Categories
ଆଞ୍ଚଳିକ

ଅଁଳାଇ ପୀଠରେ ବିଜେଡି କର୍ମୀ ସମାବେଶ: ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ପାଇଁ ନେଲେ ସଂକଳ୍ପ

ଖୋର୍ଦ୍ଧା: ୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି ଜଟଣୀ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଉଷ୍ମତା ସେତିକି ବଢ଼ିଚାଲିଛି। ତାରି ଭିତରେ ଆଜି ସମାଜସେବୀ, ଆଇନୀଜୀବୀ ଅର୍ଜୁନ ପରିଡାଙ୍କ ନେତୃତ୍ୱରେ ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧ ନମ୍ବର ଜୋନ ଟାଙ୍ଗିଆପଡା ପଞ୍ଚାୟତ ଉଇଲକିଶନ ନଗର ଅଁଳାଇ ଦେବୀଙ୍କ ପୀଠରେ ବିଜେଡି ଦଳ ପକ୍ଷରୁ ଏକ ବିରାଟ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ୧ ହଜାରରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ କର୍ମୀ ଏହି ସମାବେଶରେ ଯୋଗ ଦେଇଥିଲା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ଶ୍ରୀ ପରିଡା ସଂକଳ୍ପ କରାଇଥିଲେ।

ସେହିପରି ମହିଳା କର୍ମୀମାନଙ୍କୁ ନେଇ ଏକ ପଦଯାତ୍ରା କରାଯାଇଥିଲା ବେଳେ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ପରେ ଶ୍ରୀ ପରିଡା ରାଜ୍ୟ ସରକାରଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କରିଥିବା ସମସ୍ତ ଯୋଜନା କହିବା ସହିତ ନବୀନ ଓଡିଶାରେ ବିଭିନ୍ନ ଗ୍ରାମ ଓ ସହରରେ ହେଉଥିବା ନୂତନ ଓ ରୁପାନ୍ତିକରଣ କାର୍ଯ୍ୟ, ମହିଳା ଶସକ୍ତି କରଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଓ ୫-ଟି ଦ୍ୱାରା ହେଉଥିବା ବିକାଶ କାର୍ଯ୍ୟ ଉପରେ କର୍ମୀଙ୍କୁ କହିଥିଲେ।

ସେହିପରି ଚଳିତ ଥର ଜଟଣୀରେ ବିଜେଡି ଓ ଶଙ୍ଖ ଚିହ୍ନକୁ ଘରେ ଘରେ ପହଞ୍ଚେଇବାକୁ ପ୍ରତି ବୁଥ ସ୍ତରରେ ଏକ ୫ ଜଣିଆ କମିଟି ଗଠନ କରାଯାଇଥିଲା। ଯେଉଁମାନେ କି ଦଳର ଯୋଜନାକୁ ପ୍ରତି ଘରେ ପହଞ୍ଚେଇବେ।

ଏହି ସମାବେଶରେ ପୂର୍ବତନ ବରିଷ୍ଠ ସମିତି ସଭ୍ୟ ସନ୍ତୋଷ ରଣା, ପୂର୍ବତନ ସରପଞ୍ଚ କଲ୍ୟାଣୀ ଦଳେଇ, ୱାର୍ଡ ସଭ୍ୟ ଲଳିତ ମୋହନ ସ୍ୱାଇଁ, ନାଏବ ସରପଞ୍ଚ ସୁଦର୍ଶନ ପ୍ରଧାନ, ମଙ୍ଗୁଳି ହରିଚନ୍ଦନ, ବିମ୍ବାଧର ବରାଳ, ଲକ୍ଷ୍ମୀଧର ସାମନ୍ତରାୟ, ଅର୍ଜୁନ ଲେଙ୍କା, ତ୍ରିନାଥ ବିଶ୍ୱାଳ, ଶରତ ସାହୁ, ମମତା ସାହୁ, ପ୍ରଫୁଲ ଭଟ, ପ୍ରଶାନ୍ତ ବିଶ୍ୱାଳ, ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ଶେଷରେ ପବିତ୍ର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସିଟି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵାରା ବିଶାଳ ସଚେତନତା ଶୋଭାଯାତ୍ରା

ଭୁବନେଶ୍ୱର: ଶିରିପୁର ସ୍ଥିତ ସିଟି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦିନ କ୍ରୀଡା ଓ ଯୁବସେବା ପକ୍ଷରୁ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସଚେତନତା ମୂଳକ ଏକ ବିଶାଳ ଶୋଭାଯାତ୍ରା ବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ କରାଯାଇଥିଲା। ଏହି ଶୋଭାଯାତ୍ରାକୁ ସ୍ଥାନୀୟ କର୍ପୋରେଟର ବିନୟିନୀ ଜେନା ଓ ବିଦ୍ୟାଳୟର ଅଧ୍ୟକ୍ଷା ରଶ୍ମିତା କୁମାରୀ ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି ଶୋଭାଯାତ୍ରାଟି ବିଦ୍ୟାଳୟରୁ ଆରମ୍ଭ ହୋଇ ସୌଭାଗ୍ୟ ନଗର, ନୂଆ ସାହି, ସବର ସାହି, ଓୟୁଏଟି, ସିରିପୁର ଦେଇ ଯାତ୍ରା କରିଥିଲା। ନୋଡାଲ ଅଫିସର ପୁଷ୍ପାଞ୍ଜଳି ମହାପାତ୍ର ଓ ସଂଯୋଜିକା ସୁରଭି ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିଲେ। ବିଦ୍ୟାଳୟର ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଏହି ଶୋଭାଯାତ୍ରା ରେ ସହଯୋଗ କରିଥିଲେ।

Categories
ବିଶେଷ ଖବର

ସଂଖ୍ୟାଲଘୁ ଧାର୍ମିକ ସ୍ଥଳ ଖାନୱାରେ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ୨ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଧାମନଗରରେ ଥିବା ମୁସଲମାନ ସମ୍ପ୍ରଦାୟର ପ୍ରସିଦ୍ଧ ଧାର୍ମିକ ସ୍ଥଳ ଖାନୱାରେ ଏକ ପାଣି ଟାଙ୍କୀ ସହିତ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଧାମନଗର ଗସ୍ତ ଅବସରରେ ଖାନୱାର ଏକ ପ୍ରତିନିଧି ଦଳ ତାଙ୍କୁ ଭେଟି ଏ ବିଷୟରେ ଅନୁରୋଧ କରିଥିଲେ। ଶ୍ରୀ ପାଣ୍ଡିଆନ ଏହି ଅନୁରୋଧ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ସେମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପାଣି ଟାଙ୍କୀ ଓ ଜଳଯୋଗାଣ ସୁବିଧା ପାଇଁ ଟଙ୍କା ମଞ୍ଜୁର କରିଛନ୍ତି।

ସୂଚନାଯୋଗ୍ୟ ଯେ  ପୀରବାବା ହୁଜୁର ମୁଜାହିଦ ଏ ମିଲାତପେଙ୍କ ଅନୁଗାମୀମାନେ ପ୍ରତିଦିନ ବହୁ ସଂଖ୍ୟାରେ ଖନୱାକୁ ଆସିଥାନ୍ତି। ପୀରବାବା ହୁଜୁର ମୁଜାହିଦଙ୍କ ଉର୍ସ ଉତ୍ସବ ସମୟରେ ଏଠାରେ ବିଶେଷ ଭିଡ ପରିଲକ୍ଷିତ ହୋଇଥାଏ। ସେଠାରେ ଜଳଯୋଗଣରେ ଉନ୍ନତି ହେବା ଦ୍ୱାରା ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, ଉର୍ସ ମୁଜାହିଦ ଏ ମିଲାତ କମିଟିର ସଦସ୍ୟମାନଙ୍କ ସମେତ ୨ ଲକ୍ଷ ଭକ୍ତ ଉପକୃତ ହେବେ। ସେମାନଙ୍କ ଅସୁବିଧାର ତୁରନ୍ତ ସମାଧାନ ହୋଇଥିବାରୁ ଧାମନଗର ଅଞ୍ଚଳର ମୁସଲମାନ ଭାଇ ଓ ଭଉଣୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇବା ସହିତ ଗଭୀର କୃତଜ୍ଞତା ବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୁଚିତ୍ରା ସାରସ୍ବତ ସମ୍ମାନ ଘୋଷିତ

ରେଢାଖୋଲ (କନ୍ଦର୍ପ ବେହେରା): ସାହିତ୍ୟ, ସଂସ୍କୃତିଧର୍ମୀ ଫିଚର ପତ୍ରିକା ‘ସୁଚିତ୍ରା’ ର ସାରସ୍ବତ ସମ୍ନାନ ପାଇଁ ସାରସ୍ବତ ସାଧକ ମାନଙ୍କର ନାମ ଘୋଷଣା କରାଯାଇଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଓଡ଼ିଶାର ଖ୍ୟାତନାମା ସାରସ୍ୱତ ସାଧକଙ୍କୁ ‘ସୁଚିତ୍ରା ସାରସ୍ୱତ ସମ୍ମାନ – ୨୦୨୩ ‘ରେ ସମ୍ମାନୀତ କରାଯିବାକୁ ସ୍ଥିର କରାଯାଇଛି।

ମମତା ପଟ୍ଟନାୟକ (ଭୁବନେଶ୍ବର) ଙ୍କୁ “ସାରସ୍ବତ ସାଧନା ସମ୍ମାନ୨୦୨୩”, ଗଳ୍ପ ପାଇଁ ଲକ୍ଷ୍ମୀ ଚାନ୍ଦ (ଭୁବନେଶ୍ବର), କବିତା ପାଇଁ ପିନାକୀ ମିଶ୍ର (କେନ୍ଦୁଝର), ପ୍ରବନ୍ଧ ପାଇଁ ସୁଜିତ କୁମାର ପୃଷେଠ (ବରଗଡ) ଓ ଶିଶୁସାହିତ୍ୟ ପାଇଁ ପ୍ରଶାନ୍ତ କୁମାର ମଙ୍ଗରାଜ (ପୁରୀ) ଏହି ସମ୍ମାନ ପାଇବେ। ସେହିପରି ହରିହର ସାହୁ (ସମ୍ବଲପୁର)ଙ୍କୁ କବିପୀତାମ୍ବର ବିଶ୍ୱାଳ ସ୍ମୃତି ସମ୍ମାନ ଓ କୁଳମଣି ମେହେର(ଅନୁଗୋଳ)ଙ୍କୁ “ଯୁବ ପ୍ରତିଭା ସମ୍ମାନ” ପ୍ରଗତି ବଳ (ପୁରୀ)ଙ୍କୁ ସୁଚିତ୍ରା “ପ୍ରଚ୍ଛଦପଟ୍ଟ ଶିଳ୍ପୀ” ସମ୍ମାନ ପ୍ରଦାନ କରାଯିବ ା ଆସନ୍ତା ଜାନୁଆରୀ ମାସରେ ସୁଚିତ୍ରା ର ବାର୍ଷିକ ଉତ୍ସବରେ ସମସ୍ତ ସାରସ୍ବତ ସାଧକ ମାନଙ୍କୁ ଏକ ବର୍ଣ୍ନାଢ୍ୟ ଉତ୍ସବରେ ସମ୍ମାନୀତ କରାଯିବ ଏବଂ ବିଶିଷ୍ଟ ଅତିଥି ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସଂପାଦକ କନ୍ଦର୍ପ ବେହେରା ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ା

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋଭିଡ-୧୯ ମାମଲାରେ ବୃଦ୍ଧି ପରେ କେନ୍ଦ୍ର ସତର୍କ, ଜେଏନ.୧ ଭାରିଆଣ୍ଟକୁ ନେଇ ଜାରି ହେଲା ମାର୍ଗଦର୍ଶିକା

ନୂଆଦିଲ୍ଲୀ: କୋଭିଡ-୧୯ ମାମଲାର ବୃଦ୍ଧି ଏବଂ ଭାରତରେ ଜେଏନ.୧ ଭାରିଆଣ୍ଟର ପ୍ରଥମ ମାମଲାର ଚିହ୍ନଟକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କୁ କେନ୍ଦ୍ର ଏକ ମାର୍ଗଦର୍ଶିକା ଜାରି କରିଛି। କୋଭିଡ ପରିସ୍ଥିତିର ନିରନ୍ତର ମନିଟରିଂ ବଜାୟ ରଖିବାକୁ ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଛି।

ରାଜ୍ୟଗୁଡିକ ନିୟମିତ ଭାବରେ ଜିଲ୍ଲାୱାରୀ SARI ଏବଂ ILI ମାମଲା ରିପୋର୍ଟ ଏବଂ ତଦାରଖ କରିବାକୁ ପଡିବ। ବହୁ ସଂଖ୍ୟକ RT-PCR ପରୀକ୍ଷା ସହିତ ପର୍ଯ୍ୟାପ୍ତ ପରୀକ୍ଷଣ ନିଶ୍ଚିତ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି। ଜେନୋମ ଶିକ୍ୱେସିଂ ପାଇଁ INSACOG ଲାବୋରେଟୋରୀକୁ ପଜିଟିଭ ନମୁନା ପଠାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ଆଜି ଅପଡେଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଭାରତରେ ୨୬୦ ଟି ନୂଆ କରୋନା ଜୀବାଣୁ ପଞ୍ଜିକୃତ ହୋଇଥିବାବେଳେ ସକ୍ରିୟ ମାମଲା ୧,୮୨୮ କୁ ବୃଦ୍ଧି ପାଇଛି। ସକାଳ ୮ ଟାରେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, କରୋନା କାରଣରୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫,୩୩,୩୧୭ ରେକର୍ଡ କରାଯାଇଛି।

