Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସାରା ଦେଶରେ ସୁବିଧାଜନକ ଉପମାର୍ଗ ନିର୍ମାଣ ପାଇଁ ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ
ଜାତୀୟ ଖବର

ସାରା ଦେଶରେ ସୁବିଧାଜନକ ଉପମାର୍ଗ ନିର୍ମାଣ ପାଇଁ ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ

March 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅଶ୍ୱିନୀ ବୈଷ୍ଣବ
ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋତ୍ସାହନ ପାଇଁ କେନ୍ଦ୍ରର ଦୁଇଟି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ରେଳ ଟ୍ରାକ୍ ଅତିକ୍ରମ କରିବା ସମୟରେ ଘଟୁଥିବା ଦୁର୍ଘଟଣାକୁ ବର୍ତ୍ତମାନ ରେଳବାଇ ଏକ ମିଶନ ମୋଡରେ ଅଟକାଇବ। ସୁବିଧାଜନକ ଉପମାର୍ଗ ନିର୍ମାଣ କରି ଏହା ସୁନିଶ୍ଚିତ କରାଯିବ। ଏହାର ବ୍ୟାପକ ପ୍ରସ୍ତୁତି ସ୍ୱରୂପ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀରେ ସମ୍ପୃକ୍ତ ଅଧିକାରୀଙ୍କ ସହ ଏକ କର୍ମଶାଳା ଆୟୋଜନ କରିଥିଲେ।

ଏହି ରେଳ ଉପମାର୍ଗ ଗୁଡ଼ିକ ଏପରି ସ୍ଥାନରେ ନିର୍ମାଣ କରାଯିବ ଯେଉଁଠାରେ ରେଳ ଟ୍ରାକ୍ ର ଗୋଟିଏ ପାର୍ଶ୍ୱରେ ଜନବସତି ଏବଂ ଅନ୍ୟ ପାର୍ଶ୍ୱରେ କୃଷି, ବିଦ୍ୟାଳୟ, ଶ୍ମଶାନ କିମ୍ବା ଅନ୍ୟାନ୍ୟ ଉପଯୋଗୀ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଥିବ। ରେଳ ମନ୍ତ୍ରୀ ସାରା ଦେଶରେ ଏଭଳି ଉପମାର୍ଗ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଠାରେ ବହୁ ସଂଖ୍ୟକ ଲୋକ ସେମାନଙ୍କ ଦୈନନ୍ଦିନ ଜୀବନରେ ଟ୍ରାକ୍ ଅତିକ୍ରମ କରନ୍ତି।

ଏହି ଉପମାର୍ଗ ଗୁଡିକ ଜୀବନ ରକ୍ଷାକାରୀ ବିକଳ୍ପ ଭାବରେ ଉଭା ହେବ

ରେଳମନ୍ତ୍ରୀ ଅଧିକାରୀମାନଙ୍କୁ ଏପରି ରେଳ ଉପମାର୍ଗ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଟ୍ରାକ୍ ଅତିକ୍ରମ କରୁଥିବା ଲୋକମାନଙ୍କ ପାଇଁ ଜୀବନରକ୍ଷକ ବିକଳ୍ପ ଭାବରେ କାର୍ଯ୍ୟ କରିବ।

ଏହି ରେଳ ଉପମାର୍ଗ ଗୁଡ଼ିକ ନିର୍ମାଣ କରିବା ସମୟରେ, ଏହା ଉପରେ ଧ୍ୟାନ ଦିଆଯିବ ଯେ ଜଣେ ସାଧାରଣ ବ୍ୟକ୍ତି ଏହି ଉପମାର୍ଗରେ ସାଇକେଲ, ମୋଟରସାଇକେଲ ଏବଂ ଅନ୍ୟାନ୍ୟ କାର୍ଯ୍ୟ ସମ୍ବନ୍ଧୀୟ ସାମଗ୍ରୀ ବହନ କରିପାରିବେ। ଏହା ସାରା ଦେଶରେ ଟ୍ରାକ୍ ଅତିକ୍ରମ କରିବା ସମୟରେ ହେଉଥିବା ଦୁର୍ଘଟଣାକୁ ରୋକିବ। ଭାରତୀୟ ରେଳବାଇର ଏହି ଉପମାର୍ଗ ଗୁଡ଼ିକ ଦେଶର ଏକ ବଡ଼ ଜନସଂଖ୍ୟା ପାଇଁ ବରଦାନ ହେବ।

