Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ବର: ବ୍ରହ୍ମପୁର ଲୋକସଭା ଆସନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ବିଜେଡି। ଏ ନେଇ ଆଜି ବିଜେଡିର ଏକ ପ୍ରତିନିଧି ଦଳ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅବିଯୋଗ କରିଛନ୍ତି। ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ପାଇଁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦଳ ଦାବୀ କରିଛି। ଏ ନେଇ ବିଜେଡି ଏକ ଲିଖିତ ଅଭିଯୋଗ ମଧ୍ୟ କରିଛି।

ଘଟଣାରୁ ପ୍ରକାଶ ଯେ, ପ୍ରଦୀପ ପାଣିଗ୍ରାହୀ ରାଜ୍ୟର ବହୁ ଏସପି, ବିଡିଓ, ତହସିଲଦାରଙ୍କୁ ଫୋନ କରି ଧମକାଉଛନ୍ତି। ସେ କହୁଛନ୍ତି ଯେ ରାଜ୍ୟରେ ବିଜେପି ଯେପରି ଜିତିବ ସେ ନେଇ ସାହାଯ୍ୟ କରନ୍ତୁ। ଯଦି ସାହାଯ୍ୟ ନ କରିବ ତେବେ ନିର୍ବାଚନ କମିଶନରଙ୍କୁ କହି ତମର ବଦଳି କରିଦିଆଯିବ। ପୂର୍ବରୁ ଜିଲ୍ଲାପାଳ ଏବଂ ଏସପିଙ୍କୁ ବଦଳି କରାଯାଇଛି। ସେମିତି ତୁମର ମଧ୍ୟ ବଦଳି ହେବ ବୋଲି ପ୍ରଦୀପ ଧମକ ଦେଇଛନ୍ତି। ଏହି ଅଭିଯୋଗ କରି ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉ ବୋଲି ବିଜେଡି ଦାବୀ କରିଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବା ପରେ ବିଜେଡି କଣ କହିଲା ଜାଣିଛନ୍ତି ?

ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀ ହେଉଛନ୍ତି ଏମିତି ଜଣେ ଜନବିରୋଧୀ ନେତା ଯିଏ ନିଜ ଜ୍ୱାଇଁ ଆକାଶ ପାଠକ ଏବଂ ସମୁଦି ତଥା ପୂର୍ବତନ ଆଇଏଫଏସ ଅଧିକାରୀ ଅଭୟ ପାଠକ ସହ ମିଶି ଷଡଯନ୍ତ୍ର କରି, ଚାକିରୀ ଦେବା ନାଁରେ ନିଜ ନିର୍ବାଚନମଣ୍ଡଳୀର ଗରିବ ସାଧାରଣ ଲୋକ ଓ ବେକାର ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କାର ଠକେଇ କରିଥିଲେ।

ଏଭଳି ଜଣେ ନେତାଙ୍କୁ ଆଜି ବିଜେପି କୋଳେଇ ନେଇ ତାହାର ଅସଲ ଚେହେରା ଦେଖାଇଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଇପ୍ସିତା ସାହୁ।

ଆଜି ସାମ୍ବାଦିକମାନଙ୍କୁ ବିଜେଡି ପ୍ରବକ୍ତା ଶ୍ରୀମତୀ ସାହୁ କହିଛନ୍ତି ଯେ ଭାବୀ ଜ୍ୱାଇଁକୁ ଟାଟା ମୋଟର୍ସର ଏମଡି ଦର୍ଶାଇ ନିଜ ନିର୍ବାଚନ ମଣ୍ଡଳୀର ବେକାର ଗରିବ ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ଠକିଥିଲେ। ଠକେଇ ମାମଲା ଧରା ପଡିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ପାଠକ ବାପା-ପୁଅ ଗିରଫ ହୋଇଥିଲେ ଏବଂ ମାସ ମାସ ଧରି ଜେଲରେ ଥିଲେ।

ଲୋକଙ୍କ ଠାରୁ ଠକି ଯେଉଁ ବିପୁଳ ଟଙ୍କା ଠୁଳ କରିଥିଲେ, ସେଥିରେ ଚାଟାର୍ଡ ଫ୍ଲାଇଟ ବୁକିଂ କରି ଭାରତ ସାରା ବୁଲୁଥିଲେ ଏବଂ ବଡ ବଡ ହୋଟେଲରେ ରାତି କାଟୁଥିଲେ। ଏହା ସବୁ ଘଟୁଥିଲା କୋଭିଡ୍ ସମୟରେ, ଯେତେବେଳେ ମହାମାରୀ ଏକ ବଡ ବିପଦ ହୋଇ ସଭିଙ୍କ ସାମ୍ନାରେ ଠିଆ ହୋଇଥିଲା।

କୋଭିଡ ସମୟରେ ଗଞ୍ଜାମକୁ ଫେରୁଥିବା ଲୋକଙ୍କୁ କିଭଳି ସୁରକ୍ଷିତ ରଖାଯିବ ଓ କିଭଳି ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ, ସେନେଇ ଜନ ପ୍ରତିନିଧି ଓ ପ୍ରଶାସନ ତତ୍ପରତା ଦେଖାଉଥିଲେ। ଆଉ ସେହି ସମୟରେ ଲୋକଙ୍କୁ ଠକି ସେଇ ଟଙ୍କାରେ ମଉଜ କରୁଥିଲେ ପ୍ରଦୀପ ପାଣିଗ୍ରାହୀ।

ଠକେଇ ଏବଂ ଆୟ ବହିର୍ଭୁତ ସଂପତି ଠୁଳ ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଏକାଧିକ ମାମଲା ରହିଛି। ଏପରିକି ଭୁବନେଶ୍ୱର ସ୍ପେଶାଲ ଭିଜିଲାନସ କୋର୍ଟ ତାଙ୍କ ବିରୁଦ୍ଧରେ ଚାର୍ଜଫ୍ରେମ ମଧ୍ୟ କରିସାରିଛନ୍ତି।

ପ୍ରଦୀପ ପାଣିଗ୍ରାହୀଙ୍କ ଏଭଳି ଜନବିରୋଧୀ ନୀତି ପ୍ରତି କଠୋର ଏବଂ କଡା ଆଭିମୁଖ୍ୟ ଦେଖାଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳ ନୀତି ଆପଣାଇ ଏଭଳି ଜନବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ।ପ୍ରଦୀପ ପାଣିଗ୍ରାହୀଙ୍କ ସମୁଦି ତଥା ଦୁର୍ନୀତିଗ୍ରସ୍ତ ଆଇଏଫଏସ ଅଧିକାରୀ ଅଭୟ ପାଠକଙ୍କ ପାଖରୁ ବିପୁଳ ସଂପତି ମିଳିବା ପରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ କେନ୍ଦ୍ରକୁ ସୁପାରିଶ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ।

ଅଭୟ ପାଠକଙ୍କ ବିରୁଦ୍ଧରେ ସମସ୍ତ ପ୍ରମାଣ ଦେଖିବା ପରେ କେନ୍ଦ୍ର ସରକାର ଏନେଇ ସମ୍ମତି ପ୍ରଦାନ କରିଥିଲେ। ସର୍ବଭାରତୀୟ ସେବାର ଜଣେ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦେଇ ମୁଖ୍ୟମନ୍ତ୍ରୀ ଉଦାହରଣ ସୃଷ୍ଟି କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଦୀପ ପାଣିଗ୍ରାହୀଙ୍କୁ ଏହି ମାମଲାରେ ଠକ ଏବଂ ଲୋକଙ୍କ ପଇସା ଲୁଟିଥିବା ଜଣେ ଲମ୍ଫଟ ବୋଲି କହିଥିଲେ। ଯାହାକୁ ଗାଳି କରୁଥିଲେ, ଆଜି ତାକୁ କୋଳେଇ ନେଲେ। କେଉଁ ବାଧ୍ୟବାଧ୍ୟକତାରେ?

