Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ବ୍ଲକ କନିଷ୍ଠ ଯନ୍ତ୍ରୀ ଗିରଫ: ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକ କନିଷ୍ଠ ଯନ୍ତ୍ରୀ। ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ।

ଆଜି ଅପରାହ୍ନରେ ଓଡ଼ିଶା ଭିଜିଲାନ୍ସ ଖୋର୍ଦ୍ଧା ବ୍ଲକ କନିଷ୍ଠ ଯନ୍ତ୍ରୀ ସଂଗୀତା ମହାପାତ୍ରଙ୍କୁ ଲାଞ୍ଚ ନେଲା ବେଳେ ଗିରଫ କରିଛି। ସଂଗୀତା ଜଣେ ଠିକାଦାରଙ୍କ ନିକଟରୁ ବିଲ ପାସ କରେଇଦେବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ପୁର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି। ସଂଗୀତାଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଆଶଙ୍କାରେ ଦୁଇ ଗୋଟି ସ୍ଥାନରେ ଏକାକାଳୀନ ଚଢ଼ାଉ ଭିଜିଲାନ୍ସ ଦ୍ୱାରା ଜାରି ରହିଥିବା ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଶେଷରେ ବନ୍ଧା ହେଲେ ହାଇସ୍କୁଲ ପ୍ରଧାନଶିକ୍ଷକ, ଲାଞ୍ଚ ନେଲା ବେଳେ ଧରିଥିଲା ଭିଜିଲାନ୍ସ

କଟକ: ଶେଷରେ ବନ୍ଧା ହେଲେ ହାଇସ୍କୁଲ ପ୍ରଧାନ ଶିକ୍ଷକ ନିରଂଜନ ଅତି। ସେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଛନ୍ତି। ଆଜି ସକାଳେ ଭିଜିଲାନ୍ସ ଲାଞ୍ଚ ନେଲା ବେଳ ଟଙ୍କା ସହ ଧରିଥିଲା। ତନାଘନା ପରେ ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି।

ଘଟଣାରୁ ଜଣାପଡିଛି ଯେ, ପ୍ରଧାନ ଶିକ୍ଷକ ଶ୍ରୀ ଅତି ଜଣେ ଶିକ୍ଷକଙ୍କର ଗୃହ ଋଣର ଦ୍ବିତୀୟ କିସ୍ତି କରାଇ ଦେବା ପାଇଁ ଲାଞ୍ଚ ମାଗିଥିଲେ। ପାଞ୍ଚ ହଜାର ଟଙ୍କା ଦେଲେ ଦ୍ବିତୀୟ କିସ୍ତି କରାଇଦେବି ବୋଲି କହିଥିଲେ। ସଂପୃକ୍ତ ଶିକ୍ଷକ ଭିଜିଲାନସ ସହିତ ଯୋଗାଯୋଗ କରିବା ପରେ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ତାଙ୍କୁ ପାଞ୍ଚ ହଜାର ଟଙ୍କା ଦେବା ବେଳେ ଭିଜିଲାନସ ମାଡି ବସିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭିଜିଲାନସ ଜାଲରେ ପଡିଲେ ହାଇସ୍କୁଲ ପ୍ରଧାନ ଶିକ୍ଷକ, ବିଭିନ୍ନ ସ୍ଥାନରେ ଚଢାଉ

କଟକ: ଆଜି ଭିଜିଲାନସ ଜାଲରେ ଫସିଛନ୍ତି ଜଣେ ହାଇସ୍କୁଲ ପ୍ରଧାନ ଶିକ୍ଷକ। ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ଅଫିସର ତାଙ୍କୁ ଧରିଛନ୍ତି। ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହିତ ପାଞ୍ଚୋଟି ସ୍ଥାନରେ ଚଢାଉ ଚାଲିଛି। ତେବେ ଚଢାଉ ଜାରୀ ରହିଥିବାରୁ ସବିଶେଷ ତଥ୍ୟ ମିଳିପାରି ନାହିଁ।

ଘଟଣାରୁ ଜଣାପଡିଛି ଯେ, କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଣେ ଶିକ୍ଷକଙ୍କର ଗୃହ ଋଣର ଦ୍ବୀତିୟ କିସ୍ତି କରାଇ ଦେବା ପାଇଁ ଲାଞ୍ଚ ମାଗିଥିଲେ। ପାଞ୍ଚ ହଜାର ଟଙ୍କା ଦେଲେ ଦ୍ବୀତିୟ କିସ୍ତି କରାଇଦେବି ବୋଲି କହିଥିଲେ। ସଂପୃକ୍ତ ଶିକ୍ଷକ ଭିଜିଲାନସ ସହିତ ଯୋଗାଯୋଗ କରିବା ପରେ ସମସ୍ତ ପ୍ରସ୍ତୁତି କରାଗଲା। ତାଙ୍କୁ ପାଞ୍ଚ ହଜାର ଟଙ୍କା ଦେବା ବେଳେ ଭିଜିଲାନସ ମାଡି ବସିଲା।

ସେହି ପ୍ରଧାନ ଶିକ୍ଷକଙ୍କ ନାମ ହେଉଛି  ନିରଂଜନ ଅତି। ତାଙ୍କ ନିକଟରୁ ରଂଗବୋଲି ଟଙ୍କା ଜବତ ସହିତ ତାଙ୍କର ଘର ଅଫିସରେ ଚଢାଉ ଚାଲିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମାଣବସାରେ ମା ଲକ୍ଷ୍ମୀ କଲେ କୋପ, ଭୁବନେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନସ

ଭୁବନେଶ୍ବର: ଆଜି ମାଣବସା ଗୁରୁବାରରେ ମା ଲକ୍ଷ୍ମୀ ଆସିବା ପାଇଁ ସମସ୍ତେ ପୂଜାପାଠ
କରନ୍ତି। ହେଲେ ଯାହା ଉପରେ ମା କୋପ କରନ୍ତି ତାଙ୍କର ସର୍ବସ୍ବ ନେଇଯାଆନ୍ତି। ଆଜି ସେହିପରି ଘଟଣା ଭୁବନେଶ୍ବରର ମୁଖ୍ୟ ଯୋଗାଣ ଅଧିକାରୀଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି। ସେ ହେଉଛନ୍ତି ପ୍ରଶାନ୍ତ କୁମାର ଗନ୍ତାୟତ। ଆଜି ସକାଳୁ ଭିଜିଲାନସ ଆଠଟି ସ୍ଥାନରେ ଚଢାଉ କରିଛି।

