Author: SM Network

ଭୁବନେଶ୍ଵର: ପାଖେଇ ଆସୁଛି ନୂଆପଡ଼ା ଉପନିର୍ବାଚନ। ବିଜୟ ହାସଲ ଲକ୍ଷ୍ୟରେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ନିଜନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଲାଗି ପଡ଼ିଛନ୍ତି। ଏହି ଧାରାରେ ସରକାରରେ ଥିବା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ତଥା ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ଜୟ ଢୋଲକିଆ ଆଜି କୋମନା ବ୍ଲକ୍ ଅନ୍ତର୍ଗତ 3 ନମ୍ୱର ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ପ୍ରଚାର କରିଛନ୍ତି। ସେଠାରେ ସେ ବୟସ୍କ ନାଗରିକଙ୍କ ସହ ଭାବବିନିୟମ କରି ତାଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଛନ୍ତି। ତାଙ୍କ ପାଇଁ ପ୍ରଚାରରେ ସାମିଲ୍ ହୋଇଛନ୍ତି ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ୍। ସେ କହିଛନ୍ତି, ଜୟ ଢୋଲକିଆଙ୍କ ବିଜୟ ସୁନିଶ୍ଚିତ। ସେପଟେ ପ୍ରମୁଖ ବିରୋଧୀ ଦଳ ବିଜେଡି ମଧ୍ୟ ପ୍ରଚାରରେ ଲାଗିପଡିଛି। ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ମା ସୁନାଦେଇଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ସୁନାବେଡ଼ା ଅଭୟାରଣ୍ୟରେ ସ୍ଥାନୀୟ ଆଦିମ ଜନଜାତି ବର୍ଗର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ମୁମ୍ବାଇଠାରେ ଇଣ୍ଡିଆ ମେରିଟାଇମ୍ ୱିକ୍‌ ବା ଭାରତ ସାମୁଦ୍ରିକ ସପ୍ତାହ 2025 କାର୍ଯ୍ୟକ୍ରମ ଅନ୍ତର୍ଗତ ମେରିଟାଇମ୍ ଲିଡର୍ସ କନକ୍ଲେଭ (ସାମୁଦ୍ରିକ ନେତୃବର୍ଗଙ୍କ ସମ୍ମିଳନୀ)କୁ ସମ୍ବୋଧିତ କରିଛନ୍ତି । ସେ ମଧ୍ୟ ବିଶ୍ୱ ସାମୁଦ୍ରିକ କ୍ଷେତ୍ରର ବରିଷ୍ଠ ପଦାଧିକାରୀଙ୍କୁ ନେଇ ଆୟୋଜିତ ମଞ୍ଚ ଗ୍ଲୋବାଲ୍ ମେରିଟାଇମ୍ ସିଇଓ ଫୋରମର ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗ୍ଲୋବାଲ୍ ମେରିଟାଇମ୍ ଲିଡର୍ସ କନକ୍ଲେଭରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ। ସେ କହିଥିଲେ, ଏହି କାର୍ଯ୍ୟକ୍ରମ 2016ରେ ମୁମ୍ବାଇରେ ଆରମ୍ଭ ହୋଇଥିଲା। ଏହା ବର୍ତ୍ତମାନ ଏକ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀରେ ପରିଣତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। 85ରୁ ଅଧିକ ଦେଶର ଅଂଶଗ୍ରହଣ ଏକ ଦୃଢ଼ ବାର୍ତ୍ତା ଦେଉଛି ବୋଲି ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ।  ସେ କାର୍ଯ୍ୟକ୍ରମରେ ଏକତ୍ରିତ ହୋଇଥିବା ପ୍ରମୁଖ ଜାହାଜ କମ୍ପାନୀ, ଷ୍ଟାର୍ଟଅପ୍, ନୀତି ନିର୍ଦ୍ଧାରକ ଏବଂ ନବସୃଜନକାରୀଙ୍କ ସିଇଓଙ୍କ ଉପସ୍ଥିତି…

Read More

ଭୁବନେଶ୍ଵର: କଳିଙ୍ଗ ଷ୍ଟାଡିୟମ୍ଠାରେ ଆୟୋଜିତ ରାଜ୍ୟସ୍ତରୀୟ କିଶୋର-କିଶୋରୀ ସମାବେଶରେ ଯୋଗ ଦେଇଥିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। କିଶୋରୀମାନଙ୍କ ସଶକ୍ତିକରଣ ଓ ଦକ୍ଷତା ବିକାଶ ଲକ୍ଷ୍ୟରେ “ଅଦ୍ୱିକା” ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ୧୦ରୁ ୧୪ ଏବଂ ୧୫ରୁ ୧୯ ଦୁଇଟି ବୟସ ବର୍ଗରେ ନୃତ୍ୟ, ଗୀତ, ପେଣ୍ଟିଂ ଏବଂ ଷ୍ଟୋରୀ ଟେଲିଂ ଆଦି ପ୍ରତିଯୋଗିତାର ଆୟୋଜନ ହୋଇଥିଲା। ଏଥିରେ ସଫଳ ହୋଇଥିବା ୨୪ ଜଣ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ। ଏହି ଅବସରରେ କିଶୋରୀମାନଙ୍କ ମନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆସୁଥିବା ପ୍ରଶ୍ନଗୁଡ଼ିକ କଥୋପକଥନ କରିବା ସହିତ ସେମାନଙ୍କୁ ସୁନ୍ଦର ଭବିଷ୍ୟତ ଗଢ଼ିବାରେ ପ୍ରେରଣା ଦେବାକୁ ଶ୍ରୀମତି ପରିଡ଼ା କହିଛନ୍ତି।

