Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଶେଷରେ ବନ୍ଧା ହେଲେ ହାଇସ୍କୁଲ ପ୍ରଧାନଶିକ୍ଷକ, ଲାଞ୍ଚ ନେଲା ବେଳେ ଧରିଥିଲା ଭିଜିଲାନ୍ସ

କଟକ: ଶେଷରେ ବନ୍ଧା ହେଲେ ହାଇସ୍କୁଲ ପ୍ରଧାନ ଶିକ୍ଷକ ନିରଂଜନ ଅତି। ସେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଛନ୍ତି। ଆଜି ସକାଳେ ଭିଜିଲାନ୍ସ ଲାଞ୍ଚ ନେଲା ବେଳ ଟଙ୍କା ସହ ଧରିଥିଲା। ତନାଘନା ପରେ ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି।

ଘଟଣାରୁ ଜଣାପଡିଛି ଯେ, ପ୍ରଧାନ ଶିକ୍ଷକ ଶ୍ରୀ ଅତି ଜଣେ ଶିକ୍ଷକଙ୍କର ଗୃହ ଋଣର ଦ୍ବିତୀୟ କିସ୍ତି କରାଇ ଦେବା ପାଇଁ ଲାଞ୍ଚ ମାଗିଥିଲେ। ପାଞ୍ଚ ହଜାର ଟଙ୍କା ଦେଲେ ଦ୍ବିତୀୟ କିସ୍ତି କରାଇଦେବି ବୋଲି କହିଥିଲେ। ସଂପୃକ୍ତ ଶିକ୍ଷକ ଭିଜିଲାନସ ସହିତ ଯୋଗାଯୋଗ କରିବା ପରେ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ତାଙ୍କୁ ପାଞ୍ଚ ହଜାର ଟଙ୍କା ଦେବା ବେଳେ ଭିଜିଲାନସ ମାଡି ବସିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭିଜିଲାନସ ଜାଲରେ ପଡିଲେ ହାଇସ୍କୁଲ ପ୍ରଧାନ ଶିକ୍ଷକ, ବିଭିନ୍ନ ସ୍ଥାନରେ ଚଢାଉ

କଟକ: ଆଜି ଭିଜିଲାନସ ଜାଲରେ ଫସିଛନ୍ତି ଜଣେ ହାଇସ୍କୁଲ ପ୍ରଧାନ ଶିକ୍ଷକ। ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ଅଫିସର ତାଙ୍କୁ ଧରିଛନ୍ତି। ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହିତ ପାଞ୍ଚୋଟି ସ୍ଥାନରେ ଚଢାଉ ଚାଲିଛି। ତେବେ ଚଢାଉ ଜାରୀ ରହିଥିବାରୁ ସବିଶେଷ ତଥ୍ୟ ମିଳିପାରି ନାହିଁ।

ଘଟଣାରୁ ଜଣାପଡିଛି ଯେ, କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଣେ ଶିକ୍ଷକଙ୍କର ଗୃହ ଋଣର ଦ୍ବୀତିୟ କିସ୍ତି କରାଇ ଦେବା ପାଇଁ ଲାଞ୍ଚ ମାଗିଥିଲେ। ପାଞ୍ଚ ହଜାର ଟଙ୍କା ଦେଲେ ଦ୍ବୀତିୟ କିସ୍ତି କରାଇଦେବି ବୋଲି କହିଥିଲେ। ସଂପୃକ୍ତ ଶିକ୍ଷକ ଭିଜିଲାନସ ସହିତ ଯୋଗାଯୋଗ କରିବା ପରେ ସମସ୍ତ ପ୍ରସ୍ତୁତି କରାଗଲା। ତାଙ୍କୁ ପାଞ୍ଚ ହଜାର ଟଙ୍କା ଦେବା ବେଳେ ଭିଜିଲାନସ ମାଡି ବସିଲା।

ସେହି ପ୍ରଧାନ ଶିକ୍ଷକଙ୍କ ନାମ ହେଉଛି  ନିରଂଜନ ଅତି। ତାଙ୍କ ନିକଟରୁ ରଂଗବୋଲି ଟଙ୍କା ଜବତ ସହିତ ତାଙ୍କର ଘର ଅଫିସରେ ଚଢାଉ ଚାଲିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମାଣବସାରେ ମା ଲକ୍ଷ୍ମୀ କଲେ କୋପ, ଭୁବନେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନସ

ଭୁବନେଶ୍ବର: ଆଜି ମାଣବସା ଗୁରୁବାରରେ ମା ଲକ୍ଷ୍ମୀ ଆସିବା ପାଇଁ ସମସ୍ତେ ପୂଜାପାଠ
କରନ୍ତି। ହେଲେ ଯାହା ଉପରେ ମା କୋପ କରନ୍ତି ତାଙ୍କର ସର୍ବସ୍ବ ନେଇଯାଆନ୍ତି। ଆଜି ସେହିପରି ଘଟଣା ଭୁବନେଶ୍ବରର ମୁଖ୍ୟ ଯୋଗାଣ ଅଧିକାରୀଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି। ସେ ହେଉଛନ୍ତି ପ୍ରଶାନ୍ତ କୁମାର ଗନ୍ତାୟତ। ଆଜି ସକାଳୁ ଭିଜିଲାନସ ଆଠଟି ସ୍ଥାନରେ ଚଢାଉ କରିଛି।

ତାଙ୍କ ପାଖରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢାଉ କରିଛି। ତାଙ୍କର ଭୁବନେଶ୍ବରର ଚନ୍ଦ୍ରଶେଖରପୁର, ପାଣ୍ଡରା, ଲକ୍ଷ୍ମୀସାଗର ଏବଂ ତିନିନମ୍ବର ରେ ଥିବା ଘରେ ଚଢାଉ ଜାର ରହିଛି। ସେହିପରି ତାଙ୍କର ଭୁବନେଶ୍ବର ଅଫିସ ଚ୍ୟାମ୍ବର, ବ୍ରହ୍ମପୁର ଏବଂ ଗଂଜାମର କେତେକ ସ୍ଥାନରେ ଚଢାଉ ଜାରୀ ରହିଛି।

ବର୍ତ୍ତମାନ ସୁଦ୍ଧା ତାଙ୍କ ଘରୁ ବହୁ ସୁନା ଅଳଙ୍କାର ବାହାରିବା ସହିତ କୋଟି କୋଟି ଟଙ୍କାର ବିଲିଡିଂ ଭିଜିଲାନସ ଜବତ କରିଛି। ବର୍ତ୍ତମାନ ସୁଦ୍ଧା ଚଢାଉ ଜାରୀ ରହିଥିବାରୁ ଏ ନେଇ ସବିଶେଷ ତଥ୍ୟ ଜଣାପଡି ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଣେ ହାଇସ୍କୁଲ କିରାଣୀ ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲଲାନ୍ସ

ଭୁବନେଶ୍ବର: ସେ ହେଉଛନ୍ତି ଜଣେ କଲେଜ କିରାଣୀ। ସେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ କାଗଜ ନ କରି ଦିନ ପରେ ଦିନ ଗଡାଇ ଚାଲିଥିଲେ। ଶେଷରେ ଲାଞ୍ଚ ନ ଦେଲେ କାଗଜ ପତ୍ର ହୋଇପାରିବ ନାହିଁ ବୋଲି କହିଲେ। ବିଚରା ଅବସରପ୍ରାପ୍ତ ଶିକ୍ଷକ ଜଣଙ୍କ ଭିଜିଲାନ୍ସର ଦ୍ବାରସ୍ଥ ହେଲେ। ତାଙ୍କ ନିର୍ଦ୍ଦେଶରେ ତିଆରି କରାଗଲା ଯୋଜନା। ଆଉ ଯୋଜନା ମୁତାବିକ କିରାଣୀ ଜଣଙ୍କ ଟଙ୍କା ନେବା ବେଳେ ମାଡିବସିଲା ଭିଜିଲାନ୍ସ।