ତାଙ୍କ ପାଖରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢାଉ କରିଛି। ତାଙ୍କର ଭୁବନେଶ୍ବରର ଚନ୍ଦ୍ରଶେଖରପୁର, ପାଣ୍ଡରା, ଲକ୍ଷ୍ମୀସାଗର ଏବଂ ତିନିନମ୍ବର ରେ ଥିବା ଘରେ ଚଢାଉ ଜାର ରହିଛି। ସେହିପରି ତାଙ୍କର ଭୁବନେଶ୍ବର ଅଫିସ ଚ୍ୟାମ୍ବର, ବ୍ରହ୍ମପୁର ଏବଂ ଗଂଜାମର କେତେକ ସ୍ଥାନରେ ଚଢାଉ ଜାରୀ ରହିଛି।

ବର୍ତ୍ତମାନ ସୁଦ୍ଧା ତାଙ୍କ ଘରୁ ବହୁ ସୁନା ଅଳଙ୍କାର ବାହାରିବା ସହିତ କୋଟି କୋଟି ଟଙ୍କାର ବିଲିଡିଂ ଭିଜିଲାନସ ଜବତ କରିଛି। ବର୍ତ୍ତମାନ ସୁଦ୍ଧା ଚଢାଉ ଜାରୀ ରହିଥିବାରୁ ଏ ନେଇ ସବିଶେଷ ତଥ୍ୟ ଜଣାପଡି ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ସବ ରେଜିଷ୍ଟ୍ରାରଙ୍କ ଘରେ ଭିଜିଲାନସର ଚଢାଉ, ଲାଗିଛନ୍ତି 8 ଜଣ ଡିଏସପି

ଭୁବନେଶ୍ବର: ଆଜି ଭିଜିଲାନସ ତରଫରୁ ଜଣେ ଜିଲ୍ଲା ସବରେଜିଷ୍ଟ୍ରାରଙ୍କ ଘରେ ଚଢାଉ ଆରମ୍ଭ ହୋଇଛି। ସେ ହେଉଛନ୍ତି ନୟାଗଡ ଜିଲ୍ଲାର ସବରେଜିଷ୍ଟ୍ରାର ଶ୍ବାଶତ କୁମାର ପଟ୍ଟନାୟକ। ତାଙ୍କର ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ଏଥିରେ ୮ ଜଣ ଡିଏସପି ଏବଂ ୬ ଜଣ ଇନସ୍ପେକ୍ଟରଙ୍କ ସମେତ ବହୁ ଅଫିସର ସାମିଲ ହୋଇଛନ୍ତି।

୧- ଶ୍ବାଶତ କୁମାରଙ୍କ ନୟାଗଡ଼ର ଦେବୋତ୍ତରା କଲୋନୀରେ ଥିବା ଭଡା ଘର

୨-କେନ୍ଦ୍ରାପଡାର ତାଳବାରଙ୍ଗ ଠାରେ ଶ୍ରୀ ପଟ୍ଟନାୟକଙ୍କ ନିଜ ଘର

୩-ନୟାଗଡ଼ରେ ଥିବା ତାଙ୍କ କାର୍ଯ୍ୟାଳୟ

୪- କେନ୍ଦ୍ରାପଡାର କୁନ୍ଦନଗିରି ନିକଟସ୍ଥ ତାଳଗାଁରେ ଥିବା ତାଙ୍କର ପୈତୃକ ଘର

୫- କେନ୍ଦ୍ରାପଡା ପେଣ୍ଠାରେ ଥିବା ତାଙ୍କର ସଂପର୍କିୟ ଘର

୬- କେନ୍ଦ୍ରାପଡା ଦଳନ୍ତାରେ ଥିବା ଆଉ ଜଣେ ସମ୍ପର୍କୀୟଙ୍କ ଘର

ବର୍ତ୍ତମାନ ଚଢାଉ ଜାରୀ ରହିଥିବାରୁ ସବିଶେଷ ତଥ୍ୟ ଜଣାପଡି ନାହିଁ

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଶେଷରେ ଥାନା ଆଇଆଇସିଙ୍କ ଚାକିରୀ ଗଲା, ବହିସ୍କୃତ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଶେଷରେ ବୈପାରୀଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କର ଚାକିରୀ ଗଲା। ତାଙ୍କୁ ଆଜି ରାଜ୍ୟ ସରକାର ବହିସ୍କୃତ କରିଛନ୍ତି। ତାଙ୍କ ନିକଟରୁ ଭିଜିଲାନ୍ସ ବିପୁଳ ପରିମାଣର ଟଙ୍କା ଜବତ କରିଥିଲା। ଏହି ଟଙ୍କା କେଉଁଠୁ ଆସିଲା ବୋଲି ସେ ସଠିକ ଉତ୍ତର ଦେଇପାରି ନ ଥିଲେ। ଫଳରେ ତାଙ୍କ ଉପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଗତ 28 ତାରିଖରେ ଭିଜିଲାନ୍ସ ସୁଶାନ୍ତଙ୍କୁ ବସ ଭିତରୁ ଟଙ୍କା ସହ ଠାବ କରିଥିଲା। ଏହାପରେ ତାଙ୍କ ଥାନା ଅଫିସ, ବୈପାରୀଗୁଡା ବାସଭବନ ଏବଂ କଟକ ବାସଭବନ ଉପରେ ଚଢାଉ କରାଯାଇଥିଲା। ଏଥିରେ କଟକ ଘରୁ ପାଖାପାଖି ୨୭ ଲକ୍ଷ ଓ ବୈପାରୀଗୁଡା ଘରୁ ପାଖାପାଖି ୨ ଲକ୍ଷ ଟଙ୍କା ମିଳିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅବକାରୀ ଅଧିକ୍ଷକଙ୍କ ଘରେ ଭିଜିଲାନ୍ସ , ଛଅଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ବର: ଆଜି ଭିଜିଲାନ୍ସ ହାତରେ ପଡିଛି ବଡ ମାଛ। ଆଜି ସକାଳୁ ଜଣେ ଅବକାରୀ ବିଭାଗର ଅଧିକ୍ଷକଙ୍କ ଘରେ ଭିଜିଲାସ ଚଢାଉ କରିଛି। ସେ ହେଉଛନ୍ତି ନବରଂଗପୁର ଜିଲ୍ଲାର ଅବକାରୀ ଅଧିକ୍ଷକଙ୍କ ଦାୟିତ୍ବରେ ଥିବା ଗୋଙ୍ଗା ପାଇକରାୟ। ଆୟ ବର୍ହିଭୂତ ସଂପତ୍ତି ଥିବା ଅଭିଯୋଗ ନେଇ ଭିଜିଲାନସ ଏହି ଚଢାଉ କରିଛି।