ଆଉ ଏକ କଥା ଆମେ ଶୁଣିବାକୁ ପାଉଛୁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥତିରେ କୁଆଡେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବାର ଥିଲା। ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ କଳା କାରନାମା ଜାଣିବା ପରେ ରାଜନାଥ କୁଆଡେ ସଫା ସଫା ମନା କରିଦେଲେ। ତେଣୁ ତରବରିଆ ଭାବେ ଏହି ମିଶ୍ରଣ ପର୍ବର ଆୟୋଜନ ଓଡିଶା ବିଜେପି କାର୍ଯ୍ୟାଳୟରେ କରାଗଲା। ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ଧର୍ମେନ୍ଦ୍ର ପ୍ରଧାନ, ପ୍ରଦୀପ ପାଣିଗ୍ରାହୀଙ୍କୁ କୋଳେଇ ନେବାକୁ ବ୍ୟଗ୍ର ଥିଲେ, ସେ ବି ଏହି ମିଶ୍ରଣ ପର୍ବ ଠାରୁ ଦୂରେଇ ରହିଲେ।

ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେବା ପରେ, ଓଡିଶା ବିଜେପିର ସାଂଗଠନିକ କ୍ଷେତ୍ରରେ ଦୟନୀୟ ଚିତ୍ର ଧୀରେ ଧୀରେ ଜଣାପଡୁଛି। ଓଡିଶା ବିଜେପି ନୂଆ ନେତା ସୃଷ୍ଟି କରିବାରେ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି । ତେଣୁ ପ୍ରଦୀପ ପାଣିଗ୍ରାହୀ ଭଳି ତଡାଖିଆ ଏବଂ ଜନବିରୋଧୀ ନେତା ହିଁ ସେମାନଙ୍କ ପାଇଁ ବନ୍ୟା ବେଳେ କୁଟା ଖିଅର ଭରସା ହୋଇଛନ୍ତି।

ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଠକିଥିବା ଓ ଧୋକା ଦେଇଥିବା ନେତାଙ୍କୁ ଓଡିଶା ବିଜେପି ଆଜି କୋଳେଇ ନେଇଛି। ଏଭଳି ଅସାଧୁ ବୁଝାମଣାକୁ ପୂର୍ବରୁ ପ୍ରତ୍ୟାଖ୍ୟାନ କରିଥିଲେ, ଏବଂ ଆଗକୁ ମଧ୍ୟ କରିବେ ବୋଲି ଶ୍ରୀମତୀ ସାହୁ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

Breaking News: ପଦ୍ମ ଧରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର: ସବୁ ଚର୍ଚ୍ଚା ଶେଷ କରି ଆଜି ଭୁବନେଶ୍ବରର ବିଜେପି କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ସେ ବହୁ ପୂର୍ବରୁ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ଏବେ ରାଜନାଥ ସିଂ ବ୍ରହ୍ମପୁରରେ ସମାବେଶ କରିବା ପୂର୍ବରୁ ଦଳରେ ସାମିଲ ହୋଇଛନ୍ତି।

ଆଜି ସକାଳେ ପ୍ରଦୀପ ଭୁବନେଶ୍ବରର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଦଳ ତରଫରୁ ସ୍ବାଗତ କରାଯାଇ ତାଙ୍କୁ ଭିତରକୁ ନିଆଯାଇଥିଲା। ଏହାପରେ ମନମୋହନ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେଲେ ବୋଲି ଘୋଷଣା କରି ଦଳୀୟ ଉତ୍ତରୀୟ ପିନ୍ଧାଇଥିଲେ।

ଦଳରେ ସାମିଲ ହେବା ପରେ ପ୍ରଦୀପ କହିଛନ୍ତି ଯେ, ବର୍ତ୍ତମାନ ଶ୍ରେଷ୍ଠ ଭାରତ ଶ୍ରେଷ୍ଠ ଓଡିଶା ଗଠନ କରିବାର ସମୟ ଆସିଛି। ଗୋଟିଏ ଥର ବିଜେପିକୁ ଶାସନ କ୍ଷମତା ଦିଅନ୍ତୁ ବୋଲି ସେ ସାଧାରଣରେ ଅପିଲ କରିଥିଲେ। ଆସନ୍ତାକାଲି ରାଜନାଥ ସିଂ ବ୍ରହ୍ମପୁରରେ ବିଶାଳ ସମାବେଶ କରିବେ। ସେ ଦାୟିତ୍ବ ପ୍ରଦୀପ ନେବେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବ୍ରହ୍ମପୁରକୁ ଆସୁଛନ୍ତି ରାଜନାଥ ସିଂ, ବିଜେପିରେ ସାମିଲ ହେବେ କି ପ୍ରଦୀପ ପାଣିଗ୍ରାହୀ ?

ଭୁବନେଶ୍ବର: ପ୍ରତିରକ୍ଷା ମନ୍ତ୍ରୀ ରଜାନଥ ସିଂ ଓଡିଶା ଆସୁଛନ୍ତି। ଆସନ୍ତା ୨୨ ତାରିଖରେ ସେ ଓଡିଶାରେ ପହଞ୍ଚିବେ। ସେ ୩ ଟି ଜିଲ୍ଲା ନବରଙ୍ଗପୁର, ଗଂଜାମ ଓ ମୟୂରଭଂଜରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ନବରଙ୍ଗପୁର ଓ ମୟୂରଭଂଜରେ କୋର କମିଟି ବୈଠକରେ ଯୋଗ ଦେବେ।

ସେହିପରି ବ୍ରହ୍ମପୁରରେ ଆୟୋଜିତ କର୍ମୀ ସମ୍ମିଳନୀରେ ସାମିଲ ହୋଇ ୨୦୨୪ ନିର୍ବାଚନ ରଣନୀତି ବାବଦରେ ସମ୍ବୋଧନ କରିବେ। ଏ ନେଇ ରାଜ୍ୟ ବିଜେପି ବେଶ ଚଳଚଞ୍ଚଳ ହୋଇ ଉଠିଛି। ତେବେ ଏହି ସମାବଶରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଛି।

ନିକଟରେ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ଭୁବନେଶ୍ବର ବାସଭବନରେ ସାକ୍ଷାତ କରିଥିଲେ ବିଜେପି ସଭାପତି ମନମୋହନ ସାମଲ। ସେତେବେଳେ ମଧ୍ୟ ପ୍ରଦୀପ ବିଜେପିରେ ମିଶିବେ ବୋଲି ଇସାରା ଦେଇଥିଲେ। ସେ କହିଥିଲେ ଯେ, ବର୍ତ୍ତମାନ ଓଡିଶାବାସୀ ଶାଗୁଆ ଦେଖି ସାରିଲେଣି, ଆଗରୁ ଧଳା ଦେଖିଥିଲେ। ଏବେ ଗେରୁଆ ଦେଖିବେ।

ତେବେ ପ୍ରଦୀପ ବିଜେପିରେ ମିଶିବେ ବୋଲି ବହୁ ପୂର୍ବରୁ ଚର୍ଚ୍ଚା ଚାଲିଛି। ଏପରିକି ସେ ମିଶିବା ପାଇଁ ଦିନ ମଧ୍ୟ ଧ୍ୟାର୍ଯ୍ୟ ହୋଇଥିଲା। ହେଲେ ଶେଷ ମୂର୍ହୁତରେ ତାହାକୁ ବାତିଲ କରାଯାଇଥିଲା। ହେଲେ ବର୍ତ୍ତମାନ ବ୍ରହ୍ମପୁରରେ ରାଜନାଥ ସିଂ ସଭା କରୁଥିବାରୁ ସେହିଠାରେ ସେ ମିଶିବେ ବୋଲି ଗଂଜାମରେ ବେଶ ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କାହିଁକି ଭେଟିଲେ ମନମୋହନ ସାମଲ, ବିଜେପିରେ ମିଶିବେ କି ?

ଭୁବନେଶ୍ବର: ଗତକାଲି ସଂଧ୍ୟାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସାକ୍ଷାତ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ଭୁବନେଶ୍ବରସ୍ଥିତ ପ୍ରଦୀପଙ୍କ ସରକାରୀ ବାସଭବନରେ ମନମୋହନ ସାକ୍ଷାତ କରିଛନ୍ତି। ତେବେ ଏହି ସାକ୍ଷାତକୁ ନେଇ ମନମୋହନ କହିଛନ୍ତି ଯେ, ଅଶ୍ବିନୀ ବୈଷ୍ଣବଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିବାକୁ ଆସିଥିଲେ।

ହେଲେ ପ୍ରଦୀପ ପରୋକ୍ଷରେ ବିଜେପିରେ ମିଶୁଛନ୍ତି ବୋଲି ଇସାରା ଦେଇଥିଲେ। ସେ କହିଥିଲେ ଯେ, ଲୋକେ ସବୁଜ ରଂଗ ଦେଖିଲେଣି, ଧଳ ମଧ୍ୟ ଦେଖିସାରିଛନ୍ତି। ଏବେ ଗେରୁଆ ଦେଖିବା ପାଇଁ ଲୋକଙ୍କର ଆଗ୍ରହ ଅଛି। ସେହିପରି ସେ କହିଛନ୍ତି ଯେ, ବହୁ ବର୍ଷ ହେଲା ବିଜେଡି ବିଜେପି ପାଖରେ ସମର୍ପିତ ହୋଇଯାଇଛି।

ଏହି କାରଣରୁ ବିଜେପିକୁ ବିଜେଡି ସମର୍ଥନ ଦେବାକୁ ବାଧ୍ୟ ବୋଲି ପ୍ରଦୀପ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ବିଜେପିରେ ମିଶିବେ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଜଣେ ସାମ୍ବାଦିକ !!

