ଭୁବନେଶ୍ୱର: ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ଭୁବନେଶ୍ୱର ଶାଖା ଆନୁକୁଲ୍ୟରେ ସିପିଆର ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ତଥା ୧୦୮ ଆମ୍ବୁଲାନ୍ସର ରାଜ୍ୟମୁଖ୍ୟ ସବ୍ୟସାଚୀ ବିଶ୍ୱାଳ ଯୋଗଦେଇ ସଭାର ଶୋଭା ମଣ୍ଡିତ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଛି, ଯାହା ଅକ୍ଟୋବର ୧୩ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ପାଳନ କରାଯିବ। ଯେଉଁଥିରେ ସାଧାରଣ ଜନତା କିପରି ଜଟିଳ ଜରୁରୀକାଳୀନ ପରିସ୍ଥିତିରେ ସିପିଆର ପ୍ରଣାଳୀର ଉପଯୋଗକରି ଏକ ମୂଲ୍ୟବାନ ଜୀବନ ବଞ୍ଚାଇପାରିବେ ତାହା ତାଲିମ ଦିଆଯିବ। ଏହି କାର୍ଯ୍ୟକ୍ରମରେ ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସର ଅଭିଜ୍ଞ ଡାକ୍ତରୀ ଦଳ ଉପସ୍ଥିତ ରହିଥିବା ବେଳେ ଇ.ଏମ.ଏଲ.ସି ଦଳର ସଦସ୍ୟ ଡାକ୍ତର ପଙ୍କଜ ସଚାନ ଏବଂ ପ୍ରମିତ ପ୍ରିୟଦର୍ଶନ ପଣ୍ଡା ଅଂଶଗ୍ରହଣକାରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ।
Author: SM Network
ନୂଆଦିଲ୍ଲୀ: ଏକ ରାଷ୍ଟ୍ରର କଳ୍ପନା କରନ୍ତୁ ଯେଉଁଠାରେ ଗ୍ରାମୀଣ କାରିଗରଠାରୁ ସହରାଞ୍ଚଳ ଉଦ୍ଭାବକ ପର୍ଯ୍ୟନ୍ତ ପ୍ରତ୍ୟେକ ମହିଳା, ଜଣେ ଅଂଶଗ୍ରହଣକାରୀ ଭାବରେ ନୁହେଁ, ବରଂ କର୍ମଶକ୍ତି ଭାବେ ପାଦ ଦିଅନ୍ତି। ଏକ ଶକ୍ତିଶାଳୀ ଆର୍ଥିକ ପରିବର୍ତ୍ତନର ଅଂଶ ହୁଅନ୍ତି। ଏହା ହେଉଛି ବିକଶିତ ଭାରତର ପ୍ରତିଶ୍ରୁତି, ଯାହା ୨୦୪୭ ସୁଦ୍ଧା ଏକ ବିକଶିତ ଭାରତକୁ କଳ୍ପନା କରେ, ମହିଳାମାନଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକୁ କେନ୍ଦ୍ରିତ କରି ଏବଂ ଜାତୀୟ ଅଭିବୃଦ୍ଧି ପାଇଁ ନାରୀ ଶକ୍ତିକୁ ଉନ୍ମୋଚନ କରିବା ପାଇଁ ଶିକ୍ଷା, ଦକ୍ଷତା, ସୁରକ୍ଷା ଏବଂ ଉଦ୍ୟୋଗ ମାଧ୍ୟମରେ ସେମାନଙ୍କୁ ସଶକ୍ତ କରିଥାଏ। ଭାରତ ହାସଲ କରିବାର ଏକ ପ୍ରମୁଖ ସ୍ତମ୍ଭ ହେଉଛି ମହିଳାମାନଙ୍କ ଦ୍ୱାରା ଅତି କମରେ ୭୦ ପ୍ରତିଶତ ଶ୍ରମଶକ୍ତି ଅଂଶଗ୍ରହଣକୁ ସୁନିଶ୍ଚିତ କରିବା, ଯାହା ସେମାନଙ୍କୁ ଭାରତର ଅଭିବୃଦ୍ଧି କାହାଣୀରେ ସମାନ ଅଂଶୀଦାର କରିଥାଏ। ଶ୍ରମଶକ୍ତି ଭାବେ ମହିଳାଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହନ ଭାରତ ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ହାରରେ ଏକ…
