ନୂଆଦିଲ୍ଲୀ: ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ କହିଛନ୍ତି ଯେ, ରୁଷିଆ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଶୁଳ୍କ ଲାଗୁ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସିନେଟ୍ ଅନୁମୋଦନର ଆବଶ୍ୟକତା ନାହିଁ। ତଥାପି ସେ ସ୍ପଷ୍ଟ କରିଛନ୍ତି ଯେ, ଏଥର ଶୁଳ୍କ ଧମକର ପ୍ରାଥମିକ ଲକ୍ଷ୍ୟ ଭାରତ ନୁହେଁ, ଚୀନ। ସ୍କଟ୍ ବେସେଣ୍ଟ ଦାବି କରିଛନ୍ତି ଯେ, ଟ୍ରମ୍ପ ପ୍ରଶାସନ ଭାରତ ଉପରେ ୨୫% ଶୁଳ୍କ ଲାଗୁ କରିବା ପରେ ଭାରତ ରୁଷିଆ ତେଲ କିଣିବା ବନ୍ଦ କରିଦେଇଛି। ସେ କହିଛନ୍ତି ଯେ, ଆମେରିକାର କଠୋର ବାଣିଜ୍ୟ ନୀତି ଯୋଗୁଁ ଭାରତ ଏହାର ଆମଦାନୀ ପରିବର୍ତ୍ତନ କରିଛି। ୫୦୦% ଶୁଳ୍କ ବିଲ୍ କ’ଣ?: ବେସେଣ୍ଟ ଯେଉଁ ବିଲ୍ ବିଷୟରେ କହୁଥିଲେ ତାହା ହେଉଛି ରୁଷିଆ ପ୍ରତିବନ୍ଧକ ବିଲ୍, ଯାହା ଆମେରିକାକୁ ରୁଷିଆରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ସର୍ବନିମ୍ନ ୫୦୦% ଶୁଳ୍କ ଲାଗୁ କରିବାକୁ ଅନୁମତି ଦିଏ। ଏହି…
Author: SM Network
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ସାରା ଦେଶର ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ଏକ ମଜବୁତ ସହାୟକ ପ୍ରଣାଳୀ ପାଲଟିଛି। ୨୦୧୯ ରେ ଆରମ୍ଭ ହୋଇଥିବା ଏହି ଯୋଜନା କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରେ। ଚାଷର ପ୍ରତ୍ୟେକ ପର୍ଯ୍ୟାୟରେ ବିହନ, ସାର, କୀଟନାଶକ କିମ୍ବା ଅମଳ ପାଇଁ ପାଣ୍ଠି ଆବଶ୍ୟକ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଚାଷୀମାନେ ବାର୍ଷିକ ୬,୦୦୦ ଟଙ୍କା ପାଆନ୍ତି। ଏହି ଟଙ୍କା ଗୋଟିଏ ଥରରେ ଦିଆଯାଇନାହିଁ, ବରଂ ତିନୋଟି ସମାନ କିସ୍ତିରେ ପ୍ରଦାନ କରାଯାଏ। ପ୍ରତି ଚାରି ମାସରେ ୨,୦୦୦ ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୁଏ। ଯୋଜନାର ସବୁଠାରୁ ବଡ଼ ଶକ୍ତି ହେଉଛି କୌଣସି ମଧ୍ୟସ୍ଥି ବିନା ପାଣ୍ଠି ବଣ୍ଟନ, ଯାହା ଚାଷୀମାନଙ୍କୁ ସମୟୋଚିତ ସହାୟତା ସୁନିଶ୍ଚିତ କରେ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୧ ତମ କିସ୍ତି ଗତ ବର୍ଷ…
ଭୁବନେଶ୍ଵର: ଦେଶ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି। ରାଜ୍ୟସ୍ତରରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ସାଧାରଣତନ୍ତ୍ର ଦିବସ ଅବସରରେ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ପତାକା ଉତ୍ତୋଳନ ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ଚଳିତ ବର୍ଷ ରାଜ୍ୟପାଳ ହରିବାବୁ କମ୍ଭମପାଟି ଭୁବନେଶ୍ବରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବେ। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି। ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କୋରାପୁଟ ଓ ପ୍ରଭାତି ପରିଡା ଖୋର୍ଦ୍ଧାରେ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗଦେବେ।
ନୂଆଦିଲ୍ଲୀ: କାମାକ୍ଷା (କେୱାଇକ୍ୟୁ) ଏବଂ ହାଓଡ଼ା (ଏଚଡବ୍ଲୁଏଚ୍) ମଧ୍ୟରେ ବନ୍ଦେ ଭାରତ ସ୍ଲିପର ଟ୍ରେନର ପ୍ରଥମ ବାଣିଜ୍ୟିକ ଚଳାଚଳ ଆରମ୍ଭ ହୋଇଛି। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ପିଆରଏସ ଏବଂ ଅନ୍ୟ ସାଇଟ୍ ଜରିଆରେ ସଂରକ୍ଷିତ ଟିକେଟ୍ ବୁକିଂ ଆରମ୍ଭ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ସବୁ ସିଟ୍ ବୁକିଂ ହୋଇଯାଇଛି। ସିଟ୍ ଗୁଡ଼ିକ ଏତେ ଶୀଘ୍ର ବୁକିଂ ହେବା ଦ୍ୱାରା ଯାତ୍ରୀମାନଙ୍କ ମଧ୍ୟରେ ଏହି ଟ୍ରେନକୁ ନେଇ ରହିଥିବା ଉତ୍ସୁକତା ସ୍ପଷ୍ଟ ହୋଇଛି। 17 ଜାନୁଆରୀ 2026ରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନ୍ଦେ ଭାରତ ସ୍ଲିପର ଟ୍ରେନ ଚଳାଚଳକୁ ଶୁଭାରମ୍ଭ କରିଥିଲେ। ଦ୍ରୁତ ଗତି, ଆରାମଦାୟକ ଯାତ୍ରା ଏବଂ ଆଧୁନିକ ସୁବିଧାର ଅନୁଭୂତି ହାସଲ କରିବା ଲାଗି ରେଳ ଯାତ୍ରୀମାନେ ଏହି ଟ୍ରେନକୁ ଅଧିକ ପସନ୍ଦ କରିଛନ୍ତି। ଏହି ଟ୍ରେନ୍ଟି 22 ଜାନୁଆରୀ 2026ରେ କାମାକ୍ଷାରୁ ଏବଂ 23 ଜାନୁଆରୀ 2026ରେ…
ନୂଆଦିଲ୍ଲୀ: ୟୁରୋପୀୟ ସଂଘର ସଭାପତି ଉର୍ସୁଲା ୱାନ୍ ଡେର୍ ଲିଏନ୍ ଆଜି କହିଛନ୍ତି ଯେ, ଭାରତ ଏବଂ ୟୁରୋପୀୟ ସଂଘ (EU) ଆସନ୍ତା ସପ୍ତାହର ଶିଖର ସମ୍ମିଳନୀରେ ଏକ “ଐତିହାସିକ ବାଣିଜ୍ୟ ଚୁକ୍ତି” ଘୋଷଣା କରିବାର ନିକଟତର। ଏହା ବିଶ୍ୱ ଜିଡିପିର ଏକ ଚତୁର୍ଥାଂଶ କଭର କରି ପ୍ରାୟ ୨୦୦ କୋଟି ଲୋକଙ୍କ ଏକ ବଜାରକୁ ସଂଯୋଗ କରିବ। ଇୟୁର ପ୍ରଶାସନିକ ସଂସ୍ଥା, ୟୁରୋପୀୟ କମିଶନର ମୁଖ୍ୟ ଉର୍ସୁଲା ୱାନ୍ ଡେର୍ ଲିଏନ୍ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF) ବାର୍ଷିକ ବୈଠକରେ ଏହି ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ଘୋଷଣା ଏକ ଐତିହାସିକ ସୁଯୋଗ ହେବ ଏବଂ ବିଶ୍ୱର ଦ୍ରୁତତମ ବୃଦ୍ଧି ପାଉଥିବା ବଜାର ସହିତ ୟୁରୋପକୁ ପ୍ରଥମ ପଦକ୍ଷେପର ଲାଭ ଦେବ। ଉର୍ସୁଲା ୱାନ୍ ଡେର୍ ଲିଏନ୍ କହିଛନ୍ତି ଯେ, “ମୁଁ…
ନୂଆଦିଲ୍ଲୀ/ଲକ୍ଷ୍ନୌ: ଲକ୍ଷ୍ନୌରେ ଅନୁଷ୍ଠିତ ୮୬ତମ ଅଖିଳ ଭାରତୀୟ ପିଠାସୀନ ଅଧିକାରୀ ସମ୍ମିଳନୀ (ଏଆଇପିଓସି) ର ଦ୍ୱିତୀୟ ଦିନ ସ୍ୱଚ୍ଛ ଓ ନାଗରିକ-କେନ୍ଦ୍ରିକ ବିଧାନସଭା ପାଇଁ ପ୍ରଯୁକ୍ତିର ବ୍ୟବହାର, ବିଧାୟକମାନଙ୍କ କ୍ଷମତା ବୃଦ୍ଧି ଓ ବିଧାନସଭାର ଉତ୍ତରଦାୟିତ୍ୱ ଭଳି ତିନିଟି ପ୍ରମୁଖ ବିଷୟ ଉପରେ ଆଲୋଚନା ସହିତ ସମାପ୍ତ ହୋଇଛି। ଏଥିରେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଉପସ୍ଥିତ ଥିଲେ ଏବଂ ରାଜ୍ୟସଭା ଉପ-ସଭାପତି ହରିବଂଶ ଆଲୋଚନା ସଂଚାଳନ କରିଥିଲେ। ଗୃହକୁ ସମ୍ବୋଧିତ କରି ଶ୍ରୀ ବିର୍ଲା, ଦେଶବ୍ୟାପୀ ବିଧାନସଭାଗୁଡ଼ିକର ସର୍ବୋତ୍ତମ ଅଭ୍ୟାସକୁ ଉତ୍ତର ପ୍ରଦେଶ ବିଧାନସଭାରେ ସଫଳଭାବେ କାର୍ଯ୍ୟକାରି କରିଥିବା ପାଇଁ ଉତ୍ତର ପ୍ରଦେଶ ବିଧାନସଭାର ବାଚସ୍ପତି ସତୀଶ ମହାନାଙ୍କୁ ପ୍ରଶଂସା କରିଥିଲେ। ଏହା ସହ ବିଧାୟକମାନଙ୍କ ଶିକ୍ଷାଗତ ଯୋଗ୍ୟତା ଓ ବୃତ୍ତିଗତ ଅଭିଜ୍ଞତାକୁ ଗଠନମୂଳକ ଭାବେ ବ୍ୟବହାର କରିବାରେ ନିଆଯାଇଥିବା ପଦକ୍ଷେପକୁ ମଧ୍ୟ ସ୍ୱୀକୃତି ଦେଇଥିଲେ। ପୂର୍ବ ଏଆଇପିଓସି ସମ୍ମିଳନୀରେ ମୁଖ୍ୟ ଆଲୋଚନାକୁ ମନେ ପକାଇ, ଶ୍ରୀ ବିର୍ଲା ଉତ୍କୃଷ୍ଟତା,…
ଖୋର୍ଦ୍ଧା: ଗତ ୧୭ ତାରିଖରୁ ଜିଲ୍ଲା ସଦର ମହକୁମା ଟିଏସି ରୋଡ଼ ବିଡିଏ ପଡ଼ିଆରେ ଆରମ୍ଭ ହୋଇଥିବା ପଲ୍ଲୀଶ୍ରୀ ମେଳା ଓ ସୁଭଦ୍ରା ମେଳାର ଆଜି ଚତୁର୍ଥ ସନ୍ଧ୍ୟାରେ ପାରମ୍ପାରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଓଲିଉଡ ଷ୍ଟାର ପପୁ ପମପମ୍, ବର୍ଣାଳୀ ହୋତା, ଡ଼ଃ ଅନୁରାଧା ପାଣିଗ୍ରାହୀ ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଇଥିଲା। ଓଡ଼ିଶାର ବିଶ୍ୱ ବିଦିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସଂସ୍କୃତିର ରାଜ୍ୟ ଏବଂ ଓଡ଼ିଆ ଅସ୍ମିତା ର କିମ୍ବଦନ୍ତୀ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପାରମ୍ପାରିକ ସମ୍ବଲ ପୁରୀ ନୃତ୍ୟ ଓ ସଙ୍ଗୀତ ଦର୍ଶକ ମାନଙ୍କୁ ବେଶ ମନୋରଞ୍ଜନ କରିଥିଲା। ଜୟୀ ରାଜଗୁରୁ ପାଇକ ଆଖଡ଼ା, ଖୋର୍ଦ୍ଧା,ମେଘ ମଲାର,ବୋଲଗଡ଼, ନୀଳ ଶଇଳ, ଜଟଣୀ, ଯବାନ କ୍ଲବ, ସମ୍ବଲପୁର ଙ୍କ ଦ୍ଵାରା ଉଚ୍ଚ କୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଡେପୁଟି କଲେକ୍ଟର…
ଭୁବନେଶ୍ଵର: ପ୍ରାଥମିକ ଶିଶୁ ସେବା, ଶିକ୍ଷା ଓ ବିକାଶ (ECCED) କ୍ଷେତ୍ରକୁ ଅନ୍ତଃ-ରାଜ୍ୟ ସହଯୋଗ ମାଧ୍ୟମରେ ସୁଦୃଢ଼ କରିବା ପାଇଁ ଓଡ଼ିଶା ଏବଂ ମେଘାଳୟ ସରକାରଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିନାମାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପାରସ୍ପରିକ ଶିକ୍ଷା, ଦକ୍ଷତା ବୃଦ୍ଧି ଏବଂ ପ୍ରାଥମିକ ଶିଶୁ ବିକାଶ (ECD) କ୍ଷେତ୍ରରେ ସର୍ବୋତ୍ତମ ଅଭ୍ୟାସଗୁଡ଼ିକର ଆଦାନପ୍ରଦାନ କରିବା। ଏହି ବୁଝାମଣା ପତ୍ର ଓଡ଼ିଶାର ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡି.କେ. ସିଂହ; ମେଘାଳୟ ସରକାରଙ୍କ ସ୍ୱାସ୍ଥ୍ୟ, ସମାଜ କଲ୍ୟାଣ ଏବଂ ଯୋଜନା ବିଭାଗର ପ୍ରମୁଖ ଶାସନ ସଚିବ ତଥା ଉନ୍ନୟନ କମିଶନର ଡକ୍ଟର ସମ୍ପଥ କୁମାର; ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଏବଂ ବିଭାଗୀୟ ନିର୍ଦ୍ଦେଶିକା ମୋନୀଷା ବାନାର୍ଜୀଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିନାମାରେ ମେଘାଳୟ ସରକାରଙ୍କ ପ୍ରମୁଖ ଶାସନ…
ମେଷ: – ଭାଗ୍ୟ ଆଜି ଆପଣଙ୍କୁ ସମର୍ଥନ କରିବାକୁ ଯାଉଛି। କର୍ମ ଜାରି ରଖନ୍ତୁ ଏବଂ ସବୁକିଛି ଭାଗ୍ୟକୁ ଛାଡିଦିଅ । କାର୍ଯ୍ୟରେ ସଫଳତା ମିଳିବ ଏବଂ ସମ୍ମାନର ବୃଦ୍ଧି ସମ୍ଭବ ହେବାରେ ଲାଗିଛି। ନୂତନ ସମ୍ପର୍କ କିମ୍ବା କାର୍ଯ୍ୟ ପ୍ରତିଷ୍ଠା ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ । ବୃଷ: – ଆଜି ଭ୍ରମଣରୁ ଦୂରେଇ ରୁହନ୍ତୁ । କାହା ସହିତ ଅନାବଶ୍ୟକ ବିତର୍କରେ ପ୍ରବେଶ କରନ୍ତୁ ନାହିଁ । କୌଣସି ସ୍ଥାନରେ ବିତର୍କ ପରିସ୍ଥିତି ହେତୁ ଦିନସାରା ଦ୍ୱନ୍ଦ୍ୱ ସୃଷ୍ଟି ହେବ । ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ହେବ । ଧାର୍ମିକ କାର୍ଯ୍ୟକଳାପ କିମ୍ବା ଯାତ୍ରା ପଛରେ ଟଙ୍କା ଖର୍ଚ୍ଚ ହୋଇପାରେ । ମିଥୁନ: – ଆଜି ଏକ ଶୁଭ ଦିନ । ଜୀବନସାଥୀ କିମ୍ବା ପ୍ରିୟଜନଙ୍କ ସମର୍ଥନ ପାଇବେ । ମନ ଖୁସି ହେବ । ସ୍ଥଗିତ କାର୍ଯ୍ୟ ସମାପ୍ତ ହେବ । ସ୍ୱାସ୍ଥ୍ୟ ଚିନ୍ତା ବ୍ୟାକୁଳ…
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ନୂତନ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ସଂକଳ୍ପ ସ୍ୱସ୍ତିକ ସାହୁ। ୨୦୧୬ ବ୍ୟାଚ ଓଏଏସ ଅଧିକାରୀ ଶ୍ରୀ ସାହୁ ଏହା ପୁର୍ବରୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆଯୁକ୍ତଙ୍କ କାର୍ଯ୍ୟାଳୟରେ ଅନୁ ସଚିବ ଭାବେ କାର୍ଯ୍ୟରତ ଥିଲେ। ଜଣେ ଦକ୍ଷ ପ୍ରଶାସକ ଭାବେ ସେ ବେଶ ଜଣାଶୁଣା। ଆଜି କାର୍ଯ୍ୟରେ ଯୋଗ ଦେବା ପରେ ତାଙ୍କୁ ଉପ ଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଅନୁରୂପ ଭାବେ ଜିଲ୍ଲାର ବହୁ ସରକାରୀ ଅଧିକାରୀ ଏବଂ ଜନସାଧାରଣ ମଧ୍ୟ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ କରିଥିଲେ।ରାଜ୍ୟର ଖୋର୍ଦ୍ଧା ଏକ ଗୁରୁତ୍ୱପୂର୍ଣ୍ଣ ଉପଖଣ୍ଡ ହୋଇଥିବା ବେଳେ ଏଠାରେ ପ୍ରଶାସନ ପାଇଁ ଏକାଧିକ ଚ୍ୟାଲେଞ୍ଜ ରହିଛି। ଜିଲ୍ଲାରେ ବେଆଇନ ଖଣି କାରବାର, ନିଶା କାରବାର ଆଦିକୁ ରୋକିବା, ବିଭିନ୍ନ ସ୍ଥାନରେ ଜବରଦଖଲ ଉଛେଦ,ଆଇନ ଶୃଙ୍ଖଳା ବଜାୟ ରଖିବା, ଜନସାଧାରଣଙ୍କ ଅଭିଯୋଗ ସମାଧାନ ଆଦି…
ଖୋର୍ଦ୍ଧା: କାଳଜୟୀ ଲେଖକ ଓ କବି ମହାପୁରୁଷ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ବନ୍ଦେ ମାତରଂ ସ୍ଲୋଗାନ ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆତ୍ମ ନିର୍ଭର ଭାରତ ସ୍ୱଦେଶୀ ସଂକଳ୍ପ ସମାରୋହ ସ୍ଥାନୀୟ ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ଗତକାଲି ଅନୁଷ୍ଠିତ ହୋଇଯାଇଅଛି। ଖୋର୍ଦ୍ଧା ବ୍ଲକ ଓ ପୌର ପରିଷଦ ଖୋର୍ଦ୍ଧା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଏବଂ ପୌର ପରିଷଦ ନିର୍ବାହୀ ଅଧିକାରୀ ରିଜ୍ୱାନ କାକ୍ଵାବ ଙ୍କ ପୋରହିତ୍ୟରେ ଅନୁଷ୍ଠିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ଖୋର୍ଦ୍ଧା ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରି ନିଜ ଅଭିଭାଷଣରେ କହିଲେ ବଙ୍କିମ ଚନ୍ଦ୍ର ଜଣେ ମହାନ ଜ୍ଞାନୀ ଗୁଣୀ କାଳଜୟୀ ଲେଖକ ଥିଲେ। ମହାପୁରୁଷ ବଙ୍କିମଙ୍କର ସ୍ଲୋଗାନ ବାଜିଲେ ଦେଶ ଭକ୍ତି ଓ ଦେଶ ମାତୃକାର ସେବା କରିବାକୁ ମନରେ ଅସରନ୍ତି ସ୍ପୃହା ଜାଗ୍ରତ ହୋଇଥାଏ। ତାଙ୍କର ଏହି ମହାନ ପ୍ରତିଭା…
ଭୁବନେଶ୍ଵର: ପ୍ରବୀଣ ଅଭିନେତା ସ୍ବର୍ଗତ ଅଜିତ ଦାସଙ୍କ ଜନ୍ମ ଦିବସକୁ ସ୍ମରଣୀୟ କରିବା ପାଇଁ ତାଙ୍କ ଦ୍ୱାରା ପ୍ରତିଷ୍ଠିତ “ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ୍ ଅଫ୍ ଥିଏଟର” (AJIT) ତା’ର ୧୪ତମ ଅଜିତ ଜାତୀୟ ନାଟ୍ୟ ମହୋତ୍ସବ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି। ଯାହା ଜାନୁଆରୀ ୨୧ରୁ ଜାନୁଆରୀ ୨୩ ସନ୍ଧ୍ୟା ୬ଘଟିକା ୩୦ମିନିଟ ସମୟରେ ଭଞ୍ଜକଳା ମଣ୍ଡପରେ ପାରିବେଶିତ ହେବ। ନାଟ୍ୟ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଗୌହାଟି ସ୍ଥିତ ଏକ ନାଟ୍ୟ ଅନୁଷ୍ଠାନ ପୂର୍ବରଙ୍ଗାର କଳାକାରଙ୍କ ଦ୍ୱାରା ଆସାମୀ ଭାଷାର ନାଟକ ‘ବାସବଦତ୍ତ’ ନାଟକ ପ୍ରଦର୍ଶିତ ହେବ। ଯାହା ପ୍ରଖ୍ୟାତ ନାଟ୍ୟକାର ଗୁଣାକାର ଦେବ ଗୋସ୍ୱାମୀଙ୍କ ଦ୍ୱାରା ନିର୍ଦ୍ଦେଶିତହୋଇଛି। ନାଟ୍ୟ ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ ବରିଷ୍ଠ ଅଭିନେତା ଅନ୍ତର୍ଯ୍ୟାମୀ ପଣ୍ଡା ଏବଂ ଯୁବ କଳାକାର କେକେ ଙ୍କୁ “ଅଜିତ ନାଟ୍ୟ ସମ୍ମାନ” ଏବଂ “ଅଜିତ ଯୁବ ନାଟ୍ୟ ସମ୍ମାନ”ରେ ସମ୍ମାନିତ କରାଯିବ। ଦ୍ୱିତୀୟ ସନ୍ଧ୍ୟାରେ ନାଟ୍ୟ ପ୍ରେମୀଙ୍କୁ ବିକ୍ରମ କୁମାର ସାହୁଙ୍କ…
ରଣପୁର: ରଣପୁର ବିଜ୍ଞାପିତ ପରିଷଦ ଆୟୋଜିତ “ବନ୍ଦେ ମାତରମ” ସଙ୍ଗୀତ ଗାନ ପ୍ରତିଯୋଗିତା ଗତ ସୋମବାର ଦିନ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବିଜ୍ଞାପିତ ପରିଷଦ ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହପୂର୍ଣ୍ଣ ଭାବେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାକୁ ଛାତ୍ରଛାତ୍ରୀମାନଙ୍କ ଶ୍ରେଣୀ ଅନୁଯାୟୀ ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ—ଏମିତି ତିନୋଟି ବିଭାଗରେ ବିଭକ୍ତ କରାଯାଇଥିଲା। ଉପକନିଷ୍ଠ ବିଭାଗରେ ପାମ୍ପଡା ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଛାତ୍ର ସନ୍ଦୀପ ପ୍ରଧାନ ନିଜର ସୁମଧୁର କଣ୍ଠ ଓ ଆତ୍ମବିଶ୍ୱାସପୂର୍ଣ୍ଣ ପ୍ରଦର୍ଶନ ମାଧ୍ୟମରେ ପ୍ରଥମ ସ୍ଥାନ ହାସଲ କରି ବିଜୟୀ ହୋଇଥିଲେ। ସନ୍ଦୀପଙ୍କ ଏହି ସଫଳତା ପାମ୍ପଡା ପ୍ରାଥମିକ ବିଦ୍ୟାଳୟ ସହିତ ନରସିଂହପୁର କ୍ଲଷ୍ଟର ପାଇଁ ଗୌରବ ଅର୍ଜନ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା ଙ୍କ ସମେତ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କୁ ଶୁଭେଚ୍ଛା…
ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ବୁଧବାର, ଜାନୁଆରୀ ୨୧ ତାରିଖରେ ନାଗପୁରର ଭିସିଏ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ ପୂର୍ବରୁ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ପ୍ରଦାନ କରିଛନ୍ତି। ଆଘାତ ଯୋଗୁଁ ତିଲକ ବର୍ମା ଏହି ଟି-୨୦ ଖେଳିପାରିବେ ନାହିଁ, ଯାହା ଫଳରେ ନମ୍ବର ୩ ସ୍ଥାନ ଖାଲି ରହିବ। ସୂର୍ଯ୍ୟକୁମାରଙ୍କ ବୟାନ ସୂଚାଇ ଦେଇଛି ଯେ, ଶ୍ରେୟସ ଆୟରଙ୍କୁ ନମ୍ବର ୫ ସ୍ଥାନ ପାଇଁ ବିଚାର କରାଯାଇପାରେ। ତିଲକ ବର୍ମାଙ୍କ ପେଟରେ ଅସ୍ତ୍ରୋପଚାର କରାଯାଇଥିଲା, ଯାହା ତାଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜର ପ୍ରଥମ ତିନୋଟି ମ୍ୟାଚ୍ ରୁ ବାଦ ଦିଆଯାଇଥିଲା। ପ୍ରଥମ ତିନୋଟି ମ୍ୟାଚ୍ ପାଇଁ ଶ୍ରେୟସ ଆୟର ତାଙ୍କ ସ୍ଥାନରେ ଭାରତୀୟ ଦଳରେ ସ୍ଥାନ ନେଇଥିଲେ। ତିଲକ ବର୍ମାଙ୍କ ସ୍ଥାନ କିଏ ନେବେ? ପ୍ରଥମ ଟି-୨୦ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ସୂର୍ଯ୍ୟକୁମାର…
ନୂଆଦିଲ୍ଲୀ: ଭାରତୀୟ ରେଳବାଇର ‘ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ୍ “(ଓଏସ୍ଓପି) ଯୋଜନା ସ୍ଥାନୀୟ କାରିଗରୀକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଶକ୍ତିଶାଳୀ ମଞ୍ଚ ଭାବେ ଉଭା ହୋଇଛି। ଏହା ସାରା ଦେଶରେ ତୃଣମୂଳ ସ୍ତରର ଉଦ୍ୟମିତାକୁ ପ୍ରୋତ୍ସାହିତ କରୁଛି। ଏହି ପଦକ୍ଷେପ ରେଳ ଷ୍ଟେସନଗୁଡ଼ିକୁ ଭାରତର ସମୃଦ୍ଧ ଆଞ୍ଚଳିକ ବିବିଧତାର ଜୀବନ୍ତ ପ୍ରଦର୍ଶନରେ ପରିଣତ କରିବାକୁ ଚାହୁଁଛି। ଜାତୀୟ ରେଳ ନେଟୱାର୍କ ସହିତ ସ୍ଥାନୀୟ ଐତିହ୍ୟକୁ ଏକୀକୃତ କରି, ଓଏସ୍ଓପି କେବଳ ଯାତ୍ରୀଙ୍କ ଅଭିଜ୍ଞତାକୁ ବୃଦ୍ଧି କରେ ନାହିଁ ବରଂ ସମାବେଶୀ ଆର୍ଥିକ ଅଭିବୃଦ୍ଧିକୁ ମଧ୍ୟ ସମର୍ଥନ କରେ। ୨୦୨୬ ଜାନୁଆରୀ ୧୯ ତାରିଖ ସୁଦ୍ଧା, ୨୦୦୨ଟି ଷ୍ଟେସନରେ ଓଏସ୍ଓପି ବିକ୍ରୟକେନ୍ଦ୍ର ପ୍ରତିଷ୍ଠା କରାଯାଇଛି, ଯେଉଁଥିରେ ମୋଟ ୨୩୨୬ଟି ବିକ୍ରୟକେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ଏହି ଦୋକାନଗୁଡ଼ିକ ହଜାର ହଜାର ସ୍ଥାନୀୟ କାରିଗର, ବୁଣାକାର ଏବଂ କ୍ଷୁଦ୍ର ଉତ୍ପାଦକଙ୍କ ପାଇଁ ଜୀବିକାର ଉତ୍ସ ପାଲଟିଛି, ଯେଉଁମାନଙ୍କର ବର୍ତ୍ତମାନ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀଙ୍କ…
ବାଣପୁର: ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୪ ତମ ବାର୍ଷିକ କ୍ରୀଡା ଉତ୍ସବ କ୍ରୀଡା ଶିକ୍ଷକ ବିଭୁଧେନ୍ଦୁ ମାନସିଂହଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବିଦ୍ୟାଳୟ ପରିସର କ୍ରୀଡା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। କ୍ରୀଡାବିତ୍ ମାନଙ୍କ ଦ୍ୱାରା ମା ଭଗବତୀଙ୍କ ମନ୍ଦିରରୁ ମଶାଲ ଶୋଭାଯାତ୍ରା କରାଯାଇ ବିଦ୍ୟାଳୟ କ୍ରୀଡା ପ୍ରାଙ୍ଗଣରେ ସ୍ଥାପନ କରାଯାଇଥିଲା। ମୁଖ୍ୟ ଅତିଥି ବାଣପୁର ଏନ୍.ଏ.ସି. ଅଧ୍ୟକ୍ଷ ମିଟୁ ନାୟକ ମଶାଲ ଗ୍ରହଣ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ଯୋଗଦେଇ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିବା ସହିତ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ କ୍ରୀଡା କ୍ଷେତ୍ରରେ ବିଦ୍ୟାଳୟ ଛାତ୍ରୀମାନଙ୍କ କୃତିତ୍ୱକୁ ପ୍ରଶଂସା କରିବା…
ଭୁବନେଶ୍ୱର: ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ପରିଚାଳନା କରିବା ଏବଂ ଅଧିକ ଯାତ୍ରା ଆରାମ ସୁନିଶ୍ଚିତ କରିବା ପାଇଁ, ପୂର୍ବତଟ ରେଳପଥ ତେଜସ ରାଜଧାନୀ ଏକ୍ସପ୍ରେସ ସମେତ କିଛି ଏକ୍ସପ୍ରେସ ଟ୍ରେନରେ ଅସ୍ଥାୟୀ ଭାବରେ କୋଚ୍ ବୃଦ୍ଧି କରିଛି। ଭୁବନେଶ୍ୱର-ନୂଆଦିଲ୍ଲୀ ତେଜସ ରାଜଧାନୀ ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୨୨୮୨୩) ରେ, ୨୩ ଜାନୁଆରୀ ୨୦୨୬ ଦିନ ଗୋଟିଏ ଅତିରିକ୍ତ ଏସି ୨-ଟାୟାର କୋଚ୍ ସଂଯୋଗ କରାଯିବ। ସେହିପରି, ନୂଆଦିଲ୍ଲୀ-ଭୁବନେଶ୍ୱର ତେଜସ ରାଜଧାନୀ ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୨୨୮୨୪) ରେ , ୨୪ ଜାନୁଆରୀ ୨୦୨୬ ଦିନ ଗୋଟିଏ ଅତିରିକ୍ତ ଏସି ୨-ଟାୟାର କୋଚ୍ ସଂଯୋଗ କରାଯିବ। ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୧୮୪୪୭) ରେ, ୨୪ ଜାନୁଆରୀ ରୁ ୩୧ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ସ୍ଲିପର୍ ଶ୍ରେଣୀ କୋଚ୍ ସଂଯୋଗ କରାଯିବ, ଯାହା ଅଧିକ ଚାହିଦା ସମୟରେ ଅତିରିକ୍ତ ଆରାମ ପ୍ରଦାନ କରିବ । ସେହିପରି, ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ…
ନୂଆଦିଲ୍ଲୀ: ପ୍ରସିଦ୍ଧ ଡବ୍ଲୁଡବ୍ଲୁଇ ମଲ୍ଲଯୋଦ୍ଧା ଗ୍ରେଟ୍ ଖଲି, ଯିଏ ଦିଲୀପ ସିଂହ ରାଣା ନାମରେ ମଧ୍ୟ ଜଣାଶୁଣା, ପାଓଣ୍ଟା ସାହିବର ରାଜସ୍ୱ ବିଭାଗରେ କାର୍ଯ୍ୟରତ ତହସିଲଦାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଗ୍ରେଟ୍ ଖଲି ଅଭିଯୋଗ କରିଛନ୍ତି ଯେ, ତହସିଲଦାର ଜାଲ୍ ଜମି କାଗଜପତ୍ର ପ୍ରସ୍ତୁତ କରି କୋଟି କୋଟି ଟଙ୍କାର ଦୁର୍ନୀତି କରୁଛନ୍ତି। ସେ କହିଛନ୍ତି ଯେ, ତାଙ୍କ ପିତା ପ୍ରାୟ ୧୨ ବର୍ଷ ପୂର୍ବେ ପାଓଣ୍ଟା ସାହିବର ସୁରତପୁର ଗ୍ରାମର ଜଣେ ମହିଳାଙ୍କଠାରୁ ୧୬ ବିଘା ଜମି କିଣିଥିଲେ ଏବଂ ତାଙ୍କ ପାଖରେ ଏଥିପାଇଁ ବୈଧ କାଗଜପତ୍ର ଅଛି। ଏହା ସତ୍ତ୍ୱେ ତହସିଲଦାର ତାଙ୍କ କାଗଜପତ୍ରକୁ ଅବୈଧ ଘୋଷଣା କରିଛନ୍ତି, ଜମିଟି ଅନ୍ୟ କାହାର ବୋଲି ଦାବି କରିଛନ୍ତି। ଗ୍ରେଟ୍ ଖଲି ଅଭିଯୋଗ କରିଛନ୍ତି ଯେ, ତହସିଲଦାର ଏବଂ ଏସଡିଏମ୍ ଙ୍କ ମଧ୍ୟରେ ସହଯୋଗ ଯୋଗୁଁ ତାଙ୍କୁ ଏବଂ ଅନ୍ୟମାନଙ୍କୁ ଜମିରୁ ବିତାଡ଼ିତ କରାଯାଉଛି। ସେ ସମଗ୍ର ମାମଲାର…
ନୂଆଦିଲ୍ଲୀ: ଭାରତ ବନାମ ନ୍ୟୁଜିଲାଣ୍ଡ ଟି-୨୦ ସିରିଜ ଜାନୁଆରୀ ୨୧ ତାରିଖରେ ଆରମ୍ଭ ହେଉଛି, ପ୍ରଥମ ମ୍ୟାଚ୍ ନାଗପୁରର VCA ଷ୍ଟାଡିୟମରେ ଖେଳାଯିବ। ସିରିଜ ଆରମ୍ଭ ହେବା ପୂର୍ବରୁ ନ୍ୟୁଜିଲାଣ୍ଡ ଟି-୨୦ ଅଧିନାୟକ ମିଚେଲ ସାଣ୍ଟନର ଟିମ୍ ଇଣ୍ଡିଆକୁ ଚେତାବନୀ ଦେଇଛନ୍ତି। ସେ ଆଶା ପ୍ରକାଶ କରିଛନ୍ତି ଯେ, ODI ସିରିଜରେ ୩୫୨ ରନ କରିଥିବା ଡାରିଲ ମିଚେଲ ମଧ୍ୟ ଟି-୨୦ ସିରିଜରେ ଭାରତୀୟ ବୋଲରଙ୍କୁ ଆକ୍ରମଣ କରିବେ। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ମିଚେଲ ସାଣ୍ଟନର କହିଛନ୍ତି ଯେ, “ଡାରିଲ ମିଚେଲ ପ୍ରଥମେ ସ୍ପିନ୍ ବିରୁଦ୍ଧରେ ସଂଘର୍ଷ କରିଥିଲେ, କିନ୍ତୁ ସେ କଠିନ ପରିଶ୍ରମ କରିଥିଲେ, ଏବଂ ଆପଣ ସମସ୍ତେ ଫଳାଫଳ ଦେଖିଛନ୍ତି। ସେ ସ୍ପିନ୍ ଭଲ ଖେଳୁଛନ୍ତି। ସେ ODI ରେ ମଝି ଓଭରରେ ନିୟନ୍ତ୍ରିତ ଇନିଂସ ଖେଳିପାରନ୍ତି। ଆଶା କରୁଛି, ସେ ଟି-୨୦ ସିରିଜରେ ମଧ୍ୟ ସେହିପରି କରିପାରିବେ।”…
ମୁମ୍ବାଇ: ଜିଓମାର୍ଟ ପକ୍ଷରୁ ଗଣତନ୍ତ୍ର ଦିବସ ଅବସରରେ ‘ଗ୍ରାଣ୍ଡ ରିପବ୍ଲିକ୍ ସେଲ୍’ ଆରମ୍ଭ କରାଯାଇଛି, ଯାହା ଜାନୁୟାରୀ ୨୬ ପର୍ଯ୍ୟନ୍ତ ଚାଲିବ। ଏହି ସେଲ୍ ଅଧୀନରେ ଇଲେକ୍ଟ୍ରୋନିକ୍ସ, ଫ୍ୟାଶନ୍, ଗ୍ରସେରୀ ଏବଂ ଘରକରଣା ସାମଗ୍ରୀ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଏହି ସେଲ ଅଧୀନରେ ସ୍ମାର୍ଟଫୋନ୍, ଲାପଟପ୍, ସ୍ମାର୍ଟ ଟିଭି ଏବଂ ପିନ୍ଧିବା ସାମଗ୍ରୀ ଉପରେ ଆକର୍ଷଣୀୟ ଅଫର୍ ଉପଲବ୍ଧ ରହିଛି। ପୁରୁଷ, ମହିଳା ଏବଂ ପିଲାମାନଙ୍କ ପାଇଁ ଫ୍ୟାଶନ୍ ଉତ୍ପାଦ ୯୯ ଟଙ୍କାରୁ ଆରମ୍ଭ ହେଉଛି। ଏହା ସହିତ ଡାଲି, ତେଲ, ମସଲା, ସ୍ନାକ୍ସ, ସୌନ୍ଦର୍ଯ୍ୟ ବା ପ୍ରସାଧନ ସାମଗ୍ରୀ, ଶିଶୁ ଯତ୍ନ ଏବଂ ହୋମ କେୟାର ଉତ୍ପାଦ ଉପରେ ମଧ୍ୟ ବିଶେଷ ରିହାତି ପ୍ରଦାନ କରାଯାଉଛି। ଗ୍ରାହକମାନେ ବ୍ୟାଙ୍କ ଅଫ୍ ବରୋଦା କାର୍ଡରେ ୭.୫ ପ୍ରତିଶତ ପର୍ଯ୍ୟନ୍ତ ତୁରନ୍ତ ରିହାତି ମଧ୍ୟ ପାଇପାରିବେ, ଯାହା ଜାନୁୟାରୀ ୨୪ ପର୍ଯ୍ୟନ୍ତ ଉପଲବ୍ଧ ରହିବ। ଏହି ସ୍ୱତନ୍ତ୍ର…
ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ 2026 (WPL 2026) ଧୀରେ ଧୀରେ ଏହାର ଶେଷ ପର୍ଯ୍ୟାୟ ଆଡକୁ ଗତି କରୁଛି। ଗତ ସୋମବାର (ଜାନୁଆରୀ 19) ଟୁର୍ଣ୍ଣାମେଣ୍ଟର 12ତମ ଲିଗ୍ ମ୍ୟାଚ୍ ଖେଳାଯାଇଥିଲା, ଯାହା ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB), କ୍ରମାଗତ ପାଞ୍ଚଟି ବିଜୟ ସହିତ, ପ୍ଲେଅଫ୍ ସ୍ଥାନ ସୁରକ୍ଷିତ କରିଥିବା ପ୍ରଥମ ଦଳ ହୋଇଛି। ଏହା ବ୍ୟତୀତ ଏହି ସିଜନରେ ଅରେଞ୍ଜ ଏବଂ ପର୍ପଲ କ୍ୟାପ୍ ପାଇଁ ଦୌଡ଼ କ୍ରମାଗତ ଭାବରେ ଆକର୍ଷଣୀୟ ଦେଖାଯାଉଛି। ତେଣୁ ଆସନ୍ତୁ ଜାଣିବା ପଏଣ୍ଟ ଟେବୁଲରୁ ଅରେଞ୍ଜ ଏବଂ ପର୍ପଲ କ୍ୟାପ୍ ପାଇଁ ସଦ୍ୟତମ ଅପଡେଟ୍। ଅନ୍ୟ ଦଳଗୁଡ଼ିକର ସ୍ଥିତି ବେଙ୍ଗାଲୁରୁ ଲଗାତାର ପାଞ୍ଚଟି ମ୍ୟାଚ୍ ଜିତି ଟେବୁଲର ଶୀର୍ଷରେ ଅଛି। ମୁମ୍ବାଇ ଇଣ୍ଡିଆନ୍ସ, ୟୁପି ୱାରିୟର୍ସ ଏବଂ ଗୁଜୁରାଟ ଜାଏଣ୍ଟ୍ସ ଦୁଇଟି ବିଜୟ ସହିତ ଯଥାକ୍ରମେ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ପଞ୍ଚମ ଥାନାରେ…

