Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅବକାରୀ ଅଧିକ୍ଷକଙ୍କ ଘରେ ଭିଜିଲାନ୍ସ , ଛଅଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ବର: ଆଜି ଭିଜିଲାନ୍ସ ହାତରେ ପଡିଛି ବଡ ମାଛ। ଆଜି ସକାଳୁ ଜଣେ ଅବକାରୀ ବିଭାଗର ଅଧିକ୍ଷକଙ୍କ ଘରେ ଭିଜିଲାସ ଚଢାଉ କରିଛି। ସେ ହେଉଛନ୍ତି ନବରଂଗପୁର ଜିଲ୍ଲାର ଅବକାରୀ ଅଧିକ୍ଷକଙ୍କ ଦାୟିତ୍ବରେ ଥିବା ଗୋଙ୍ଗା ପାଇକରାୟ। ଆୟ ବର୍ହିଭୂତ ସଂପତ୍ତି ଥିବା ଅଭିଯୋଗ ନେଇ ଭିଜିଲାନସ ଏହି ଚଢାଉ କରିଛି।

ଏଥିରେ ଭିଜିଲାନସ ଶ୍ରୀ ପାଇକରାୟଙ୍କର ଛଅଟି ସ୍ଥାନରେ ଚଢାଉ କରୁଛି। ସେଗୁଡିକ ହେଲା ତାଙ୍କର ଜୟପୁରରେ ଥିବା ତିନି ମହନା ବିଶିଷ୍ଠ ବାସଭବନ, ନବରଂଗପୁର ଅଫିସ ଏବଂ ନବରଂଗପୁରରେ ଥିବା ତାଙ୍କର ଭଡାଘର ପ୍ରଭୃତି। ଏହି ଚଢାଉ ତିନିଜଣ ଡିଏସପିଙ୍କ ନେତୃତ୍ବରେ ପାଞ୍ଚ ଜଣ ଇନସ୍ପେକ୍ଟର ଏବଂ ଛଅ ଜଣ ଏଏସଆଇ ସାମିଲ ଅଛନ୍ତି।

ତେବେ ଚଢାଉ ଜାରୀ ରହିଥିବାରୁ ଏ ପର୍ଯ୍ୟନ୍ତ କଣ ମିଳିଲା ତାହା ଜଣାପଡି ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଣେ ହାଇସ୍କୁଲ କିରାଣୀ ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲଲାନ୍ସ

ଭୁବନେଶ୍ବର: ସେ ହେଉଛନ୍ତି ଜଣେ କଲେଜ କିରାଣୀ। ସେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ କାଗଜ ନ କରି ଦିନ ପରେ ଦିନ ଗଡାଇ ଚାଲିଥିଲେ। ଶେଷରେ ଲାଞ୍ଚ ନ ଦେଲେ କାଗଜ ପତ୍ର ହୋଇପାରିବ ନାହିଁ ବୋଲି କହିଲେ। ବିଚରା ଅବସରପ୍ରାପ୍ତ ଶିକ୍ଷକ ଜଣଙ୍କ ଭିଜିଲାନ୍ସର ଦ୍ବାରସ୍ଥ ହେଲେ। ତାଙ୍କ ନିର୍ଦ୍ଦେଶରେ ତିଆରି କରାଗଲା ଯୋଜନା। ଆଉ ଯୋଜନା ମୁତାବିକ କିରାଣୀ ଜଣଙ୍କ ଟଙ୍କା ନେବା ବେଳେ ମାଡିବସିଲା ଭିଜିଲାନ୍ସ।

ଏହି ଘଟଣାଟି ଯାଜପୁରର ଜିଲ୍ଲାର କବିରପୁରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି। ଯେଉଁ କିରାଣୀ ଜଣଙ୍କ ଲାଞ୍ଚ ନେଉଥିଲେ ସେ ହେଉଛନ୍ତି ମହେଶ୍ବର ସାମଲ। ତାଙ୍କ ପାଖରୁ ରଙ୍ଗବୋଳା ଦୁଇ ହଜାର ଟଙ୍କା ଜବତ କରାଯାଇଛି। ଏଥିସହିତ ତାଙ୍କର ଦୁଇଟି ସ୍ଥାନରେ ଚଢାଉ ଜାରୀ ରହିଛି। ତେବେ ସେଠାରୁ କଣ ମିଳିଛି ତାହା ଜଣାପଡି ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆୟୁର୍ବେଦ କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢାଉ, ଛଅଟି ସ୍ଥାନରେ ଚାଲିଛି ଛାନଭିନ୍ନ

ଭୁବନେଶ୍ବର: ଆଜି ସକାଳୁ ଭିଜିଲାନ୍ସ ଅଧିକାରୀମାନେ ଜଣେ ଆୟୁର୍ବେଦ କଲେଜ ଅଧ୍ୟକ୍ଷଙ୍କ ଘରେ ଚଢାଉ କରିଛନ୍ତି। ସେ ହେଉଛନ୍ତି ବଲାଙ୍ଗୀର ଆୟୁର୍ବେଦ କଲେଜ ଏବଂ ହସପିଟାଲର ଅଧ୍ୟକ୍ଷ ଡ. ସୁଦର୍ଶନ ବେହେରା। ଏକ କାଳିନ ତାଙ୍କର ଛଅଟି ସ୍ଥାନରେ ଏହି ଚଢାଉ ଚାଲିଛି। ତାଙ୍କର ଆୟବର୍ହିଭୂତ ସଂପତ୍ତି ଥିବା ଅଭିଯୋଗ ନେଇ ଏହି ଚଢାଉ କରାଯାଇଛି।