Read More

ମେଷ:– ଆଜି ଗଣ୍ଡଗୋଳଠାରୁ ଦୂରରେ ରହିବା ଉଚିତ୍। ପରିସ୍ଥିତି ଅନୁଯାୟୀ କାର୍ଯ୍ୟ କରନ୍ତୁ। ବ୍ୟବସାୟ ଏବଂ ଚାକିରିରେ ସବୁକିଛି ଆପଣଙ୍କ ଅନୁଯାୟୀ ହେବ। ତୃତୀୟ ବ୍ୟକ୍ତିଙ୍କ ଆଗମନ ପୂର୍ବରୁ ପ୍ରେମ ସମ୍ପର୍କ ନଷ୍ଟ ହୋଇଯିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଜମି କିମ୍ବା ଘର କିଣିବାର ସମ୍ଭାବନା ରହିଛି। ବୃଷ:– ଆଜି ବେଶୀ ଧର୍ଯ୍ୟର ସହିତ କାମ କରିବା ଉଚିତ୍। ସାଙ୍ଗମାନଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ। ଅଜାଣତରେ, କିଛି ବଡ ଭୁଲ ହେତୁ ଆପଣ ବିଚଳିତ ହେବେ। ବର୍ତ୍ତମାନ ଚାକିରିରେ ଉତ୍ସର୍ଗୀକୃତ ଅନୁଭବ ଆପଣଙ୍କ ପାଇଁ ଲାଭଦାୟକ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାହାରେ ଖାଦ୍ୟ ଖାଆନ୍ତୁ ନାହିଁ। ସଂପର୍କରେ ଆସିଥିବା ସମସ୍ୟା ଦୂର ହୋଇଯାଉଛି। ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ। ମିଥୁନ: – ଆଜି ଆପଣ ଏକ ଯାତ୍ରା କରିବାକୁ ଯୋଜନା କରିବେ। ଏହା ପରିବାରରେ ସୁଖର ଆଣି ଦେବ । ଅଫିସରେ ଆପଣଙ୍କର କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବେ। କିନ୍ତୁ ବ୍ୟବସାୟରେ ପ୍ରତାରିତ ହେବେ।…

Read More

ଭୁବନେଶ୍ୱର: ବିଶିଷ୍ଟ ବୈଜ୍ଞାନିକମାନଙ୍କୁ ନେଇ ବିବିଧ ପ୍ରସଙ୍ଗରେ ଆୟୋଜିତ ଶିକ୍ଷା ଓ ଅନୁସନ୍ଧାନ ପାକ୍ଷିକ ଶୈକ୍ଷିକ ବକ୍ତୃତାମାଳା ସୋଆ ଫର୍ଟନାଇଟଲି ଏକାଡେମିକ ଲେକ୍‌ଚର ସିରିଜ (ସୋଫଲ୍‌)ର ଚତୁର୍ଥ ସଂସ୍କରଣ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ବୁଧବାର ଉନ୍ମୋଚିତ ହୋଇଯାଇଛି। ସୋଫଲମାଳାର ସଦ୍ୟତମ ସଂକଳନ ୨୫ ଜଣ ବିଶିଷ୍ଟ ଭାରତୀୟ ମହିଳା ବୈଜ୍ଞାନିକମାନଙ୍କୁ ନେଇ ଆଧାରିତ ହୋଇଥିôବା ବେଳେ ପ୍ରଫେସର ରୋହିଣୀ ଗୋଡ୍‌ବୋଲେ ଏବଂ ପ୍ରଫେସର ରାମ ରାମସ୍ୱାମୀଙ୍କ ଦ୍ୱାରା ସମ୍ପାଦିତ ପୁସ୍ତକ ‘ଲୀଳାବତିସ୍ ଡଟରସ’ରେ ସେମାନଙ୍କ ସମ୍ପର୍କରେ ବ୍ୟାଖ୍ୟା କରାଯାଇଛି। ଏହି ସଂସ୍କରଣରେ ପ୍ରଫେସର ରାମସ୍ୱାମୀଙ୍କ ଦ୍ୱାରା ରୋହିଣୀ ଗୋଡବୋଲେ ସ୍ମାରକୀ ବକ୍ତୃତା ମଧ୍ୟ ସ୍ଥାନୀତ କରାଯାଇଛି। ଏହି ବକ୍ତୃତାଗୁଡ଼ିକ ଡିଜିଟାଲ୍ ମାଧ୍ୟମରେ ପରିଚାଳନା କରାଯାଇଥିଲା। ଓଡ଼ିଶାର ୩ଜଣ ମହିଳା ବୈଜ୍ଞାନିକ ପ୍ରଫେସର ଶୀଖା ବର୍ମା, ପ୍ରଫେସର ପିୟମ୍ବଦା ମହାନ୍ତି ହେଜମାଦି ଏବଂ ପ୍ରଫେସର ପୁଷ୍ପା ଖାରେଙ୍କ ସମ୍ପର୍କରେ ଏହି ନୂତନ ସଂସ୍କରଣରେ ସାମିଲ କରାଯାଇଥିବା…

