ସୀତାରାମ ଅଗ୍ରଓ୍ବାଲ
ବାଣପୁର : ବିଶ୍ୱାସ ରହିଛି “ଅଙ୍ଗ ଦାନ ମହତ ଦାନ‘‘ । ଜଣେବ୍ୟକ୍ତି ମୃତ୍ୟୁ ପରେ ବି ଅମର ରହିବାର ଅନ୍ୟତମ ମହତ ଉପାୟ ହେଉଛି ଅଙ୍ଗଦାନ। ଏହି ଉକ୍ତିର ଯଥାର୍ଥତାକୁ ପ୍ରତିପାଦନ କରିବାକୁ ଯାଇ ଚଳିତ ମାସ ନଭେମ୍ବର ୨୭ ତାରିଖ ରେ ହେବାକୁ ଥିବା “ବିଶ୍ୱ ଅଙ୍ଗଦାନ ଦିବସ “ର ସପ୍ତାହ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ କ୍ଳବର ପ୍ରାୟ ୫୦ ଜଣ ସଦସ୍ୟ ଆଜି ସକାଳୁ ସକାଳୁ ପଦଯାତ୍ରା ମାଧ୍ୟମରେ ବାଲୁଗାଁ ସହର ପରିକ୍ରମା କରିବା ସହ ବାଣପୁରରେ “ମା ଭାଗବତୀଙ୍କ” ମନ୍ଦିର ଠାରୁ ଐତିହାସିକ ପଲଟଣ ପଡ଼ିଆ ପର୍ଯ୍ୟନ୍ତ ଏକ ବାଇକ ରାଲି ଦ୍ୱାରା ଏହି ମହତ ଦାନର ର ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ ।
ଏହି ମହତ ଦାନରେ ନିଜକୁ ସାମିଲ କରି ସମାଜରେ ଅଙ୍ଗ ବିନା ଅବହେଳିତ, ଉତ୍ପୀଡିତ ରୂପକ ନର୍କରେ ପଡିଥିବା ବ୍ୟକ୍ତି ମାନଙ୍କୁ ଆମ ମୃତ୍ୟୁପରେ ଅଙ୍ଗ ଦାନ ମାଧ୍ୟମରେ ଅନ୍ୟର ଜୀବନକୁ ରକ୍ଷା କରିବାର ସଚେତନତା ବାର୍ତା ଜନମାନସଙ୍କ ମଧ୍ୟରେ ବାଣ୍ଟିଥିଲେ। ଏହି ସଚେତନତା ଯାତ୍ରାକୁ ରୋଟାରୀ କ୍ଳବ ବାଣପୁର-ବାଲୁଗାଁ ସଭାପତି ଅଶୋକ କୁମାର ପାତ୍ର, ସମ୍ପାଦକ ଜିତେନ୍ଦ୍ର କୁମାର ପାତ୍ର, ପୁର୍ବତନ ସଭାପତି ରବିନାରାୟଣ ନାୟକ, ବିଜୟ କୁମାର ନନ୍ଦ ଓ ଅଙ୍ଗଦାନ କମିଟି କୋ ଚେୟାରମ୍ୟାନ ଧୀରେନ୍ଦ୍ରନାଥ ପାତ୍ର ପରିଚାଳନା କରିଥିବା ବେଳେ କ୍ଳବର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ। ରୋଟାରି କ୍ଲବର ଏହିପରି ମହତ ସଚେତନତା କାର୍ଯ୍ୟକୁ ବାଣପୁର-ବାଲୁଗାଁ ଅଂଚଳର ସମସ୍ତ ଜନସାଧାରଣମାନେ ଉଚ୍ଚପ୍ରଶଂସା କରିଥିଲେ।