Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୀତିଶଙ୍କ ପାଇଁ ଲକି ସାବ୍ୟସ୍ତ ହେଲା ନମ୍ବର 7 : ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ
ଆଜିର ଖବର

ନୀତିଶଙ୍କ ପାଇଁ ଲକି ସାବ୍ୟସ୍ତ ହେଲା ନମ୍ବର 7 : ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

November 12, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ନୀତିଶ କୁମାର
ବିହାର: ଆସନ୍ତାକାଲି ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ

ପାଟନା : ବିହାରରେ ପୁଣି ଥରେ ଏନ୍‌ଡିଏ ସରକାର ଗଢିବାକୁ ଯାଉଛି । ’ସୁଶାସନ ବାବୁ’ ନାମରେ ପରିଚିତ ନୀତିଶ୍‌ କୁମାରଙ୍କ ହାତରେ ପୁଣି ଥରେ ଶାସନ କମାଣ ରହୁଛି । ମହାଗଠବନ୍ଧନକୁ ମାତ୍‌ ଦେଇ ଏନ୍‌ଡିଏ ବାଜିମାତ୍‌ କରିଛି ।  ବିହାରରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର 122 ରୁ ଏନଡିଏ ଅନ୍ୟ 3ଟି ଆସନରେ ଜିତିଛି । ଅନ୍ୟ ପକ୍ଷେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁର ଆସନ ସଂଖ୍ୟା ବହୁତ କମିଥିଲେ ମଧ୍ୟ ନୀତୀଶ ବିହାରର 37 ତମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ନୀତୀଶ ମୁଖ୍ୟମନ୍ତ୍ରୀ ଭାବେ 3ଟି କାର୍ୟ୍ୟକାଳ ସମ୍ପୂର୍ଣ୍ଣ କରି ସାରିଛନ୍ତି ଏବଂ ଲଗାତର ଚତୁର୍ଥ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ । କିନ୍ତୁ 70ବର୍ଷୀୟ ନୀତୀଶ 6 ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଗକୁ ସେ ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଦୀପାବଳୀ ପରେ ଶପଥ ନେବେ । ନିତୀଶକୁମାରଙ୍କ ପାଇଁ ଲକି ନମ୍ବର ହେଉଛି 7 ନମ୍ବର ।

1951 ମସିହା ମାର୍ଚ୍ଚ 1 ତାରିଖରେ ଜନ୍ମଗ୍ରହଣ କରିଥିବା ବିହାରର ସୁଶାସନ ବାବୁ ନୀତିଶ୍‌ କୁମାର ଏବେ 70ତମ ପାହାଚରେ ପାଦ ଦେଇଛନ୍ତି । ଚଳିତ ବିହାର ବିଧାନସଭାର ନିର୍ବାଚନ ପରିଣାମ 11 ତାରିଖରେ ଆସିଥିଲା । ଯାହାର ସଂଖ୍ୟା ହେଉଛି 7 ।  ସେହିପରି ଜେଡିୟରୁ ଚଳିତ ଥର ବିହାର ବିଧାନସଭାରେ ଜେଡିୟୁ 43ଟି ଆସନ ଜିତିଛି । ଯାହାର ସମଷ୍ଟି ହେଉଛି 7 । ସେହିପରି ନୀତିଶ୍‌ ନଭେମ୍ବର 16ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଯାହା ମଧ୍ୟ 7କୁ ଦର୍ଶାଉଛି।

