Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିକଶିତ ଭାରତ ଜୀ ରାମ ଜୀକୁ ନେଇ କଂଗ୍ରେସ ମିଛ ପ୍ରଚାର କରୁଛି: କେନ୍ଦ୍ର କୃଷି ମନ୍ତ୍ରୀ
ଜାତୀୟ ଖବର

ବିକଶିତ ଭାରତ ଜୀ ରାମ ଜୀକୁ ନେଇ କଂଗ୍ରେସ ମିଛ ପ୍ରଚାର କରୁଛି: କେନ୍ଦ୍ର କୃଷି ମନ୍ତ୍ରୀ

January 19, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶିବରାଜ ସିଂହ
ବିକଶିତ ଭାରତ ଜୀ ରାମ ଜୀକୁ ନେଇ କଂଗ୍ରେସ ମିଛ ପ୍ରଚାର କରୁଛି: କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: ବିକଶିତ ଭାରତ ଜୀବିକା ଏବଂ ରୋଜଗାର ପାଇଁ ଗ୍ୟାରେଣ୍ଟି ମିଶନ (ଗ୍ରାମୀଣ) – ଭିବି ଜୀ ରାମ ଜୀ ଆଇନକୁ ନେଇ କଂଗ୍ରେସ ମିଥ୍ୟା ଅପପ୍ରଚାର ଏବଂ ଷଡ଼ଯନ୍ତ୍ର କରୁଥିବା କହିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ। ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି, ଏହି ଆଇନକୁ ନେଇ କଂଗ୍ରେସ ଦଳ ଦେଶବାସୀଙ୍କୁ ଭ୍ରମରେ ପକାଇବାକୁ ଉଦ୍ୟମ କରୁଛି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଆଜି ସାମାଜିକ ଗଣମାଧ୍ୟମରେ ସେ କଂଗ୍ରେସର ଦୁଇଟି ଭିଡ଼ିଓ ଦେଖିଥିଲେ। ସେଥିରେ କେହି ଲୋକ ଦେଖାଯାଉନାହାନ୍ତି। ତାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମାଧ୍ୟମରେ ପ୍ରସ୍ତୁତ କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀ ଏହି ଆଇନକୁ ନେଇ ମିଥ୍ୟା, ବିଭ୍ରାନ୍ତିକର ଏବଂ ଭୁଲ ସୂଚନାର ପ୍ରସାର କରୁଛନ୍ତି। ଏହା କଂଗ୍ରେସର ମୂଳଦୁଆକୁ ମଜବୁତ କରିବ ନାହିଁ ବରଂ ଫମ୍ପା କରିଦେବ ବୋଲି ଶ୍ରୀ ଚୌହାନ ମତ ରଖିଛନ୍ତି।

କଂଗ୍ରେସ ଏବଂ ଏହାର ବରିଷ୍ଠ ନେତାମାନଙ୍କୁ ଏହି ପ୍ରସଙ୍ଗରେ କଡ଼ା ସମାଲୋଚନା କରି କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି, ସାମାଜିକ ଗଣମାଧ୍ୟମରେ କଂଗ୍ରେସର ଚିଠି, ମିଥ୍ୟା ଏବଂ ବିଶ୍ୱାସଘାତକତାର ପ୍ରମାଣ। କଂଗ୍ରେସ ନିଜର ବିଚାର, ନୀତି ଏବଂ ଆଦର୍ଶକୁ ଜଳାଞ୍ଜଳି ଦେଇସାରିଛି। ସେ ଆହୁରି କହିଛନ୍ତି, ଦେଶବାସୀଙ୍କୁ ଭ୍ରମିତ କରିବା ଲାଗି କଂଗ୍ରେସ ମିଛର ଦୋକାନ ଏବଂ ବିଶ୍ୱାସଘାତକତାର କାରଖାନା ଚଳାଉଛି। କିଛି ନିର୍ଦ୍ଦିଷ୍ଟ ପଞ୍ଚାୟତକୁ କାମ ମିଳିବ ବୋଲି କଂଗ୍ରେସ ମିଛ ପ୍ରଚାର କରୁଛି । ହେଲେ ଏହି ଆଇନ ଦେଶର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ସମାନ ଭାବେ ଲାଗୁ ହେବ। ସେହିପରି ଶ୍ରମିକମାନଙ୍କ ଠାରୁ ମଜୁରି କାମ ଛଡ଼େଇ ନିଆଯିବା ବୋଲି କଂଗ୍ରେସର ଦାବି ମଧ୍ୟ ସମ୍ପୂର୍ଣ୍ଣ ମିଥ୍ୟା। ମଜୁରି ଦେବାରେ ମିଳମ୍ବ ହେଲେ ଅତିରିକ୍ତ କ୍ଷତିପୂରଣ ଦେବାକୁ ପଡ଼ିବ ବୋଲି କେନ୍ଦ୍ର ମନ୍ତ୍ରୀ ଦୃଢ଼ତାର ସହିତ କହିଛନ୍ତି।

ଶିବରାଜ ସିଂ ଚୌହାନ କହିଛନ୍ତି, ମିଛ ଏବଂ ବିଭ୍ରାନ୍ତିକର ପ୍ରଚାର କରିବା ରାହୁଲ ଗାନ୍ଧୀ ଏବଂ ଖଡ଼ଗେ ଜୀଙ୍କୁ ଶୋଭା ଦେଉନାହିଁ । ମନରେଗା ମାଧ୍ୟମରେ ଏମାନେ କେବଳ କାଗଜପତ୍ରରେ ଅଧିକାର ଦେଇଥିଲେ। ଭିବି ଜୀ ରାମ ଜୀ ଆଇନ ଶ୍ରମିକମାନଙ୍କ ଅଧିକାରକୁ ଦୁର୍ବଳ କରିବ ନାହିଁ, ବରଂ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଏବଂ ମଜବୁତ କରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

କଂଗ୍ରେସ ଭିବି ଜୀ ରାମ ଜୀ ଶିବରାଜ ସିଂ ଚୌହାନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.