ଜଣେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନସର ଚଢାଉ, ମିଳିଲା ଖାଲି କୋଠା ଆଉ କୋଠା

Published: Nov 25, 2021, 9:21 pm IST

ଭୁବନେଶ୍ବର: ଆଜି ଭିଜିଲାନ୍ସ ବିଭାଗ ତରଫରୁ ଏକ ବଡ ଧରଣର ଚଢାଉ କରାଯାଇଛି। ଏହି ଚଢାଉ ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ଘରେ କରାଯାଇଛି। ତାଙ୍କର ଏଗାରଟି ସ୍ଥାନରେ ଏକ କାଳିନ ଏହି ଚଢାଉ କରାଯାଇଛି। ଆଜି ସକାଳୁ ଏହି ଚଢାଉ ଆରମ୍ଭ ହୋଇଥିଲା। ସଂଧ୍ୟା ପର୍ଯ୍ୟନ୍ତ ମଧ୍ୟ ତାଙ୍କର ସଂପତ୍ତି ଆକଳନ କରିବା ଭିଜିଲାନ୍ସ ତରଫରୁ ସମ୍ଭବ ହୋଇପାରି ନାହିଁ।

ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ଆକଳନ କରାଯାଇଛି ସେଥିରେ ଭୁବନେଶ୍ବରରେ ଏକ ଚାରି ମହଲା କୋଠା, ଗୋଟିଏ ଫ୍ଲାଟ ଏବଂ ନିର୍ମାଣଧିନ ଏକ କୋଠା ଠାବ କରାଯାଇଛି। ସେହିପରି ବାଲେଶ୍ବରରେ ଏକ ଚାରି ମହଲା କୋଠା ଏବଂ ତାଙ୍କ ଘରୁ ଟଙ୍କା ମଧ୍ୟ ଜବତ କରାଯାଇଛି। ଭିଜିଲାନ୍ସ ତରଫରୁ ଏକ କାଳିନ ଭୁବନେଶ୍ବରର ତିନୋଟି ସ୍ଥାନ, ବାଲେଶ୍ବରର ପାଞ୍ଚୋଟି ସ୍ଥାନ, ବାରିପଦାର ତିନୋଟି ସ୍ଥାନରେ ଚଢାଉ କରାଯାଇଛି।

Related posts