ଭୁବନେଶ୍ୱର: ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷରେ ପଣ୍ୟ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ରେକର୍ଡ କରିଛି, ଯାହା ପ୍ରମୁଖ ସାମଗ୍ରୀ ଗୁଡ଼ିକରେ ନିରନ୍ତର ଚାହିଦା ଏବଂ ଉନ୍ନତ ଲଜିଷ୍ଟିକ୍ସ ଦକ୍ଷତାକୁ ପ୍ରତିଫଳିତ କରୁଛି। ଡିସେମ୍ବର ମାସ ପର୍ଯ୍ୟନ୍ତ ଅବଧି ମଧ୍ୟରେ, ପୂର୍ବତଟ ରେଳପଥ 209.97 ନିୟୁତ ଟନ୍ ମୋଟ ମାଲ ପରିବହନ ହାସଲ କରିଛି, ଯାହା ଗତ ବର୍ଷର ସମାନ ସମୟ ତୁଳନାରେ 11% ଅଭିବୃଦ୍ଧି ପଞ୍ଜିକରଣ କରିଛି। ଏହି ପ୍ରଦର୍ଶନ ନିର୍ଦ୍ଧାରିତ ଲକ୍ଷ୍ୟ ତୁଳନାରେ 4 ପ୍ରତିଶତ ଅଭିବୃଦ୍ଧିକୁ ମଧ୍ୟ ଦର୍ଶାଉଛି, ଯାହା ଏହି ଜୋନର ନିରନ୍ତର କାର୍ଯ୍ୟ ଦକ୍ଷତାକୁ ଦର୍ଶାଉଛି। ପୂର୍ବତଟ ରେଳପଥ ଦ୍ୱାରା ପଣ୍ୟ ବୋଝେଇ କରାଯାଇଥିବା ପ୍ରମୁଖ ଦ୍ରବ୍ୟ ଗୁଡିକ ହେଲା:- ଫର୍ଟିଲାଇଜର ପରିବହନରେ 40% ବୃଦ୍ଧି ଘଟିଥିବା ବେଳେ ଉତ୍ପାଦ ଇସ୍ପାତରେ 31% ବୃଦ୍ଧି ଘଟିଛି। ସେହିଭଳି ଲୁହାପଥର ପରିବହନରେ 20% ବୃଦ୍ଧି ପାଇଛି, ତତସହିତ ଖାଦ୍ୟ ଶସ୍ୟ ପରିବହନରେ…
Author: SM Network
ଖୋର୍ଦ୍ଧା: ସୋମବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଓଡ଼ଗାଁ ଠାରେ ୪ କୋଟି ୫ ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ଅତ୍ୟାଧୁନିକ ଅଟଳ ବସ୍ ଷ୍ଟାଣ୍ଡ କୁ ନେଇ ୧୦ ଗୋଟି ଜିଲ୍ଲାର ମୋଟ ୧୫୬.୫୩ କୋଟି ଟଙ୍କାର ୧୪ ଗୋଟି ଅଟଳ ବସ୍ ଷ୍ଟାଣ୍ଡ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଅଭାସିରେ ରାଜ୍ୟ ଲୋକସଭା ଭବନ ପ୍ରଥମ ମହଲା ସମ୍ମିଳନୀ କକ୍ଷରୁ ରିମୋର୍ଟ ବଟନ୍ ଦବାଇ ଲୋକାର୍ପଣ କରି ଚଳିତ ବର୍ଷ ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ସମଗ୍ର ରାଜ୍ୟକୁ” ଶିକ୍ଷାରୁ ସୁରକ୍ଷା ଏବଂ ପ୍ରଯୁକ୍ତିର ପରିବର୍ତ୍ତନର “ବାର୍ତ୍ତା ପ୍ରଦାନ କରି ବ୍ୟାପକ ଜନଜାଗରଣ ଦ୍ଵାରା ଦୁର୍ଘଟଣା କମାଯାଇ ପାରିବ ବୋଲି ଅଭିଭାଷଣ ରଖିଥିଲେ। ଏହି ଅବସରରେ ଓଡ଼ଗାଁ ଠାରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସାଫଲ୍ୟ ମଣ୍ଡିତ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ…
ନୂଆଦିଲ୍ଲୀ: ଭାରତୀୟ କାହାଣୀଗୁଡ଼ିକୁ ବିଶ୍ୱ ଚଳଚ୍ଚିତ୍ର ଶିଳ୍ପ ସହ ଯୋଡ଼ିବାରେ ୱେଭ୍ସ ଫିଲ୍ମ ବଜାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ପାଲଟିଛି। ଏହି ପ୍ଲାଟଫର୍ମ କିପରି ସୃଜନଶୀଳ ନିର୍ମାତାଙ୍କ ଚିନ୍ତାଧାରାକୁ ଅନ୍ତର୍ଜାତୀୟ ସହଯୋଗରେ ପରିଣତ କରିବାରେ ସାହାଯ୍ୟ କରେ ତାହା ଏକ ଭାରତୀୟ ଏନିମେଟେଡ୍ ଫିଚର ଫିଲ୍ମ ନୀଲୁର ଯାତ୍ରାରୁ ସ୍ପଷ୍ଟ ହୋଇଛି। ଫିଲ୍ମ ବଜାର ସହ-ପ୍ରଯୋଜନା ବଜାରରେ ଏକ ପ୍ରସ୍ତାବ ରୂପେ ଆରମ୍ଭ ହୋଇଥିବା