ଦେଶରେ କୋଭିଡ୍ ମାମଲା ସଂଖ୍ୟା ୪ କୋଟି୫୦ ଲକ୍ଷ ୫ ହଜାର ୭୬ ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ ଏହି ରୋଗରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪ କୋଟି ୪୪ ଲକ୍ଷ ୬୯ ହଜାର ୯୩୧ କୁ ବୃଦ୍ଧି ପାଇଛି। ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ ଦେଶରେ ୨୨୦.୬୭ କୋଟି ଡୋଜ କୋଭିଡ ଟିକା ଦିଆଯାଇଛି।

Categories
EDUCATION ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ବିଭିନ୍ନ ସରକାରୀ ହାଇସ୍କୁଲର ବଦଳୁଛି ରୂପରେଖ

ଭୁବନେଶ୍ୱର/ସୁନ୍ଦରଗଡ଼: ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତର କ୍ୟାରିୟର ସ୍ୱପ୍ନକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ଏହି କ୍ରମରେ ଖଣି ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ସରକାରୀ ହାଇସ୍କୁଲ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ନୂଆ ରୂପ ଦିଆଯାଉଛି। ଏଥିପାଇଁ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ପାଣ୍ଠିରୁ ଆର୍ଥିକ ସହାୟତା ଦିଆଯାଉଛି।

ରାଜ୍ୟ ସରକାରଙ୍କ ‘୫ଟି’ ଅଭିଯାନ ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ହାଇସ୍କୁଲଗୁଡ଼ିକର ରୂପରେଖ ବଦଳିଛି। ଓମ୍ବାଡସି ସହାୟତାରେ ୩୪୭ଟି ହାଇସ୍କୁଲରେ ସ୍ମାର୍ଟ କ୍ଲାସରୁମ୍, ଆଧୁନିକ ବିଜ୍ଞାନାଗାର, ଆଇସିଟି ଲ୍ୟାବ୍ ଏବଂ ଇ-ଲାଇବ୍ରେରି ଆଦି ବ୍ୟବସ୍ଥା କରାଯାଇଛି।

ପିଲାମାନେ ସ୍ମାର୍ଟ ବୋର୍ଡରେ ପାଠ ପଢ଼ିବା ସହ ଆଧୁନିକ ବିଜ୍ଞାନାଗାରରେ ଉପଲବ୍ଧ ନୂଆ ନୂଆ ବିଜ୍ଞାନ ଉପକରଣର ବ୍ୟବହାର କରୁଛନ୍ତି। ଆଇସିଟି ଲ୍ୟାବ ଯୋଗୁଁ ଛାତ୍ରଛାତ୍ରୀମାନେ ସ୍କୁଲ ସ୍ତରରୁ କମ୍ପ୍ୟୁଟର ଶିକ୍ଷା ପାଉଛନ୍ତି। ସେହିପରି ଇ-ଲାଇବ୍ରେରି ସୁବିଧା ଯୋଗୁଁ ସେମାନେ ଦେଶ ଦୁନିଆ ବିଷୟରେ ଆଜି ଜାଣିପାରୁଛନ୍ତି।

‘‘ଶିକ୍ଷକମାନେ ଆମକୁ ସ୍କୁଲରେ ସ୍ମାର୍ଟ ବୋର୍ଡ ସାହାଯ୍ୟରେ ପାଠ ପଢ଼ାଉଛନ୍ତି। ଫଳରେ ପାଠ ବୁଝିବା ଅଧିକ ସହଜ ହେଉଛି। ଯେଉଁ ବିଷୟ ଆମେ କେବଳ ବହିରେ ପଢୁଥିଲୁ ଏବଂ ଚିତ୍ର ଦେଖୁଥିଲୁ ତାହାକୁ ଏବେ ବିଜ୍ଞାନାଗାରରେ ନିଜ ହାତରେ ପ୍ରୟୋଗ କରିପାରୁଛୁ। ଏହା ଦ୍ୱାରା ବିଜ୍ଞାନ ସମ୍ପର୍କରେ ଆମେ ଅଧିକ ଜ୍ଞାନ ପାଇପାରୁଛୁ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପୂଜା ବରୁଆ।

ଓମ୍ବାଡସି ସହାୟତାରେ ସରକାରୀ ହାଇସ୍କୁଲରେ ଖେଳ ପଡ଼ିଆର ବିକାଶ ଓ କ୍ରୀଡ଼ା ଉପକରଣ ବ୍ୟବସ୍ଥା କରାଯାଉଛି। ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜ ଭିତରେ ଥିବା କ୍ରୀଡ଼ା ପ୍ରତିଭା ଦେଖାଇବାର ସୁଯୋଗ ପାଉଛନ୍ତି। ଓମ୍ବାଡସି ସହଯୋଗରେ ରାଜ୍ୟର ୭ଟି ଖଣି ପ୍ରଭାବିତ ଜିଲ୍ଲାର ୧୬ ଶହରୁ ଅଧିକ ସରକାରୀ ହାଇସ୍କୁଲ ଏହି ରୂପାନ୍ତରଣ ପ୍ରକ୍ରିୟାରେ ଯୋଡ଼ି ହୋଇଛି।

ଗ୍ରାମାଞ୍ଚଳର ପିଲାଙ୍କୁ ଇଂଲିସ୍ ମିଡିୟମ ସ୍କୁଲ ଢାଞ୍ଚାରେ ଉନ୍ନତ ମାନର ଶିକ୍ଷା ଦେବା ପାଇଁ ପ୍ରତି ବ୍ଲକରେ ପ୍ରତିଷ୍ଠା କରାଯାଉଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଳକରେ ସ୍ଥାପିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଲାଗି ଓମ୍ବାଡସି ଆର୍ଥିକ ସହାୟତା ଦେଉଛି।

‘‘ଘରୋଇ ସ୍କୁଲଠାରୁ ଆମ ସ୍କୁଲ କୌଣସି ଗୁଣରେ କମ୍ ନୁହେଁ। ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ଆଧୁନିକ ବ୍ୟବସ୍ଥା ରହିଛି। ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ ହୋଇପାରୁଛି’’, କହିଛନ୍ତି ସିମଡେଗାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଆଶିଷ କୁମାର ନାୟକ। ଏଥିପାଇଁ ସେ ଓମ୍ବାଡସିକୁ ଧନ୍ୟବାଦ ଜଣାଇଛନ୍ତି।

ଓମ୍ବାଡସି ସହାୟତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଉଭୟ ଛାତ୍ର ଓ ଛାତ୍ରୀଙ୍କ ଲାଗି ହଷ୍ଟେଲ ନିର୍ମାଣ କରାଯାଉଛି। ଦୂରବାଟ ଯୋଗୁଁ ଯେଉଁମାନେ ଦିନେ ସ୍କୁଲକୁ ଆସିବାକୁ ଅସୁବିଧା ହେଉଥିଲା, ଆଜି ସେମାନେ ହଷ୍ଟେଲରେ ରହି ସୁବିଧାରେ ପାଠ ପଢ଼ିପାରୁଛନ୍ତି। ସେହିପରି କିଚେନ୍, ଡାଇନିଙ୍ଗ ହଲ୍ ଓ ସାଇକେଲ୍ ଷ୍ଟାଣ୍ଡ ଆଦି ନିର୍ମାଣ କରାଯାଇଥିବାରୁ ସ୍କୁଲ ପରିବେଶ ଆହୁରି ଆକର୍ଷଣୀୟ ହୋଇପାରୁଛି।

‘‘ଓମ୍ବାଡସି ସହାୟତାରେ ସୁନ୍ଦରଗଡ଼ ଜିଲ୍ଲାରେ ଶିକ୍ଷା କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ଯେଉଁ କାର୍ଯ୍ୟକ୍ରମ କରାଯାଉଛି ତାହା ସ୍ୱାଗତଯୋଗ୍ୟ। ଏଭଳି ପଦକ୍ଷେପ ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ହୋଇପାରୁଛି। ଫଳରେ ସେମାନେ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିବେ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ମହାଜନ।

ହାଇସ୍କୁଲ ରୂପାନ୍ତରଣ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଆଧୁନିକୀକରଣ ଯୋଗୁଁ ଓଡ଼ିଶାର ଖଣି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଶିକ୍ଷାର ମାନ ଉନ୍ନତ ହୋଇପାରିଛି। ଏଥିରେ ଆର୍ଥିକ ସହାୟତା ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର କ୍ୟାରିୟର ସ୍ୱପ୍ନ ପୂରଣ ଦିଗରେ ବାଟ ପ୍ରସ୍ତୁତ କରିବାରେ ସହାୟକ ହୋଇପାରିଛି ଓମ୍ବାଡସି।

Categories
ଆଞ୍ଚଳିକ

ପିବିବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାଥମିକ ସହାୟତା ଓ ପରିମଳ କାର୍ଯକ୍ରମ ଅନୁଷ୍ଠିତ

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ପଞ୍ଚୂପଲ୍ଲି ଭୀମ ବଳବନ୍ତରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଆ ନବୀନ ଓଡ଼ିଆ ଆନୁକୁଲ୍ୟରେ ସାମାଜିକ କାର୍ଯକ୍ରମର ୩ୟ ଦିବସରେ ପ୍ରାଥମିକ ସହାୟତା ଓ ପରିମଳ କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ବିଶ୍ଵାଳଙ୍କ ସଭାପତିତ୍ବରେ ଏହି କାର୍ଯକ୍ରମ ଆରମ୍ଭ ହୋଇ ସଫଳତାର ସହିତ ସମାପନ ହୋଇଛି। ଆଙ୍କୁଲାଚଟୀ ସ୍ଥିତ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ଏକ ସଚେତନତା ପଦଯାତ୍ରାରେ ବ୍ୟାନର ଓ ପ୍ଲା କାର୍ଡ ଧରି ସହର ପରିକ୍ରମା କରି ସଚେତନତାର ବାର୍ତା ବାଣ୍ଟିଥିଲେ। ସମାଜ ସେବା କାର୍ଯକ୍ରମ ଅଧିକାରୀ ତଥା ଯୁବ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ରବି ଶଙ୍କର ହୋତା ଙ୍କ ନେତୃତ୍ୱରେ କଲେଜର ସମସ୍ତ ଛାତ୍ର ଛାତ୍ରୀ ହାତରେ ଗ୍ଲୋବ ଓ ମୁଁହ ରେ ମାସ୍କ ପରିଧାନ କରି ମନ୍ଦିର ପ୍ରାଙ୍ଗଣ, ଚତୁଃ ପାର୍ଶ୍ଵ ଓ ରାସ୍ତା ସଫା କରିଥିଲେ।

୨ୟ ପର୍ଯ୍ୟାୟରେ ଅଧ୍ୟକ୍ଷ ଶ୍ରୀ ବିଶ୍ଵାଳଙ୍କ ସଭାପତିତ୍ବରେ ପ୍ରାଥମିକ ସହାୟତା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ସମାଜସେବୀ ତଥା ସେଣ୍ଟ ଜନ୍ ଆମ୍ବୁଲାନ୍ସ ସଦସ୍ୟ ଅନନ୍ତ ଚରଣ ଖଟେଇ ଓ ରେଡ୍ କ୍ରସ ପରାମର୍ଶଦାତା ଅଧ୍ୟାପକ ରବି ଶଙ୍କର ହୋତା ଛାତ୍ର ଛାତ୍ରୀ ତଥା ଉପସ୍ଥିତ ଜନ ସାଧାରଣଙ୍କୁ ପ୍ରାଥମିକ ସହାୟତାର କୌଶଳ ଶିକ୍ଷା ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ନୋଡାଲ ଅଧିକାରୀ ନିରଞ୍ଜନ ମିଶ୍ର ଓ ସାମାଜିକ କାର୍ଯକ୍ରମ ସହଯୋଗୀ ସଂଗ୍ରାମ କେଶରୀ ମିଶ୍ର ପରିଚାଳନା କରିଥିଲେ। କଲେଜର ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀଙ୍କ ସହାୟତାରେ ସାମାଜିକ କାର୍ଯକ୍ରମର ସମସ୍ତ ସେବା ଓ ସଚେତନତା କାର୍ଯ୍ୟ ସଫଳତାର ସହିତ ଅନୁଷ୍ଠିତ ହୋଇପାରିଥିବାରୁ ଅଧ୍ୟକ୍ଷ ଶ୍ରୀ ବିଶ୍ଵାଳ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦାମୀ ଗାଡ଼ିରେ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ, ଧରିଲା ଟାଙ୍ଗୀ ପୋଲିସ, ଦୁଇ ମହିଳାଙ୍କ ସମେତ ୬ ଗିରଫ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଦାମୀ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଟାଙ୍ଗୀ ପୋଲିସ ଧରିବାରେ ସଫଳ ହୋଇଛି। ଚାଲାଣକାରୀମାନେ ନୂଆ ଉପାୟରେ ଗଞ୍ଜେଇ ଚାଲାଣ କରି ବେଆଇନ ଭାବେ ମୋଟା ଅଙ୍କର ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରୁଥିଲେ। ହେଲେ କୁହୁଡି ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଟାଙ୍ଗୀ ପୋଲିସର ଗାଡି ମୋଟର ତନଖି ବେଳେ ସେମାନେ ଧରା ପଡିଥିଲେ।

