କରି ବଡଭାଇ ଭୂମିକାରେ ରହିଛି । ଏହାକୁ ନେଇ କିଛି ବିଜେପି ମନ୍ତ୍ରୀ ବିଜେପି ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ହେବା ନେଇ ଦାବି ରଖିଥିଲେ । କିନ୍ତୁ ପ୍ରଧାନମନ୍ତ୍ୀ ନରେନ୍ଦ୍ର ମୋଦି ନୀତିଶଙ୍କ ଉପରେ ମୋହର ଲଗାଇଛନ୍ତି । ସପ୍ତମ ଥର ପାଇଁ ବିହାରରେ ନୀତିଶ୍ ହିଁ ମୁଖ୍ୟମନ୍ତ୍ରୀ ହେବେ । (ଏଜେନ୍ସି)