ଚଳଚ୍ଚିତ୍ର ଏବେ ସ୍ପେନ୍, ଫ୍ରାନ୍ସ ଏବଂ ବେଲଜିୟମକୁ ନେଇ ଏକ ପ୍ରମୁଖ ସହ-ପ୍ରଯୋଜନା ପ୍ରକଳ୍ପରେ ପରିଣତ ହୋଇଛି। ସରସ୍ୱତୀ ବୁୟାଲା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଦୀର୍ଘ ଚାରି ବର୍ଷରୁ ଅଧିକ ସମୟର ବ୍ୟକ୍ତିଗତ ପ୍ରତିବଦ୍ଧତା ମାଧ୍ୟମରେ ଏହାକୁ ବିକଶିତ କରାଯାଇଛି । ଏହି ପ୍ରକଳ୍ପଟି ପ୍ରଥମେ 2023 ମସିହାରେ ଫିଲ୍ମ ବଜାର ସହ-ପ୍ରଯୋଜନା ବଜାରରେ ଉପସ୍ଥାପିତ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ, ଏହା ଅନୁ ସିଂହ, ବିବେକ କୃଷ୍ଣାନୀ, ଡୋରା ବାବୁ ଏବଂ ମାଇକ…
ରଣପୁର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସାରା ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଓ କାର୍ଯ୍ୟାଳୟରେ ଗରିମାମୟ ପରିବେଶ ମଧ୍ୟରେ “ବନ୍ଦେ ମାତରମ” ସାମୁହିକ ସଙ୍ଗୀତ ଗାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଦେଶପ୍ରେମ ଓ ରାଷ୍ଟ୍ରୀୟ ଚେତନାକୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ସଫଳତାର ସହ ପାଳିତ ହୋଇଛି। ବିଦ୍ୟାଳୟରେ କିପରି ସଠିକ ଓ ଶିସ୍ଟ ଭାବରେ ଏହି ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯିବ, ସେ ନେଇ ଗତ ଜାନୁଆରୀ ୯ ତାରିଖରେ ରଣପୁର ବ୍ଲକ ସଭାଗୃହରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କ ପାଇଁ ଏକ ବିଶେଷ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଶିକ୍ଷକ ପ୍ରଭାତ କୁମାର ପଣ୍ଡା, ମାନସ ପଟ୍ଟନାୟକ, ଅଧ୍ୟାପକ ରାଜେନ୍ଦ୍ର କୁମାର ଡେଙ୍ଗୁଆ ଓ ବ୍ଲକ ବି.ଏସ.ଏସ.ଓ ପ୍ରିୟ ରଞ୍ଜନ ସାହୁ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ। ଏହା ସହ ବରିଷ୍ଠ ଶିକ୍ଷକ ଜ୍ୟୋତି ରଞ୍ଜନ ଦାଶ, ଶକ୍ତି ପ୍ରସାଦ ଆଚାର୍ଯ୍ୟ, ସି.ଆର.ସି.ସି ସୁଶୀଲ…
ନୂଆଦିଲ୍ଲୀ: ଶିକ୍ଷା କେବଳ ଡିଗ୍ରୀ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ସମାଜର ଅସମାନତା ଦୂର କରିବା ଓ ବଞ୍ଚିତ ଶ୍ରେଣୀର ସ୍ୱର ହେବାର ଏକ ମାଧ୍ୟମ। ଗଣତନ୍ତ୍ରକୁ ସୁଦୃଢ଼ କରିବା ଠାରୁ ଆରମ୍ଭ କରି ନୂତନ ଅର୍ଥନୀତିର ମୂଳଦୁଆ ପକାଇବା ପର୍ଯ୍ୟନ୍ତ ; ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱ ନେବାକୁ ଜେଏନୟୁର ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ନୂଆଦିଲ୍ଲୀ ସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ୯ମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଡିଗ୍ରୀଧାରୀ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନଙ୍କ ଗରିମାମୟ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଜେଏନୟୁର ଏକାଡେମିକ ଉତ୍କର୍ଷତା ଏବଂ ଦେଶ ଗଠନରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ, ‘କ୍ରିଟିକାଲ୍ ଥିଙ୍କିଙ୍ଗ୍’ ବା ସମାଲୋଚନାତ୍ମକ ଚିନ୍ତାଧାନା ହେଉଛି ଜେଏନୟୁର…
