Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ଦକ୍ଷତା ପ୍ରତିଯୋଗିତାର ସମାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ଓଡିଶା ଦକ୍ଷତା ପ୍ରତିଯୋଗିତାର ସମାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

January 9, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀ
ଓଡିଶା ଦକ୍ଷତା ପ୍ରତିଯୋଗିତାର ସମାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ଏବେ ବ୍ୟାପକ ଶିଳ୍ପାୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ନିଜକୁ କୌଣସି କ୍ଷେତ୍ରରେ ଦକ୍ଷ କରାନ୍ତୁ, ଦେଖିବେ ଆମରି ଓଡିଶାରେ ହିଁ ଆପଣଙ୍କୁ ନିଯୁକ୍ତି ମିଳିବ କାରଣ ଦକ୍ଷତା କ୍ଷେତ୍ରର ସମସ୍ତ ସ୍ତରରେ ଉତ୍କର୍ଷତା ହାସଲ କରିବା ହେଉଛି ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡିଶା ଦକ୍ଷତା ପ୍ରତିଯୋଗିତା ୨୦୨୫-୨୬ର ସମାପନୀ ସମାରୋହରେ ରାଜ୍ୟର ଦକ୍ଷ ଓ ଯୁବ କୁଶଳୀ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ।

ଏହି ଦକ୍ଷତା ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୫୪ ଜଣଙ୍କୁ ସ୍ବର୍ଣ୍ଣ, ୫୩ ଜଣଙ୍କୁ ରୌପ୍ୟ ଏବଂ ୫୦ ଜଣଙ୍କୁ ବ୍ରୋଞ୍ଜ ପଦକ ଦେଇ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ସ୍ବର୍ଣ୍ଣ ବିଜେତା ମାନଙ୍କୁ ୨୫ ହଜାର, ରୌପ୍ୟ ବିଜେତାଙ୍କୁ ୨୦ ହଜାର ଏବଂ ବ୍ରୋଞ୍ଜ ବିଜେତାଙ୍କୁ ୧୫ ହଜାର ଟଙ୍କା କ୍ୟାସ୍ ପ୍ରାଇଜ ଓ ମାନପତ୍ର ଦିଆଯାଇଥିଲା।

ସେ ପୁଣି କହିଥିଲେ ରାଜ୍ୟର ଦୀର୍ଘସ୍ଥାୟୀ ବିକାଶ ପାଇଁ ଏବଂ ଅର୍ଥନୈତିକ ଉନ୍ନତି ପାଇଁ ଦକ୍ଷତା ଜରୁରୀ ଆବଶ୍ୟକ। ଆମର ମୂଳଲକ୍ଷ୍ୟ ହେଉଛି ଲୋକଙ୍କୁ ସଶକ୍ତ କରିବା। ଆମର ଯୁବବର୍ଗ ଯେତେ ପରିମାଣରେ ଦକ୍ଷ ହେବେ, ଆତ୍ମବିଶ୍ବାସୀ ହେବେ, ସେମାନେ ନିଜର ଭବିଷ୍ୟତକୁ ଉଜ୍ଜ୍ବଳ କରି ଗଢି ପାରିବେ। ଯାହା ୨୦୩୬ ସମୃଦ୍ଧ ଓଡିଶା ଏବଂ ୨୦୪୭ ବିକଶିତ ଭାରତର ପରିକଳ୍ପନାକୁ ସାକାର କରିପାରିବ। ଯୁବବର୍ଗଙ୍କ ଭବିଷ୍ୟତ ଉଜ୍ଜ୍ବଳ ହେଲେ, ଓଡିଶାର ଭବିଷ୍ୟତ ମଧ୍ୟ ଉଜ୍ଜ୍ବଳ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ଶିଳ୍ପାୟନ ଲକ୍ଷ୍ୟର ତିନୋଟି ମୁଖ୍ୟ ସ୍ତମ୍ଭ ହେଉଛି- ଭିତ୍ତିଭୂମି, ଶିଳ୍ପ ସ୍ଥାପନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ଏବଂ ଦକ୍ଷତା। ଏ ସବୁ କ୍ଷେତ୍ରକୁ ସୁଦୃଢ଼ କରି ଓଡ଼ିଶାର ଇଣ୍ଡଷ୍ଟ୍ରିଆଲ୍ ଇକୋ-ସିଷ୍ଟମକୁ ଶ୍ରେଷ୍ଠ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି। ଗତ ୧୮ ମାସ ମଧ୍ୟରେ ୬.୧୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଯାହାଦ୍ୱାରା ୩ ଲକ୍ଷ ୬୪ ହଜାର ନିଯୁକ୍ତି ସୃଷ୍ଟି ହୋଇପାରିବ।