ଶ୍ରୀ ବେହେରାଙ୍କ ସାକ୍ଷୀଗୋପାଳ ନିକଟସ୍ଥ ଜୟପୁର ଗ୍ରାମରେ ଥିବା ବାସଭବନ, ସତ୍ୟବାଦୀର ନହଳାଠାରେ ଥିବା ତାଙ୍କ ଆଉ ଏକ ବାସଭବନ, ପୁରୀ ସଦରରେ ଥିବା ତାଙ୍କର ଘର, ସମ୍ବଲପୁରର ସିଆରପିଏଫ କ୍ୟାମ୍ପସ ଭିତରେ ଥିବା କ୍ବାଟର, ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ସୋରିଶପଡାରେ ଥିବା ତାଙ୍କ ସଂପର୍କୀୟଙ୍କ ଘର ଏବଂ ବଲାଙ୍ଗୀର ଆୟୁର୍ବେଦ କଲେଜର ତାଙ୍କ ଅଫିସରେ ଏହି ଚଢାଉ ଚାଲିଛି। ଚଢାଉ ଜାରୀ ରହିଥିବାରୁ ଏ ପର୍ଯ୍ୟନ୍ତ ତାଙ୍କର ଆୟବର୍ହିଭୂତ ସଂପତି ଆକଳନ କରାଯାଇ ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆଠ ବର୍ଷ ଧରି ଫେରାର ଥିଲେ ପୂର୍ବତନ ବିଡିଓ, ଆଜି ଦିଲ୍ଲୀରେ ଧରିଲା ଭିଜିଲାନସ

ଭୁବନେଶ୍ବର: ସେ ବିଡିଓ ଥିଲେ। କାମ ନ ହୋଇ ପ୍ରାୟ 25 ଲକ୍ଷ ଟଙ୍କା ବିଲ କରିଦେଇଥିଲେ। ଏ କଥା ଜଣାପଡିବା ପରେ ସେ ହୋଇଗଲେ ଫେରାର। ଆଠ ବର୍ଷ ଧରି ଫେରାର ହେବା ପରେ ଆଜି ନୂଆ ଦିଲ୍ଲୀରେ ମାଡିବସିଛି ଭିଜିଲାନସ। ସେ ହେଉଛନ୍ତି କୋରାପୁଟ ନାରାୟଣପାଟଣା ର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ।

ରମେଶଙ୍କୁ ଧରିବା ପରେ ଭିଜିଲାନସ ସ୍ଥାନୀୟ ପଟିୟାଲା କୋର୍ଟରେ ହାଜର କରାଇ ରିମାଣ୍ଡରେ ଭୁବନେଶ୍ବରକୁ ଆଣୁଛନ୍ତି। ସେ ଏହି ଆଠ ବର୍ଷ ଭିତରେ ବହୁ ସ୍ଥାନ ପରିବର୍ତ୍ତନ କରି ଲୁଚି ରହିଥିଲେ। ସେ ଆସାମର ଥିବା ଖବର ପାଇଁ ଭିଜିଲାନସ ଧରିବା ପାଇଁ ସେଠାକୁ ଯାଇଥିଲେ। ହେଲେ ସେ ଜାଣିପାରି ସେଠାରୁ ଖସି ପଲେଇଗଲେ। ସେଠାରୁ ସେ ଦିଲ୍ଲୀ ଆସୁଥିବାର ଜାଣି ଭିଜିଲାନସ ସେଠାରେ ଛକି ରହି ଧରିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଅତିରିକ୍ତ ତହସିଲଦାର

ଭୁବନେଶ୍ବର: ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜଣେ ଅତିରିକ୍ତ ତହସିଲଦାର। ସେ ଜବତ ହୋଇଥିବା ଏକ ବାଲି ବୋଝେଇ ହାୱାଇ ଗାଡିକୁ ଛାଡି ଦେବା ପାଇଁ ଏହି ଲାଞ୍ଚ ନେଉଥିଲେ। ଏଥିପାଇଁ ସେ ମୋଟ 13 ହଜାର ଟଙ୍କା ନେବେ ବୋଲି ଦର ଛିଣ୍ଡିଥିଲା। ପ୍ରଥମ କିସ୍ତିରେ ସେ 10 ହଜାର ଟଙ୍କା ନେଇ ସାରିଥିଲେ। ହେଲେ ବାକି 3 ହଜାର ଟଙ୍କା ନେବା ବେଳେ ଭଜିଲାନ୍ସ ମାଡି ବସିଥିଲେ।

ସେ ହେଉଛନ୍ତି ନୟାଗଡ ଜିଲ୍ଲା ଗଣିଆ ତହସଲିର ଅତିରିକ୍ତ ତହସିଲଦାର ବନମାଳି ପରିଡା। ପୂର୍ବ ପ୍ରସ୍ତୁତି ଅନୁସାରେ ଭିଜିଲାନ୍ସ ଅଭିଯୋଗକାରୀଙ୍କୁ ରାସାୟନିକ ବୋଳା ଟଙ୍କା ଦେଇ ସେଠାରେ ଛକି ବସିଥିଲା। ଲାଞ୍ଚ ଦେବା ପରେ ତାଙ୍କୁ ରଙ୍ଗେ ହାତେ ଧରାଯାଇ ସେହି ଟଙ୍କା ଜବତ କରାଯାଇଥିଲା। ତାଙ୍କ ବିରୋଧରେ ବର୍ତ୍ତମାନ ଅଧିକ ତଦନ୍ତ ଚାଲିଛି ବୋଲି ଭିଜିଲାନ୍ସ ବିଭାଗ ତରଫରୁ କୁହାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ଜାଲରେ ଫଶିଲେ ଆରଡବ୍ଲୁ ଡିଭିଜନର କିରାଣୀ