Read More

ଭୁବନେଶ୍ୱର: ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ରାଉରକେଲା ସହର ଏବଂ ଭୁବନେଶ୍ୱର ରୁ ରାଉରକେଲା ରାଜପଥ ପାଇଁ ପ୍ରକାଶିତ ସଦ୍ୟତମ ସ୍ୱାଧୀନ ଡ୍ରାଇଭ୍ ଟେଷ୍ଟ (ଆଇଡ଼ିଟି) ଫଳାଫଳ ଅନୁଯାୟୀ, ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ସର୍ବାଧିକ ଡାଉନଲୋଡ୍ ସ୍ପିଡ୍ ସହିତ ଶୀର୍ଷରେ ରହିଛି। ଟ୍ରାଇର ନିୟମିତ ସେବା ଗୁଣବତ୍ତା (କ୍ୟୁଓଏସ) ଅଡିଟ୍ ର ଏକ ଅଂଶ ଭାବରେ, ଓଡ଼ିଶା ସେବା କ୍ଷେତ୍ର (ଏଲଏସଏ) ଅଧୀନରେ ୧୯ ଅଗଷ୍ଟ ରୁ ୨୨ ଅଗଷ୍ଟ ୨୦୨୫ ମଧ୍ୟରେ, ରାଉରକେଲା ସହର ଏବଂ ଭୁବନେଶ୍ୱରରୁ ରାଉରକେଲା ରାଜପଥରେ କରାଯାଇଥିବା ସ୍ୱାଧୀନ ଡ୍ରାଇଭ୍ ଟେଷ୍ଟରେ ୩୫୫ କିଲୋମିଟର ରାଉରକେଲା ସହର ଡ୍ରାଇଭ୍ ଟେଷ୍ଟ, ୩୩୧.୪ କିଲୋମିଟର ଭୁବନେଶ୍ୱର ରୁ ରାଉରକେଲା ରାଜପଥ, ୩.୬ କିଲୋମିଟର ପାଦଚଲା ପରୀକ୍ଷଣ ଏବଂ ୮ଟି ହଟସ୍ପଟ୍ ସ୍ଥାନରେ ପରୀକ୍ଷଣ ସାମିଲ ରହିଥିଲା। ରାଉରକେଲା ସହର ଏବଂ ଭୁବନେଶ୍ୱର-ରାଉରକେଲା ରାଜପଥରେ ଟ୍ରାଇ ଦ୍ୱାରା କରାଯାଇଥିବା…

Read More

ଭୁବନେଶ୍ୱର: ପ୍ରଶିକ୍ଷଣପୂର୍ବ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ସୁସ୍ଥତାକୁ ଅନ୍ତର୍ଭୁକ୍ତ କରିବା ପାଇଁ ୟୁନେସ୍କୋର ଦକ୍ଷିଣ ଏସୀୟ ଆଞ୍ଚଳିକ କାର୍ଯ୍ୟାଳୟ ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍.ଆଇ.ଇ), ଭୁବନେଶ୍ୱରର ସହଯୋଗରେ ତିନିଦିନିଆ କର୍ମଶାଳା ଆଜିଠାରୁ ଆରମ୍ଭ ହୋଇଛି। ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କର୍ମଶାଳାରେ ରାଜ୍ୟର ୧୪ଟି ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରତିନିଧିମାନେ ଓ ଅନ୍ୟ ରାଜ୍ୟରୁ ଆସିଥିବା ଶିକ୍ଷା ବିଶାରଦ, ପାଠ୍ୟଖସଡ଼ା ବିଶେଷଜ୍ଞମାନେ ଯୋଗଦେଇଛନ୍ତି। ଆର୍.ଆଇ.ଇ ଭୁବନେଶ୍ୱରର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ କର୍ମଶାଳାର ଉଦ୍ଘାଟନ କରି ୟୁନେସ୍କୋର ନିରବଚ୍ଛିନ୍ନ ସହଯୋଗକୁ ସ୍ୱାଗତ କରିଛନ୍ତି। ସେ କହିଥିଲେ, “ଶିକ୍ଷକମାନଙ୍କୁ ସ୍ୱସ୍ଥ, ସମାନତାମୂଳକ ଓ ସୁରକ୍ଷିତ ଶିକ୍ଷା ପରିବେଶ ସୃଷ୍ଟିରେ ଦକ୍ଷ କରିବା ଏହି ପଦକ୍ଷେପର ପ୍ରାଧାନ୍ୟ ଲକ୍ଷ୍ୟ।” ୟୁନେସ୍କୋର ଜାତୀୟ କାର୍ଯ୍ୟକ୍ରମ ଅଧିକାରୀ (ଶିକ୍ଷା) ସରିତା ଯାଦବ କହିଛନ୍ତି ଯେ, ସ୍ୱାସ୍ଥ୍ୟ ଓ ଜନକଲ୍ୟାଣ ବର୍ତ୍ତମାନ ଗୁଣାତ୍ମକ ଶିକ୍ଷା ପାଇଁ ବାଧ୍ୟତାମୂଳକ ଅଂଶ। ୟୁନେସ୍କୋ ଓ…

Read More

ନୂଆଦିଲ୍ଲୀ: ଭାରତର ଶକ୍ତି କ୍ଷେତ୍ର ଦୁଇଟି ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି, ଯାହା ଏକ ସ୍ୱଚ୍ଛ, ସୁରକ୍ଷିତ ଏବଂ ଆତ୍ମନିର୍ଭରଶୀଳ ଭବିଷ୍ୟତ ଦିଗରେ ଦେଶର ନିରନ୍ତର ପ୍ରଗତିକୁ ଦର୍ଶାଉଛି। ୩୦ ସେପ୍ଟେମ୍ବର ୨୦୨୫ ସୁଦ୍ଧା, ଦେଶର ମୋଟ ସ୍ଥାପିତ ବିଦ୍ୟୁତ କ୍ଷମତା ୫୦୦ ଗିଗାୱାଟ ଅତିକ୍ରମ କରି ୫୦୦.୮୯ ଗିଗାୱାଟରେ ପହଞ୍ଚିଛି। ଏହି ସଫଳତା ଶକ୍ତି କ୍ଷେତ୍ରରେ ବର୍ଷ ବର୍ଷ ଧରି ସୁଦୃଢ଼ ନୀତିଗତ ସମର୍ଥନ, ନିବେଶ ଏବଂ ଦଳଗତ କାର୍ଯ୍ୟର ପ୍ରତିଫଳନ। ଭାରତର ଶକ୍ତି ସାମର୍ଥ୍ୟର ରେକର୍ଡ ଅଣ-ଜୀବାଶ୍ମ ଇନ୍ଧନ ଉତ୍ସ (ଅକ୍ଷୟ ଶକ୍ତି, ଜଳବିଦ୍ୟୁତ ଏବଂ ଆଣବିକ): ୨୫୬.୦୯ ଗିଗାୱାଟ-ମୋଟ ଶକ୍ତିର ୫୧ ପ୍ରତିଶତରୁ ଅଧିକ। ଜୀବାଶ୍ମ-ଇନ୍ଧନ-ଆଧାରିତ ଉତ୍ସ : ୨୪୪.୮୦ ଗିଗାୱାଟ -ମୋଟ ଶକ୍ତିର ପ୍ରାୟ ୪୯ ପ୍ରତିଶତ ଅକ୍ଷୟ ଶକ୍ତି ମଧ୍ୟରେ ସୌର ଶକ୍ତି – ୧୨୭.୩୩ ଗିଗାୱାଟ ପବନ ଶକ୍ତି-୫୩.୧୨ ଗିଗାୱାଟ ୨୦୨୫-୨୬ ଆର୍ଥିକ ବର୍ଷ (ଏପ୍ରିଲ-ସେପ୍ଟେମ୍ବର ୨୦୨୬) ମଧ୍ୟରେ ଭାରତ ୨୮ ଗିଗାୱାଟ…