ଏହି ଘଟଣାଟି ଯାଜପୁରର ଜିଲ୍ଲାର କବିରପୁରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି। ଯେଉଁ କିରାଣୀ ଜଣଙ୍କ ଲାଞ୍ଚ ନେଉଥିଲେ ସେ ହେଉଛନ୍ତି ମହେଶ୍ବର ସାମଲ। ତାଙ୍କ ପାଖରୁ ରଙ୍ଗବୋଳା ଦୁଇ ହଜାର ଟଙ୍କା ଜବତ କରାଯାଇଛି। ଏଥିସହିତ ତାଙ୍କର ଦୁଇଟି ସ୍ଥାନରେ ଚଢାଉ ଜାରୀ ରହିଛି। ତେବେ ସେଠାରୁ କଣ ମିଳିଛି ତାହା ଜଣାପଡି ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ଲାଞ୍ଚୁଆ ଅଫିସରଙ୍କ ଲାଞ୍ଚ ନେବା ତରିକା ବଦଳିଯାଉଥିବାରୁ ବର୍ତ୍ତମାନ ଚିନ୍ତାରେ ଭିଜିଲାନସ

ଭୁବନେଶ୍ବର: ବର୍ତ୍ତମାନ ଆଧୁନିକ ଜ୍ଞାନକୌଶଳ ଯୁଗରେ ବିଭିନ୍ନ କଥା ବଦଳିବାରେ ଲାଗିଛି। ଠିକ ସେହିପରି ଲାଞ୍ଚୁଆ ଅଫିରସଙ୍କ ଲାଞ୍ଚ ନେବା ତରିକା ମଧ୍ୟ ବଦଳିବାରେ ଲାଗିଛି। ଯାହାକୁ ନେଇ ଓଡିଶା ଭିଜିଲାନସ ଅଫିସର ଚିନ୍ତାରେ ପଡିଯାଇଛନ୍ତି। ଆଉ ରଂଗବୋଳା ଟଙ୍କା କାମ କରୁନି। ଫଳରେ କେମିତି ଲାଞ୍ଚୁଆ ଅଫିସରଙ୍କୁ ଲାଞ୍ଚ ନେଲାବେଳେ ଧରିବେ ତାହା ଉଦବେଗର ବିଷୟ ହୋଇଛି।

ଘଟଣାରୁ ଜଣାପଡିଛି ଯେ, ବର୍ତ୍ତମାନ ଲାଞ୍ଚୁଆ ଅଫିସରେମାନେ ଆଉ ଲୋକଙ୍କଠାରୁ ସିଧା ଟଙ୍କା ନେଉ ନାହାଁନ୍ତି। କାରଣ ଟଙ୍କା ନେଲେ କାଳେ ଭିଜିଲାନସର ରଂଗବୋଳା ଟଙ୍କା ଥିବା ସେଥିପାଇଁ ସେମାନେ ତରିକା ବଦଳେଇ ଦେଲେଣି। ଏବେ ସେମାନେ ସିଧା ଫୋନ ମାଧ୍ୟମରେ ଟଙ୍କା କାରବାର କରିବାକୁ କହୁଛନ୍ତି।

ବିଭିନ୍ନ ଘଟଣାରୁ ଜଣାପଡିଛି ଯେ, ଯେଉଁମାନେ ଲାଞ୍ଚ ନେଉଛନ୍ତି ସେମାନେ ସେମାନଙ୍କର କୌଣସି ଚିହ୍ନା ପରିଚିତଙ୍କ ଫୋନ ନମ୍ବର ଦେଉଛନ୍ତି। ସେହି ନମ୍ବରକୁ ଟଙ୍କା ପଠାଇବା ପାଇଁ ଲାଞ୍ଚୁଆ ଅଫିସରମାନେ କହୁଛନ୍ତି। ଏହାପରେ ସେହି ଚିହ୍ନାଜଣା ବ୍ୟକ୍ତି ଏଟିଏମରୁ ଟଙ୍କା କାଢି ତାଙ୍କୁ ଦେଉଛନ୍ତି। ଫଳରେ ନିଜ ଲୋକଙ୍କଠାରୁ ଟଙ୍କା ଗ୍ରହଣ କଲେ ତାହା ଆଉ ଭିଜିଲାନସ ଟଙ୍କା ବୋଲି ପ୍ରମାଣିତ ହୋଇପାରିବ ନାହିଁ।

ଏହିପରି କେତେକ ଘଟଣା ପଦାକୁ ଆସିବା ପରେ ଭିଜିଲାନସ ଏବେ ସତର୍କ ହୋଇପଡିଛି। ଏପରି କ୍ଷେତ୍ରରେ କିପରି ଲାଞ୍ଚୁଆ ଅଧିକାରୀଙ୍କୁ ଧରାଯିବ ସେ ନେଇ କୌଶଳ ଆପଣେଇବାରେ ଲାଗିଛି। ହେଲେ ଏହି ଫୋନ ନେଣଦେଣ ପକ୍ରିୟାରେ ସେମାନଙ୍କୁ ଧରିବା କାଠିକର ପାଠ ଏବଂ ତାହାକୁ କୋର୍ଟରେ ପ୍ରମାଣିତ କରିବା କଷ୍ଟ ସାଧ୍ୟ। ସେଥିପାଇଁ ଭିଜିଲାନସ ବିଭାଗର ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି।

ତେବେ ଏ ନେଇ ଭିଜିଲାନସ ତରଫରୁ ଯଦି ଅଫିସରଙ୍କୁ ଅନ ଲାଇନ ବା ଫୋନ ମାଧ୍ୟମରେ ଟଙ୍କା ପ୍ରେରଣ କରାଯାଇଥିବା ତେବେ ତାହାକୁ ଧରିହେବ। ଆକାଉଣ୍ଟ ଯାଞ୍ଚ କଲାପରେ ତାହା ଜଣାପଡିବ। ଏପରି କ୍ଷେତ୍ରରେ ଭିଜିଲାନସ ଉଭୟ ଲାଞ୍ଚୁଆ ଅଧିକାରୀ ଏବଂ ଟଙ୍କା ପଠାଇଥିବା ତାଙ୍କ ଚିହ୍ନାଜଣାଙ୍କୁ ଗିରଫ କରିପାରିବ। କିନ୍ତୁ ଯଦି ତାହା ଏଟିଏମରୁ ଟଙ୍କା ବାହାର କରି ଦେଲେ ସେଥିରେ କୌଣସି ପ୍ରମାଣ ମିଳିପାରିବ ନାହିଁ।

ଏ ସବୁକୁ ନେଇ ଭିଜିଲାନସ ବର୍ତ୍ତମାନ ସାଇବର ବିଶେଷଜ୍ଞଙ୍କ ପରାମର୍ଶ ନେଉଛନ୍ତି। ପୂର୍ବରୁ ରଂଗବୋଳା ଟଙ୍କାରେ ସେହି ଅଧିକାରୀଙ୍କ ଆଙ୍ଗୁଳି ଚିହ୍ନ ରହୁଥିବାରୁ ତାହାକୁ କୋର୍ଟରେ ପ୍ରମାଣିତ କରାଯାଇ ପାରୁଥିଲା। ବର୍ତ୍ତମାନ ଏପରି ଅନଲାଇନ କାରବାରରେ କିପରି ଲାଞ୍ଚୁଆ ଅଧିକାରୀଙ୍କୁ ଧରାଯିବ ସେ ସାଇବର ବିଶେଷଜ୍ଞଙ୍କ ପରାମର୍ଶ ନେଉଛନ୍ତି। ହେଲେ ଏଟିଏମରୁ ଟଙ୍କା ଉଠାଇ ଲାଞ୍ଚ କାରବାର କଲେ ତାହାକୁ ପ୍ରମାଣିତ କରିବା ବହୁତ କଷ୍ଟ ସାଧ୍ୟ ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆଠ ବର୍ଷ ଧରି ଫେରାର ଥିଲେ ପୂର୍ବତନ ବିଡିଓ, ଆଜି ଦିଲ୍ଲୀରେ ଧରିଲା ଭିଜିଲାନସ