ଏଥିରେ ଭିଜିଲାନସ ଶ୍ରୀ ପାଇକରାୟଙ୍କର ଛଅଟି ସ୍ଥାନରେ ଚଢାଉ କରୁଛି। ସେଗୁଡିକ ହେଲା ତାଙ୍କର ଜୟପୁରରେ ଥିବା ତିନି ମହନା ବିଶିଷ୍ଠ ବାସଭବନ, ନବରଂଗପୁର ଅଫିସ ଏବଂ ନବରଂଗପୁରରେ ଥିବା ତାଙ୍କର ଭଡାଘର ପ୍ରଭୃତି। ଏହି ଚଢାଉ ତିନିଜଣ ଡିଏସପିଙ୍କ ନେତୃତ୍ବରେ ପାଞ୍ଚ ଜଣ ଇନସ୍ପେକ୍ଟର ଏବଂ ଛଅ ଜଣ ଏଏସଆଇ ସାମିଲ ଅଛନ୍ତି।

ତେବେ ଚଢାଉ ଜାରୀ ରହିଥିବାରୁ ଏ ପର୍ଯ୍ୟନ୍ତ କଣ ମିଳିଲା ତାହା ଜଣାପଡି ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଣେ ହାଇସ୍କୁଲ କିରାଣୀ ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲଲାନ୍ସ

ଭୁବନେଶ୍ବର: ସେ ହେଉଛନ୍ତି ଜଣେ କଲେଜ କିରାଣୀ। ସେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ କାଗଜ ନ କରି ଦିନ ପରେ ଦିନ ଗଡାଇ ଚାଲିଥିଲେ। ଶେଷରେ ଲାଞ୍ଚ ନ ଦେଲେ କାଗଜ ପତ୍ର ହୋଇପାରିବ ନାହିଁ ବୋଲି କହିଲେ। ବିଚରା ଅବସରପ୍ରାପ୍ତ ଶିକ୍ଷକ ଜଣଙ୍କ ଭିଜିଲାନ୍ସର ଦ୍ବାରସ୍ଥ ହେଲେ। ତାଙ୍କ ନିର୍ଦ୍ଦେଶରେ ତିଆରି କରାଗଲା ଯୋଜନା। ଆଉ ଯୋଜନା ମୁତାବିକ କିରାଣୀ ଜଣଙ୍କ ଟଙ୍କା ନେବା ବେଳେ ମାଡିବସିଲା ଭିଜିଲାନ୍ସ।

ଏହି ଘଟଣାଟି ଯାଜପୁରର ଜିଲ୍ଲାର କବିରପୁରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି। ଯେଉଁ କିରାଣୀ ଜଣଙ୍କ ଲାଞ୍ଚ ନେଉଥିଲେ ସେ ହେଉଛନ୍ତି ମହେଶ୍ବର ସାମଲ। ତାଙ୍କ ପାଖରୁ ରଙ୍ଗବୋଳା ଦୁଇ ହଜାର ଟଙ୍କା ଜବତ କରାଯାଇଛି। ଏଥିସହିତ ତାଙ୍କର ଦୁଇଟି ସ୍ଥାନରେ ଚଢାଉ ଜାରୀ ରହିଛି। ତେବେ ସେଠାରୁ କଣ ମିଳିଛି ତାହା ଜଣାପଡି ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ସରକାରୀ ପାଣ୍ଠିର ସଠିକ ବ୍ୟବହାର ସୁନିଶ୍ଚିତ କରିବାକୁ ସିଭିଓଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ସୂର୍ଯ୍ୟନଗରସ୍ଥିତ ରାଜ୍ୟ ଭିଜିଲାନ୍ସ ଏକାଡେମୀରେ ଦିନିକିଆ ରାଜ୍ୟ ବାର୍ଷିକ ସିଭିଓ ୨୦୨୩ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ବିଭିନ୍ନ ବିଭାଗର ମୁଖ୍ୟ ଭିଜିଲାନ୍ସ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ବିଭାଗୀୟ ମୁଖ୍ୟ ଓ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ସରକାରୀ ସିଭିଓମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।

ଏହି ସମ୍ମିଳନୀକୁ ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ କୁମାର ଜେଠୱା ଉଦଘାଟନ କରିଥିଲେ। ସରକାରୀ ପାଣ୍ଠିର ସଠିକ୍ ବ୍ୟବହାର ସୁନିଶ୍ଚିତ କରିବା ସହ ଆଭ୍ୟନ୍ତରୀଣ ଭିଜିଲାନ୍ସ ଉପରେ ଧ୍ୟାନ ଦେବାକୁ ସେ ସିଭିଓମାନଙ୍କୁ ପରାମର୍ଶ ଦେଇଥିଲେ। ନିୟମ ଓ ପଦ୍ଧତି ଯେପରି ତ୍ରୁଟିମୁକ୍ତ ହେବ, ଯାହା ଦୁର୍ନୀତିଗ୍ରସ୍ତ କାର‌୍ୟ୍ୟକଳାପକୁ ସୁଯୋଗ ଦେଇପାରିବ, ତାହା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ପ୍ରତ୍ୟେକ ସରକାରୀ ବିଭାଗ ତଥା ରାଜ୍ୟ ସରକାରୀ ପ୍ରତିଷ୍ଠାନମାନଙ୍କରେ ସିଭିଓମାନେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱର ବାତାବରଣ ସୃଷ୍ଟି କରିବା ଉଚିତ ବୋଲି ସେ କହିଥିଲେ। କାର‌୍ୟ୍ୟାଳୟଗୁଡିକରେ ଅଧିକ ପ୍ରଭାବଶାଳୀ ଆଭ୍ୟନ୍ତରୀଣ ସତର୍କତା ପାଇଁ ସିଭିଓମାନଙ୍କୁ ମାର୍ଗଦର୍ଶନ କରିବା ଉଦ୍ଦେଶ୍ୟରେ ଭିଜିଲାନ୍ସ ନିର୍ଦ୍ଦେଶକ ପ୍ରତିଷେଧକ ଭିଜିଲାନ୍ସ ସମ୍ପର୍କିତ ସୂଚନା ଏବଂ ମାର୍ଗଦର୍ଶିକା ସମ୍ବଳିତ ଇ-ବୁକ୍ ଉନ୍ମୋଚନ କରିଥିଲେ।

