Categories
ଆଜିର ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମେଣ୍ଟ ହେଲେ ମଧ୍ୟ ପୁରୀ ଆସନ ହାତଛଡା କରିବ ନାହିଁ ବିଜେଡି, ପ୍ରାର୍ଥୀ ହେବେ ଅରୂପ ପଟ୍ଟନାୟକ

ଭୁବନେଶ୍ବର: ମେଣ୍ଟ ହେଲେ କୌଣସି ହାଲତରେ ପୁରୀ ଲୋକସଭା ଆସନ ବିଜେପି ହାତକୁ ଟେକି ଦେବ ନାହିଁ ବିଜେଡି। ସୋମବାର ଦିନ ନବୀନ ନିବାସରେ ବସିଥିବା ଦଳିୟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ପୁରୀ ଓଡିଶାର ମର୍ଯ୍ୟଦା ପୂର୍ଣ୍ଣ ଆସନ ହୋଇଥିବାରୁ ଏହାକୁ ବିଜେଡି କେବେ ହାତ ଛଡା କରିବ ନାହିଁ। ଏ ନେଇ ବିଜେପି ଶୀର୍ଷ ନେତୃତ୍ବଙ୍କୁ ଦଳ ଅବଗତ କରିଛି ବୋଲି ଜଣାପଡିଛି।

ଏହାର କାରଣରେ କୁହାଯାଇଛି ଯେ, ରାଜ୍ୟ ସରକାର ପୁରୀର ବେଶ କିଛି ଉନ୍ନତି କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଠାରୁ ଆରମ୍ଭ କରି ଯାତ୍ରୀ ସୁବିଧା କେନ୍ଦ୍ର, ଶ୍ରୀସେତୁ ପରି ବଡବଡ ପ୍ରକଳ୍ପ ପୁରୀ ପାଇଁ ରାଜ୍ୟ ସରକାର କରିଛନ୍ତି। ପରିକ୍ରମା ପ୍ରକଳ୍ପ ସାରା ବିଶ୍ବବାସୀଙ୍କୁ ଆକର୍ଷିତ କରିଛି। 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଶୀତକାକରରେ ଭୋରରୁ ପ୍ରକଳ୍ପ କାର୍ଯ୍ୟ ତଦାରଖ କରି ତାହାର ପୂର୍ଣ୍ଣ ରୂପରେଖ ଦେଇଛନ୍ତି। ଏତେ ସବୁ ପରିଶ୍ରମ କରିବା ପରେ ସେହି ଆସନ ବିଜେପି ହାତକୁ ଟେକି ଦେବାକୁ କାହାର ଇଚ୍ଛା ହେଉ ନାହିଁ।

ଏପରି ପରିସ୍ଥିତିରେ ବିଜେଡି ସେହି ଆସନ ପାଇଁ ପ୍ରାର୍ଥୀ ମନୋନିତ ମଧ୍ୟ କରିସାରିଥିବାର ଜଣାପଡିଛି। ବର୍ତ୍ତମାନ ସାଂସଦ ଥିବା ପିନାକୀ ମିଶ୍ର ଏଥର ଆଉ ନିର୍ବାଚନରେ ଲଢେଇ କରିବେ ନାହିଁ। ସେଥିପାଇଁ ସେ ଦଳିୟ କାର୍ଯ୍ୟକ୍ରମ ଏବଂ ନିର୍ବାଚନ ମଣ୍ଡଳିରୁ ବହୁ ବର୍ଷରୁ ନିଜକୁ ଦୂରେଇ ରଖିଛନ୍ତି। ଫଳରେ ଏଥର ବିଜେଡି ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବ ବୋଲି ନିଷ୍ପତି କରିଛି। ତେବେ ଏ ନେଇ ଦଳ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

କ୍ୟାପିଟାଲ ଥାନାରେ ଏତଲା ଦେଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ

ଭୁବନେଶ୍ୱର: ବିଜୁ ଜନତା ଦଳର ନେତା ଅରୂପ ପଟ୍ଟନାୟକ ଶହ ଶହ ଲୋକଙ୍କ ସମ୍ମୁଖରେ ବିଜୁ ଜନତା ଦଳ ସଭାରେ ବିଧାନସଭାର ବିରୋଧୀ ଦଳର ନେତାଙ୍କୁ ଅଶାଳୀନ ମନ୍ତବ୍ୟ ଓ ଖୋଲାଖୋଲି ହତ୍ୟା ଧମକ ଦେଇଛନ୍ତି। ଏନେଇ ବିଜେପି ତରଫରୁ ରାଜ୍ୟପାଳଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଥିଲେ।