Read More

ଭୁବନେଶ୍ୱର: ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ହୋଇଛି ‘ବ୍ରେନ୍‌ ଷ୍ଟ୍ରୋକ୍’ ବା ‘ମସ୍ତିଷ୍କାଘାତ’। ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ୍‌ ସର୍ବାଧିକ ମୃତ୍ୟୁର କାରଣ ପାଲଟିଛି। ତା’ଛଡ଼ା ଏହା ଯୋଗୁଁ ସୃଷ୍ଟି ହେଉଥିବା ଗୁରୁତର ଶାରୀରିକ ଓ ମାନସିକ ଅକ୍ଷମତା ଅନେକ ରୋଗୀଙ୍କ ଜୀବନକୁ ଜଟିଳ କରିଦେଉଛି। ତେଣୁ, ଏ କ୍ଷେତ୍ରରେ ବ୍ୟାପକ ସଚେତନତା ସୃଷ୍ଟି ଲାଗି ଅକ୍ଟୋବର ୨୯ ତାରିଖକୁ ବିଶ୍ୱ ଷ୍ଟ୍ରୋକ୍ ଦିବସ ଭାବେ ପାଳନ କରାଯାଉଛି। ‘ୱାର୍ଲ୍ଡ ଷ୍ଟ୍ରୋକ୍ ଅର୍ଗାନାଇଜେସନ’ର ସୂଚନା ଅନୁଯାୟୀ ପ୍ରତିବର୍ଷ ପୃଥିବୀରେ ୭୦ ଲକ୍ଷରୁ ଅଧିକ ଲୋକ ବ୍ରେନ ଷ୍ଟ୍ରୋକରେ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ସେହିପରି ଲକ୍ଷ ଲକ୍ଷ ରୋଗୀ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ଜଟିଳତାର ଶିକାର ହେବା ଫଳରେ ପାରିବାରିକ ସ୍ତରରେ ଆର୍ଥିକ ସମସ୍ୟା ସହିତ ଜାତୀୟ ଅର୍ଥନୀତି ମଧ୍ୟ ପ୍ରଭାବିତ ହେଉଛି। ବ୍ରେନ୍‌ ଷ୍ଟ୍ରୋକ୍ କେବଳ ବୃଦ୍ଧା ଅବସ୍ଥାର ରୋଗ ନହୋଇ ଆଜି…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ସହରର ୨ ଟି ଦୋକାନରୁ ରାତିରେ ମୋବାଇଲ ଚୋରି ଅଭିଯୋଗରେ ରେଢ଼ାଖୋଲ ଥାନା ରଥସାହିର ରାମ ଚନ୍ଦ୍ର ବନ୍ଦ୍ରଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ରେଢ଼ାଖୋଲ ହରିଜନପଡ଼ାର ହିମାଂଶୁ ନାଗ ଓ ମନମୋହନ ବେହେରା ରେଢ଼ାଖୋଲ ସହରରେ ମୋବାଇଲ ଦୋକାନ ଦେଇଛନ୍ତି। ଗତ ଏପ୍ରିଲ ମାସ ୩୦ ତାରିଖରେ ଏବଂ ସେପ୍ଟେମ୍ବର ମାସ ୭ତାରିଖରେ ଦୋକାନ ଘରର ଆଜବେଷ୍ଟର ଓ ସ୍କାଇଲାଇଟ ଭାଙ୍ଗି ଅଭିଯୁକ୍ତ ରାମ ଚନ୍ଦ୍ର ବନ୍ଦ୍ର ମଧ୍ୟ ରାତିରେ ଚୋରି କରି ଫେରାର ହୋଇ ଯାଇଥିଲା। ହିମାଂଶୁ ନାଗ ଙ୍କ ଗତ ମଇ ମାସ ୧ତାରିଖରେ ଓ ମନ ମୋହନ ବେହେରା ସେପ୍ଟେମ୍ବର ମାସ ୭ତାରିଖରେ ରେଢ଼ାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ରେଢ଼ାଖୋଲ ପୋଲିସ ଫୋନ୍ ଟ୍ରାକିଙ୍ଗ କରି ଅଭିଯୁକ୍ତକୁ ନିଜ ଘରୁ ଗିରଫ କରିଥିଲା। ତା ନିକଟରୁ ୨୧ଟି ମୋବାଇଲ…