ସିଭିଓ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗୁର୍ଗ ଯୋଗଦେଇ ସାର୍ବଜନୀନ କ୍ଷେତ୍ରରେ ଦୁର୍ନୀତିର ମୁକାବିଲା ପାଇଁ ଭିଜିଲାନ୍ସ ସଂଗଠନ ସହ ସମନ୍ୱୟ ରକ୍ଷା କରି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ସେ ସିଭିଓମାନଙ୍କୁ ପରାମର୍ଶ ଦେଇଥିଲେ।

ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଓଡ଼ିଶା ଲୋକସେବା ଅଧିକାର ଆଇନ କାର‌୍ୟ୍ୟକାରୀ କରିବା ମାଧ୍ୟମରେ ଜନସେବା ପ୍ରଦାନରେ ସ୍ୱଚ୍ଛତା ଏବଂ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ସରକାରୀ ବିଭାଗରେ ଜନସେବା ସମୟ ସୀମା ଧାର‌୍ୟ୍ୟ କରାଯାଇଛି। ସେ ଆଇ୩ଏମ୍ଏସ୍ ଏବଂ ଓସ୍ୱାସ ପୋର୍ଟାଲ ଭଳି ପ୍ରଯୁକ୍ତି ବିଦ୍ୟାଭିତ୍ତିକ ହସ୍ତକ୍ଷେପର ଉଦାହରଣ ଦେଇଥିଲେ।

ଦୁର୍ନୀତି ନିରାକରଣ କ୍ଷେତ୍ରରେ ଓଡିଶା ସରକାର ଶୂନ ସହନଶୀଳତା( ଜିରେ ଟଲେରାନ୍ସ ନୀତି) ରଖି ତଦନୁସାରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ପ୍ରତ୍ୟେକ ବିଭାଗ ମଧ୍ୟରେ ଆଭ୍ୟନ୍ତରୀଣ ସତର୍କତା ଓ ସ୍ୱଚ୍ଛତାକୁ ଆହୁରି ସୁଦୃଢ଼ କରିବା ପାଇଁ ସର୍ବୋତ୍ତମ ଅଭ୍ୟାସକୁ ଅନୁକରଣ କରାଯିବ ବୋଲି ସେ କହିଥିଲେ।

ଏହି ସମ୍ମିଳନୀରେ ଗୃହରକ୍ଷୀ ଓ ଅଗ୍ନିଶମ ସେବାର ପୂର୍ବତନ ଡିଜି (ଅବସରପ୍ରାପ୍ତ) ଏମ୍ ଅକ୍ଷୟ,’ଓଡ଼ିଶାରେ ସିଭିଓ ବ୍ୟବସ୍ଥା ଗଠନ ଓ କାର୍ଯ୍ୟକାରିତା’ ଶୀର୍ଷକ ଆଲୋଚନାଚକ୍ରରେ ନାଲ୍କୋ କର୍ପୋରେଟ୍ ଅଫିସ୍, ଭୁବନେଶ୍ୱରର ସିଭିଓ ସୋମନାଥ ହାଁସଦା ଆଭ୍ୟନ୍ତରୀଣ ଦୁର୍ନୀତି ରୋକିବାରେ ସିଭଓମାନଙ୍କର ଭୂମିକା ଏବଂ ବିଶ୍ୱ ଇଞ୍ଜିନିୟରିଂ ସଂଗଠନ ମହାସଂଘର କାର‌୍ୟ୍ୟନିର୍ବାହୀ ଉପାଧ୍ୟକ୍ଷ ଅଶୋକ ବାସା ଯୋଗଦେଇ “ସାର୍ବଜନୀନ ଜୀବନରେ ଦୁର୍ନୀତିର ମୁକାବିଲା ପାଇଁ ପ୍ରଯୁକ୍ତିବିଦ୍ୟାର ପରିସର ଏବଂ ପ୍ରୟୋଗ” ଶୀର୍ଷକରେ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ବିଭିନ୍ନ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଓଡ଼ିଶା ଭିଜିଲାନ୍ସ ଦୁର୍ନୀତି ବିରୋଧରେ ଶୃଙ୍ଖଳିତ ଓ ନିଷ୍ଠାର ସହ ପଦକ୍ଷେପ ନେଉଛି ଏବଂ ରାଜ୍ୟରେ ଦୁର୍ନୀତି ନିବାରଣ ପଦକ୍ଷେପକୁ ଆହୁରି ସୁଦୃଢ଼ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ।

Categories
ବିଶେଷ ଖବର ରାଜ୍ୟ ଖବର

ଲାଞ୍ଚୁଆ ଅଫିସରଙ୍କ ଲାଞ୍ଚ ନେବା ତରିକା ବଦଳିଯାଉଥିବାରୁ ବର୍ତ୍ତମାନ ଚିନ୍ତାରେ ଭିଜିଲାନସ

ଭୁବନେଶ୍ବର: ବର୍ତ୍ତମାନ ଆଧୁନିକ ଜ୍ଞାନକୌଶଳ ଯୁଗରେ ବିଭିନ୍ନ କଥା ବଦଳିବାରେ ଲାଗିଛି। ଠିକ ସେହିପରି ଲାଞ୍ଚୁଆ ଅଫିରସଙ୍କ ଲାଞ୍ଚ ନେବା ତରିକା ମଧ୍ୟ ବଦଳିବାରେ ଲାଗିଛି। ଯାହାକୁ ନେଇ ଓଡିଶା ଭିଜିଲାନସ ଅଫିସର ଚିନ୍ତାରେ ପଡିଯାଇଛନ୍ତି। ଆଉ ରଂଗବୋଳା ଟଙ୍କା କାମ କରୁନି। ଫଳରେ କେମିତି ଲାଞ୍ଚୁଆ ଅଫିସରଙ୍କୁ ଲାଞ୍ଚ ନେଲାବେଳେ ଧରିବେ ତାହା ଉଦବେଗର ବିଷୟ ହୋଇଛି।

ଘଟଣାରୁ ଜଣାପଡିଛି ଯେ, ବର୍ତ୍ତମାନ ଲାଞ୍ଚୁଆ ଅଫିସରେମାନେ ଆଉ ଲୋକଙ୍କଠାରୁ ସିଧା ଟଙ୍କା ନେଉ ନାହାଁନ୍ତି। କାରଣ ଟଙ୍କା ନେଲେ କାଳେ ଭିଜିଲାନସର ରଂଗବୋଳା ଟଙ୍କା ଥିବା ସେଥିପାଇଁ ସେମାନେ ତରିକା ବଦଳେଇ ଦେଲେଣି। ଏବେ ସେମାନେ ସିଧା ଫୋନ ମାଧ୍ୟମରେ ଟଙ୍କା କାରବାର କରିବାକୁ କହୁଛନ୍ତି।

