Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଭୟ, ଆକାଶ, ଅରୂପ ଏବଂ ଅଡୁଆ
ବିଶେଷ ଖବର

ଅଭୟ, ଆକାଶ, ଅରୂପ ଏବଂ ଅଡୁଆ

December 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବର୍ତ୍ତମାନ ଓଡିଶା ରାଜନୀତିରେ ଗୋଟିଏ ଚର୍ଚ୍ଚା ଚାଲିଛି। ତାହା ହେଲା ଅଭୟ ଓ ଆକାଶ। ତାଙ୍କ ସହିତ ଯୋଡି ହେଲେ ପ୍ରଦୀପ ପାଣିଗ୍ରାହୀ। ଏବେ ସେହି ଭିତରେ ଆଉ ଏକ ଚରିତ୍ରର ପ୍ରବେଶ ଘଟିଛି। ସେ ହେଉଛନ୍ତି ଅରୂପ ପଟ୍ଟନାୟକ।

ଭୁବନେଶ୍ବର, ବର୍ତ୍ତମାନ ଓଡିଶା ରାଜନୀତିରେ ଗୋଟିଏ ଚର୍ଚ୍ଚା ଚାଲିଛି। ତାହା ହେଲା ଅଭୟ ଓ ଆକାଶ। ତାଙ୍କ ସହିତ ଯୋଡି ହେଲେ ପ୍ରଦୀପ ପାଣିଗ୍ରାହୀ। ଏବେ ସେହି ଭିତରେ ଆଉ ଏକ ଚରିତ୍ରର ପ୍ରବେଶ ଘଟିଛି। ସେ ହେଉଛନ୍ତି ଅରୂପ ପଟ୍ଟନାୟକ। ବିଜେଡିର ଭୁବନେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିଲେ। ବର୍ତ୍ତମାନ ସୋସିଆଲ ମିଡିଆ ଖୋଲିଲେ ଏହି କେତୋଟି ଚରିତ୍ର ମୁଖ୍ୟ ପ୍ରସଂଗ ପାଲଟିଛନ୍ତି। ଜେଲରେ ଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏହି ଚକ୍ରବ୍ୟୁହ ଭିତରେ ପଶିବା ଠିକ ଅଛି। ହେଲେ ବର୍ତ୍ତମାନ ସେ ଭିତରେ ବିଚରା ଅରୂପ ପଟ୍ଟନାୟକ ବର୍ତ୍ତମାନ ପେଶି ହେବାରେ ଲାଗିଛନ୍ତି।

ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତାଙ୍କ ବୟାନ ହିଁ ଅରୂପ ପଟ୍ଟନାୟକଙ୍କ ଚରିତ୍ରକୁ ଟାଣି ଆଣଛି। ସୁଜାତାଙ୍କ କହିବା କଥା ଯେ ଆକାଶଙ୍କ ଚାର୍ଟର ଫ୍ଲାଇଟରେ ଅରୂପ ପଟ୍ଟନାୟକ ମଧ୍ୟ ଗସ୍ତ କରିଥିଲେ। କୋଭିଡ ସମୟରେ ସେ କିପରି ଆକାଶଙ୍କ ଚାର୍ଟର ଫ୍ଲାଇଟରେ ଗଲେ, ଏହା କଣ ଜନବିରୋଧୀ ନୁହେଁ କି ? ଏପରି ଏକ ପ୍ରଶ୍ନ କରି ସୁଜାତା ଓଡିଶା ରାଜନୈତିକ ପାଣିପାଗକୁ ଗରମ କରିଦେଇଛନ୍ତି।

ସୁଜାତାଙ୍କ କହିବା କଥା ହେଲା ଯେ, ଜୁଲାଇ 11 ତାରିଖରେ ଆକାଶଙ୍କ ଚାର୍ଟର ଫ୍ଲାଇଟରେ ବିଜେଡି ନେତା ଅରୂପ ପଟ୍ଟନାୟକ ମଧ୍ୟ ଯାଇଥିଲେ। ଆକାଶ ସେଦିନ ପୁନେ ଯିବାର ଥିଲା, ଆଉ ଅରୂପ ମୁମ୍ବାଇ। ଦୁହେଁ ସେହି ଟାର୍ଟର ଫାଇଟରେ ଯାଇଥିଲେ। ପୁନେରେ ଆକାଶକୁ ଛାଡି ଦେବା ପରେ ସେହି ଫ୍ଲାଇଟ ଅରୂପଙ୍କୁ ନେଇ ମୁମ୍ବାଇରେ ଛାଡିଥିଲା।

ଏହି କଥା ସୁଜାତା ତିନିଦିନ ତଳେ କହିସାରିଲେଣି। ଏହାକୁ ନେଇ ବିଭିନ୍ନ ଖବର କାଗଜ, ଡିଜିଟାଲ ମିଡିଆ ଏବଂ ଟିଭି ମିଡିଆରେ ଖବର ପ୍ରକାଶ ମଧ୍ୟ ହେଲାଣି। ହେଲେ ଆଶ୍ଚର୍ଯ୍ୟର କଥା ଏ ପର୍ଯ୍ୟନ୍ତ ଅରୂପ ପଟ୍ଟନାୟକ ଏହାର ଉତ୍ତର ଦେଇ ନାହିଁନ୍ତି। ଚୁପ ହୋଇ ବସି ରହିଛନ୍ତି। ଏପରିକି ଏହାର ଜବାବ ବିଜେଡି ତରଫରୁ ମଧ୍ୟ ଦିଆଯାଇ ନାହିଁ।

ପ୍ରକୃତରେ ଅରୂପ ପଟ୍ଟନାୟକ ଏହି ଫ୍ଲାଇଟରେ ଯାଇଥିଲେ କି ନାହିଁ। ଯଦି ଯାଇଥିଲେ ତେବେ କାହିଁକି ଯାଇଥିଲେ। ଏକଦା ମୁମ୍ବାଇରେ ପୋଲିସ କମିଶନର ଥିବା ଅରୂପ ପଟ୍ଟନାୟକ ଆକାଶଙ୍କ ବ୍ୟବସାୟରେ ସାମିଲ ଅଛନ୍ତି କି ? ଏହିପରି ଅନେକ ପ୍ରଶ୍ନ ବର୍ତ୍ତମାନ ସାମାନାକୁ ଆସିଛି।

ପୁନେରେ ଆକାଶଙ୍କ ଏକ ବଡ ଫାର୍ମ ହାଉସ ରହିଛି। ଯେହେତୁ ଅରୂପଙ୍କ ମୁମ୍ବାଇ ଓ ପୁନେରେ ଭଲ ସଂପର୍କ ଅଛି, ସେଥିପାଇଁ ଆକାଶଙ୍କ ଫାର୍ମ ହାଉସ ସହିତ ଅରୂପଙ୍କ କିଛି ସଂପର୍କ ଅଛି ବୋଲି ସନ୍ଦେହ ରହୁଛି। ଏ ସବୁର ସ୍ପଷ୍ଟିକରଣ ଅରୂପ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଦେବା ଉଚିତ। ହେଲେ ସିଘଂମ ପୋଲିସ ଅଫିସର ଅରୂପ କଣ ପାଇଁ ଉତ୍ତର ଦେବାକୁ ସାହାସ କରିପାରୁ ନାହାଁନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ରାସ୍ତାରେ ମୋଟର ସାଇକେଲ କିମ୍ବା କାରରେ ଯିବା ବେଳେ ପରିଚିତ କିମ୍ବା ଅପରିଚିତ ବ୍ୟକ୍ତିଙ୍କୁ ବାଟରୁ ଉଠାଇ ନେବା କୌଣସି ବଡ କଥା ନୁହେଁ। ହେଲେ ଚାର୍ଟର ଫ୍ଲାଇଟରେ କୌଣସି ଅପରିଚିତ ବ୍ୟକ୍ତି କେହି କେବେ ନେବ ନାହିଁ। ଏହା ହିଁ ପ୍ରମାଣିତ କରୁଛି ଯେ, ଅରୂପ ପଟ୍ଟନାୟକଙ୍କ ସହିତ ଅଭୟ ପାଠକଙ୍କ ପରିବାରର ଘନିଷ୍ଠ ସଂପର୍କ ରହିଛି। ରାଜନୈତିକ ହେଉ କିମ୍ବା ବ୍ୟବସାୟିକ, ଅଭୟ ଓ ଅରୂପଙ୍କ ମଧ୍ୟରେ ସୁସଂପର୍କ ରହିଛି ବୋଲି ପ୍ରମାଣିତ ହୋଇଛି। ତେବେ ଏହି ସଂପର୍କ କେତେ ମଧୁର ତାହା ପଦାକୁ ଆସିବାର ଆବଶ୍ୟକତା ରହିଛି।

ଅଭୟ ପାଠକ ଅରୂପ ପଟ୍ଟନାୟକ ଆକାଶ ପାଠକ
Share. Facebook Twitter LinkedIn Email WhatsApp Copy Link

Related Posts

ବିଚ ରାସ୍ତାରେ ଗୋଡାଇ ଗୋଡାଇ ଯୁବକକୁ ହାଣିଲେ

May 24, 2026

ଯୁବକଙ୍କୁ ତଣ୍ଟି କାଟି ହତ୍ୟା

May 24, 2026

ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ କାମ ବନ୍ଦ

May 24, 2026

ଇବୋଲା ପ୍ରକୋପକୁ ଅନ୍ତର୍ଜାତୀୟ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କଲା ଡବ୍ଲ୍ୟୁଏଚଓ

May 24, 2026
Latest News

ବିଚ ରାସ୍ତାରେ ଗୋଡାଇ ଗୋଡାଇ ଯୁବକକୁ ହାଣିଲେ

May 24, 2026

ଯୁବକଙ୍କୁ ତଣ୍ଟି କାଟି ହତ୍ୟା

May 24, 2026

କିଭ ଉପରେ ରୁଷିଆର ପ୍ରଚଣ୍ଡ ଆକ୍ରମଣ

May 24, 2026

ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ କାମ ବନ୍ଦ

May 24, 2026

ଇବୋଲା ପ୍ରକୋପକୁ ଅନ୍ତର୍ଜାତୀୟ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କଲା ଡବ୍ଲ୍ୟୁଏଚଓ

May 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.