ଏହା ପରେ ରାଜଭବନ ନିକଟରୁ ପଦଯାତ୍ରାରେ ବିଜେପି ବିଧାୟକମାନେ କ୍ୟାପିଟାଲ ଥାନାରେ ପଂହଚିଥିଲେ। ଏନେଇ କ୍ୟାପିଟାଲ ଥାନାରେ ଅରୂପ ପଟ୍ଟନାୟକଙ୍କ ବିରୁଦ୍ଧରେ ବିଧାୟକ ମୁକେଶ ମହାଲିଙ୍ଗ ଏତଲା ରୁଜୁ କରି ଆଇନ ଅନୁଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଅଭୟ, ଆକାଶ, ଅରୂପ ଏବଂ ଅଡୁଆ

ଭୁବନେଶ୍ବର, ବର୍ତ୍ତମାନ ଓଡିଶା ରାଜନୀତିରେ ଗୋଟିଏ ଚର୍ଚ୍ଚା ଚାଲିଛି। ତାହା ହେଲା ଅଭୟ ଓ ଆକାଶ। ତାଙ୍କ ସହିତ ଯୋଡି ହେଲେ ପ୍ରଦୀପ ପାଣିଗ୍ରାହୀ। ଏବେ ସେହି ଭିତରେ ଆଉ ଏକ ଚରିତ୍ରର ପ୍ରବେଶ ଘଟିଛି। ସେ ହେଉଛନ୍ତି ଅରୂପ ପଟ୍ଟନାୟକ। ବିଜେଡିର ଭୁବନେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିଲେ। ବର୍ତ୍ତମାନ ସୋସିଆଲ ମିଡିଆ ଖୋଲିଲେ ଏହି କେତୋଟି ଚରିତ୍ର ମୁଖ୍ୟ ପ୍ରସଂଗ ପାଲଟିଛନ୍ତି। ଜେଲରେ ଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏହି ଚକ୍ରବ୍ୟୁହ ଭିତରେ ପଶିବା ଠିକ ଅଛି। ହେଲେ ବର୍ତ୍ତମାନ ସେ ଭିତରେ ବିଚରା ଅରୂପ ପଟ୍ଟନାୟକ ବର୍ତ୍ତମାନ ପେଶି ହେବାରେ ଲାଗିଛନ୍ତି।

ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତାଙ୍କ ବୟାନ ହିଁ ଅରୂପ ପଟ୍ଟନାୟକଙ୍କ ଚରିତ୍ରକୁ ଟାଣି ଆଣଛି। ସୁଜାତାଙ୍କ କହିବା କଥା ଯେ ଆକାଶଙ୍କ ଚାର୍ଟର ଫ୍ଲାଇଟରେ ଅରୂପ ପଟ୍ଟନାୟକ ମଧ୍ୟ ଗସ୍ତ କରିଥିଲେ। କୋଭିଡ ସମୟରେ ସେ କିପରି ଆକାଶଙ୍କ ଚାର୍ଟର ଫ୍ଲାଇଟରେ ଗଲେ, ଏହା କଣ ଜନବିରୋଧୀ ନୁହେଁ କି ? ଏପରି ଏକ ପ୍ରଶ୍ନ କରି ସୁଜାତା ଓଡିଶା ରାଜନୈତିକ ପାଣିପାଗକୁ ଗରମ କରିଦେଇଛନ୍ତି।

ସୁଜାତାଙ୍କ କହିବା କଥା ହେଲା ଯେ, ଜୁଲାଇ 11 ତାରିଖରେ ଆକାଶଙ୍କ ଚାର୍ଟର ଫ୍ଲାଇଟରେ ବିଜେଡି ନେତା ଅରୂପ ପଟ୍ଟନାୟକ ମଧ୍ୟ ଯାଇଥିଲେ। ଆକାଶ ସେଦିନ ପୁନେ ଯିବାର ଥିଲା, ଆଉ ଅରୂପ ମୁମ୍ବାଇ। ଦୁହେଁ ସେହି ଟାର୍ଟର ଫାଇଟରେ ଯାଇଥିଲେ। ପୁନେରେ ଆକାଶକୁ ଛାଡି ଦେବା ପରେ ସେହି ଫ୍ଲାଇଟ ଅରୂପଙ୍କୁ ନେଇ ମୁମ୍ବାଇରେ ଛାଡିଥିଲା।

