ସୁବର୍ଣ୍ଣପୁର, ଆଜି ଜଣେ ତହସିଲଦାର ଲାଞ୍ଚ ନେଲାବେଳେ ଭିଜିଲାନସ ଅଧିକାରୀମାନେ ଚଢାଉ କରି ତାଙ୍କଠାରୁ ରଂଗ ବୋଳା ଟଙ୍କା ଜବତ କରିବା ସହ ଗରିଫ କରିଛନ୍ତି। ସେ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ତରଭା ତହସିଲର ତହସିଲଦାର ତଥା ସବ ରେଜିଷ୍ଟାର। ତାଙ୍କ ନାମ ହେଉଛି ସୁବ୍ରତ ବେହେରା।
ଜଣେ ଲୋକର ଜମି ରେଜିଷ୍ଟ୍ରେସନ କରିବା ପାଇଁ ସେ 20 ହଜାର ଟଙ୍କା ମାଗିଥିଲେ। ଟଙ୍କା ଦେଲେ ଏହି ରେଜିଷ୍ଟ୍ରେସନ କରାଯିବ ବୋଲି ତହସିଲଦାର କହିଥିଲେ। ଜମି ମାଲିକ ଭିଜିଲାନସ ସହିତ ଯୋଗଯୋଗ କରିବା ପରେ ତାଙ୍କୁ ଧରିବା ପାଇଁ ଯୋଜନା କରାଯାଇଥିଲା। ଯୋଜନା ମୁତାବିକ ଭିଜିଲାନସ ଅଧିକାରୀମାନେ ବାହାର ଛକି ରହିଥିଲେ। ଜମି ମାଲିକ ଟଙ୍କା ଦେବା ପରେ ଭିଜିଲାନସ ଅଧିକାରୀ ତାଙ୍କୁ କାବୁ କରି ଟଙ୍କା ଜବତ କରିଥିଲେ।
Tags: ତରଭା ତହସିଲ, ଭିଜିଲାନସ ଚଢ଼ାଉ