ଭୁବନେଶ୍ବର: ଆଜି ବିଜେପିରେ ମିଶିବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଏ ନେଇ ରାଜ୍ୟ ବିଜେପି ତରଫରୁ ପ୍ରସ୍ତୁତି କରାଯାଇଛି। ଯଦି ସବୁକିଛି ଠିକଠାକ ଚାଲେ ତେବେ ଆଜି ଅପରାହ୍ନରେ ସେ ବିଜେପିରେ ସାମିଲ ହେବେ। ପ୍ରଦୀପ ବିଜେପିରେ ମିଶିବେ ବୋଲି ବହୁ ପୂର୍ବରୁ ଚର୍ଚ୍ଚା ଚାଲିଥିଲା। ସେ ବିଜେଡିରୁ ବହିସ୍କୃତ ହେବା ପରେ ବର୍ତ୍ତମାନ ସୁଦ୍ଧା କୌଣସି ଦଳରେ ସାମିଲ ହୋଇ ନାହାଁନ୍ତି।

ସେହିପରି ଆଜି ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ମଧ୍ୟ ବିଜେପିରେ ମିଶିବାର ସମ୍ଭାବନା ରହିଛି। ବଡ ଖବର ନ୍ୟୁଜ ଚାନେଲର ସଂପାଦକ ଭାବେ ସେ କାର୍ଯ୍ୟ କରୁଛନ୍ତି। ସେ ବହୁ ପୂର୍ବରୁ କୌଣସି ଦଳରେ ମିଶିବା ପାଇଁ ଚାହୁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନ ଥିଲା। ସେ ଜଟଣୀ ନିର୍ବାଚନ ମଣ୍ଡଳିରେ ହୋଇଥିବାରୁ ସେଠାରୁ ଲଢେଇ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଯ୍ୟସିଟ, ୯ କୋଟି ଟଙ୍କାର ସଂପତ୍ତି ଠାବ

ଭୁବନେଶ୍ବର: ଆଜି ରାଜ୍ୟ ଭିଜିଲାନସ ବିଭାଗ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ପୃଷ୍ଠାର ଚାର୍ଯ୍ୟସିଟ ଦାଖଲ କରାଯାଇଛି। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଏହି ଚାର୍ଯ୍ୟସିଟ ଦାଖଲ ହୋଇଛି। ତାଙ୍କ ବିରୋଧରେ ଆୟ ବହିଭୂତ ସଂପତ୍ତି ଅଭିଯୋଗ ଆସିଥିଲା। ସେହି ଅନୁସାରେ ଭିଜିଲାନସ ତାଙ୍କର ୯ କୋଟି ୧୮ ଲକ୍ଷ ଟଙ୍କା ଆୟ ବର୍ହିଭୂତ ସଂପତ୍ତି ରହିଛି ବୋଲି ଏହି ଚାର୍ଯ୍ୟସିଟରେ ଉଲ୍ଲେଖ କରାଯାଇଛି।

ଏଥିରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ତାଙ୍କର ଧର୍ମପତ୍ନୀ ସୁଜାତା ପାଣିଗ୍ରାହୀଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇଛି। ପ୍ରଦୀପ ଟାଟା କଂପାନୀରେ ଚାକିରୀ କରାଇଦେବା ନାମରେ ବେକାରୀଙ୍କଠାରୁ ଟଙ୍କା ଠକିଥିଲେ। ସେହି ଆଧାରରେ ଭିଜିଲାନସ ତାଙ୍କୁ ୨୦୨୦ ଡିସେମ୍ବର ମାସରେ ଗିରଫ କରାଯାଇଥିଲା।

ତାଙ୍କ ବିରୋଧରେ ମାମଲା ରୁଜୁ ହେବାପରେ ୨୦୨୧ ମସିହାରେ ଲୋକାୟୁକ୍ତ ଆଇନ ୨୦୧୪ର ଅଧିନିୟମ ୨୦ ଅନୁସାରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା। ଏଥିରେ ପ୍ରଦୀପ ପାଣିଗ୍ରାହୀ କ୍ଷମତାରେ ଥାଇ ୯ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଜଣା ପଡ଼ିଥିଲା। ପ୍ରଦୀପ ମଧ୍ୟ ଏହି ସମ୍ପତ୍ତି ବବାଦରେ କିଛି ସଠିକ ତଥ୍ୟ ଦେଇ ପାରି ନ ଥିଲେ ବୋଲି ଭିଜିଲାନସ ଉଲ୍ଲେଖ କରିଛି।

ପ୍ରଦୀପ ପାଣିଗ୍ରାହୀ ନିଜର ଗିରଫ ବିରୋଧରେ ଓଡ଼ିଶା ହାଇକୋର୍ଟରେ ଆବେଦନ କରିଥିଲେ। ଏହାପରେ ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା। ସେ ୨୦୨୧ ମସିହା ଜୁନ ମାସରେ ଜେଲରୁ ବାହାରିଥିଲେ। ଏହି ମମାଲାରେ ଗିରଫ ହେବା ପରେ ପ୍ରଦୀପଙ୍କୁ ବିଜେଡି ପକ୍ଷରୁ ଦଳରୁ ବହିଷ୍କୃତ କରଯାଇଥିଲା। ବର୍ତ୍ତମାନ ଚାର୍ଯ୍ୟସିଟ ଦାଖଲ ପରେ କୋର୍ଟ ତାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିିଛି।

Categories
ଆଜିର ଖବର ରାଜ୍ୟ ଖବର

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ପୋରକ ବୟାନ

ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ଏକ ବିସ୍ପୋରକ ବୟାନ ଦେଇଛନ୍ତି। ବିଜେଡିରୁ ବହିସ୍କୃତ ଏହି ନେତା ଏକ କର୍ମି ସମ୍ମିଳନୀରେ ଯାହା କହିଛନ୍ତି ତାହା ତାଙ୍କର ଆଗାମୀ ରାଜନୈତିକ ଭବିଷ୍ୟତ କଣ ହେବ ତାହା ସୂଚାଇ ଦେଉଛି। ସେ ଯାହା କହିଛନ୍ତି ତାହା ରାଜ୍ୟ ରାଜନୀତିରେ ବର୍ତ୍ତମାନ ହଟଚମଟ ସୃଷ୍ଟି କରିଛି।

ପ୍ରଦୀପ ପାଣିଗ୍ରାହୀ ଏହି କର୍ମି ସମ୍ମିଳନୀରେ ସିଧାସିଧା କହିଛନ୍ତି ଯେ ପଦ୍ମପୁରରେ ପଦ୍ମ ଫୁଟିବ। ପଦ୍ମପୁର ବାସୀ ଜାଣିବା ଦରକାର ଯେ, ସେହି ନାଁଟି ଯାହା ହୋଇଛି ତାହାର ସାର୍ଥକତା ରଖନ୍ତୁ। ପଦ୍ମ ଫୁଲରେ ଭୋଟ ଦେଇ ପ୍ରଦୀପ ପୁରୋହିତଙ୍କୁ ଜୟଯୁକ୍ତ କରାନ୍ତୁ। ଏପରି ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି ଯେ ପ୍ରଦୀପ ପାଣିଗ୍ରାହୀ ବିଜେପି ଆଡକୁ ଢଳିବାରେ ଲାଗିଛନ୍ତି ବୋଲି ଜଣାପଡିଛି। ନଚେତ ପଦ୍ମକୁ ଭୋଟ ଦେବା ପାଇଁ ସେ କେବେ ବି ନିବେଦନ କରିବା କଥା ନୁହେଁ।

Categories
ଆଜିର ଖବର ରାଜ୍ୟ ଖବର

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀ ଇଡି ଅଫିସରେ ହାଜର

ଭୁବନେଶ୍ବର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀ ଇଡି ଅଫିସରେ ହାଜର ହୋଇଛନ୍ତି। ଆକାଶ ପାଠକଙ୍କ ସହ ଆର୍ଥିକ କାରବାର ନେଇ ହେବ ପଚରାଉଚରା। ବାରମ୍ବାର ନୋଟିସ ପରେ ଚତୁର୍ଥ ନୋଟିସରେ ହାଜର ହୋଇଛନ୍ତି ଶ୍ରୁତି ପାଣିଗ୍ରାହୀ ।

ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟରୁ ଝିଅ ଆକାଉଣ୍ଟ ଏବଂ ଝିଅ ଆକାଉଣ୍ଟରୁ ଆକାଶଙ୍କ ଆକାଉଣ୍ଟକୁ ଯାଇଥିଲା ଟଙ୍କା। ସେଥିପାଇଁ ଇଡି ପ୍ରଦୀପ ପାଣିଗ୍ରାହୀ ଓ ଅଭୟ ପାଠକଙ୍କୁ ମଧ୍ୟ ପଚରାଉଚୁରା କରିବ। ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ପୂର୍ବତନ ଆଇଏଫଏସ ଅଭୟ ପାଠକ ।

