Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଖସିବାର ବାଟ ଖୋଜୁଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଶେଷରେ ଅରୂପ ପଟ୍ଟନାୟକଙ୍କୁ କଲେ ଅସ୍ତ୍ର
ବିଶେଷ ଖବର

ଖସିବାର ବାଟ ଖୋଜୁଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଶେଷରେ ଅରୂପ ପଟ୍ଟନାୟକଙ୍କୁ କଲେ ଅସ୍ତ୍ର

December 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦୁର୍ନୀତି ଓ ଅର୍ଥ ତୋଷରପାତ କରି ଭିଜିଲାନ୍ସରେ ଜାଲରେ ପଡି ବରିଷ୍ଠ ଆଇଏଫଏସ ଅଭୟକାନ୍ତ ପାଠକ ଜେଲ ଯାଇଛନ୍ତି। ସେପଟେ ବିଜେଡିରୁ ବହିଷ୍କୃତ ହେବା ପରେ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ନିଜ ସମର୍ଥନରେ ଲୋକଙ୍କୁ ଏକଜୁଟ କରି ନିରପେକ୍ଷ ତଦନ୍ତ ପାଇଁ ଦାବୀ କରିଛନ୍ତି। ତାଙ୍କ ସମର୍ଥକ ବ୍ରହ୍ମପୁର ଏସପିଙ୍କୁ ଏପରି ଦାବି ଜଣାଇବା ଓଡିଶା ରାଜନୀତିରେ କୌତୁହଳ ସୃଷ୍ଟି କରିଛି।

ଆଗକୁ ଝିଅ ବାହାଘର ଥିଲା, ତା ଆଗରୁ ଭାବି ସମୁଦି ଓ ଜ୍ୱାଇଁ ଜେଲ ଗଲେ। ଅଚାନକ ଏଭଳି ଘଟଣାରେ ଉଭୟ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ରାଜ୍ୟ ସରକାରଙ୍କ ବିରୋଧରେ ବିଶୋଦ୍ଗାର କରୁଛନ୍ତି। ହେଲେ ଅଭୟକାନ୍ତ ଓ ଆକାଶ ଯେଉଁ କାରଣ ପାଇଁ ଜେଲ ଗଲେ, ତାହା ସମସ୍ତେ ଜାଣନ୍ତି। ଦୁର୍ନୀତି କଲେ ଦଣ୍ଡ ମିଳେ ବୋଲି ବୋଧେ ଭୁଲି ଯାଇଛନ୍ତି ଜନ ପ୍ରତିନିଧି ପ୍ରଦୀପ ପାଣିଗ୍ରାହୀ। ଖୋଦ ପ୍ରଦୀପ ଜନବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ପଡି ଦଳରୁ ତଡା ଖାଇଛନ୍ତି।

ଏବେ ପାଠକ ଲିଂକରେ ତାଙ୍କ ବିରୋଧରେ ମଧ୍ୟ ଦୁର୍ନୀତି ଅଭିଯୋଗ ଆସୁଛି। ତେଣୁ ଏଭଳି ପରିସ୍ଥିତିକୁ କିଭଳି ସାମ୍ନା କରିବେ, ତାହା ପ୍ରଦୀପଙ୍କ ତଂଟିରେ ବଡ଼ କଣ୍ଟା ଭଳି ଲାଗିଛି। ଦଳରୁ ବହିଷ୍କୃତ ହେବା ଦିନଠାରୁ ସେ ବିଜେଡି ଓ ସିଏମଓର କିଛି ଅଧିକାରୀଙ୍କ ବିରୋଧରେ ବିଷ ଉଗାଳୁବାର୍ ଲାଗିଛନ୍ତି। ହେଲେ ନିଜ ଦୁର୍ନୀତି ସମ୍ପର୍କରେ କୁୟଚୁ ବୁ ତଥ୍ୟ ଖୋଲୁନାହାନ୍ତି।

ଏବେ ପ୍ରଦୀପଙ୍କ ପତ୍ନୀ ଅଭିଯୋଗ ଆଣୁଛନ୍ତି ଯେ, ଅଭୟକାନ୍ତ ଓ ଆକାଶ ପାଠକଙ୍କ ଲିଂକରେ ବିଜେଡିର ବହୁ ନେତା ଥିଲେ। ଏଥିରେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ଅରୂପ ପଟ୍ଟନାୟକଙ୍କ ନାମକୁ ମଧ୍ୟ ଯୋଡ଼ା ଯାଇଛି। ଏହାର ଏକମାତ୍ର କାରଣ ଏଇଆ ହୋଇପାରେ, ପାଠକ ଲିଂକରେ ଥିବା ସମସ୍ତେ ବଦନାମ ହୁଅନ୍ତୁ ବା ଧରାପଡନ୍ତୁ। ଏହା ହିଁ ପ୍ରଦୀପ ଏକ ଗୋଟି ଚାଳନା କରିଛନ୍ତି। ହେଲେ ସରକାର ବିନା ତଥ୍ୟ ପ୍ରମାଣରେ କଣ ପ୍ରଦୀପଙ୍କୁ ବହିଷ୍କାର କରିଛନ୍ତି କି ?

