ଅହମ୍ମଦାବାଦ : ଦେଶରେ ପୁଣିଥରେ କରୋନା ମାମଲାରେ ବୃଦ୍ଧି ଦେଖାଯାଇଛି । କରୋନାକୁ ଦୃଷ୍ଟିରେ ରଖି ପୂର୍ବରୁ ଜାରି କରାଯାଇ ଥିବା କର୍ଫ୍ୟୁ ପୁଣିଥରେ ଫେରିଛି। ଗୁଜୁରାଟର ଅହମ୍ମଦାବାଦରେ କରୋନା କେସ୍ରେ ଲଗାତାର ବୃଦ୍ଧି ଯୋଗୁଁ ଗୁଜୁରାଟ ସରକାର ଗୁରୁବାର ରାତ୍ରିର ପୁନର୍ବାର କର୍ଫ୍ୟୁ ଲାଗୁ କରିଛନ୍ତି । ରାତ୍ରିକାଳୀନ କର୍ଫ୍ୟୁ ଏଠାରେ ଜାରି କରାଯାଇଛି । ଏହି କର୍ଫ୍ୟୁ ରାତି 9 ଟାରୁ ଏହି କର୍ଫ୍ୟୁ ଆରମ୍ଭ ହୋଇ ସକାଳ 6ଟାରେ ଶେଷ ହେବ । ତେତେ ଏହି ସମୟରେ ଆବଶ୍ୟକୀୟ ଦୋକାନ ଖୋଲା ରହିବ । ଅହମ୍ମଦାବାଦ ପାଇଁ 20ଟି ଅତିରିକ୍ତ ଆମ୍ବୁଲାନ୍ସ, 300 ଡାକ୍ତର, ଓ 300 ମେଡିକାଲ ଛାତ୍ରଛାତ୍ରୀଙ୍କୁ ଆବଣ୍ଟିତ କରାଯାଇଛି । ଏହା ବ୍ୟତୀତ ଗୁଜୁରାଟ ପାଇଁ କେନ୍ଦ୍ର ସରକାର ହାଇଲେବଲ୍ ଟିମ୍କୁ ମଧ୍ୟ ପଠାଇଛନ୍ତି ।
ସୂଚନାଯୋଗ୍ୟ, ମିଳିଥିବା ସୂଚନା ମୁତାବକ ଦେଶରେ ବିଗତ 24 ଘଣ୍ଟା ମଧ୍ୟରେ 45 ହଜାର 882 ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 584 ମୃତ୍ୟୁ ହୋଇଛି। ଏବେ ଦେଶରେ ସମୁଦାୟ କରୋନା ଜନିତ ମୃତକଙ୍କ ସଂଖ୍ୟା 1 ଲକ୍ଷ 32 ହଜାର 202ରେ ପହଞ୍ଚିଛି । 45 ହଜାର 882 ନୂତନ ଆକ୍ରାନ୍ତଙ୍କ ସହିତ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 90 ଲକ୍ଷ 4 ହଜାର 365ରେ ପହଞ୍ଚିଛି । (ଏଜେନ୍ସି)