ସେମାନଙ୍କ ନିକଟରୁ ୫୩ କେଜି ଗଞ୍ଜେଇ ଜବତ କରାଯାଇଛି। ଏବଂ ସେଥିରେ ସାମିଲ ଥିବା ଦୁଇ ମହିଳାଙ୍କ ସମେତ ୪ ପୁରୁଷଙ୍କୁ ପୋଲିସ ଗିରଫ କରିଛି। ତେବେ ଚାଲାଣକାରୀମାନଙ୍କ ନିକଟରୁ ଟାଙ୍ଗୀ ପୋଲିସ ୩ ହଜାର ଟଙ୍କା ଓ ୭ ଟା ମୋବାଇଲ ଫୋନ ଜବତ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତମ ସାହୁ (୨୯ ବର୍ଷ), ନାରାୟଣ ସାହୁ (୩୯ବର୍ଷ), ଅଜୟ ସାହୁ (୨୧ବର୍ଷ), ଶଙ୍କର ପ୍ରଧାନ (୩୧ବର୍ଷ), ଅନିତା ପଣ୍ଡା (୩୩ବର୍ଷ), ପିଙ୍କୁ ପ୍ରଧାନ (୨୧ବର୍ଷ)। ସମସ୍ତ ଅଭିଯୁକ୍ତମାନେ ଗଞ୍ଜାମରୁ ଭୁବନେଶ୍ୱରକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜଣାପଡିଛି। ସେମାନେ ବ୍ୟବହାର କରିଥିବା ଦାମୀ କାରଟିକୁ ମଧ୍ୟ ପୋଲିସ ଜବତ କରିଛି।

ଏ ନେଇ ଟାଙ୍ଗୀ ଥାନା ପରିସରରେ ଟାଙ୍ଗୀ ଥାନା ଆଇ ଆଇ ସି ସୁଶାନ୍ତ କୁମାର ବେହେରଙ୍କ ଉପସ୍ଥିତରେ SDPO ଅନିଲ କୁମାର ମହାନ୍ତି ପ୍ରେସ ମିଟରେ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଟାଙ୍ଗୀ ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୧୩୭ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୧୨୮ ଗୋଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୫ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା।

ଉକ୍ତ ଅଭିଯୋଗମାନଙ୍କ ମଧ୍ୟରୁ ସ୍ଥଳ ବିଶେଷରେ ୩ ଗୋଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ତେବେ ଜଣେ ହିତାଧିକାରୀଙ୍କୁ ୫୦୦୦/-ଟଙ୍କା ‌ରେଡକ୍ରସ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଆଜିର ମିଳିତ ଜନଶୁଣାଣି ଶିବିରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବାବେଳେ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଦଲ କୁମାର ମହାନ୍ତି, ଉପ-ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ସି ଡ଼ି ଏମ୍ ଓ ଡଃ ଆର୍ତ୍ତଵନ୍ଧୁ ନାୟକ, ବିଡିଓ ରେଶମା ଟେଟେ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ‌ ତରାଇ ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଏଏସଆଇ ପକ୍ଷରୁ ୨୫୦ଟି ଅବଶେଷ ସହିତ ୧୫୦୦ ପୃଷ୍ଠାର ରିପୋର୍ଟ ବିଚାରପତିଙ୍କୁ ହସ୍ତାନ୍ତର

ନୂଆଦିଲ୍ଲୀ: ଜ୍ଞାନବାପି ମାମଲାରେ ଏଏସଆଇର ଅତିରିକ୍ତ ନିର୍ଦ୍ଦେଶକ ବାରଣାସୀର ଜିଲ୍ଲା ଜଜଙ୍କୁ ସିଲ୍ ରିପୋର୍ଟ ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ରିପୋର୍ଟ ୧୫୦୦ରୁ ଅଧିକ ପୃଷ୍ଠାର ରହିଛି। ଜ୍ଞାନବାପିଙ୍କ ସର୍ବେକ୍ଷଣବେଳେ ଏଏସଆଇ ଖଣ୍ଡିତ ମୂର୍ତ୍ତି, ମାଠିଆ ଚିହ୍ନ ଭଳି ୨୫୦ଟି ଅବଶେଷ ପାଇଥିଲା। ଡିଏମଙ୍କ ତତ୍ତ୍ୱାବଧାନରେ ଏଗୁଡ଼ିକୁ ଲକରରେ ଜମା କରାଯାଇଥିଲା। ଏହି ସମସ୍ତ ଅବଶେଷକୁ ମଧ୍ୟ କୋର୍ଟରେ ଉପସ୍ଥାପନ କରାଯାଇଛି।

ସର୍ଭେ ରିପୋର୍ଟ ଉପସ୍ଥାପନ ହେବା ପୂର୍ବରୁ ମୁସଲମାନ ପକ୍ଷ କୋର୍ଟରେ ଆବେଦନ କରିଥିଲେ। ସର୍ବେକ୍ଷଣ ରିପୋର୍ଟକୁ ସିଲ୍ କଭରରେ ଉପସ୍ଥାପନ କରାଯିବା ସହ ବିନା ସତ୍ୟପାଠରେ କାହାକୁ ସାର୍ବଜନୀନ କରିବାକୁ ଅନୁମତି ଦିଆଯାଉ ନାହିଁ ବୋଲି ଦାବି ହୋଇଛି।

ସୁରକ୍ଷା ମଧ୍ୟରେ ୫ ଜଣିଆ ଟିମ୍ ଜିଲ୍ଲା ଜଜ୍ କୋର୍ଟରେ ପହଞ୍ଚି ରିପୋର୍ଟ ଦାଖଲ କରିଥିଲେ। ଏଏସଆଇ ଡାକ୍ତରୀ କାରଣ ପାଇଁ ୭ ଦିନ ସମୟ ମାଗିବା ପରେ ଜିଲ୍ଲା ଜଜ୍ ଏଏସଆଇକୁ ରିପୋର୍ଟ ଦାଖଲ ପାଇଁ ଡିସେମ୍ବର ୧୮ ତାରିଖ ଧାର୍ଯ୍ୟ କରିଥିଲେ। ଆଜି ଉଭୟ ପକ୍ଷର ସମସ୍ତ ଓକିଲ ଓ ଅଭିଯୋଗକାରୀ-ପ୍ରତିବାଦୀ ଉପସ୍ଥିତ ଥିଲେ। ସର୍ଭେ ରିପୋର୍ଟ ଉପସ୍ଥାପନ କରିବା ପାଇଁ ଏଏସଆଇ ଟିମ୍ ୫ଥର ସମୟ ନେଇଥିଲେ।

ଜ୍ଞାନବାପିର ୱାଜୁଖାନା ବ୍ୟତୀତ ସର୍ଭେ ନିର୍ଦ୍ଦେଶ ଦିଆଯାଇଥିଲା

ଏଏସଆଇ ସର୍ଭେ ପାଇଁ ମେ’ ୧୬ତାରିଖରେ ପିଟିସନ୍ ଦାଖଲ କରାଯାଇଥିଲା। ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନଙ୍କ ନେତୃତ୍ୱରେ ୪ ଜଣ ମହିଳା ଏହାକୁ ଦାଖଲ କରିଥିଲେ। ହିନ୍ଦୁ ପକ୍ଷର ଓକିଲ ସେଠାରେ ହିନ୍ଦୁ ମନ୍ଦିରର ପ୍ରତୀକ ପାଇଥିବା ଦାବି କରିଛନ୍ତି। ଏହାପରେ ବାରଣାସୀ ଜିଲ୍ଲା ଜଜ୍ ଡକ୍ଟର ଅଜୟ କୃଷ୍ଣ ବିଶ୍ୱେଶଙ୍କ ଅଦାଲତ ୨୧ ଜୁଲାଇ ୨୦୨୩ରେ ଜ୍ଞାନବାପି କମ୍ପ୍ଲେକ୍ସର ସିଲ୍ ହୋଇଥିବା ୱାଜୁଖାନା ବ୍ୟତୀତ ଅନ୍ୟସମସ୍ତ ଅଙ୍ଗ ଓ କୋଠରୀର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଜୁଲାଇ ୨୪, ତା’ପରେ ଅଗଷ୍ଟ ୪ରୁ ନଭେମ୍ବର ୧୬ ପର୍ଯ୍ୟନ୍ତ ଏହି ସର୍ଭେ ଚାଲିଥିଲା
ଜୁଲାଇ ୨୪ତାରିଖରେ ଏଏସଆଇ ଟିମ୍ ସର୍ଭେ ଆରମ୍ଭ କରିଥିଲା। ତେବେ ଏହି ସର୍ଭେ ବିରୋଧରେ ମୁସଲିମ ପକ୍ଷ ଅର୍ଥାତ୍ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏହାପରେ ସେହିଦିନ ଅର୍ଥାତ୍ ୨୪ ତାରିଖ ସନ୍ଧ୍ୟାରେ ସୁପ୍ରିମକୋର୍ଟ ସର୍ଭେ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

ଏହାପରେ ଆହ୍ଲାବାଦ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟ ଜ୍ଞାନବାପି ସର୍ଭେକୁ ଅନୁମୋଦନ କରିଥିଲେ। ଅଗଷ୍ଟ ୪ ତାରିଖରୁ ସାରାଦେଶର ଏଏସଆଇ ବିଶେଷଜ୍ଞମାନେ ସର୍ଭେ ଆରମ୍ଭ କରିଥିଲେ। ଅଗଷ୍ଟ ୪ତାରିଖରୁ ଆରମ୍ଭ ହୋଇଥିବା ଏହି ସର୍ଭେ ନଭେମ୍ବର ୧୬ତାରିଖରେ ଶେଷ ହୋଇଥିଲା। ସର୍ଭେ ପାଇଁ ବାରଣାସୀ କୋର୍ଟ ପ୍ରଥମେ ୨୮ ଦିନ ସମୟ ଦେଇଥିଲେ। ତେବେ ଏହାପରେ ଏଏସଆଇର ଦାବିକ୍ରମେ କୋର୍ଟ ସର୍ଭେ ସମୟକୁ ୩ ଥର ବୃଦ୍ଧି କରିଥିଲେ।

ହାଇଦ୍ରାବାଦର ଜିପିଆର ରିପୋର୍ଟ ବିଳମ୍ବର କାରଣ

ଜ୍ଞାନବାପି କ୍ୟାମ୍ପସରେ ହୋଇଥିବା ସର୍ଭେର ସତ୍ୟତା ସାମ୍ନାକୁ ଆସିବାରେ ବିଳମ୍ବ ହେବାର କାରଣ ପାଲଟିଛି ହାଇଦ୍ରାବାଦର ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ଅର୍ଥାତ୍ ଜିପିଆର ରିପୋର୍ଟ। ଏଏସଆଇ ଟିମର ୩ ଜଣ ବିଶେଷଜ୍ଞ ପ୍ରାୟ ୧୨୦ ପୃଷ୍ଠାର ରିପୋର୍ଟ ଦେଇଥିଲେ, କିନ୍ତୁ ହାଇଦ୍ରାବାଦ ଟିମ୍ ଜିପିଆର ରିପୋର୍ଟ ସମ୍ପୂର୍ଣ୍ଣଭାବେ ଉପସ୍ଥାପନ କରିନଥିଲେ।

ଏହାର ସଂକ୍ଷିପ୍ତ ରିପୋର୍ଟ ପରେ ଜିପିଆର ପ୍ରିଣ୍ଟ ସହ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ ସମୟ ଲାଗୁଛି। ପ୍ରାୟ ୫୦୦ ପୃଷ୍ଠାର ରିପୋର୍ଟ କୋର୍ଟରେ ଦାଖଲ କରାଯିବ ବୋଲି ଜଣାପଡ଼ିଛି। ସେହିପରି ସ୍କାନିଂ, ଭିଡିଓଗ୍ରାଫି, ମିଟରିଂ ଓ ନମୁନାର ରିପୋର୍ଟ ପ୍ରାୟ ପ୍ରସ୍ତୁତ ହୋଇସାରିଛି, ଯାହାକୁ ଚୂଡ଼ାନ୍ତ ସ୍ପର୍ଶ ଦିଆଯାଉଛି।

ଜିପିଆର ସହ ଅନ୍ୟ ମେସିନ୍ ମଧ୍ୟ ଲଗାଯାଇଛି

ଜ୍ଞାନବାପି କମ୍ପ୍ଲେକ୍ସର ଭୂପୃଷ୍ଠ ମାପ ପାଇଁ ଜିପିଆର ବ୍ୟତୀତ ଏକ ଡାଏଲ ଟେଷ୍ଟ ଇଣ୍ଡିକେଟର ସ୍ଥାପନ କରାଯାଇଥିଲା। ଗଭୀର ମାଇକ୍ରୋମିଟର ସାହାଯ୍ୟରେ ବିଭିନ୍ନ ଅଂଶମାପ କରାଯାଇଥିଲା। ସେଣ୍ଟ ଭର୍ନିୟର ବୋଭାଲ ପ୍ରୋଟ୍ରାକ୍ଟରର ମିଶ୍ରଣ ସହିତ ପରିସରରେ ନିର୍ମାଣର ଗଠନ ଯାଞ୍ଚ କରାଯାଇଥିଲା। ଥ୍ରିଡି ଫଟୋଗ୍ରାଫି ଓ କାନ୍ଥ ସ୍କାନିଂ ପାଇଁ ମେସିନ୍ ଓ କ୍ୟାମେରା ଲଗାଯାଇଛି। ଏଥିରେ ପ୍ରସ୍ତୁତ ମାନଚିତ୍ର ଆଧାରରେ ଏଏସଆଇ ଟିମ୍ ଏହି ମାପକୁ ରେକର୍ଡରେ ରେକର୍ଡ କରିଥିଲେ।