ବିଭିନ୍ନ ଘଟଣାରୁ ଜଣାପଡିଛି ଯେ, ଯେଉଁମାନେ ଲାଞ୍ଚ ନେଉଛନ୍ତି ସେମାନେ ସେମାନଙ୍କର କୌଣସି ଚିହ୍ନା ପରିଚିତଙ୍କ ଫୋନ ନମ୍ବର ଦେଉଛନ୍ତି। ସେହି ନମ୍ବରକୁ ଟଙ୍କା ପଠାଇବା ପାଇଁ ଲାଞ୍ଚୁଆ ଅଫିସରମାନେ କହୁଛନ୍ତି। ଏହାପରେ ସେହି ଚିହ୍ନାଜଣା ବ୍ୟକ୍ତି ଏଟିଏମରୁ ଟଙ୍କା କାଢି ତାଙ୍କୁ ଦେଉଛନ୍ତି। ଫଳରେ ନିଜ ଲୋକଙ୍କଠାରୁ ଟଙ୍କା ଗ୍ରହଣ କଲେ ତାହା ଆଉ ଭିଜିଲାନସ ଟଙ୍କା ବୋଲି ପ୍ରମାଣିତ ହୋଇପାରିବ ନାହିଁ।

ଏହିପରି କେତେକ ଘଟଣା ପଦାକୁ ଆସିବା ପରେ ଭିଜିଲାନସ ଏବେ ସତର୍କ ହୋଇପଡିଛି। ଏପରି କ୍ଷେତ୍ରରେ କିପରି ଲାଞ୍ଚୁଆ ଅଧିକାରୀଙ୍କୁ ଧରାଯିବ ସେ ନେଇ କୌଶଳ ଆପଣେଇବାରେ ଲାଗିଛି। ହେଲେ ଏହି ଫୋନ ନେଣଦେଣ ପକ୍ରିୟାରେ ସେମାନଙ୍କୁ ଧରିବା କାଠିକର ପାଠ ଏବଂ ତାହାକୁ କୋର୍ଟରେ ପ୍ରମାଣିତ କରିବା କଷ୍ଟ ସାଧ୍ୟ। ସେଥିପାଇଁ ଭିଜିଲାନସ ବିଭାଗର ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି।

ତେବେ ଏ ନେଇ ଭିଜିଲାନସ ତରଫରୁ ଯଦି ଅଫିସରଙ୍କୁ ଅନ ଲାଇନ ବା ଫୋନ ମାଧ୍ୟମରେ ଟଙ୍କା ପ୍ରେରଣ କରାଯାଇଥିବା ତେବେ ତାହାକୁ ଧରିହେବ। ଆକାଉଣ୍ଟ ଯାଞ୍ଚ କଲାପରେ ତାହା ଜଣାପଡିବ। ଏପରି କ୍ଷେତ୍ରରେ ଭିଜିଲାନସ ଉଭୟ ଲାଞ୍ଚୁଆ ଅଧିକାରୀ ଏବଂ ଟଙ୍କା ପଠାଇଥିବା ତାଙ୍କ ଚିହ୍ନାଜଣାଙ୍କୁ ଗିରଫ କରିପାରିବ। କିନ୍ତୁ ଯଦି ତାହା ଏଟିଏମରୁ ଟଙ୍କା ବାହାର କରି ଦେଲେ ସେଥିରେ କୌଣସି ପ୍ରମାଣ ମିଳିପାରିବ ନାହିଁ।

ଏ ସବୁକୁ ନେଇ ଭିଜିଲାନସ ବର୍ତ୍ତମାନ ସାଇବର ବିଶେଷଜ୍ଞଙ୍କ ପରାମର୍ଶ ନେଉଛନ୍ତି। ପୂର୍ବରୁ ରଂଗବୋଳା ଟଙ୍କାରେ ସେହି ଅଧିକାରୀଙ୍କ ଆଙ୍ଗୁଳି ଚିହ୍ନ ରହୁଥିବାରୁ ତାହାକୁ କୋର୍ଟରେ ପ୍ରମାଣିତ କରାଯାଇ ପାରୁଥିଲା। ବର୍ତ୍ତମାନ ଏପରି ଅନଲାଇନ କାରବାରରେ କିପରି ଲାଞ୍ଚୁଆ ଅଧିକାରୀଙ୍କୁ ଧରାଯିବ ସେ ସାଇବର ବିଶେଷଜ୍ଞଙ୍କ ପରାମର୍ଶ ନେଉଛନ୍ତି। ହେଲେ ଏଟିଏମରୁ ଟଙ୍କା ଉଠାଇ ଲାଞ୍ଚ କାରବାର କଲେ ତାହାକୁ ପ୍ରମାଣିତ କରିବା ବହୁତ କଷ୍ଟ ସାଧ୍ୟ ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆଠ ବର୍ଷ ଧରି ଫେରାର ଥିଲେ ପୂର୍ବତନ ବିଡିଓ, ଆଜି ଦିଲ୍ଲୀରେ ଧରିଲା ଭିଜିଲାନସ

ଭୁବନେଶ୍ବର: ସେ ବିଡିଓ ଥିଲେ। କାମ ନ ହୋଇ ପ୍ରାୟ 25 ଲକ୍ଷ ଟଙ୍କା ବିଲ କରିଦେଇଥିଲେ। ଏ କଥା ଜଣାପଡିବା ପରେ ସେ ହୋଇଗଲେ ଫେରାର। ଆଠ ବର୍ଷ ଧରି ଫେରାର ହେବା ପରେ ଆଜି ନୂଆ ଦିଲ୍ଲୀରେ ମାଡିବସିଛି ଭିଜିଲାନସ। ସେ ହେଉଛନ୍ତି କୋରାପୁଟ ନାରାୟଣପାଟଣା ର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ।

ରମେଶଙ୍କୁ ଧରିବା ପରେ ଭିଜିଲାନସ ସ୍ଥାନୀୟ ପଟିୟାଲା କୋର୍ଟରେ ହାଜର କରାଇ ରିମାଣ୍ଡରେ ଭୁବନେଶ୍ବରକୁ ଆଣୁଛନ୍ତି। ସେ ଏହି ଆଠ ବର୍ଷ ଭିତରେ ବହୁ ସ୍ଥାନ ପରିବର୍ତ୍ତନ କରି ଲୁଚି ରହିଥିଲେ। ସେ ଆସାମର ଥିବା ଖବର ପାଇଁ ଭିଜିଲାନସ ଧରିବା ପାଇଁ ସେଠାକୁ ଯାଇଥିଲେ। ହେଲେ ସେ ଜାଣିପାରି ସେଠାରୁ ଖସି ପଲେଇଗଲେ। ସେଠାରୁ ସେ ଦିଲ୍ଲୀ ଆସୁଥିବାର ଜାଣି ଭିଜିଲାନସ ସେଠାରେ ଛକି ରହି ଧରିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲାଞ୍ଚ ନେଲା ବେଳେ ଭୁବନେଶ୍ବରର ଥାନା ଏଏସଆଇକୁ ଧରିଲା ଭିଜିଲାନ୍ସ

