ନୂଆଦିଲ୍ଲୀ : ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 32ହଜାର 80 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ 402 ଜଣଙ୍କର ମୃତ୍ୟୁ ଘଟିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 97 ଲକ୍ଷ 35 ହଜାର 850ରେ ପହଞ୍ଚିଛି । 402 ନୂତନ ମୃତ୍ୟୁ ସହିତ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 41 ହଜାର 360ରେ ପହଞ୍ଚିଛି ।
ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 36ହଜାର 635 ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ନୂତନ ଆରୋଗ୍ୟଙ୍କୁ ମିଶାଇ ଦେଶରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା 92ଲକ୍ଷ 15 ହଜାର 581ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ 4957 ହ୍ରାସ ଘଟିବା ସହିତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 78 ହଜାର 909ରେ ପହଞ୍ଚିଛି । 24 ଘଣ୍ଟା ମଧ୍ୟରେ କେରଳରୁ ସର୍ବାଧିକ 5032 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରୁ 4026 ଏବଂ ଦିଲ୍ଲୀରୁ 3188ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ସର୍ବାଧିକ 57 ଜଣ ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି । 53 ମୃତ୍ୟୁ ସହିତ ମହାରାଷ୍ଟ୍ର ଏବଂ 49 ମୃତ୍ୟୁ ସହିତ ପଶ୍ଚିମବଙ୍ଗ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ।
ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 6 କୋଟି 81 ଲକ୍ଷ 93 ହଜାର 236ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ 4 କୋଟି 39 ଲକ୍ଷ 36 ହଜାର 352ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 2 କୋଟି 27 ଲକ୍ଷ 584 ରେ ପହଞ୍ଚିଛି। ସମୁଦାୟ ମୃତ୍ୟୁ ସଂଖ୍ୟା 15 ଲକ୍ଷ 56 ହଜାର 300ରେ ପହଞ୍ଚିଛି ।