Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଲାଞ୍ଚୁଆ ଅଫିସରଙ୍କ ଲାଞ୍ଚ ନେବା ତରିକା ବଦଳିଯାଉଥିବାରୁ ବର୍ତ୍ତମାନ ଚିନ୍ତାରେ ଭିଜିଲାନସ
ରାଜ୍ୟ ଖବର

ଲାଞ୍ଚୁଆ ଅଫିସରଙ୍କ ଲାଞ୍ଚ ନେବା ତରିକା ବଦଳିଯାଉଥିବାରୁ ବର୍ତ୍ତମାନ ଚିନ୍ତାରେ ଭିଜିଲାନସ

September 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
vigilanceOffice
ଲାଞ୍ଚୁଆ ଅଫିସରଙ୍କ ଲାଞ୍ଚ ନେବା ତରିକା ବଦଳିଯାଉଥିବାରୁ ବର୍ତ୍ତମାନ ଚିନ୍ତାରେ ଭିଜିଲାନସ

ଭୁବନେଶ୍ବର: ବର୍ତ୍ତମାନ ଆଧୁନିକ ଜ୍ଞାନକୌଶଳ ଯୁଗରେ ବିଭିନ୍ନ କଥା ବଦଳିବାରେ ଲାଗିଛି। ଠିକ ସେହିପରି ଲାଞ୍ଚୁଆ ଅଫିରସଙ୍କ ଲାଞ୍ଚ ନେବା ତରିକା ମଧ୍ୟ ବଦଳିବାରେ ଲାଗିଛି। ଯାହାକୁ ନେଇ ଓଡିଶା ଭିଜିଲାନସ ଅଫିସର ଚିନ୍ତାରେ ପଡିଯାଇଛନ୍ତି। ଆଉ ରଂଗବୋଳା ଟଙ୍କା କାମ କରୁନି। ଫଳରେ କେମିତି ଲାଞ୍ଚୁଆ ଅଫିସରଙ୍କୁ ଲାଞ୍ଚ ନେଲାବେଳେ ଧରିବେ ତାହା ଉଦବେଗର ବିଷୟ ହୋଇଛି।

ଘଟଣାରୁ ଜଣାପଡିଛି ଯେ, ବର୍ତ୍ତମାନ ଲାଞ୍ଚୁଆ ଅଫିସରେମାନେ ଆଉ ଲୋକଙ୍କଠାରୁ ସିଧା ଟଙ୍କା ନେଉ ନାହାଁନ୍ତି। କାରଣ ଟଙ୍କା ନେଲେ କାଳେ ଭିଜିଲାନସର ରଂଗବୋଳା ଟଙ୍କା ଥିବା ସେଥିପାଇଁ ସେମାନେ ତରିକା ବଦଳେଇ ଦେଲେଣି। ଏବେ ସେମାନେ ସିଧା ଫୋନ ମାଧ୍ୟମରେ ଟଙ୍କା କାରବାର କରିବାକୁ କହୁଛନ୍ତି।

ବିଭିନ୍ନ ଘଟଣାରୁ ଜଣାପଡିଛି ଯେ, ଯେଉଁମାନେ ଲାଞ୍ଚ ନେଉଛନ୍ତି ସେମାନେ ସେମାନଙ୍କର କୌଣସି ଚିହ୍ନା ପରିଚିତଙ୍କ ଫୋନ ନମ୍ବର ଦେଉଛନ୍ତି। ସେହି ନମ୍ବରକୁ ଟଙ୍କା ପଠାଇବା ପାଇଁ ଲାଞ୍ଚୁଆ ଅଫିସରମାନେ କହୁଛନ୍ତି। ଏହାପରେ ସେହି ଚିହ୍ନାଜଣା ବ୍ୟକ୍ତି ଏଟିଏମରୁ ଟଙ୍କା କାଢି ତାଙ୍କୁ ଦେଉଛନ୍ତି। ଫଳରେ ନିଜ ଲୋକଙ୍କଠାରୁ ଟଙ୍କା ଗ୍ରହଣ କଲେ ତାହା ଆଉ ଭିଜିଲାନସ ଟଙ୍କା ବୋଲି ପ୍ରମାଣିତ ହୋଇପାରିବ ନାହିଁ।

ଏହିପରି କେତେକ ଘଟଣା ପଦାକୁ ଆସିବା ପରେ ଭିଜିଲାନସ ଏବେ ସତର୍କ ହୋଇପଡିଛି। ଏପରି କ୍ଷେତ୍ରରେ କିପରି ଲାଞ୍ଚୁଆ ଅଧିକାରୀଙ୍କୁ ଧରାଯିବ ସେ ନେଇ କୌଶଳ ଆପଣେଇବାରେ ଲାଗିଛି। ହେଲେ ଏହି ଫୋନ ନେଣଦେଣ ପକ୍ରିୟାରେ ସେମାନଙ୍କୁ ଧରିବା କାଠିକର ପାଠ ଏବଂ ତାହାକୁ କୋର୍ଟରେ ପ୍ରମାଣିତ କରିବା କଷ୍ଟ ସାଧ୍ୟ। ସେଥିପାଇଁ ଭିଜିଲାନସ ବିଭାଗର ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି।

