Author: SM Network

ଭୁବନେଶ୍ଵର: ଝାଡ଼ଖଣ୍ଡର ରାଞ୍ଚି ଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ (SGFI) ୧୭ ବର୍ଷ ରୁ କମ୍ ବୟସର ବାଳକ ଓ ବାଳିକା ତୀରନ୍ଦାଜ ପ୍ରତିଯୋଗିତାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା। ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ବ୍ରୋଞ୍ଜ ପଦକ ଆଣିଛନ୍ତି ଓଡ଼ିଶାର ସୁନୀତା ନାଏକ। କେନ୍ଦୁଝରସ୍ଥିତ ଏସ ଏମ ଆର୍ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁନୀତା ନାଏକ ୬୦ ମିଟର ଅଲମ୍ପିକ୍ସ ରାଉଣ୍ଡରେ ଓଡ଼ିଶା ପାଇଁ ବ୍ରୋଞ୍ଜ ପଦକ ଆଣିଛନ୍ତି। ୬ ଜାନୁଆରୀ ୨୦୨୬ ରୁ ୧୦ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ରାଞ୍ଚି ଠାରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନ ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ପକ୍ଷରୁ ଓଡ଼ିଶାରୁ ମୋଟ୍ ୧୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ୧୧ ଜଣ ବାଳିକା ଓ ୭ ଜଣ ବାଳକ ସାମିଲ୍ ଥିଲେ। ପୂର୍ବରୁ ରୋହିତ କୁମାର ମାରାଣ୍ଡି ଓ…

Read More

ଭୁବନେଶ୍ଵର: ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକରୁ ଅନୁଗୁଳ ଏବଂ ଢେଙ୍କାନାଳ ବଜାରକୁ ଆପଲ୍ ବେର୍ (ବରକୋଳି) ପାଇଁ ଏକ ବଜାର ସଂଯୋଗ ସ୍ଥାପନ କରି ଓଡ଼ିଶା ସରକାର ଚାଷୀଙ୍କ ଆୟ ବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ପ୍ରୟାସ ଦ୍ୱାରା ଏହି ପଦକ୍ଷେପ ଚାଷୀମାନଙ୍କ ପାଇଁ ୨୫% ଅଧିକ ମୂଲ୍ୟ ପ୍ରାପ୍ତି କରିପାରିଛି। କୃଷକ ଉତ୍ପାଦକ ସଂଗଠନର ପ୍ରୋତ୍ସାହନ ଏବଂ ସ୍ଥିରୀକରଣ (PSFPO) ଅଧୀନରେ କାର୍ଯ୍ୟକାରୀ ହୋଇଥିବା ଏହି ପ୍ରକଳ୍ପରେ ବଲ୍ ସୁନ୍ଦରୀ, କାଶ୍ମୀର ସୁନ୍ଦରୀ ଏବଂ ଥାଇ ଗ୍ରୀନ୍ ଭଳି ୧ ମେଟ୍ରିକ୍ ଟନ୍ ପ୍ରିମିୟମ୍ ଆପଲ୍ ବେର କିସମ ସଂଗ୍ରହ ଏବଂ ବାଣିଜ୍ୟ କରିବାରେ ଗୋଲ୍ଡେନ୍ ଆଗ୍ରୋ ଫେଡ୍ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଚାଷୀମାନଙ୍କ ପାଇଁ ଉତ୍ତମ ମୂଲ୍ୟ ସୁନିଶ୍ଚିତ କରିଛି ଏବଂ ମଧ୍ୟସ୍ଥିମାନଙ୍କ ଉପରେ ସେମାନଙ୍କର ନିର୍ଭରଶୀଳତା…

Read More

ଭୁବନେଶ୍ଵର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି, ସେବାପୂଜା, ବିଧି ଏବଂ ପର୍ବପର୍ବାଣିକୁ ଶୃଙ୍ଖଳିତ କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ମନ୍ଦିରର ରେକର୍ଡ ଅଫ୍ ରାଇଟସ୍ ର ଅନୁଧ୍ୟାନ ଓ ବିଶ୍ଳେଷଣ କରିବା ପାଇଁ ଗଠିତ ହୋଇଥିବା ଦୁଇଜଣିଆ କମିଟି ଶୁକ୍ରବାର ଅପରାହ୍ନରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଅନ୍ତରିଣ ରିପୋର୍ଟ ପ୍ରଦାନ କରିଛନ୍ତି। ଅବସରପ୍ରାପ୍ତ ଜଷ୍ଟିସ ଡ. ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ସଦସ୍ୟ ଥାଇ ଗଠିତ ଦୁଇଜଣିଆ କମିଟି ମନ୍ଦିର, ନିଯୋଗ, ସେବାପୂଜା ବାବଦରେ ଥିବା ବିଭିନ୍ନ ପୁରାତନ ନଥିକୁ ଅନୁଧ୍ୟାନ ସହ ମନ୍ଦିର ସହିତ ସଂଶ୍ଳିଷ୍ଟ ସେବାୟତ, ନିଯୋଗ ଆଦିଙ୍କ ସହ ଆଲୋଚନା କରି ପ୍ରସ୍ତୁତ ଏହି ଅନ୍ତରିଣ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗ୍ରହଣ କରିବା ଅବସରରେ କହିଲେ ଯେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ହେଉଛନ୍ତି ସାରା ଓଡ଼ିଶା…