ଏହି କଥା ସୁଜାତା ତିନିଦିନ ତଳେ କହିସାରିଲେଣି। ଏହାକୁ ନେଇ ବିଭିନ୍ନ ଖବର କାଗଜ, ଡିଜିଟାଲ ମିଡିଆ ଏବଂ ଟିଭି ମିଡିଆରେ ଖବର ପ୍ରକାଶ ମଧ୍ୟ ହେଲାଣି। ହେଲେ ଆଶ୍ଚର୍ଯ୍ୟର କଥା ଏ ପର୍ଯ୍ୟନ୍ତ ଅରୂପ ପଟ୍ଟନାୟକ ଏହାର ଉତ୍ତର ଦେଇ ନାହିଁନ୍ତି। ଚୁପ ହୋଇ ବସି ରହିଛନ୍ତି। ଏପରିକି ଏହାର ଜବାବ ବିଜେଡି ତରଫରୁ ମଧ୍ୟ ଦିଆଯାଇ ନାହିଁ।

ପ୍ରକୃତରେ ଅରୂପ ପଟ୍ଟନାୟକ ଏହି ଫ୍ଲାଇଟରେ ଯାଇଥିଲେ କି ନାହିଁ। ଯଦି ଯାଇଥିଲେ ତେବେ କାହିଁକି ଯାଇଥିଲେ। ଏକଦା ମୁମ୍ବାଇରେ ପୋଲିସ କମିଶନର ଥିବା ଅରୂପ ପଟ୍ଟନାୟକ ଆକାଶଙ୍କ ବ୍ୟବସାୟରେ ସାମିଲ ଅଛନ୍ତି କି ? ଏହିପରି ଅନେକ ପ୍ରଶ୍ନ ବର୍ତ୍ତମାନ ସାମାନାକୁ ଆସିଛି।

ପୁନେରେ ଆକାଶଙ୍କ ଏକ ବଡ ଫାର୍ମ ହାଉସ ରହିଛି। ଯେହେତୁ ଅରୂପଙ୍କ ମୁମ୍ବାଇ ଓ ପୁନେରେ ଭଲ ସଂପର୍କ ଅଛି, ସେଥିପାଇଁ ଆକାଶଙ୍କ ଫାର୍ମ ହାଉସ ସହିତ ଅରୂପଙ୍କ କିଛି ସଂପର୍କ ଅଛି ବୋଲି ସନ୍ଦେହ ରହୁଛି। ଏ ସବୁର ସ୍ପଷ୍ଟିକରଣ ଅରୂପ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଦେବା ଉଚିତ। ହେଲେ ସିଘଂମ ପୋଲିସ ଅଫିସର ଅରୂପ କଣ ପାଇଁ ଉତ୍ତର ଦେବାକୁ ସାହାସ କରିପାରୁ ନାହାଁନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ରାସ୍ତାରେ ମୋଟର ସାଇକେଲ କିମ୍ବା କାରରେ ଯିବା ବେଳେ ପରିଚିତ କିମ୍ବା ଅପରିଚିତ ବ୍ୟକ୍ତିଙ୍କୁ ବାଟରୁ ଉଠାଇ ନେବା କୌଣସି ବଡ କଥା ନୁହେଁ। ହେଲେ ଚାର୍ଟର ଫ୍ଲାଇଟରେ କୌଣସି ଅପରିଚିତ ବ୍ୟକ୍ତି କେହି କେବେ ନେବ ନାହିଁ। ଏହା ହିଁ ପ୍ରମାଣିତ କରୁଛି ଯେ, ଅରୂପ ପଟ୍ଟନାୟକଙ୍କ ସହିତ ଅଭୟ ପାଠକଙ୍କ ପରିବାରର ଘନିଷ୍ଠ ସଂପର୍କ ରହିଛି। ରାଜନୈତିକ ହେଉ କିମ୍ବା ବ୍ୟବସାୟିକ, ଅଭୟ ଓ ଅରୂପଙ୍କ ମଧ୍ୟରେ ସୁସଂପର୍କ ରହିଛି ବୋଲି ପ୍ରମାଣିତ ହୋଇଛି। ତେବେ ଏହି ସଂପର୍କ କେତେ ମଧୁର ତାହା ପଦାକୁ ଆସିବାର ଆବଶ୍ୟକତା ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଖସିବାର ବାଟ ଖୋଜୁଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଶେଷରେ ଅରୂପ ପଟ୍ଟନାୟକଙ୍କୁ କଲେ ଅସ୍ତ୍ର