ସୁଗମ ଏବଂ ସୁରକ୍ଷିତ ଡିଜାଇନ୍

ରେଳ ମନ୍ତ୍ରୀ ଅଧିକାରୀମାନଙ୍କୁ ଦେଶର ଏହି ବଡ଼ ସମସ୍ୟାକୁ ଆଗାମୀ ୫-୬ ବର୍ଷ ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଉପମାର୍ଗ ଗୁଡିକ ଏପରି ଭାବରେ ନିର୍ମିତ ହେବ ଯାହା ଦ୍ୱାରା ସେଗୁଡିକ କେବଳ ୧୨ ଘଣ୍ଟା ମଧ୍ୟରେ ଟ୍ରାକ୍ ଉପରେ ନିର୍ମାଣ କରାଯାଇପାରିବ।

ରେଳମନ୍ତ୍ରୀ କହିଛନ୍ତି ଯେ ଡିଜାଇନ୍ ଏପରି ହେବା ଉଚିତ ଯେ ଲୋକମାନେ ଏହାକୁ ବ୍ୟବହାର କରିବାକୁ କୁଣ୍ଠା ବୋଧ କରିବେ ନାହିଁ ଏବଂ ଜଳ ମଗ୍ନ ସମୟରେ ଏହି ଉପାମାର୍ଗ ଗୁଡିକ ପ୍ରଭାବିତ ହେବ ନାହିଁ ।

ରେଳ ଉପାମାର୍ଗ ନିର୍ମାଣ ସମ୍ବନ୍ଧୀୟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଗତ କିଛି ଦିନ ଧରି କର୍ତ୍ତୃପକ୍ଷଙ୍କ ସହ ଚାଲିଥିବା ଆଲୋଚନା ଓ ବୁଝାମଣାର ଫଳସ୍ୱରୂପ।

ରେଳମନ୍ତ୍ରୀ ଅନୁସାରେ, ବ୍ୟବସ୍ଥା ଗୁଡିକ ସମ୍ବେଦନଶୀଳ ହେବା ଉଚିତ ଏବଂ ଅଧିକାରୀମାନେ ସାଧାରଣ ଲୋକଙ୍କ ସମସ୍ୟାର ଏପରି ସମାଧାନ ଖୋଜିବା ଉଚିତ ଯାହା ଆଗାମୀ ଅନେକ ଦଶନ୍ଧି ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିବ।

ଅଶ୍ୱିନୀ ବୈଷ୍ଣବ ଉପମାର୍ଗ ନିର୍ମାଣ ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ତ୍ରୈମାସିକରେ ଇଣ୍ଡିଆ ପୋଷ୍ଟର ୪,୦୦୦ କୋଟିରୁ ଅଧିକ ଆୟ

July 15, 2026

ଜୁଲାଇ ୧୫ ତାରିଖ ବୁଧବାର ଦିନ ଆଠଟି ରାଶି ଉପରେ ରହିଛି ବିପଦ

July 15, 2026

ଲଜିଷ୍ଟିକ୍ସ କ୍ଷେତ୍ରରେ ବଡ଼ ସଂସ୍କାର; ଖର୍ଚ୍ଚ କମାଇବା ଓ ଯୋଗାଣ ଶୃଙ୍ଖଳା ସୁଦୃଢ଼ ପାଇଁ ନୂଆ ନୀତି

July 14, 2026

“ମୁଁ ଏକ ଉଡ଼ନ୍ତା ବସ୍ ଆଣିବି”: ଜାଣନ୍ତୁ ନୀତିନ ଗଡକରୀଙ୍କ ଯୋଜନା

July 14, 2026
Latest News

ଆଜିଠାରୁ ଅଗଷ୍ଟ ୧୪ ଯାଏଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପାଇଁ ଆବେଦନ

July 15, 2026

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

July 15, 2026

କୋଭିଡ-୧୯ ର କୌଣସି ଗୁଜବ କିମ୍ବା ଅପପ୍ରଚାରରେ ଭୟଭୀତ ନହୋଇ ସଚେତନ ରହିବାକୁ ଅପିଲ

July 15, 2026

ପ୍ରଥମ ତ୍ରୈମାସିକରେ ଇଣ୍ଡିଆ ପୋଷ୍ଟର ୪,୦୦୦ କୋଟିରୁ ଅଧିକ ଆୟ

July 15, 2026

ଶିକ୍ଷକ ପ୍ରମୋଦ କୁମାର ସାହୁ ପାଇଲେ ଶିକ୍ଷା ରତ୍ନ ସମ୍ମାନ

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.