Read More

ମେଷ- ଶାରୀରିକ ଭାବରେ ବ୍ୟସ୍ତ ରହିବେ। କାମରୁ ପଛକୁ ଯାଆନ୍ତୁ ନାହିଁ। ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ। ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ। ଆପଣଙ୍କର ଆୟ ବୃଦ୍ଧି ପାଇବ। ପିଲାମାନଙ୍କର ଅଗ୍ରଗତିରେ ଖୁସି ହୋଇପାରନ୍ତି। ଆପଣ ବ୍ୟବସାୟରେ ନୂତନ ଯୋଜନା କରିପାରିବେ। ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ଆପଣଙ୍କର ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ। ବୃଷ- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ। ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ। ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ। ଆଜି ପାଇଁ ଦିନଟି ସ୍ୱାଭାବିକ। ସାଥୀ ଆପଣଙ୍କର ଅନୁଭବ ବୁଝିବେ। ଗଣ୍ଠି ଯନ୍ତ୍ରଣା ମଧ୍ୟ ଆପଣଙ୍କୁ କଷ୍ଟ ଦେଇପାରେ। ଆପଣ ଧର୍ଯ୍ୟବାନ ହେବା ଉଚିତ୍। ମିଥୁନ- ଆଜି ରୋଗ ପାଇଁ ବିଶ୍ରାମ ନେଇପାରନ୍ତି।…

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ ଭିଡିଓ କନଫରେନ୍ସିଂ ଜରିଆରେ ଜାତୀୟ ସୁରକ୍ଷା ଗାର୍ଡ (ଏନ୍ଏସଜି)ର ଜାତୀୟ ଆଇଇଡି ଡାଟା ମ୍ୟାନେଜମେଣ୍ଟ ସିଷ୍ଟମ୍ (ଏନ୍ଆଇଡିଏମ୍ଏସ୍)କୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ (ଆଇବି)ର ନିର୍ଦ୍ଦେଶକ, ଏନ୍ଏସଜିର ମହାନିର୍ଦ୍ଦେଶକ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ମହାନିର୍ଦ୍ଦେଶକ ଏବଂ ବିଭିନ୍ନ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ। ଶ୍ରୀ ଶାହ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତ ଛଅ ବର୍ଷ ମଧ୍ୟରେ ବିଭିନ୍ନ ପ୍ରକାରର ତଥ୍ୟ ସୃଷ୍ଟି କରି ଏହାକୁ ବ୍ୟବସ୍ଥିତ ଢଙ୍ଗରେ ସଂଗ୍ରହ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଯାଇଛି। ଆଗାମୀ ଦିନରେ ଦେଶରେ ଘଟୁଥିବା ସମସ୍ତ ପ୍ରକାରର ଆତଙ୍କବାଦୀ ଘଟଣାର ତଦନ୍ତ ଏବଂ ବିଭିନ୍ନ ଦିଗଗୁଡ଼ିକର ବିଶ୍ଳେଷଣ ପାଇଁ ଏନ୍ଆଇଡିଏମ୍ଏସ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ ହେବ। ଏନ୍ଆଇଡିଏମ୍ଏସ୍ ଆତଙ୍କବାଦ ବିରୋଧରେ ପରବର୍ତ୍ତୀ ପିଢ଼ିର…

Read More

ନୂଆଦିଲ୍ଲୀ: ଡିଜିଟାଲ କଣ୍ଟେଣ୍ଟ୍‌ କ୍ରିଏଟର୍ସ ବା ବିଭିନ୍ନ ଡିଜିଟାଲ କାର୍ଯ୍ୟକ୍ରମ ନିର୍ମାତାମାନଙ୍କୁ ସ୍ୱୀକୃତି ଓ ପ୍ରୋତ୍ସାହନ ଦେବା ଲାଗି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ ପ୍ରସାର ଭାରତୀ ପକ୍ଷରୁ ଆଜି ନୂଆଦିଲ୍ଲୀରେ ‘‘କ୍ରିଏଟର୍ସ କର୍ଣ୍ଣର୍‌’’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଡିଡି ନ୍ୟୁଜରେ ପ୍ରସାରିତ ହେବାକୁ ଥିବା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାରା ଦେଶରେ ଡିଜିଟାଲ କ୍ରିଏଟର୍ସମାନଙ୍କ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏହି ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ 11 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଅଣାଯାଇଛି। ପ୍ରସାର ଭାରତୀରେ ମଧ୍ୟ ଅନୁରୂପ ସଂସ୍କାର ଦେଖିବାକୁ ମିଳିଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସମ୍ପୂର୍ଣ୍ଣ ପୁନର୍ଗଠନ ଜାରି ରହିଥିବା ବେଳେ 2026 ବର୍ଷ ପ୍ରସାର ଭାରତୀ ପାଇଁ ବଡ଼ ସଂସ୍କାରର ବର୍ଷ ହେବ ବୋଲି ସେ କହିଥିଲେ। କେନ୍ଦ୍ର ମନ୍ତ୍ରୀ କହିଥିଲେ, ଏସବୁ ସଂସ୍କାର ଦୂରଦର୍ଶନ…