ଏଏସ୍ ଆଇ ଟିମ୍ ଏସବୁ ବିଷୟରେ ସର୍ଭେ କରିଛି

ଏଏସଆଇ ୪ଟି ସେକ୍ଟର ସୃଷ୍ଟି କରି ଜ୍ଞାନବାପିର ତିନୋଟି ଗୁମ୍ବୁଜ ଓ ପରିସରର ସର୍ଭେ ଶେଷ କରିଥିଲା। ଏଏସଆଇ ବ୍ୟାସ ବେସମେଣ୍ଟରେ ମିଟରିଂ କରିଥିଲା। କାନ୍ଥରେ ମିଳିଥିବା କଳାକୃତିର ପଏଣ୍ଟକୁ ଚାର୍ଟରେ ଉଲ୍ଲେଖ କରାଯାଇଛି । ୧୦୦ ମିଟର ଏରିଏଲ ଭ୍ୟୁ ଫଟୋଗ୍ରାଫି ଓ ଭିଡିଓଗ୍ରାଫିରେ ପଶ୍ଚିମ କାନ୍ଥର ଚିହ୍ନ, କାନ୍ଥରେ ଧଳାପଣ, ଇଟା ଓ ଚୂନରେ ଭସ୍ମ ସମେତ ମାଟିର ନମୁନା ସଂଗ୍ରହ କରାଯାଇଛି।

ଏଥିରେ ପଥର ଖଣ୍ଡ, କାନ୍ଥର ପ୍ରାଚୀନତା, ଭିତ୍ତିଭୂମି ଓ କାନ୍ଥର କଳାକୃତି, ମାଟି ଓ ଏହାର ରଙ୍ଗ, ଅବଶେଷର ପ୍ରାଚୀନତା ଏବଂ ଶସ୍ୟ ସମେତ ଶସ୍ୟର ନମୁନା ସଂଗ୍ରହ କରାଯାଇଛି। ଏହାବ୍ୟତୀତ ଭଙ୍ଗା ପ୍ରତିମୂର୍ତ୍ତିର ଏକ ଖଣ୍ଡକୁ ମଧ୍ୟ ଏଏସ୍ ଆଇ ନମୁନାରେ ସାମିଲ କରିଛି। ଡିଜିଟାଲ୍ ମାନଚିତ୍ରରେ ଭିତରର ବର୍ତ୍ତମାନର ସ୍ଥିତି ମଧ୍ୟ ଚିହ୍ନିତ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସର ଅଧୀର ରଞ୍ଜନଙ୍କ ସମେତ ୩୧ ବିରୋଧୀ ସାଂସଦ ଲୋକସଭାରୁ ନିଲମ୍ବିତ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ସାଂସଦମାନେ ହଙ୍ଗାମା କରିବା ପରେ ଲୋକସଭାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୩୧ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ବିରୋଧୀ ସାଂସଦଙ୍କ ପ୍ଲାକାର୍ଡ ଦେଖାଇବା ପାଇଁ ବାଚସ୍ପତି ଏହି ପଦକ୍ଷେପ ନେଇଛନ୍ତି। ନିଲମ୍ବିତ ସାଂସଦଙ୍କ ମଧ୍ୟରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ଅଛନ୍ତି। ଶୀତକାଳୀନ ଅଧିବେଶନର ଅବଶିଷ୍ଟ କାର୍ଯ୍ୟ ଦିବସ ପାଇଁ ସମସ୍ତ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବିରୋଧୀ ସଦସ୍ୟଙ୍କୁ ନିଲମ୍ବନ କରିବାକୁ ଦାବି କରିଥିଲେ। ଏହାପରେ ବାଚସ୍ପତି ଏହି ସଦସ୍ୟମାନଙ୍କୁ ନିଲମ୍ବିତ କରିଥିଲେ। ସୂଚନାଯୋଗ୍ୟ, ଶୁକ୍ରବାର ପୂରା ଅଧିବେଶନ ପାଇଁ ୧୩ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଏହା ସହିତ ଏପର୍ଯ୍ୟନ୍ତ ୪୪ ଜଣ ବିରୋଧୀ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି।

ସାଂସଦଙ୍କ ନିଲମ୍ବନ ପରେ ଲୋକସଭାକୁ ମଙ୍ଗଳବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଉଲ୍ଲେଖଯୋଗ୍ୟ, ବାଚସ୍ପତି ଓମ୍ ବିର୍ଲା ସମସ୍ତ ସଦସ୍ୟଙ୍କୁ ଗୃହରେ ପ୍ଲାକାର୍ଡ ନ ଆଣିବାକୁ ଅନୁରୋଧ କରିଥିଲେ। କିନ୍ତୁ ସଂସଦର ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ବିରୋଧୀ ସାଂସଦମାନେ ମଞ୍ଚ ସମ୍ମୁଖରେ ଲଗାତାର ପ୍ଲାକାର୍ଡ ଦେଖାଉଥିଲେ।

ବିରୋଧୀ ଚକିତ

ସରକାରଙ୍କ ଏହି ପଦକ୍ଷେପ ପରେ ବିରୋଧୀମାନେ ଚକିତ ହୋଇଯାଇଛନ୍ତି। ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ଗୃହ ଚଳାଇବା ସରକାରଙ୍କ କାମ। ଆମକୁ ନିଲମ୍ବିତ କରାଯାଉଛି ଏବଂ ଆମ ସ୍ୱରକୁ ଦମନ କରାଯାଉଛି। ସେପଟେ କଂଗ୍ରେସ ନେତା ଗୌରବ ଗୋଗୋଇ କହିଛନ୍ତି ଯେ ସରକାର ଆମ ସ୍ୱରକୁ ଦମନ କରିବାକୁ ଚାହୁଁଛନ୍ତି। ସରକାର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବଞ୍ଚାଇବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ସେ କହିଛନ୍ତି, ଆମେ ଗତ ଦୁଇଦିନ ଧରି ନିଲମ୍ବିତ ହୋଇଥିବା ସାଂସଦମାନଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରୁଛୁ। ଆମେ ସଂସଦରେ ସୁରକ୍ଷା ତ୍ରୁଟି ଉପରେ ବିତର୍କ କରିବାକୁ ଦାବି କରୁଥିଲୁ।

ନିଲମ୍ବିତ ସାଂସଦଙ୍କ ନାମ

-କଲ୍ୟାଣ ବାନାର୍ଜୀ
-ଏ. ରାଜା
-ଦୟାନିଧି ମାରାନ
-କେ ଜୟକୁମାର
-ଅବ୍ରୁପା ପୋଦ୍ଦାର
-ପ୍ରସୁନ ବାନାର୍ଜୀ
-ଇ.ଟି ମହମ୍ମଦ ବଶିର
-ଜି ସେଲଭମ୍
-ସିଏନ୍ ଆନ୍ନା ଦୁରାଇ
-ଅଧୀର ରଞ୍ଜନ ଚୌଧୁରୀ
-ଡ. ଟି. ସୁମତି
-କେ. ନୱାସ୍କାନି
-କେ.ବୀରସ୍ୱାମୀ
-ଏନ୍ କେ ପ୍ରେମଚନ୍ଦ୍ରନ
-ସୌଗତ ରାୟ
-ସାତବଦି ରାୟ
-ଅସିତ କୁମାର ମାଲ
-କୌଶଲେନ୍ଦ୍ର କୁମାର
-ଆଣ୍ଟୋ ଆଣ୍ଟୋନି
-ଏସ୍ ଏସ୍ ପାଲାନିମଣିକାମ
-ଅବଦୁଲ ଖାଲିଫ
-ଥିରୁଭୁକରଶର
-ବିଜୟ ବସନ୍ତ
-ପ୍ରତିମା ମଣ୍ଡଳ
-କାକୋଲି ଘୋଷ
-କେ ମୁରଲୀଧରନ
-ସୁନୀଲ କୁମାର ମଣ୍ଡଳ
-ଏସ୍ ରାମଲିଙ୍ଗମ୍
-କେ ସୁରେଶ
-ଅମର ସିଂ
-ରାଜମୋହନ ଉନ୍ନିଥନ
-ଗୌରବ ଗୋଗୋଇ
-ଟି.ଆର.ବାଲୁ

Categories
ଆଞ୍ଚଳିକ

ବାଣପୁର: ଭାରତୀୟ ଜନତା ପାର୍ଟିର ସିଦ୍ଧେଶ୍ଵରୀ ମଣ୍ଡଳର‌ ଚ଼ିନ୍ତନ ବୈଠକ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଗମ୍ଭାରୀମୁଣ୍ଡା ଠାରେ ଭାରତୀୟ ଜନତା ପାର୍ଟି ସିଦ୍ଧେଶ୍ଵରୀ ମଣ୍ଡଳର‌ ଚ଼ିନ୍ତନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ଲୋକପ୍ରିୟ ତଥା ରାଜ୍ୟ ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚ଼ନ୍ଦନ, ଖୋର୍ଦ୍ଧା ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ଶିକ୍ଷାବିତ୍ ତଥା ଦଳର ପୁରୁଖା ନେତା ଗୋଲକ ବିହାରୀ ପଟ୍ଟନାୟକ, ବରିଷ୍ଠ ନେତା ରମେଶ ଚନ୍ଦ୍ର ସାମନ୍ତସିଂହାର, ମାଧବ ପ୍ରଧାନ, ଗମ୍ଭାରୀମୁଣ୍ଡା ପଞ୍ଚାୟତର‌ ସମିତିସଭ୍ୟା ଅନିତା ପ୍ରଧାନ‌, ମଣ୍ଡଳ ସାଧାରଣ ସମ୍ପାଦକ ତପନ ପ୍ରଧାନ, ବିସ୍ତାରକ ଦେବେନ୍ଦ୍ର ପାଇଟିଆଲ୍, ଶରତ ଛାଟୋଇ, ପ୍ରକାଶ ବେହେରା, ପ୍ରଭାଶିଷ ପ୍ରଧାନ, ଦେବେନ୍ଦ୍ର ହରିଚ଼ନ୍ଦନ ଯୋଗ ଦେଇଥିଲେ।

ଏହି ବୈଠକରେ ଦଳର ଆଗାମୀ କାର୍ଯ୍ୟକ୍ରମ ବିଷୟରେ ବିସ୍ମୃତ ଆଲୋଚ଼ନା ହେବା ସହ ସଂଗଠନ କୁ ବୁଥ୍ ସ୍ତରରେ ଆହୁରି ଦୃଢ଼ କରିବା ପାଇଁ ଆଲୋଚ଼ନା ହୋଇଥିଲା। ଏହି ବୈଠକରେ ମଣ୍ଡଳ ର ସମସ୍ତ ଛାମୁଆ ନେତା ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାର ନୂଆ ଜେଏନ୍.୧ ଭାରିଏଣ୍ଟକୁ ନେଇ ସାରାବିଶ୍ୱ ଆତଙ୍କିତ, କେରଳରେ ରୋଗୀ ଚିହ୍ନଟ, ନୂଆ ଲହର ଆସିବ କି?

ନୂଆଦିଲ୍ଲୀ: କୋଭିଡ୍-୧୯ର ନୂଆ ଭାରିଏଣ୍ଟ ସାରା ବିଶ୍ୱର ବୈଜ୍ଞାନିକଙ୍କ ଚିନ୍ତା ବଢ଼ାଇ ଦେଇଛି। କରୋନାର ଜେଏନ୍-୧ ଷ୍ଟ୍ରେନ୍ ପୂର୍ବ ଭାରିଆଣ୍ଟ ତୁଳନାରେ ଅଧିକ ସଂକ୍ରାମକ ହୋଇପାରେ। ନିକଟରେ କେରଳରେ ଜେଏନ୍-୧ ଭାରିଏଣ୍ଟର ଏକ ମାମଲା ସାମ୍ନାକୁ ଆସିଛି। ଜଣେ ୭୮ ବର୍ଷୀୟ ବୃଦ୍ଧାଙ୍କ ଆରଟି-ପିସିଆର ପଜିଟିଭ୍ ନମୁନାରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି। ମହିଳାଙ୍କଠାରେ ଇନଫ୍ଲୁଏଞ୍ଜା ଭଳି ରୋଗର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥିଲା। ଏବେ ସେ ସୁସ୍ଥ ହୋଇଛନ୍ତି। ଜେଏନ୍-୧ ଭାରିଆଣ୍ଟ ସମଗ୍ର ବିଶ୍ୱରେ କୋଭିଡ୍ ମାମଲା ବଢ଼ାଉଛି। ସିଙ୍ଗାପୁରରେ ସପ୍ତାହକ ମଧ୍ୟରେ ୫୬ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) କହିଛି ଯେ ଭୂତାଣୁ ବିକଶିତ ହେଉଛି ଏବଂ କ୍ରମାଗତ ଭାବରେ ବଦଳୁଛି। ଡବ୍ଲୁଏଚଓ ଜେଏନ-୧କୁ ବିଏ.୨.୮୬ର ଏକ ସବ୍-ଭାରିଏଣ୍ଟଭାବେ ବର୍ଣ୍ଣନା କରିଛି। ଏହାର ସ୍ପାଇକ୍ ପ୍ରୋଟିନରେ କେବଳ ଗୋଟିଏ ଅତିରିକ୍ତ ମ୍ୟୁଟେସନ୍ ରହିଛି। କୋଭିଡ୍ ସହ ଇନଫ୍ଲୁଏଞ୍ଜା ଏବଂ ଅନ୍ୟାନ୍ୟ ଭୂତାଣୁ ତଥା ବ୍ୟାକ୍ଟେରିଆ ବ୍ୟାପିବା ନେଇ ଡବ୍ଲ୍ୟୁଏଚ୍ଓ ମଧ୍ୟ ଚିନ୍ତା ପ୍ରକଟ କରିଛି।