Read More

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ରେଳବାଇ ଅନ୍ତର୍ଗତ ଖଡ଼ଗପୁର ମଣ୍ଡଳର ଶାଲିମାର ଷ୍ଟେସନରେ ୟାର୍ଡ ପୁନଃମଡେଲିଂ କାର୍ଯ୍ୟ ହେତୁ, ନିମ୍ନଲିଖିତ ତାରିଖ ଅନୁଯାୟୀ ଟ୍ରେନଗୁଡ଼ିକର ଚଳାଚଳରେ ପରିବର୍ତ୍ତନ କରାଯିବ। ଟ୍ରେନଗୁଡିକ ବାତିଲ: ୧. ତା. ୧୧.୧୧.୨୦୨୫ ଓ ୧୮.୧୧.୨୦୨୫ରେ ଶାଲିମାରରୁ ଛାଡୁଥିବା ଟ୍ରେନ ନ. ୨୨୮୫୩ ଶାଲିମାର-ବିଶାଖାପାଟଣା ଏକ୍ସପ୍ରେସ। ୨.ତା. ୧୨.୧୧.୨୦୨୫ ଓ ୧୯.୧୧.୨୦୨୫ରେ ବିଶାଖାପାଟଣାରୁ ଛାଡୁଥିବା ଟ୍ରେନ ନ. ୨୨୮୫୪ ବିଶାଖାପାଟଣା-ଶାଲିମାର ଏକ୍ସପ୍ରେସ। ୩. ତା. ୧୦.୧୧.୨୦୨୫, ୧୨.୧୧.୨୦୨୫, ୧୭.୧୧.୨୦୨୫ ଓ ୧୯.୧୧.୨୦୨୫ରେ ପୁରୀରୁ ଛାଡୁଥିବା ଟ୍ରେନ ନ. ୧୨୮୮୨ ପୁରୀ-ଶାଲିମାର ଏକ୍ସପ୍ରେସ ୪. ତା. ୧୧.୧୧.୨୦୨୫, ୧୩.୧୧.୨୦୨୫, ୧୮.୧୧.୨୦୨୫ ଓ ୨୦.୧୧.୨୦୨୫ରେ ଶାଲିମାରରୁ ଛାଡୁଥିବା ଟ୍ରେନ ନ. ୧୨୮୮୧ ଶାଲିମାର-ପୁରୀ ଏକ୍ସପ୍ରେସ ୫. ତା. ୧୦.୧୧.୨୦୨୫ ଓ ୧୭.୧୧.୨୦୨୫ ରେ ଶାଲିମାରରୁ ଛାଡୁଥିବା ଟ୍ରେନ ନ. ୦୨୮୪୧ ଶାଲିମାର-ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ୍ ସ୍ପେଶାଲ୍ ୬. ତା. ୧୨.୧୧.୨୦୨୫ ଓ ୧୯.୧୧.୨୦୨୫ ରେ ଚେନ୍ନାଇ ସେଣ୍ଟ୍ରାଲ୍ରୁ ଛାଡୁଥିବା ଟ୍ରେନ ନ. ୦୨୮୪୨…

Read More

ନୂଆଦିଲ୍ଲୀ: ଦେଶର ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ସରକାର ଅନେକ ଯୋଜନା ଚଳାନ୍ତି। ପ୍ରମୁଖ ଯୋଜନା ମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ଯାହା ଗରିବ ପରିବାରକୁ ସମ୍ପୂର୍ଣ୍ଣ ମାଗଣା ଏଲପିଜି ଗ୍ୟାସ ସଂଯୋଗ ପ୍ରଦାନ କରେ। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଦେଶର ପ୍ରତ୍ୟେକ ଘରକୁ ଗ୍ୟାସ ସଂଯୋଗ ଯୋଗାଇବା ଏବଂ ମହିଳାଙ୍କୁ ଧୂଆଁ ଜନିତ ରୋଗରୁ ରକ୍ଷା କରିବା ଲକ୍ଷ୍ୟ ରଖିଛି। ଉଜ୍ଜ୍ୱଳା ଯୋଜନା ୨୦୧୬ ରେ ଆରମ୍ଭ ହୋଇଥିଲା। ଏହି ଯୋଜନା ମାଧ୍ୟମରେ, ସରକାର ଲକ୍ଷ ଲକ୍ଷ ପରିବାରକୁ ଏଲପିଜି ଗ୍ୟାସ ଯୋଗାଇ ଦେଇଛନ୍ତି। ପୂର୍ବରୁ କାଠ ଚୁଲିରେ ରୋଷେଇ କରୁଥିବା ମହିଳାମାନେ କେବଳ ଏହି ସମସ୍ୟାରୁ ମୁକ୍ତି ପାଇନାହାଁନ୍ତି ବରଂ ପରିବେଶ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛନ୍ତି। ବର୍ତ୍ତମାନ, ସରକାର ଏହି ଯୋଜନା ଅଧୀନରେ ମାଗଣା ଗ୍ୟାସ ସିଲିଣ୍ଡରର ସୁବିଧା ପୁନଃସ୍ଥାପିତ କରୁଛନ୍ତି। କେବଳ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର କିମ୍ବା…

Read More

ଭୁବନେଶ୍ୱର: ସତର୍କତା ସଚେତନତା ସପ୍ତାହ – ୨୦୨୫ ପାଳନର ଏକ ଅଂଶ ସ୍ୱରୂପ, ପୂର୍ବତଟ ରେଳପଥର ସତର୍କତା ବିଭାଗ ରେଳବାଇ କାର୍ଯ୍ୟରେ ଅଖଣ୍ଡତା, ସ୍ୱଚ୍ଛତା ଏବଂ ସାମୂହିକ ଦାୟିତ୍ୱର ଗୁରୁତ୍ୱକୁ ସୁଦୃଢ଼ କରିବା ପାଇଁ ଏକ ହିତାଧିକାରୀଙ୍କ ବୈଠକ ଆୟୋଜନ କରିଥିଲା। ଏହି ଅଧିବେଶନରେ ପୂର୍ବତଟ ରେଳପଥର ଏସଡିଜିଏମ ଏବଂ ମୁଖ୍ୟ ସତର୍କତା ଅଧିକାରୀ ଏ କେ ଚତୁର୍ବେଦୀ ଅଧ୍ୟକ୍ଷତା କରିଥିଲେ, ଯିଏ ଆଲୋକପାତ କରିଥିଲେ ଯେ ସତର୍କତା କୌଣସି ଏକ ବ୍ୟକ୍ତି କିମ୍ବା ସଂସ୍ଥାର ଦାୟିତ୍ୱ ନୁହେଁ, ବରଂ ଏକ ଦୁର୍ନୀତିମୁକ୍ତ ରାଷ୍ଟ୍ର ଗଠନ ପାଇଁ ସମସ୍ତ ନାଗରିକଙ୍କର ସାମୂହିକ କର୍ତ୍ତବ୍ୟ । ସେ ସମସ୍ତ ଅଂଶୀଦାରମାନଙ୍କୁ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ପାଇଁ ସଚ୍ଚୋଟତା ଏବଂ ଉତ୍ତରଦାୟିତ୍ୱ ସହିତ କାମ କରିବାକୁ ଆହ୍ୱାନ କରିଥିଲେ। ଭିଜିଲାନ୍ସ ଦଳ ଅଭିଯୋଗ ପରିଚାଳନା ପ୍ରଣାଳୀ ଏବଂ ଜନସ୍ୱାର୍ଥ ପ୍ରକାଶନ ଏବଂ ସୂଚନାଦାତାଙ୍କ ସୁରକ୍ଷା (PIDPI) ସଂକଳ୍ପର ବ୍ୟବସ୍ଥା ଉପରେ…