Read More

ନୂଆଦିଲ୍ଲୀ: ଟ୍ରେନ ସମୟସାରଣୀ (ଟିଏଜି) 2026 ଅଧୀନରେ ଭାରତୀୟ ରେଳବାଇ ନୂତନ ଟ୍ରେନ ଚଳାଚଳ ଆରମ୍ଭ କରିଛି। ଏହା ବର୍ତ୍ତମାନର ସେବାକୁ ବିସ୍ତାର କରିବା ସହିତ ଟ୍ରେନ ଚଳାଚଳ ସଂଖ୍ୟାକୁ ବଢ଼ାଇଛି, କେତେକ ଟ୍ରେନକୁ ସୁପରଫାଷ୍ଟ ରୂପେ ପରିବର୍ତ୍ତନ କରିଛି ଏବଂ ବିଭିନ୍ନ ରେଳ ଜୋନରେ ସେବାକୁ ତ୍ୱରାନ୍ୱିତ କରିଛି। 2026 ଟ୍ରେନ ସମୟ ସାରଣୀ ଅଧୀନରେ, ସର୍ବମୋଟ 122ଟି ନୂତନ ଟ୍ରେନ୍ ଚଳାଚଳ ଆରମ୍ଭ କରାଯାଇଛି। 86ଟି ଟ୍ରେନର ସମ୍ପ୍ରସାରଣ କରାଯିବା ସହିତ 8ଟି ଟ୍ରେନକୁ ଅଧିକ ଥର ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି। ଭାରତୀୟ ରେଳବାଇରେ 10ଟି ଟ୍ରେନକୁ ସୁପରଫାଷ୍ଟ ଟ୍ରେନ ରୂପେ ପରିବର୍ତ୍ତିତ କରାଯିବା ସହିତ 549ଟି ଟ୍ରେନ୍ ଗତି ବୃଦ୍ଧି କରାଯାଇଛି। କେନ୍ଦ୍ରୀୟ ରେଳବାଇ (ସିଆର) ଜୋନରେ, 4ଟି ନୂତନ ଟ୍ରେନ ଚଳାଚଳ କରାଯାଇଛି, 6ଟି ଟ୍ରେନକୁ ସମ୍ପ୍ରସାରଣ କରାଯାଇଛି ଏବଂ 30ଟି ଟ୍ରେନର ଗତି ବୃଦ୍ଧି କରାଯାଇଛି। ପୂର୍ବ ତଟ ରେଳବାଇ ଅଧୀନରେ 4ଟି…

Read More

ନୂଆଦିଲ୍ଲୀ: ଆମେରିକା ଏବଂ ଭାରତ ମଧ୍ୟରେ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା ସମ୍ପର୍କରେ ଆମେରିକା ବାଣିଜ୍ୟ ମନ୍ତ୍ରୀ ହାୱାର୍ଡ ଲୁଟନିକଙ୍କ ବୟାନ ଉତ୍ତେଜନା ସୃଷ୍ଟି କରୁଛି। ସେ ଦାବି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନ୍ କରି ନାହାଁନ୍ତି, ଯାହା କାରଣରୁ ଏହି ଚୁକ୍ତି ହୋଇପାରିନାହିଁ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। MEA ମୁଖପାତ୍ର ରଣଧୀର ଜୟସ୍ଵାଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି। ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକଙ୍କ ବୟାନର ଜବାବ ଦେଇ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, “ଭାରତ ଏବଂ ଆମେରିକା ଗତ ବର୍ଷ ଫେବୃଆରୀ ମାସରୁ ଏକ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା କରୁଛନ୍ତି। ଉଭୟ ପକ୍ଷ ଅନେକ ପର୍ଯ୍ୟାୟ ଆଲୋଚନା କରିସାରିଛନ୍ତି। ଦିଆଯାଇଥିବା ଏହି ଆଲୋଚନାର ବିବରଣୀ ସତ୍ୟ ନୁହେଁ। ଆମେ ଏହି…