(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତ ବାଳକୃଷ୍ଣ ପୁର ଗ୍ରାମ ମୁଖ୍ୟ ରାସ୍ତାରେ ହରେକୃଷ୍ଣ ନାମକ ଏକ ଘରୋଇ ବସ୍ ମୁହାଁମୁହିଁ ଧକ୍କା ଫଳରେ ଦୁଇ ସ୍କୁଟି ଆରୋହୀ ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ବସ୍ ଚାଳକ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି। ଗ୍ରାମ ବାସୀ ବସ୍ କୁ ଅଟକାଇ ଥାନା କୁ ଖବର ଦେଇଥିଲେ। ଏହି ଘଟଣା ପରେ ଅଞ୍ଚଳବାସୀ ବ୍ରହ୍ମପୁର ଦିଗପହଣ୍ଡି ରାସ୍ତା ଅବରୋଧ କରି କ୍ଷୋଭ ପ୍ରକାଶ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ସହ ବସ୍ ଓ ସ୍କୁଟି ଗାଡ଼ି କୁ ଜବତ କରି ଦୁଇ ଶବକୁ ବ୍ୟବଛେଦ ପାଇଁ ପଠାଇଛନ୍ତି। ମୃତ ଦୁଇଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଆଉ ଜଣେ ସ୍ତ୍ରୀ ଲୋକ। ଜଣେ ସୋନପୁର ଜିଲ୍ଲାର ହୋଇଥିଲା ବେଳେ ଅନ୍ୟ ଜଣେ କବିସୂର୍ଯ୍ୟ ନଗର ଥାନା ଅଞ୍ଚଳର ବୋଲି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଜର୍ମାନୀ ଚାନ୍ସେଲର ଫ୍ରେଡ୍ରିକ ମର୍ଜ 12-13 ଜାନୁଆରୀ 2026ରେ ଭାରତକୁ ସରକାରୀ ଗସ୍ତରେ ଆସିଥିଲେ। ଚାନ୍ସେଲରଙ୍କ ସହିତ 23ଜଣ ଅଗ୍ରଣୀ ଜର୍ମାନ ସିଇଓ ଏବଂ ଶିଳ୍ପପତିଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ ଆସିଥିଲେ। ଏହା ଚାନ୍ସେଲର ମର୍ଜଙ୍କର ଭାରତକୁ ପ୍ରଥମ ସରକାରୀ ଗସ୍ତ ଏବଂ ଫେଡେରାଲ ଚାନ୍ସେଲର ଭାବରେ ତାଙ୍କର ପ୍ରଥମ ଏସୀୟ ଗସ୍ତ। ଏହି ଗସ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଏକ ପ୍ରମୁଖ ରଣନୀତିକ ଅଂଶୀଦାର ଭାବରେ ଜର୍ମାନୀ ଭାରତକୁ ପ୍ରଦାନ କରୁଥିବା ଉଚ୍ଚ ପ୍ରାଥମିକତାକୁ ପ୍ରତିଫଳିତ କରେ। 25 ଅକ୍ଟୋବର 2024 ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସପ୍ତମ ଭାରତ-ଜର୍ମାନୀ ଆନ୍ତଃ-ସରକାରୀ ବିଚାରବିମର୍ଶ (ଆଇଜିସି) ସଫଳ ହେବା ପରେ ଏହି ଗସ୍ତ ହୋଇଛି। 2025ରେ ଭାରତ-ଜର୍ମାନୀ ରଣନୀତିକ ଭାଗିଦାରୀର 25 ବର୍ଷ ପୂରଣ ହେବା ଏବଂ 2026ରେ କୂଟନୈତିକ ସମ୍ପର୍କକୁ 75 ବର୍ଷ ପୂରଣ ହେବାର ସ୍ମୃତିଚାରଣ ସହିତ ଦୁଇ…
ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍, ଗବେଷକ ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଏମିରିଟସ୍ ଆର୍. ଏନ୍. ପି. ଚୌଧରୀଙ୍କ ରବିବାର ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ପ୍ରଫେସର ଚୌଧରୀ ୟୁକେର ଏଡିନ୍ବରା ବିଶ୍ୱବିଦ୍ୟାଳୟରୁ ପି.ଏଚ୍ ଡି ଡିଗ୍ରୀ ହାସଲ କରିଥିବା ବେଳେ ଆଇଆଇଟି ଖଡ଼ଗପୁରର ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ। ସେ ଆପ୍ଲାଏଡ ଫିଜିକ୍ସରେ ଗବେଷଣା କରିଥିବା ବେଳେ ଡାଇଲେଟ୍ରିକ୍ ଏବଂ ଫେରୋଇଲେକ୍ଟ୍ରିକ୍ ମ୍ୟାଟେରିଆଲ୍ସ ଉପରେ ଅଧିକ ମନୋନୀବେଶ କରିଥିଲେ । ସେ ଅନେକ ଗବେଷଣା ପ୍ରସୂତ ସନ୍ଦର୍ଭ ପ୍ରସ୍ତୁତ କରିଥିବା ବେଳେ ୟୁଏସଏର ଷ୍ଟାନ୍ଫୋର୍ଡ ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ଗବେଷକଙ୍କ ତାଲିକାରେ ଆପ୍ଲାଏଡ୍…
ମେଷ କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ । ଆପଣ ବନ୍ଧୁ ଏବଂ ପରିବାରର ଆବଶ୍ୟକତାରେ ଅଟକି ଯାଇପାରନ୍ତି । ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଛି। ବୃଷ ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ । ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘର ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ମୋଟ ଉପରେ, ଆଜି…
ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟରେ ଦର୍ଶନ ବିଭାଗ ଓ ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ (ଉଭୟ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ମାନଙ୍କ ମିଳିତ ପ୍ରୟାସରେ ସୋମବାର ଦିନ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନର ଅର୍ଥନୀତି ବିଭାଗର ସହଯୋଗୀ ପ୍ରାଧ୍ୟାପକ ଡଃ ଅମରେନ୍ଦ୍ର ଦାସ ମୁଖ୍ଯ ଅତିଥିରୂପେ ଯୋଗଦେଇ ବିବେକାନନ୍ଦ ଙ୍କ ଜୀବନୀର ଅନେକ ଉଦାହରଣ ଦେଇ ପ୍ରାୟ ୪୫ ମିନିଟ କାଳ ତାଙ୍କ ଯାଦୁକରୀ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ବାନ୍ଧି ରଖିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା ଶୁରପ୍ରତାପ ନରେନ୍ଦ୍ର ସିଂହ ବର୍ମା ସଭାପତିତ୍ବ କରି ବିବେକାନନ୍ଦ ଙ୍କ ଜୀବନୀରୁ ଯୁବକ ମାନେ କିପରି ରାଷ୍ଟ୍ର ନିର୍ମାଣ ଦିଗରେ ସହାୟ ହେବେ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିବେକାନନ୍ଦ କେନ୍ଦ୍ର ବାଣପୁରର ସତ୍ୟ ନାରାୟଣ ଷଡଙ୍ଗୀ, ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଆଦିତ୍ୟ ସାରଥୀ ବେଦମତ୍ତା,…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ଦୁଇ ଦିନ ଧରି ନିଖୋଜ ଥିବା ଶ୍ରୀନିବାସ ଦଳେଇ ନାମକ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଶବକୁ ଟାଉନ ଥାନା ଅର୍ନ୍ତଗତ ବିଜିପୁର ବନ୍ଧରୁ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଉଦ୍ଧାର କରିଛନ୍ତି। ମୃତ ବ୍ୟକ୍ତି ଜଣକ ଗତ ଶନିବାର ସନ୍ଧ୍ୟା ଭ୍ରମଣରେ ଯାଇ ଘରକୁ ନ ଫେରିବାରୁ ଟାଉନ ଥାନା ରେ ଏକ ନିଖୋଜ ମାମଲା ଦାଏର ହୋଇଥିଲା। କିନ୍ତୁ ଗତକାଲି କିଛି ବନ୍ଧକୁ ଗାଧୋଇବା ପାଇଁ ଯାଇ ଦେଖିଲେ କୌଣସି ଏକ ପୁରୁଷ ଲୋକଙ୍କ ଶବ ଭାସୁଛି ଓ ସାନ ଭାଇ ପିତବାସ ଦଳେଇ ଶବ ଚିହ୍ନଟ କରିବା ପରେ ଅଗ୍ନିଶମ ବିଭାଗ ଓ ପୋଲିସ୍ କର୍ମଚାରୀ ବନ୍ଧ ନିକଟରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।
ନୂଆଦିଲ୍ଲୀ: ଆଜି ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ବର୍ଷର ପ୍ରଥମ ମିଶନ ଆରମ୍ଭ କରିଥିଲା। ସକାଳ 10:17 ରେ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ 16 ଟି ଉପଗ୍ରହ ମହାକାଶକୁ ଉତକ୍ଷେପଣ କରାଯାଇଥିଲା। ତଥାପି, ଏକ PSLV-C62 ରକେଟ୍ ମହାକାଶରେ ଏହାର ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହୋଇଛି। ISRO ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଥିଲା। ISRO ମୁଖ୍ୟ ଡକ୍ଟର ଭି. ନାରାୟଣନ କହିଛନ୍ତି, “ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଶେଷ ପର୍ଯ୍ୟନ୍ତ PSLV ରକେଟ୍ ର କାର୍ଯ୍ୟଦକ୍ଷତା ସ୍ୱାଭାବିକ ଥିଲା। ତଥାପି, ତୃତୀୟ ପର୍ଯ୍ୟାୟ ଶେଷରେ ରକେଟ୍ ର ଘୂର୍ଣ୍ଣନ ଗତିରେ ସାମାନ୍ୟ ତ୍ରୁଟି ପରିଲକ୍ଷିତ ହୋଇଥିଲା, ଯାହା ପରେ ଏହା ବିଚ୍ୟୁତ ହୋଇଥିଲା। ଆମେ ତଥ୍ୟ ବିଶ୍ଳେଷଣ କରୁଛୁ।” PSLV ରକେଟ୍ ର 64 ତମ ଉଡ଼ାଣ PSLV କୁ ବିଶ୍ୱର ସବୁଠାରୁ ନିର୍ଭରଯୋଗ୍ୟ ପ୍ରକ୍ଷେପଣ ଯାନ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ।…
(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ଶନି ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ଧକ୍କାରେ ନିକଟସ୍ଥ ବାଜପଲୀ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଦିଗପହଣ୍ଡି ନିକଟସ୍ଥ ତୁରୁବୁଡି ଠାରୁ ଭୁବନେଶ୍ଵର ଯାଉଥିବା ବିଣାପାଣି ନାମକ ଏକ ଘରୋଇ ବସ୍ ରାସ୍ତାରେ ଚାଲି ଚାଲି ଯାଉଥିବା ଯୁବକଙ୍କୁ ଧକ୍କା ଦେଇଥିଲା। ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ବସ୍ କୁ ଅଟକାଇ ରଖିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସାନ ଓ ନୀଳ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ରାଉତପେଣ୍ଠା ସାହି ସ୍ଥିତ ଶ୍ରୀ ରଘୁନାଥ ମନ୍ଦିର କଲ୍ୟାଣ ମଣ୍ଡପରେ ସମସ୍ତ ସଫେଇ କର୍ମଚାରୀଙ୍କୁ ଓ ଅନ୍ୟ ନିରୀହ ଲୋକଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି। ସାନ ଓ ନୀଳ ଫାଉଣ୍ଡେସନର ଅଧ୍ୟକ୍ଷ ପି. ଧର୍ମା ରାଓ, ଉପ ସଭାପତି ଏସ.