ତେବେ ଏ ନେଇ ଭିଜିଲାନସ ତରଫରୁ ଯଦି ଅଫିସରଙ୍କୁ ଅନ ଲାଇନ ବା ଫୋନ ମାଧ୍ୟମରେ ଟଙ୍କା ପ୍ରେରଣ କରାଯାଇଥିବା ତେବେ ତାହାକୁ ଧରିହେବ। ଆକାଉଣ୍ଟ ଯାଞ୍ଚ କଲାପରେ ତାହା ଜଣାପଡିବ। ଏପରି କ୍ଷେତ୍ରରେ ଭିଜିଲାନସ ଉଭୟ ଲାଞ୍ଚୁଆ ଅଧିକାରୀ ଏବଂ ଟଙ୍କା ପଠାଇଥିବା ତାଙ୍କ ଚିହ୍ନାଜଣାଙ୍କୁ ଗିରଫ କରିପାରିବ। କିନ୍ତୁ ଯଦି ତାହା ଏଟିଏମରୁ ଟଙ୍କା ବାହାର କରି ଦେଲେ ସେଥିରେ କୌଣସି ପ୍ରମାଣ ମିଳିପାରିବ ନାହିଁ।

ଏ ସବୁକୁ ନେଇ ଭିଜିଲାନସ ବର୍ତ୍ତମାନ ସାଇବର ବିଶେଷଜ୍ଞଙ୍କ ପରାମର୍ଶ ନେଉଛନ୍ତି। ପୂର୍ବରୁ ରଂଗବୋଳା ଟଙ୍କାରେ ସେହି ଅଧିକାରୀଙ୍କ ଆଙ୍ଗୁଳି ଚିହ୍ନ ରହୁଥିବାରୁ ତାହାକୁ କୋର୍ଟରେ ପ୍ରମାଣିତ କରାଯାଇ ପାରୁଥିଲା। ବର୍ତ୍ତମାନ ଏପରି ଅନଲାଇନ କାରବାରରେ କିପରି ଲାଞ୍ଚୁଆ ଅଧିକାରୀଙ୍କୁ ଧରାଯିବ ସେ ସାଇବର ବିଶେଷଜ୍ଞଙ୍କ ପରାମର୍ଶ ନେଉଛନ୍ତି। ହେଲେ ଏଟିଏମରୁ ଟଙ୍କା ଉଠାଇ ଲାଞ୍ଚ କାରବାର କଲେ ତାହାକୁ ପ୍ରମାଣିତ କରିବା ବହୁତ କଷ୍ଟ ସାଧ୍ୟ ବୋଲି ଜଣାପଡିଛି।

VIGILANCE ଭିଜିଲାନସ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ: ସକାଳ ୯:୧୫ ରେ ପତାକା ଉତ୍ତୋଳନ

July 24, 2026

“ପେପର୍ ଲିକ୍ ସମ୍ପର୍କରେ ଆଜି କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି”: ଭିଡିଓ ବାର୍ତ୍ତା ଜାରି କଲେ ପ୍ରଧାନମନ୍ତ୍ରୀ

July 24, 2026

ନିର୍ବାଚନୀ ତାଲିମ୍ ପର୍ଯ୍ୟବେକ୍ଷକଙ୍କ ଖୋରଧା ଜିଲ୍ଲା ପରିଦର୍ଶନ ଏବଂ ଏସଆଇଆର କାର୍ଯ୍ୟ ସମୀକ୍ଷା

July 24, 2026

ଓଡ଼ିଶାର ପାରମ୍ପରିକ କଳାର ସଂରକ୍ଷଣ ଓ ପ୍ରେତ୍ସାହନ

July 23, 2026
Latest News

ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ: ସକାଳ ୯:୧୫ ରେ ପତାକା ଉତ୍ତୋଳନ

July 24, 2026

“ପେପର୍ ଲିକ୍ ସମ୍ପର୍କରେ ଆଜି କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି”: ଭିଡିଓ ବାର୍ତ୍ତା ଜାରି କଲେ ପ୍ରଧାନମନ୍ତ୍ରୀ

July 24, 2026

ନିର୍ବାଚନୀ ତାଲିମ୍ ପର୍ଯ୍ୟବେକ୍ଷକଙ୍କ ଖୋରଧା ଜିଲ୍ଲା ପରିଦର୍ଶନ ଏବଂ ଏସଆଇଆର କାର୍ଯ୍ୟ ସମୀକ୍ଷା

July 24, 2026

ଆଜି ଜୁଲାଇ ୨୪ ତାରିଖ ଶୁକ୍ରବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

July 24, 2026

ଓଡ଼ିଶାର ପାରମ୍ପରିକ କଳାର ସଂରକ୍ଷଣ ଓ ପ୍ରେତ୍ସାହନ

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.