Read More

ବାଲୁଗାଁ: ଆଜି ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ, ଯୁବ ରେଡକ୍ରସ ଓ ରୋଭର୍ସ ଶାଖାର ମିଳିତ ଆୟୋଜନରେ ଆଜି ପ୍ଲାଷ୍ଟିକ ମୁକ୍ତ ସ୍ଥାୟୀ ପରିସର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡ଼କ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଅଧ୍ୟାପକ ଡ଼କ୍ଟର କୈଳାଶ ଚନ୍ଦ୍ର ମହାରଣା, ଡ଼କ୍ଟର ମୋନାଲିସା ମାନସିଂହ, ଅଧ୍ୟାପିକା ରୀନା ରାଉତ, ଅଧ୍ୟାପିକା ମନସ୍ୱିନୀ ପଟ୍ଟନାୟକ, ଅଧ୍ୟାପିକା ସ୍ନିଗ୍ଧାରାଣୀ ମୁଦୁଲି, ଅଧ୍ୟାପିକା ଝରଣା ନାଥ, ଅଧ୍ୟାପକ ଶିବରାମ ସିଂହ, ଅଧ୍ୟାପକ ଧୋବି ଚରଣ ପରିଡାଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ପରିସରରେ ପ୍ଲାଷ୍ଟିକ ଓ ପଲିଥିନ ଆବର୍ଜନା ସଫେଇକରିବା ସହ ଚିଲିକା କୂଳରେ ସଫେଇକାର୍ଯ୍ୟ କରି ପ୍ଲାଷ୍ଟିକମୁକ୍ତ ଚିଲିକା ଅଭିଯାନ ପାଇଁ ସଂକଳ୍ପ କରିଥିଲେ। ଏଥିସହିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଚିଲିକା କୂଳ ଜନସାଧାରଣଙ୍କୁ ଚିଲିକା କୂଳରେ ପ୍ଲାଷ୍ଟିକ ଆବର୍ଜନା ନ ପକାଇବାକୁ ସ୍ବେଛାସେବୀମାନଙ୍କୁ ଅନୁରୋଧ…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର:  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ମିଳିତ ଅଧ୍ୟକ୍ଷତାରେ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ୩.୦’ ଉପରେ ‘ସମଗ୍ର ଶିକ୍ଷାର ନୂତନ ରୂପରେଖ’ ପାଇଁ ଏକ ଦିନିକିଆ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍ ଏବଂ ବିଭିନ୍ନ ମନ୍ତ୍ରଣାଳୟର ପ୍ରତିନିଧିମାନେ ଯୋଗ ଦେଇ ସ୍କୁଲ ଶିକ୍ଷା ବ୍ୟବସ୍ଥାର ସଂସ୍କାର ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଆଜିର ଏହି ମିଳିତ ପ୍ରୟାସ ଏବଂ ଏହି ବୈଠକରୁ ନିଷ୍କର୍ସ ହେଉଥିବା ଅଭିନବ ଚିନ୍ତାଧାରା ଆମ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ସାମଗ୍ରିକ ଭାବେ ସଦୃଢ଼ କରିବା ପାଇଁ ଏକ ସ୍ପଷ୍ଟ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବାରେ ସହାୟକ ହେବ। ଏହା ସହିତ ସମଗ୍ର ଶିକ୍ଷା ଯୋଜନାକୁ ପୁନଃକଳ୍ପନା କରି ‘ବିକଶିତ ଭାରତ’ର ଲକ୍ଷ୍ୟ ସହିତ ସମାନ କରିବା ସହ…

Read More

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳ ଅଧିନସ୍ଥ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ତ୍ରୟୋଦଶ ଶ୍ରେଣୀର ଛାତ୍ରୀମାନଙ୍କ ପାଇଁ ଚଳିତ ମାସ ୦୯ ତାରିଖଠାରୁ ଆରମ୍ଭ କରି ୧୯ ତାରିଖ ପର୍ଯ୍ୟନ୍ତ ଆଠଦିନ ଧରି ହେବାକୁଥିବା ମହିଳା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିରର ଆଜି ଉଦ୍ ଘାଟନ ଉତ୍ସବ ପାଳନ ହୋଇଅଛି୲ ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଏସ୍.ପି.ଏନ୍.ଏସ୍.ବର୍ମା ମହୋଦୟ ଛାତ୍ରୀମାନଙ୍କୁ ଓଡ଼ିଶା ସରକାର ତଥା ଉଚ୍ଚ ଶିକ୍ଷାବିଭାଗର ଏହି ଭଳି ଛାତ୍ରୀମାନଙ୍କର ସର୍ବାଙ୍ଗ ବିକାଶ ନିମିତ୍ତ ପଦକ୍ଷେପ ସ୍ବାଗତଯୋଗ୍ୟ ଓ ଫଳପ୍ରଦ ହେବ ବୋଲି ନିଜର ମତପ୍ରକାଶ କରିବା ସହ ଆତ୍ମରକ୍ଷା କୌଶଳର ଗୁରୁତ୍ୱପୂର୍ଣ୍ଣ ଦିଗ ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି୲ ସୂଚନାଯୋଗ୍ୟ ଯେ, ଦୀର୍ଘ ଆଠଦିନ ଧରି ଅନୁଷ୍ଠିତ ହେବାକୁଥିବା ଏହି ଆତ୍ମରକ୍ଷା କୌଶଳ ଶିବିରରେ ପ୍ରଶିକ୍ଷଣ ଦେବାର ଦାୟିତ୍ବ ମହାବିଦ୍ୟାଳୟର ପୂର୍ବତନ ଛାତ୍ରୀ ସୋନି ମୁଦୁଲି ଏବଂ ଜି.ସାବିତ୍ରୀ ଆଚାରୀ ବହନ କରୁଥିବା ବେଳେ କାର୍ଯ୍ୟକ୍ରମର ସଂଯୋଜିକା…