କଟକ : ଭିଜିଲାନ୍ସ ଜାଲରେ ଫଶିଲେ ସୁନ୍ଦରଗଡ଼ ଆରଡବ୍ଲୁ ଡିଭିଜନର କନିଷ୍ଠ କିରାଣୀ। ତାଙ୍କ ନାମ ହେଲା ନନ୍ଦିକିଶୋର ନାଥ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଛି। ଏହି ଚଢାଉରେ ୩ ଜଣ ଡିଏସପି , ୯ ଇନସ୍ପେକ୍ଟର, ଜଣେ ଏସଆଇ, ୨ଜଣ ଏଏସଆଇ ସାମିଲ ଅଛନ୍ତି ।

ଯେଉଁ ସ୍ଥାନରେ ଚାଢାଉ ଚାଲିଛି ସେଗୁଡିକ ହେଲା ଭୁବନେଶ୍ୱର, ବରଗଡ଼, ରାଉରକେଲା ଓ ସମ୍ବଲପୁରର। ଭୁବନେଶ୍ୱର ଲକ୍ଷ୍ମୀସାଗର ସାଇକୃପା ଏନକ୍ଲେଭରେ ଥିବା ୧୦୫ ନମ୍ବର ପ୍ଲଟ୍‌ରେ ଚାଲିଛି ଚଢାଉ। ସେହିପରି ବରଗଡ଼ ଭିଏସଏସ ନଗରରେ ଥିବା ପୈତୃକ ଘର, ପାନପୋଷ ହକି ଛକରେ ଥିବା ସରକାରୀ କ୍ବାର୍ଟର୍ସ, ସୁ୍ନଦରଗଡ଼ରେ ଥିବା ଅଫିସ ଚାମ୍ବର, ସମ୍ବଲପୁର ଅଁଇଠାପାଲୀସ୍ଥିତ ଘର, ଏବଂ ସମ୍ପର୍କୀୟଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍ ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପଚାଶ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ରଙ୍ଗିଲା ହାତରେ ଧରିଲା ଭିଜିଲାନ୍ସ

ବ୍ରହ୍ମପୁର: ଆଜି ରଙ୍ଗିଲା ହାତରେ ଜଣେ ଆସିଷ୍ଟାଣ୍ଡ ଇଜିକ୍ୟୁଟିଭି ଇଂଜିନିୟରଙ୍କୁ ଧରିଛ ଭିଜିଲାନ୍ସ। ସେ ଜଣେ ଠିକାଦାରଙ୍କଠାରୁ ପଚାଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ସେ ହେଉଛନ୍ତି ଭଂଜନଗର ଅଧିନରେ ଥିବା ବାଘୁଆ ଜଳପ୍ରକଳ୍ପର ଆସିଷ୍ଟାଣ୍ଡ ଇଜିକ୍ୟୁଟିଭ ଇଂଜିନିୟର ବିଷ୍ଣୁ ଚରଣ ସାହୁ।

ଏହା ପୂର୍ବରୁ ଭିଜିଲାନ୍ସ ଜାଲ ବିଛାଇ ସାରିଥିଲା। ତାଙ୍କ ହାତରୁ ଟଙ୍କା ଧରାପଡିବା ପରେ ତାଙ୍କ ଅଫିସ, ଘର, ବ୍ରହ୍ମପୁର ଘର ଉପରେ ଚଢାଉ କରାଯାଇଥିଲା। ଏହି ସମୟରେ ତାଙ୍କ ବାସଭବନରୁ 7 ଲକ୍ଷ ନଗଦ ଟଙ୍କା ବାହାରିଥିଲା। ଏହାପରେ ଖୋଳତାଡ କରିବା ପରେ ତାଙ୍କର ଦୁଇଟି ତିନି ମହଲା କୋଠା, ଦୁଇଟି ପ୍ଲଟ ଏବଂ ଦାମୀ କାର ଥିବାର ଜଣାପଡିଥିଲା। ଅଧିକ ତଦନ୍ତ ଜାରୀ ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଇଂଜିନିୟରଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ଘରୁ ମିଳିଲା ପୁଳାପୁଳ ଟଙ୍କା ଆଉ ଅଧା କିଲୋ ସୁନା, ଭିଜିଲାନ୍ସର ରେକର୍ଡ

ଭୁବନେଶ୍ବର: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭିଜିଲାନ୍ସ ବିଭାଗ ଜଣେ ଇଂଜିନିୟରଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ପାଖରେ ଯେତେ ଟଙ୍କା ପାଇଲେ ତାହା ଏକ ରେକର୍ଡ। ଅର୍ଥାତ ଭିଜିଲାନ୍ସ ପୂର୍ବରୁ ଯେତେ ଚଢାଉ କରିଥିଲେ ସେମାନେ ଏତେ ଟଙ୍କା ଆଉ ସୁନା କେବେ ହାସଲ କରି ନ ଥିଲେ। ଏ କଥା ଖୋଦ ଭିଜିଲାନ୍ସ ବିଭାଗ ଅଧିକାରୀ ସ୍ବୀକାର କରିଛନ୍ତି।

