ନୂଆଦିଲ୍ଲୀ: ଚେକ୍ ବହି ପ୍ରଦାନ ଏବଂ ଏଟିଏମ୍ରୁ ଟଙ୍କା ଉଠାଣ ଭଳି କେତେକ ମାଗଣା ବ୍ୟାଙ୍କିଙ୍ଗ୍ ସେବା ଉପରେ ଜିଏସ୍ଟି (ସାମଗ୍ରୀ ଓ ସେବା ଟିକସ) ଲାଗୁ ହେବାର ସମ୍ଭାବନା ନାହିଁ। ଅର୍ଥ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା କେତେକ ମାଗଣା ସେବା ଉପରେ ଜିଏସ୍ଟି ଲାଗୁ ହେବ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଏହି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଅର୍ଥ ମନ୍ତ୍ରାଳୟର ଆର୍ଥିକ ସେବା ବ୍ୟାପାର ବିଭାଗ ରାଜସ୍ୱ ବିଭାଗର ମତାମତ ଲୋଡ଼ିଛି। ତେବେ ମାଗଣାରେ ପ୍ରଦାନ କରାଯାଉଥିବା ବ୍ୟାଙ୍କିଙ୍ଗ୍ ସେବା ଉପରେ ଜିଏସ୍ଟି ଲାଗୁ କରାଯିବ ନାହିଁ ବୋଲି ଆର୍ଥିକ ସେବା ବ୍ୟାପାର ବିଭାଗକୁ ରାଜସ୍ୱ ବିଭାଗ ନିକଟ ଭବିଷ୍ୟତରେ କହିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ମାଗଣା ବ୍ୟାଙ୍କିଙ୍ଗ୍ ସେବା ଉପରେ ଟିକସ ପଇଠ କରାଯାଉ ନଥିବାରୁ ଏ ନେଇ…
Author: thesamikhsya Admin
ଭୁବନେଶ୍ୱର: ବିଜେଡିର ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଆଜି ଆରମ୍ଭ ହୋଇଛି। ମହାନଦୀର ଓଡ଼ିଶାରେ ପ୍ରବେଶ ପଥ ଝାରସୁଗୁଡ଼ା ଜିଲ୍ଲାର ଶୁଖାସୋଢ଼ାଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଦୀ ସୁରକ୍ଷା ଅଭିଯାନ ଆରମ୍ଭ କରି କହିଛନ୍ତି ଯେ ମହାନଦୀ ଓଡ଼ିଶାର ଜୀବନରେଖା, ସେ ଆମର ମା। ଏହାକୁ ଶୁଖିଲା ହେବାକୁ ଦିଆଯିବ ନାହିଁ। ଏହା କେବଳ ବିଜେଡିର ଅଭିଯାନ ନୁହେଁ, ଏହା ସମଗ୍ର ଓଡ଼ିଶାବାସୀଙ୍କ ଅଭିଯାନ ବୋଲି କହି ମୁଖ୍ୟମନ୍ତ୍ରୀ ଏହି ଅଭିଯାନରେ ସମସ୍ତେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି। ମହାନଦୀରେ ଛତିଶଗଡ଼ ଏକଚାଟିଆ ଭାବେ ବ୍ୟାରେଜ ନିର୍ମାଣ କରିବା ପ୍ରସଙ୍ଗ ଏବେ ଓଡ଼ିଶା ପାଇଁ ଚିନ୍ତାର କାରଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଏହାକୁ ଏକ ବଡ଼ ପ୍ରସଙ୍ଗ ଭାବେ ନେଇ ଏହାକୁ ଏକ ଜନଆନ୍ଦୋଳନର ରୂପ ଦେବାକୁ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ଆଜି ଶୁଖାସୋଢ଼ାଠାରେ ଆୟୋଜିତ ସମାବେଶରେ ମୁଖ୍ୟମନ୍ତ୍ରୀ ଉଭୟ କେନ୍ଦ୍ର ଓ ଛତିଶଗଡ଼ର ବିଜେପି ସରକାରଙ୍କୁ…