ଭୁବନେଶ୍ଵର: ସମାଜରେ କ୍ରମାଗତ ଭାବେରେ ବଢ଼ି ଚାଲିଛି ଶିଶୁ ମାନଙ୍କ ଉପରେ ଅତ୍ୟାଚାର। ଯୌନ ନିର୍ଯ୍ୟାତନା ଭଳି ପାଶବିକ ମାନସିକତା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି। “ପରୀ” ଏକ ନିରୀହ, କୋମଳ ଫୁଲ କଢି, ଅନେକ ସ୍ୱପ୍ନ ଥିଲା ବାପାମାଆଙ୍କର। ମାତ୍ର ଅକାଳରେ ଝରି ପଡିଲା କିଛି ଯୌନ ରାକ୍ଷସଙ୍କ ଅତ୍ୟାଚାରରେ। ପଇସା, ପ୍ରତିଷ୍ଠା, ରାଜନୀତି ଆଗରେ କ୍ଷୀଣ ପଡିଯାଇଛି ବିଚରା ବାପାମାଆଙ୍କର। ହେଲେ ପରିଶେଷରେ କ’ଣ ପରୀ କୁ ନ୍ୟାୟ ମିଳିଛି? ଏଭଳି ଏକ ସ୍ପର୍ଶକତାର କାହାଣୀ ଉପରେ ପରୀର କାହାଣୀ ଗତିଶୀଳ। କାହାଣୀ ରଚନା ସହିତ ପ୍ରଯୋଜନା କରିଛନ୍ତି ସଞ୍ଜୟ ମହାନ୍ତି। ସହ ନିର୍ମାତା ରହିଛନ୍ତି ଚନ୍ଦନ ସ୍ୱାଇଁ ଏବଂ ଅନିଲ ବଳିୟାରସିଂହ। ସଂଳାପ ଡଃ ରଜନୀ ରଞ୍ଜନ ରଚନା କରିଛନ୍ତି ଏବଂ ଜାପାନୀ ଭାଇ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରମୋଦ ପରିଡା ରଚନା କରିଥିବା ଗୀତଗୁଡିକୁ ଗାୟକ ତାରିକ୍ ଅଜିଜ୍, ଅନ୍ତରା ଚକ୍ରବର୍ତ୍ତୀ, ଜ୍ୟୋତିର୍ମୟୀ ନାୟକ, ରୁକୁ…
ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ସଭା (UNGA) ରେ ଶିଶୁ ଅଧିକାରର ଗମ୍ଭୀର ଉଲ୍ଲଂଘନ ଏବଂ ସୀମାପାର ଆତଙ୍କବାଦ ପାଇଁ ପାକିସ୍ତାନକୁ ଭାରତ ନିନ୍ଦା କରିଛି। ୮୦ ତମ UNGA ଅଧିବେଶନରେ ଉଦବୋଧନ ଦେଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ଅପରେସନ ସିନ୍ଦୂର ଅଧୀନରେ ଭାରତର ଆତଙ୍କବାଦ ବିରୋଧୀ ଅଭିଯାନର ପକ୍ଷ ରଖିଥିଲେ। ଏବଂ ସେଗୁଡ଼ିକୁ ନାଗରିକ, ବିଶେଷକରି ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ବୈଧ ଏବଂ ଆବଶ୍ୟକ ବୋଲି କହିଥିଲେ। ସାଂସଦ ପିପି ଚୌଧୁରୀଙ୍କ ନେତୃତ୍ୱରେ ଜାତିସଂଘକୁ ଏକ ସଂସଦୀୟ ପ୍ରତିନିଧିମଣ୍ଡଳର ଅଂଶ ଥିବା ଦୁବେ କହିଛନ୍ତି ଯେ, ପାକିସ୍ତାନ ଶିଶୁ ଏବଂ ସଶସ୍ତ୍ର ସଂଘର୍ଷ (CAAC) ଏଜେଣ୍ଡାର ସବୁଠାରୁ ଗମ୍ଭୀର ଉଲ୍ଲଂଘନକାରୀ ଅଟେ। CAAC ରେ ଜାତିସଂଘ ମହାସଚିବଙ୍କ ୨୦୨୫ ରିପୋର୍ଟକୁ ଉଦ୍ଧୃତ କରି, ସେ ସୀମାପାର ଆତଙ୍କବାଦ, ଗୁଳିବର୍ଷା ଏବଂ ବିମାନ ଆକ୍ରମଣରେ ପାକିସ୍ତାନର ଭୂମିକା ଉପରେ ଆଲୋକପାତ କରିଥିଲେ, ଯାହା ଆଫଗାନ ପିଲାମାନଙ୍କୁ ହତ୍ୟା ଏବଂ ପଙ୍ଗୁ…
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର କୁପୱାଡ଼ା ଜିଲ୍ଲାରେ ନିୟନ୍ତ୍ରଣ ରେଖା (LoC) ପାଖରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଏହି ଅଭିଯାନରେ ଏପର୍ଯ୍ୟନ୍ତ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅଞ୍ଚଳରେ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଥିବାରୁ ସେନାର ଅପରେସନ ଏବେ ବି ଜାରି ରହିଛି। ସୁରକ୍ଷା ବାହିନୀ ଅନୁପ୍ରବେଶ ଉଦ୍ୟମ ସମ୍ପର୍କରେ ସୂଚନା ପାଇବା ପରେ ଅପରେସନ ଆରମ୍ଭ ହୋଇଥିଲା। ଭାରତୀୟ ସେନା ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନକୁ ତୀବ୍ର କରିଛି। ଗତ କିଛି ଦିନ ମଧ୍ୟରେ ସୀମା ପାରରୁ ଆତଙ୍କବାଦୀ କାର୍ଯ୍ୟକଳାପ ପୁଣି ବୃଦ୍ଧି ପାଇଛି। ଆତଙ୍କବାଦୀ ଆଡ୍ଡାର ପର୍ଦ୍ଦାଫାସ ଏକ ମିଳିତ ଅଭିଯାନ ସମୟରେ ସେନା ଏବଂ ପୋଲିସ ୱାର୍ସନ ଅଞ୍ଚଳର ବ୍ରିଜଥୋର ଜଙ୍ଗଲରେ ଏକ ଆତଙ୍କବାଦୀ ଆଡ୍ଡାର ପର୍ଦ୍ଦାଫାସ କରିଥିଲେ। ସୁରକ୍ଷା ବାହିନୀ ଦୁଇଟି AK-ସିରିଜ ରାଇଫଲ, ଚାରୋଟି ରକେଟ ଲଞ୍ଚର, ଏକ ବଡ଼ ପରିମାଣର ଗୁଳିଗୋଳା…