ଘଟଣାଟି ହେଉଛି ବୁଧବାର ଦିନ ଗଂଜାମ ଜିଲ୍ଲା ଭଂଜନଗର ମାଇନର ଜଳସେଚନ ଜଣେ ସହାୟକ ଇଂଜିନିୟରଙ୍କ ଘରେ ଭିଜିଲାନସ ଚଢାଉ କରିଥିଲା। ତାଙ୍କ ନାମ ହେଉଛି କାର୍ତ୍ତିକଶ୍ବର ରାଉଳ। ସେତେବେଳେ ତାଙ୍କ ଘରୁ ମଧ୍ୟ ବହୁ ଆୟ ବହିଃଭୂତ ସଂପତ୍ତି ଠାବ କରାଯାଇଥିଲା। ସେହି ଚଢାଉ ବେଳେ କାର୍ତ୍ତିକଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ଘର ମଧ୍ୟ ରେଡ୍ କରାଯାଇଥିଲା।

ତାଙ୍କର ଦ୍ବିତୀୟ ସ୍ତ୍ରୀଙ୍କ ନାମ ହେଉଛି କଳ୍ପନା ପ୍ରଧାନ। ସେ ଭୁବନେଶ୍ବର ଟାଟା ଆରିୟାନର ଏକ ଫ୍ଲାଟରେ ରହୁଛନ୍ତି। ସେହି ଫ୍ଲାଟରେ ଭିଜିଲାନସ ଚଢାଉ କରିବା ପରେ ସେଠାରେ ବିପୁଳ ପରିମାଣ ନଗଦ ଟଙ୍କା ଦେଖି ତାଜୁବ ହୋଇଯାଇଥିଲା। ସେହି ଟଙ୍କା ଦିନରାତି ଗଣିବା ପରେ ଗୁରୁବାର ଦିନ ଜଣାପଡିଥିଲା ଯେ ତାହା ଦୁଇ କୋଟି। ଯାହା ଭିଜିଲାନ୍ସ ବିଭାଗର ଏକ ରେକର୍ଡ ବୋଲି କୁହାଯାଇଛି।

କେବଳ ଟଙ୍କା ନୁହେଁ ତାଙ୍କ ଘରୁ ବିପୁଳ ପରିମାଣର ସୁନା ମଧ୍ୟ ଜବତ କରାଯାଇଛି। ସେଥିମଧ୍ୟରେ ରହିଛି 20ଟି ସୁନା ବିସ୍କୁଟ। ଯାହାର ଓଜନ 580 ଗ୍ରାମ ବୋଲି ଜଣାପଡିଛି।

ବୁଧବାର ଦିନ ଭିଜିଲାନସ କାର୍ତ୍ତିକେଶ୍ୱର ରାଉଳଙ୍କର ବ୍ରହ୍ମପୁର, ଭୁବନେଶ୍ବର ସମେତ 6ଟି ସ୍ଥାନରେ ଚଢାଉ କରିଥିଲେ। ଏହି ଚଢାଉରେ 5 ଜଣ ଡିଏସପି, 11 ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ। ଚଢାଉବେଳେ ତାଙ୍କ ସରକାରୀ ବାସଭବନରୁ ନଗଦ 2 ଲକ୍ଷ 50 ହଜାର 880 ଟଙ୍କା ଜବତ କରାଯାଇଛି। ଏଥିସହିତ ତାଙ୍କର ବହୁତଳ କୋଠା ମଧ୍ୟ ଜବତ କରାଯାଇଛି।

( ଏଥିରେ ଥିବା ଫଟୋ ତିନୋଟି କୌଣସି ପ୍ରତିକାତ୍ମକ ଫଟୋ ନୁହେଁ, ଚଢାଉ ପରେ ଭିଜିଲାନ୍ସ ଅଧିକାରୀଙ୍କ ଦ୍ବାରା ଉଠାଯାଇଥିବା ଫଟୋ )

Categories
ଅପରାଧ ଆଜିର ଖବର

ପରିବହନ ଏଏସଆଇଙ୍କ ଘରେ ଭିଜିଲାନ୍ସ, ମିଳିଲା 3ଟି ଦୁଇମହଲା କୋଠା ସହ ଆହୁରି କେତେ

କଟକ: ଆଜି ଭିଜିଲାନସ ଜଣେ ମୋଟର ଭେଇକଲ ବିଭାଗର ଏଏସଆଇଙ୍କ ଘରେ ଚଢାଉ କରିଛି। ସେ ହେଉଛନ୍ତି ଝାରସୁଗୁଡା ଜିଲ୍ଲାରେ କାଯ୍ୟ କରୁଥିବା ଏଏସଆଇ ହରେକୃଷ୍ଣ ନାୟକ। ତାଙ୍କ ନିକଟରେ ଆୟ ବହିଃଭୂତ ସଂପତ୍ତି ଥିବା ଅଭିଯୋଗ ପରେ ଏହି ଚଢାଉ କରାଯାଇଛି। ଏକ କାଳିନ ଛଅଟି ସ୍ଥାନରେ ଏହି ଚଢାଉ କରାଯାଇଛି।

ଏହି ଚଢାଉରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି। ଏଥିରେ କଟକ, ପୁରୀ, ଝାରସୁଗୁଡା ଏବଂ ଗଞ୍ଜାମ ଜିଲ୍ଲାର ୬ ଟି ସ୍ଥାନରେ ଖାନତଲାସ ଚାଲିଛି। ସେଗୁଡିକ ହେଲା