ନୂଆ କୋଭିଡ୍ ଭାରିଆଣ୍ଟକୁ ନେଇ ମନ୍ତ୍ରୀ କହିଲେ, କୌଣସି ଚିନ୍ତା ନାହିଁ

କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ରବିବାର କହିଛନ୍ତି ଯେ ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ କୋଭିଡ୍-୧୯ ଭାରିଆଣ୍ଟ ‘ଜେଏନ୍-୧’ ଚିନ୍ତାର କାରଣ ନୁହେଁ। ନିୟମିତ ସର୍ଭେଲାନ୍ସ କାର୍ଯ୍ୟକଳାପର ଏକ ଅଂଶ ଭାବରେ ଏହି ନୂତନ ମାମଲା ଚିହ୍ନଟ କରାଯାଇଛି ବୋଲି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ଜଣେ ବରିଷ୍ଠ ଅଧିକାରୀ ଶନିବାର କହିଛନ୍ତି।

ଜର୍ଜ କହିଛନ୍ତି ଯେ କିଛିମାସ ପୂର୍ବରୁ ସିଙ୍ଗାପୁର ବିମାନ ବନ୍ଦରରେ ସ୍କ୍ରିନିଂ କରାଯାଇଥିବା ଭାରତୀୟ ଯାତ୍ରୀଙ୍କ ମଧ୍ୟରେ ଏହା ମିଳିଥିଲା। ଚିନ୍ତା କରିବାର କିଛି ନାହିଁ। ସ୍ଥିତି ଉପରେ ନଜର ରଖାଯାଇଛି। ତେବେ ଯେଉଁମାନଙ୍କର ଅନ୍ୟାନ୍ୟ ଗମ୍ଭୀର ରୋଗ ରହିଛି ସେମାନେ ସତର୍କ ରହିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି।

କୋଭିଡ୍ ସବ୍ ଭାରିଆଣ୍ଟ ଜେଏନ୍-୧ର ଲକ୍ଷଣ କ’ଣ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଜେଏନ-୧ର ଲକ୍ଷଣ ମଧ୍ୟ ପୂର୍ବ କୋଭିଡ ଭାରିଆଣ୍ଟ ସହ ସମାନ। ଏହାଦ୍ୱାରା ଉପର ଶ୍ୱାସ କ୍ରିୟାରେ ସମସ୍ୟା ଦେଖାଦେଇଥାଏ। ସାମାନ୍ୟ ଜ୍ୱର, କାଶ, ନାକ ବନ୍ଦ, ଗଳା ଯନ୍ତ୍ରଣା, ନାକରୁ ପାଣି ବାହାରିବା, ମୁଣ୍ଡ ବିନ୍ଧା ଓ ପେଟ ଖରାପ ହେବା ଭଳି ସମସ୍ୟା ଦେଖାଦେଇଥାଏ। ଯେହେତୁ ଜେଏନ୍-୧ ଅତ୍ୟଧିକ ସଂକ୍ରାମକ, ତେଣୁ ଏହା କୋଭିଡ୍‍ର ପ୍ରମୁଖ ଷ୍ଟ୍ରେନରେ ପରିଣତ ହୋଇଛି।

କରୋନା ଲହରର ଆଶଙ୍କା? କିପରି ସୁରକ୍ଷା ଦେବେ

ଆମେରିକାର ରୋଗ ନିୟନ୍ତ୍ରଣ କେନ୍ଦ୍ର (ସିଡିସି) ଅନୁଯାୟୀ, ଭୂତାଣୁର ସ୍ପାଇକ୍ ପ୍ରୋଟିନକୁ ଟାର୍ଗେଟ କରୁଥିବା ଟିକା ମଧ୍ୟ ଜେଏନ-୧ ଏବଂ ବିଏ.୨.୮୬ ବିରୋଧରେ ପ୍ରଭାବଶାଳୀ ସାବ୍ୟସ୍ତ ହେବା ଉଚିତ।

ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲର ଚେଷ୍ଟ ମେଡିସିନର ବରିଷ୍ଠ ପରାମର୍ଶଦାତା ଡାକ୍ତର ଉଜ୍ଜ୍ୱଳ ପ୍ରକାଶ କହିଛନ୍ତି ଯେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ସତର୍କତା ଅବଲମ୍ବନ କରିବା ଜରୁରୀ।

ଡାକ୍ତର ପ୍ରକାଶ କହିଛନ୍ତି ଯେ କୋଭିଡର ଏକ ନୂତନ ଲହର ଆସୁଛି ବୋଲି କହିବା ଠିକ୍ ହେବ ନାହିଁ। ଏହା ଅନ୍ୟ ଭୂତାଣୁ ସଂକ୍ରମଣ ଭଳି ଅତିକ୍ରମ କରିପାରେ ବୋଲି ସେ କହିଛନ୍ତି। ମାସ୍କ ପିନ୍ଧିବା ସହ ଅନ୍ୟାନ୍ୟ ସତର୍କତା ଅବଲମ୍ବନ କରିବାକୁ ଡାକ୍ତର ପ୍ରକାଶ ପରାମର୍ଶ ଦେଇଛନ୍ତି । ଲକ୍ଷଣ ଦେଖାଗଲେ ପରୀକ୍ଷା କରାଇ ନିଅନ୍ତୁ।

ଭାରତରେ କୋଭିଡ୍‍ର କେତେ ସକ୍ରିୟ ମାମଲା

ସୋମବାର ଦେଶରେ ୧୨୭ ଟି ନୂଆ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୨୮କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ, ମୃତ୍ୟୁ ସଂଖ୍ୟା ୫୫,୩୩,୩୧୭କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର

ଇଣ୍ଡି ମେଣ୍ଟ ବୈଠକ ପରେ ଡିସେମ୍ବର ୨୧ରେ ବସିବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କଂଗ୍ରେସର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ଡିସେମ୍ବର ୨୧ରେ ଏକ ବୈଠକ ଡାକିଛି।

ଇଣ୍ଡି ମେଣ୍ଟ ବୈଠକର ଦୁଇଦିନ ପରେ କାର୍ଯ୍ୟକାରିଣୀ ବୈଠକ ଡକାଯିବା ନିଷ୍ପତ୍ତି ସ୍ପଷ୍ଟ ଯେ କଂଗ୍ରେସ ନେତୃତ୍ୱ ୨୦୨୪ରେ ଆଗାମୀ ଲୋକସଭା ନିର୍ବାଚନରେ ଆସନ ବଣ୍ଟନଠାରୁ ଆରମ୍ଭ କରି ସମସ୍ତ ପ୍ରସଙ୍ଗରେ ଦଳରେ ବ୍ୟାପକ ସହମତି ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଚାହୁଁଛି।

ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ

ଲୋକସଭା ନିର୍ବାଚନରେ ଦଳର ରାଜନୈତିକ ଆଶାକୁ ବଢ଼ାଇବା ପାଇଁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ନେଇ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇପାରେ। ୫ଟି ରାଜ୍ୟ ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ଏହା ପ୍ରଥମ ବୈଠକ ହେବ ଏବଂ ସ୍ୱାଭାବିକଭାବେ ଦଳର ପ୍ରଦର୍ଶନର ସମୀକ୍ଷା କରାଯିବ।

ଡିସେମ୍ବର ୨୧ରେ ବସିବ ସିଡବ୍ଲ୍ୟୁସି ବୈଠକ

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବର ୨୧ରେ ସିଡବ୍ଲ୍ୟୁସି ବୈଠକ ଡକାଯିବ ଏବଂ ଏଥିରେ କେବଳ ତେଲେଙ୍ଗାନାରେ ବିଜୟ ନୁହେଁ, ହିନ୍ଦୀ ବେଲ୍ଟର ୩ଟି ରାଜ୍ୟର ପରାଜୟ ଉପରେ ନିଶ୍ଚିତଭାବେ ଆଲୋଚନା ହେବ। କିନ୍ତୁ ବର୍ତ୍ତମାନ ମୁଖ୍ୟ ପ୍ରସଙ୍ଗ ହେଉଛି ୨୦୨୪ ନିର୍ବାଚନରେ ବିଜେପିକୁ ଚ୍ୟାଲେଞ୍ଜ କରିବା ଏବଂ ସେଥିପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୂରା ଫୋକସ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସହ ଜଡିତ ପ୍ରସଙ୍ଗ ଉପରେ ରହିବ। ଯେହେତୁ ଇଣ୍ଡି ମେଣ୍ଟର ଶୀର୍ଷ ନେତାଙ୍କ ବୈଠକର ମାତ୍ର ଦୁଇଦିନ ପରେ ଏହି ବୈଠକ ଅନୁଷ୍ଠିତ ହେଉଛି, ତେଣୁ ଆସନ ବଣ୍ଟନ ପ୍ରସଙ୍ଗରେ ବିଶେଷଭାବେ ଆଲୋଚନା ହେବା ସ୍ୱାଭାବିକ।

ଭାରତ ଯୋଡ଼ୋ ଯାତ୍ରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା

ଖଡଗେ ସଭାପତି ହେବାର ପ୍ରାୟ ଦେଢ଼ବର୍ଷ ପରେ ମଧ୍ୟ ଦଳର ଶୀର୍ଷ ସାଂଗଠନିକ ଢାଞ୍ଚାର ପୁନର୍ଗଠନ ହୋଇନାହିଁ ଏବଂ ଏହି ପରିପ୍ରେକ୍ଷୀରେ କାର୍ଯ୍ୟକାରିଣୀ ବୈଠକରେ ଲୋକସଭା ନିର୍ବାଚନ ପାଇଁ ଅଲଗା ଅଲଗା କିଛି କମିଟି ଗଠନ ଉପରେ ମଧ୍ୟ ଆଲୋଚନା ହେବ।

ନିର୍ବାଚନୀ ପ୍ରସଙ୍ଗକୁ ପ୍ରାଥମିକତା ଦେବାଠାରୁ ଆରମ୍ଭ କରି କଂଗ୍ରେସ ଓ ବିରୋଧୀଙ୍କ ମଧ୍ୟରେ ସକାରାତ୍ମକ ବିକଳ୍ପ ବିବରଣୀ ଦେବା ପର୍ଯ୍ୟନ୍ତ ଆଲୋଚନା ହେବାର ସମ୍ଭାବନା ରହିଛି।
ନିକଟରେ ୩ଟି ହିନ୍ଦୀ ରାଜ୍ୟରେ ଦଳ ନିର୍ବାଚନୀ ପରାଜୟ ବରଣ କରିଥିବାବେଳେ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ପାଞ୍ଚମାସିଆ ଭାରତ ଯୋଡ଼ୋ ଯାତ୍ରା କଂଗ୍ରେସ ରାଜନୀତିକୁ ଟ୍ରାକକୁ ଫେରାଇ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କଂଗ୍ରେସ ବିଶ୍ୱାସ କରୁଛି।

ଭାରତ ଯୋଡ଼ୋ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଅନୁମୋଦନ ମିଳିପାରେ

ଏଭଳି ସ୍ଥିତିରେ ଲୋକସଭା ନିର୍ବାଚନ ପୂର୍ବରୁ ସୁଦୂର ପୂର୍ବ ଅରୁଣାଚଳ ପ୍ରଦେଶରୁ ପଶ୍ଚିମରେ ଗୁଜରାଟର କଚ୍ଛ ପର୍ଯ୍ୟନ୍ତ ଭାରତ ଯୋଡ଼ୋ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବାକୁ କଂଗ୍ରେସରେ ଦୀର୍ଘ ସମୟ ଧରି ବିଚାରବିମର୍ଶ ଚାଲିଛି । ସୂତ୍ରରୁ ପ୍ରକାଶ ଯେ ବେରୋଜଗାରୀ ଏବଂ ମୁଦ୍ରାସ୍ଫୀତି ପ୍ରସଙ୍ଗକୁ ନିର୍ବାଚନୀ ଏଜେଣ୍ଡାରେ ପରିଣତ କରିବା ଉଦ୍ଦେଶ୍ୟରେ ରାହୁଲ ଗାନ୍ଧୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରାକୁ କାର୍ଯ୍ୟକାରୀ କମିଟି ଅନୁମୋଦନ କରିପାରେ । ଯେହେତୁ ଲୋକସଭା ନିର୍ବାଚନ ପାଇଁ ଅଧିକ ସମୟ ନାହିଁ, ତେଣୁ ରାହୁଲଙ୍କ ଦ୍ୱିତୀୟ ପର୍ଯ୍ୟାୟ ଯାତ୍ରା ହାଇବ୍ରିଡ୍ ହୋଇପାରେ ଯେଉଁଥିରେ ସେ କେଉଁଠି ପାଦରେ କିମ୍ବା ଗାଡ଼ିରେ ଯାତ୍ରା କରିପାରିବେ ।

ଏହି ବୈଠକରେ ୨୦୨୪ ନିର୍ବାଚନ ପୂର୍ବରୁ ବେରୋଜଗାରୀ ଓ ମୁଦ୍ରାସ୍ଫୀତିକୁ ମୁଖ୍ୟ ପ୍ରସଙ୍ଗ ଭାବେ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ଯେଉଁ ଗସ୍ତ କରିପାରନ୍ତି ସେ ନେଇ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି। ଦଳ ପାଦଯାତ୍ରା ସମେତ ପୂର୍ବ-ପଶ୍ଚିମ ଯାତ୍ରାକୁ ହାଇବ୍ରିଡ୍ ମୋଡ଼ରେ ବିଚାର କରୁଛି ଏବଂ ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