ଭୁବନେଶ୍ବର: ସେ ବିଡିଓ ଥିଲେ। କାମ ନ ହୋଇ ପ୍ରାୟ 25 ଲକ୍ଷ ଟଙ୍କା ବିଲ କରିଦେଇଥିଲେ। ଏ କଥା ଜଣାପଡିବା ପରେ ସେ ହୋଇଗଲେ ଫେରାର। ଆଠ ବର୍ଷ ଧରି ଫେରାର ହେବା ପରେ ଆଜି ନୂଆ ଦିଲ୍ଲୀରେ ମାଡିବସିଛି ଭିଜିଲାନସ। ସେ ହେଉଛନ୍ତି କୋରାପୁଟ ନାରାୟଣପାଟଣା ର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ।

ରମେଶଙ୍କୁ ଧରିବା ପରେ ଭିଜିଲାନସ ସ୍ଥାନୀୟ ପଟିୟାଲା କୋର୍ଟରେ ହାଜର କରାଇ ରିମାଣ୍ଡରେ ଭୁବନେଶ୍ବରକୁ ଆଣୁଛନ୍ତି। ସେ ଏହି ଆଠ ବର୍ଷ ଭିତରେ ବହୁ ସ୍ଥାନ ପରିବର୍ତ୍ତନ କରି ଲୁଚି ରହିଥିଲେ। ସେ ଆସାମର ଥିବା ଖବର ପାଇଁ ଭିଜିଲାନସ ଧରିବା ପାଇଁ ସେଠାକୁ ଯାଇଥିଲେ। ହେଲେ ସେ ଜାଣିପାରି ସେଠାରୁ ଖସି ପଲେଇଗଲେ। ସେଠାରୁ ସେ ଦିଲ୍ଲୀ ଆସୁଥିବାର ଜାଣି ଭିଜିଲାନସ ସେଠାରେ ଛକି ରହି ଧରିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଅତିରିକ୍ତ ତହସିଲଦାର

ଭୁବନେଶ୍ବର: ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜଣେ ଅତିରିକ୍ତ ତହସିଲଦାର। ସେ ଜବତ ହୋଇଥିବା ଏକ ବାଲି ବୋଝେଇ ହାୱାଇ ଗାଡିକୁ ଛାଡି ଦେବା ପାଇଁ ଏହି ଲାଞ୍ଚ ନେଉଥିଲେ। ଏଥିପାଇଁ ସେ ମୋଟ 13 ହଜାର ଟଙ୍କା ନେବେ ବୋଲି ଦର ଛିଣ୍ଡିଥିଲା। ପ୍ରଥମ କିସ୍ତିରେ ସେ 10 ହଜାର ଟଙ୍କା ନେଇ ସାରିଥିଲେ। ହେଲେ ବାକି 3 ହଜାର ଟଙ୍କା ନେବା ବେଳେ ଭଜିଲାନ୍ସ ମାଡି ବସିଥିଲେ।

ସେ ହେଉଛନ୍ତି ନୟାଗଡ ଜିଲ୍ଲା ଗଣିଆ ତହସଲିର ଅତିରିକ୍ତ ତହସିଲଦାର ବନମାଳି ପରିଡା। ପୂର୍ବ ପ୍ରସ୍ତୁତି ଅନୁସାରେ ଭିଜିଲାନ୍ସ ଅଭିଯୋଗକାରୀଙ୍କୁ ରାସାୟନିକ ବୋଳା ଟଙ୍କା ଦେଇ ସେଠାରେ ଛକି ବସିଥିଲା। ଲାଞ୍ଚ ଦେବା ପରେ ତାଙ୍କୁ ରଙ୍ଗେ ହାତେ ଧରାଯାଇ ସେହି ଟଙ୍କା ଜବତ କରାଯାଇଥିଲା। ତାଙ୍କ ବିରୋଧରେ ବର୍ତ୍ତମାନ ଅଧିକ ତଦନ୍ତ ଚାଲିଛି ବୋଲି ଭିଜିଲାନ୍ସ ବିଭାଗ ତରଫରୁ କୁହାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ଜାଲରେ ଫଶିଲେ ଆରଡବ୍ଲୁ ଡିଭିଜନର କିରାଣୀ

କଟକ : ଭିଜିଲାନ୍ସ ଜାଲରେ ଫଶିଲେ ସୁନ୍ଦରଗଡ଼ ଆରଡବ୍ଲୁ ଡିଭିଜନର କନିଷ୍ଠ କିରାଣୀ। ତାଙ୍କ ନାମ ହେଲା ନନ୍ଦିକିଶୋର ନାଥ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଛି। ଏହି ଚଢାଉରେ ୩ ଜଣ ଡିଏସପି , ୯ ଇନସ୍ପେକ୍ଟର, ଜଣେ ଏସଆଇ, ୨ଜଣ ଏଏସଆଇ ସାମିଲ ଅଛନ୍ତି ।

ଯେଉଁ ସ୍ଥାନରେ ଚାଢାଉ ଚାଲିଛି ସେଗୁଡିକ ହେଲା ଭୁବନେଶ୍ୱର, ବରଗଡ଼, ରାଉରକେଲା ଓ ସମ୍ବଲପୁରର। ଭୁବନେଶ୍ୱର ଲକ୍ଷ୍ମୀସାଗର ସାଇକୃପା ଏନକ୍ଲେଭରେ ଥିବା ୧୦୫ ନମ୍ବର ପ୍ଲଟ୍‌ରେ ଚାଲିଛି ଚଢାଉ। ସେହିପରି ବରଗଡ଼ ଭିଏସଏସ ନଗରରେ ଥିବା ପୈତୃକ ଘର, ପାନପୋଷ ହକି ଛକରେ ଥିବା ସରକାରୀ କ୍ବାର୍ଟର୍ସ, ସୁ୍ନଦରଗଡ଼ରେ ଥିବା ଅଫିସ ଚାମ୍ବର, ସମ୍ବଲପୁର ଅଁଇଠାପାଲୀସ୍ଥିତ ଘର, ଏବଂ ସମ୍ପର୍କୀୟଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍ ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆଜି ସକାଳୁ ବ୍ଲକ ବିଇଓଙ୍କୁ ଧରିଲା ଭିଜିଲାନ୍ସ, ଦଶଜଣ ପୋଲିସ ଅଧିକାରୀ କରିଛନ୍ତି ଚଢାଉ

କଟକ: ଆଜି ସକାଳୁ ଭିଜିଲାନସ ଜଣେ ବ୍ଲକ ବିଇଓଙ୍କ ଘରେ ଅଫିସରେ ଚଢାଉ କରିଛି। ସେ ହେଉଛନ୍ତି କେଉଁଝର ଜିଲ୍ଲା ବାଂଶପାଳ ବ୍ଲକର ବିଇଓ ଗଙ୍ଗାଧର ସାହୁ। ଭିଜିଲାନ୍ସ କୋର୍ଟର ନିର୍ଦ୍ଦେଶନାମାରେ ଏହି ଚଢାଉ କରାଯାଇଛି। ତାଙ୍କ ପାଖରେ ଆୟ ବହିଃଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି।

ଏହି ଚଢାଉରେ 3 ଜଣ ଡିଏସପି, 5 ଜଣ ଇନିସ୍ପେକ୍ଟର, 2 ଜଣ ଏଏସଆଇ ଏହି ଚଢାଉରେ ସାମିଲ ଅଛନ୍ତି। ଯେଉଁ ସ୍ଥାନଗୁଡିକରେ ଚଢାଉ ଚାଲିଛି ସେଗୁଡିକ ହେଲା, ଆବାସିକ ସରକାର କ୍ୱାର୍ଟର୍ ଜେଲ୍ ରୋଡ୍ କେଉଁଝର, କେଉଁଝର ଟାଉନରେ ଅବସ୍ଥିତି ନିତି ମହଲା ବିଲ୍ଡିଂ, ତେଲକୋଇ ବ୍ଲକରେ ଅବସ୍ଥିତ ତାଙ୍କ ସଂପର୍କିୟଙ୍କ ଘର, ବାଂଶପାଳ ବ୍ଲକ ଅଫିସ ଏବଂ ତେଲକୋଇରେ ଥିବା ପୌତୃକ ବାସଭବନ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପଚାଶ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ରଙ୍ଗିଲା ହାତରେ ଧରିଲା ଭିଜିଲାନ୍ସ

ବ୍ରହ୍ମପୁର: ଆଜି ରଙ୍ଗିଲା ହାତରେ ଜଣେ ଆସିଷ୍ଟାଣ୍ଡ ଇଜିକ୍ୟୁଟିଭି ଇଂଜିନିୟରଙ୍କୁ ଧରିଛ ଭିଜିଲାନ୍ସ। ସେ ଜଣେ ଠିକାଦାରଙ୍କଠାରୁ ପଚାଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ସେ ହେଉଛନ୍ତି ଭଂଜନଗର ଅଧିନରେ ଥିବା ବାଘୁଆ ଜଳପ୍ରକଳ୍ପର ଆସିଷ୍ଟାଣ୍ଡ ଇଜିକ୍ୟୁଟିଭ ଇଂଜିନିୟର ବିଷ୍ଣୁ ଚରଣ ସାହୁ।

ଏହା ପୂର୍ବରୁ ଭିଜିଲାନ୍ସ ଜାଲ ବିଛାଇ ସାରିଥିଲା। ତାଙ୍କ ହାତରୁ ଟଙ୍କା ଧରାପଡିବା ପରେ ତାଙ୍କ ଅଫିସ, ଘର, ବ୍ରହ୍ମପୁର ଘର ଉପରେ ଚଢାଉ କରାଯାଇଥିଲା। ଏହି ସମୟରେ ତାଙ୍କ ବାସଭବନରୁ 7 ଲକ୍ଷ ନଗଦ ଟଙ୍କା ବାହାରିଥିଲା। ଏହାପରେ ଖୋଳତାଡ କରିବା ପରେ ତାଙ୍କର ଦୁଇଟି ତିନି ମହଲା କୋଠା, ଦୁଇଟି ପ୍ଲଟ ଏବଂ ଦାମୀ କାର ଥିବାର ଜଣାପଡିଥିଲା। ଅଧିକ ତଦନ୍ତ ଜାରୀ ରହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭିଜିଲାନସ ହାତରେ ଧରାପଡିଲେ ଅଙ୍ଗନବାଡି ସୁପରଭାଇଜର

କଟକ: ଆଜି ବଲାଙ୍ଗୀର ଜିଲ୍ଲା ଅଗଲପୁର ବ୍ଲକର ଆଇସିଡିଏସ ସୁପରଭାଇଜର କୁନି ନାୟକ ଲାଞ୍ଚ ନେଲା ବେଳେ ଭିଜିଲାନସ ହାତରେ ଧରାପଡିଛନ୍ତି। ସେ କେତେକ ଅଙ୍ଗନବାଡି କର୍ମଚାରୀଙ୍କଠାରୁ ନଅ ହଜାର ଆଠ ଶହ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନସ ଚଢାଉ କରିଛି।

ସେ ଅଙ୍ଗନୱାଡି କେନ୍ଦ୍ର ଚଳାଇବା ପାଇଁ ଦିଆଯାଉଥିବା କଣ୍ଟିଜେନ୍ସି ଏବଂ ଅନ୍ୟାନ୍ୟ ବିଲ୍ ପାଶ ପାଇଁ ଏହି ଲାଞ୍ଚ ନେଉଥିଲେ। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଏହି ସଂପର୍କରେ ସମ୍ବଲପୁର ଭିଜିଲାନ୍ସ ରେ କେସ୍ ପଞ୍ଜିକୃତ ହୋଇଛି। ଅଭିଯୁକ୍ତ କୁନି ନାୟକଙ୍କ ବିରୋଧରେ ତଦନ୍ତ ଚାଲିଥିବାରୁ ବିସ୍ତୃତ ରିପୋର୍ଟ ଜଣାପଡି ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆଜି ସକାଳୁ ବ୍ଲକ ଇଂଜିନିୟରଙ୍କ ଘରେ ଚଢାଉ କଲା ଭିଜିଲାନସ

ଭୁବନେଶ୍ବର: ଆଜି କଟକ ଜିଲ୍ଲାର ଡମ୍ପଡା ବ୍ଲକର ଆସିଷ୍ଟାଣ୍ଡ ଇଂଜିନିୟରଙ୍କ ଘରେ ଭିଜିଲାନସ ଚଢାଉ କରିଛି। ତାଙ୍କ ନାମ ହେଲା ପ୍ରଭାତ କୁମାର ରାଉତ। ଆୟ ବର୍ହିଃଭୂତ ସମ୍ପତ୍ତି ଅଧିଗ୍ରହଣ ଅଭିଯୋଗରେ ଏହି ଚଢାଉ କରାଯାଇଛି। ଏଥିରେ 4 ଜଣ ଡିଏସପି, 10 ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ଅନ୍ତର୍ଭୁକ୍ତ ଅଛନ୍ତି। ତାଙ୍କର 4ଟି ସ୍ଥାନରେ ଏହି ଚଢାଉ ଚାଲିଛି।

ଯେଉଁସ୍ଥାନରେ ଚଢାଉ ଚାଲିଛି ସେଗୁଡିକ ହେଲା

1- ବାରଙ୍ଗରେ ଅବସ୍ଥିତ ଶ୍ରୀ ପ୍ରଭାତ କୁମାର ରାଉତଙ୍କର ଆବାସିକ ତିନି ମହଲା କୋଠା।

2- କେନ୍ଦ୍ରପଡାରେ ଥିବା ତାଙ୍କର ପୈତୃକ ଘର

3) ଡମପଡା ବ୍ଲକ ଅଫିସ

4) କଟକ ଚୌଧୁରୀ ବଜାରରେ ଅବସ୍ଥିତ ତାଙ୍କ ଭାଇଙ୍କ ବାସଭବନ

( ଫଟୋଟି ହେଉଛି ରାଉତଙ୍କ ବାରଙ୍ଗରେ ଥିବା ତିନିମହଲା କୋଠା ଯାହା ଭିଜିଲାନସ ବିଭାଗ ଦ୍ବାରା ଉଠାଯାଇଛି। )

Categories
ବିଶେଷ ଖବର ରାଜ୍ୟ ଖବର

ଇଂଜିନିୟରଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ଘରୁ ମିଳିଲା ପୁଳାପୁଳ ଟଙ୍କା ଆଉ ଅଧା କିଲୋ ସୁନା, ଭିଜିଲାନ୍ସର ରେକର୍ଡ

