ଆକାଶ ପାଠକ ଆକାଉଣ୍ଟରୁ ପୁଣି ବାହାରିଲା ଦେଢ କୋଟି, ମୋଟ ହେଲା ସାଢେ ସତର କୋଟି ଟଙ୍କା

Published: Dec 5, 2020, 4:21 am IST

ଭୁବନେଶ୍ବର, ଧୀରେ ଧୀରେ ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ବ୍ୟାଙ୍କ ଆକାଣ୍ଟରୁ ଜମା ଟଙ୍କା ପରିମାଣ ବାହାରିବାରେ ଲାଗିଛି। ଆଜି ଭିଜିଲାନସ ତରଫରୁ ଆକାଶଙ୍କ ଭୁବନେଶ୍ବର ଏବଂ ପୁନେ ଆକାଉଣ୍ଟ ଖୋଳତାଡ କରାଯାଇଥିଲା। ଏଥିରେ ଅଭୟ ପାଠକଙ୍କ ପୁଅ ଆକାଶଙ୍କ ଆକାଉଣ୍ଟରୁ ଏକ କୋଟି ସତଚାଳିଶ ଲକ୍ଷ ଟଙ୍କା ଜମା ଥିବାର ଜଣାପଡିଥିଲା। ଫଳରେ ତାଙ୍କ ଆକାଉଣ୍ଟରେ ମୋଟ ଜମା ପରିମାଣ ବୃଦ୍ଧି ପାଇଁ 17 କୋଟି 52 ଲକ୍ଷରେ ପହଁଚିଛି।

ଏତେ ଟଙ୍କା ତାଙ୍କ ଆକଉଣ୍ଟରେ ସେ କିପରି ଜମା ରଖିଥିଲେ ତାହା ଆଶ୍ଚର୍ଯ୍ୟ ଲାଗିଛି। ଫଳରେ ଭିଜିଲାନସ ବର୍ତ୍ତମାନ ଏହି ଟଙ୍କାର ଖିଅ ବାହାର କରିବାରେ ଲାଗିଛି। ପ୍ରକୃତରେ ଏହି ଟଙ୍କା ଆକାଶ କେଉଁଠାରୁ ଆଣିଥିଲେ ଏବଂ କାହାକୁ ଦେଇଥିଲେ ତାହା ତଦନ୍ତ କରୁଛି। ସେହିପରି ଭିଜିଲାନସ ଉଭୟ ବାପପୁଅଙ୍କର ଦସ୍ତଖତ କରି ନେଇଛି। ଯାହା ଦ୍ବାରା ତାଙ୍କର ସମସ୍ତ କାଗଜ ପତ୍ରକୁ ଯାଞ୍ଚ କରାଯିବ। ଏପରିକି ଏହି ଦସ୍ତଖତ ବ୍ୟାଙ୍କ ଆକାଉଣ୍ଟ ସହିତ ମେଳ ଖାଉଛି କି ନାହିଁ ତାହା ମଧ୍ୟ ପରୀକ୍ଷା କରିବ। ଏଥିସହିତ ଭିଜିଲାନସ ବିଭିନ୍ନ ସିସିଟିଭି ଫୁଟେଜ ଏବଂ କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଥିବାର ଜଣାପଡିଛି।

Related posts