ବାଲୁଗାଁ: ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା ସୀମାନ୍ତ ଛତ୍ରଗଡ଼ ଜଳି ଶଙ୍ଖ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବୋଲେରୋକୁ ଏକ ଅଜଣା ଟ୍ରକ ଧକ୍କା ଦେଇଛି। ଯେଉଁଥିରେ ବୋଲେରୋରେ ଥିବା ୧୨ ଜଣଙ୍କ ମଧ୍ୟରୁ ୩ ଜଣ ଗୁରୁତର ଓ ୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ବ୍ରହ୍ମପୁର କନିଶି ଅଞ୍ଚଳର ୧୨ ଜଣ ଯାତ୍ରୀ ଏକ ବୋଲେରୋରେ ଗାଡ଼ି ନମ୍ବର (ଓଡ଼ି ୦୭ ଡି୮୬୬୫) ଘଟଗାଁ ମା ତାରିଣୀ ଦର୍ଶନ ସାରି ଫେରୁଥିଲେ। ସୋମବାର ଭୋର ପ୍ରାୟ ୪ ଟା ସମୟରେ ଏହି ବୋଲେର ୧୬ ନଂ ଜାତୀୟ ରାଜପଥ ଛତ୍ରଗଡ଼ ଜଳି ଶଙ୍ଖ ନିକଟରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଯାହାଯୋଗୁଁ ରାସ୍ତା କଡ଼ରେ ଥିବା ଏକ ଟ୍ରକକୁ ଓଭର ଟେକ୍ କରିଥିବା ସମୟରେ ହଠାତ ପଛ ପର୍ଶ୍ୱରୁ ଅନ୍ୟ ଏକ ଟ୍ରକ ଦୃତ ଗତିରେ…
ଭୁବନେଶ୍ଵର: ଜୀ ସାର୍ଥକର ଲୋକପ୍ରିୟ ମେଗା ଧାରାବାହିକ ‘ଭାଗ୍ୟରେଖା’ ରେ ଏକ ନୂତନ ମୋଡ଼ ନେଇଛି। ସଫଳତାର ସହ ୪୫୦ ଏପିସୋଡରୁ ଅଧିକ ପ୍ରଦର୍ଶିତ ଏହି ମେଗା ଧାରାବାହିକରେ ଆସୁଛି ନୂଆ ପିଢିର ନୂଆ କାହାଣୀ, ଯାହା ସମୟ ସାମୟିକ ହେବା ସହ ନୂଆ ପିଢିର ଦର୍ଶକଙ୍କ ମନ ଜିତିବ ବୋଲି ‘ଭାଗ୍ୟରେଖା’ର ଟିମ୍ କହିଛି। କାହାଣୀର ନାୟିକା ସ୍ମୃତିରେଖା ଜଣେ କଲେଜ ଛାତ୍ରୀ, ବାପା ବିଜୟ ହେଉଛନ୍ତି ରଘୁରାଜପୁର ଗାଁର ଜଣେ ପ୍ରସିଦ୍ଧ ପଟ୍ଟଚିତ୍ରକାର। ପରିବାରର ଭରଣା ପୋଷଣ ପାଇଁ ସ୍ମୃତିରେଖା ମଧ୍ୟ ବାପାଙ୍କୁ ପଟ୍ଟଚିତ୍ର କଳାରେ ସାହାଯ୍ୟ କରନ୍ତି। ଜୀବନରେ ଦୃଢ ସଙ୍କଳ୍ପ ରଖିଥିବା ସ୍ମୃତିରେଖା ଛୋଟବେଳୁ ନିଜ ମା’ଙ୍କୁ ହରାଇ ନିଜ ବାପା, ସାବତ ମା ଓ ଭାଇ ଭଉଣୀ ସହ ଜୀବନ କାଟୁଥା’ନ୍ତି। ଏହିପରି ଏକ ସଂଘର୍ଷମୟ ଜୀବନରେ ଆସନ୍ତି ନାୟକ ସୌଭାଗ୍ୟ ଯିଏ ପେଷାରେ ଜଣେ ପ୍ରତିଷ୍ଠିତ ଚଳଚ୍ଚିତ୍ର ନାୟକ ଭାବରେ ଲୋକପ୍ରିୟ, କିନ୍ତୁ…
ନୂଆଦିଲ୍ଲୀ: ବିପର୍ଯ୍ୟୟ ବିପଦ ହ୍ରାସ (ଡିଆରଆର) ଉପରେ ଜି20 ମନ୍ତ୍ରୀସ୍ତରୀୟ ବୈଠକର ପ୍ରଥମ ଦିନରେ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଦୁଇଟି ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ଏହି ଦୁଇଟି କାର୍ଯ୍ୟକ୍ରମ ହେଲା – ‘‘ଏକତା ଏବଂ ଦୃଢ଼ତା: ଆଗୁଆ ଚେତାବନୀ ପ୍ରଣାଳୀ ପାଇଁ ଅନ୍ତର୍ଜାତୀୟ ସହଯୋଗ ଏବଂ ଏକଜୁଟତା ଜରିଆରେ ଡିଆରଆରକୁ ଆଗକୁ ବଢାଇବା’’ ଏବଂ ‘‘ଡିଆରଆର ନିବେଶକୁ ବୃଦ୍ଧି କରିବା ପାଇଁ ବୈଷୟିକ ନବସୃଜନ ଏବଂ ରାଜନୈତିକ ନେତୃତ୍ୱ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା।’’ ଏକତା ଏବଂ ଦୃଢ଼ତା ଉପରେ ଆୟୋଜିତ ଅଧିବେଶନରେ ଡକ୍ଟର ମିଶ୍ର କହିଥିଲେ, ଆଗୁଆ ଚେତାବନୀ ବ୍ୟବସ୍ଥା କେବଳ ବୈଷୟିକ ବିଳାସ ନୁହେଁ ଏବଂ ବିପର୍ଯ୍ୟୟ ପ୍ରଶମନକୁ ଦୃଢ଼ କରିବା ପାଇଁ ଏକ ରଣନୀତିକ ନିବେଶ। ସେ ଭାରତର ବହୁମୁଖୀ ସଂସ୍ଥାଗତ ଢାଞ୍ଚା ବିଷୟରେ ଉଲ୍ଲେଖ କରିଥିଲେ। ଏହି ଢାଞ୍ଚା ପାଣିପାଗ, ଜଳବିଜ୍ଞାନ, ଭୂକମ୍ପ ଏବଂ ସମୁଦ୍ର ବିଜ୍ଞାନ ପ୍ରତିଷ୍ଠାନଗୁଡ଼ିକୁ…
ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କୃଷି କ୍ଷେତ୍ରର ପ୍ରଗତି ସମୀକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ। ବୈଠକରେ ଖରିଫ ଫସଲ ସ୍ଥିତି, ରବି ବୁଣା ପ୍ରସ୍ତୁତି, ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସଲ ପରିସ୍ଥିତି, ମୂଲ୍ୟ ଧାରା, ସାର ଉପଲବ୍ଧତା ଏବଂ ଜଳଭଣ୍ଡାର ସଂରକ୍ଷଣ ସ୍ତରର ବ୍ୟାପକ ମୂଲ୍ୟାଙ୍କନ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ବୈଠକରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ମଧ୍ୟ ଜାରି କରିଥିଲେ। ଅଧିକାରୀମାନେ ସୂଚନା ଦେଇଥିଲେ ଯେ, ଖରିଫ ଫସଲ ଅଧୀନରେ ମୋଟ ଜମି ପୂର୍ବ ବର୍ଷ ତୁଳନାରେ ୬.୫୧ ଲକ୍ଷ ହେକ୍ଟର ବୃଦ୍ଧି ପାଇଛି। ମୋଟ ଚାଷ ଜମି ୧୧୨୧.୪୬ ଲକ୍ଷ ହେକ୍ଟର ରହିଛି, ଯାହା ୨୦୨୪-୨୫ରେ ୧୧୧୪.୯୫ ଲକ୍ଷ ହେକ୍ଟର ଥିଲା। ବୈଠକରେ ଉଲ୍ଲେଖ କରାଯାଇଛି ଯେ, ଗହମ, ଧାନ, ମକା, ଆଖୁ ଏବଂ ଡାଲି ଭଳି ପ୍ରମୁଖ ଫସଲର ଚାଷ…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ରାଜସ୍ଥାନର ଜୟପୁରରେ ନୂତନ ଅପରାଧିକ ଆଇନ ଉପରେ ଏକ ରାଜ୍ୟସ୍ତରୀୟ ପ୍ରଦର୍ଶନୀକୁ ଉଦଘାଟନ କରି, ୪ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହା ବ୍ୟତୀତ ଶ୍ରୀ ଶାହ ରାଜସ୍ଥାନ ସରକାରଙ୍କ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ଏବଂ ଅନ୍ୟ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ନିଜର ଅଭିଭାଷଣରେ ଶ୍ରୀ ଶାହ କହିଥିଲେ ଯେ, ଆଜିର କାର୍ଯ୍ୟକ୍ରମ ଏପରି ଏକ ଅବସର ଯାହା ବିକାଶ ଏବଂ ନ୍ୟାୟ ମଧ୍ୟରେ ସମନ୍ୱୟ ରକ୍ଷା କରିଥାଏ। ସେ କହିଛନ୍ତି, ଦେଶର ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ଆଣିବା ଏବଂ ସମ୍ବିଧାନ ଦ୍ୱାରା ଦିଆଯାଇଥିବା ଅଧିକାରକୁ ସରଳ ଭାବରେ ଲୋକଙ୍କ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଦ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ର ପ୍ରଫେସର (ଡାକ୍ତର) ପ୍ରଦୀପ୍ତ ଶେଖର ପାତ୍ରୋଙ୍କୁ ଇଣ୍ଡିଆନ୍ ଜର୍ନାଲ ଅଫ୍ ର୍ୟୁମାଟୋଲଜି ପକ୍ଷରୁ ସମ୍ମାନିତ କରାଯାଇଛି। ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ର କ୍ଳିନିକାଲ୍ ଇମ୍ୟୁନୋଲୋଜି ଏବଂ ର୍ୟୁମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ପାତ୍ରୋଙ୍କୁ ନୂଆ ଦିଲ୍ଲୀ ଠାରେ ଅକ୍ଟୋବର ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ର୍ୟୁମାଟୋଲଜି ପକ୍ଷରୁ ଆୟୋଜିତ ନ୍ୟାସ୍ନାଲ୍ ର୍ୟୁମାଟୋଲଜି କନଫରେନ୍ସ ‘ଇରାକନ୍ ୨୦୨୫’ ଅବସରରେ ଦ୍ୱିତୀୟ ଶ୍ରେଷ୍ଠ ଅରଜିନାଲ ରିସର୍ଚ୍ଚ ପେପର ଆୱାର୍ଡରେ ସମ୍ମାନିତ କରାଯାଇଛି। ପ୍ରଫେସର ପାତ୍ରୋଙ୍କର ଇମ୍ୟୁନୋଲଜି ଏବଂ ର୍ୟୁମାଟୋଲଜି ଚିକିତ୍ସା ଏବଂ ରୋଗୀ ସେବା କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ଏବଂ ସଫଳତା ରହିଛି।
ମେଷ: ଆଜି ଆପଣ ମାନସିକ ଚିନ୍ତା ଅନୁଭବ କରିବ। ଆପଣଙ୍କ ମନ ଅଧିକ ସମ୍ବେଦନଶୀଳତା ଏବଂ ଅନୁଭବ ସହିତ ଆର୍ଦ୍ରତା ଅନୁଭବ କରିବେ। ଆଜି, କାହା ସହିତ କୈଣସି ବିତର୍କ କରନ୍ତୁ ନାହିଁ। ସମ୍ପର୍କୀୟ ଏବଂ ପ୍ରିୟଜନଙ୍କ ସହିତ ମନୋବଳ ଦୃଢ ରହିବ। ଅସମ୍ମାନିତ ନହେବା ପାଇଁ ଧ୍ୟାନ ଦିଅନ୍ତୁ। ନୂତନ କାର୍ଯ୍ୟ ଆରମ୍ଭରେ ବିଫଳତା ମିଳିବ। ପତିପତ୍ନୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ମହିଳା ବନ୍ଧୁମାନେ କ୍ଷତି ଘଟାଇ ପାରନ୍ତି। ବୃଷ: ପ୍ରାରମ୍ଭରେ, ଅର୍ଥନୈତିକ ଘଟଣା କିଛି ବାଧା ସହିତ ସମ୍ପୂର୍ଣ୍ଣ ଦେଖାଯିବ। ଆପଣ ବନ୍ଧୁ ଏବଂ ଶୁଭେଚ୍ଛୁମାନଙ୍କୁ ଭେଟିବାକୁ ଉପଭୋଗ କରିବେ। ବ୍ୟବସାୟ କ୍ଷେତ୍ରରେ ଏକ ସହଯୋଗୀ ପରିବେଶ ରହିବ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ। ଯେଉଁମାନେ ପୁଞ୍ଜି ବିନିଯୋଗ କରୁଛନ୍ତି ସେମାନେ ଯତ୍ନର ସହ ପୁଞ୍ଜି ବିନିଯୋଗ କରିବା ଉଚିତ୍। ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ସକ୍ଷମ ହେବେ। ମିଥୁନ: ଆଜି ଆପଣଙ୍କର ଦିନ ଶାରୀରିକ ଏବଂ…
ନୂଆଦିଲ୍ଲୀ: କାନାଡାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଅନୀତା ଆନନ୍ଦ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ବୈଦେଶିକ ମନ୍ତ୍ରୀ ଆନନ୍ଦଙ୍କୁ ସ୍ବାଗତ କରିବା ସହ କହିଥିଲେ ଯେ, ତାଙ୍କର ଗସ୍ତ ଭାରତ-କାନାଡା ଦ୍ବିପାକ୍ଷିକ ସହଯୋଗିତାକୁ ଗତି ପ୍ରଦାନ ଲାଗି ହେଉଥିବା ଉଦ୍ୟମକୁ ସହାୟତା କରିବ। ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ଜୁନ ମାସରେ ଜି୭ ଶିଖର ସମ୍ମିଳନୀ ପାଇଁ ହୋଇଥିବା ତାଙ୍କର କାନାଡା ଗସ୍ତ ଓ ସେଠାରେ ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ ହୋଇଥିବା ଫଳପ୍ରଦ ବୈଠକ କଥା ସ୍ମରଣ କରିଥିଲେ। ପ୍ରଧାନମନ୍ତ୍ରୀ ବାଣିଜ୍ୟ, ଶକ୍ତି, ପ୍ରଯୁକ୍ତିବିଦ୍ୟା, କୃଷି ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ସହଯୋଗର ଗୁରୁତ୍ୱ ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, ପ୍ରଧାନମନ୍ତ୍ରୀ ଶ୍ରୀ ମାର୍କ କାର୍ନିଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ସେ ତାଙ୍କର ଆଗାମୀ ସାକ୍ଷାତ ଓ ଆଲୋଚନା ପାଇଁ ଅପେକ୍ଷା କରିଛନ୍ତି।…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଖୋର୍ଦ୍ଧା ରେଳମଣ୍ଡଳ ଅଧିକାରୀଙ୍କ ନିଯୁକ୍ତି ଅନୁଯାୟୀ ବ୍ରହ୍ମପୁର ରେଳଷ୍ଟେସନ ପରାମର୍ଶ ଦାତା କମିଟି ଗଠନ ହୋଇଛି ଓ ଉକ୍ତ କମିଟି ଏକ ବର୍ଷ କାର୍ଯ୍ୟ କରିବ ବୋଲି ନିଯୁକ୍ତି ପତ୍ରରୁ ସୁଚନା ମିଳିଛି। କମିଟି ସଦସ୍ୟ ଯଥା ଆଇନଜୀବି ଶିବ ପ୍ରସାଦ ମିଶ୍ର, ପ୍ରଣବ କୁମାର ପଣ୍ଡା,ପୌର ନିଗମ ସଦସ୍ୟ ସମୀର କୁମାର ମିଶ୍ର ଓ ବନିତା ସାହୁ, ସାମ୍ବାଦିକ ଅଶୋକ କୁମାର ବ୍ରହ୍ମା, ଶିକ୍ଷାବିତ ତଥା ସମାଜସେବୀ ତ୍ରିନାଥ ମହାରଣା ଓ ଇ ତେଜେଶ୍ଵର ରାଓ, ପରିବେଶବିତ୍ ପ୍ରସନ୍ନ କୁମାର ମହାପାତ୍ର ଓ ବିଶିଷ୍ଟ ବ୍ୟବସାୟୀ ଗୁରୁ ଚରଣ ପ୍ରମୁଖ ନିଯୁକ୍ତି ପାଇଛନ୍ତି। ରେଳଷ୍ଟେସନର ଉନ୍ନତି ଓ ଯାତ୍ରୀ ମାନଙ୍କ ସୁବିଧା ସହଯୋଗ ନିମନ୍ତେ ଉକ୍ତ କମିଟି କାର୍ଯ୍ୟ କରିବ ବୋଲି ଜଣାପଡିଛି।
ନୂଆଦିଲ୍ଲୀ/ଭୁବନେଶ୍ୱର: ‘ବିକଶିତ ଭାରତ ବିଲ୍ଡାଥନ୍’ ହେଉଛି ଉଦ୍ଭାବନ, ସୃଜନଶୀଳତା ଏବଂ ଯୁବ ଶକ୍ତିର ଏକ ଦେଶବ୍ୟାପୀ ଉତ୍ସବ। ଏହି ବିଲ୍ଡାଥନରୁ ତିଆରି ହେଉଥିବା ଅଭିନବ ବିଚାର ଗୁଡ଼ିକ ନୂତନ ବିଶ୍ୱ ମଡେଲ୍ ସୃଷ୍ଟି କରିବ ଏବଂ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଜରୁରୀ ଆହ୍ୱାନଗୁଡ଼ିକର ସମାଧାନ ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ ଦୃଷ୍ଟିକୋଣକୁ ଆଗକୁ ନେଇ ଏହି ବିଲ୍ଡାଥନ୍ ୨୦୨୫କୁ ଉଦଘାଟନ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ସାରା ଦେଶର ୩ ଲକ୍ଷରୁ ଅଧିକ ସ୍କୁଲ ଏବଂ ୨୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଏହା ଭାରତର ବୃହତ୍ତମ ସ୍କୁଲ୍ ହାକାଥନ୍। ଏହି ମେଗା ସ୍କୁଲ୍ ଇନୋଭେସନ୍ ପଦକ୍ଷେପରେ ଅଂଶଗ୍ରହଣ କରିଥିବାରୁ ସମସ୍ତ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ପ୍ରଧାନ। ସେ ଦୃଢ଼ ବିଶ୍ୱାସ ବ୍ୟକ୍ତ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜେଇ ଚାଲାଣ ବେଳେ ଦୁଇ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଅବକାରୀ ବିଭାଗ ଅଟକ ରଖିଥିବା ବେଳେ ସେମାନଙ୍କ ନିକଟରୁ ଗୋଟିଏ କାର୍ ଓ ମୋଟରସାଇକେଲ ସମେତ ଗଞ୍ଜେଇ ଜବତ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଅବକାରୀ ବିଭାଗ ଯୁଗ୍ମ ଆୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ଉପ ଅଧ୍ୟକ୍ଷ ଶୃତି କାନ୍ତ ରାଉତ ନିଜ କର୍ମଚାରୀଙ୍କ ସହ ଧରାକୋଟ ଥାନ ଅନ୍ତର୍ଗତ ମୁଣ୍ଡମରାଇ ଗ୍ରାମ ଛକରେ ଛକି ରହିଥିଲେ। ଏହି ସମୟରେ ସନ୍ଦିଗ୍ଧ ଭାବେ ଏକ ହୋଣ୍ଡା ମୋଟରସାଇକେଲକୁ ଅଟକାଇ ଅବକାରୀ ବିଭାଗ ଜେରା କରିଥିଲା। ଏହା ସହିତ ପଛରେ ଆସୁଥିବା ଏକ ହୋଣ୍ଡା କାରକୁ ମଧ୍ୟ ଅଟକାଇ ଯାଞ୍ଚ କରାଯାଇଥିଲା। ତେବେ ଯାଞ୍ଚ ବେଳେ କାରରୁ ପ୍ରାୟ ୩୦ କିଲୋ ଗଞ୍ଜେଇ ଜବତ କରାଯାଇଥିଲା। ଉକ୍ତ କାର୍ ମଧ୍ୟରୁ ଦୁଇଟି ଆର୍ ସି ବହି, ଦୁଇଟି ଡ୍ରାଇଭିଂ ଲାଇସେନ୍ସ, ଦୁଇଟି ମୋବାଇଲ ଫୋନ ଜବତ୍ ସହ…
ନୂଆଦିଲ୍ଲୀ: ଭାରତ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ପରିଚାଳିତ ଏକ ନୂତନ ଯୁଗର ସନ୍ଧିକ୍ଷଣରେ ଠିଆ ହୋଇଛି, ଯେଉଁଠି ପ୍ରଯୁକ୍ତିବିଦ୍ୟା ଜୀବନକୁ ପରିବର୍ତ୍ତନ କରୁଛି ଏବଂ ଦେଶର ପ୍ରଗତିକୁ ଆକାର ଦେଉଛି। ଇଣ୍ଡିଆଏଆଇ ମିଶନ ଏବଂ ଏଆଇ ପାଇଁ ଉତ୍କର୍ଷତା କେନ୍ଦ୍ର ଭଳି ପଦକ୍ଷେପ ଏହି ପରିବର୍ତ୍ତନର କେନ୍ଦ୍ରରେ ଅଛି। ଏଗୁଡ଼ିକ କମ୍ପ୍ୟୁଟିଂ ଶକ୍ତିକୁ ବିସ୍ତାର କରୁଛନ୍ତି, ଗବେଷଣାକୁ ସମର୍ଥନ କରୁଛନ୍ତି, ଏବଂ ଷ୍ଟାର୍ଟଅପ୍ ଓ ଅନୁଷ୍ଠାନଗୁଡ଼ିକୁ ସମାଧାନ ସୃଷ୍ଟି କରିବାରେ ସାହାଯ୍ୟ କରୁଛନ୍ତି ଯାହା ସିଧାସଳଖ ଲୋକଙ୍କୁ ଉପକୃତ କରୁଛି। ଭାରତର ଆଭିମୁଖ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ମୁକ୍ତ, ଶସ୍ତା ଏବଂ ସୁଲଭ କରିବା ଉପରେ ଧ୍ୟାନ ଦେଇଥାଏ, ଯାହା ଦ୍ୱାରା ନବସୃଜନ ସମଗ୍ର ସମାଜରେ ଉନ୍ନତି ଆଣୁଛି। କୃତ୍ରିମ ବୁଦ୍ଧିମତା କ’ଣ କୃତ୍ରିମ ବୁଦ୍ଧିମତା (ଏଆଇ) ଏପରି ଏକ ପ୍ରଯୁକ୍ତି ଯାହା ସାଧାରଣତଃ ମଣିଷମାନେ କରୁଥିବା କାର୍ଯ୍ୟକୁ ମେସିନଗୁଡ଼ିକୁ କ୍ଷମତା ପ୍ରଦାନ କରିଥାଏ। ଏହା ସିଷ୍ଟମଗୁଡ଼ିକୁ ଅଭିଜ୍ଞତାରୁ ଶିଖିବାକୁ, ନୂତନ…
ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଆଜିଠାରୁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ତେବେ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ। ଅକ୍ଟୋବର ୨୨ ତାରିଖରେ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ଥିବା ବେଳେ ୨୫ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ରଖାଯାଇଛି। ସେହିଭଳି ନଭେମ୍ବର ୧୧ ତାରିଖରେ ଭୋଟ୍ ଗ୍ରହଣ ଓ ୧୪ ତାରିଖରେ ଫଳାଫଳ ଘୋଷଣା କରାଯିବ।