Read More

ନୂଆଦିଲ୍ଲୀ: କେନବେରାରେ ବର୍ଷା କ୍ରିକେଟ୍ ପ୍ରେମୀଙ୍କ ହୃଦୟ ଭାଙ୍ଗି ଦେଇଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ରଦ୍ଦ ହୋଇଛି। ବର୍ଷା ଯୋଗୁଁ ମାତ୍ର ୫୮ ବଲ୍ ଖେଳାଯାଇଥିଲା। ଟିମ୍ ଇଣ୍ଡିଆ ଗୋଟିଏ ୱିକେଟ୍ ହରାଇ ୯୭ ରନ୍ କରିଥିଲା। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମନ ଗିଲ୍ ଚୌକା ଏବଂ ଛକା ମାରିଥିଲେ, କିନ୍ତୁ ୧୦ମ ଓଭରରେ ବର୍ଷା ଆରମ୍ଭ ହୋଇଯାଇଥିଲା। ବର୍ଷା କମିବା ପାଇଁ ଅପେକ୍ଷା କରିବା ସତ୍ତ୍ୱେ ମ୍ୟାଚ୍ କୁ ରଦ୍ଧ ଘୋଷଣା କରାଯାଇଥିଲା। କେନବେରା ଟି-୨୦ ମ୍ୟାଚ୍ ରେ ପୂର୍ବରୁ ବର୍ଷା ଆଶା କରାଯାଉଥିଲା। ଯଦିଓ ମ୍ୟାଚ୍ ଠିକ୍ ସମୟରେ ଆରମ୍ଭ ହୋଇଥିଲା, ଷଷ୍ଠ ଓଭରରେ ବର୍ଷା ଆସିଲା, ପ୍ରାୟ ଅଧ ଘଣ୍ଟା ପାଇଁ ଖେଳ ବନ୍ଦ କରିଦିଆଗଲା। ତା’ପରେ ମ୍ୟାଚ୍ ୧୮ ଓଭରକୁ ହ୍ରାସ କରାଯାଇଥିଲା। ବର୍ଷା ପରେ ମ୍ୟାଚ୍ ପୁଣି ଥରେ ଆରମ୍ଭ ହେବା ପରେ, ସୂର୍ଯ୍ୟ ଏବଂ ଗିଲ୍…

Read More

ଭୁବନେଶ୍ୱର: ଉତ୍କଳ ହସ୍ପିଟାଲ, ଭୁବନେଶ୍ୱର ସହଯୋଗରେ ପୂର୍ବତଟ ରେଳପଥ ଦ୍ୱାରା ସ୍ତନ କର୍କଟ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଭୁବନେଶ୍ୱରର ଉତ୍କଳ ହସ୍ପିଟାଲର ରେଡିଏସନ୍ ଅଙ୍କୋଲୋଜିଷ୍ଟ ଡକ୍ଟର ସଞ୍ଜିବ କୁମାର ମିଶ୍ର ସ୍ତନ କର୍କଟ ଉପରେ ଏକ ଅତିଥି ବକ୍ତୃତା ପ୍ରଦାନ କରିଥିଲେ। ଏହି ଅଧିବେଶନରେ ଉଚ୍ଚ-ବିପଦପୂର୍ଣ୍ଣ ଗୋଷ୍ଠୀ, ମହାମାରୀ ବିଜ୍ଞାନ, ଲକ୍ଷଣ ଏବଂ ସ୍ତନର ଆତ୍ମ-ପରୀକ୍ଷା, ମାମୋଗ୍ରାଫି, ଅଲ୍ଟ୍ରାସାଉଣ୍ଡ, ଏଆଇ-ନିର୍ଦ୍ଦେଶିତ ଥର୍ମାଲ୍ ସ୍କାନ, ଏଫଏନଏସି ଏବଂ ବାୟୋପସି ସମେତ ବିଭିନ୍ନ ରୋଗ ନିର୍ଣ୍ଣୟ କୌଶଳ ଭଳି ପ୍ରମୁଖ ଦିଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା। ଡକ୍ଟର ମିଶ୍ର ଉନ୍ନତ ପୂର୍ବାନୁମାନ ପାଇଁ ଜୀବନଶୈଳୀ ପରିବର୍ତ୍ତନ, ପ୍ରାରମ୍ଭିକ ଚିହ୍ନଟ ଏବଂ ସମୟୋଚିତ ଚିକିତ୍ସାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ଅଧିବେଶନ ପରେ ଅଂଶଗ୍ରହଣକାରୀମାନଙ୍କ ସହିତ ଏକ ପାରସ୍ପରିକ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ, ପ୍ରମୁଖ ମୁଖ୍ୟ ଚିକିତ୍ସା ନିର୍ଦ୍ଦେଶକ, କେନ୍ଦ୍ରୀୟ ହସ୍ପିଟାଲ/ଭୁବନେଶ୍ୱରର ଚିକିତ୍ସା ନିର୍ଦ୍ଦେଶକ,…