Read More

ଭୁବନେଶ୍ୱର: ନୂଆଦିଲ୍ଲୀର ଦ୍ୱାରକାସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ ଆଣ୍ଡ ଏକ୍ସପୋ ସେଣ୍ଟର (ଯଶୋଭୂମି) ରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଭାରତୀୟ ରେଳବାଇ ୧୦୦ ଜଣ ଅତୁଳନୀୟ କର୍ମଚାରୀ ଏବଂ ଅଧିକାରୀଙ୍କୁ ୭୦ତମ “ଅତି ବିଶିଷ୍ଟ ରେଳ ସେବା ପୁରଷ୍କାର- ୨୦୨୫” ରେ ସମ୍ମାନିତ କରିଛି। ଏହି ପୁରଷ୍କlର ଗୁଡ଼ିକ କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ରେଳ ରାଜ୍ୟ ଏବଂ ଜଳ ଶକ୍ତି ରାଜ୍ୟମନ୍ତ୍ରୀ ଭି ସୋମନ୍ନା, ରେଳ ରାଜ୍ୟ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଜ୍ୟମନ୍ତ୍ରୀ ରବନୀତ ସିଙ୍ଗ, ରେଳବୋର୍ଡ ଅଧ୍ୟକ୍ଷ ଓ ସିଇଓ ସତୀଶ କୁମାର, ରେଳବୋର୍ଡର ସଦସ୍ୟମାନେ ଏବଂ ବିଭିନ୍ନ ରେଳ ଜୋନ ଓ ଉତ୍ପାଦନ ୟୁନିଟ୍ ର ମହାପ୍ରବନ୍ଧକ ମାନେ ଉପସ୍ଥିତ ଥିଲେ। ପ୍ରତିଷ୍ଠିତ ୭୦ତମ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର–୨୦୨୫ ସମାରୋହରେ ପୂର୍ବ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆସନ୍ତା ଜାନୁଆରୀ ୧୨, ଅହମ୍ମଦାବାଦଠାରେ ଜର୍ମାନୀର ଫେଡେରାଲ ଚାନ୍ସେଲର ଫ୍ରେଡରିଚ୍ ମର୍ଜଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ଜର୍ମାନୀର ଫେଡେରାଲ ଚାନ୍ସେଲର ଫ୍ରେଡରିଚ୍ ମର୍ଜ ଜାନୁଆରୀ ୧୨-୧୩ ତାରିଖରେ ଭାରତକୁ ଏକ ସରକାରୀ ଗସ୍ତରେ ଆସୁଛନ୍ତି। ଏହା ଚାନ୍ସେଲର ମର୍ଜଙ୍କ ପ୍ରଥମ ସରକାରୀ ଭାରତ ଗସ୍ତ ହେବ। ଜାନୁଆରୀ ୧୨ ସକାଳ ୯.୩୦ରେ ଉଭୟ ନେତା, ସାବରମତୀ ଆଶ୍ରମ ପରିଦର୍ଶନ କରିବେ ଏବଂ ସକାଳ ୧୦ଟାରେ, ସେମାନେ ସାବରମତୀ ନଦୀକୂଳରେ ଆୟୋଜିତ ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବରେ ଅଂଶଗ୍ରହଣ କରିବେ। ଏହା ପରେ ପୂର୍ବାହ୍ନ ୧୧:୧୫ରେ ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ଦ୍ୱିପାକ୍ଷିକ ବୈଠକ ହେବ। ଏହି ଅବସରରେ ଉଭୟ ନେତା ଭାରତ-ଜର୍ମାନୀ ରଣନୈତିକ ସହଭାଗୀତାର ପ୍ରଗତି ସମୀକ୍ଷା କରିବେ, ଯାହାକି  ନିକଟରେ ୨୫ ବର୍ଷ ପୂରଣ କରିଛି। ଦ୍ବିପାକ୍ଷିକ ଆଲୋଚନାରେ ବାଣିଜ୍ୟ ଏବଂ ନିବେଶ, ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ଦକ୍ଷତା ଏବଂ ଗତିଶୀଳତାରେ ସହଯୋଗକୁ ଆହୁରି ମଜବୁତ କରିବା ସହିତ…