Categories
ଆଜିର ଖବର ରାଜ୍ୟ ଖବର

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ବିଭାଗ: ଜବତ ହେଲା ୧୪୪୦ ଗ୍ରାମର ସୁନା ଅଳଙ୍କାର

ଭୁବନେଶ୍ୱର: ଗତକାଲି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା। ଏକକାଳୀନ ୧୫ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା। ବିଧାୟକ ପ୍ରଦୀପଙ୍କ ସହଯୋଗୀ ଏବଂ ସମ୍ପର୍କୀୟଙ୍କ ଘରେ ପ୍ରାୟ ୨୩ ଘଣ୍ଟା ଧରି ଭିଜିଲାନ୍ସ ବିଭାଗ ଯାଞ୍ଚ କରିଥିଲା।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଯାଞ୍ଚ କରିଥିଲା ତେବେ ଏହି ଯାଞ୍ଚ ବେଳେ ବିଧାୟକଙ୍କ ଘରୁ ୧୪୪୦ ଗ୍ରାମର ସୁନା ଅଳଙ୍କାର ଜବତ କରାଯାଇଛି। ଏଥିସହ ୨୪ ଲକ୍ଷ ୨୫ ହଜାର ଟଙ୍କାର ସବ୍ୟସାଚୀ ବ୍ରାଣ୍ଡ ଡିଜାଇନ ହାର ମଧ୍ୟ ଜବତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ବିଭାଗ: ୧୫ ଟି ସ୍ଥାନରେ ଚଢାଉ ଜାରି

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି। ମୋଟ ୧୫ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ ଜାରି କରିଛି। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ୩ ଜଣ ସହଯୋଗୀ ୧୦ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ ଆରମ୍ଭ କରିଦେଇଛି। ବ୍ରହ୍ମପୁରରେ କଟକ ଭିଜିଲାନ୍ସ ବିଭାଗ ଚଢାଉ କରି କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପାଇଥିବା ସୂଚନା ରହିଛି। ଭିଜିଲାନ୍ସ ଏସପିଙ୍କ ନେତୃତ୍ଵରେ ୨ ଜଣ ଅତିରିକ୍ତ ଏସପି ଏବଂ ୧୭ ଜଣ ଡିଏସପିଙ୍କ ସହଯୋଗରେ ଚଢାଉ ଜାରି ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଲୋକାୟୁକ୍ତଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର: ଲୋକାୟୁକ୍ତଙ୍କ ବିରୋଧରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଲୋକାୟୁକ୍ତଙ୍କ ବିରୋଧରେ ସେ ଫୌଜଦାରୀ ମାମଲା ରୁଜୁ ପାଇଁ ଆବେଦନ କରିଛନ୍ତି। ସୁପ୍ରିମକୋର୍ଟରେ ଲୋକାୟୁକ୍ତ ନକଲି କାଗଜପତ୍ର ଦେଇଥିବା ପ୍ରଦୀପ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି। ତେବେ ସୁପ୍ରିମକୋର୍ଟରେ ଗୋପାଳପୁର ବିଧାୟକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ପୀତାମ୍ବର ଆଚାର୍ଯ୍ୟ କେସ ଲଢୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଛଅ ମାସ ପରେ ଝାରପଡା ଜେଲରୁ ମୁକୁଳୁଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର, ଶେଷରେ ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗତକାଲି ତାଙ୍କୁ କୋର୍ଟ କେତେକ ସର୍ତ୍ତ ମୂଳକ ଜାମିନୀ ପ୍ରଦାନ କରିଛନ୍ତି। ତାଙ୍କ ନାମରେ ଥିବା ବିଭିନ୍ନ ମାମଲାରେ ସେ ଜାମିନୀ ହାସଲ କରିଥିଲେ। ସେ ଦୀର୍ଘ ଛଅ ମାସ ଧରି ଝାଡପଡା ଜେଲରେ ଥିଲେ। ପ୍ରଦୀପଙ୍କ ପାଇଁ ମାମଲା ଲଢୁଥିଲେ ବରିଷ୍ଠ ଓକିଲ ପିତାମ୍ବର ଆଚାର୍ଯ୍ୟ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ଆଇଏଫଏସ ଅଭୟକାନ୍ତ ପାଠକ କୋଭିଡରେ ହେଲେ ଆକ୍ରାନ୍ତ

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ଝାରପଡା ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ଆଇଏଫଏସ ଅଭୟକାନ୍ତ ପାଠକ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କୁ ଝାରପଡା ଜେଲର ଆଇସୋଲେସନ ୱାର୍ଡରେ ରଖାଯାଇଛି। ଝାରପଡା ଜେଲରେ ୧୯୫ ନମୁନା ମଧ୍ୟରୁ ୯୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବିଧାୟକ ପାଣିଗ୍ରାହୀ ଏବଂ ଅଭୟକାନ୍ତ ପଜିଟିଭ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଠକେଇ ମାମଲାରେ ବ୍ରହ୍ମପୁର କୋର୍ଟରେ ହାଜର ହେଲେ ପ୍ରଦୀପ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗୋଳନ୍ଥରା ଥାନାରେ ହୋଇଥିବା ଠକେଇ ମାମଲାର ବିଚାରଣ ପାଇଁ ଆଜି ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କୁ ପୋଲିସ୍ ବ୍ରହ୍ମପୁର ଏସ୍‌ଡ଼ିଜିଏମ୍ କୋର୍ଟରେ ପୋଲିସ୍ ହାଜର କରିଛି। ଟାଟା କଂପାନୀରେ ଚାକିରି କରାଇଦେବା କହି ଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ଠକେଇ କରିଥିବା ନେଇ ଗୋଳନ୍ଥରା ଥାନାରେ ତିନୋଟି ମାମଲା ରୁଜୁ ହୋଇଥିଲା। ତେଣୁ ପୋଲିସ୍ ଆଜି ପ୍ରଦୀପଙ୍କୁ ଝାରପଡ଼ା ଜେଲ୍‌ରୁ ଆଣି ବ୍ରହ୍ମପୁର ଏସ୍‌ଡ଼ିଜିଏମ୍ କୋର୍ଟରେ ହାଜର କରିଥିଲା।

ତେବେ ତାଙ୍କ ଓକିଲ ଦୀପକ ପଟ୍ଟନାୟକ ପ୍ରଦୀପଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ଦର୍ଶାଇ ଚିକିତ୍ସା ପାଇଁ ପୁଣିଥରେ ଭୁବନେଶ୍ୱର ପଠାଇବାକୁ ନିବେଦନ କରିଥିଲେ। କିଛିଦିନ ଧରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାବେଳେ ପୋଲିସ୍ ଜବରଦସ୍ତ ତାଙ୍କୁ ଆଣିଥିବା ଓକିଲ ଅଭିଯୋଗ କରିଥିଲେ। ଏହାସହ ତାଙ୍କ ସ୍ୱାମୀଙ୍କୁ ଜାଣିଶୁଣି ହଇରାଣ କରାଯାଉଥିବା ପ୍ରଦୀପଙ୍କ ସ୍ତ୍ରୀ ସୁଜାତା ପାଣିଗ୍ରାହୀ ଅଭିଯୋଗ କରିଥିଲେ। ମିଥ୍ୟା ଅଭିଯୋଗରେ ତାଙ୍କ ସ୍ୱାମୀଙ୍କୁ ଫସାଯାଉଛି। ନ୍ୟାୟ ଉପରେ ତାଙ୍କର ଭରଷା ଅଛି। ତେଣୁ ସେ ଉଚିତ ନ୍ୟାୟ ପାଇବେ ବୋଲି କହିଥିଲେ।

ଆଜି କଡ଼ା ସୁରକ୍ଷା ମଧ୍ୟରେ ପ୍ରଦୀପଙ୍କୁ ବ୍ରହ୍ମପୁର ଏସ୍‌ଡ଼ିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ସକାଳୁ ସକାଳୁ କୋର୍ଟ ପରିସରରେ ପୋଲିସ୍ ଛାଉଣିରେ ପରିଣତ ହୋଇଥିଲା। ଅନ୍ୟପ୪ରେ ପ୍ରଦୀପ ପାଣିଗ୍ରାହୀଙ୍କୁ କୋର୍ଟରେ ହାଜର କରିବା ସମୟରେ କିଛି ସମର୍ଥକ ନାରାବାଜି ମଧ୍ୟ କରିଥିଲେ। ଏଥିପାଇଁ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ତେବେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ଜେଲ୍‌ରେ ବିଧାୟକ ପ୍ରଦୀପ ରହିବେ ବୋଲି ଜଣାପଡ଼ିଛି। ସେଠାରେ ତାଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି।

Categories
ବିଶେଷ ଖବର

ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ କବ୍‌ଜାରେ ହାତୀଓଟର ଧତିପଡ଼ିଆ ପାହାଡର଼ ସରକାରୀ ଜମି!