Categories
ବିଶେଷ ଖବର

୨୦୨୪ ଲଢ଼େଇ ପୂର୍ବରୁ ବିଜେପିର ‘ଶକ୍ତି’ କିପରି ବଢ଼ାଇବ ରାମ ମନ୍ଦିର

ନୂଆଦିଲ୍ଲୀ: ଆସନ୍ତା ମାସ ୨୨ ତାରିଖରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ରାମଙ୍କୁ ପ୍ରତିଷ୍ଠା କରାଯିବ। ଏହାର ପ୍ରସ୍ତୁତି ଜୋରସୋରରେ ଚାଲିଛି। ନିର୍ବାଚନ ବର୍ଷରେ ରାମ ମନ୍ଦିର ନିର୍ମାଣ ରାଜନୀତିରେ ଉଷ୍ମତା ବଢ଼ାଇବା ସହ ବିଜେପିର ଶକ୍ତି ମଧ୍ୟ ବଢ଼ାଇବ। ବିଜେପିଠାରୁ ଆରମ୍ଭ କରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ବିଶ୍ୱ ହିନ୍ଦୁ ପରିଷଦ ସମସ୍ତେ ଏଥିପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି।

ବିଜେପି ପାଇଁ ବଡ଼ ପ୍ରସଙ୍ଗ

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ମଧ୍ୟରୁ ଅନ୍ୟତମ। ଏବେ ଯେତେବେଳେ ଏହା ବାସ୍ତବ ରୂପ ନେବ, ସେତେବେଳେ ଦଳ ଏହାକୁ ନିଜର ଏକ ପ୍ରତିଶ୍ରୁତିଭାବେ ଲୋକଙ୍କୁ କହିବ। କେବଳ ଉତ୍ତରପ୍ରଦେଶରେ ବିଜେପି ଏଥିପାଇଁ ପ୍ରସ୍ତୁତ ହେଉନାହିଁ। ଏପରିକି ମଧ୍ୟପ୍ରଦେଶଠାରୁ ଆରମ୍ଭ କରି ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ପର୍ଯ୍ୟନ୍ତ ପ୍ରତ୍ୟେକ ରାଜ୍ୟର ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ଅଯୋଧ୍ୟାରେ ରାମ ମନ୍ଦିର ଦର୍ଶନ ପାଇଁ ରାମ ଭକ୍ତମାନଙ୍କୁ ପ୍ରତିଶ୍ରୁତି ଦେଇଥିଲା। ଆଉ କିଛିମାସ ପରେ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ଏହା ଦଳ ପାଇଁ ଏକ ବଡ଼ ପ୍ରସଙ୍ଗ ହେବ।

ଅଭିଯାନ ଚାଲିଛି

ବିଜେପି ପ୍ରାୟ ସବୁ ରାଜ୍ୟରେ ଅଯୋଧ୍ୟା ଚାଲୋ ଅଭିଯାନ ଆରମ୍ଭ କରିଛି। ରାମ ମନ୍ଦିର ପ୍ରତିଷ୍ଠା ପରେ ନିର୍ବାଚନ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ଲୋକଙ୍କୁ ଲଗାତାର ଅଯୋଧ୍ୟା ନେବା ପାଇଁ ଦଳ ପଞ୍ଜୀକରଣ ଆରମ୍ଭ କରିଛି। ସୋସିଆଲ ମିଡିଆ ଜରିଆରେ ଅଯୋଧ୍ୟାରେ ଜୀବନର ପବିତ୍ରତା ବିଷୟରେ ମଧ୍ୟ ଲୋକଙ୍କୁ କୁହାଯାଉଛି। ଜାନୁଆରୀ ୨୨ରେ ବିଜେପି ମଧ୍ୟ ପ୍ରାଣ ପ୍ରତିଷ୍ଠାକୁ ପ୍ରତ୍ୟେକ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଇଭ୍ ଦେଖାଇବାକୁ ପ୍ରସ୍ତୁତି ଚଳାଇଛି।

ରାମ ମନ୍ଦିରକୁ ନେଇ ତିଆରି ହୋଇଥିବା ଗୀତଗୁଡ଼ିକୁ ସ୍ଥାନୀୟ ଭାଷାରେ ଅନୁବାଦ କରାଯାଇ ସ୍ଥାନୀୟ ଗାୟକଙ୍କ ସ୍ୱରରେ ମୁକ୍ତିଲାଭ କରାଯାଉଛି। ବିଜେପିର ଜଣେ ନେତା କହିଛନ୍ତି ଯେ ସମଗ୍ର ବାତାବରଣ ଆନନ୍ଦଦାୟକ ହେବ। ପ୍ରତ୍ୟେକ ରାଜ୍ୟରେ ବସ୍ ବୁକିଂ କରାଯିବ ଏବଂ ଲୋକଙ୍କୁ ଅଯୋଧ୍ୟା ଯିବାପାଇଁ ସାହାଯ୍ୟ କରାଯିବ। ଅନେକ ରାଜ୍ୟରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ବିଜେପି ସୋସିଆଲ ମିଡିଆ ଜରିଆରେ ନିଜ ଜିଲ୍ଲା କାର୍ଯ୍ୟାଳୟରେ ଲୋକଙ୍କୁ ପଞ୍ଜୀକରଣ କରୁଛି। ପୂଜାର୍ଚ୍ଚନା ପରେ ରାମ ମନ୍ଦିରର ପ୍ରସାଦ ଘରକୁ ଘର ପହଞ୍ଚାଇବାକୁ ମଧ୍ୟ ଯୋଜନା କରାଯାଉଛି। ଏଥିପାଇଁ ବିଜେପି ବିଭିନ୍ନ ରାଜ୍ୟରେ ରାଜ୍ୟସ୍ତରରେ ବୈଠକ କରୁଛି ଏବଂ ତା’ପରେ ବ୍ଲକସ୍ତରରେ ଏହି ଦାୟିତ୍ୱ ଦିଆଯିବ।

ଏଭଳି ପ୍ରସ୍ତୁତି

ବିଜେପି ମଧ୍ୟପ୍ରଦେଶ ସରକାର ଘୋଷଣା କରିଛନ୍ତି ଯେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ଯାଇଥିବା ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କରାଯିବ। ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରଥମ କ୍ୟାବିନେଟ୍ ବୈଠକ ପରେ କହିଛନ୍ତି ଯେ ମଧ୍ୟପ୍ରଦେଶର ଅନେକ ଶ୍ରଦ୍ଧାଳୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟା ଯିବେ ଏବଂ ଆମ ସରକାର ବାଟରେ ତିଳକ ଦେଇ ସେମାନଙ୍କୁ ସ୍ୱାଗତ କରିବେ। ଅନ୍ୟ ରାଜ୍ୟରେ ମଧ୍ୟ ସମାନ ପ୍ରସ୍ତୁତି କରାଯାଉଛି ବୋଲି ବିଜେପି ନେତାମାନେ କହିଛନ୍ତି। ବିଭିନ୍ନ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖାଦ୍ୟ ଓ ଆବଶ୍ୟକ ସୁବିଧାର ବ୍ୟବସ୍ଥା କରାଯିବ।

ବିଜେପିର ବିହାର ୟୁନିଟ୍ କହିଛି ଯେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ସେମାନେ ୫୦ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଅଯୋଧ୍ୟା ତୀର୍ଥକ୍ଷେତ୍ରକୁ ନେଇଯିବେ। ପୂଜା ପୂର୍ବରୁ ସମସ୍ତ ଘରକୁ ନିମନ୍ତ୍ରଣ କାର୍ଡ ଓ ପୂଜା ଅକ୍ଷତ ବଣ୍ଟନ କରାଯିବ। ଏହା ସହିତ ଭଗବାନ ରାମଙ୍କ ଫଟୋ ମଧ୍ୟ ଘରକୁ ଘର ବୁଲି ଦିଆଯିବ।

ସଂଘର୍ଷର କାହାଣୀ

ବିଜେପିର ଜଣେ ନେତାଙ୍କ କହିବା ଅନୁଯାୟୀ, ଦୀର୍ଘ ସଂଘର୍ଷ ପରେ କୋଟି କୋଟି ଲୋକଙ୍କ ରାମ ମନ୍ଦିର ସ୍ୱପ୍ନ ସାକାର ହୋଇଛି, ତା’ପରେ ସମସ୍ତଙ୍କ ମନରେ ଏହାର ଉତ୍ସାହ ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହା ସମ୍ଭବ ହୋଇପାରିଛି ବୋଲି ଦଳ ଲୋକଙ୍କୁ କହିବ। ସଂଘ ଓ ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ ନିଜ ସ୍ୱେଚ୍ଛାସେବୀଙ୍କ ଜରିଆରେ ରାମ ମନ୍ଦିର ସଂଘର୍ଷର କାହାଣୀ ଲୋକଙ୍କୁ କହୁଛନ୍ତି। ସଂଘର୍ଷ କିପରି ସମ୍ପନ୍ନ ହେଲା ଏବଂ ଏବେ ସ୍ୱପ୍ନ ପୂରଣ ହେଉଛି, ତାହାକୁ ଦୃଷ୍ଟିରେ ରଖି ଅନେକ ରାମ ଭଜନ ରଚନା କରାଯାଉଛି। ପୂଜାର୍ଚ୍ଚନା ପରେ ବିଭିନ୍ନ କାରସେବକଙ୍କ ପରିବାରକୁ ମଧ୍ୟ ଅଯୋଧ୍ୟା ତୀର୍ଥକ୍ଷେତ୍ରକୁ ନିଆଯିବ। ଦେଶର ୫ ଲକ୍ଷରୁ ଅଧିକ ମନ୍ଦିରରେ ପୂଜାର୍ଚ୍ଚନା ସମୟରେ ରାମଙ୍କୁ ତିଳକ ଲାଗିବ ଏବଂ ଅଯୋଧ୍ୟା ଭଳି ଏକ ବଡ଼ ଉତ୍ସବ ଅନୁଷ୍ଠିତ ହେବ।

Categories
ବିଶେଷ ଖବର

ଇଣ୍ଡି ମେଣ୍ଟରୁ ଓହରିଯାଉଛି କି ଆପ୍?: କେଜ୍ରିୱାଲଙ୍କ ବୟାନକୁ ନେଇ ଜୋର ଧରିଛି ଚର୍ଚ୍ଚା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ୨୦୨୪ ପାଇଁ ସବୁ ଦଳର ପ୍ରସ୍ତୁତି ଜୋର ଧରିଛି। ବିଜେପିକୁ କେନ୍ଦ୍ରରୁ ହଟାଇବା ପାଇଁ ଦଳ ‘ଇଣ୍ଡି ମେଣ୍ଟ’ ତା’ର ଅଭିଯାନ ଆରମ୍ଭ କରିଛି। ଇଣ୍ଡି ମେଣ୍ଟରେ ସମସ୍ତ ପ୍ରମୁଖ ଓ ଛୋଟ ଛୋଟ ଦଳ ଏକାଠି ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସେପଟେ କିଛି ଦଳ ‘ଏକଲା ଚଲୋ’ର ରଣନୀତିକୁ କାର୍ଯ୍ୟକାରୀ କରୁଥିବା ଦେଖିବାକୁ ମିଳିଛି। ଆମ୍ ଆଦମୀ ପାର୍ଟି ପକ୍ଷରୁ ମଧ୍ୟ ସମାନ କିଛି ଦେଖିବାକୁ ମିଳିଛି। ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ରବିବାର ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନ ଏବଂ ଚଣ୍ଡିଗଡ଼ର ଗୋଟିଏ ଲୋକସଭା ଆସନ ଜିତିବା ପାଇଁ ଭଟିଣ୍ଡାର ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ଆପ୍ ଏକାକୀ ନିର୍ବାଚନ ଲଢ଼ିବାକୁ ଚିନ୍ତା କରୁଛି। ଆପ୍‍ ଇଣ୍ଡି ମେଣ୍ଟ ଅଂଶ ବିଶେଷ ନୁହେଁ।

ଚଳିତ ଲୋକସଭାରେ ପଞ୍ଜାବରେ ‘ଇଣ୍ଡିଆ’ ମେଣ୍ଟର ଦଳଗୁଡ଼ିକର ୯ଟି ଆସନ ରହିଛି। ଏଥିରେ କଂଗ୍ରେସର ୮ ଜଣ ସଦସ୍ୟ ଥିବା ବେଳେ ଆପ୍ ର ମାତ୍ର ଜଣେ ସଦସ୍ୟ ଅଛନ୍ତି। ତେବେ ଭଟିଣ୍ଡାରେ ତାଙ୍କ ବିକାଶ କ୍ରାନ୍ତି ରାଲିରେ କେଜ୍ରିୱାଲ ୧୧୨୫ କୋଟି ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟ ଘୋଷଣା କରିଥିଲେ। କେଜ୍ରିଓ୍ଵାଲ ସ୍ପଷ୍ଟ କରିଛନ୍ତି ଯେ କଂଗ୍ରେସ ମଧ୍ୟ ରାଜ୍ୟରେ ଆପ୍ ର ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ।

ବିଜେପି, ଅକାଳୀ ଓ କଂଗ୍ରେସ ଉପରେ ଆକ୍ରମଣ

କେଜ୍ରିଓ୍ଵାଲ ବିଜେପି, ଅକାଳୀ ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କେଜ୍ରିଓ୍ଵାଲ କହିଛନ୍ତି ଯେ, ଏସଏଡି, କଂଗ୍ରେସ କିମ୍ବା ବିଜେପି-ଅକାଳୀ ସରକାର କେବେବି ଏକାଥରକେ ୧୧୨୫ କୋଟି ଟଙ୍କାର ପ୍ୟାକେଜ୍ ଆବଣ୍ଟନ କରିନାହାନ୍ତି। ସେ କହିଛନ୍ତି ଯେ ପଞ୍ଜାବକୁ ଅନୁଦାନ ବନ୍ଦ କରିବା ପାଇଁ ତାଙ୍କ ଦଳର ସମସ୍ତ ପ୍ରତିଦ୍ୱନ୍ଦ୍ୱୀ କେନ୍ଦ୍ର ସରକାରଙ୍କ ସହ ହାତ ମିଳାଇଛନ୍ତି କାରଣ ସେମାନେ ଅନୁଭବ କରୁଛନ୍ତି ଯେ ଯଦି ଆପ୍ ପଞ୍ଜାବରେ ସଫଳତାର ସହ ବିକାଶ ମୂଳକ କାର୍ଯ୍ୟ କରେ ତେବେ ସେମାନେ ନିର୍ବାଚନରେ ପରାଜିତ ହୋଇଯିବେ।

ଆପ୍ ପଞ୍ଜାବରେ ମେଣ୍ଟ ଚାହୁଁନାହିଁ

ଲୋକସଭା ନିର୍ବାଚନ ପାଇଁ ପଞ୍ଜାବରେ ଆପ୍ ସହ କୌଣସି ସମ୍ଭାବ୍ୟ ମେଣ୍ଟକୁ କଂଗ୍ରେସର ରାଜ୍ୟ ୟୁନିଟ୍ ମଧ୍ୟ ବିରୋଧ କରୁଛି। କିଛିଦିନ ତଳେ ଦଳ ପକ୍ଷରୁ ସର୍ଭେ କରି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟ ଶାଖାକୁ କୁହାଯାଇଥିଲା।

Categories
ବିଶେଷ ଖବର

କ’ଣ ରହିବ ଆସନ୍ତାକାଲିର ଇଣ୍ଡି ମେଣ୍ଟ ବୈଠକର ଏଜେଣ୍ଡା?