୧) କଟକ ମଙ୍ଗଳାବାଗ ଥାନା ଅଧିନସ୍ଥ ଫ୍ରେଣ୍ଡସ୍ କଲୋନୀରେ ଅବସ୍ଥିତ ଶ୍ରୀ ନାୟକର ଏକ ଦୁଇ ମହଲା କୋଠା

୨) କୃଷ୍ଣପ୍ରସାଦ ଥାନା ଅଧିନରେ ଥିବା ତାଙ୍କ ଜନ୍ମସ୍ଥାନ ମାଲଦୁର ନୂତନ ଭାବରେ ନିର୍ମିତ କୋଠା

୩) ଝାରସୁଗୁଡାରେ ଅବସ୍ଥିତ ଶ୍ରୀ ନାୟକଙ୍କ ପରିବହନ କାର୍ଯ୍ୟାଳୟ

୪) ବିଜୁ ନଗର, ୱାର୍ଡ ନଂ -୯, ଝାରସୁଗୁଡାରେ ଅବସ୍ଥିତ ଶ୍ରୀ ନାୟକ ନାୟକଙ୍କ ଭଡା ଘର

୫) ଗଂଞ୍ଜାମର ଲାଞ୍ଜିପାଲ୍ଲୀ ଦୀପସାହିରେ ଥିବା ସମ୍ପର୍କୀୟ ଘର

୬. ବ୍ରହ୍ମପୁରର ରାମ ନାଗରରେ ଶ୍ରୀ ନାୟକଙ୍କ ନାମରେ ଥିବା ଗୋଟିଏ ଦ୍ୱି ମହଲା ବିଶିଷ୍ଟ କୋଠା

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁଇମହଲା ବିଶିଷ୍ଠ ତିନୋଟି ଘର ସହିତ ନଗଦ ୪ ଲକ୍ଷ ୪୬ ହଜାର ଟଙ୍କା ଜବତ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶିକ୍ଷକଙ୍କ ଘରେ ଭିଜିଲାନସ ଚଢ଼ାଉ: ୪ କୋଟି ସଂପତ୍ତି ଠାବ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ପୁଣି ଜଣେ ଶିକ୍ଷକଙ୍କ ଘରେ ଏବଂ ବିଭିନ୍ନ ସ୍ଥାନରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ସେ ହେଉଛନ୍ତି ଗଜପତି ଗୋଷାଣି ବ୍ଲକ୍ ରାଉତପେଟା ୟୁପି ସ୍କୁଲର ସହକାରୀ ଶିକ୍ଷକ ଦୁଶ୍ମନ୍ତ ନାୟକ। ଆଜି ୬/୨୦୨୦ ସର୍ଚ୍ଚ ୱାରେଣ୍ଟ ବଳରେ ସକାଳୁ ସକାଳୁ ତାଙ୍କର ପାରଳାଖେମୁଣ୍ଡି କୃଷ୍ଣଚନ୍ଦ୍ରପୁର ଏରଡ଼େଲା ସାହିର ତିନି ମହଲା ଘର, ପାଳାଖେମୁଣ୍ଡି ହସ୍‌ପିଟାଲ୍‌ରେ ରୋଡ଼୍‌ରେ ଥିବା ଦୁଇ ମହଲା ଘର, ପାରଳାଖେମୁଣ୍ଡ କାଞ୍ଚରା ସାହିରେ ଥିବା ଦୁଇ ମହଲା ଘର, ସେଣ୍ଟ ଜୋସେଫ୍ ସ୍କୁଲ ନିକଟରେ ଥିବା ଦୁଇ ମହଲା ଘର, ଆରୋଗ୍ୟ ସାହିରେ ଥିବା ଦୁଇମହଲା ଘର, ଜନଗମ ସାହିରେ ଥିବା ଦୁଇ ମହଲା ଘର, ଖାଜା ସାହିରେ ଥିବା ତିନି ମହଲା ଘର, ଖଞ୍ଜ ସାହିରେ ଥିବା ତିନି ମହଲା ଘର, ଗଜପତି ଷ୍ଟାଡ଼ିୟମ ଆଗରେ ଥିବା ତିନି ମହଲା ଘର, ଖଞ୍ଜ ସାହିରେ ଆଉ ଗୋଟିଏ ଦୁଇ ମହଲା ଘର, ଗୋଷାଣି ବ୍ଲକ୍ ଜଙ୍ଗଲପାଡ଼ୁର ପୈତୃକ ଘର, ଗୁଣପୁର ଏସ୍‌ବିଆଇ ଆଗରେ ଥିବା ଶ୍ୱଶୁର ଘର, ରାଉତପୁର ସ୍କୁଲର ଅଫିସ ରୁମ୍‌କୁ ଏକକାଳୀନ ଚଢ଼ାଉ କରାଯାଇଥିଲା। ଚଢ଼ାଉ ପରେ ତାଙ୍କର ସମୁଦାୟ ୪ କୋଟି ୩ ଲକ୍ଷ ୨୯ ହଜାର ୮୬୯ ସ୍ଥାବର ଓ ଅସ୍ଥାବର ସଂପତ୍ତିକୁ ଠାବ କରାଯାଇଛି।