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଦିନ ଥିଲା କୋଦଳା ନିର୍ବାଚନ ମଣ୍ଡଳୀ ରାଜ୍ୟରେ ଗୋଟିଏ ସ୍ପର୍ଶକାତର ଆସନ ଥିଲା। ଯେଉଁ ଆସନରୁ ବନମାଳୀ ମହାରଣା, କାହ୍ନୁଚରଣ ନାୟକ, ରାମକୃଷ୍ଣ ପଟ୍ଟନାୟକ, ନିରଞ୍ଜନ ପ୍ରଧାନଙ୍କ ରାଜନୈତିକ କ୍ୟାରିୟର ଥିଲା ସମୃଦ୍ଧ। ଏମାନେ ଓଡ଼ିଶା ରାଜ୍ୟ ରାଜନୀତିର ସ୍ୱର ଥିଲେ। କୃଷକ ନେତା ଭାବରେ ବନମାଳି ମହାରଣା ପରେ ଗଂଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକ ଓଡ଼ିଶାରେ କୋଦଳା ତଥା ପୋଲସରା ଅଂଚଳବାସୀଙ୍କ ସୁଖଦୁଃଖର ସାଥୀ ବୋଲି ପ୍ରମାଣିତ ହୋଇଥିଲେ। ପରବର୍ତ୍ତୀ ସମୟରେ କୋଦଳା ନିର୍ବାଚନ ମଣ୍ଡଳୀକୁ ଭାଙ୍ଗିଦେଇ ପୋଲସରା ନିର୍ବାଚନ ମଣ୍ଡଳୀ ହେଲା।

ନିରଞ୍ଜନ ପ୍ରଧାନ ବିଧାୟକ ପଦରୁ ଯିବା ପରେ ଦୁଇଦୁଇ ଥର ବିଧାୟକ ଶ୍ରୀକାନ୍ତ ସାହୁ ଆଜି ପୋଲସରା ଅଂଚଳବାସୀଙ୍କ ବିକାଶଧାରାକୁ ନେବା ପାଇଁ ଜନପ୍ରତିନିଧି ଭାବରେ ଯେଉଁ କାର୍ଯ୍ୟ କରୁଛନ୍ତି ତା’ ଉପରେ ଏକ ଅନୁଧ୍ୟାନ ଓ ଅନୁସନ୍ଧାନ ମୂଳକ ରିପୋର୍ଟର ଆବଶ୍ୟକତା ଉପଲବଧି କରି ଆଜି ଅନେକ ରୋଚକ ତଥ୍ୟ ସଂପର୍କରେ ଆମ ନିକଟରେ ଆଭାସ ମିଳିଛି। ପୋଲସରା ନିର୍ବାଚନ ମଣ୍ଡଳୀରେ ଶ୍ରୀକାନ୍ତ ସାହୁ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି କହି ଦୈନିକ ଫଟୋସବୁ ସାମାଜିକ ଗଣମାଧ୍ୟମରେ ଭାସିଲା ଏବଂ କରୋନା ସମୟରେ ସେ ଜନତା ଜନାର୍ଦ୍ଦନଙ୍କ ସେବାରେ ଚଳଚଞ୍ଚଳ ରହିଥିଲେ ବୋଲି ସେ ନିଜର ଗୁଡ଼୍‌ବୁକ୍‌ ନିଜେ ତିଆରି କରି ଆସୁଥିଲେ। ଏହି ସବୁ ସତ୍ତ୍ୱେ କିଛି ଗୋଟିଏ ଗନ୍ଧର ସୁରାକ ପାଇ ବ୍ୟବସ୍ଥା ଅନୁକୂଳ ହେଲା ଯେତେବେଳେ ଡ. ପ୍ରଦୀପ ପାଣିଗ୍ରାହୀଙ୍କ  ପ୍ରକୃତ ଚରିତ୍ର ଜଣାପଡ଼ିଲା ଏବଂ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଗଂଜାମ ଜିଲ୍ଲାର ଦୁଇ ବିଧାୟକ ସୋରଡ଼ାର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ପୋଲସରାର ଶ୍ରୀକାନ୍ତ ସାହୁ ମଧ୍ୟ ଆଜିକାଲି ତାଙ୍କର କୃତ କୀର୍ତ୍ତି ପାଇଁ ଚର୍ଚ୍ଚାରେ।

ଶ୍ରୀକାନ୍ତ ସାହୁଙ୍କ କବଚ ସାଜିଥିବା ଡ. ପ୍ରଦୀପ ପାଣିଗ୍ରାହୀ ଯେତିକି ଆଜି ଦୁର୍ନାମ ମୁଣ୍ଡାଇଲେଣି ଗଂଜାମ ଜିଲ୍ଲାର ଦୁର୍ନାମ ସେତିକି ହୋଇଛି। ଏହା ଦଳ ପାଇଁ କ୍ଷତି ସହ ଗଂଜାମ ଜିଲ୍ଲାର ସ୍ୱାଭିମାନ ପ୍ରତି ମଧ୍ୟ ଆଞ୍ଚ ଆଣିଛି। ଗୋଟିଏ ମାତ୍ର ନେତା ସ୍ୱଚ୍ଛ ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆଉ ସବୁ ବିଧାୟକ ତାଙ୍କର ସ୍ୱଚ୍ଛତାର ନିରୀହ ପଣର ଫାଇଦା ଉଠାଇ କିପରି ସରକାରୀ ବ୍ୟବସ୍ଥାରେ ନିଜ ନିଜର ସ୍ୱାର୍ଥ ପ୍ରତି ସଚେତନ ରହିଛନ୍ତି ସେମାନଙ୍କ ମଧ୍ୟରୁ ଶ୍ରୀକାନ୍ତ ସାହୁ ପୋଲସରା ବିଧାୟକଙ୍କ ପାଇଁ ଦଳର ମୁଣ୍ଡବ୍ୟଥା ମଧ୍ୟ ବଢ଼ିବାର ସୂଚନା ମିଳିଲାଣି। ଏହା ଉପରେ ଅନୁଶୀଳନ କରିବା ପାଇଁ ଦଳ ମଧ୍ୟ ବାଧ୍ୟ ହେବ। ଶ୍ରୀକାନ୍ତ ସାହୁ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପଦରେ ରହିଛନ୍ତି। ଦୁଇଥର ବିଧାୟକଙ୍କର ପ୍ରକୃତ ସାମ୍ରାଜ୍ୟ ପୋଲସରା ଅଂଚଳବାସୀଙ୍କ ମଧ୍ୟରୁ ଏକରୁ ଅନେକ ଆଜି ଖୋଜିବା ପାଇଁ ଆଲୋଚନା ମଧ୍ୟ କରିଛନ୍ତି। ପ୍ରକୃତରେ ଶ୍ରୀକାନ୍ତ ସାହୁ ପୋଲସରା ବିଧାନସଭା ମଣ୍ଡଳୀରେ ଅଫିସରମାନଙ୍କ ଉପରେ ଏକ ପ୍ରକାର ଜୁଲୁମ୍‌ ଚଲାଇ ଅତ୍ୟାଚାର କରୁଥିବା ଆଲୋଚନା ହେଉଛି।

ଜମି ହଡ଼ପଠାରୁ ଆରମ୍ଭ କରି ଜାଲ ସାର୍ଟିଫିକେଟ୍ ର‌୍ୟାକେଟ୍‌, ହାତୀଓଟ ଧତିପଡ଼ିଆରେ ସରକାରୀ ଜମି ଉପରେ ବୃଦ୍ଧାଶ୍ରମ ଏବଂ ନିଜ ବାପାଙ୍କ ନାମରେ ଗଙ୍ଗାଧର ମହାବିଦ୍ୟାଳୟ ଘରୋଇ ଭାବରେ ସ୍ଥାପନ କରିବା ପଛରେ ଏକ ରହସ୍ୟ ମଧ୍ୟ ରହିଛି। ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରରୋଚନାରେ ହାତୀଓଟରେ ଗୋଟିଏ ମହାବିଦ୍ୟାଳୟ ସରକାରୀ ଜମିରେ ଏବଂ ଏମ୍‌ଏଲ୍‌ଏ ଓ ଏମ୍‌ପି ଫଣ୍ଡରେ ଅନୁଷ୍ଠାନ କରି ନିଜବାପାଙ୍କ ନାମରେ କୀର୍ତ୍ତି ସ୍ଥାପନ କରିବାର ନମୁନା ଦେଖିବାକୁ ମିଳିଛି। ଶ୍ରୀକାନ୍ତ ସାହୁ ବୃଦ୍ଧାଶ୍ରମ କରି ସେଠାର ଗୋଟିଏ ଆଭିଜାତ୍ୟପୂର୍ଣ୍ଣ କୋଠରୀରେ ନିଜର କାରନାମା ଚଳାଇଛନ୍ତି ଯାହାର ଗନ୍ଧ ବାରିବା ମଧ୍ୟ ସହଜ ନୁହେଁ। ଏକର ଏକର ଜମିକୁ ମାଡ଼ିବସି ନିଜ ଆୟତ୍ତରେ ରଖିବା ସହିତ ପୋଲସରା ଅଂଚଳରେ ଅସାଧୁ ବ୍ୟବସାୟୀଙ୍କ ପ୍ରୋତ୍ସାହନ ଦେଇ ବର୍ତ୍ତିନୀ ପାହାଡ଼ ନିକଟରେ କ୍ରସର ମାଧ୍ୟମରେ ବିପୁଳ ଟଙ୍କା ଲାଭବାନ ହୋଇଛନ୍ତି। ଏସବୁ ପଛରେ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସନ୍ନ ସହଯୋଗ ମଧ୍ୟ ରହିଛି ବୋଲି ଆଲୋଚନା ଚାଲିଛି।