ନୂଆଦିଲ୍ଲୀ: ମଙ୍ଗଳବାର ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ବୈଠକ ବସିବ। ଏହି ବୈଠକରେ ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଆସନ ବଣ୍ଟନ ଆଲୋଚନା ଉପରେ ଗୁରୁତ୍ୱ ଦିଆଯାଇପାରେ। ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)ଠାରୁ କଂଗ୍ରେସର ପରାଜୟ ପରେ ଡିସେମ୍ବର ୩୧ ପୂର୍ବରୁ ବୁଝାମଣା ଓ ମିଳିତ ରଣନୀତିକୁ ପୁନଃ କାର୍ଯ୍ୟକାରୀ କରିବାକୁ କିଛି ନେତା ଜୋର ଦେଉଛନ୍ତି। ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଲଢ଼ିବା ପାଇଁ ଏକାଠି ହୋଇଥିବା ବିଭିନ୍ନ ବିରୋଧୀ ଦଳର ନେତାଙ୍କ ସମ୍ମୁଖରେ ମୁଖ୍ୟ ଚ୍ୟାଲେଞ୍ଜ ହେଉଛି ଶାସକ ଦଳର ମୁକାବିଲା ପାଇଁ ଏକ ବିକଳ୍ପ ସାଧାରଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା।

ଡିସେମ୍ବର ୩୧ ପୂର୍ବରୁ ଆସନ ବୁଝାମଣା

ମିଳିତ ଅପରେସନ ରଣନୀତି ପ୍ରସ୍ତୁତ କରିବା ଏବଂ ଲୋକଙ୍କ ସମ୍ମୁଖରେ ଏକ ସାଧାରଣ କାର୍ଯ୍ୟକ୍ରମ ଉପସ୍ଥାପନ କରିବାରେ ସାହାଯ୍ୟ କରିବା ପାଇଁ ଡିସେମ୍ବର ୩୧ ପୂର୍ବରୁ ଆସନ ବଣ୍ଟନ କରାଯିବା ଉଚିତ ବୋଲି ବିରୋଧୀ ଦଳର ନେତାଙ୍କ ଏକ ଗୋଷ୍ଠୀ ମତ ରଖିଛନ୍ତି। ଭାରତୀୟ ଜାତୀୟ ଉନ୍ନୟନ ସମାବେଶୀ ମେଣ୍ଟ (ଇଣ୍ଡିଆ) ସମ୍ମୁଖରେ ତତ୍କାଳ ଚ୍ୟାଲେଞ୍ଜ ହେଉଛି ଆବାହକ, ମୁଖପାତ୍ର ଏବଂ ମିଳିତ କାର୍ଯ୍ୟାଳୟ ଉପରେ ସହମତି ସୃଷ୍ଟି କରିବା, କାରଣ ସହଯୋଗୀ ଦଳମାନଙ୍କ ମଧ୍ୟରେ ମତଭେଦ କାରଣରୁ ଏହା ଏକ ଜଟିଳ ପ୍ରସଙ୍ଗ।

୩ ଟି ରାଜ୍ୟରେ ବିଜେପିର ବିଜୟ ଯୋଗୁଁ ଚାପ

ନିକଟରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ବିଜୟ ବିରୋଧୀ ଦଳଗୁଡ଼ିକ ଉପରେ ଏକଜୁଟ ହେବା ପାଇଁ ଚାପ ବଢ଼ାଇଛି। ସୂତ୍ରରୁ ପ୍ରକାଶ ଯେ ସମାଜବାଦୀ ପାର୍ଟି (ଏସପି) ଏବଂ ଦ୍ରାବିଡ ମୁନେତ୍ରା କଜଗମ (ଡିଏମକେ) ଭଳି କିଛି ଦଳ କଂଗ୍ରେସ ସହିତ ଆସନ ବୁଝାମଣା ଚୂଡ଼ାନ୍ତ କରିପାରନ୍ତି। ସେ କହିଛନ୍ତି ଯେ ଉତ୍ତରପ୍ରଦେଶରେ କଂଗ୍ରେସକୁ ୮ଟି ଆସନ ଦେବାକୁ ସପା ପ୍ରସ୍ତୁତ ଥିବା ଜଣାପଡ଼ୁଛି, କିନ୍ତୁ କଂଗ୍ରେସ ଅଧିକ ଆସନ ଚାହୁଁଛି। ରବିବାର ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଶିବପାଲ ଯାଦବ କହିଛନ୍ତି ଯେ ଆସନ ବୁଝାମଣା କିମ୍ବା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଚୟନରେ କୌଣସି ଅସୁବିଧା ହେବ ନାହିଁ। ଇଣ୍ଡି ମେଣ୍ଟ ଏକଜୁଟ ହୋଇ ବିଜେପିକୁ ଦେଶରୁ ହଟାଇବ ବୋଲି ସେ କହିଛନ୍ତି।

ଇଣ୍ଡି ମେଣ୍ଟ ପାଇଁ ୪ଟି ରାଜ୍ୟ ଚ୍ୟାଲେଞ୍ଜ

ପଶ୍ଚିମବଙ୍ଗ, କେରଳ, ପଞ୍ଜାବ ଓ ଦିଲ୍ଲୀରେ ଇଣ୍ଡି ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ଲାଗି ରହିଥିବା ଅଚଳାବସ୍ଥାର କେନ୍ଦ୍ରବିନ୍ଦୁ ପାଲଟିଛି, କାରଣ କେହି ପଛଘୁଞ୍ଚା ଦେବାକୁ ରାଜି ନୁହଁନ୍ତି। ରାଜ୍ୟ ନିର୍ବାଚନ ସମୟରେ ଜାତିଗତ ଜନଗଣନା ଭଳି ପ୍ରସଙ୍ଗ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରୁନଥିବାରୁ ଇଣ୍ଡି ମେଣ୍ଟ ନେତାମାନେ ନୂଆ ରଣନୀତି ପ୍ରସ୍ତୁତ କରିପାରନ୍ତି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ଏହି ବିଧାନସଭା ନିର୍ବାଚନରେ କଂଗ୍ରେସ ସମେତ ବିରୋଧୀ ଦଳମାନେ ଜାତିଗତ ଜନଗଣନା ପ୍ରସଙ୍ଗକୁ ଗୁରୁତ୍ୱ ଦେବା ପାଇଁ ଯଥାସମ୍ଭବ ପ୍ରୟାସ ଚଳାଇଥିଲେ। ସୂତ୍ରରୁ ପ୍ରକାଶ ଯେ ବିଧାନସଭା ନିର୍ବାଚନ ପୂର୍ବରୁ ଅକ୍ଟୋବରରେ ଭୋପାଳରେ ହେବାକୁ ଥିବା ରାଲିକୁ ବାତିଲ କରିବାକୁ ପଡ଼ିଥିବାରୁ ବିରୋଧୀ ଦଳଗୁଡ଼ିକର ମିଳିତ ରାଲି ପାଇଁ ଯୋଜନା ମଧ୍ୟ ଖୁବ୍ ଶୀଘ୍ର ଚୂଡ଼ାନ୍ତ କରିବାକୁ ପଡ଼ିବ।

କଂଗ୍ରେସର ସ୍ଥିତି ଦୁର୍ବଳ

ହିନ୍ଦୀ ବେଲ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ମେଣ୍ଟରେ କଂଗ୍ରେସର ସ୍ଥିତି ଦୁର୍ବଳ ହୋଇଛି। ଇଣ୍ଡି ମେଣ୍ଟ ଭିତରେ ସମୀକରଣ ବଦଳିବାକୁ ଯାଉଛି, କାରଣ ଅନ୍ୟ ବିରୋଧୀ ଦଳମାନେ ମେଣ୍ଟର ଅକ୍ଷ ଭାବରେ ଏହାର ସ୍ଥିତିକୁ ଚ୍ୟାଲେଞ୍ଜ କରିବେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ସେ ବିଜେପିକୁ ସକାରାତ୍ମକ ଏଜେଣ୍ଡା ସହ ମୁକାବିଲା କରିବା ଏବଂ ଲୋକଙ୍କ ସମସ୍ୟାକୁ ସାମ୍ନାକୁ ଆଣିବା ପାଇଁ ଆଗକୁ ବଢ଼ିବେ। ୨୦୨୪ ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛିମାସ ବାକି ଥିବାବେଳେ ଏବଂ ବିଧାନସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚମତ୍କାର ବିଜେପିକୁ ମୁକାବିଲା କରିବା ପାଇଁ ବିରୋଧୀ ମେଣ୍ଟ ପାଖରେ ନିଜର ନିର୍ବାଚନୀ କାହାଣୀକୁ ପୁନଃ ଆବିଷ୍କାର କରିବାକୁ ସମୟ ନାହିଁ।

ଇଣ୍ଡି ମେଣ୍ଟର ଚତୁର୍ଥ ବୈଠକ

ଏହା ହେବ ଇଣ୍ଡି ମେଣ୍ଟର ଚତୁର୍ଥ ବୈଠକ। ଏହାର ପ୍ରଥମ ବୈଠକ ଜୁନ୍ ୨୩ରେ ପାଟନାରେ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ବୈଠକ ଜୁଲାଇ ୧୭-୧୮ରେ ବେଙ୍ଗାଲୁରୁରେ ଏବଂ ତୃତୀୟ ବୈଠକ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ମଧ୍ୟରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ୨୭ଟି ଦଳ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଏକଜୁଟ ହେବାକୁ ସଂକଳ୍ପ ନେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

କିଏ କ’ଣ ଖାଇବ, ନିଷ୍ପତ୍ତି ନେବାକୁ ଗିରିରାଜ କିଏ? ମାଂସ ବିବାଦ ଉପରେ ପ୍ରଶ୍ନ ଉଠାଇଲେ ଜେଏମଏମ ସାଂସଦ ମହୁଆ

ନୂଆଦିଲ୍ଲୀ: ହିନ୍ଦୁମାନେ କେଉଁ ପ୍ରକାର ମାଂସ ଖାଇବା ଉଚିତ୍ ସେନେଇ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ବିବୃତ୍ତି ଉପରେ ବିବାଦ ଗଭୀର ହେବାରେ ଲାଗିଛି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଚର୍ଚ୍ଚିତ ନେତା ଏବଂ ରାଜ୍ୟସଭା ସାଂସଦ ମହୁଆ ମାଞ୍ଝି ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, କିଏ କ’ଣ ଖାଇବ?

ଦିଲ୍ଲୀରେ ଜେଏମଏମ ସାଂସଦ କହିଛନ୍ତି ଯେ, ”କ’ଣ ଖାଇବ ଏବଂ କ’ଣ ଖାଇବା ଉଚିତ ନୁହେଁ, ଗିରିରାଜ ସିଂ କହିବାକୁ କିଏ? ନିର୍ବାଚନ ସମୟରେ ଏପରି ଜିନିଷ ଆସିବ। ମୁଁ ଆଶ୍ଚର୍ଯ୍ୟ ଲାଗୁଛି ଯେ ଗିରିରାଜ ସିଂ କାହିଁକି ଏପରି କହୁଛନ୍ତି?”