ଭୁବନେଶ୍ବର: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭିଜିଲାନ୍ସ ବିଭାଗ ଜଣେ ଇଂଜିନିୟରଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ପାଖରେ ଯେତେ ଟଙ୍କା ପାଇଲେ ତାହା ଏକ ରେକର୍ଡ। ଅର୍ଥାତ ଭିଜିଲାନ୍ସ ପୂର୍ବରୁ ଯେତେ ଚଢାଉ କରିଥିଲେ ସେମାନେ ଏତେ ଟଙ୍କା ଆଉ ସୁନା କେବେ ହାସଲ କରି ନ ଥିଲେ। ଏ କଥା ଖୋଦ ଭିଜିଲାନ୍ସ ବିଭାଗ ଅଧିକାରୀ ସ୍ବୀକାର କରିଛନ୍ତି।

ଘଟଣାଟି ହେଉଛି ବୁଧବାର ଦିନ ଗଂଜାମ ଜିଲ୍ଲା ଭଂଜନଗର ମାଇନର ଜଳସେଚନ ଜଣେ ସହାୟକ ଇଂଜିନିୟରଙ୍କ ଘରେ ଭିଜିଲାନସ ଚଢାଉ କରିଥିଲା। ତାଙ୍କ ନାମ ହେଉଛି କାର୍ତ୍ତିକଶ୍ବର ରାଉଳ। ସେତେବେଳେ ତାଙ୍କ ଘରୁ ମଧ୍ୟ ବହୁ ଆୟ ବହିଃଭୂତ ସଂପତ୍ତି ଠାବ କରାଯାଇଥିଲା। ସେହି ଚଢାଉ ବେଳେ କାର୍ତ୍ତିକଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ଘର ମଧ୍ୟ ରେଡ୍ କରାଯାଇଥିଲା।

ତାଙ୍କର ଦ୍ବିତୀୟ ସ୍ତ୍ରୀଙ୍କ ନାମ ହେଉଛି କଳ୍ପନା ପ୍ରଧାନ। ସେ ଭୁବନେଶ୍ବର ଟାଟା ଆରିୟାନର ଏକ ଫ୍ଲାଟରେ ରହୁଛନ୍ତି। ସେହି ଫ୍ଲାଟରେ ଭିଜିଲାନସ ଚଢାଉ କରିବା ପରେ ସେଠାରେ ବିପୁଳ ପରିମାଣ ନଗଦ ଟଙ୍କା ଦେଖି ତାଜୁବ ହୋଇଯାଇଥିଲା। ସେହି ଟଙ୍କା ଦିନରାତି ଗଣିବା ପରେ ଗୁରୁବାର ଦିନ ଜଣାପଡିଥିଲା ଯେ ତାହା ଦୁଇ କୋଟି। ଯାହା ଭିଜିଲାନ୍ସ ବିଭାଗର ଏକ ରେକର୍ଡ ବୋଲି କୁହାଯାଇଛି।

କେବଳ ଟଙ୍କା ନୁହେଁ ତାଙ୍କ ଘରୁ ବିପୁଳ ପରିମାଣର ସୁନା ମଧ୍ୟ ଜବତ କରାଯାଇଛି। ସେଥିମଧ୍ୟରେ ରହିଛି 20ଟି ସୁନା ବିସ୍କୁଟ। ଯାହାର ଓଜନ 580 ଗ୍ରାମ ବୋଲି ଜଣାପଡିଛି।

ବୁଧବାର ଦିନ ଭିଜିଲାନସ କାର୍ତ୍ତିକେଶ୍ୱର ରାଉଳଙ୍କର ବ୍ରହ୍ମପୁର, ଭୁବନେଶ୍ବର ସମେତ 6ଟି ସ୍ଥାନରେ ଚଢାଉ କରିଥିଲେ। ଏହି ଚଢାଉରେ 5 ଜଣ ଡିଏସପି, 11 ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ। ଚଢାଉବେଳେ ତାଙ୍କ ସରକାରୀ ବାସଭବନରୁ ନଗଦ 2 ଲକ୍ଷ 50 ହଜାର 880 ଟଙ୍କା ଜବତ କରାଯାଇଛି। ଏଥିସହିତ ତାଙ୍କର ବହୁତଳ କୋଠା ମଧ୍ୟ ଜବତ କରାଯାଇଛି।

( ଏଥିରେ ଥିବା ଫଟୋ ତିନୋଟି କୌଣସି ପ୍ରତିକାତ୍ମକ ଫଟୋ ନୁହେଁ, ଚଢାଉ ପରେ ଭିଜିଲାନ୍ସ ଅଧିକାରୀଙ୍କ ଦ୍ବାରା ଉଠାଯାଇଥିବା ଫଟୋ )

Categories
ଆଜିର ଖବର ରାଜ୍ୟ ଖବର

ଗଂଜାମର ଜଣେ ସହାୟକ ଯନ୍ତ୍ରୀଙ୍କ ଘରେ ଭିଜିଲାନସ ଚଢାଉ

ବ୍ରହ୍ମପୁର: ଆଜି ଭିଜିଲାନସର ଏକ ଟିମ ଜଣେ ସହାୟକ ଯନ୍ତ୍ରୀଙ୍କ ଘର ଉପରେ ଚଢାଉ କରିଛନ୍ତି। ସେ ହେଉଛନ୍ତି ଏକ୍ସକ୍ୟୁଟିଭ ଇଂଜିନିୟର ଏମଆଇ ଭଂଜନଗର ଅଫିସର କାର୍ତ୍ତିକେଶ୍ୱର ରାଉଳ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ଏକକାଳୀନ 6ଟି ସ୍ଥାନରେ ଏହି ଚଢାଉ ଚାଲିଛି। ଏଥିରେ 5 DSP, 11 ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି।

ଚଢାଉବେଳେ ତାଙ୍କ ସରକାରୀ ବାସଭବନରୁ Rs 2,50,880/ ଟଙ୍କା ଜବତ କରାଯାଇଛି।

  1. ଜଳସେଚନ କଲୋନୀ, ଭଞ୍ଜାନଗର, ଜିଲ୍ଲା – ଗଞ୍ଜାମରେ ଅବସ୍ଥିତ ରେସିଡେନ୍ସିଆଲ୍ କ୍ୱାର୍ଟର୍
  1. ଭଞ୍ଜନାଗର, ଗଞ୍ଜାମ କାର୍ଯ୍ୟାଳୟ
  1. ଫ୍ଲାଟ ନଂ ବି- ,, ତ୍ରୁଷ୍ଟି ଆପାର୍ଟମେଣ୍ଟ, ମେରିଡିଆନ୍ କଲେଜ ଲେନ, ଖଣ୍ଡଗିରି, ଭୁବନେଶ୍ୱର
  1. ଫ୍ଲାଟ ନଂ A-073, କସମୋପଲିସ ରେସିଡେନ୍ସି, ଭୁବନେଶ୍ୱର
  1. ଭୁବନେଶ୍ୱରର ଖଣ୍ଡାଗିରିର ଜାଗାମାରା ପ୍ଲଟ୍ ନଂ 1045/2978 ଉପରେ ଥିବା ତିନି ମହଲା ବିଲ୍ଡିଂ
  2. ଗଞ୍ଜାମ ଜିଲ୍ଲା ଖଲିକୋଟର ଲଙ୍ଗଲେଶ୍ୱରରେ ଥିବା ପୈତୃକ ଘର
Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନସ ହାତରେ ଧରାପଡିଲେ ମହିଳା କନିଷ୍ଠ ଯନ୍ତ୍ରୀ, ଘରୁ ମିଳିଲା ଏତିକି ଟଙ୍କା