ଚିଟ୍ଟୀ ବାବୁ, ସଦସ୍ୟ ଏସ ସୁଶୀଳା ଦେବୀ, ଶମୀର ସିଂ, ଦୁର୍ଗାପ୍ରାସାଦ ଆଚlରୀ, ସମାଜ ସେବୀ ତ୍ରିନାଥ ମହାରଣା, ପୂର୍ଣ୍ଣ ଚନ୍ଦ୍ର ସାହୁ, ଦିଗାମ୍ବର ସାହୁ, ମଙ୍ଗୁଳୁ ନାୟକ ଉପସ୍ଥିତ ଥିଲେ। ଧର୍ମା ରାଓ କହିଥିଲେ ଯେ, ଗତ ଦୁଇ ମାସ ହେଲା ସହରର ବିଭିନ୍ନ ସ୍ଥାନରେ ଶୀତ ବସ୍ତ୍ର ଗରିବ ଓ ନିରୀହ ଲୋକଙ୍କୁ ବଣ୍ଟନ କରାଯାଇଛି। ବ୍ରହ୍ମପୁରର ବିଭିନ୍ନ ୱାର୍ଡର ସଫାଇ କର୍ମଚାରୀଙ୍କୁ ଦିଆଯାଇଛି। ଆଗାମୀ ଦିନରେ ମଧ୍ୟ ଏ ସେବା କାର୍ଯ୍ୟ ଚାଲିବ ଓ ଗରିବ ନିଷ୍ପେସିତ ବ୍ୟକ୍ତି ବିଶେଷଙ୍କ ସେବା…
ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ବର ସ୍ଥିତ ଭେଟିନାଥଦେବ ପିଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ବିଦ୍ୟାଳୟ ସ୍ତରୀୟ ପିଏମ୍.ଶ୍ରୀ ଉତ୍ସବ ତଥା ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ସଭାକୁ ସମ୍ବୋଧିତ କରିଛନ୍ତି। ଭାରତବର୍ଷର ବିଦ୍ୟାଳୟମାନଙ୍କରେ ଯେଉଁ ପିଲାମାନେ ପାଠ ପଢ଼ୁଛନ୍ତି ସେମାନଙ୍କ ମଧ୍ୟରେ ନେତୃତ୍ୱ ସୃଷ୍ଟି ହେଉ।ସେଥିପାଇଁ ଅତୀତରେ ମହାପୁରୁଷମାନେ ବହୁମୁଖୀ ଶିକ୍ଷା ବାବଦରେ କହିଯାଇଛନ୍ତି। ପାଠ୍ୟକ୍ରମ ବ୍ୟତୀତ ଶିକ୍ଷାର ବିଭିନ୍ନ ଦିଗରେ ଏବଂ ବ୍ୟବହାରିକ ଜ୍ଞାନ ଦିଗରେ ସେମାନେ ନିଜର ପରିଚୟ ତିଆରି କରନ୍ତୁ।ଫଳରେ ସମାଜରେ ପ୍ରତିଷ୍ଠିତ ହେବା ପାଇଁ ନିଜକୁ ତିଆରି କରିବା ବେଳେ ସେମାନଙ୍କ ରାସ୍ତା ସୁଗମ ହୋଇପାରିବ। ଏହି ଉଦ୍ଦେଶ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଠ୍ୟକ୍ରମ ସହିତ ଅନ୍ୟ ଦିଗକୁ ଆଖି ଆଗରେ ରଖି ପିଏମ୍ଶ୍ରୀ ସ୍କୁଲର ପରିକଳ୍ପନା କରିଥିଲେ। ଏହି…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ କେରଳର ତିରୁବନନ୍ତପୁରମଠାରେ କେରଳ କୌମୁଦି ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ‘ନୂତନ ଭାରତ, ଏକ ନୂତନ କେରଳ ’ ର ପରିକଳ୍ପନାକୁ ଏକ ବିକଶିତ ଭାରତର ପରିକଳ୍ପନା ମଧ୍ୟରେ ସାମିଲ କରାଯାଇଛି। ସେ କହିଥିଲେ ଯେ ଏକ ବିକଶିତ ଭାରତର ପରିକଳ୍ପନା ଏକ ବିକଶିତ କେରଳ ଦେଇ ଗତି କରିଥାଏ। ବିକଶିତ ଭାରତର ଅର୍ଥ ହେଉଛି ଯେ ଭାରତର ପ୍ରତ୍ୟେକ ରାଜ୍ୟ ଏହାର ସର୍ବୋତ୍ତମ ସାମର୍ଥ୍ୟ ଅନୁଯାୟୀ ବିକାଶ କରିବା ଉଚିତ, ଯାହା ସୂଚିତ କରେ ଯେ ଏକ ବିକଶିତ କେରଳର ଦୃଷ୍ଟିକୋଣ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ଶ୍ରୀ ଶାହ କହିଥିଲେ ଯେ ଆମର ଲକ୍ଷ୍ୟ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜି ଅହମ୍ମଦାବାଦଠାରେ ଜର୍ମାନୀର ଫେଡେରାଲ ଚାନ୍ସେଲର ଫ୍ରେଡରିଚ୍ ମର୍ଜଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ଜର୍ମାନୀର ଫେଡେରାଲ ଚାନ୍ସେଲର ଫ୍ରେଡରିଚ୍ ମର୍ଜ ଜାନୁଆରୀ ୧୨-୧୩ ତାରିଖରେ ଭାରତକୁ ଏକ ସରକାରୀ ଗସ୍ତରେ ଆସୁଛନ୍ତି। ଏହା ଚାନ୍ସେଲର ମର୍ଜଙ୍କ ପ୍ରଥମ ସରକାରୀ ଭାରତ ଗସ୍ତ ହେବ। ଆଜି ସକାଳ ୯.