Read More

ନୂଆଦିଲ୍ଲୀ: ICC ରାଙ୍କିଙ୍ଗରେ ଅପଡେଟ୍ ହୋଇଛି। ଯେଉଁଥିରେ ରୋହିତ ଶର୍ମା ବିଶ୍ୱର ନମ୍ବର-୧ ଏକଦିବସୀୟ ବ୍ୟାଟସମ୍ୟାନ୍ ହୋଇଛନ୍ତି। ପୂର୍ବରୁ ଶୁଭମନ ଗିଲ୍ ଏହି ସ୍ଥାନ ଅଧିକାର କରିଥିଲେ। କିନ୍ତୁ ସେ ଏବେ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିଲେ, ଦ୍ୱିତୀୟ ODIରେ ଅର୍ଦ୍ଧଶତକ (୭୩) ଏବଂ ତୃତୀୟରେ ଅପରାଜିତ ୧୨୧ ରନ କରିଥିଲେ। ତାଙ୍କୁ ତୃତୀୟ ମ୍ୟାଚର ଶ୍ରେଷ୍ଠ ଖେଳାଳି ଏବଂ ସିରିଜର ଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ କରାଯାଇଥିଲା। ICC ରାଙ୍କିଙ୍ଗ ଅନୁଯାୟୀ, ରୋହିତଙ୍କ ୭୮୧ ରେଟିଂ ପଏଣ୍ଟ ଅଛି, ଯେତେବେଳେ ଶୁଭମନ ଗିଲ୍ ୭୪୫ ପଏଣ୍ଟ ସହିତ ତୃତୀୟ ସ୍ଥାନକୁ ଖସିଛନ୍ତି। ଆଫଗାନିସ୍ତାନର ଇବ୍ରାହିମ୍ ଜାଦ୍ରନ୍ ୭୬୪ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ବିରାଟ କୋହଲି ରୋହିତ ଶର୍ମାଙ୍କ ସହିତ ଅପରାଜିତ ୧୬୮ ରନର ଭାଗୀଦାରି କରି ଭାରତକୁ ୯ ୱିକେଟ…

Read More

ନୂଆଦିଲ୍ଲୀ: ତାମିଲନାଡୁରେ ଏକ ବଡ଼ ନିଯୁକ୍ତି ଠକେଇର ପର୍ଦ୍ଦାଫାସ ହୋଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରାଜ୍ୟ ପୋଲିସକୁ ଏକ ବିସ୍ତୃତ ରିପୋର୍ଟ ପଠାଇଛି, ଯେଉଁଥିରେ ପୌର ପ୍ରଶାସନ ଏବଂ ଜଳ ଯୋଗାଣ ବିଭାଗ (MAWS)ରେ ୨,୫୩୮ ପଦବୀ ପାଇଁ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରାଯାଇଛି। ସଂସ୍ଥା ଅନୁଯାୟୀ, ଏହି ପଦବୀ ପାଇଁ ପ୍ରତ୍ୟେକ ପ୍ରାର୍ଥୀଙ୍କଠାରୁ ୨୫ ରୁ ୩୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ନିଆଯାଇଛି। ଟ୍ରୁ ଭାଲ୍ୟୁ ହୋମ୍ସ (TVH) ନାମକ ଏକ କମ୍ପାନୀ ସହିତ ଜଡିତ ମନି ଲଣ୍ଡରିଂ ତଦନ୍ତ ସମୟରେ ED ଏହା ପର୍ଦ୍ଦାଫାସ କରିଛି। ଏହି କମ୍ପାନୀ ରାଜ୍ୟ MAWS ମନ୍ତ୍ରୀ କେ.ଏନ୍. ନେହେରୁଙ୍କ ଭାଇ ଏନ. ରବିଚନ୍ଦ୍ରନଙ୍କ ସହ ଜଡିତ ବୋଲି ଅଭିଯୋଗ ହୋଇଛି। ED କହିଛି ଯେ, ଏହି ନିଯୁକ୍ତି ଅଗଷ୍ଟ ୨୦୨୫ ରେ ହୋଇଥିଲା ଏବଂ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ନିଜେ ଅଗଷ୍ଟ ୬ ତାରିଖରେ ନିଯୁକ୍ତି ପତ୍ର…

Read More

ଭୁବନେଶ୍ବର: ଓଡିଶାରେ ବାତ୍ୟା ‘ମୋନ୍ଥା’ ବିଶେଷ କିଛି ପ୍ରଭାବ ପକାଇନାହିଁ। ତଥାପି ଏହାର ପ୍ରଭାବରେ ଓଡ଼ିଶାର କିଛି ଅଞ୍ଚଳ ପ୍ରଭାବିତ ହୋଇଛି। ଏହା ଉପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, “ବାତ୍ୟା ‘ମୋନ୍ଥା’ ର ପ୍ରଭାବରେ ରାଜ୍ୟର ୩୩ ବ୍ଲକ, ୧୧ ସହରାଞ୍ଚଳ ପ୍ରଭାବିତ ହୋଇଛି। ଓଡ଼ିଶାରେ ବାତ୍ୟାର ବିଶେଷ ପ୍ରଭାବ ପଡ଼ିନାହିଁ। କିଛି ଜିଲ୍ଲାରେ ଆଂଶିକ ପ୍ରଭାବ ପଡ଼ିଛି। ଅଧିକାଂଶ ସ୍ଥାନରେ ଚାଷ କ୍ଷୟକ୍ଷତିର ଖବର ଆସିଛି। କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।” ତେବେ ଶ୍ରୀ ପୂଜାରୀ କହିଛନ୍ତି ଯେ, “ବାତ୍ୟା ସମୟରେ ୩୬୨ ଟି ସ୍ଥାନରେ ୧୮ ହଜାର ଲୋକଙ୍କ ରନ୍ଧା ଖାଦ୍ୟ ଦିଆଯାଇଛି।”

