ସ୍ତ୍ରୀଙ୍କ ସହ ଝଗଡା ହେବା ପରେ ରାଗ ଶାନ୍ତ କରିବାକୁ ସ୍ବାମୀ କଲେ ଏପରି କାମ, ଜାଣନ୍ତୁ କ’ଣ

Published: Dec 8, 2020, 3:45 pm IST

ନୂଆଦିଲ୍ଲୀ: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହ ହେବା ଏକ ସାଧାରଣ କଥା। ହେଲେ, ନିକଟରେ ସ୍ତ୍ରୀ ସହ ଝଗଡ଼ା କରିବା ପରେ ରାଗ ଶାନ୍ତ କରିବା ପାଇଁ ଜନୈକ ସ୍ବାମୀ 450 କି.ମି ଚାଲିଚାଲି ପଳାଇ ଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଇଟାଲିର କୋମୋରେ ଘଟିଛି।

ବ୍ୟକ୍ତି ଜଣକ ରାଗରେ ଚାଲିଚାଲିଯିବା ଆରମ୍ଭ କରିଥିଲେ । ବ୍ୟକ୍ତି ଜଣକ ଚାଲି ଚାଲି କୋମା ସହରରୁ ଫାନୋ ସହରରେ ପହଞ୍ଚିଥିଲେ । ଦୁଇ ସହର ମଧ୍ୟରେ ଦୂରତା 426 କିଲୋମିଟର । ଏହାପରେ ବ୍ୟକ୍ତିଜଣକ  ଫାନୋରୁ 30 କିଲୋମିଟର ଦୂର ଏଣ୍ଟ୍ରିଏଟିକ୍‌ କୋଷ୍ଟରେ ପହଞ୍ଚିଥିଲେ । ସେଠାରେ ପୋଲିସ୍‌ ତାଙ୍କୁ ଅଟକ ରଖି ପଚରାଉଚୁରା କରିଥିଲେ । ଏହାପରେ ବ୍ୟକ୍ତିଜଣକ ନିଜ କାହାଣୀ ବଖାଣିଥିଲେ ।

ତେବେ ପ୍ରଥମେ ବ୍ୟକ୍ତିଙ୍କର କାହାଣୀକୁ ପୋଲିସ୍‌ ବିଶ୍ବାସ କରିନଥିବାବେଳେ ଖୋଳତାଡ ପରେ ପୋଲିସ୍‌ ବିଶ୍ବାସ କରିଥିଲେ । ଅପରପକ୍ଷରେ ସ୍ବାମୀଜଣକ ଘରୁ ବାହାରି ପଳାଇଆସିବା ପରେ ସ୍ତ୍ରୀ ଜଣକ ସ୍ବାମୀଙ୍କ ନିଖୋଜ ହେବା ନେଇ ଥାନାରେ ଅଭିଯୋଗ କରିଥିଲେ ।  ବ୍ୟକ୍ତିଜଣକ ଦିନକୁ ପ୍ରାୟ 64 କିଲୋମିଟର ଚାଲିଥିଲେ ।  ତେବେ ବ୍ୟକ୍ତିଜଣକ 485 ଡଲାର୍‌ ଅର୍ଥାତ୍‌ 36 ହଜାରଟଙ୍କାର ଜରିମାନା ମଧ୍ୟ ଭରିଛନ୍ତି । ଇଟାଲୀରେ କୋଭିଡ୍‌ -19 ଯୋଗୁଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିଥିବା ସମୟରେ ବ୍ୟକ୍ତିଜଣକ ଚାଲି ଚାଲି ଏତେଗୁଡାଏ ରାସ୍ତା ଅତିକ୍ରମ କରିଥିଲେ ।(ଏଜେନ୍ସି)

Related posts