Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବା ପରେ ବିଜେଡି କଣ କହିଲା ଜାଣିଛନ୍ତି ?
ବିଶେଷ ଖବର

ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବା ପରେ ବିଜେଡି କଣ କହିଲା ଜାଣିଛନ୍ତି ?

February 21, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବା ପରେ ବିଜେଡି କଣ କହିଲା ଜାଣିଛନ୍ତି ?

ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀ ହେଉଛନ୍ତି ଏମିତି ଜଣେ ଜନବିରୋଧୀ ନେତା ଯିଏ ନିଜ ଜ୍ୱାଇଁ ଆକାଶ ପାଠକ ଏବଂ ସମୁଦି ତଥା ପୂର୍ବତନ ଆଇଏଫଏସ ଅଧିକାରୀ ଅଭୟ ପାଠକ ସହ ମିଶି ଷଡଯନ୍ତ୍ର କରି, ଚାକିରୀ ଦେବା ନାଁରେ ନିଜ ନିର୍ବାଚନମଣ୍ଡଳୀର ଗରିବ ସାଧାରଣ ଲୋକ ଓ ବେକାର ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କାର ଠକେଇ କରିଥିଲେ।

ଏଭଳି ଜଣେ ନେତାଙ୍କୁ ଆଜି ବିଜେପି କୋଳେଇ ନେଇ ତାହାର ଅସଲ ଚେହେରା ଦେଖାଇଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଇପ୍ସିତା ସାହୁ।

ଆଜି ସାମ୍ବାଦିକମାନଙ୍କୁ ବିଜେଡି ପ୍ରବକ୍ତା ଶ୍ରୀମତୀ ସାହୁ କହିଛନ୍ତି ଯେ ଭାବୀ ଜ୍ୱାଇଁକୁ ଟାଟା ମୋଟର୍ସର ଏମଡି ଦର୍ଶାଇ ନିଜ ନିର୍ବାଚନ ମଣ୍ଡଳୀର ବେକାର ଗରିବ ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ଠକିଥିଲେ। ଠକେଇ ମାମଲା ଧରା ପଡିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ପାଠକ ବାପା-ପୁଅ ଗିରଫ ହୋଇଥିଲେ ଏବଂ ମାସ ମାସ ଧରି ଜେଲରେ ଥିଲେ।

ଲୋକଙ୍କ ଠାରୁ ଠକି ଯେଉଁ ବିପୁଳ ଟଙ୍କା ଠୁଳ କରିଥିଲେ, ସେଥିରେ ଚାଟାର୍ଡ ଫ୍ଲାଇଟ ବୁକିଂ କରି ଭାରତ ସାରା ବୁଲୁଥିଲେ ଏବଂ ବଡ ବଡ ହୋଟେଲରେ ରାତି କାଟୁଥିଲେ। ଏହା ସବୁ ଘଟୁଥିଲା କୋଭିଡ୍ ସମୟରେ, ଯେତେବେଳେ ମହାମାରୀ ଏକ ବଡ ବିପଦ ହୋଇ ସଭିଙ୍କ ସାମ୍ନାରେ ଠିଆ ହୋଇଥିଲା।

କୋଭିଡ ସମୟରେ ଗଞ୍ଜାମକୁ ଫେରୁଥିବା ଲୋକଙ୍କୁ କିଭଳି ସୁରକ୍ଷିତ ରଖାଯିବ ଓ କିଭଳି ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ, ସେନେଇ ଜନ ପ୍ରତିନିଧି ଓ ପ୍ରଶାସନ ତତ୍ପରତା ଦେଖାଉଥିଲେ। ଆଉ ସେହି ସମୟରେ ଲୋକଙ୍କୁ ଠକି ସେଇ ଟଙ୍କାରେ ମଉଜ କରୁଥିଲେ ପ୍ରଦୀପ ପାଣିଗ୍ରାହୀ।

ଠକେଇ ଏବଂ ଆୟ ବହିର୍ଭୁତ ସଂପତି ଠୁଳ ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଏକାଧିକ ମାମଲା ରହିଛି। ଏପରିକି ଭୁବନେଶ୍ୱର ସ୍ପେଶାଲ ଭିଜିଲାନସ କୋର୍ଟ ତାଙ୍କ ବିରୁଦ୍ଧରେ ଚାର୍ଜଫ୍ରେମ ମଧ୍ୟ କରିସାରିଛନ୍ତି।