ନବରଂଗପୁର: ଆଜି ନବରଂଗପୁର ଜିଲ୍ଲା ଭିଜିଲାନସ ହାତରେ ଧରାପଡିଛନ୍ତି ଜଣେ ମହିଳା କନିଷ୍ଠ ଯନ୍ତ୍ରୀ। ସେ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ହାତରେ ଧରାପଡିଥିଲେ। ତାଙ୍କଠାରୁ କେମିକାଲ ବୋଳା ଟଙ୍କା ଜବତ କରାଯିବା ସହିତ ତାଙ୍କ ଘର ଉପରେ ଚଢାଉ କରାଯାଇଥିଲା। ଏହି ଚଢାଉ ବେଳେ ତାଙ୍କ ଘରୁ 3 ଲକ୍ଷ 13 ହଜାର ନଗଦ ଟଙ୍କା ମିଳିଛି।

ଏହି କନିଷ୍ଠ ଯନ୍ତ୍ରୀ ଜଣକ ହେଉଛନ୍ତି ନବରଂଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ବୀଣାପାଣି ବେହେରା। ସେ ଏନଆରଜିଏସ ଏକ କାମର 2 ଲକ୍ଷ ଟଙ୍କା ଏକ ବିଲ ପାଶ କରିବା ପାଇଁ ଏହି ଲାଞ୍ଚ ନେଉଥିଲେ। ଏହି ଲାଞ୍ଚ ଟଙ୍କା ମିଳିବା ପରେ ତାଙ୍କ ଘର ଏବଂ ବ୍ଲକ ଅଫିସରେ ଥିବା ଚ୍ୟାମ୍ବରରେ ଚଢାଉ କରାଯାଇଥିଲା। ଭିଜିଲାନସ ତାଙ୍କୁ ଗିରଫ କରି ଅଧିକ ଖୋଳତାଡ ଜାରି ରଖିଛି। ( ଫଟୋ ସୌଜନ୍ୟ ଓଡିଶା ଭିଜିଲାନାସ )

Categories
ଆଜିର ଖବର ରାଜ୍ୟ ଖବର

ଜଣେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନସର ଚଢାଉ, ମିଳିଲା ଖାଲି କୋଠା ଆଉ କୋଠା

ଭୁବନେଶ୍ବର: ଆଜି ଭିଜିଲାନ୍ସ ବିଭାଗ ତରଫରୁ ଏକ ବଡ ଧରଣର ଚଢାଉ କରାଯାଇଛି। ଏହି ଚଢାଉ ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ଘରେ କରାଯାଇଛି। ତାଙ୍କର ଏଗାରଟି ସ୍ଥାନରେ ଏକ କାଳିନ ଏହି ଚଢାଉ କରାଯାଇଛି। ଆଜି ସକାଳୁ ଏହି ଚଢାଉ ଆରମ୍ଭ ହୋଇଥିଲା। ସଂଧ୍ୟା ପର୍ଯ୍ୟନ୍ତ ମଧ୍ୟ ତାଙ୍କର ସଂପତ୍ତି ଆକଳନ କରିବା ଭିଜିଲାନ୍ସ ତରଫରୁ ସମ୍ଭବ ହୋଇପାରି ନାହିଁ।

ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ଆକଳନ କରାଯାଇଛି ସେଥିରେ ଭୁବନେଶ୍ବରରେ ଏକ ଚାରି ମହଲା କୋଠା, ଗୋଟିଏ ଫ୍ଲାଟ ଏବଂ ନିର୍ମାଣଧିନ ଏକ କୋଠା ଠାବ କରାଯାଇଛି। ସେହିପରି ବାଲେଶ୍ବରରେ ଏକ ଚାରି ମହଲା କୋଠା ଏବଂ ତାଙ୍କ ଘରୁ ଟଙ୍କା ମଧ୍ୟ ଜବତ କରାଯାଇଛି। ଭିଜିଲାନ୍ସ ତରଫରୁ ଏକ କାଳିନ ଭୁବନେଶ୍ବରର ତିନୋଟି ସ୍ଥାନ, ବାଲେଶ୍ବରର ପାଞ୍ଚୋଟି ସ୍ଥାନ, ବାରିପଦାର ତିନୋଟି ସ୍ଥାନରେ ଚଢାଉ କରାଯାଇଛି।

Categories
ଅପରାଧ ଆଜିର ଖବର

ଆଜି ସକାଳୁ ସକାଳୁ ଭିଜିଲାନସର ଚଢାଉ, ମିଳିଲା ଖଡଖଡିଆ ନୋଟ ବିଡା

ବରଗଡ: ଆଜି ସକାଳୁ ସକାଳୁ ବରଗଡ ଭିିଜିଲାନସ ତରଫରୁ ଏକ ଚଢାଉ ଆରମ୍ଭ ହୋଇଛି। ଏକ କାଳିନ ଦୁଇଟି ସ୍ଥାନରେ ଚଢାଉ ଜାରୀ ରହିଛି। ଯାହା ଘରେ ଚଢାଉ ହେଉଛି ସେ ହେଉଛନ୍ତି ବରଗଡ ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଚନ୍ଦ୍ରା ସାହୁ। ଭିଜିଲାନସର ଦୁଇଟି ଟିମ ଏକାବେଳେ ଏହି ଚଢାଉ କରୁଛନ୍ତି। ଏଥିରେ ଜଣେ ଡିଏସପି, ତିନିଜଣ ଇନସ୍ପେକ୍ଟର ଏବଂ ଅନ୍ୟ ଅଧିକାରୀ ରହିଛନ୍ତି।

ଚଢାଉ ବେଳେ ତାଙ୍କ ଘରୁ ଖଡଖଡିଆ ନୋଟ ମିଳିଛି। ଯାହାକୁ ଗଣତି କରିବା ପରେ ଜଣାପଡିଲା ଯେ ଏହା 3 ଲକ୍ଷ 54 ହଜାର 420 ଟଙ୍କା। ସେହିପରି ବରପାଲିରେ ଗୋଟିଏ ଦୁଇ ମହଲା କୋଠା, ଦୁଇଟି ପ୍ଲଟ, 2ଟି ଚାରିଚକିଆ ଏବଂ ଗୋଟିଏ ଦୁଇ ଚକିଆ ଗାଡି ଜବତ କରାଯାଇଛି। ଏ ପର୍ଯ୍ୟନ୍ତ ସର୍ଚ୍ଚ ଜାରୀ ରହିଥିବାରୁ ଚୁଡାନ୍ତ ତାଲିକା ଜଣାପଡି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନସ ଜାଲରେ ଅଙ୍ଗନୱାଡ଼ି କର୍ମୀ: ୨ କୋଟିର ସଂପତ୍ତି ଠାବ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ବଡ଼ ବଡ଼ ଅଧିକାରୀଙ୍କ ଉପରେ ଚଢ଼ାଉ ହୋଇ କୋଟି କୋଟି ଟଙ୍କାର ସଂପତ୍ତି ଠାବ ହୋଇଥିବାବେଳେ ଆଜି ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ଘରୁ ଦୁଇକୋଟି ଟଙ୍କାର ସଂପତ୍ତି ଠାବ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି।