୩୦ରେ ଉଭୟ ନେତା, ସାବରମତୀ ଆଶ୍ରମ ପରିଦର୍ଶନ କରିବେ ଏବଂ ସକାଳ ୧୦ଟାରେ, ସେମାନେ ସାବରମତୀ ନଦୀକୂଳରେ ଆୟୋଜିତ ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବରେ ଅଂଶଗ୍ରହଣ କରିବେ। ଏହା ପରେ ପୂର୍ବାହ୍ନ ୧୧:୧୫ରେ ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ଦ୍ୱିପାକ୍ଷିକ ବୈଠକ ହେବ। ଏହି ଅବସରରେ ଉଭୟ ନେତା ଭାରତ-ଜର୍ମାନୀ ରଣନୈତିକ ସହଭାଗୀତାର ପ୍ରଗତି ସମୀକ୍ଷା କରିବେ, ଯାହାକି ନିକଟରେ ୨୫ ବର୍ଷ ପୂରଣ କରିଛି। ଦ୍ବିପାକ୍ଷିକ ଆଲୋଚନାରେ ବାଣିଜ୍ୟ ଏବଂ ନିବେଶ, ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ଦକ୍ଷତା ଏବଂ ଗତିଶୀଳତାରେ ସହଯୋଗକୁ ଆହୁରି ମଜବୁତ କରିବା ସହିତ ପ୍ରତିରକ୍ଷା ଓ ସୁରକ୍ଷା, ବିଜ୍ଞାନ,…
ରଣପୁର: ନୟାଗଡ ଜିଲ୍ଲାର ରଣପୁର ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଆଚାର୍ଯ୍ୟ ବିଶ୍ୱରଞ୍ଜନଙ୍କୁ ଓଡ଼ିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ (ଓୟୁଜେ)ର ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ଏହି ନୂତନ ଦାୟିତ୍ୱ ନୟାଗଡ ଜିଲ୍ଲା ସହିତ ସମଗ୍ର ରଣପୁର ଅଞ୍ଚଳ ପାଇଁ ଗର୍ବ ଓ ସମ୍ମାନର ବିଷୟ ହୋଇଛି। ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା, ନିଷ୍ଠା ଓ ନିର୍ଭୀକ ଲେଖନୀ ପାଇଁ ପରିଚିତ ଆଚାର୍ଯ୍ୟ ବିଶ୍ୱରଞ୍ଜନ ଏହା ପୂର୍ବରୁ ନୟାଗଡ ଜିଲ୍ଲା ଓୟୁଜେ ସାମ୍ବାଦିକ ସଂଘର ସଭାପତି ଭାବେ ସଫଳତାର ସହ କାର୍ଯ୍ୟ କରି ଆସୁଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସାମ୍ବାଦିକଙ୍କ ସମସ୍ୟା, ଅଧିକାର ଓ ସଂଗଠନକୁ ମଜବୁତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଶ୍ରୀ ଆଚାର୍ଯ୍ୟ ରାଜ୍ୟ ସମ୍ପାଦକ ନିଯୁକ୍ତି ପରେ ତାଙ୍କୁ ନୟାଗଡ ଜିଲ୍ଲା ସହ ରାଜ୍ୟର ବିଭିନ୍ନ ସାମ୍ବାଦିକ ସଂଗଠନ, ସହକର୍ମୀ ଓ ବୁଦ୍ଧିଜୀବୀ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି।…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଗୁଜରାଟର ସୋମନାଥଠାରେ ସୋମନାଥ ସ୍ୱାଭିମାନ ପର୍ବରେ ଉଦବୋଧନ ଦେଇଛନ୍ତି। ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସମୟ ଅସାଧାରଣ, ଏହି ପରିବେଶ ଅସାଧାରଣ ଏବଂ ଏହି ଉତ୍ସବ ଅସାଧାରଣ। ଗୋଟିଏ ପଟେ ସ୍ବୟଂ ମହାଦେବ ଅଛନ୍ତି ଓ ଅନ୍ୟପଟେ ସମୁଦ୍ରର ବିଶାଳ ତରଙ୍ଗ, ସୂର୍ଯ୍ୟ କିରଣ, ମନ୍ତ୍ରର ପ୍ରତିଧ୍ୱନି ଏବଂ ଭକ୍ତିର ଉତ୍ସାହ ରହିଛି। ଏହି ଦିବ୍ୟ ପରିବେଶରେ, ଭଗବାନ ସୋମନାଥଙ୍କ ସମସ୍ତ ଭକ୍ତଙ୍କ ଉପସ୍ଥିତି ଏହି ଅବସରକୁ ଦିବ୍ୟ ଏବଂ ମହାନ କରିଛି। ଶ୍ରୀ ମୋଦୀ କହିଥିଲେ ଯେ, ସେ ଏହାକୁ ଏକ ବଡ଼ ସୌଭାଗ୍ୟ ବୋଲି ମନେ କରନ୍ତି, ସୋମନାଥ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଭାବରେ, ତାଙ୍କୁ ସୋମନାଥ ସ୍ୱାଭିମାନ ପର୍ବରେ ସକ୍ରିୟ ଭାବେ ସେବା କରିବାର ସୁଯୋଗ ମିଳିଛି। ସେ ୭୨ ଘଣ୍ଟା ଧରି ନିରନ୍ତର ଓମକାର ଜପ ଏବଂ ୭୨ ଘଣ୍ଟା ଧରି ମନ୍ତ୍ର ପାଠ କରିବାର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ରାଜକୋଟଠାରେ କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ, 2026 ବର୍ଷ ଆରମ୍ଭ ପରେ ଏହା ତାଙ୍କର ପ୍ରଥମ ଗୁଜରାଟ ଗସ୍ତ। ସେ ଏହା ଉପରେ ଆଲୋକପାତ କରି କହିଥିଲେ, ସକାଳେ ସେ ଭଗବାନ ସୋମନାଥଙ୍କ ଦିବ୍ୟ ଦର୍ଶନ କରିଥିଲେ ଏବଂ ବର୍ତ୍ତମାନ ରାଜକୋଟରେ ଏକ ମହାନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ‘ବିକାଶ ଭି, ବୀରାସତ ଭି’ (ଐତିହ୍ୟକୁ ନେଇ ବିକାଶ) ମନ୍ତ୍ର ସବୁଠି ଗୁଞ୍ଜରିତ ହେଉଛି। ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ଯୋଗଦେବା ପାଇଁ ଦେଶ ଏବଂ ବିଶ୍ୱରୁ ଆସିଥିବା ସମସ୍ତ ସହକର୍ମୀଙ୍କୁ ସେ ସ୍ୱାଗତ କରିଥିଲେ ଏବଂ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ମୋଦୀ କହିଥିଲେ, ଯେତେବେଳେ ବି ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀର ମଞ୍ଚ ଆୟୋଜନ ହୁଏ, ସେ ଏହାକୁ କେବଳ ଏକ…
ଭୂବନେଶ୍ୱର: ଭୂବନେଶ୍ୱର ସ୍ଥିତ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋ ଠାରେ ଦୁଇ ଦିନ ଧରି ଚାଲିଥିବା ପିଏମ୍ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି। ଏହି ଦୁଇ ଦିନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିହାରବାଳା ଜେନା ଅଧ୍ୟକ୍ଷତା କରିଥିଲେ। ପିଏମ ଶ୍ରୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଡ଼ଃ ସୁଧାଂଶୁ ଶେଖର ପାତ୍ର, ଉପ ନିର୍ଦ୍ଦେଶକ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ୱର, ମୁଖ୍ୟ ବକ୍ତା ବ୍ରହ୍ମାନନ୍ଦ ରାଉତ, ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାର ଭୁବନେଶ୍ୱର, ସମ୍ମାନିତ ଅତିଥି ରାମଚନ୍ଦ୍ର ପରିଡା, ସଭାପତି ବିଦ୍ୟାଳୟ ପରିଚାଳନା କମିଟି ଓ ଦୀପକ କୁମାର ବେହେରା, ସଭାପତି ବିଦ୍ୟାଳୟ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ, ନୀଳିମା ମହାପାତ୍ର, କ୍ଲଷ୍ଟର ସି ଆର ସି ସି ଯୋଗଦେଇ ଉତ୍ସବକୁ ସଫଳ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କର ସୃଜନଶୀଳତାର ବିକାଶ ସଂଗେ ସଂଗେ ୨୦୩୬ ନୂତନ ଓଡିଶା ଗଢିବାପାଇଁ…