ଭୁବନେଶ୍ବର: ଶେଷରେ ଭୁବନେଶ୍ବରର ଥାନା ପୋଲିସକୁ ଧରିବାରେ ସଫଳ ହୋଇଛି ରାଜ୍ୟ ଭିଜିଲାନ୍ସ। ଆଜି ଲାଞ୍ଚ ନେଉଥିବା ବେଳେ ସହିଦନଗର ଥାନା ଏଏସଆଇଙ୍କୁ ଭିଜିଲାନ୍ସ ଧରିବାରେ ସକ୍ଷମ ହୋଇଛି। ସେ ହେଉଛନ୍ତି ଏଏସଆଇ ମମତା ବସ୍ତିଆ। ତାଙ୍କଠାରୁ ଭିଜିଲାନ୍ସ ସମସ୍ତ ଟଙ୍କା ଜବତ କରିବା ସହିତ ଅଟକ ରଖିଛି।

ଘଟଣାରୁ ଜଣାପଡିଛି ଯେ, ଜଣେ ମହିଳାଙ୍କ ମାମଲା ରଫାଦଫା କରିବା ପାଇଁ ସେ ୧୫ ହଜାର ଟଙ୍କା ଦାବୀ କରିଥିଲେ। ସେ ସେହି ଘଟଣାର ତଦନ୍ତ ଅଧିକାରୀ ଥିଲେ। ଅଭିଯୋଗକାରୀଣି ଏ ନେଇ ଭିଡିଲାନ୍ସରେ କହିବା ପରେ ସମସ୍ତ ପ୍ରସ୍ତୁତି କରାଯାଇ ତାଙ୍କୁ ଧରାଯାଇଥିଲା। ଏହି ଟ୍ରାପ ସହିତ ତାଙ୍କୁ ଦୁଇଟି ସ୍ଥାନରେ ଏକ କାଳିନ ଚଢାଉ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ପୈତୃକ ଘର ବାଣପୁର ସମେତ ୭ ଟି ସ୍ଥାନରେ ଭିଜିଲାନ୍ସର ଚଢାଉ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁରରେ ଭିଜିଲାନ୍ସ ଚଢ଼ାଉ। ଆଜି ସକାଳୁ ଭୁବନେଶ୍ୱର ଭିଜିଲାନ୍ସ ଟିମ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ବଜାର ସାହିରେ ଚଢ଼ାଉ ଜାରି ରଖିଛନ୍ତି।

ଖବର ମୁତାବକ ବାଲେଶ୍ୱର ଡିଭିଜନ ୨ ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି। ଅଜୟଙ୍କ ମୂଳ ଘର ବାଣପୁର ହୋଇଥିବା ବେଳେ ଏକାକାଳୀନ ଭାବେ ସାତ ଗୋଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।

ଏହି ପରିପ୍ରେକ୍ଷୀରେ ତାଙ୍କ ପୈତୃକ ଘର ବାଣପୁର, ସମ୍ପର୍କୀୟଙ୍କ ଘର ବାଲୁଗାଁ, ଟାଙ୍ଗୀ, ବାଲେଶ୍ଵରର ସରକାରୀ ବାସଭବନ, ପୁରୀସ୍ଥିତ ଅନନ୍ୟା ପାମ ବିଚ୍ ଏବଂ ବାଲେଶ୍ଵର ତାଙ୍କ ଅଫିସରେ ସକାଳୁ ଚଢ଼ାଉ ଜାରି ରହିଛି। ବାଣପୁରରେ ଭିଜିଲାନ୍ସ ଇନ୍ସପେକ୍ଟର ଅଶୋକ କୁମାର ବେଉରାଙ୍କ ନେତୃତ୍ୱରେ ଚଢ଼ାଉ ଜାରି ରହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ଜାଲରେ ଫଶିଲେ ଆରଡବ୍ଲୁ ଡିଭିଜନର କିରାଣୀ

କଟକ : ଭିଜିଲାନ୍ସ ଜାଲରେ ଫଶିଲେ ସୁନ୍ଦରଗଡ଼ ଆରଡବ୍ଲୁ ଡିଭିଜନର କନିଷ୍ଠ କିରାଣୀ। ତାଙ୍କ ନାମ ହେଲା ନନ୍ଦିକିଶୋର ନାଥ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଛି। ଏହି ଚଢାଉରେ ୩ ଜଣ ଡିଏସପି , ୯ ଇନସ୍ପେକ୍ଟର, ଜଣେ ଏସଆଇ, ୨ଜଣ ଏଏସଆଇ ସାମିଲ ଅଛନ୍ତି ।

ଯେଉଁ ସ୍ଥାନରେ ଚାଢାଉ ଚାଲିଛି ସେଗୁଡିକ ହେଲା ଭୁବନେଶ୍ୱର, ବରଗଡ଼, ରାଉରକେଲା ଓ ସମ୍ବଲପୁରର। ଭୁବନେଶ୍ୱର ଲକ୍ଷ୍ମୀସାଗର ସାଇକୃପା ଏନକ୍ଲେଭରେ ଥିବା ୧୦୫ ନମ୍ବର ପ୍ଲଟ୍‌ରେ ଚାଲିଛି ଚଢାଉ। ସେହିପରି ବରଗଡ଼ ଭିଏସଏସ ନଗରରେ ଥିବା ପୈତୃକ ଘର, ପାନପୋଷ ହକି ଛକରେ ଥିବା ସରକାରୀ କ୍ବାର୍ଟର୍ସ, ସୁ୍ନଦରଗଡ଼ରେ ଥିବା ଅଫିସ ଚାମ୍ବର, ସମ୍ବଲପୁର ଅଁଇଠାପାଲୀସ୍ଥିତ ଘର, ଏବଂ ସମ୍ପର୍କୀୟଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍ ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପଚାଶ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ରଙ୍ଗିଲା ହାତରେ ଧରିଲା ଭିଜିଲାନ୍ସ