ଆଜି ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ପୁରୁଣା ବ୍ରହ୍ମପୁର ଗଣେଶନଗର ମଙ୍ଗଳାବରମ ପେଟା-୨ର ଅଙ୍ଗନୱାଡ଼ି କର୍ମୀ ନମିତା ଦଳାଇଙ୍କ ବାସଗୃହ ଏବଂ ଅନ୍ୟାନ୍ୟ ଘରେ ଚଢ଼ାଉ ହୋଇଥିଲା। ସକାଳୁ ସକାଳୁ ସେ ରହୁଥିବା ହରିଡ଼ାଖଣ୍ଡି ଲକ୍ଷ୍ମୀନୃସିଂହ ପ୍ରଥମ ଗଳି ସାହିର ତିନିମହଲା ଘର, ଏହି ସାହିରେ ଥିବା ଦୁଇମହଲା କୋଠାଘର, ଗଣେଶ ନଗରରେ ଥିବା ଘର, ଗୌତମ ନଗର ଶ୍ରୀ ଏନକେଭ୍‌ରେ ୨ ବିଏଚ୍‌କେ ପ୍ଲାଟ୍‌, ଭୁବନେଶ୍ୱର ସୁନ୍ଦରପଡ଼ା ହାଇଟେକ୍ ପ୍ଲାଜାର ଫ୍ଲାଟ୍‌, ସିଟି ହସ୍‌ପିଟାଲ୍ ପଛଭାଗ ଦଳୁଆ ସାହିରେ ଥିବା ଘର ଏବଂ ସେ କାର୍ଯ୍ୟ କରୁଥିବା ଅଫିସ ଚାମ୍ବରରେ ଏକକାଳୀନ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ତାଙ୍କର ମୋଟ ସଂପତ୍ତିର ପରିମାଣ ଦୁଇକୋଟିରୁ ଉର୍ଦ୍ଧ୍ୱ ଆକଳନ କରାଯାଇଛି।

ହରିଡ଼ାଖଣ୍ଡି ଲକ୍ଷ୍ମୀନୃସିଂହ ସାହିର ତିନିମହଲା ଘରର ମୂଲ୍ୟ ୮୩ଲକ୍ଷ ୪୪ହଜାର ୩୪୮ ଟଙ୍କା, ସେହି ସାହିର ଦୁଇମହଲା ଘରର ମୂଲ୍ୟ ୨୨ଲକ୍ଷ ୧୩ହଜାର ୪୦୦ ଟଙ୍କା, ଗଣେଶ ନଗରରେ ଥିବା କୋଠାର ମୂଲ୍ୟ ୧୧ଲକ୍ଷ ୬୩ହଜାର ୦୮୮ ଟଙ୍କା, ଗୌତମ ନଗର ଫ୍ଲାଟର ମୂଲ୍ୟ ୪୫ ଲକ୍ଷ ୨୧ହଜାର ୮୦୦ ଟଙ୍କା, ସୁନ୍ଦରପଡ଼ା ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟର ମୂଲ୍ୟ ୨୭ ଲକ୍ଷ ୬୮ହଜାର ଟଙ୍କା, ଲକ୍ଷ୍ମୀନୃସିଂହ ସାହି ୧୨ ଗଳିରେ ଥିବା ଘରର ମୂଲ୍ୟ ୫ଲକ୍ଷ ୨୮ହଜାର ୨ଶହ ଟଙ୍କା, ୦.୦୦୧୫ ଡ଼େସିମିଲ୍ ଗୋଟିଏ ପ୍ଲଟ୍ ଯାହାର ମୂଲ୍ୟ ୧୮୦୦ ଟଙ୍କା, ସମୁଦାୟ ୧ କୋଟି ୯୫ ଲକ୍ଷ ୪୦ହଜାର ୬୩୬ ସ୍ଥାବର ସଂପତ୍ତି ରହିଛି। ସେହିଭଳି ଅସ୍ଥାବର ସଂପତ୍ତି ମଧ୍ୟରେ ୩ଲକ୍ଷ ୩୫୦ ଟଙ୍କାର ଘର ଉପକରଣ, ଇଣ୍ଡିଗୋ କାର୍ ଯାହାର ମୂଲ୍ୟ ୬ଲକ୍ଷ ୧୯ହଜାର ୭୪୬ ଟଙ୍କା, ଗୋଟିଏ ହିରୋ ମେଷ୍ଟୋ ସ୍କୁଟି ଯାହାର ମୂଲ୍ୟ ୪୯ ହଜାର ୬୧୪ ଟଙ୍କା, ଛତୁଆ ତିଆରି କରିବା ମେସିନ୍ ଯାହାର ମୂଲ୍ୟ ୪ ଲକ୍ଷ ୭୦ ହଜାର ଟଙ୍କା, ୨୮୭୨ ନଗଦ ଟଙ୍କା, ୩ ଲକ୍ଷ ୩୪ ହଜାର ୩୫୩ ଟଙ୍କା ସୁନା ଏବଂ ରୂପା ଅଳଙ୍କାର, ବିଭିନ୍ନ ବ୍ୟାଙ୍କରେ ଥିବା ୧୨ ଲକ୍ଷ ୭୯ହଜାର ୭୬ଟଙ୍କା, ସମୁଦାୟ ଅସ୍ଥାବର ସଂପତ୍ତି ୩୦ ଲକ୍ଷ ୫୬ହଜାର ୧୧ ଟଙ୍କା।

ସ୍ଥାବର ଓ ଅସ୍ଥାବର ସଂପତ୍ତି ମିଶାଇଲେ ସମୁଦାୟ ୨କୋଟି ୨୫ ଲକ୍ଷ ୯୬ହଜାର ୬୪୭ ଟଙ୍କାର ସଂପତ୍ତି ଠାବ କରାଯାଇଛି। ନମିତା ଦଳେଇ ୧୯୯୦ ମସିହାରେ ଅଙ୍ଗନୱାଡ଼ି କର୍ମୀ ଭାବେ ଚାକିରି ପାଇଥିବାବେଳେ ସେ ଏତେ ଟଙ୍କାର ଅଧିକାରୀ କିପରି ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିିତ କରିଛି।

ତେବେ ନମିତା କହିଛନ୍ତି ଏହି ସବୁ ତାଙ୍କର ସଂପତ୍ତି ନାହିଁ। ସବୁ ସଂପତ୍ତି ତାଙ୍କ ସ୍ୱାମୀଙ୍କର ଏବଂ ସେ ସ୍ୱର୍ଗବାସ ହେବା ପରେ ସବୁ ସଂପତ୍ତି ତାଙ୍କ ନିକଟକୁ ଆସିଛି। ତେବେ ଅଧିକ ଅନୁସନ୍ଧାନ ଜାରି ରହିଥିବା ଭିଜିଲାନସ ବିଭାଗ କହିଛି। ତଦନ୍ତ ପରିସରକୁ ବ୍ୟାପକ କଲେ ଏହି ଦୁର୍ନୀତିରେ ଲିପ୍ତ ବଡ଼ ବଡ଼ ମାଛମାନେ ମଧ୍ୟ ଲୋକଲୋଚନକୁ ଆସିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଆକାଶ ପାଠକ ଆକାଉଣ୍ଟରୁ ପୁଣି ବାହାରିଲା ଦେଢ କୋଟି, ମୋଟ ହେଲା ସାଢେ ସତର କୋଟି ଟଙ୍କା

ଭୁବନେଶ୍ବର, ଧୀରେ ଧୀରେ ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ବ୍ୟାଙ୍କ ଆକାଣ୍ଟରୁ ଜମା ଟଙ୍କା ପରିମାଣ ବାହାରିବାରେ ଲାଗିଛି। ଆଜି ଭିଜିଲାନସ ତରଫରୁ ଆକାଶଙ୍କ ଭୁବନେଶ୍ବର ଏବଂ ପୁନେ ଆକାଉଣ୍ଟ ଖୋଳତାଡ କରାଯାଇଥିଲା। ଏଥିରେ ଅଭୟ ପାଠକଙ୍କ ପୁଅ ଆକାଶଙ୍କ ଆକାଉଣ୍ଟରୁ ଏକ କୋଟି ସତଚାଳିଶ ଲକ୍ଷ ଟଙ୍କା ଜମା ଥିବାର ଜଣାପଡିଥିଲା। ଫଳରେ ତାଙ୍କ ଆକାଉଣ୍ଟରେ ମୋଟ ଜମା ପରିମାଣ ବୃଦ୍ଧି ପାଇଁ 17 କୋଟି 52 ଲକ୍ଷରେ ପହଁଚିଛି।