ତାଙ୍କ ପତ୍ନୀ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, କୋଭିଡ ସମୟରେ ବିମାନରେ ଯାତ୍ରା କରିବା କଣ ଜନବିରୋଧୀ? ଏପରି ଅଭିଯୋଗକୁ ନେଇ ଆଶ୍ଚର୍ଯ୍ୟ ଯେତିକି ଅଛି ସେତିକି ହାସ୍ୟସ୍ପଦ ମଧ୍ୟ ଲାଗୁଛି। ବିଜେଡି ପ୍ରଦୀପଙ୍କ ବିରୋଧରେ ଯେଉଁ ଆରୋପ ଲଗାଇଛି ତାହାର ଉତ୍ତର କାହିଁକି ପ୍ରଦୀପ ଦେଉ ନାହାଁନ୍ତି।  ଟାଟା କମ୍ପାନୀରେ ନିଯୁକ୍ତି ଦେବାକୁ କହି ଟଙ୍କା ନେବା ଏବଂ ମହାମାରୀ ସମୟରେ ପ୍ରଦୀପ ଲୋକଙ୍କ ସମସ୍ୟା ନ ବୁଝି ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟସ୍ତ ରହିବାକୁ କଣ କୁହାଯିବ!

ରାଜନୈତିକ ଜୀବନରେ ସାଧାରଣ ଜନତା ହେଉଛନ୍ତି ନେତାଙ୍କ ସମ୍ପତ୍ତି। ତେଣୁ ଜନତା ବିପଦରେ ଥିଲାବେଳେ ନେତା ସୁଖ ମନାଇବା ଜନବିରୋଧୀ ନୁହେଁ କି? ନିଜପକ୍ଷ ନେଇ ଜଣେ ଆରୋପ, ପ୍ରତ୍ୟାରୋପ କରିବାରେ ଅସୁବିଧା କିଛି ନାହିଁ। କିନ୍ତୁ ଯେଉଁ ଜନତାଙ୍କ ପାଇଁ ଜଣେ ନେତା, ବିଧାୟକ ଏବଂ ମନ୍ତ୍ରୀ ହୋଇପାରନ୍ତି, ତାଙ୍କୁ ହତାଦର କରିବା କେତେ ଯୁକ୍ତିଯୁକ୍ତ। ଏ କଥା ମଧ୍ୟ ବିଚାର କରିବାକୁ ପଡିବ। ତେଣୁ ଗୋଟେ ସ୍ଥିର ସରକାର ଓ ନବୀନଙ୍କ ପରି ଦୁର୍ନୀତି ବିରୋଧୀ ମୁଖ୍ୟମନ୍ତ୍ରୀ ପ୍ରଦୀପଙ୍କ ସମ୍ପର୍କରେ ଆଉ କେଉଁ ନିଷ୍ପତ୍ତି ନେଇ ପାରିଥାନ୍ତେ! ରାଜ୍ୟର ସ୍ୱାର୍ଥ ଓ ଜନତାଙ୍କ ସୁରକ୍ଷା ଦୃଷ୍ଟିରୁ ସେ ଏଭଳି ନିଷ୍ପତ୍ତି ଗ୍ରହଣ କରିବାରେ ତ୍ରୁଟି ରହିଲା କେଉଁଠି ?

ଅରୂପ ପଟ୍ଟନାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସ୍‌ଆର୍ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

October 11, 2026

ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ରାଜ୍ୟପାଳ, ବୁଲି ଦେଖିଲେ ହୀରାକୁଦ ଡ୍ୟାମ୍

October 11, 2026

ଐତିହାସିକ ହୀରାକୁଦ ଡ୍ୟାମ୍ ପରିଦର୍ଶନ କଲେ ରାଜ୍ୟପାଳ

October 11, 2026

NGO ବର୍ଗରେ ‘ଗ୍ଲୋବାଲ୍ ସଷ୍ଟେନେବିଲିଟି ଆୱାର୍ଡ ୨୦୨୬’ ଜାତୀୟ ସ୍ତରରେ ISRD ସମ୍ମାନିତ

October 11, 2026
Latest News

ସିଏସ୍‌ଆର୍ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

October 11, 2026

ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ରାଜ୍ୟପାଳ, ବୁଲି ଦେଖିଲେ ହୀରାକୁଦ ଡ୍ୟାମ୍

October 11, 2026

ଐତିହାସିକ ହୀରାକୁଦ ଡ୍ୟାମ୍ ପରିଦର୍ଶନ କଲେ ରାଜ୍ୟପାଳ

October 11, 2026

ଚେନ୍ନାଇରେ ରାହୁଲ ଗାନ୍ଧୀ-ମୁଖ୍ୟମନ୍ତ୍ରୀ ବିଜୟଙ୍କ ସାକ୍ଷାତ: ନୂଆ ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚା ଜୋର

October 11, 2026

ଡିସେମ୍ବର ୫ରେ ହେବ ଆଇଓଏ କାର୍ଯ୍ୟନିର୍ବାହୀ ପରିଷଦ ନିର୍ବାଚନ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.