ବ୍ରହ୍ମପୁର: ଆଜି ରଙ୍ଗିଲା ହାତରେ ଜଣେ ଆସିଷ୍ଟାଣ୍ଡ ଇଜିକ୍ୟୁଟିଭି ଇଂଜିନିୟରଙ୍କୁ ଧରିଛ ଭିଜିଲାନ୍ସ। ସେ ଜଣେ ଠିକାଦାରଙ୍କଠାରୁ ପଚାଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ସେ ହେଉଛନ୍ତି ଭଂଜନଗର ଅଧିନରେ ଥିବା ବାଘୁଆ ଜଳପ୍ରକଳ୍ପର ଆସିଷ୍ଟାଣ୍ଡ ଇଜିକ୍ୟୁଟିଭ ଇଂଜିନିୟର ବିଷ୍ଣୁ ଚରଣ ସାହୁ।

ଏହା ପୂର୍ବରୁ ଭିଜିଲାନ୍ସ ଜାଲ ବିଛାଇ ସାରିଥିଲା। ତାଙ୍କ ହାତରୁ ଟଙ୍କା ଧରାପଡିବା ପରେ ତାଙ୍କ ଅଫିସ, ଘର, ବ୍ରହ୍ମପୁର ଘର ଉପରେ ଚଢାଉ କରାଯାଇଥିଲା। ଏହି ସମୟରେ ତାଙ୍କ ବାସଭବନରୁ 7 ଲକ୍ଷ ନଗଦ ଟଙ୍କା ବାହାରିଥିଲା। ଏହାପରେ ଖୋଳତାଡ କରିବା ପରେ ତାଙ୍କର ଦୁଇଟି ତିନି ମହଲା କୋଠା, ଦୁଇଟି ପ୍ଲଟ ଏବଂ ଦାମୀ କାର ଥିବାର ଜଣାପଡିଥିଲା। ଅଧିକ ତଦନ୍ତ ଜାରୀ ରହିଛି।

Categories
ଅପରାଧ ଆଜିର ଖବର

ଅଙ୍ଗନବାଡିରେ ଚାକିରୀ ଦେବାକୁ କହି ସୁପରଭାଇଜର ନେଉଥିଲେ ଲାଞ୍ଚ, ମାଡି ବସିଲେ ଭିଜିଲାନ୍ସ

ଭୁବନେଶ୍ବର: ଅଙ୍ଗନବାଡିରେ ଚାକିରୀ ହେବ। ଭଲ ଦରମା ମିଳିବ, ସମ୍ମାନ ମିଳିବ। ଏପରି କହି ଜଣେ ଆଇସିଡିଏସର ସୁପର ଭାଇଜର ନେଉଥିଲା ଲାଞ୍ଚ। ଟଙ୍କା ନେଲା ବେଳେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀ ମାଡି ବସିଲେ। ତାଙ୍କଠାରୁ ଟଙ୍କା ଜବତ କରିବା ସହିତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି।

ଏହିପରି ଘଟଣାଟି ନୂଆପଡା ଜିଲ୍ଲାର ସିନାପଲ୍ଲୀ ବ୍ଲକରେ ଘଟିଛି। ଭିଜିଲାନ୍ସ ଧରିଥିବା ମହିଳା ଜଣଙ୍କ ହେଉଛନ୍ତି ଏହି ବ୍ଲକ ଅଧିନରେ ଥିବା ଛତିଗୁଡା ଆଇସିଡିଏସ ସୁପରଭାଇଜର। ତାଙ୍କର ନାମ ହେଲା ହର୍ସମଣି ଦେଇ।

ଘଟଣାରୁ ଜଣାପଡିଛି ଯେ, ହର୍ଷମଣି ଜଣେ ବ୍ୟକ୍ତିଙ୍କ ଭଉଣୀଙ୍କୁ ଅଙ୍ଗନବାଡିରେ ଚାକିରୀ କରାଇଦେବାକୁ କହି ଲାଞ୍ଚ ମାଗିଥିଲେ। ସେଥିପାଇଁ ସେ ଏକ ଲକ୍ଷ ଟଙ୍କା ଦାବୀ କରିଥିଲେ। ହେଲେ ଏତେ ଟଙ୍କା ଦେଇ ହେବ ନାହିଁ ବୋଲି କହି ମୁଲଚାଲ ଚାଲିଥିଲା। ଶେଷରେ 80 ହଜାର ଟଙ୍କାରେ କଥା ଛିଣ୍ଡିଲା। ସିନାପଲ୍ଲୀ ବସଷ୍ଟାଣ୍ଡରେ ଏହି ଦବାନବା ହେବ ବୋଲି ନିଷ୍ପତି ହେଲା।

ଏହା ଭିତରେ ସଂପୃକ୍ତ ବ୍ୟକ୍ତି ଭିଜିଲାନ୍ସ ସହିତ କଥା ହେଲେ। ଯୋଜନା ମୁତାବକ ଭିଲାନାସ କେମିକାଲ ବୋଳା ଟଙ୍କା ତାଙ୍କ ହାତକୁ ବଢାଇ ଦେଲେ। ସମସ୍ତେ ବସ ଷ୍ଟାଣ୍ଡ ଅଭିମୁଖେ ଯାଇ ଯୋଜନା ଅନୁସାରେ ହର୍ଷମଣିଙ୍କୁ ଟଙ୍କା ପ୍ରଦାନ କରାଗଲା। ଟଙ୍କା ନେଇ ପାଖରେ ରଖିବା ବେଳେ ଭିଜିଲାନ୍ସ ଅଧିକାରୀ ସେହିଠାରେ ତାଙ୍କୁ ଧରିଲେ। ତାଙ୍କଠାରୁ ସମସ୍ତ ଟଙ୍କା ଜବତ କରାଯିବା ସହିତ କୋରାପୁଟ ଭିଜିଲାନ୍ସରେ ମାମଲା ଋଜୁ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଉପଶ୍ରମ କମିଶନର ଓ ଗ୍ରାମ ଶ୍ରମ ନିରୀକ୍ଷକ