ଏରେଦ୍ରା ସାହିର ଘରର ମୂଲ୍ୟ ୨୩ ଲକ୍ଷ ୩୪ହଜାର, ହସ୍‌ପିଟାଲ୍ ରୋଡ଼୍‌ରେ ଥିବା ଘରର ମୂଲ୍ୟ ୮ଲକ୍ଷ ୫୫ହଜାର ୩୫୦ ଟଙ୍କା, କାଞ୍ଚରା ସାହିରେ ଥିବା ଦୁଇମହଲା ଘରର ମୂଲ୍ୟ ୩୨ଲକ୍ଷ ୮୬ହଜାର ୨୦୫, ସେଣ୍ଟ ଜୋସେଫ୍ ସ୍କୁଲ ନିକଟରେ ଥିବା ଦୁଇମହଲା ଘର ଯାହାର ମୂଲ୍ୟ ୬୩ଲକ୍ଷ ୬୯ହଜାର ୪୫୩ ଟଙ୍କା, ଆରୋଗ୍ୟ ସାହିର ଦୁଇ ମହଲା ଘରର ମୂଲ୍ୟ ୫୪ ଲକ୍ଷ ୭୬ହଜାର ୨୯୭ ଟଙ୍କା, ଜାଗରଣ ସାହିର ଦୁଇ ମହଲା ଘରର ମୂଲ୍ୟ ୩୦ଲକ୍ଷ ୨୦ହଜାର ୪୬୮ ଟଙ୍କା, ଖଞ୍ଜ ସାହି ତିନି ମହଲା ଘରର ମୂଲ୍ୟ ୫୩ ଲକ୍ଷ ୨୦ହଜାର ୪୪୦ ଟଙ୍କା, ଗଜପତି ଷ୍ଟାଡ଼ିୟମ ନିକଟରେ ଥିବା ତିନି ମହଲା ଘରର ମୂଲ୍ୟ ୧କୋଟି ୧୪ ଲକ୍ଷ ୨୪ହଜାର ୩୯୩ ଟଙ୍କା, ବିଭିନ୍ନ ସ୍ଥାନରେ ଥିବା ୮ଟି ଜାଗା ଯାହାର ମୂଲ୍ୟ ୧୩ଲକ୍ଷ ୮୩ହଜାର ୫୩୨ ଟଙ୍କା। ଘର ପ୍ରସାଧନ ସାମଗ୍ରୀ ୧ଲକ୍ଷ ୫୬ହଜାର ୬୦୦ ଟଙ୍କା, ୬୨୨୮୫ ନଗଦ ଟଙ୍କା, ୫୦ହଜାର ସୁନା ଓ ରୂପା ଅଳଙ୍କାର, ବିଭିନ୍ନ ବ୍ୟାଙ୍କରେ ଡ଼ିପୋଜିଟ୍ ଥିବା ୫ଲକ୍ଷ ୨୦ହଜାର ୬ ଟଙ୍କା, ଏଲ୍‌ଆଇସିରେ ପ୍ରିମିୟମ ୭୦ହଜାର ୮୪୦ ଟଙ୍କା ଏଭଳି ସମୁଦାୟ ୪ କୋଟି ୦୩ ଲକ୍ଷ ୨୮ହଜାର ୮୬୯ ଟଙ୍କାର ସ୍ଥାବର ଅସ୍ଥାବର ସଂପତ୍ତି ଆକଳନ କରାଯାଇଛି। ଦୁଶ୍ମନ୍ତ ନାୟକ ୧୯୯୬ରେ ସହକାରୀ ଶିକ୍ଷକ ଭାବେ ଏସ୍‌. ରାଉତପେଟା ସରକାରୀ ୟୁପି ସ୍କୁଲରେ କାର୍ଯ୍ୟରତ ଅଛନ୍ତି। ଅଧିକ ଅନୁସନ୍ଧାନ ଜାରି ରହିଥିବା ବେଳେ କାଲି ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରାଯିବ ବୋଲି ଭିିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆକାଶ ପାଠକ ଆକାଉଣ୍ଟରୁ ପୁଣି ବାହାରିଲା ଦେଢ କୋଟି, ମୋଟ ହେଲା ସାଢେ ସତର କୋଟି ଟଙ୍କା

ଭୁବନେଶ୍ବର, ଧୀରେ ଧୀରେ ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ବ୍ୟାଙ୍କ ଆକାଣ୍ଟରୁ ଜମା ଟଙ୍କା ପରିମାଣ ବାହାରିବାରେ ଲାଗିଛି। ଆଜି ଭିଜିଲାନସ ତରଫରୁ ଆକାଶଙ୍କ ଭୁବନେଶ୍ବର ଏବଂ ପୁନେ ଆକାଉଣ୍ଟ ଖୋଳତାଡ କରାଯାଇଥିଲା। ଏଥିରେ ଅଭୟ ପାଠକଙ୍କ ପୁଅ ଆକାଶଙ୍କ ଆକାଉଣ୍ଟରୁ ଏକ କୋଟି ସତଚାଳିଶ ଲକ୍ଷ ଟଙ୍କା ଜମା ଥିବାର ଜଣାପଡିଥିଲା। ଫଳରେ ତାଙ୍କ ଆକାଉଣ୍ଟରେ ମୋଟ ଜମା ପରିମାଣ ବୃଦ୍ଧି ପାଇଁ 17 କୋଟି 52 ଲକ୍ଷରେ ପହଁଚିଛି।

