ଲୋକାର୍ପିତ ହେଲା ଶ୍ରୀଜୟଦେବଙ୍କ ରଚିତ  ଗୀତଗୋବିନ୍ଦର ଭିଡିଓ ସଂଗୀତ

Published: Nov 24, 2020, 8:57 pm IST

ଭୁବନେଶ୍ୱର: ଶ୍ରୀଜୟଦେଵଙ୍କ ରଚିତ ଗୀତଗୋବିନ୍ଦ ଆମ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଶ୍ରୀମନ୍ଦିର ରୀତିନୀତି ମଧ୍ୟରେ ଗୀତଗୋବିନ୍ଦର ପ୍ରଚଳନ ହିଁ ଏହାର ଉଦାହରଣ।ଶବ୍ଦ ସଂଯୋଜନା, ଭାବ ଓ ଭକ୍ତିର ଅପୂର୍ବ ନିଦର୍ଶନ ସ୍ୱରୂପ ଏହାର ପ୍ରଚାର ପ୍ରସାର ଦ୍ୱାରା ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ଲାଭ କରିବ ବୋଲି ମଙ୍ଗଳବାର ସନ୍ଧ୍ୟାରେ ୟୁନିଟ-୨ ସ୍ଥିତ ଲେଖକ ସମବାୟ ସମିତି ଗୃହରେ ଆୟୋଜିତ ଗୀତଗୋବିନ୍ଦ ଭିଡିଓ ସଂଗୀତର ଲୋକାର୍ପଣ ଅବସରରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି।

ଦୂରଦର୍ଶନ ଉଦଘୋଷିକା ଓ ଲେଖିକା କଳ୍ପନା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚନ୍ଦନଶ୍ରୀକ୍ଷେତ୍ର ଯାଜପୁର ପ୍ରାୟୋଜିତ ସଙ୍ଗୀତ ନିର୍ଦ୍ଦେଶକ ପ୍ରତାପ କୁମାର ପଣ୍ଡାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଗୋବିନ୍ଦ ଭିଡିଓ ଗୀତ ଲୋକାର୍ପିତ ହୋଇଯାଇଛି। ଏଥିରେ ‘ଏକମାତ୍ର’  ଖବରକାଗଜର ସମ୍ପାଦକ ତାରକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୀତଗୋବିନ୍ଦର ଶବ୍ଦ,ଭାବ ଓ ଆଧ୍ୟାତ୍ମିକ ଦିଗ ସମ୍ପର୍କରେ କହିଥିଲେ।  ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସଞ୍ଜୟ ଦାସ, ଲେଖକ ରମାକାନ୍ତ ମିଶ୍ର,, ପ୍ରାବନ୍ଧିକ ବିରଜା ଶତପଥି ଏବଂ ପ୍ରଦୀପ କୁମାର ବିଶ୍ବାଳ ପ୍ରମୁଖ ଯୋଗ ଦେଇଥିଲେ।

Related posts