ବବୁଲୁ ସାହୁ
କଳାହାଣ୍ଡି: ଆଜି ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ଲାଞ୍ଚ ନେଉଥିବା ବେଳେ ଶ୍ରମ ନିରୀକ୍ଷକ ଜୟନ୍ତ କୁମାର ପଣ୍ଡା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଶ୍ରମିକ ପ୍ରେରଣ ଲାଇସେନ୍ସ ନବୀକରଣ ପାଇଁ ଡକ୍ଟର ତରାଇ ନାମକ ବ୍ୟକ୍ତିଙ୍କ ଠାରୁ ୩୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଡିଏସ୍ ପି ସତ୍ୟବାନ୍ ମହାନନ୍ଦଙ୍କ ନେତୃତ୍ଵରେ ଭିଜିଲାନ୍ସ କମିଟି ଉପଶ୍ରମ କମିଶନର ପ୍ରଦୀପ କୁମାର ମହାନ୍ତି ଓ ଆରଏଲ୍ଆଇ ଜୟନ୍ତ ପଣ୍ଡାଙ୍କୁ ଗିରଫ କରିଥିଲେ। ପୂର୍ବରୁ ଡିଏଲସି ମହାନ୍ତି ଙ୍କ ନାମରେ ଶ୍ରମିକଙ୍କ ପଞ୍ଜୀକରଣ, ଶ୍ରମିକ ଲାଇସେନ୍ସ ପ୍ରଦାନ ଓ ପଞ୍ଜୀକରଣ ଏବଂ ଶ୍ରମିକଙ୍କୁ ସାଇକେଲ ବଣ୍ଟନ, ମୃତ୍ୟୁକାଳୀନ ସହାୟତା, ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ସହାୟତା ପ୍ରଦାନ ଓ ବିବାହ ସହାୟତା ପ୍ରଦାନ ଆଦିରେ ଲାଞ୍ଚ ନେଉଥିବା ଅଭିଯୋଗ ରହିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣାର ପୂର୍ବତ୍ତନ ବିଧାୟକ ଅନାମ ନାଏକଙ୍କୁ ଗିରଫ କଲା ଭିଜିଲାନସ ଟିମ, 3 କୋଟିରୁ ଉର୍ଦ୍ଦ ସଂପତି ହେଲା ଠାବ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର- ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କୁ ଆଜି ଭବନୀପାଟଣାରୁ ଭିଜିଲାନସ ଟିମ୍ ଗିରଫ କରିଛି। ପୂର୍ବରୁ ଜୟପୁର ଭିଜିଲାନସ ଟିମ ତାଙ୍କର ସମସ୍ତ ରେକର୍ଡ ପତ୍ର ଏବଂ ବ୍ୟାଙ୍କ ଆକାଉଣ୍ଟ ଗୁପ୍ତ ଭାବେ ଯାଞ୍ଚ କରୁଥିଲେ। ପରବର୍ତ୍ତି ସମୟରେ ସେସବୁ ଆୟ ବର୍ହିଭୂତ ସଂପତ୍ତି ବୋଲି ଜାଣିବା ପରେ ଆଜି ତାଙ୍କ ଘରେ ଚଢାଉ କରିଥିଲେ। ଏହି ଚଢାଉ ବେଳେ ସେସବୁର ପ୍ରମାଣ ମିଳିବା ପରେ ତାଙ୍କୁ ଭିଜିଲାନସ ଟିମ ଗିରଫ କରି କୋର୍ଟ ଚାଲାଣ କରିଛି। ବର୍ତ୍ତମାନ ତାଙ୍କ ପାଖରେ ପ୍ରାୟ 3 କୋଟିରୁ ଅଧିକ ସଂପତ୍ତି ରହିଛି ବୋଲି ଜଣାପଡିଛି। ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ଏକକାଳୀନ 45 ଲକ୍ଷ ଟଙ୍କା ଜମା ହେବା ପରେ ଭିଜିଲାନସ ଟିମର ସନ୍ଦେହ ଦେଖାଦେଇଥିଲା। ତାଙ୍କୁ ଗିରଫ କରିବା ପରେ ମଧ୍ୟ ଏହି ଟଙ୍କାର ସେ କୌଣସି ହିସାବ ଦେଇପାରୁ ନାହାଁନ୍ତି। ଗତ 17 ତାରିଖରେ ଅନାମଙ୍କ ଘର ଏବଂ ହୋଟେଲ ଉପରେ ଭିଜିଲାନସ ଚଢାଉ କରି କେତେକ କାଗଜ ପତ୍ର ଜବତ କରିଥିଲା। ଏଥିରେ ଅନାମଙ୍କ କେତେକ ପ୍ଲଟ, ଗାଡି ପ୍ରଭୁତି ଥିବାର ଜଣାପଡିଥିଲେ। ହେଲେ ସେତେବେଳେ ତାଙ୍କୁ ଗିରଫ କରାଯାଇ ନ ଥିଲା। ପରବର୍ତ୍ତି ସମୟରେ ସେସବୁ ଯାଞ୍ଚ ପରେ ଭିଜିଲାନସ ଟିମ ଆଜି ତାଙ୍କୁ ଗିରଫ କରିଛି।  ଅନାମ 2014 ମସିହାରେ ବିଜେଡି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ। ହେଲେ ଗତ ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ଦେଇ ନ ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ

ସମୀକ୍ଷା ବ୍ୟୁରୋ

କଳାହାଣ୍ଡି : ଭିଜିଲାନ୍ସ ଜାଲରେ ପଡିଛନ୍ତି ପୂର୍ବତନ ବିଧାୟକ ଅନାମ ନାଏକ ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ବାସଭବନ ଓ ରାମପୁର ହୋଟେଲରେ ଭିଜିଲାନ୍ସ ଚଢ଼ାଉ କରିଛି ।  ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୬ଟା ସମୟରେ କଳାହାଣ୍ଡି ଭିଜିଲାନ୍ସ ପୂର୍ବତନ ବିଧାୟକ ଅନାମ ନାୟକଙ୍କ ଭବାନୀପାଟଣା ସହରର ନକଟିଗୁଡ଼ାସ୍ଥିତ ବାସଭବନରେ ପହଞ୍ଚିଥିଲେ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ  ଭିଜିଲାନ୍ସ ଚଢ଼ାଉ ଆରମ୍ଭ କରିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା : ଭିଜିଲାନ୍ସ ଜାଲରେ ଡିଆରଡିଏ କିରାଣୀ

ସମୀକ୍ଷା ବ୍ୟୁରୋ
କଳାହାଣ୍ଡି,31/12 : ଆୟ ବହିର୍ଭୂତ ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲା ଡିଆରଡିଏର ବରିଷ୍ଠ କିରାଣୀ ହରପ୍ରସାଦ ଆଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ସୋମବାର ଭିଜିଲାନ୍ସ ପକ୍ଷରୁ ହରପ୍ରସାଦଙ୍କ ତିନୋଟି ଘରରେ ଏକକାଳୀନ ଚଢାଉ କରାଯାଇଥିଲା । କୋରାପୁଟ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ 3ଟି ଟିମ ଏହି ଚଢାଉ କରିଥିଲେ । ହରପ୍ରସାଦଙ୍କ ରାମନଗର ସ୍ଥିତ ବାସଭବନ, ମନ୍ଦାର ବଗିଚାସ୍ଥିତ ପୈତୃକ ଘର ଓ ଅଫିସରେ ଚଢ଼ଉ କରାଯାଇଛି ।