କେବୁଲ ବିଚ ନିକଟରେ ଅଘଟଣ: ସାର୍କ ଆକ୍ରମଣରେ ଜଣେ ଯୁବକ ମୃତ୍ୟୁ

Published: Nov 23, 2020, 4:12 pm IST

କାନବେରା: ଗତକାଲି ପଶ୍ଚିମ ଅଷ୍ଟ୍ରେଲିଆର ଏକ ଲୋକପ୍ରିୟ ସମୁଦ୍ର କୂଳରେ ସାର୍କ ଆକ୍ରମଣ ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଚଳିତ ବର୍ଷ ଦେଶରେ ସାର୍କ ଆକ୍ରମଣରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହି ଘଟଣା ବ୍ରୁମ ସହର ନିକଟ କେବୁଲ ବିଚ ନିକଟରେ ଘଟିଛି। ଗୁରୁତର ଅବସ୍ଥାରେ ବ୍ୟକ୍ତି ଜଣଙ୍କୁ ପାଣିରୁ ଉଦ୍ଧାର କରାଯାଇଥିଲେ ମଧ୍ୟ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସମୁଦ୍ରକୂଳକୁ ବର୍ତ୍ତମାନ ପାଇଁ ବନ୍ଦ ରଖାଯାଇଛି ଏବଂ ଲୋକଙ୍କୁ କୂଳଠାରୁ ଦୂରେଇ ରହିବାକୁ ଅନୁରୋଧ କରାଯାଉଛି।

Related posts