ଭୁବନେଶ୍ୱର: ଦୁର୍ନୀତି ଓ ଅର୍ଥ ତୋଷରପାତ କରି ଭିଜିଲାନ୍ସରେ ଜାଲରେ ପଡି ବରିଷ୍ଠ ଆଇଏଫଏସ ଅଭୟକାନ୍ତ ପାଠକ ଜେଲ ଯାଇଛନ୍ତି। ସେପଟେ ବିଜେଡିରୁ ବହିଷ୍କୃତ ହେବା ପରେ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ନିଜ ସମର୍ଥନରେ ଲୋକଙ୍କୁ ଏକଜୁଟ କରି ନିରପେକ୍ଷ ତଦନ୍ତ ପାଇଁ ଦାବୀ କରିଛନ୍ତି। ତାଙ୍କ ସମର୍ଥକ ବ୍ରହ୍ମପୁର ଏସପିଙ୍କୁ ଏପରି ଦାବି ଜଣାଇବା ଓଡିଶା ରାଜନୀତିରେ କୌତୁହଳ ସୃଷ୍ଟି କରିଛି।

ଆଗକୁ ଝିଅ ବାହାଘର ଥିଲା, ତା ଆଗରୁ ଭାବି ସମୁଦି ଓ ଜ୍ୱାଇଁ ଜେଲ ଗଲେ। ଅଚାନକ ଏଭଳି ଘଟଣାରେ ଉଭୟ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ରାଜ୍ୟ ସରକାରଙ୍କ ବିରୋଧରେ ବିଶୋଦ୍ଗାର କରୁଛନ୍ତି। ହେଲେ ଅଭୟକାନ୍ତ ଓ ଆକାଶ ଯେଉଁ କାରଣ ପାଇଁ ଜେଲ ଗଲେ, ତାହା ସମସ୍ତେ ଜାଣନ୍ତି। ଦୁର୍ନୀତି କଲେ ଦଣ୍ଡ ମିଳେ ବୋଲି ବୋଧେ ଭୁଲି ଯାଇଛନ୍ତି ଜନ ପ୍ରତିନିଧି ପ୍ରଦୀପ ପାଣିଗ୍ରାହୀ। ଖୋଦ ପ୍ରଦୀପ ଜନବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ପଡି ଦଳରୁ ତଡା ଖାଇଛନ୍ତି।

ଏବେ ପାଠକ ଲିଂକରେ ତାଙ୍କ ବିରୋଧରେ ମଧ୍ୟ ଦୁର୍ନୀତି ଅଭିଯୋଗ ଆସୁଛି। ତେଣୁ ଏଭଳି ପରିସ୍ଥିତିକୁ କିଭଳି ସାମ୍ନା କରିବେ, ତାହା ପ୍ରଦୀପଙ୍କ ତଂଟିରେ ବଡ଼ କଣ୍ଟା ଭଳି ଲାଗିଛି। ଦଳରୁ ବହିଷ୍କୃତ ହେବା ଦିନଠାରୁ ସେ ବିଜେଡି ଓ ସିଏମଓର କିଛି ଅଧିକାରୀଙ୍କ ବିରୋଧରେ ବିଷ ଉଗାଳୁବାର୍ ଲାଗିଛନ୍ତି। ହେଲେ ନିଜ ଦୁର୍ନୀତି ସମ୍ପର୍କରେ କୁୟଚୁ ବୁ ତଥ୍ୟ ଖୋଲୁନାହାନ୍ତି।