ପୋଲସରା ଅଂଚଳରେ ଆମ୍ବ ଗଛ କାଟି ତାକୁ ପଦାକରି ସବୁଜ ବଳୟକୁ ଧ୍ୱଂସ କରି ଏକ ପ୍ରକାର ଜମିମାଫିଆଙ୍କୁ ସହଯୋଗ କରି ଏବଂ ଏହାର ଲାଭାଂଶ ସୂତ୍ରରେ ଅନେକ ପଡ଼ିଆ ବିକ୍ରି ପଛର ସୂତ୍ରଧର ଶ୍ରୀକାନ୍ତ ସାହୁ। ବ୍ରହ୍ମପୁର ଖୋଡ଼ାସିଙ୍ଗିର ଅଂଚଳରେ ଜନୈକ ଡ଼ାକ୍ତରଙ୍କ ଘରକୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାରେ କିଣି ସେଇ ଘରେ ରହି ପୋଲସରା ଅଂଚଳର ଅସାମାଜିକ ତତ୍ତ୍ୱମାନଙ୍କୁ ପ୍ରଶିକ୍ଷଣ ଦେବା ସହ ରାତିରେ ବାସନ୍ତୀ ଦିନରେ ବସନ୍ତ ପରି ଶ୍ରୀକାନ୍ତସାହୁ ସମାଜସେବାର ଚରିତ୍ରରେ ବେଶ୍ ବିଶାଳ ବ୍ୟକ୍ତିତ୍ୱର ଅଧିକାରୀ। ଓଡ଼ିଶାର ବିଜୁ ଜନତା ଦଳ ପାଇଁ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଶ୍ରୀକାନ୍ତ ସାହୁ ମଧ୍ୟ ମେହଙ୍କାଳ ଫଳ ହେବେ ଏବଂ ଏଇ ଚରିତ୍ର ପଛରେ ଡ. ପ୍ରଦୀପ ପାଣିଗ୍ରାହୀ ଯେ ସୂତ୍ରଧର ଏହା ଉପରେ ଅଧିକ ଅନୁସନ୍ଧାନ କଲେ ଅନେକ ତଥ୍ୟ ପଦାକୁ ଆସିବ।

ସରକାରୀ ଜମି, ଜଂଗଲ ଜମିରେ ବୃଦ୍ଧାଶ୍ରମ ଓ ବିଦ୍ୟାଳୟ, ମହାବିଦ୍ୟାଳୟ କରି ସେଇ ଅନୁଷ୍ଠାନର ମାଲିକାନାରେ ନିଜେ ରହିଛନ୍ତି। ତାଙ୍କର ଏଇ ପରଦା ପଛରେ ପ୍ରକୃତି ରହସ୍ୟ ସଂପର୍କରେ ଦଳର ସୁପ୍ରିମ ଓ ତୃତୀୟ ମହଲା ଯଦି ଅନୁସନ୍ଧାନ କରିବେ ଆମ ଅନୁସନ୍ଧାନରୁ ଅଧିକ ରୋଚକ ତଥ୍ୟ ଯେ ପଦାକୁ ନ ଆସିବ କିଏ କହିବ? ପୋଲସରା ଅଂଚଳରେ ଯେଉଁ ଜାଲ୍ ସାର୍ଟିଫିକେଟ୍ ର‌୍ୟାକେଟ୍ କଥା ଆଲୋଚନା ହୋଇ ଆଜି ହାଇକୋର୍ଟରେ ବିଚାରଣା ଚାଲିଛି ତା’ପଛରେ ମଧ୍ୟ ବିଧାୟକଙ୍କ ଭୂମିକା ସଂଦେହ ବଢ଼ାଇଛି। ବିଗତ ଦଶନ୍ଧି ତଳେ ଗୋଟିଏ ନାରୀ ପ୍ରତି ଅତ୍ୟାଚାର ପରେ ହତ୍ୟା ଘଟଣା ମଧ୍ୟ ମନରୁ ଲିଭିନାହିଁ। ପୋଲସରା ଅଂଚଳରେ ଅସାମାଜିକ ତତ୍ତ୍ୱ, ମଦ ମାଫିଆ, ଜମି ମାଫିଆ, ଜାଲ୍ ସାର୍ଟିଫିକେଟ୍‌ଙ୍କ୍ କବଚ ସାଜି ସେମାନଙ୍କ ପାଇଁ ସୁରକ୍ଷା ବଳୟ ସୃଷ୍ଟି କରିଥିବା ଶ୍ରୀକାନ୍ତ ସାହୁଙ୍କ ଆଭିଜାତ୍ୟ ଜୀବନ ଶୈଳୀ ଭିତରେ ପାଠକ ପରି ଚରିତ୍ରଙ୍କ ଛାପ ରହିଛି। ହାତୀଓଟ ଧତି ପଡ଼ିଆର ପାହାଡ଼ ଆଗରେ ଠିଆ ହେଲେ ଏବଂ ସେଇ ବୃଦ୍ଧାଶ୍ରମର ଆଭିଜାତ୍ୟ ଅଟ୍ଟାଳିକାରେ ତାଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀକୁ ନେଇ ଅଂଚଳବାସୀଙ୍କ ମନରେ ଦୀର୍ଘ ଦିନ ହେଲା ପ୍ରଶ୍ନ ଉଠିଛି। ତେବେ ତାଙ୍କର ଏପରି କାରନାମାକୁ ବିଜୁ ଜନତା ଦଳ କେଉଁ ଢ଼ଂଗରେ ନେଇ ବରଦାସ୍ତ କରି କ୍ଷମତାଶାଳୀ ପଦବୀ ଜିଲ୍ଲା ଉନ୍ନୟନ ଅଧ୍ୟକ୍ଷ ପଦ ଦେଇଛି ଏହା ମଧ୍ୟ ଅନୁଶୀଳନୀୟ।

କୋଟି କୋଟି ଟଙ୍କାର ସଂପତ୍ତି କରି ଶ୍ରୀକାନ୍ତ ସାହୁ ମାତ୍ର ଦଶବର୍ଷର ବିଧାୟକ ପଦରେ ରହି କ୍ଷମତା ବଳରେ ନିଜ ଅଂଚଳରେ ଆତଙ୍କରାଜ ଚଳାଇ ଆସୁଥିବା ସମୟରେ ତୃତୀୟ ମହଲା ପାଖରେ ଗନ୍ଧ କିପରି ବାଜିନି ଏହା ନିଶ୍ଚୟ ସମୀକ୍ଷାର ବିଷୟ। ନବୀନ ବାବୁଙ୍କ ଯେକୌଣସି ଗଂଜାମ ଜିଲ୍ଲାର କାର୍ଯ୍ୟକ୍ରମରେ କେମେରା ଆଗରେ ଝଟକୁ ଥିବା ଚେହେରା ଶ୍ରୀକାନ୍ତ ସାହୁଙ୍କ ରାଜନୈତିକ ଉତ୍‌ଥାନ ଦିଗରେ ଯେଉଁ ଗୋପାଳପୁର ବିଧାୟକ ଡ. ପାଣିଗ୍ରାହୀ ସାଥୀରେ ରଖି କାର୍ଯ୍ୟ କରୁଥିଲେ ଏ ସବୁର ଚିଠା ଖାଲି ଗଣମାଧ୍ୟମ ନ ଖୋଲି ରାଜ୍ୟ ଦଳୀୟ ନେତୃବର୍ଗ ସୁପ୍ରିମୋ ତଥା କ୍ରାଇମ୍ ବ୍ରାଞ୍ଚ ତନାଘନା କଲେ ଗଂଜାମ ଜିଲ୍‌ଲାରେ ଆଉ ଜଣେ ବିଧାୟକଙ୍କ କେଳେଙ୍କାରୀ ଉପରୁ ପରଦା ଉଠିବ ଏବଂ ଶ୍ରୀକାନ୍ତ ମୁଖର କାନ୍ତ କଳା ପଡ଼ିଯିବ।