ବିହାରର ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ମାର୍ଚ୍ଚ 3, 2020ରେ ନୀତିଶ୍‌ ଶପଥ ନେଇଥିଲେ ।  କିନ୍ତୁ ଏହି ସମୟରେ ସେ ମାତ୍ର ସପ୍ତାହକ ପାଇଁ ମୁଖ୍ୟମନ୍ତ୍ରୀ ରହିଥିଲେ । ସଂଖ୍ୟା ଗରିଷ୍ଠତା  ଅଭାବରୁ ସରକାର ଗଠନ ହୋଇ ନ ପାରିବାରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ନଭେମ୍ବର 24, 2005 ରେ ନୀତୀଶ ବିଜେପି ସମର୍ଥନରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ରହିଥିଲେ । ନଭେମ୍ବର 26, 2010 ରେ ନୀତୀଶ ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ । କିନ୍ତୁ ସେ ତାଙ୍କ କାର୍ୟ୍ୟକାଳ ସମ୍ପୂର୍ଣ୍ଣ କରି ପାରିନଥିଲେ। 2014 ନିର୍ବାଚନରେ ଜେଡିୟୁର ପରାଜୟ ପରେ ନୀତୀଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ଜିତନ ରାମ ମାଝୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ସେ ଇସ୍ତଫା ଦେବାର ଠିକ 9 ମାସ ପରେ ପୁଣି ଫେବୃୟାରୀ 22, 2015 ରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ । ନଭେମ୍ବର 20, 2015ରେ ନୀତୀଶ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆରଜେଡି ସହ ମହାମେଣ୍ଟ କରି ନୀତୀଶ ସଫଳ ହୋଇଥିଲେ । ଏହି ସମୟରେ ନୀତୀଶଙ୍କ ଉପମୁଖ୍ୟ ରହିଥିଲେ ତେଜସ୍ୱୀ ଯାଦବ । 2017 ରେ ନୀତୀଶ ବିହାରରେ ମହାମେଣ୍ଟ ସରକାର ଭାଙ୍ଗି ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେଇଥିଲେ । କିନ୍ତୁ ତାଙ୍କ ଦଳ ଠିକ ଦିନକ ପରେ ବିଜେପି ସମର୍ଥନରେ ସରକାର ଗଢ଼ିଥିଲା । ଏହା ପରେ ସେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆଗକୁ ନୀତୀଶ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ପ୍ରସ୍ତୁତ ହେଉଛନ୍ତି । ଚଳିତ ଦିପାବଳୀ ପରେ 16 ତାରିଖ ସୁଦ୍ଧା ନୀତିଶ ଶପଥ ନେବା ନେଇ ଚର୍ଚ୍ଚା ହେଉଛି ।

ଚଳିତ ନିର୍ବାଚନଟି ନୀତିଶ୍‌ଙ୍କ ପାଇଁ ବହୁ ପ୍ରତିବନ୍ଧକ ଆଣିଛି । କିନ୍ତୁ ପରିଶେଷରେ ନୀତିଶ୍‌ଙ୍କ ପାଇଁ ଏହା ଠିକ୍‌ ହୋଇଯାଇଛି । ଚଳିତ ଥର ମେଣ୍ଟରେ ଜେଡିୟୁ ଛୋଟ ଭାଇ ହୋଇଛି । ବିଜେପି ଅଧିକ ସଂଖ୍ୟକ ସିଟ୍‌ ହାସଲ କରି ବଡଭାଇ ଭୂମିକାରେ ରହିଛି । ଏହାକୁ ନେଇ କିଛି ବିଜେପି ମନ୍ତ୍ରୀ ବିଜେପି ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ହେବା ନେଇ ଦାବି ରଖିଥିଲେ । କିନ୍ତୁ ପ୍ରଧାନମନ୍ତ୍ୀ ନରେନ୍ଦ୍ର ମୋଦି ନୀତିଶଙ୍କ ଉପରେ ମୋହର ଲଗାଇଛନ୍ତି । ସପ୍ତମ ଥର ପାଇଁ ବିହାରରେ ନୀତିଶ୍‌ ହିଁ ମୁଖ୍ୟମନ୍ତ୍ରୀ ହେବେ । (ଏଜେନ୍ସି)

ନୀତିଶ୍‌ କୁମାର ବିହାର
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026
Latest News

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.