ଏବେ ପ୍ରଦୀପଙ୍କ ପତ୍ନୀ ଅଭିଯୋଗ ଆଣୁଛନ୍ତି ଯେ, ଅଭୟକାନ୍ତ ଓ ଆକାଶ ପାଠକଙ୍କ ଲିଂକରେ ବିଜେଡିର ବହୁ ନେତା ଥିଲେ। ଏଥିରେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ଅରୂପ ପଟ୍ଟନାୟକଙ୍କ ନାମକୁ ମଧ୍ୟ ଯୋଡ଼ା ଯାଇଛି। ଏହାର ଏକମାତ୍ର କାରଣ ଏଇଆ ହୋଇପାରେ, ପାଠକ ଲିଂକରେ ଥିବା ସମସ୍ତେ ବଦନାମ ହୁଅନ୍ତୁ ବା ଧରାପଡନ୍ତୁ। ଏହା ହିଁ ପ୍ରଦୀପ ଏକ ଗୋଟି ଚାଳନା କରିଛନ୍ତି। ହେଲେ ସରକାର ବିନା ତଥ୍ୟ ପ୍ରମାଣରେ କଣ ପ୍ରଦୀପଙ୍କୁ ବହିଷ୍କାର କରିଛନ୍ତି କି ?

ତାଙ୍କ ପତ୍ନୀ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, କୋଭିଡ ସମୟରେ ବିମାନରେ ଯାତ୍ରା କରିବା କଣ ଜନବିରୋଧୀ? ଏପରି ଅଭିଯୋଗକୁ ନେଇ ଆଶ୍ଚର୍ଯ୍ୟ ଯେତିକି ଅଛି ସେତିକି ହାସ୍ୟସ୍ପଦ ମଧ୍ୟ ଲାଗୁଛି। ବିଜେଡି ପ୍ରଦୀପଙ୍କ ବିରୋଧରେ ଯେଉଁ ଆରୋପ ଲଗାଇଛି ତାହାର ଉତ୍ତର କାହିଁକି ପ୍ରଦୀପ ଦେଉ ନାହାଁନ୍ତି।  ଟାଟା କମ୍ପାନୀରେ ନିଯୁକ୍ତି ଦେବାକୁ କହି ଟଙ୍କା ନେବା ଏବଂ ମହାମାରୀ ସମୟରେ ପ୍ରଦୀପ ଲୋକଙ୍କ ସମସ୍ୟା ନ ବୁଝି ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟସ୍ତ ରହିବାକୁ କଣ କୁହାଯିବ!

ରାଜନୈତିକ ଜୀବନରେ ସାଧାରଣ ଜନତା ହେଉଛନ୍ତି ନେତାଙ୍କ ସମ୍ପତ୍ତି। ତେଣୁ ଜନତା ବିପଦରେ ଥିଲାବେଳେ ନେତା ସୁଖ ମନାଇବା ଜନବିରୋଧୀ ନୁହେଁ କି? ନିଜପକ୍ଷ ନେଇ ଜଣେ ଆରୋପ, ପ୍ରତ୍ୟାରୋପ କରିବାରେ ଅସୁବିଧା କିଛି ନାହିଁ। କିନ୍ତୁ ଯେଉଁ ଜନତାଙ୍କ ପାଇଁ ଜଣେ ନେତା, ବିଧାୟକ ଏବଂ ମନ୍ତ୍ରୀ ହୋଇପାରନ୍ତି, ତାଙ୍କୁ ହତାଦର କରିବା କେତେ ଯୁକ୍ତିଯୁକ୍ତ। ଏ କଥା ମଧ୍ୟ ବିଚାର କରିବାକୁ ପଡିବ। ତେଣୁ ଗୋଟେ ସ୍ଥିର ସରକାର ଓ ନବୀନଙ୍କ ପରି ଦୁର୍ନୀତି ବିରୋଧୀ ମୁଖ୍ୟମନ୍ତ୍ରୀ ପ୍ରଦୀପଙ୍କ ସମ୍ପର୍କରେ ଆଉ କେଉଁ ନିଷ୍ପତ୍ତି ନେଇ ପାରିଥାନ୍ତେ! ରାଜ୍ୟର ସ୍ୱାର୍ଥ ଓ ଜନତାଙ୍କ ସୁରକ୍ଷା ଦୃଷ୍ଟିରୁ ସେ ଏଭଳି ନିଷ୍ପତ୍ତି ଗ୍ରହଣ କରିବାରେ ତ୍ରୁଟି ରହିଲା କେଉଁଠି ?