ପ୍ରଦୀପ ପାଣିଗ୍ରାହୀଙ୍କ ଏଭଳି ଜନବିରୋଧୀ ନୀତି ପ୍ରତି କଠୋର ଏବଂ କଡା ଆଭିମୁଖ୍ୟ ଦେଖାଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳ ନୀତି ଆପଣାଇ ଏଭଳି ଜନବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ।ପ୍ରଦୀପ ପାଣିଗ୍ରାହୀଙ୍କ ସମୁଦି ତଥା ଦୁର୍ନୀତିଗ୍ରସ୍ତ ଆଇଏଫଏସ ଅଧିକାରୀ ଅଭୟ ପାଠକଙ୍କ ପାଖରୁ ବିପୁଳ ସଂପତି ମିଳିବା ପରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ କେନ୍ଦ୍ରକୁ ସୁପାରିଶ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ।

ଅଭୟ ପାଠକଙ୍କ ବିରୁଦ୍ଧରେ ସମସ୍ତ ପ୍ରମାଣ ଦେଖିବା ପରେ କେନ୍ଦ୍ର ସରକାର ଏନେଇ ସମ୍ମତି ପ୍ରଦାନ କରିଥିଲେ। ସର୍ବଭାରତୀୟ ସେବାର ଜଣେ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦେଇ ମୁଖ୍ୟମନ୍ତ୍ରୀ ଉଦାହରଣ ସୃଷ୍ଟି କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଦୀପ ପାଣିଗ୍ରାହୀଙ୍କୁ ଏହି ମାମଲାରେ ଠକ ଏବଂ ଲୋକଙ୍କ ପଇସା ଲୁଟିଥିବା ଜଣେ ଲମ୍ଫଟ ବୋଲି କହିଥିଲେ। ଯାହାକୁ ଗାଳି କରୁଥିଲେ, ଆଜି ତାକୁ କୋଳେଇ ନେଲେ। କେଉଁ ବାଧ୍ୟବାଧ୍ୟକତାରେ?

ଆଉ ଏକ କଥା ଆମେ ଶୁଣିବାକୁ ପାଉଛୁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥତିରେ କୁଆଡେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବାର ଥିଲା। ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ କଳା କାରନାମା ଜାଣିବା ପରେ ରାଜନାଥ କୁଆଡେ ସଫା ସଫା ମନା କରିଦେଲେ। ତେଣୁ ତରବରିଆ ଭାବେ ଏହି ମିଶ୍ରଣ ପର୍ବର ଆୟୋଜନ ଓଡିଶା ବିଜେପି କାର୍ଯ୍ୟାଳୟରେ କରାଗଲା। ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ଧର୍ମେନ୍ଦ୍ର ପ୍ରଧାନ, ପ୍ରଦୀପ ପାଣିଗ୍ରାହୀଙ୍କୁ କୋଳେଇ ନେବାକୁ ବ୍ୟଗ୍ର ଥିଲେ, ସେ ବି ଏହି ମିଶ୍ରଣ ପର୍ବ ଠାରୁ ଦୂରେଇ ରହିଲେ।

ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେବା ପରେ, ଓଡିଶା ବିଜେପିର ସାଂଗଠନିକ କ୍ଷେତ୍ରରେ ଦୟନୀୟ ଚିତ୍ର ଧୀରେ ଧୀରେ ଜଣାପଡୁଛି। ଓଡିଶା ବିଜେପି ନୂଆ ନେତା ସୃଷ୍ଟି କରିବାରେ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି । ତେଣୁ ପ୍ରଦୀପ ପାଣିଗ୍ରାହୀ ଭଳି ତଡାଖିଆ ଏବଂ ଜନବିରୋଧୀ ନେତା ହିଁ ସେମାନଙ୍କ ପାଇଁ ବନ୍ୟା ବେଳେ କୁଟା ଖିଅର ଭରସା ହୋଇଛନ୍ତି।

ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଠକିଥିବା ଓ ଧୋକା ଦେଇଥିବା ନେତାଙ୍କୁ ଓଡିଶା ବିଜେପି ଆଜି କୋଳେଇ ନେଇଛି। ଏଭଳି ଅସାଧୁ ବୁଝାମଣାକୁ ପୂର୍ବରୁ ପ୍ରତ୍ୟାଖ୍ୟାନ କରିଥିଲେ, ଏବଂ ଆଗକୁ ମଧ୍ୟ କରିବେ ବୋଲି ଶ୍ରୀମତୀ ସାହୁ କହିଛନ୍ତି।

ପ୍ରଦୀପ ପାଣିଗ୍ରାହୀ
Share. Facebook Twitter LinkedIn Email WhatsApp Copy Link

Related Posts

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026

ସିଂଗଲ ୱିଣ୍ଡୋ କ୍ଲିୟରଆନ୍ସ ଆଥୋରିଟି ବୈଠକରେ ୨୪ ପ୍ରସ୍ତାବକୁ ମଞ୍ଜୁରୀ

June 6, 2026

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

June 6, 2026
Latest News

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.