ପରିବହନ ଏଏସଆଇଙ୍କ ଘରେ ଭିଜିଲାନ୍ସ, ମିଳିଲା 3ଟି ଦୁଇମହଲା କୋଠା ସହ ଆହୁରି କେତେ

Published: Feb 25, 2022, 1:11 pm IST

କଟକ: ଆଜି ଭିଜିଲାନସ ଜଣେ ମୋଟର ଭେଇକଲ ବିଭାଗର ଏଏସଆଇଙ୍କ ଘରେ ଚଢାଉ କରିଛି। ସେ ହେଉଛନ୍ତି ଝାରସୁଗୁଡା ଜିଲ୍ଲାରେ କାଯ୍ୟ କରୁଥିବା ଏଏସଆଇ ହରେକୃଷ୍ଣ ନାୟକ। ତାଙ୍କ ନିକଟରେ ଆୟ ବହିଃଭୂତ ସଂପତ୍ତି ଥିବା ଅଭିଯୋଗ ପରେ ଏହି ଚଢାଉ କରାଯାଇଛି। ଏକ କାଳିନ ଛଅଟି ସ୍ଥାନରେ ଏହି ଚଢାଉ କରାଯାଇଛି।

ଏହି ଚଢାଉରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି। ଏଥିରେ କଟକ, ପୁରୀ, ଝାରସୁଗୁଡା ଏବଂ ଗଞ୍ଜାମ ଜିଲ୍ଲାର ୬ ଟି ସ୍ଥାନରେ ଖାନତଲାସ ଚାଲିଛି। ସେଗୁଡିକ ହେଲା

୧) କଟକ ମଙ୍ଗଳାବାଗ ଥାନା ଅଧିନସ୍ଥ ଫ୍ରେଣ୍ଡସ୍ କଲୋନୀରେ ଅବସ୍ଥିତ ଶ୍ରୀ ନାୟକର ଏକ ଦୁଇ ମହଲା କୋଠା

୨) କୃଷ୍ଣପ୍ରସାଦ ଥାନା ଅଧିନରେ ଥିବା ତାଙ୍କ ଜନ୍ମସ୍ଥାନ ମାଲଦୁର ନୂତନ ଭାବରେ ନିର୍ମିତ କୋଠା

୩) ଝାରସୁଗୁଡାରେ ଅବସ୍ଥିତ ଶ୍ରୀ ନାୟକଙ୍କ ପରିବହନ କାର୍ଯ୍ୟାଳୟ

୪) ବିଜୁ ନଗର, ୱାର୍ଡ ନଂ -୯, ଝାରସୁଗୁଡାରେ ଅବସ୍ଥିତ ଶ୍ରୀ ନାୟକ ନାୟକଙ୍କ ଭଡା ଘର

୫) ଗଂଞ୍ଜାମର ଲାଞ୍ଜିପାଲ୍ଲୀ ଦୀପସାହିରେ ଥିବା ସମ୍ପର୍କୀୟ ଘର

୬. ବ୍ରହ୍ମପୁରର ରାମ ନାଗରରେ ଶ୍ରୀ ନାୟକଙ୍କ ନାମରେ ଥିବା ଗୋଟିଏ ଦ୍ୱି ମହଲା ବିଶିଷ୍ଟ କୋଠା

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁଇମହଲା ବିଶିଷ୍ଠ ତିନୋଟି ଘର ସହିତ ନଗଦ ୪ ଲକ୍ଷ ୪୬ ହଜାର ଟଙ୍କା ଜବତ ହୋଇଛି ।

Related posts