Categories
ଆଜିର ଖବର ରାଜ୍ୟ ଖବର

ଦୁଇଦିନିଆ ରିମାଣ୍ଡରେ ଯିବେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ନେବାକୁ ଭୁବନେଶ୍ବର ଏସ୍‌ଡିଜେଏମ୍ କୋର୍ଟ ଅନୁମତି ଦେଇଥିବା ଜଣାପଡିଛି। ଭାବୀ ଜ୍ବାଇଁ ଆକାଶଙ୍କ ସହ ସାମ୍ନାସାମ୍ନି ଜେରା କରିପାରେ କ୍ରାଇମ୍‌ବ୍ରାଞ୍ଚ୍‌।  ଆଜିଠାରୁ ଦୁଇ ଦିନ ପାଇଁ ରିମାଣ୍ଡରେ ଯିବେ ପ୍ରଦୀପ ପାଣିଗ୍ରାହୀ ।  ଆକାଶଙ୍କ ଠକେଇ, ଜାଲିଆତି ମାମଲାରେ ପ୍ରଦୀପଙ୍କ ସମ୍ପୃକ୍ତି ସମ୍ପର୍କରେ ଖୋଳତାଡ କରିବ କ୍ରାଇମ୍‌ବ୍ରାଞ୍ଚ। ଏହି କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ରେ 5ଜଣ ବରିଷ୍ଠ ଅଧିକାରୀ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ଜନ ବିରୋଧି କାର୍ଯ୍ୟ ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କୃତ କରିଥିଲେ । ଏହାପରେ ଅଭୟ ପାଠକ ଓ ଆକାଶ ପାଠକ ଲିଙ୍କ, ବେଆଇନ ଅର୍ଥ କାରବାର ଓ ଚାକିରୀ ଜାଲିଆତି ନେଇ ପ୍ରଦୀପଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ହାତକୁ ଗଲା ପ୍ରଦୀପଙ୍କ ମାମଲା

ଭୁବନେଶ୍ବର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାର ତଦନ୍ତ କରିବ ଭିଜିଲାନ୍ସ। ମାମଲାର ତଦନ୍ତ ପାଇଁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ରହିଛି। ଏବଂ ଆସନ୍ତା 2 ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ। ଆସନ୍ତା ଫେବୃୟାରୀ 12 ତାରିଖରେ ଏହି ମାମଲାର ପରବର୍ତ୍ତିୀ ଶୁଣାଣି ହେବ।

ସୂଚନାଯୋଗ୍ୟ,  ଗତ 7 ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାର ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାରେ ବିଶୃଙ୍ଖଳା ପାଇଁ ପ୍ରଦୀପ ଦାୟୀ: ରମେଶ ଜେନା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗୋଟିଏ ଦିନ ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଥିବାବେଳେ ପରେ ଆଜି କଂଗ୍ରେସ ପ୍ରେସ୍‌ମିଟ୍ ଆୟୋଜନ କରି ଗଂଜାମ ଜିଲ୍ଲାର ରାଜନୈତିକ ଉଷ୍ମତାକୁ ବଢ଼ାଇ ଦେଇଛି। ବିଜେପି ଯେଉଁଭଳି ଭାବେ ଚିରାଚରିତ ଢ଼ଂଗରେ ପ୍ରଦୀପ ପାଣିଗ୍ରାହୀଙ୍କ କଳାସାମ୍ରାଜ୍ୟର ଚିଠା ଲୋକଙ୍କ ମୁଖା ଖୋଲିଥିଲା ତାହାର ଆହୁରି ଗୋଟିଏ ପାଦ ଆଗକୁ ଯାଇ ନବ ନିର୍ବାଚିତ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ପ୍ରଦୀପଙ୍କ ବିରୋଧରେ ବିଷ ଓଗାଳିଛନ୍ତି।

ଆଜି କୁକୁଡ଼ାଖଣ୍ଡି ବ୍ଲକ୍‌ରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନିତର ଚେହେରା ତଥା ଚେରକୁ ସାମ୍ନାକୁ ଆଣିଥିଲେ। ଶ୍ରୀ ଜେନା ଅଭିଯୋଗ କରିଥିଲେ ଯେ ଗତ ୧୬ ବର୍ଷ ମଧ୍ୟରେ ପ୍ରଦୀପ ପାଣିଗ୍ରାହୀ ନିଜ କ୍ଷମତାକୁ ଅପବ୍ୟବହାର କରି ବହୁ ଦୁର୍ନିତିରେ ଲିପ୍ତ ରହିଛନ୍ତିି। ସେ ନିରୀହ ଲୋକଙ୍କ ସ୍ୱାର୍ଥ ପାଇଁ କାମ ନକରି ମାଫିଆଙ୍କ ସ୍ୱାର୍ଥ ପାଇଁ କାମ କରୁଥିଲେ। ଜମି ହଡ଼ପଠାରୁ ଆରମ୍ଭ କରି ମୋରମ, ମଦ ଭାଟି, ବାଲି ଦୁର୍ନିତି ଏବଂ ଚୋରାଚାଲାଣ ପଛରେ ତାଙ୍କର ହାତ ରହିଛି। ଏହାର ତଦନ୍ତ କରିବା ସହ ଏହି ଦୁର୍ନୀତିରେ ଜିଲ୍ଲାର ଆହୁରି ବିଧାୟକ, ମନ୍ତ୍ରୀ ଏବଂ ମାଫିଆମାନେ ସଂପୃକ୍ତ ଅଛନ୍ତି ତାଙ୍କ ବିରୋଧରେ ତଦନ୍ତ ଦାବି କରିଛନ୍ତି ଶ୍ରୀ ଜେନା।

ପ୍ରଦୀପଙ୍କ ପାଇଁ ଗଂଜାମରେ ରାଜନୈତିକ ବିଶୃଙ୍ଖଳା ସୃଷ୍ଟି ହୋଇଛି। ପ୍ରଦୀପ ତାଙ୍କୁ ବ୍ୟକ୍ତିଗତ ଆକ୍ରୋଶ ରଖି ତାଙ୍କ ବିରୋଧରେ ୫୪ଟି ମିଛ କେସ୍ କରିଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ସେ ପ୍ରତ୍ୟେକ୍ଷ ଭାବେ ଗଂଜାମ ଜିଲ୍ଲାର ନେତୃବର୍ଗ ତଥା ବିଧାୟକଙ୍କ ନାମ ନେଇନଥିଲେ ମଧ୍ୟ ପ୍ରଦୀପଙ୍କ ଦୁର୍ନୀତିରେ ଆହୁରି ଅନେକ ମନ୍ତ୍ରୀ, ବିଧାୟକ ସାମିଲ ଥିବା ଜୋର୍ ଦେଇ କହିଥିଲେ। ତେଣୁ ନିରପେକ୍ଷ ତଥା ସିବିଆଇ ଦ୍ୱାରା ତଦନ୍ତ ହେଲେ ପ୍ରଦୀପ ଭଳି ଅନେକ ନେତୃବର୍ଗଙ୍କ ମୁଖା ଖୋଲିଯିବା ସହ ସରକାରଙ୍କ ଦୁର୍ନିତିମୁକ୍ତ ସମାଜର ନେଇ ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହାକୁ ଲୋକେ ବିଶ୍ୱାସ କରିବେ।

ତେବେ ଏଠାରେ ଗୋଟିଏ କଥା ସ୍ପଷ୍ଟ ଦେଖିବାକୁ ମିଳିଲାଣି ଯେ ଗଂଜାମ ଜିଲ୍ଲାରେ ଗତ କିଛି ଦିନ ହେଲା ଦୁଇ ପ୍ରମୁଖ ବିରୋଧୀ ଦଳ ସକ୍ରିୟ ହୋଇପଡ଼ିଛନ୍ତି। ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ବିଜେପି ହେଉ ବା କଂଗ୍ରେସ ନିଜର ପତିଆରା ଦେଖାଇବା ପାଇଁ ଘନ ଘନ ପ୍ରେସ୍‌ମିଟ୍‌, ବିକ୍ଷୋଭ, ଅଭିଯୋଗ ପତ୍ର ପ୍ରଦାନ ଚାଲିଛି। ଫଳରେ ଗଂଜାମ ଜିଲ୍ଲାରେ ଏକପ୍ରକାର ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଆକାଶ ପାଠକ ଆକାଉଣ୍ଟରୁ ପୁଣି ବାହାରିଲା ଦେଢ କୋଟି, ମୋଟ ହେଲା ସାଢେ ସତର କୋଟି ଟଙ୍କା