Read More

ଭୁବନେଶ୍ୱର: ଓଡିଶାରେ ଏବେ ବ୍ୟାପକ ଶିଳ୍ପାୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ନିଜକୁ କୌଣସି କ୍ଷେତ୍ରରେ ଦକ୍ଷ କରାନ୍ତୁ, ଦେଖିବେ ଆମରି ଓଡିଶାରେ ହିଁ ଆପଣଙ୍କୁ ନିଯୁକ୍ତି ମିଳିବ କାରଣ ଦକ୍ଷତା କ୍ଷେତ୍ରର ସମସ୍ତ ସ୍ତରରେ ଉତ୍କର୍ଷତା ହାସଲ କରିବା ହେଉଛି ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡିଶା ଦକ୍ଷତା ପ୍ରତିଯୋଗିତା ୨୦୨୫-୨୬ର ସମାପନୀ ସମାରୋହରେ ରାଜ୍ୟର ଦକ୍ଷ ଓ ଯୁବ କୁଶଳୀ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ। ଏହି ଦକ୍ଷତା ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୫୪ ଜଣଙ୍କୁ ସ୍ବର୍ଣ୍ଣ, ୫୩ ଜଣଙ୍କୁ ରୌପ୍ୟ ଏବଂ ୫୦ ଜଣଙ୍କୁ ବ୍ରୋଞ୍ଜ ପଦକ ଦେଇ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ସ୍ବର୍ଣ୍ଣ ବିଜେତା ମାନଙ୍କୁ ୨୫ ହଜାର, ରୌପ୍ୟ ବିଜେତାଙ୍କୁ ୨୦ ହଜାର ଏବଂ ବ୍ରୋଞ୍ଜ ବିଜେତାଙ୍କୁ ୧୫ ହଜାର ଟଙ୍କା କ୍ୟାସ୍ ପ୍ରାଇଜ ଓ ମାନପତ୍ର ଦିଆଯାଇଥିଲା। ସେ ପୁଣି କହିଥିଲେ ରାଜ୍ୟର…

Read More

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ସିରମୌରର ସଂଗଡାହ ଉପଖଣ୍ଡର ହରିପୁରଧାରରେ ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଏକ ଘରୋଇ ବସ୍ (ଜିତ୍ କୋଚ୍) ଗଭୀର ଖାଇକୁ ଖସି ପଡ଼ିବାରୁ ୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ୧୨ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଘରୋଇ ବସ୍ ‘ଜିତ୍ କୋଚ୍’ କୁପଭିରୁ ଶିମଲା ଅଭିମୁଖେ ଯାତ୍ରା କରୁଥିଲା। ଅପରାହ୍ନ ପ୍ରାୟ ୩ଟା ସମୟରେ ବସଟି ହରିପୁରଧାର ବଜାରରୁ ଶିମଲା ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଡ୍ରାଇଭର ହଠାତ୍ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଲେ, ଯାହା ଫଳରେ ବସ୍‌ଟି ରାସ୍ତାରୁ ଖସି ଗଭୀର ଖାଇକୁ ଖସି ପଡ଼ିଲା।

Read More

ବେଙ୍ଗାଲୁରୁ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏଫଏମସିଜି କମ୍ପାନୀ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଆରସିପିଏଲ) ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ଏହାର ପ୍ୟାକେଜ୍ ପାନୀୟ ଜଳ ବ୍ରାଣ୍ଡ, କାମ୍ପା ସିଓର ପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବରେ ନିଯୁକ୍ତ କରିଛି। କାମ୍ପା ବ୍ରାଣ୍ଡ ପରି, ଅମିତାଭ ବଚ୍ଚନଙ୍କୁ ଉତ୍କର୍ଷତା ଏବଂ ଭରସାର ପ୍ରତୀକ ଭାବରେ ବିବେଚନା କରାଯାଏ ଏବଂ ଦେଶ ବିଦେଶରେ କୋଟି କୋଟି ପ୍ରଶଂସକ ରହିଛନ୍ତି। ଏହି ସହଭାଗୀତା ଗ୍ରାହକଙ୍କ ବିଶ୍ୱାସକୁ ଆହୁରି ମଜବୁତ କରିବ। ଆରସିପିଏଲ ୨୦୨୨ ରେ କାମ୍ପା କୋଲାକୁ ଅଧିଗ୍ରହଣ କରିଥିଲା ଏବଂ ୨୦୨୩ ରେ ଏହାକୁ ଭାରତୀୟ ବଜାରରେ ପୁନଃ ଶୁଭାରମ୍ଭ କରିଥିଲା । ସେବେଠାରୁ କମ୍ପାନୀ ସଫଳତାର ସହିତ କାମ୍ପା ଏନର୍ଜି ଡ୍ରିଙ୍କସ୍‌, ରସକିକ୍ ବେଭରେଜେସ୍‌, ଜୁସ୍ ଏବଂ ବର୍ତ୍ତମାନ କାମ୍ପା ସିଓର ପ୍ୟାକେଜ୍ ପାନୀୟ ଜଳ ସହିତ ଏହାର ପାନୀୟ ପୋର୍ଟଫୋଲିଓକୁ ବିସ୍ତାର କରିଛି। ବର୍ତ୍ତମାନ, କାମ୍ପା ଭାରତୀୟ ମୃଦୁ ପାନୀୟ ବଜାରରେ…