Read More

ନୂଆଦିଲ୍ଲୀ: ୨୦୨୬ ଗଣତନ୍ତ୍ର ଦିବସ ପାଇଁ ଭାରତ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଏହି ବର୍ଷ, ୟୁରୋପୀୟ ୟୁନିଅନ (EU) ର ଶୀର୍ଷ ନେତା – ୟୁରୋପୀୟ କମିଶନର ଅଧ୍ୟକ୍ଷ ୟୁରସୁଲା ଭନ୍ ଡେର ଲେଏନ୍ ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟାଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯିବ। ଏହା ପ୍ରଥମ ଥର ହେବ ଯେ, କୌଣସି ଅନ୍ତର୍ଜାତୀୟ ସଂଗଠନର ଦୁଇ ଶୀର୍ଷ ନେତା ଭାରତରେ ଏହି ପ୍ରତିଷ୍ଠିତ ଜାତୀୟ କାର୍ଯ୍ୟକ୍ରମରେ ଏକାଠି ଯୋଗ ଦେବେ। ଏହି ଦୁଇ ନେତା ଜାନୁଆରୀ ୨୦୨୬ ରେ ନୂଆଦିଲ୍ଲୀରେ ପହଞ୍ଚିବେ, ଯାହା ଭାରତ ଏବଂ ୟୁରୋପୀୟ ୟୁନିଅନ ମଧ୍ୟରେ ଗଭୀର ରଣନୈତିକ, ଅର୍ଥନୈତିକ ଏବଂ କୂଟନୈତିକ ସମ୍ପର୍କର ଏକ ନୂତନ ଦିଗ ଏବଂ ମଜବୁତତାକୁ ଚିହ୍ନିତ କରିବ। ସୂଚନା ଅନୁଯାୟୀ, ୨୦୨୬ ଗଣତନ୍ତ୍ର ଦିବସରେ ୟୁରୋପୀୟ ସଂଘର ନେତାମାନଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିବାର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।…

Read More

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) କେବଳ କ୍ରିକେଟ ବିଷୟରେ ନୁହେଁ, ବରଂ ଗ୍ଲାମର, ମନୋରଞ୍ଜନ ଏବଂ ଭାବନାର ଏକ ସଙ୍ଗମ ମଧ୍ୟ। ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନ ସହିତ ଶିରୋନାମା ହାତେଇ ନେଉଥିବା ବେଳେ, ଚିୟରଲିଡରମାନେ ସେମାନଙ୍କର ଶକ୍ତି ଏବଂ ନୃତ୍ୟ ସହିତ ଷ୍ଟାଡିୟମର ଦର୍ଶକଙ୍କୁ ମନୋରଞ୍ଜନ କରନ୍ତି। ଆପଣ କ’ଣ ଜାଣନ୍ତି ଯେ ଗୋଟିଏ ସମୟ ଥିଲା ଯେତେବେଳେ ଜଣେ IPL ଚିୟରଲିଡର ତାଙ୍କ ଭାଇଙ୍କ ୱିକେଟରେ ନାଚିଥିଲେ, ଏବଂ ସେହି ଭାଇ କେବଳ ଜଣେ ସାଧାରଣ କ୍ରିକେଟର ନଥିଲେ, ବରଂ ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଥିଲେ। IPL ଚିୟରଲିଡର ହୋଇଥିଲେ ଏହି ତାରକାଙ୍କ ଭଉଣୀ  ପୂର୍ବତନ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଜ୍ୟାକ କାଲିସଙ୍କ ଭଉଣୀ ଜେନିନ କାଲିସ ୨୦୦୯ ମସିହାରେ IPLରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଚିୟରଲିଡର ଦଳର ଅଂଶ ଥିଲେ। ସେହି ସମୟରେ, ଦେଶରେ ସାଧାରଣ ନିର୍ବାଚନ ଯୋଗୁଁ IPLର ଦ୍ୱିତୀୟ ସିଜିନ୍ ଭାରତ ବାହାରେ…

Read More

ମୁମ୍ବାଇ: ମହାରାଷ୍ଟ୍ର ବିଜେପି ନେତା ଏବଂ ପୂର୍ବତନ ସାଂସଦ ନବନୀତ ରାଣାଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ଏଥର ହାଇଦ୍ରାବାଦରୁ ଏକ ସ୍ପିଡ୍ ପୋଷ୍ଟ ଚିଠି ମାଧ୍ୟମରେ ଧମକ ପଠାଯାଇଛି। ଧମକ ପାଇବା ପରେ ବିଜେପି ନେତା ଅମରାବତୀର ରାଜାପେଠ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଛନ୍ତି, ଯାହା ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି। ମଙ୍ଗଳବାର ସନ୍ଧ୍ୟାରେ (ଅକ୍ଟୋବର ୨୮) ନବନୀତ ରାଣାଙ୍କ କାର୍ଯ୍ୟାଳୟରେ ହତ୍ୟା ଧମକ ଦେଇ ଏକ ଚିଠି ମିଳିଥିବାର ସୂଚନା ମିଳିଛି। ଏହା ବ୍ୟତୀତ, ଚିଠିରେ ଅତ୍ୟନ୍ତ ଅଶ୍ଳୀଳ ଏବଂ ଆପତ୍ତିଜନକ ଭାଷା ବ୍ୟବହାର କରାଯାଇଛି ଏବଂ ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦିଆଯାଇଛି। ସୂଚନା ଅନୁସାରେ, ଏହି ଧମକପୂର୍ଣ୍ଣ ଚିଠି ହାଇଦ୍ରାବାଦର ଜାଭେଦ ନାମକ ଜଣେ ବ୍ୟକ୍ତି ପଠାଇଥିଲେ। ଏହି ମାମଲାରେ ନବନୀତ ରାଣାଙ୍କ ବ୍ୟକ୍ତିଗତ ସଚିବ ମଙ୍ଗେଶ କୋକାଟେ ତୁରନ୍ତ ରାଜାପେଠ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗ…

Read More