ଆଜି ସକାଳୁ ବ୍ଲକ ବିଇଓଙ୍କୁ ଧରିଲା ଭିଜିଲାନ୍ସ, ଦଶଜଣ ପୋଲିସ ଅଧିକାରୀ କରିଛନ୍ତି ଚଢାଉ

Published: Oct 12, 2022, 1:19 pm IST

କଟକ: ଆଜି ସକାଳୁ ଭିଜିଲାନସ ଜଣେ ବ୍ଲକ ବିଇଓଙ୍କ ଘରେ ଅଫିସରେ ଚଢାଉ କରିଛି। ସେ ହେଉଛନ୍ତି କେଉଁଝର ଜିଲ୍ଲା ବାଂଶପାଳ ବ୍ଲକର ବିଇଓ ଗଙ୍ଗାଧର ସାହୁ। ଭିଜିଲାନ୍ସ କୋର୍ଟର ନିର୍ଦ୍ଦେଶନାମାରେ ଏହି ଚଢାଉ କରାଯାଇଛି। ତାଙ୍କ ପାଖରେ ଆୟ ବହିଃଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି।

ଏହି ଚଢାଉରେ 3 ଜଣ ଡିଏସପି, 5 ଜଣ ଇନିସ୍ପେକ୍ଟର, 2 ଜଣ ଏଏସଆଇ ଏହି ଚଢାଉରେ ସାମିଲ ଅଛନ୍ତି। ଯେଉଁ ସ୍ଥାନଗୁଡିକରେ ଚଢାଉ ଚାଲିଛି ସେଗୁଡିକ ହେଲା, ଆବାସିକ ସରକାର କ୍ୱାର୍ଟର୍ ଜେଲ୍ ରୋଡ୍ କେଉଁଝର, କେଉଁଝର ଟାଉନରେ ଅବସ୍ଥିତି ନିତି ମହଲା ବିଲ୍ଡିଂ, ତେଲକୋଇ ବ୍ଲକରେ ଅବସ୍ଥିତ ତାଙ୍କ ସଂପର୍କିୟଙ୍କ ଘର, ବାଂଶପାଳ ବ୍ଲକ ଅଫିସ ଏବଂ ତେଲକୋଇରେ ଥିବା ପୌତୃକ ବାସଭବନ।

Related posts