Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାର୍ତ୍ତିକରେ ମାନ ସମ୍ମାନ, ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇଁ ଆପଣାନ୍ତୁ ଏହି ଉପାୟ
ଆଜିର ଖବର

କାର୍ତ୍ତିକରେ ମାନ ସମ୍ମାନ, ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇଁ ଆପଣାନ୍ତୁ ଏହି ଉପାୟ

October 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କାର୍ତ୍ତିକ
କାର୍ତ୍ତିକରେ ମାନ ସମ୍ମାନ, ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇଁ ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ଵର: କାର୍ତ୍ତିକ ମାସରେ ଭଗବାନ ଶିବ, ବିଷ୍ଣୁ, କାର୍ତ୍ତିକ ଓ ତୁଲସୀଙ୍କ ବିଶେଷ ପୂଜାଅର୍ଚ୍ଚନା କରାଯାଇଥାଏ। ଧର୍ମ ମାସ ଭାବରେ ଏହି ମାସଟି ପରିଚିତ। ଏହି ମାସରେ ଲୋକମାନେ ସ୍ନାନ, ଦାନ ତଥା ଧର୍ମକୁ ବିଶେଷ ପ୍ରାଧାନ୍ୟ ଦେଇଥା’ନ୍ତି। ଏହି ମାସରେ ସ୍ନାନ, ଦାନ ଓ ଉପବାସ କରିବା ଦ୍ବାରା ସମସ୍ତ କଷ୍ଟରୁ ମୁକ୍ତି ମିଳିବା ସହିତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା, କେଉଁ କେଉଁ ଉପାୟ କରିବା ଦ୍ବାରା ଆମେ ମାନସମ୍ମାନ ପାଇବା ସହିତ ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇପାରିବା।

ଏହି ରାଶିରେ ସୂର୍ଯ୍ୟ ତୁଳା ରାଶିରେ ଅବସ୍ଥାନ କରିଥାନ୍ତି। ଏଥିପାଇଁ ସୂର୍ଯ୍ୟଦେବଙ୍କର ବିଶେଷ ପୂଜା ଅର୍ଚ୍ଚାନ କରିବା ଦ୍ବାରା ମାନସମ୍ମାନ ପ୍ରାପ୍ତି କରାଯାଇଥାଏ। କାର୍ତ୍ତିକ ମାସରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ ତଥା ପୂଜାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥାଏ।

ହଜାଇ ଥିବା ମାନସମ୍ମାନକୁ କିପରି ପାଇବେ ?

– ହଜାଇଥିବା ମାନସମ୍ମାନ ପ୍ରାପ୍ତି ପାଇଁ ଭଗବାନ ସୂର୍ଯ୍ୟନାରାୟଣଙ୍କ ବିଶେଷ ଉପାସନା କରନ୍ତୁ। ଏହା ନିଶ୍ଚିତ ଫଳଦାୟକ ହେବ।

– ଏହି ମାସରେ ସୂର୍ଯ୍ୟ ତୁଳା ରାଶିରେ ଅବସ୍ଥାନ କରିଥିବା ହେତୁ ସୂର୍ଯ୍ୟୋଦୟ ସମୟରେ ପୂଜା କରିବା କାରଣରୁ ମାନ ସମ୍ମାନ ପ୍ରାପ୍ତି ହୋଇଥାଏ।

– ଏକ ନୂଆ ତମ୍ବା ଢାଳରେ ଲାଲ୍‌ ସୂତା ଗୁଡାଇ ରଖନ୍ତୁ। ଏବଂ ଏହି ଢାଳରେ ଜଳ ରଖନ୍ତୁ। ଜଳରେ କିଛି ଚିନି, କିଛି ଫଗୁ, ଫୁଲ ଓ କେଶର ପକାଇ ଭାଗବାନ ସୂର୍ଯ୍ୟନାରାୟଣଙ୍କୁ ଅର୍ଘ୍ୟ ଦିଅନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ସମ୍ମାନ ଫେରିଆସିବ।

ଏହି ମାସରେ ସ୍ନାନ କରିବା ଦ୍ବାରା ଅନେକ ରୋଗ ଦୂର ହୋଇଥାଏ।

ରୋଗରୁ ମୁକ୍ତି ପାଇବା କିପରି ?

– ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ କରିବା ଦ୍ବାରା ସ୍ବାସ୍ଥ୍ୟରେ ଉନ୍ନତି ଘଟିଥାଏ।

– ସ୍ନାନ କରିବା ଜଳରେ ଏକ ଚାମଚ ଗଙ୍ଗାଜଳ ପକାଇ ତିନି ଥର ଓଁ ମନ୍ତ୍ର ଜପ କରି ସ୍ନାନ କରିବା ଉଚିତ୍‌।

– ସ୍ନାନ କରିବା ପରେ ସ୍ବଚ୍ଛ ବସ୍ତ୍ର ଧାରଣ କରି ଦେଶି ଘିଅର ଏକ ଦୀପ ମାତା ବୃନ୍ଦାବତୀଙ୍କ ପାଖରେ ଜଳାଇ ରଖନ୍ତୁ।

– ଭଗବାନ ବିଷ୍ଣୁଙ୍କ ପାଖରେ ୧୦୮ ନାମ ଜପ କରନ୍ତୁ।

– ଭଗବାନ ଶିବଙ୍କୁ ପାଞ୍ଚଟି ବେଲପତ୍ରର ଧଳା ଚନ୍ଦନରେ ଓମ୍‌ ନମଃ ଶିବାୟ ଲେଖି ଅର୍ପଣ କରନ୍ତୁ।

– ଏହା ଦ୍ବାରା ଆପଣ ରୋଗମୁକ୍ତ ସ୍ବାସ୍ଥ୍ୟର ଅଧିକାରୀ ହୋଇପାରିବେ।

ଆପଣ ଯଦି ଲାଭ ପାଇବାକୁ ଚାହୁଁଛନ୍ତି ତେବେ ଏହି ମାସରେ କରନ୍ତୁ ଏହି ମହା ଉପାୟ

– ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରନ୍ତୁ

– ନିଜ ଘରର ପୂର୍ବ ଦିଗକୁ ଗଙ୍ଗାଜଳରେ ସଫା କରି ଏକ କାଠର ପିଢା ଉପରେ ଲାଲ ବସ୍ତ୍ର ପକାଇ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ଫଟୋ ସ୍ଥାପିତ କରନ୍ତୁ।

– ତମ୍ବା ଦୀପରେ ଶୁଦ୍ଧ ଦେଶୀ ଘିଅ ଭରି ସଳିତାର ବତୀ ଲଗାଇ ଭଗବାନ ସୂର୍ଯ୍ୟନାରାୟଣଙ୍କ ସାମ୍ନାରେ ରଖନ୍ତୁ।

– ପରେ ଭଗବାନ ସୂର୍ଯ୍ୟନାରାୟଣଙ୍କ ସୂର୍ଯ୍ୟାଷ୍ଟକ ୩ଥର ପାଠ କରନ୍ତୁ।

– ସୂର୍ଯ୍ୟାଷ୍ଟକ ପାଠ କରି ସାରିବା ପରେ ତମ୍ବା ଢାଳରେ ସୂର୍ଯ୍ୟନାରାୟଣଙ୍କୁ ଅର୍ଘ୍ୟ ଦିଅନ୍ତୁ। କିଛି ନେତ୍ର ହୀନ ଲୋକଙ୍କୁ ମିଠା ବାଣ୍ଟନ୍ତୁ।

ଉତ୍ତମ ସ୍ବାସ୍ଥ୍ୟ କାର୍ତ୍ତିକ ତୁଲସୀ ଧର୍ମ ମାସ ବିଷ୍ଣୁ ମାନ ସମ୍ମାନ ଶିବ
Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026
Latest News

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.