ଘଟଣା କଣ?:

କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ଫାୟାରବ୍ରାଣ୍ଡ ନେତା ଗିରିରାଜ ସିଂ ରବିବାର ଦିନ ଏକ ବଡ଼ ବିବୃତ୍ତି ଦେଇଥିଲେ। ସେ କହିଥିଲେ ଯେ, ହିନ୍ଦୁମାନେ ହଲାଲ ମାଂସ ଖାଇବା ବନ୍ଦ କରିବା ଉଚିତ୍। ସେମାନେ କେବଳ ଝଟକା ମାଂସ ଖାଇବା ଉଚିତ୍। ଝଟକା ମାଂସରେ ପଶୁକୁ ଗୋଟିଏ ଝଟକାରେ ବଧ କରାଯାଏ। ବିଜେପି ନେତା ତାଙ୍କ ସଂସଦ ନିର୍ବାଚନମଣ୍ଡଳୀ ବେଗୁସରାଇରେ ତାଙ୍କ ସମର୍ଥକଙ୍କୁ ପ୍ରତିଜ୍ଞା ନେବାକୁ କହିଥିଲେ ଯେ, ବର୍ତ୍ତମାନଠାରୁ ସେମାନେ ହଲାଲ ମାଂସ ଖାଇ ସେମାନଙ୍କର ଧର୍ମକୁ ଭ୍ରଷ୍ଟ କରିବେ ନାହିଁ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ମୁଁ ସେହି ସମସ୍ତ ମୁସଲମାନମାନଙ୍କୁ ପ୍ରଶଂସା କରୁଛି ଯେଉଁମାନେ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ କେବଳ ହଲାଲ ମାଂସ ଖାଇବେ। ବର୍ତ୍ତମାନ ହିନ୍ଦୁମାନେ ମଧ୍ୟ ସେମାନଙ୍କର ଧାର୍ମିକ ପରମ୍ପରା ପ୍ରତି ସମାନ ପ୍ରତିବଦ୍ଧତା ପ୍ରଦର୍ଶନ କରିବା ଉଚିତ୍।

Categories
ଆଜିର ଖବର ଜାତୀୟ ଖବର

‘ହଲାଲ୍ ମାଂସ ଛାଡିଦିଅ, ହିନ୍ଦୁମାନେ କେବଳ ଝଟକା ମାଂସ ଖାଇବା ଉଚିତ୍,’ କାହିଁକି ଏଭଳି ପରାମର୍ଶ ଦେଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ଫାୟାରବ୍ରାଣ୍ଡ ନେତା ଗିରିରାଜ ସିଂ ରବିବାର ଦିନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ହିନ୍ଦୁମାନେ ହଲାଲ ମାଂସ ଖାଇବା ବନ୍ଦ କରିବା ଉଚିତ୍। ସେମାନେ କେବଳ ଝଟକା ମାଂସ ଖାଇବା ଉଚିତ୍। ଝଟକା ମାଂସରେ ପଶୁକୁ ଗୋଟିଏ ଝଟକାରେ ବଧ କରାଯାଏ। ବିଜେପି ନେତା ତାଙ୍କ ସଂସଦ ନିର୍ବାଚନମଣ୍ଡଳୀ ବେଗୁସରାଇରେ ତାଙ୍କ ସମର୍ଥକଙ୍କୁ ପ୍ରତିଜ୍ଞା ନେବାକୁ କହିଛନ୍ତି ଯେ, ବର୍ତ୍ତମାନଠାରୁ ସେମାନେ ହଲାଲ ମାଂସ ଖାଇ ସେମାନଙ୍କର ଧର୍ମକୁ ଭ୍ରଷ୍ଟ କରିବେ ନାହିଁ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ମୁସଲମାନମାନଙ୍କ ଉପରେ ତୀକ୍ଷ୍ଣ ବିବୃତ୍ତି ପାଇଁ ଜଣାଶୁଣା ଗିରିରାଜ ସେମାନଙ୍କୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ମୁଁ ସେହି ସମସ୍ତ ମୁସଲମାନମାନଙ୍କୁ ପ୍ରଶଂସା କରୁଛି ଯେଉଁମାନେ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ କେବଳ ହଲାଲ ମାଂସ ଖାଇବେ। ବର୍ତ୍ତମାନ ହିନ୍ଦୁମାନେ ମଧ୍ୟ ସେମାନଙ୍କର ଧାର୍ମିକ ପରମ୍ପରା ପ୍ରତି ସମାନ ପ୍ରତିବଦ୍ଧତା ପ୍ରଦର୍ଶନ କରିବା ଉଚିତ୍। ମୁସଲମାନ ସମ୍ପ୍ରଦାୟରେ ଝଟକା ମାଂସ ଖାଇବା ନିଷେଧ। ଏହି କାରଣରୁ ସେମାନେ କେବଳ ହଲାଲ୍ ମାଂସ ଖାଇଥା’ନ୍ତି।

Categories
ବିଶେଷ ଖବର

‘ବ୍ରହ୍ମାଣ୍ଡର କୌଣସି ଶକ୍ତି ଧାରା-୩୭୦କୁ ଫେରାଇ ଆଣିପାରିବ ନାହିଁ’: ବିରୋଧୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମୋଦି ସରକାରଙ୍କ ମନୋବଳ ବୃଦ୍ଧି ପାଇଛି। ଯେଉଁମାନେ ଏହାକୁ ନେଇ ରାଜନୀତି କରୁଛନ୍ତି ସେମାନଙ୍କୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟଭାବେ କହିଛନ୍ତି ଯେ ବିଶ୍ୱରେ ଏପରି କୌଣସି ଶକ୍ତି ନାହିଁ ଯାହା ଧାରା-୩୭୦କୁ ପୁନଃ କାର୍ଯ୍ୟକାରୀ କରିପାରିବ। ସୁପ୍ରିମକୋର୍ଟଙ୍କ ସମର୍ଥନକୁ ଦର୍ଶାଇ ସେ ଧାରା-୩୭୦ ଉଚ୍ଛେଦକୁ ଦୃଢ଼ ସମର୍ଥନ କରି କହିଛନ୍ତି ଯେ ବିଶ୍ୱର କୌଣସି ଶକ୍ତି ସମ୍ବିଧାନର ଉଚ୍ଛେଦ ବ୍ୟବସ୍ଥାକୁ ଫେରାଇ ଆଣିପାରିବ ନାହିଁ। ସେ କହିଛନ୍ତି ଯେ ଧାରା-୩୭୦ ଉଚ୍ଛେଦ ଜମ୍ମୁ, କଶ୍ମୀର ଏବଂ ଲଦାଖ ଅଞ୍ଚଳରେ ବିକାଶର ଏକ ନୂତନ ଯୁଗ ଆଣିଛି, ଯାହା ଏକଦା ଆତଙ୍କବାଦ ପାଇଁ ପରିଚିତ ଥିଲା ଏବଂ ବର୍ତ୍ତମାନ ପର୍ଯ୍ୟଟନର କେନ୍ଦ୍ର ପାଲଟିଛି।

ଧାରା-୩୭୦କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି ସ୍ୱାର୍ଥପର ନେତା: ମୋଦି

ଏକ ସାକ୍ଷାତ୍‍କାରରେ ମୋଦି କହିଛନ୍ତି, ଧାରା-୩୭୦ ପରେ ଜମ୍ମୁ-କଶ୍ମୀର ଓ ଲଦାଖ ସମ୍ପୂର୍ଣ୍ଣ ବଦଳିଯାଇଛି। ଆତଙ୍କବାଦୀ ବଦଳରେ ପର୍ଯ୍ୟଟକମାନେ ଏଠାରେ ବୁଲୁଛନ୍ତି। ଫିଲ୍ମର ସୁଟିଂ ଓ ପ୍ରଦର୍ଶନ ଚାଲିଥିବାବେଳେ ପଥର ମାଡ଼ ବନ୍ଦ ହୋଇଯାଇଛି। କାଶ୍ମୀର ପରିବାର ଏହି ପରିବର୍ତ୍ତନକୁ ସ୍ୱାଗତ କରିଛନ୍ତି। ଯେଉଁମାନେ ନିଜର ରାଜନୈତିକ ଉଦ୍ଦେଶ୍ୟ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି, ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି- ଏହି ବ୍ରହ୍ମାଣ୍ଡର କୌଣସି ଶକ୍ତି ଧାରା-୩୭୦କୁ ଫେରାଇ ଆଣିପାରିବ ନାହିଁ।

ସୁପ୍ରିମକୋର୍ଟଙ୍କ ରାୟକୁ ଉଦାହରଣ ଦେଲେ ମୋଦି

ସର୍ବୋଚ୍ଚ ନ୍ୟାୟାଳୟର ସଦ୍ୟତମ ନିଷ୍ପତ୍ତି ଉପରେ ଦୃଷ୍ଟି ଆକର୍ଷଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ ଦେଶରେ ଦୁଇଟି ସମ୍ବିଧାନ ହୋଇପାରିବ ନାହିଁ। ଜମ୍ମୁ-କଶ୍ମୀର ଓ ଲଦାଖର ଲୋକଙ୍କ ପାଇଁ ଧାରା-୩୭୦ ଉଚ୍ଛେଦ କୌଣସି ରାଜନୈତିକ ଏଜେଣ୍ଡାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। କିଛି ପରିବାର ଅଧ୍ୟୁଷିତ ଦଳ ଦୀର୍ଘଦିନ ଧରି ଏହି ଅଞ୍ଚଳକୁ ନିୟନ୍ତ୍ରଣ କରୁଥିଲେ ମଧ୍ୟ ସେଠାକାର ଲୋକମାନେ ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହୋଇ ନିଜ ପିଲାଙ୍କ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି।

କାହିଁକି ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା? ଜାଣନ୍ତୁ ମୋଦିଙ୍କ ଉତ୍ତର

ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଅପେକ୍ଷାକୃତ ନୂଆ ଓ ଲୋ ପ୍ରୋଫାଇଲ ନେତାଙ୍କୁ କାହିଁକି ମୁଖ୍ୟମନ୍ତ୍ରୀଭାବେ ବାଛିଲା ବିଜେପି? ଏହି ପ୍ରଶ୍ନର ଉତ୍ତରରେ ମୋଦି କହିଛନ୍ତି ଯେ ଏହି ନେତାମାନଙ୍କ ପଛରେ ବହୁତ ଅଭିଜ୍ଞତା ଏବଂ କଠିନ ପରିଶ୍ରମ ରହିଛି। ବିଜେପିର ବିକଳ୍ପ ଉପରେ ପ୍ରଶ୍ନ ଉଠାଉଥିବା ଲୋକଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ସମାଜକୁ ପ୍ରଭାବିତ କରୁଥିବା ଏକ ବଡ଼ ବର୍ଗର ଲୋକ ଏକ କ୍ଷୁଦ୍ର ଓ ସଂକୀର୍ଣ୍ଣ ମାନସିକତାରେ ବାନ୍ଧି ରହିବା ଦେଶର ଦୁର୍ଭାଗ୍ୟ। ଏହା କେବଳ ରାଜନୈତିକ କ୍ଷେତ୍ରରେ ସୀମିତ ନୁହେଁ। ଏହି ପ୍ରକୃତି ଆମକୁ ସବୁ କ୍ଷେତ୍ରରେ ବ୍ୟଥିତ କରିଥାଏ। ଯଦି କିଛି ବ୍ରାଣ୍ଡିଂ ଦ୍ୱାରା କୌଣସି କ୍ଷେତ୍ରରେ ନାମ ବଡ଼ ହୋଇଯାଏ, ତେବେ ଅନ୍ୟମାନେ ନିଜର ପ୍ରତିଭା ଏବଂ କଠିନ ପରିଶ୍ରମ ସତ୍ତ୍ୱେ ଧ୍ୟାନ ଆକର୍ଷଣ କରନ୍ତି ନାହିଁ। ରାଜନୀତିରେ ମଧ୍ୟ ସମାନ ଘଟଣା ଘଟୁଛି।

ବିରୋଧୀ ମେଣ୍ଟରେ ପରୀକ୍ଷା ନିରୀକ୍ଷା ଜାରୀ

ଇଣ୍ଡିଆ ବ୍ଲକକୁ ଏକାଠି କରିବା ପାଇଁ କରାଯାଉଥିବା ନୂତନ ପ୍ରୟାସକୁ ନେଇ ସେ ଚିନ୍ତିତ କି ବୋଲି ପଚରାଯିବାରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନ ପାଞ୍ଚଟି ରାଜ୍ୟରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ସୀମିତ ଥିଲା ବୋଲି ଭାବିବା ସେମାନଙ୍କ ପ୍ରକୃତ ଗେମ୍ପ୍ଲାନ୍ ଲୁଚାଇବାର ଆଉ ଏକ କୌଶଳ। ସେମାନେ (ବିରୋଧୀ ଦଳ) ନୂଆ ନୂଆ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି। ସେମାନେ ବିଧାନସଭା ନିର୍ବାଚନରେ ସମାନ ରଣନୀତି ଆପଣାଇ ବିଜେପିର ଭୋଟ ବିଭାଜନ କରିବା ଉଦ୍ଦେଶ୍ୟରେ ମେଣ୍ଟ କରି ପ୍ରାର୍ଥୀ ଦେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ଦାଉଦ ଇବ୍ରାହିମଙ୍କୁ ଦିଆଯାଇଛି ବିଷ? ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମଙ୍କୁ ବିଷ ଦିଆଯାଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କରାଚିରେ ତାଙ୍କୁ ବିଷ ଦିଆଯାଇଥିବା କୁହାଯାଉଛି। ପାକିସ୍ତାନୀ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ଅନୁଯାୟୀ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ଦାଉଦଙ୍କୁ ବିଷ ଦିଆଯାଇଥିବା ଖବର କୌଣସି ରିପୋର୍ଟରେ ପ୍ରମାଣିତ ହୋଇନାହିଁ। କୁହାଯାଉଛି ଯେ, ଯେଉଁ ଡାକ୍ତରଖାନାରେ ଦାଉଦଙ୍କୁ ଭର୍ତ୍ତି କରାଯାଇଛି, ସେଠାରେ କଡା ସୁରକ୍ଷା ରହିଛି। ଡାକ୍ତରଖାନାର ସେହି ମହଲାରେ ଦାଉଦ ଏକମାତ୍ର ରୋଗୀ। କେବଳ ଡାକ୍ତରଖାନାର ବରିଷ୍ଠ ଅଧିକାରୀ ଏବଂ ସେମାନଙ୍କର ଘନିଷ୍ଠ ପରିବାର ସଦସ୍ୟ ସେହି ମହଲାରେ ପ୍ରବେଶ କରିପାରିବେ।