ସେ ଆହୁରି କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି। କ୍ୟାବିନେଟରେ ଉତ୍କର୍ଷ ITI ସ୍କିମକୁ ଅନୁମୋଦନ କରାଯାଇଛି। ରାଜ୍ୟର ୪୭ ଟି ITI କୁ ସେଣ୍ଟର ଅଫ୍ ଏକସେଲନ୍‌ସରେ ପରିଣତ କରିବା ସହିତ ଏଠାରେ ଭିତ୍ତିଭୂମିରେ ଉନ୍ନତି ଏବଂ ଅତ୍ୟାଧୁନିକ ସ୍କିଲ ମାଧ୍ୟମରେ ଟ୍ରେନିଂ ଦିଆଯାଇ ପାରିବ ବୋଲି ସେ କହିଥିଲେ। ସେହିପରି କୃତିମ ବୁଦ୍ଧିମତ୍ତା କ୍ଷେତ୍ରରେ ଦକ୍ଷତା ହାସଲ ପାଇଁ ରାଜ୍ୟର ୯ଟି ITIରେ AI Laboratory ଖୋଲାଯାଉଛି।

ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଥିଲେ ଯେ, ଓଡିଶା ଦକ୍ଷତା ପ୍ରତିଯୋଗିତା କେବଳ ଏକ ପ୍ରତିଯୋଗିତା ନୁହେଁ ବରଂ ନୂତନ ଓଡିଶାର ସାମୂହିକ ଆକାଂକ୍ଷାକୁ ପ୍ରଦର୍ଶନ କରୁଛି। ଏହା ପ୍ରତିଭା ଚିହ୍ନଟ, ଉତ୍କର୍ଷତାକୁ ପ୍ରୋତ୍ସାହନ ଏବଂ ବୃହତ୍ ଜାତୀୟ ଓ ଅନ୍ତର୍ଜାତୀୟ ସୁଯୋଗ ଦେଇପାରିଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂହ, ବିଭାଗୀୟ କମିଶନର ଭୂପେନ୍ଦ୍ର ସିଂ ପୁନିଆ ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଶା ଦକ୍ଷତା ପ୍ରତିଯୋଗିତା ମୋହନ ଚରଣ ମାଝୀ ସମାପନୀ ସମାରୋହ
Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କ ବିରୋଧରେ ବଡ଼ ବିଦ୍ରୋହ!: ୫୯ ବିଧାୟକଙ୍କ ସମର୍ଥନ ଦାବି କଲେ ରୀତବ୍ରତ ବାନାର୍ଜୀ

June 3, 2026

ଜୀ ସାର୍ଥକର ତରଫରୁ ‘କିଛି ସତ କିଛି ମିଛ’ ର ଆଲୋକ ଓ ଛବିର ବିବାହ ଉତ୍ସବ ପାଇଁ ନିମନ୍ତ୍ରଣ

June 3, 2026

ଗଞ୍ଜାମ ହାଜତ ମୃତ୍ୟୁ ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 3, 2026

ଜନ୍ମ ମାଟିରେ ବାଣପୁର ମୁକ୍ତି ସଂଗ୍ରାମର ମହାନାୟକ ବିପ୍ଲବୀ କୃତିବାସ ପାଟ୍ଟଶାଣୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

June 3, 2026
Latest News

ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ: ସିଙ୍ଗାପୁର ବିରୋଧରେ ୨୫ ଟି ଗୋଲ୍‌ କରି ରଚିଲା ଇତିହାସ

June 3, 2026

ଓମର ଅବଦୁଲ୍ଲାଙ୍କ ବିରୋଧରେ ମଧ୍ୟ ବିଦ୍ରୋହ!: ନୋ-ନେଟୱାର୍କ ଜୋନକୁ ଗଲେ ଦଳର ସାଂସଦ ଏବଂ ବିଧାୟକ

June 3, 2026

ବହୁତଳ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ୨୦ ମୃତ!

June 3, 2026

ମମତା ବାନାର୍ଜୀଙ୍କ ବିରୋଧରେ ବଡ଼ ବିଦ୍ରୋହ!: ୫୯ ବିଧାୟକଙ୍କ ସମର୍ଥନ ଦାବି କଲେ ରୀତବ୍ରତ ବାନାର୍ଜୀ

June 3, 2026

କମ୍ପାନୀଗୁଡ଼ିକର ଲମ୍ବା ଧାଡ଼ି: ଆକାଶଛୁଆଁ ହେଲା ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ରାଣ୍ଡ ମୂଲ୍ୟ

June 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.