Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଚର୍ଚ୍ଚାରେ ଦ ମେରିଗୋଲ୍ଡ ଡାଏମଣ୍ଡ୍‌ ମୁଦି : ଜାଣନ୍ତୁ ଏହାର ବିଶେଷ୍ବତା
ଅନ୍ତରାଷ୍ଟ୍ରୀୟ

ଚର୍ଚ୍ଚାରେ ଦ ମେରିଗୋଲ୍ଡ ଡାଏମଣ୍ଡ୍‌ ମୁଦି : ଜାଣନ୍ତୁ ଏହାର ବିଶେଷ୍ବତା

December 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମେରଟ୍‌ : ଉତ୍ତରପ୍ରଦେଶର ଜଣେ ଗହଣା କାରିଗର ଗିନିଜ୍‌ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି । ଗହଣା କାରିଗର ହର୍ଷିତ୍‌ 12638ହୀରାର ଏକ ମୁଦି ତିଆରି ଏକ ରେକର୍ଡ କରିଛନ୍ତି । ଯୁବ ହର୍ଷିତ୍‌ 10ହଜାରରୁ ଉର୍ଦ୍ଧ୍ବ ହୀରାର ବ୍ୟବହାର କରି ଏକ ଅନନ୍ୟ ମୁଦି ପ୍ରସ୍ତୁତ କରିଛନ୍ତି ।

ମେରଟ୍‌ର ଗହଣା ବ୍ୟବସାୟୀ ତଥା ଡିଜାଇରନ୍‌ ହର୍ଷିତ୍‌ ବଂଶଲ୍‌ 12638 ହୀରାକୁ ଯୋଡି ଏକ ସୁନ୍ଦର ମୁଦି ପ୍ରସ୍ତୁତ କରିଛନ୍ତି । ମୁଦିଟି ପୂରା ଗେଣ୍ଡୁ ଫୁଲ ପରି ଦେଖିବାକୁ ହୋଇଛି । ଏହି ମୁଦିଟିକୁ ପ୍ରସ୍ତୁତ କରିବାକୁ ତିନି ବର୍ଷ ସମୟ ଲାଗିଛି ବୋଲି କହିଛନ୍ତି ହର୍ଷିତ୍‌ ।

ଦୁନିଆର ପ୍ରଥମ ବ୍ୟକ୍ତି ଭାବେ ହର୍ଷିତ୍‌ ଏକ ମୁଦିରେ ଏତେ ସଂଖ୍ୟାରେ ହୀରାକୁ ଯୋଡି ରଖିବାରେସଫଳ ହୋଇଛନ୍ତି ।  ହର୍ଷିତ୍‌ ଏହି ମୁଦି ପ୍ରସ୍ତୁତ କରି ପୂର୍ବରୁ ରେକର୍ଡ କରିଥିବା ହାଇଦ୍ରାବାଦର ଶ୍ରୀକାନ୍ତଙ୍କ ରେକର୍ଡକୁ ଭାଙ୍ଗିଛନ୍ତି । ଶ୍ରୀକାନ୍ତ 7ହଜାର 801 ହୀରା ବ୍ୟବହାର କରି ଏକ ମୁଦି ପ୍ରସ୍ତୁତ କରିଥିଲେ । କିନ୍ତ ହର୍ଷିତ୍‌ ଶ୍ରୀକାନ୍ତଙ୍କର ଏହି ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି ।

ହର୍ଷିତଙ୍କ ଦ୍ବାରା ପ୍ରସ୍ତୁତ ଏହି ଅନନ୍ୟ ମୁଦିରେ 8ଟି ଲେୟାର ଅଛି । ପ୍ରତି ଲେୟାରରେ 138ଟି ପତ୍ର ରହିଛି । ମୁଦିରେ ବ୍ୟବହୃତ ସମସ୍ତ ହୀରା ବିଏସବିବିଏସ୍‌ର ମାନକ ପ୍ରାପ୍ତ  ତଥା ଆଇଜିଆଇ ପ୍ରମାଣିତ ଅଟେ । ଏହି ମୁଦିର ନାମ ଦ ମ୍ୟାରିଗୋଲ୍ଡ ଡାଏମଣ୍ଡ ରିଙ୍ଗ୍‌ ହିଛି । ଏହାର ଓଜନ 165.450 ଗ୍ରାମ ରହିଛି । 25 ବର୍ଷୀୟ ହର୍ଷିତ୍‌ ଏହି ଅନନ୍ୟ ମୁଦି ଡିଜାଇନ୍‌ କରି ବିଶ୍ବ ଦରବାରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026
Latest News

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.