Read More

ନୂଆଦିଲ୍ଲୀ: ଆମେରିକାର ପ୍ରସ୍ତାବିତ ୫୦୦% ଶୁଳ୍କ ବିଲ୍ ବିଷୟରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ସୂଚନା ପ୍ରଦାନ କରିଛି। MEA ମୁଖପାତ୍ର ରଣଧୀର ଜୟସ୍ଵାଲ କହିଛନ୍ତି ଯେ, ସେମାନେ ବିଲ୍ ବିଷୟରେ ଅବଗତ ଅଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ବିଲ୍ କୁ ମଞ୍ଜୁର କରିଛନ୍ତି, ଯାହା ରୁଷରୁ ତେଲ କିମ୍ବା ୟୁରାନିୟମ୍ ଭଳି ସାମଗ୍ରୀ ଆମଦାନୀ କରୁଥିବା ଦେଶମାନଙ୍କ ଉପରେ ୫୦୦% ଶୁଳ୍କ ଲାଗୁ କରିବ। ଭାରତ, ଚୀନ୍ ଏବଂ ବ୍ରାଜିଲ୍ ରୁଷୀୟ ତୈଳ ଏବଂ ୟୁରାନିୟମ୍ ର ପ୍ରମୁଖ ଆମଦାନୀକାରୀ। ଯଦି ଏହି ବିଲ ପାସ୍ ହୁଏ, ତେବେ ଏହି ଦେଶଗୁଡ଼ିକ ୫୦୦% ଶୁଳ୍କର ସମ୍ମୁଖୀନ ହୋଇପାରନ୍ତି। ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ଵାଲ କହିଛନ୍ତି ଯେ, “ଶକ୍ତି ଉତ୍ସର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆମର ସ୍ଥିତି ସର୍ବସାଧାରଣ। ଆମେ ବିଶ୍ୱ ବଜାରର ପରିବର୍ତ୍ତିତ ଗତିଶୀଳତା ଏବଂ ଆମର ୧୪୦ କୋଟି ଭାରତୀୟ…

Read More

ନୂଆଦିଲ୍ଲୀ: ଦିଲ୍ଲୀର ସାକେତ କୋର୍ଟରୁ ଏକ ବଡ଼ ଖବର ଆସୁଛି। ହରିଶ ସିଂହ ନାମକ ଜଣେ କର୍ମଚାରୀ କୋର୍ଟ ପରିସରରେ ଆତ୍ମହତ୍ୟା କରିଛନ୍ତି। ସେ କୋର୍ଟ କୋଠାରୁ ଡେଇଁ ମୃତ୍ୟୁବରଣ କରିଛନ୍ତି। ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍ ଜବତ କରିଛି, ଯେଉଁଥିରେ ହରିଶ ଏପରି କଠୋର ପଦକ୍ଷେପ ନେବାକୁ କାହିଁକି ବାଧ୍ୟ ହୋଇଥିଲେ ତାହା ବର୍ଣ୍ଣନା କରିଛି। ଡିସିପି କହିଛନ୍ତି ଯେ, ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ନାମ ହରିଶ ସିଂହ ମହାର। ସେ ମୃତ୍ୟୁ ପୂର୍ବରୁ ଏକ ସୁଇସାଇଡ ନୋଟ୍ ଲେଖିଥିଲେ। ନୋଟ୍‌ରେ ହରିଶ ଅଫିସରେ କାମର ଚାପ ଏବଂ ମାନସିକ ଚାପ ବିଷୟରେ ଉଲ୍ଲେଖ କରିଥିଲେ। କାମର ଚାପ ଯୋଗୁଁ ଆତ୍ମହତ୍ୟା ହରିଶ ତାଙ୍କ ନୋଟ୍‌ରେ ଲେଖିଛନ୍ତି ଯେ, ସେ ୬୦ ପ୍ରତିଶତ ଦିବ୍ୟାଙ୍ଗ ଏବଂ ତାଙ୍କ ଚାକିରି କ୍ରମଶଃ କଷ୍ଟକର ହେବାରେ ଲାଗିଛି।