ଭୁବନେଶ୍ବର, ଧୀରେ ଧୀରେ ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ବ୍ୟାଙ୍କ ଆକାଣ୍ଟରୁ ଜମା ଟଙ୍କା ପରିମାଣ ବାହାରିବାରେ ଲାଗିଛି। ଆଜି ଭିଜିଲାନସ ତରଫରୁ ଆକାଶଙ୍କ ଭୁବନେଶ୍ବର ଏବଂ ପୁନେ ଆକାଉଣ୍ଟ ଖୋଳତାଡ କରାଯାଇଥିଲା। ଏଥିରେ ଅଭୟ ପାଠକଙ୍କ ପୁଅ ଆକାଶଙ୍କ ଆକାଉଣ୍ଟରୁ ଏକ କୋଟି ସତଚାଳିଶ ଲକ୍ଷ ଟଙ୍କା ଜମା ଥିବାର ଜଣାପଡିଥିଲା। ଫଳରେ ତାଙ୍କ ଆକାଉଣ୍ଟରେ ମୋଟ ଜମା ପରିମାଣ ବୃଦ୍ଧି ପାଇଁ 17 କୋଟି 52 ଲକ୍ଷରେ ପହଁଚିଛି।

ଏତେ ଟଙ୍କା ତାଙ୍କ ଆକଉଣ୍ଟରେ ସେ କିପରି ଜମା ରଖିଥିଲେ ତାହା ଆଶ୍ଚର୍ଯ୍ୟ ଲାଗିଛି। ଫଳରେ ଭିଜିଲାନସ ବର୍ତ୍ତମାନ ଏହି ଟଙ୍କାର ଖିଅ ବାହାର କରିବାରେ ଲାଗିଛି। ପ୍ରକୃତରେ ଏହି ଟଙ୍କା ଆକାଶ କେଉଁଠାରୁ ଆଣିଥିଲେ ଏବଂ କାହାକୁ ଦେଇଥିଲେ ତାହା ତଦନ୍ତ କରୁଛି। ସେହିପରି ଭିଜିଲାନସ ଉଭୟ ବାପପୁଅଙ୍କର ଦସ୍ତଖତ କରି ନେଇଛି। ଯାହା ଦ୍ବାରା ତାଙ୍କର ସମସ୍ତ କାଗଜ ପତ୍ରକୁ ଯାଞ୍ଚ କରାଯିବ। ଏପରିକି ଏହି ଦସ୍ତଖତ ବ୍ୟାଙ୍କ ଆକାଉଣ୍ଟ ସହିତ ମେଳ ଖାଉଛି କି ନାହିଁ ତାହା ମଧ୍ୟ ପରୀକ୍ଷା କରିବ। ଏଥିସହିତ ଭିଜିଲାନସ ବିଭିନ୍ନ ସିସିଟିଭି ଫୁଟେଜ ଏବଂ କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଥିବାର ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ତୁଣ୍ଡ ହେଲା ତାଙ୍କ ପାଇଁ କାଳ, କଣ ଥିଲେ ସେ, କଣ ହେଲେ

ଭୁବନେଶ୍ୱର: ଦୁର୍ନୀତି, ଠକେଇ ଓ ଅର୍ଥ ଅନିୟମିତତା ଅଭିଯୋଗରେ ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଶେଷରେ ଜେଲ ଗଲେ। ସଂଧ୍ୟାରେ ତାଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇ ଗିରଫ କରିଥିଲା। ପରେ କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଯାଇଥିଲା। ଫଳରେ ସେ 14 ଦିନିଆ ବିଚାର ବିଭାଗୀୟ ହାଜତରେ ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏବେ ସାଧାରଣରେ ପ୍ରଶ୍ନ ଉଠିଛି ଯେ, ପ୍ରଦୀପ ପାଣିଗ୍ରାହୀ କଣ ଥିଲେ ବର୍ତ୍ତମାନ କଣ ହେଲେ।

ଏକଦା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜୁ ଜନତା ଦଳ ପରିବାରର ଜଣେ ବିଶ୍ୱସ୍ତ ସଦସ୍ୟ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖାସ ଲୋକ ଭାବେ ଜଣଶୁଣା ଥିଲେ। ଏକଦା ଓଡିଶା ରାଜନୀତିର ଚାଣକ୍ୟ ପ୍ୟାରୀମୋହନ ମହାପାତ୍ରଙ୍କ ମଧ୍ୟ ବିଶ୍ବସ୍ଥ ଥିଲେ। ହେଲେ ସେହି ପ୍ରଦୀପ ଯେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ ଏହା ଅଜଣା ଥିଲା।

ଯେବେଠାରୁ ପ୍ରଦୀପ ଦଳ ବିରୋଧରେ ଷଡଯନ୍ତ୍ର କରୁଥିବା ନେଇ ପ୍ରମାଣ ମିଳିଲା, ସେବେଠାରୁ ଦଳ ପ୍ରଦୀପଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥିଲା। ପ୍ରମାଣ ମିଳିବା ପରେ ଦଳରୁ ପ୍ରଦୀପଙ୍କୁ ବହିଷ୍କାର କରାଗଲା। ହେଲେ ଏହାକୁ ହଜମ କରିପାରିଲେନି ଖୋଦ ପ୍ରଦୀପ।

ଏଥିରେ ଅନ୍ୟ ଏକ ସଙ୍ଗୀନ କାରଣ ଯୋଡି ହୋଇଛି। କାରଣ ହେଉଛି, ସରକାରୀ ଅର୍ଥ ତୋଷରପାତ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁତ୍ର ଆକାଶ ପାଠକ ଜେଲ ଯାଇଛନ୍ତି। ଅଭୟକାନ୍ତଙ୍କ ପୁତ୍ର ଆକାଶ ପ୍ରଦୀପଙ୍କ ଭାବୀ ଜାମାତା। ନିର୍ବନ୍ଧ ସରିଥିଲା, ବାହାଘର ଅଳ୍ପଦିନ ବାକି ରହିଥିଲା।

କ୍ରାଇମବ୍ରାଞ୍ଚ ପଦକ୍ଷେପକୁ ନେଇ ପ୍ରଦୀପଙ୍କ ପତ୍ନୀ କିଛି ଗଣମାଧ୍ୟମରେ କହିଛନ୍ତି ଯେ, ‘ଆମେ ସବୁ ପ୍ରକାର ସହଯୋଗ କରିବୁ,। ସୁଜାତା ଆହୁରି ମଧ୍ୟ କହିଛନ୍ତି, ତାଙ୍କ ବିରୋଧରେ କିଛି ଏଫଆଇଆର ହୋଇନି, ହେଲେ ତାଙ୍କୁ ଘରୁ ନିଆ ଯାଇଛି। ଗତ ତିନିଦିନ ଧରି ଆମକୁ ନିର୍ଯାତନା ଦିଆ ଯାଉଛି। ସତରେ କଣ ପ୍ରଦୀପଙ୍କ ପରିବାର ନିର୍ଯାତିତ ନା ରାଜନୈତିକ ଫାଇଦା ପାଇଁ ଏଭଳି ବକ୍ତବ୍ୟ ଦେଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିନା ଦୋଷରେ ପୋଲିସ କାହିଁକି ଜଣେ ବିଧାୟକଙ୍କୁ ଏଭଳି ଅଡୁଆରେ ପକାଇବେ? ରହସ୍ୟ ଅନେକ, ଦୁର୍ନୀତି ଓ ଜନବିରୋଧୀ କାର୍ଯ୍ୟ ସହିବା ସରକାରଙ୍କ ଧର୍ମ ହେବା ଉଚିତ କି! ଏକଥା ସୁଜାତା ମାଡାମ ବୁଝିବା କଥା। ସ୍ୱାର୍ଥ ରଖିଲା ବେଳେ ଭବିଷ୍ୟତରେ କଣ ଘଟିବ ଚିନ୍ତା କରିବା ଦାୟିତ୍ୱ କଣ ତାଙ୍କର ନୁହେଁ ?

ତେଣୁ ଜାଣିଶୁଣି ଅପରାଧ କଲେ, ଆଜି ନ ହେଲେ କାଲି ଧରା ପଡିବା ସୁନିଶ୍ଚିତ। ଯେଉଁ ସରକାର ପାଇଁ ସେ ପୂଜା ପାଉଥିଲେ, ତା ବିରୋଧରେ କାର୍ଯ୍ୟ କରିବା ଜନବିରୋଧୀ ନୁହେଁ କି ? ଏଭଳି ଅସଂଖ୍ୟ ପ୍ରଶ୍ନ ଭିତରେ ଛନ୍ଦି ହୋଇ ପଡିଛନ୍ତି ପ୍ରଦୀପ ପାଣିଗ୍ରାହୀ। ସତ ନିଶ୍ଚିତ ଧୀରେ ଧୀରେ ପଦାକୁ ଆସିବ।