ଏତେ ଟଙ୍କା ତାଙ୍କ ଆକଉଣ୍ଟରେ ସେ କିପରି ଜମା ରଖିଥିଲେ ତାହା ଆଶ୍ଚର୍ଯ୍ୟ ଲାଗିଛି। ଫଳରେ ଭିଜିଲାନସ ବର୍ତ୍ତମାନ ଏହି ଟଙ୍କାର ଖିଅ ବାହାର କରିବାରେ ଲାଗିଛି। ପ୍ରକୃତରେ ଏହି ଟଙ୍କା ଆକାଶ କେଉଁଠାରୁ ଆଣିଥିଲେ ଏବଂ କାହାକୁ ଦେଇଥିଲେ ତାହା ତଦନ୍ତ କରୁଛି। ସେହିପରି ଭିଜିଲାନସ ଉଭୟ ବାପପୁଅଙ୍କର ଦସ୍ତଖତ କରି ନେଇଛି। ଯାହା ଦ୍ବାରା ତାଙ୍କର ସମସ୍ତ କାଗଜ ପତ୍ରକୁ ଯାଞ୍ଚ କରାଯିବ। ଏପରିକି ଏହି ଦସ୍ତଖତ ବ୍ୟାଙ୍କ ଆକାଉଣ୍ଟ ସହିତ ମେଳ ଖାଉଛି କି ନାହିଁ ତାହା ମଧ୍ୟ ପରୀକ୍ଷା କରିବ। ଏଥିସହିତ ଭିଜିଲାନସ ବିଭିନ୍ନ ସିସିଟିଭି ଫୁଟେଜ ଏବଂ କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଥିବାର ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲାଞ୍ଚ ନେଲା ବେଳେ ଭିଜିଲାନସ ହାତରେ ଧରା ପଡିଲେ ତହସିଲଦାର

ସୁବର୍ଣ୍ଣପୁର, ଆଜି ଜଣେ ତହସିଲଦାର ଲାଞ୍ଚ ନେଲାବେଳେ ଭିଜିଲାନସ ଅଧିକାରୀମାନେ ଚଢାଉ କରି ତାଙ୍କଠାରୁ ରଂଗ ବୋଳା ଟଙ୍କା ଜବତ କରିବା ସହ ଗରିଫ କରିଛନ୍ତି। ସେ ହେଉଛନ୍ତି  ସୁବର୍ଣ୍ଣପୁର ଜିଲ୍ଲାର ତରଭା ତହସିଲର ତହସିଲଦାର ତଥା ସବ ରେଜିଷ୍ଟାର। ତାଙ୍କ ନାମ ହେଉଛି ସୁବ୍ରତ ବେହେରା।

ଜଣେ ଲୋକର ଜମି ରେଜିଷ୍ଟ୍ରେସନ କରିବା ପାଇଁ ସେ 20 ହଜାର ଟଙ୍କା ମାଗିଥିଲେ। ଟଙ୍କା ଦେଲେ ଏହି ରେଜିଷ୍ଟ୍ରେସନ କରାଯିବ ବୋଲି ତହସିଲଦାର କହିଥିଲେ। ଜମି ମାଲିକ ଭିଜିଲାନସ ସହିତ ଯୋଗଯୋଗ କରିବା ପରେ ତାଙ୍କୁ ଧରିବା ପାଇଁ ଯୋଜନା କରାଯାଇଥିଲା। ଯୋଜନା ମୁତାବିକ ଭିଜିଲାନସ ଅଧିକାରୀମାନେ ବାହାର ଛକି ରହିଥିଲେ। ଜମି ମାଲିକ ଟଙ୍କା ଦେବା ପରେ ଭିଜିଲାନସ ଅଧିକାରୀ ତାଙ୍କୁ କାବୁ କରି ଟଙ୍କା ଜବତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନବିଭାଗର ଦୁଇ ଆକାଉଣ୍ଟାଣ୍ଟ୍ ଘରେ ଭିଜିଲାନସ ଚଢ଼ାଉ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ବ୍ରହ୍ମପୁର ବନଖଣ୍ଡ ଏବଂ ଚିଲିକା ୱାଇଲ୍ଡ ଲାଇଫ୍ ବନଖଣ୍ଡର ଦୁଇ ଆକାଉଣ୍ଟାଣ୍ଟ ଘର ଏବଂ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି। ବ୍ରହ୍ମପୁର ଭିଜିଲାନସ କେସ ନଂ ୪/୨୦୨୦ରେ ଚିଲିକା ୱାଇଲ୍ଡ ଲାଇଫ୍ ଡ଼ିଭିଜନ, ବାଲୁଗାଁର ଜୁନିୟର ଆକାଉଣ୍ଟାଣ୍ଟ ନବୀନ ଚନ୍ଦ୍ର ବିଷୋୟୀଙ୍କ ବ୍ରହ୍ମପୁର ନୀଳକଣ୍ଠନଗର ତୃତୀୟ ଲାଇନ୍ ଘର, ବାଲୁଗାଁ କାର୍ଯ୍ୟାଳୟ ଚାମ୍ବର, ଚିଲିକା ଫରେଷ୍ଟ ରେଷ୍ଟ ହାଉସ୍‌ରେ ଏକକାଳୀନ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ତାଙ୍କର ସ୍ଥାବର ଓ ଅସ୍ଥାବର ସଂପତ୍ତିର ପରିମାଣ ଭିଜିଲାନସ ବିଭାଗ ପ୍ରଦାନ କରିଛି।