ଏତେ ଟଙ୍କା ତାଙ୍କ ଆକଉଣ୍ଟରେ ସେ କିପରି ଜମା ରଖିଥିଲେ ତାହା ଆଶ୍ଚର୍ଯ୍ୟ ଲାଗିଛି। ଫଳରେ ଭିଜିଲାନସ ବର୍ତ୍ତମାନ ଏହି ଟଙ୍କାର ଖିଅ ବାହାର କରିବାରେ ଲାଗିଛି। ପ୍ରକୃତରେ ଏହି ଟଙ୍କା ଆକାଶ କେଉଁଠାରୁ ଆଣିଥିଲେ ଏବଂ କାହାକୁ ଦେଇଥିଲେ ତାହା ତଦନ୍ତ କରୁଛି। ସେହିପରି ଭିଜିଲାନସ ଉଭୟ ବାପପୁଅଙ୍କର ଦସ୍ତଖତ କରି ନେଇଛି। ଯାହା ଦ୍ବାରା ତାଙ୍କର ସମସ୍ତ କାଗଜ ପତ୍ରକୁ ଯାଞ୍ଚ କରାଯିବ। ଏପରିକି ଏହି ଦସ୍ତଖତ ବ୍ୟାଙ୍କ ଆକାଉଣ୍ଟ ସହିତ ମେଳ ଖାଉଛି କି ନାହିଁ ତାହା ମଧ୍ୟ ପରୀକ୍ଷା କରିବ। ଏଥିସହିତ ଭିଜିଲାନସ ବିଭିନ୍ନ ସିସିଟିଭି ଫୁଟେଜ ଏବଂ କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଥିବାର ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଲାଞ୍ଚ ନେଇ ଭିଜିଲାନସ ହାତରେ ଧରାପଡ଼ିଲେ କମ୍ପ୍ୟୁଟର ପ୍ରୋଗ୍ରାମର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜନୈକ ବ୍ୟକ୍ତିଙ୍କ ବିବାହ ସାର୍ଟିଫିକେଟ କରାଇଦେବାକୁ ଲାଞ୍ଚ ନେଇ ବ୍ରହ୍ମପୁର ଭିିଜିଲାନସ ହାତରେ ଧରାପଡ଼ିଛନ୍ତି ଗୋପାଳପୁର ଏନ୍‌ଏସିର ଜଣେ କମ୍ପ୍ୟୁଟର ପ୍ରୋଗ୍ରାମର।

ଘଟଣାରୁ ପ୍ରକାଶ ଯେ ଗୋପାଳପୁର ଭଂଜବିହାରରେ ରହୁଥିବା ପ୍ରଫୁଲ ଚନ୍ଦ୍ର ଦାଶ ନିଜ ପୁଅ ସିଦ୍ଧାନ୍ତ କୁମାରଦାଶର ବିବାହ ସାର୍ଟିଫିକେଟ୍ କରିବା ପାଇଁ ଗୋପାଳପୁର ଏନ୍‌ଏସିରେ କାର୍ଯ୍ୟରତ କମ୍ପ୍ୟୁଟର ପ୍ରୋଗ୍ରାମର ନୟାଗଡ଼ ଜିଲ୍ଲା ପୁରୁଣା ସହର ରଥଗଡ଼ ସାହିର ପ୍ରିୟରଂଜନ ମହାରଣାଙ୍କ ସହ ଯୋଗଯୋଗ କରିଥିଲେ। ପ୍ରିୟରଂଜନ ଏଥିପାଇଁ ପ୍ରଫୁଲଙ୍କୁ ୨୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଫୁଲ ଏ ବିଷୟ ନେଇ ବ୍ରହ୍ମପୁର ଭିଜିଲାନସ ବିଭାଗକୁ ଜଣାଇବା ପରେ ତାଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା।

ଆଜି ଦାବି ମୁତାବକ କ୍ୟାମିକାଲ୍ ବୋଳା ଟଙ୍କା ଧରି ପ୍ରଫୁଲ ଏନ୍‌ଏସି କାର୍ଯ୍ୟାଳୟ ପ୍ରିୟରଂଜନଙ୍କ ନିକଟକୁ ଯାଇଥିଲେ। ଉକ୍ତ ଟଙ୍କାକୁ ସେ ଡାହାଣ ହାତରେ ଗ୍ରହଣ କରି ନିଜ ଅଫିସ୍ ଟେବୁଲ୍‌ରେ ରଖିବାବେଳେ ଭିଜିଲାନସ ଅଧିକାରୀମାନେ ପହଞ୍ଚି ଟଙ୍କାକୁ ଜବତ କରିଥିଲେ। ପରେ ଅଭିଯୁକ୍ତଙ୍କୁ ଗୋପାଳପୁର ଭଡ଼ାଘର ଏବଂ ଅଫିସ୍ ରୁମ୍‌କୁ ଯାଞ୍ଚ କରାଯାଇଛି। ଅଧିକ ଅନୁସନ୍ଧାନ କରାଯାଉଥିବା ଭିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନସ ଦ୍ୱାରା ଗିରଫ ହେଲେ କୋଟିପତି ହିନ୍ଦୀ ମାଷ୍ଟର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକାଲି ଝାଡ଼ାଙ୍କୁଲି ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କୁ ଆୟ ବର୍ହିଭୂତ ସଂପତ୍ତି ମାମଲାରେ ଭିଜିଲାନସ ଗିରଫ କରିଛି। ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ହେବା ପରେ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତି ପ୍ରାୟ ୪ କୋଟି ୯୩ ଲକ୍ଷ ୯୭ହଜାର ୨୪୪ ଟଙ୍କାର ଥିବା ଜଣାପଡ଼ିଥିଲା। ସେ ୨୦୦୪ ରୁ ୧୪.୧୦.୨୦ ପର୍ଯ୍ୟନ୍ତ ୮୮ ଲକ୍ଷ ୧୭ ହଜାର ୯୪୦ ଟଙ୍କା ଆଦାୟ କରିଥିବା ଜଣାପଡ଼ିଥିବାବେଳେ ସେ ଏବଂ ତାଙ୍କ ପରିବାର ୮୦ ଲକ୍ଷ ୪୪ ହଜାର ୨୪୨ ଟଙ୍କା ଖର୍ଚ୍ଚ ମଧ୍ୟ କରିଛନ୍ତି। ତେଣୁ ଆୟ ବର୍ହିଭୂତ ୪ କୋଟି ୩୬ ଲକ୍ଷ ୪୨ ହଜାର ୮୬୭ (୪୯୩%) ଟଙ୍କାର କୌଣସି ହିସାବ ଦେଖାଇ ପାରିନଥିଲେ। ତାଙ୍କ ସ୍ତ୍ରୀଙ୍କ ମଧ୍ୟ ସେଭଳି କୌଣସି ଆଦାୟ ନଥିବାରୁ ଶ୍ରୀ ସାହୁ ଅନୈତିକ ଉପାୟରେ ଏହି ଟଙ୍କା ଠୁଳ କରିଛନ୍ତି। ତେଣୁ ଆଜି ଭିଜିଲାନସ କେସ ନଂ ୧୬/୧୫.୧୦.୨୦୨୦ ରେ ଶିକ୍ଷକ ଭୁବନାନନ୍ଦ ସାହୁଙ୍କୁ ଗିରଫ କରି କୋର୍ଟଚାଲଣ କରାଯାଇଥିବା ଭିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି।