Author: SM Network

ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ସ୍ଥାନ ପରିବର୍ତ୍ତନ ନେଇ ବିସିବି ସହିତ ଆଲୋଚନା କରିବା ପାଇଁ ଆଇସିସି ଅଧିକାରୀମାନେ ଗତ ସପ୍ତାହରେ ବାଂଲାଦେଶ ଗସ୍ତ କରିଥିଲେ। ମୁସ୍ତାଫିଜୁର ରହମାନଙ୍କୁ ଆଇପିଏଲରୁ ବାଦ ଦିଆଯିବା ପରେ, ବାଂଲାଦେଶ ଏକ କଡା ଆଭିମୁଖ୍ୟ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛି। ବାଂଲାଦେଶରେ ଆଇପିଏଲ ପ୍ରସାରଣ ସ୍ଥଗିତ ହେବା ପରେ ବିସିବି ଭାରତରୁ ଶ୍ରୀଲଙ୍କାକୁ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ସ୍ଥାନାନ୍ତର କରିବାକୁ ଆଇସିସିକୁ ଅନୁରୋଧ କରିଥିଲା। ଶ୍ରୀଲଙ୍କା ଭାରତ ସହିତ ଟୁର୍ଣ୍ଣାମେଣ୍ଟର ସହ-ଆୟୋଜକ। ଏହି ପ୍ରସଙ୍ଗରେ ସଦ୍ୟତମ ଅପଡେଟ୍ ଏବେ ଆସିଛି, ଯାହା ବାଂଲାଦେଶ ପାଇଁ ଏକ ବଡ଼ ଝଟକା। ବାଂଲାଦେଶ କ୍ରିକେଟ୍ ବୋର୍ଡ ଦାବି କରିଛି ଯେ, ଭାରତରେ ତାଙ୍କ ଦଳ ବିପଦରେ ଅଛି। ଏହି ପରିପ୍ରେକ୍ଷୀରେ ଆଇସିସି ଅଧିକାରୀମାନେ ସେମାନଙ୍କ ସୁରକ୍ଷାର ଆଶ୍ୱସ୍ତି ଦେବା ପାଇଁ ବିସିବିକୁ ଗସ୍ତ କରିଥିଲେ। ସ୍ଥାନ ପରିବର୍ତ୍ତନ ନ ହେଲେ ବାଂଲାଦେଶ ୨୦୨୬ ଟି-୨୦ ବିଶ୍ୱକପ୍ ରୁ…

Read More

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳ ଅଧିନସ୍ଥ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ତ୍ରୟୋଦଶ ଶ୍ରେଣୀର ଛାତ୍ରୀମାନଙ୍କ ପାଇଁ ଚଳିତ ମାସ ୦୯ ତାରିଖଠାରୁ ୧୯ ତାରିଖ ପର୍ଯ୍ଯନ୍ତ ଆଠଦିନ ଧରି ଚାଲିଥିବା ମହିଳା ଆତ୍ମରକ୍ଷା କୌଶଳ ତାଲିମ୍ କାର୍ଯ୍ୟକ୍ରମର ଆଜି ଉଦ୍ ଯାପନ ଉତ୍ସବ ପାଳନ ହୋଇଅଛି୲ ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଡ.ଏସ୍.ପି.ଏନ୍.ଏସ୍.ବର୍ମା ମହୋଦୟ ଛାତ୍ରୀମାନଙ୍କୁ ଓଡ଼ିଶା ସରକାର ତଥା ଉଚ୍ଚ ଶିକ୍ଷାବିଭାଗର ଏହି ଭଳି ଛାତ୍ରୀମାନଙ୍କର ସର୍ବାଙ୍ଗ ବିକାଶ ନିମିତ୍ତ ପଦକ୍ଷେପ ସ୍ବାଗତଯୋଗ୍ୟ ଓ ଫଳପ୍ରଦ ବୋଲି ନିଜର ମତପ୍ରକାଶ କରିବା ସହ ଆତ୍ମରକ୍ଷା ଗୁରୁତ୍ୱପୂର୍ଣ୍ଣ ଦିଗ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି୲ ସୂଚନାଯୋଗ୍ୟ ଯେ, ଦୀର୍ଘ ଆଠଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦେବାର ଦାୟିତ୍ବ ବହନ କରିଥିଲେ ମହାବିଦ୍ୟାଳୟର ପୂର୍ବତନ ଛାତ୍ରୀ ସୋନି ମୁଦୁଲି ଏବଂ ଜି.ସାବିତ୍ରୀ ଆଚାରୀ। ଏତଦବ୍ୟତୀତ କାର୍ଯ୍ୟକ୍ରମର ସଂଯୋଜିକା ରୂପେ କାର୍ଯ୍ୟ କରିଥିବା ଇଂରାଜୀ ବିଭାଗର ଅଧ୍ୟାପିକା…

Read More

ନୂଆଦିଲ୍ଲୀ: ବିକଶିତ ଭାରତ ଜୀବିକା ଏବଂ ରୋଜଗାର ପାଇଁ ଗ୍ୟାରେଣ୍ଟି ମିଶନ (ଗ୍ରାମୀଣ) – ଭିବି ଜୀ ରାମ ଜୀ ଆଇନକୁ ନେଇ କଂଗ୍ରେସ ମିଥ୍ୟା ଅପପ୍ରଚାର ଏବଂ ଷଡ଼ଯନ୍ତ୍ର କରୁଥିବା କହିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ। ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି, ଏହି ଆଇନକୁ ନେଇ କଂଗ୍ରେସ ଦଳ ଦେଶବାସୀଙ୍କୁ ଭ୍ରମରେ ପକାଇବାକୁ ଉଦ୍ୟମ କରୁଛି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଆଜି ସାମାଜିକ ଗଣମାଧ୍ୟମରେ ସେ କଂଗ୍ରେସର ଦୁଇଟି ଭିଡ଼ିଓ ଦେଖିଥିଲେ। ସେଥିରେ କେହି ଲୋକ ଦେଖାଯାଉନାହାନ୍ତି। ତାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମାଧ୍ୟମରେ ପ୍ରସ୍ତୁତ କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀ ଏହି ଆଇନକୁ ନେଇ ମିଥ୍ୟା, ବିଭ୍ରାନ୍ତିକର ଏବଂ ଭୁଲ ସୂଚନାର ପ୍ରସାର କରୁଛନ୍ତି। ଏହା କଂଗ୍ରେସର ମୂଳଦୁଆକୁ ମଜବୁତ…

Read More

ରଣପୁର: ରଣପୁର ବନ ବିଭାଗର ଆୟୋଜନରେ ଏବଂ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟ ସହ ବଜ୍ରକୋଟ ଗ୍ରାମବାସୀଙ୍କ ସହଯୋଗରେ ପବିତ୍ର ଆସୁରକୁମାରୀ ପୀଠ ପରିସରରେ “ପ୍ଲାଷ୍ଟିକ ମୁକ୍ତ ପିକନିକ୍ ସ୍ପଟ୍ ସଚେତନତା କାର୍ଯ୍ୟକ୍ରମ” ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବଜ୍ରକୋଟ ଗ୍ରାମ ପଞ୍ଚାୟତର ସରପଞ୍ଚ ବନିତା ବଳିଆରସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ଲାଷ୍ଟିକ ପ୍ରଦୂଷଣର କୁପ୍ରଭାବ ବିଷୟରେ ଆଲୋକପାତ କରିଥିଲେ ଏବଂ ଆସୁରକୁମାରୀ ପୀଠକୁ ପ୍ଲାଷ୍ଟିକ ମୁକ୍ତ କ୍ଷେତ୍ର ଭାବେ ଗଢ଼ି ତୁଳିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମରେ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶୀଲ କୁମାର ରାଣା ପ୍ଲାଷ୍ଟିକ ବଦଳରେ କାଗଜ, କପଡ଼ା ଓ ପୁନଃବ୍ୟବହାରଯୋଗ୍ୟ ସାମଗ୍ରୀ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ଏବଂ ଏହି ସଚେତନତା କାର୍ଯ୍ୟକ୍ରମ କେବଳ ଏକ ଦିନର ଅଭିଯାନ ନୁହେଁ, ଏହା ଏକ ଆନ୍ଦୋଳନ ହେଉ, ଦୀର୍ଘ ଦିନର ଅଭିଯାନ ହେଉ ବୋଲି ମତ ରଖିଥିଲେ। ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ, କର୍ମଚାରୀବୃନ୍ଦ, ଛାତ୍ରଛାତ୍ରୀମାନେ ଏବଂ…

Read More

ରାୟପୁର: ବସ୍ ଓଲଟି ନଅ ଜଣଙ୍କର ମୃତ୍ୟୁ ହୋଥିବା ବେଳେ ଅନେକ ଆହତ ହୋଇଛନ୍ତି। ସମସ୍ତ ଯାତ୍ରୀ ଛତିଶଗଡ଼ରୁ ଲୋଧ ଗାଁରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ସୂଚନା ଅନୁଯାୟୀ, ବସ୍‌ ଯୋଗେ କିଛି ଲୋକ ଛତିଶଗଡ଼ର ବଳରାମପୁରରୁ ମହୁଆଡାଣ୍ଡ ବ୍ଲକର ଲୋଧ ଗାଁର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ବଙ୍ଗଳାଦାରା ଘାଟିରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଯାହାଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମହୁଆଡାଣ୍ଡ ଏବଂ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଗୁରୁତର ଆହତ ତିରିଶ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ RIMS ପଠାଯାଇଛି।

Read More

ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), ଭୁବନେଶ୍ୱର ପକ୍ଷରୁ ୧୮ ଜାନୁଆରୀ ୨୦୨୬ ଦିନ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଆନୁକୁଲ୍ୟରେ ଜାଗମରା ଠାରେ ଆୟୋଜିତ ପଥ ଉତ୍ସବରେ ଏକ ଭିନ୍ନ ଧରଣର ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପଥ ଉତ୍ସବରେ, ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ ଆର୍ଥିକ ଯୋଜନା, ସଞ୍ଚୟ ଏବଂ ଦାୟିତ୍ୱପୂର୍ଣ୍ଣ ଋଣ ନେବା, ନିବେଶ, ବୀମା ସମେତ ସାମାଜିକ ସୁରକ୍ଷା ଯୋଜନା, ପେନସନ, ଶିକ୍ଷା ଋଣ ଆଦି ଉପରେ ଲୋକମାନଙ୍କୁ ଆର୍ଥିକ ବାର୍ତ୍ତା ଦେବା ସହ ବିଭିନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରିଥିଲେ। ଏହି ଉପଲକ୍ଷେ, ଭାରତୀୟ ରିଜର୍ଭ ବ୍ୟାଙ୍କ କର୍ମଚାରୀମାନଙ୍କ ଦ୍ୱାରା ଏକ ନୂକଡ଼ ନାଟକ ପରିବେଷଣ କରାଯାଇଥିଲା, ଯାହାକି ଲୋକମାନଙ୍କୁ ବହୁତ ପ୍ରଭାବିତ କରିଥିଲା। ଏହା ବ୍ୟତୀତ ଆର୍ଥିକ ସ୍ଵାକ୍ଷରତା ଉପରେ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ମଧ୍ୟ ଆଯୋଜନ କରାଯାଇଥିଲା ଯେଉଁଥିରେ ବିଭିନ୍ନ ବୟସର ଲୋକମାନେ ଭାଗନେଇ ପୁରସ୍କାର ଜିତିଥିଲେ। ଏହା ସହ ବିଭିନ୍ନ…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଜିହ୍ଵାପାକ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଆରୋଗ୍ୟ ଭାରତୀର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ବିଶେଷତଃ ଶୀତଋତୁରେ କଫ, ପିତ୍ତ ବୁଦ୍ଧି ହୋଇ ଜୀବାଣୁ ସଂକ୍ରମିତ ହୁଏ, ଏହାଦ୍ୱାରା ଜିହ୍ଵା, ମୁଖ ଓଠ ସନ୍ଧି ଓ ତାଳୁ ପାକ ହୁଏ। ଜିହ୍ଵା ମୁଖ ସଫା ନରଖିଲେ, ଦୀର୍ଘଦିନ ରୋଗାଗ୍ରସ୍ତ ରହିଲେ ଓ ଶିଶୁ ମାନଙ୍କୁ ବୋତଲ କ୍ଷୀର ଦେଲେ ଏହି ରୋଗ ହୁଏ। ଏହାର ପରିଣାମ ଆମବାତ, ହୃଦୟ ରୋଗ ।ମୁଖ ସଫା ରଖି ଯାଇପତ୍ରୀ,ପିଜୁଳି ପତ୍ର, ନିର୍ଗୁଣ୍ଡି ପତ୍ର, ତୁଲସୀ ପତ୍ର ଯେକୌଣସି ଗୋଟିଏ ପତ୍ର ଚୋବାଇଲେ ବା ସିଝାଇ ବରମ୍ବାର କୁଳିକଲେ ଭଲ ହୋଇଯାଏ। ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ…

Read More

ନୂଆଦିଲ୍ଲୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ଡାଲି ଉପଭୋକ୍ତା, ଯାହା ବିଶ୍ୱ ବ୍ୟବହାରର ପ୍ରାୟ ୨୭% ଅଟେ। ଭାରତ ମଧ୍ୟ ଆମେରିକାଠାରୁ ରୁଷ, ଅଷ୍ଟ୍ରେଲିଆ ଏବଂ ମିଆଁମାର ପର୍ଯ୍ୟନ୍ତ ଦେଶଗୁଡ଼ିକରୁ ବ୍ୟାପକ ଭାବରେ ଡାଲି ଫସଲ ଆମଦାନୀ କରିଥାଏ। ଭାରତ ଏହାର ଆବଶ୍ୟକତା ପୂରଣ କରିବା ପାଇଁ ଏହି ଦେଶଗୁଡ଼ିକରୁ ମଟର, ମୁଗ, ହରଡ଼, ବିରି ଏବଂ ମସୁର ଆମଦାନୀ କରିଥାଏ। ସାମ୍ପ୍ରତିକ ଆମେରିକାର ଶୁଳ୍କର ଜବାବରେ ଭାରତ ଆମେରିକୀୟ ଡାଲି ଉପରେ ୩୦% ଶୁଳ୍କ ଲାଗୁ କରିଛି। ଭାରତର ନିଷ୍ପତ୍ତିରେ ଆମେରିକାକୁ ଝଟକା: ଯେହେତୁ ଭାରତ କୃଷି ଉତ୍ପାଦ, ବିଶେଷକରି ଡାଲି ପାଇଁ ଏକ ପ୍ରମୁଖ ବଜାର, ତେଣୁ ଆମେରିକା ଏହି ପଦକ୍ଷେପରେ ଅସନ୍ତୁଷ୍ଟ ଥିଲା। ମୋଣ୍ଟାନାର ରିପବ୍ଲିକାନ୍ ସିନେଟର ଷ୍ଟିଭ୍ ଡେନ୍ସ ଏବଂ ନର୍ଥ ଡକୋଟାର କେଭିନ୍ କ୍ରେମର୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଚିଠି ଲେଖି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଡାଲି ଉପରେ…

Read More

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହୋଇଛି। ଏହି ସିରିଜରେ ଟିମ୍ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ ରହିଛି। ଘରୋଇ ମାଟିରେ ସିରିଜ ହାରିବା ପରେ, ଭାରତୀୟ ଦଳ ଏବେ ଟି-୨୦ ଫର୍ମାଟରେ ନିଜକୁ ପ୍ରମାଣିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ଦୁଇ ଦଳ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ ଜାନୁଆରୀ ୨୧ ତାରିଖରୁ ଆରମ୍ଭ ହେଉଛି, ଏବଂ ୨୦୨୬ ଟି-୨୦ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ଏହାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୭ ତାରିଖରୁ ଆରମ୍ଭ ହେଉଛି। ଟି-୨୦ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆର ଚ୍ୟାଲେଞ୍ଜ ଭାରତୀୟ ଦଳର ଅନେକ ଖେଳାଳି ଟି-୨୦ ସିରିଜ ପୂର୍ବରୁ ଆହତ ହୋଇଛନ୍ତି, ଯାହା ଦଳ ପାଇଁ ଏକ ଝଟକା। ଯୁବ ବ୍ୟାଟ୍ସମ୍ୟାନ୍ ତିଲକ ବର୍ମା ଏବଂ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଆହତ ହୋଇଛନ୍ତି। ସେମାନଙ୍କ ଅନୁପସ୍ଥିତିରେ, ଟିମ୍ ମ୍ୟାନେଜମେଣ୍ଟ ଶ୍ରେୟସ…

Read More

ମୁମ୍ବାଇ: ଖ୍ବାହିଶ – ଦି ୱିଶ୍ ଦ୍ୱାରା ପରିବେଷିତ ଏକ ଦିନିକିଆ ସାଂସ୍କୃତିକ ସଙ୍ଗମ, ଜାନୁଆରୀ ୧୮, ୨୦୨୬ରେ ସ୍ୱାଭିମାନୀ ଓଡ଼ିଆ ମହିଳା ବିଶ୍ୱ ଏବଂ କାଞ୍ଚନହାଡି ସହଯୋଗରେ ଓଡ଼ିଶା ଭବନରେ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା। କାରଣ ତାଳ ଏବଂ ଆତ୍ମା ​​ସହିତ ଏହାର ସୃଜନଶୀଳତାର ଭାବନା ପ୍ରତି ସତ୍ୟ ରହିବା ସହିତ ଏହି କାର୍ଯ୍ୟକ୍ରମ ମୁମ୍ବାଇର ହୃଦୟରେ ଓଡ଼ିଆ ସଂସ୍କୃତିର ଏକ ହୃଦୟସ୍ପର୍ଶୀ ଉତ୍ସବ ଭାବରେ ଉଭା ହୋଇଥିଲା। ଶ୍ରୀ ଜଗନ୍ନାଥ ଏବଂ ଶ୍ରୀ ଗଣେଶଙ୍କ ସମ୍ମୁଖରେ ଆନୁଷ୍ଠାନିକ ଦୀପ ପ୍ରଜ୍ଜ୍ୱଳନ ସହିତ ଏହି କାର୍ଯ୍ୟକ୍ରମ ଏକ ଶୁଭ ଦୃଷ୍ଟିରେ ଆରମ୍ଭ ହୋଇଥିଲା। ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀ ମିଳିତ ଭାବରେ ଯୋଗ ଦେଇଥିଲେ, ଯାହା ଦିନ ପାଇଁ ଏକ ଆଧ୍ୟାତ୍ମିକ ଉତ୍ଥାନ ଏବଂ ଅନ୍ତର୍ଭୁକ୍ତିକ ଆରମ୍ଭ କରିଥିଲା। ସାରା ଦିନ କ୍ଷୁଦ୍ର ବ୍ୟବସାୟ ମାଲିକ ଏବଂ ଘରୋଇ ବ୍ରାଣ୍ଡଗୁଡ଼ିକ ସ୍ୱତନ୍ତ୍ର ଷ୍ଟଲଗୁଡ଼ିକୁ ପ୍ରସ୍ତୁତ କରିଥିଲେ, ଯାହା ଉତ୍ସାହଜନକ ପାଦଦର୍ଶନ…

Read More

ଚିଲିକା: ପକ୍ଷୀଙ୍କ ଭୂସ୍ବର୍ଗ ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ରବିବାର ଦିନ ଶୀତକାଳୀନ ପକ୍ଷୀ ଗଣନା ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ ସଂଖ୍ୟକ ପକ୍ଷୀ ଆସିଛନ୍ତି। ଯାହାକି ଗତବର୍ଷ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୮୮ ସଂଖ୍ୟକ ପକ୍ଷୀ ଆସିଛନ୍ତି।ଯାହାକି ଚଳିତ ବର୍ଷ ଗତ ବର୍ଷ ତୁଳନାରେ ୪୯୭୨ ସଂଖ୍ୟକ ଅଧିକ ପକ୍ଷୀଙ୍କ ଆଗମନ ହେଇଛି। ଖବର ମୁତାବକ ଆଜି ସକାଳ ୬ରୁ ଶୀତକାଳୀନ ପକ୍ଷୀଗଣନା ଜାରି ରହିଥିବା ବେଳେ ଏଥିପାଇଁ ୫ଟି ଜୋନରେ (ଜଳ ଭାଗରେ ୧୯ ଟି ଓ ସ୍ଥଳ ଭାଗରେ ୩ ଟି) ସମୁଦାୟ ୨୨ଟି ଟିମରେ ୧୩୩ ଜଣ ଗଣନାକାରୀ ନିୟୋଜିତ ରହିଥିଲେ। ଟାଙ୍ଗି ଜୋନରେ ୮ ଟି ଟିମ,ବାଲୁଗାଁରେ ୬ଟି, ସାତପଡ଼ାରେ ୪ଟି, ରମ୍ଭାରେ ୨ଟି ଏବଂ କୃଷ୍ଣପ୍ରସାଦ ଓ ଚିଲିକା ନୂଆପଡା ଜୋନରେ ଗୋଟିଏ ଲେଖାଏଁ ଟିମ ନିୟୋଜିତ ଥିଲେ।…

Read More

ନୂଆଦିଲ୍ଲୀ: ଗତ ଏଗାର ବର୍ଷ ମଧ୍ୟରେ ନିରନ୍ତର ନିବେଶ ଓ ଲକ୍ଷ୍ୟବଦ୍ଧ କାର୍ଯ୍ୟକାରିତା ମାଧ୍ୟମରେ ଭାରତୀୟ ରେଳପଥ ଏହାର ଟ୍ରାକ୍ ଭିତ୍ତିଭୂମିକୁ ସୁଦୃଢ଼ ​​କରିବା ଏବଂ ସୁରକ୍ଷା ମାନଦଣ୍ଡକୁ ବୃଦ୍ଧି କରିବା ଦିଗରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ଏହି ପ୍ରୟାସଗୁଡ଼ିକ ସାରା ଦେଶରେ ସୁରକ୍ଷିତ, ଦ୍ରୁତ ଏବଂ ଅଧିକ ଭରସାଯୋଗ୍ୟ ଟ୍ରେନ ଚଳାଚଳରେ ଯୋଗଦାନ ଦେଉଛି। ଆର୍ଥିକ ବର୍ଷ 2024-25ରେ, ଭାରତୀୟ ରେଳବାଇ 6,851 ଟ୍ରାକ୍ କିଲୋମିଟରରୁ ଅଧିକ ଟ୍ରାକ୍ ନବୀକରଣ କରିଥିଲା। ଚଳିତ ଆର୍ଥିକ ବର୍ଷ 2025-26ରେ, 7,500ରୁ ଅଧିକ କିଲୋମିଟର ଟ୍ରାକ୍ ନବୀକରଣ କାମ ଚାଲିଛି। ଏହା ବ୍ୟତୀତ, 2026-27 ପାଇଁ 7,900 କିଲୋମିଟର ରେଳ ଟ୍ରାକ୍ ନବୀକରଣ ଲାଗି  ଯୋଜନା କରାଯାଇଛି। ଏହା ଭରସାଯୋଗ ସମ୍ପତ୍ତି ସୃଷ୍ଟି ଏବଂ ସୁରକ୍ଷା ଉପରେ ରେଳବାଇର ନିରନ୍ତର ଗୁରୁତ୍ୱକୁ ପ୍ରତିଫଳିତ କରେ। ଟର୍ଣ୍ଣଆଉଟ୍‌ ନବୀକରଣରେ ମଧ୍ୟ ଯଥେଷ୍ଟ ଅଗ୍ରଗତି ହୋଇଛି, ଯାହା ଟ୍ରେନର ସୁଗମ ଗମନାଗମନ ଲାଗି ଅତ୍ୟନ୍ତ…

Read More

ନୂଆଦିଲ୍ଲୀ: ଦେଶର ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକ (ଡିସକମ ଏବଂ ବିଦ୍ୟୁତ ବିଭାଗ) 2024-25 ଆର୍ଥିକ ବର୍ଷରେ ସାମୂହିକ ଭାବେ 2,701 କୋଟି ଟଙ୍କାର ସକାରାତ୍ମକ ଟିକସ ପରବର୍ତ୍ତୀ ଲାଭ (ପିଏଟି) ହାସଲ କରିଛନ୍ତି। ଏହା ବିଦ୍ୟୁତ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। 2024-25 ବର୍ଷରେ ଉପରୋକ୍ତ ପରିମାଣର ଲାଭ ହୋଇଥିବା ବେଳେ 2023-24ରେ 25,553 କୋଟି ଟଙ୍କା ଏବଂ 2013-14ରେ 67,962 କୋଟି ଟଙ୍କାର କ୍ଷତି ହୋଇଥିଲା। ଏ ସମ୍ପର୍କରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ମନୋହର ଲାଲ କହିଛନ୍ତି, ବିଦ୍ୟୁତ ବିତରଣ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇଛି। ବିତରଣ କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏକାଧିକ ପଦକ୍ଷେପ ଗ୍ରହଣ କରାଯିବା ଫଳରେ ଏହା ସମ୍ଭବ ହୋଇପାରିଛି। ଏହି ସଫଳତା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ଦୂରଦୃଷ୍ଟିକୁ ମଧ୍ୟ ଶ୍ରେୟ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ କହିଛନ୍ତି, ଭାରତ ନିଜର…

Read More

ନୂଆଦିଲ୍ଲୀ: ରାଜନୀତିକୁ ଦୃଷ୍ଟିରେ ରଖି “କାମ କରିବାର ଅଧିକାର” ଛଡ଼ାଇ ନିଆଯାଉଛି ବୋଲି ଭିଜି-ଜୀ ରାମ୍ ଜୀ ଯୋଜନା ସଂକ୍ରାନ୍ତରେ ଲୋକଙ୍କୁ ମିଥ୍ୟା ସୂଚନା ଦେଇ ବିଭ୍ରାନ୍ତ କରାଯାଉଛି। କିନ୍ତୁ ବାସ୍ତବତା ହେଉଛି ଭିବି-ଜୀ ରାମ୍ ଜୀ ଅଧିନିୟମ, ୨୦୨୫ ସ୍ପଷ୍ଟ ଭାବରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ ଭାବେ ୧୨୫ ଦିନର ମଜୁରୀ ନିଯୁକ୍ତିର ବୈଧାନିକ ଗ୍ୟାରେଣ୍ଟି ପ୍ରଦାନ କରୁଛି। ଏହା ଦାନ କିମ୍ବା ଏକ ସ୍ୱେଚ୍ଛାକୃତ “ହ୍ୟାଣ୍ଡଆଉଟ୍” ନୁହେଁ-ଏହା ସଂସଦରେ ପାରିତ ଏକ ଆଇନଗତ ଅଧିକାର। ଏହି ଅଧିନିୟମ ସମୟସୀମା ମଧ୍ୟରେ ନିଯୁକ୍ତିର ମୂଳ ନୀତିକୁ ବଜାୟ ରଖିଛି, ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଯଦି ୧୫ ଦିନ ମଧ୍ୟରେ ନିଯୁକ୍ତି ପ୍ରଦାନ କରାନଯାଏ, ତେବେ ଆବେଦନକାରୀ ବେକାରୀ ଭତ୍ତା ପାଇବାକୁ ହକଦାର ହେବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏମଜିଏନଆରଇଜିଏ ଅଧୀନରେ ଥିବା ପୂର୍ବ ଢାଞ୍ଚାର ବିପରୀତ, ଯେଉଁଠାରେ କେତେକ ପରିସ୍ଥିତିରେ ଯୋଗ୍ୟ…

Read More

ଭୁବନେଶ୍ଵର: ଚିଲିକା ଓ ପୁରୀ ବନ୍ୟପ୍ରାଣୀ ଡିଭିଜନରେ ଆଜି ସକାଳେ ଆରମ୍ଭ ହୋଇଥିବା ପକ୍ଷୀ ଗଣନା କାର୍ଯ୍ୟକ୍ରମ ଶେଷ ହୋଇଛି। ଚିଲିକା ଡିଭିଜନରେ ୨୨ ଟି ଟିମ ଦ୍ୱାରା ବାଳୁଙ୍ଗା, ରମ୍ଭା, ନୂଆପଡା, ସାତପଡ଼ା ଓ ଟାଙ୍ଗୀରେ ପକ୍ଷୀ ଗଣନା ହୋଇଥିଲା। ସେହିପରି ପୁରୀ ଡିଭିଜନରେ ଗୋପ,କାକଟପୁର, କୋଣାର୍କ, ବାଲୁଖଣ୍ଡ ଏବଂ ବ୍ରହ୍ମଗିରି ରେଞ୍ଜରେ ୨୫ ଟି ଟିମ ପକ୍ଷୀ ଗଣନା କରିଛନ୍ତି। ବାଇନାକୁଲାର ଓ ଫୋଟୋଗ୍ରାଫି ସାହାଯ୍ୟରେ ପକ୍ଷୀଙ୍କ ଗତିବିଧି ଅନୁଧ୍ୟାନ କରି ଲାଇନ ଟ୍ରାଞ୍ଜକ ମେଥଡ଼ରେ ପକ୍ଷୀ ଗଣନା ହୋଇଥିଲା।

Read More

ନୂଆଦିଲ୍ଲୀ: ଶୁଳ୍କ ଚୁକ୍ତି ଆଲୋଚନା ମଧ୍ୟରେ ଆମେରିକା ଭାରତକୁ ଗାଜା ଶାନ୍ତି ବୋର୍ଡରେ ଯୋଗଦେବାକୁ ନିମନ୍ତ୍ରଣ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି। ଗାଜା ଶାନ୍ତି ବୋର୍ଡ ହେଉଛି ଗାଜା ପାଇଁ ଟ୍ରମ୍ପଙ୍କ ମହତ୍ୱାକାଂକ୍ଷୀ ଯୋଜନା। ଏହାର ଉଦ୍ଦେଶ୍ୟ ହେଉଛି ଯୁଦ୍ଧ ପରେ ଗାଜାରେ ଶାସନ ଏବଂ ପୁନଃବିକାଶ ତଦାରଖ କରିବା। ଟ୍ରମ୍ପ ଜାନୁଆରୀ ୧୬ ତାରିଖରେ ଗାଜା ପାଇଁ ଶାନ୍ତି ବୋର୍ଡ ଘୋଷଣା କରିଥିଲେ। ଏହା ୨୦-ସୂତ୍ରୀ ଶାନ୍ତି ଯୋଜନାର ରୂପରେଖା ପ୍ରଦାନ କରେ। ଏହାକୁ ଭବିଷ୍ୟତର ବିଶ୍ୱ ସଂଘର୍ଷ ସମାଧାନ ପାଇଁ ଏକ ପଦ୍ଧତି ଭାବରେ ଦେଖାଯାଏ।

Read More

ଭୁବନେଶ୍ଵର: ମାନବ ସେବା କ୍ଷେତ୍ରରେ ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଏକ ଅଗ୍ରଣୀ ସଂଗଠନ ଭାବରେ ସମଗ୍ର ଦେଶରେ ପରିଚିତ। ଶ୍ରୀ ସତ୍ୟ ସାଇ ବାବା ମାନବ ସମାଜକୁ ଦେଇଥିବା ସେବା, ମୂଲ୍ୟବୋଧ, ଭଲପାଇବା ଆଦି ମାନବ ସମାଜ ର ହିତସାଧନ କରିଚାଲିଛି। ଏହି ବର୍ଷ କୁ ଭଗବାନ୍ ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତବାର୍ଷିକ ବର୍ଷ ରୂପେ ସମଗ୍ର ବିଶ୍ବରେ ପାଳନ କରାଯାଉଛି। ଚଳିତ ବର୍ଷ ମଧ୍ୟ ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଓଡିଶା ପକ୍ଷରୁ ପଚାଶ ତମ ରାଜ୍ୟ ସମ୍ମିଳନୀ ସହ ଦିବ୍ୟ ପାଦୁକା ଯାତ୍ରା ରଥର ସମାବର୍ତ୍ତନ ଉତ୍ସବ ଦିବ୍ୟ ଓ ଭବ୍ୟ ପରିବେଶ ରେ ପାଳନ କରାଯାଉଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରୁ ବିଭିନ୍ନ ସମିତି ଭଜନ ମଣ୍ଡଳୀ ସହ ଅନେକ ସାଇ ଆଶ୍ରିତ ହଜାର ହଜାର ଶ୍ରଦ୍ଧାଳୁ, ସେବାଦଳ ଭାଇ ମାନକ ସହ ଓ ବିଶିଷ୍ଟ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଆସାମର କାଲିଆବୋରଠାରେ ୬୯୫୦ କୋଟି ଟଙ୍କା ମୂଲ୍ୟର କାଜିଲଙ୍ଗା ଏଲେଭେଟେଡ୍ କରିଡର ପ୍ରକଳ୍ପ (ଜାତୀୟ ରାଜପଥ-୭୧୫ର କାଲିଆବୋର-ନୁମାଲିଗଡ଼ ସେକ୍ସନର ୪-ଲେନକରଣ)ର ଭୂମିପୂଜା କରିଛନ୍ତି। ଏହି ଅବସରରେ ସମବେତ ଜନତାଙ୍କୁ ଉଦବୋଧନ ଦେଇ ସେ କହିଥିଲେ ଯେ ଏତେ ଅଧିକ ସଂଖ୍ୟକ ଲୋକ ତାଙ୍କୁ ଆଶୀର୍ବାଦ ଦେବାକୁ ଆସିଥିବାରୁ ସେ ଅତ୍ୟନ୍ତ କୃତଜ୍ଞ। ସେ କହିଥିଲେ ଯେ, କାଜିରଙ୍ଗା ପହଞ୍ଚିବା ପରେ ତାଙ୍କର ପୂର୍ବ ସ୍ମତି ତାଜା ହୋଇଯାଇଥିଲା, ଦୁଇବର୍ଷ ତଳେ ସେ କାଜିରଙ୍ଗାରେ ହାସଲ କରିଥିବା ସ୍ମୃତି ତାଙ୍କ ଜୀବନର ସବୁଠାରୁ ଅମୂଲ୍ୟ ସ୍ମୃତି ମଧ୍ୟରେ ଅନ୍ୟତମ। ସେ ଉଲ୍ଲେଖ କରିଥିଲେ ଯେ ସେହି ଗସ୍ତ କାଳରେ ତାଙ୍କୁ କାଜିରଙ୍ଗା ଜାତୀୟ ପାର୍କରେ ଏକ ରାତି କଟାଇବାକୁ ସୁଯୋଗ ମିଳିଥିଲା ଓ ପରବର୍ତ୍ତି ସକାଳରେ ଏକ ହାତୀ ସଫାରୀ ସମୟରେ ସେ ଏହାର ପ୍ରାକୃତିକ ଶୋଭାକୁ ନିକଟରୁ ଦେଖିପାରିଥିଲେ। ଆସାମ ଗସ୍ତ  କରିବା ତାଙ୍କୁ…

Read More

ଭୁବନେଶ୍ଵର: ସୁଭଦ୍ରା ଯୋଜନାରେ ନୂତନ ଭାବେ ଯୋଡ଼ି ହୋଇଥିବା ହିତାଧିକାରୀମାନଙ୍କୁ ଜାନୁଆରୀ ୨୨ ତାରିଖରେ ଅର୍ଥ ରାଶି ମିଳିବ। ଏନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ହିତାଧିକାରୀମାନଙ୍କୁ ସୁଭଦ୍ରା ସହାୟତା ଅର୍ଥ ରାଶି ଆଜି ମିଳିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। ଏହା ଏବେ ଆସନ୍ତା ୨୨ ତାରିଖରେ ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀଙ୍କ ଅଫିସ ତରଫରୁ ସ୍ପଷ୍ଟ କରାଯାଇଛି।

Read More

ମେଷ: – ଆଜି  କାର୍ଯ୍ୟଗୁଡ଼ିକ ପ୍ରଶଂସିତ ହେବ। ଆପଣ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଏକ ଭଲ ସମୟ ଅତିବାହିତ କରିବେ । ଅପଚୟରୁ ଦୂରରେ ରୁହନ୍ତୁ, ଏହା ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଆଜି ଆପଣଙ୍କ ପାଇଁ ଶୁଭ ଅଟେ। ଅର୍ଥନୈତିକ ଲାଭର ସମକକ୍ଷ ହେବାକୁ ଯାଉଛନ୍ତି । ଆପଣ କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ ଏବଂ ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ । ପୁରୁଣା ସାଙ୍ଗମାନଙ୍କ ସହିତ ଏକ ସଭା ହେବ ଏବଂ ବାହାରକୁ ଯାଇ ସେମାନଙ୍କ ସହିତ ଉପଭୋଗ କରିବାର ସୁଯୋଗ ମିଳିବ । ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ପାଇବ । ଉଚ୍ଚ ପଦାଧିକାରୀମାନେ ଖୁସି ହେବେ । ସହକର୍ମୀଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ମିଳିବ । ଦାମ୍ପତ୍ୟ ଜୀବନରେ ପରିବେଶ ସୁଖୀ ହେବ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଆବଶ୍ୟକ । ବୃଷ: – ଆଜି ଏକ ଭଲ ଦିନ…

Read More

ଖୋର୍ଦ୍ଧା: ଗତକାଲିଠାରୁ ଜିଲ୍ଲା ସଦର ମହକୁମା ଟିଏଲସି ରୋଡ଼ ବିଡିଏ ପଡ଼ିଆରେ ଆରମ୍ଭ ହୋଇଥିବା ପଲ୍ଲୀଶ୍ରୀ ମେଳା ଓ ସୁଭଦ୍ରା ମେଳାର ଆଜି ଦ୍ୱିତୀୟ ସନ୍ଧ୍ୟାରେ ପାରମ୍ପାରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିମୋହିତ କରିଥିଲା। ଓଡ଼ିଶାର ବିଶ୍ୱ ବିଦିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସଂସ୍କୃତିର ଏବଂ ଓଡ଼ିଆ ଅସ୍ମିତାର କିମ୍ବଦନ୍ତୀ ଓଡ଼ିଶୀ ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା। ସମ୍ବଲପୁର ଜିଲ୍ଲାର ପାରମ୍ପାରିକ ପୁରାତନ ସମ୍ବଲପୁରୀ ନୃତ୍ୟ ସଙ୍ଗୀତ ଏବଂ ଖୋର୍ଦ୍ଧା ଜିଲ୍ଲାର ପାଇକ ମାନଙ୍କର ବୀରତ୍ୱର ଗାଥା ପାଇକ ଯୋଦ୍ଧା ଯୁଦ୍ଧ ତଥା ପାଇକ ଆଖଡ଼ା ନୃତ୍ୟ ବହୁ ସଂଖ୍ୟାରେ ଦର୍ଶକ ମାନେ ଉପଭୋଗ କରିଥିଲେ। ଜିଲ୍ଲାର ବହୁ ଦୂରଦୂରାନ୍ତରୁ ମା’ମାନେ ଏବଂ ଜନସାଧାରଣ ମେଳା କୁ ଆଗମନ ହେବାସହ ବହୁ ଜନ ସମାବେଶ ଦେଖିବାକୁ ମିଳିଛି। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଏହି ପଲ୍ଲୀଶ୍ରୀ ମେଳା ଓ ସୁଭଦ୍ରା ମେଳା ଚାଲିଥିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ହୋଇଥିବା ବେଳେ…

Read More