Read More

ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ୍ ବୋର୍ଡ ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ତାର ଖେଳାଳିମାନଙ୍କୁ ଭାରତ ପଠାଇବାକୁ ଚାହୁଁନାହିଁ। BCB ଏହି ସମସ୍ୟାର ସମାଧାନ ପାଇଁ ICCକୁ ପୁଣି ଥରେ ଇମେଲ୍ କରିଛି। ପୂର୍ବରୁ ବୋର୍ଡ ଖେଳାଳି ସୁରକ୍ଷା ଚିନ୍ତାକୁ ଉଲ୍ଲେଖ କରି ଏକ ଇମେଲ୍ ପଠାଇଥିଲା, ଯାହାକୁ ICC ପ୍ରତ୍ୟାଖ୍ୟାନ କରିଥିଲା। ସେହି ପ୍ରତିକ୍ରିୟାରେ ICC ସ୍ପଷ୍ଟ କରିଥିଲା ​​ଯେ, ସୁରକ୍ଷା ସମ୍ବନ୍ଧୀୟ କୌଣସି ସମସ୍ୟା ଦେଖାଯାଉନାହିଁ। ଏବେ, ବାଂଲାଦେଶ କ୍ରିକେଟ୍ ବୋର୍ଡ ଦ୍ୱିତୀୟ ଥର ପାଇଁ ICCକୁ ଏକ ଆନୁଷ୍ଠାନିକ ଚିଠି ପଠାଇଛି। ଦ୍ୱିତୀୟ ଥର ପାଇଁ ICCକୁ ଲେଖିଲା BCB ସୂଚନା ଅନୁଯାୟୀ, ବାଂଲାଦେଶ କ୍ରିକେଟ୍ ବୋର୍ଡ ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ପରାମର୍ଶଦାତା ଆସିଫ୍ ନଜରାଲଙ୍କ ମଧ୍ୟରେ ଆଲୋଚନା ପରେ ICCକୁ ଏକ ନୂତନ ଚିଠି ପଠାଯାଇଛି। ଆସିଫ୍ ନଜରାଲ ଏହି ପ୍ରସଙ୍ଗରେ ଦୃଢ଼ ମତ ରଖିଛନ୍ତି। ବାଂଲାଦେଶ…

Read More

ବାଣପୁର: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟ ପରିସରରେ ଆସନ୍ତା ୧୧ ତାରିଖ, ରବିବାର ଦିନ ଭୁବନେଶ୍ୱର କିମସ୍ ହସ୍ପିଟାଲ ତରଫରୁ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହେବାକୁ ଯାଉଅଛି। ଉକ୍ତ ମେଗା ସ୍ୱାସ୍ଥ୍ୟ ଶିବିରକୁ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦଘାଟନ କରିବେ। ଏଥିରେ ବିଭିନ୍ନ ବିଭାଗର ଅଭିଜ୍ଞ ବିଶେଷଜ୍ଞ ଡାକ୍ତରମାନେ ଉପସ୍ଥିତ ରହି ବିଭିନ୍ନ ରୋଗରେ ପୀଡ଼ିତ ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଡାକ୍ତରଖାନା ତରଫରୁ ମାଗଣା ଔଷଧ ମଧ୍ୟ ବିତରଣ କରାଯିବ। ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ ଓ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଦ୍ବାରା ବିଭିନ୍ନ ରୋଗରେ ପୀଡ଼ିତ‌ ଅସହାୟ ରୋଗୀ ମାନେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ଆରୋଗ୍ୟ ଲାଭ କରିପାରିବେ। ଉକ୍ତ ଶିବିରରେ ସକାଳ ଆଠ ଘଟିକା ଠାରୁ ପଞ୍ଜୀକରଣ ଆରମ୍ଭ ହେବ। ଏଣୁ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ର ଜନସାଧାରଣ ମାନେ…

Read More

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ଗୁରୁବାର ଦିନ ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, “ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ପ୍ରଶଂସା କରନ୍ତି। କିନ୍ତୁ ତାଙ୍କର ସମସ୍ତ ନୀତିକୁ ସମର୍ଥନ କରନ୍ତି ନାହିଁ। ନେହେରୁ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା କରିଥିଲେ। ନେହେରୁଙ୍କ ଭୁଲକୁ ସ୍ୱୀକାର କରିବା ଆବଶ୍ୟକ। କିନ୍ତୁ ସବୁକିଛି ପାଇଁ ତାଙ୍କୁ ଦୋଷ ଦେବା ଭୁଲ। ନେହେରୁଙ୍କ କାର୍ଯ୍ୟକାଳ ସମୟରେ ନେଇଥିବା କିଛି ନିଷ୍ପତ୍ତି ଭୁଲ ହୋଇପାରେ। କିନ୍ତୁ ଆମେ ତାଙ୍କୁ ସବୁକିଛି ପାଇଁ ଦାୟୀ କରିପାରିବୁ ନାହିଁ।” ଶଶି ଥରୁର କେରଳ ବିଧାନସଭା ଆନ୍ତର୍ଜାତୀୟ ପୁସ୍ତକ ମହୋତ୍ସବରେ ବିଜେପି ସରକାର ବିଷୟରେ କହିଥିଲେ। ସେ କହିଥିଲେ ଯେ, ସେମାନେ ନେହେରୁ ବିରୋଧୀ, ସବୁକିଛି ପାଇଁ ନେହେରୁଙ୍କୁ ଦାୟୀ କରୁଛନ୍ତି। କିଛି କ୍ଷେତ୍ରରେ ନେହେରୁଙ୍କ ନିଷ୍ପତ୍ତିକୁ ଦାୟୀ କରାଯାଇପାରେ। କିନ୍ତୁ ସବୁକିଛି ପାଇଁ ତାଙ୍କୁ ଦାୟୀ କରିବା ଭୁଲ। କଂଗ୍ରେସ ସାଂସଦ କହିଛନ୍ତି…

Read More