ନୂଆଦିଲ୍ଲୀ: କୋଲଡ୍ରିଫ୍ କଫ୍ ସିରପ୍ ଅନେକ ପିଲାଙ୍କ ଜୀବନ ନେଇଛି। ଆଜି ଏହି ମାମଲା ସହିତ ଜଡିତ ଚେନ୍ନାଇର ସାତଟି ଶ୍ରୀସନ୍ ଫାର୍ମାର ୭ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶ୍ରୀସନ୍ ଫାର୍ମା କାର୍ଯ୍ୟାଳୟ ସହିତ ତାମିଲନାଡୁ ଔଷଧ ନିୟନ୍ତ୍ରଣ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କୋଲଡ୍ରିଫ୍ ଯୋଗୁଁ ଅତି କମରେ ୨୦ ଜଣ ଶିଶୁ ମୃତ୍ୟୁବରଣ କରିଛନ୍ତି, ଯାହାଙ୍କ ମଧ୍ୟରୁ ଅଧିକାଂଶ ପାଞ୍ଚ ବର୍ଷରୁ କମ୍ ବୟସର ଥିଲେ। କଫ୍ ସିରପ୍ରେ ବିଷାକ୍ତ ପଦାର୍ଥ ମିଳିଲା ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) କହିଛି ଯେ, କାଞ୍ଚିପୁରମରେ ଅବସ୍ଥିତ ଶ୍ରୀସନ୍ ଫାର୍ମା, ଯାହା ୨୦୧୧ ମସିହାରେ ତାମିଲନାଡୁ ଖାଦ୍ୟ ଏବଂ ଔଷଧ ପ୍ରଶାସନ (TNFDA) ଦ୍ୱାରା…
ନୂଆଦିଲ୍ଲୀ: ନିଜର ଅନନ୍ୟ ‘ସୁସେଗାଡ’ ଭାବନା ପାଇଁ ଜଣାଶୁଣା, ଗୋଆର ଅର୍ଥନୀତି ପର୍ଯ୍ୟଟନ, ପାରମ୍ପରିକ ଶିଳ୍ପ ଏବଂ ଆଧୁନିକ ଉଦ୍ୟୋଗର ଏକ ସ୍ପନ୍ଦନଶୀଳ ମିଶ୍ରଣନୁ ନେଇ ପର୍ଯ୍ୟବସିତ। କେବଳ ପର୍ଯ୍ୟଟନ ଗୋଆର ସମୁଦାୟ ଘରୋଇ ଉତ୍ପାଦନ (ଜିଏସ୍ଡିପି)ର ପ୍ରାୟ ୧୬ ପ୍ରତିଶତ । ସେହିପରି ଔଷଧ, ମତ୍ସ୍ୟଚାଷ, କାଜୁ ପ୍ରକ୍ରିୟାକରଣ ଏବଂ ହସ୍ତଶିଳ୍ପ ଦ୍ୱାରା ଏହାର ସହର ଏବଂ ଗ୍ରାମଗୁଡ଼ିକର ଅନେକ ବ୍ୟକ୍ତି ଜୀବିକା ନିର୍ବାହ କରିଥାଆନ୍ତି। ନିକଟରେ ଲାଗୁ ହୋଇଥିବା ଜିଏସ୍ଟି ସଂସ୍କାର ଏହି ବିବିଧ ଅର୍ଥନୀତିକୁ ଏକ ସମୟୋଚିତ ପ୍ରୋତ୍ସାହନ ଦେଇଛି, ଯାହା ସୁଲଭତା ବୃଦ୍ଧି କରୁଛି, ଇନପୁଟ୍ ଖର୍ଚ୍ଚ ହ୍ରାସ କରୁଛି ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରତିଯୋଗିତା ବୃଦ୍ଧି କରୁଛି। ନୂତନ ଜିଏସ୍ଟି ହାର ଗୋଆର ଶକ୍ତିଶାଳୀ ପର୍ଯ୍ୟଟନ ଏବଂ ଆତିଥ୍ୟ ଶିଳ୍ପକୁ ରୁଦ୍ଧିମନ୍ତ କରିବ ବୋଲି ଆଶା କରାଯାଉଛି। ଏହାଦ୍ୱାରା ଉତ୍ତର ଗୋଆର ବେଳାଭୂମି ଅଞ୍ଚଳ ଯେପରିକି କାଲାଙ୍ଗୁଟ୍, କାଣ୍ଡୋଲିମ୍, ବାଗା ଏବଂ ଅଞ୍ଜୁନା, ପାଣାଜୀ…
ନୂଆଦିଲ୍ଲୀ: ୨୦୨୫ ମହିଳା ବିଶ୍ୱକପ୍ ରେ ଟିମ୍ ଇଣ୍ଡିଆ ଲଗାତାର ଦ୍ୱିତୀୟ ମ୍ୟାଚ୍ ହାରିଛି। ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହେବା ପରେ ଅଷ୍ଟ୍ରେଲିଆଠାରୁ ମଧ୍ୟ ଭାରତ ପରାସ୍ତ ହୋଇଛି। ରବିବାର ACA-VDCA କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ୩୩୦ ରନ୍ କରିଥିଲା। ସ୍ମୃତି ମନ୍ଧାନା ଚମତ୍କାର ୮୦ ଏବଂ ପ୍ରତୀକା ରାୱଲ ୭୫ ରନ୍ କରିଥିଲେ, କିନ୍ତୁ ଆଲିସା ହିଲିଙ୍କ ଶତକ (୧୪୨) ଏହି ଉଭୟ ଇନିଂସକୁ ପଛରେ ପକାଇ ଦେଇଥିଲା। ଏଲିସ୍ ପେରି ଶେଷ ଓଭରରେ ଅପରାଜିତ ୪୭ ରନ୍ ଖେଳି ଅଷ୍ଟ୍ରେଲିଆର ୩ ୱିକେଟ୍ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ ଭାରତ ସେମିଫାଇନାଲରେ କିପରି ପହଞ୍ଚିପାରିବ? ସମୀକରଣ ଜାଣନ୍ତୁ। ଭାରତ ମହିଳା ବିଶ୍ୱକପ୍ ୨୦୨୫ ଶ୍ରୀଲଙ୍କା ବିପକ୍ଷରେ ବିଜୟ ସହିତ ଆରମ୍ଭ କରିଥିଲା। ହରମନପ୍ରୀତ କୌର ଏବଂ ତାଙ୍କ ଦଳ ପାକିସ୍ତାନକୁ ପରାସ୍ତ କରିଥିଲା। ଦକ୍ଷିଣ ଆଫ୍ରିକା ଭାରତର ବିଜୟ…