ବ୍ରହ୍ମପୁର ନୀଳକଣ୍ଠନଗର ତୃତୀୟ ଗଳିରେ ଥିବା ଘରର ମୂଲ୍ୟ ୯୬ଲକ୍ଷ ୪୦ହଜାର ୫୯୮ ଟଙ୍କା, ଜଟଣି ବଡ଼ରଘୁନାଥପୁର ମୌଜାରେ ଥିବା ୨ଟି ପ୍ଲଟ୍ ଯାହାର ମୂଲ୍ୟ ୩୨ହଜାର, ୫ ଲକ୍ଷ ୯୫ହଜାର ୨ଶହ ଟଙ୍କାର ଘର ସାମଗ୍ରୀ, ୯୦ହଜାର ୫ଶହ ଟଙ୍କା ସୁନା ଏବଂ ରୂପା ଅଳଙ୍କାର, ୫ ଲକ୍ଷ ୧୦ ହଜାର ୩୯୯ ଟଙ୍କାର ବିଭିନ୍ନ ବ୍ୟାଙ୍କରେ ଡ଼ିପୋଜିଟ୍‌, ୧ ଲକ୍ଷ ୪୧ହଜାର ୧୭୨ ନଗଦ ଟଙ୍କା, ଗୋଟିଏ ମୋଟର ସାଇକେଲ୍ ଯାହାର ମୂଲ୍ୟ ୯୩ହଜାର ଟଙ୍କା ଆକଳନ କରାଯାଇଛି। ସମୁଦାୟ ସଂପତ୍ତି ୧ କୋଟି ୧୧ ଲକ୍ଷ ୨ହଜାର ୮୭୬ ଟଙ୍କା ଆକଳନ କରିଛି ଭିଜିଲାନସ ବିଭାଗ। ସେ ୧୯୭୯ ରୁ ଜୁନିୟର କ୍ଲର୍କ ଭାବେ ଚିଲିକା ଡ଼ିଭିଜନରେ କାର୍ଯ୍ୟରତ ଅଛନ୍ତି।

ସେହିପରି ଆୟ ବର୍ହିଭୂତ ମାମଲା ୫/୨୦୨୦ ୱାରେଣ୍ଟରେ ବ୍ରହ୍ମପୁର ବନଖଣ୍ଡ ତଥା ବ୍ରହ୍ମପୁର ଡ଼ିଏଫ୍‌ଓ ଅଫିସରେ କାର୍ଯ୍ୟରତ ଜୁନିୟର ଆକାଉଣ୍ଟାଣ୍ଟ ସୂର୍ଯ୍ୟ ନାରାୟଣ ତ୍ରିପାଠୀଙ୍କ ବ୍ରହ୍ମପୁର କମାପଲ୍ଲୀ ନୃସିଂହ ମନ୍ଦିର ସାହିରେ ଥିବା ତିନି ମହଲା ଘର, ବ୍ରହ୍ମପୁର ତହସିଲ୍‌, ଆଙ୍କୁଲି ମୌଜା ବାବାଜୀ ଢ଼ାବା ନିକଟରେ ଥିବା ଆସିଆନା ଆପର୍ଟମେଣ୍ଟର ଫ୍ଲାଟ୍‌, ବ୍ରହ୍ମପୁର ଅଫିସ୍ ଚାମ୍ବରରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ାଉ ହୋଇଥିଲା।

ସ୍ଥାବର ସଂପତ୍ତି ମଧ୍ୟରେ ନୃସିଂହ ମନ୍ଦିର ସାହିରେ ଥିବା ତିନି ମହଲା ଘର ଯାହାର ମୂଲ୍ୟ ୩୬ ଲକ୍ଷ ୫୨ହଜାର ୩୧୨ ଟଙ୍କା, ଆସିଆନା ଆପାର୍ଟମେଣ୍ଟରେ ଥିବା ପ୍ଲାଟ୍‌ର ମୂଲ୍ୟ ୧୨ଲକ୍ଷ ୩୮ହଜାର ୫୨୦ ଟଙ୍କା, ଆଙ୍କୁଲି ମୌଜାରେ ଥିବା ଏକ ଜାଗା ଯାହାର ମୂଲ୍ୟ ୧ଲକ୍ଷ ୧୭ହଜାର ୬୮୩ ଟଙ୍କା, ପଥରା ମୌଜାରେ ଥିବା ଏକ ଜାଗା ଯାହାର ମୂଲ୍ୟ ୨ ଲକ୍ଷ ୮୩ହଜାର ୩୫୦ ଟଙ୍କା ଆକଳନ କରାଯାଇଛି। ଅସ୍ଥାବର ସଂପତ୍ତି ଭାବେ ୨ ଲକ୍ଷ ୮୭ହଜାର ୮୫୦ ଟଙ୍କାର ଘର ସଜ୍ଜା ତଥା ଘର ଉପକରଣ, ୩ ଲକ୍ଷ ୨୧ହଜାର ୫୬୮ ଟଙ୍କାର ବିଭିନ୍ନ ବ୍ୟାଙ୍କ ଡ଼ିପୋଜିଟ୍‌, ୩୯ହଜାର ୬୫୦ ନଗଦ ଟଙ୍କା ଜବତ ହୋଇଛି।

ସମୁଦାୟ ସଂପତ୍ତିର ପରିମାଣ ୫୯ ଲକ୍ଷ ୭୦ହଜାର ୯୯୩ ଟଙ୍କା ଆକଳନ କରାଯାଇଛି। ଶ୍ରୀ ତ୍ରିପାଠୀ ୧୯୯୩ ମସିହାରେ ଚାକିରି ଜୀବନ ଆରମ୍ଭ କରି ସେ ବ୍ରହ୍ମପୁର ଡ଼ିଏପ୍‌ଓ ଅଫିସ୍‌ରେ ଜୁନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରଥ ଅଛନ୍ତି। ଉଭୟ ମାମଲାରେ ଅଧିକ ଅନୁସନ୍ଧାନ ଜାରି ରହିଥିବା ଭିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି।