ଭୁବନେଶ୍ୱର/ଜଟଣୀ: ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅଧୀନରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ଖୋର୍ଦ୍ଧା ରୋଡ୍ ଏବଂ ଖୋର୍ଦ୍ଧା ଟାଉନ୍ ରେଳ ଷ୍ଟେସନ ମଧ୍ୟରେ ଥିବା ତରାବୋଇ ଠାରେ ଏକ ନୂତନ ପାସେଞ୍ଜର ହଲ୍ଟ କୁ ଆଜି ଅପରାହ୍ନରେ ଉଦ୍ଘାଟନ କରାଯାଇଅଛି। ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ପାସେଞ୍ଜର ହଲ୍ଟକୁ ଉଦଘାଟନ କରିବ ସହ ସବୁଜ ପତାକା ପ୍ରଦର୍ଶନ କରାଇ ତରବୋଇ ଠାରେ ମେମୁ ଟ୍ରେନର ରହଣି କୁ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ଆଜି ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନର ତରାବୋଇରେ ନୂତନ ପାସେଞ୍ଜର ହଲ୍ଟକୁ ଉଦଘାଟନ କରି ସେ ବହୁତ ଖୁସି। ଏହି ବହୁ ପ୍ରତୀକ୍ଷିତ ସୁବିଧା ତରାବୋଇ ଏବଂ ଆଖପାଖ ଗ୍ରାମ ପଞ୍ଚାୟତର ଲୋକମାନଙ୍କୁ ବହୁତ ଲାଭ ପ୍ରଦାନ କରିବା ସହ IIT ଭୁବନେଶ୍ୱର, NISER ଏବଂ ନିକଟବର୍ତ୍ତୀ ଅନ୍ୟାନ୍ୟ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ର ଏବଂ ଅଧ୍ୟାପକମାନଙ୍କୁ ସେବା…
Author: SM Network
ଭୁବନେଶ୍ୱର: ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ସଚେତନତା ସୃଷ୍ଟି କରିବା ଲାଗି ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରେ ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ପ୍ରତିଷ୍ଠାନ (ଆଇଆଇଏମସି) ପରିସରରେ ଫଟୋଗ୍ରାଫି ପ୍ରତିଯୋଗିତା ଆୟୋଜନ କରାଯିବ। ଏଥିପାଇଁ ଫଟୋ ପଠାଇବାର ଶେଷ ତାରିଖ ଆସନ୍ତା ୨୫ ତାରିଖକୁ ଧାର୍ଯ୍ୟ କରାଯାଇଛି। ଢେଙ୍କାନାଳ ଉପଖଣ୍ଡ ବନ ବିଭାଗ କାର୍ଯ୍ୟାଳୟ ଏବଂ ଆଇଆଇଏମସିର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯିବ। ମୋଟ୍ ତିନୋଟି ବର୍ଗରେ ଏହି ପ୍ରତିଯୋଗିତା ଆୟୋଜନ କରାଯିବ। ବ୍ୟକ୍ତିଗତ ଓ ଦଳଗତ ଫଟୋ ଏବଂ ଫଟୋ ଫିଚର ବର୍ଗରେ ଆଇଆଇଏମସି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ। ଆଉ ଗୋଟିଏ ମୁକ୍ତ ବର୍ଗରେ ସାଧାରଣ ନାଗରିକ ଏବଂ ପେସାଦାର ଫଟୋଗ୍ରାଫରମାନେ ଅଂଶଗ୍ରହଣ କରିପାରିବେ। ଜୈବ ବିବିଧତାର ସୌନ୍ଦର୍ଯ୍ୟ, ପ୍ରାଣୀ ଓ ଉଦ୍ଭିଦ ଜଗତର ବିବିଧ ରଙ୍ଗ, ମଣିଷ-ବନ୍ୟପ୍ରାଣୀ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ବିଷୟବସ୍ତୁ ଉପରେ ଅଂଶଗ୍ରହଣକାରୀମାନେ ଆସନ୍ତା ୨୫ ତାରିଖ ସୁଦ୍ଧା https://forms.gle/KpHEdTdskJpgNVuGA ଲିଙ୍କରେ ଫଟୋ ଅପଲୋଡ୍…
ଚିଲିକା: ଆଜି ଚିଲିକା ବ୍ଲକ ଅଧିନସ୍ଥ ଡୁଙ୍ଗମାଳ ଏବଂ ସିଙ୍ଗେଶ୍ୱର ଗ୍ରାମପଞ୍ଚାୟତ ଠାରେ ପୃଥକ ଭାବେ ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମକୁ ବାଲୁଗାଁ ସହକାରୀ ଶ୍ରମ ଅଧିକାରୀ ସୌମ୍ୟ ରଞ୍ଜନ କର ପରିଚାଳନା କରିଥିବା ବେଳେ ଉକ୍ତ ଶିବିରରେ ଜିଲ୍ଲା ଶ୍ରମ ଅଧିକାରୀ ମୋନାଲିସା ଜେନା, ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ବିକାଶ କୁମାର ନାୟକ, ବାଲୁଗାଁ ଥାନାଧିକାରୀ ଜୟ ପ୍ରକାଶ ପରିଡା, ଉଭୟ ଗ୍ରାମ ପଞ୍ଚାୟତ ସରପଞ୍ଚ, ନାଏବ ସରପଞ୍ଚ ସମିତି ସଭ୍ୟ, ବିଭିନ୍ନ ଟ୍ରେଡ ୟୁନିଅନ ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଶ୍ରମିକ ତଥା ଅଞ୍ଚଳବାସୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ବହୁବିଧ ଯୋଜନା ସମ୍ବନ୍ଧରେ ସଚେତନ କରାଯିବା ସହ ଆନ୍ତଃରାଜ୍ୟ ଶ୍ରମିକ ତଥା ଦେଶ ବାହାରେ କାର୍ଯ୍ୟରତ…
ଭୁବନେଶ୍ୱର: ଡିଜିଟାଲାଇଜେସନ୍ ଆମ ଜୀବନକୁ ଭିନ୍ନ ଏବଂ ଅଧିକ ସୁରକ୍ଷିତ କରିଛି। ଭାରତରେ ବିଶ୍ୱର ସର୍ବାଧିକ ସାର୍ବଜନୀନ ଭିତିଭୂମି ରହିଥିବା ବେଳେ ପ୍ରତ୍ୟେକ ଭାରତୀୟ ପରସ୍ପର ସହିତ ଯୋଡ଼ି ହୋଇ ରହିବାର ଆବଶ୍ୟକତା ରହିଛି। ଏହା ପୂରଣ କରିବାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବଳିଷ୍ଠ ଅବଦାନ ରହିଛି ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ। ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ୭୫ତମ ଜନ୍ମ ଦିବସ ପାଳନ ଅବସରରେ ସୋଆ ପକ୍ଷରୁ ଆୟୋଜିତ ‘ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଆଣ୍ଡ ଇନୋଭେସନ୍ – ଏମ୍ପାୱାରିଙ୍ଗ ସିଟିଜେନ୍ସ ଇନ୍ ଦ ନ୍ୟୁ ଏରା’ ଶୀର୍ଷକ କର୍ମଶାଳାରେ ଅଧ୍ୟକ୍ଷତା କରିବା ପରିପ୍ରେକ୍ଷୀରେ ସୋଆ କୁଳପତି ପ୍ରଫେସର ନନ୍ଦ ପ୍ରଧାନମନ୍ତ୍ରୀଙ୍କର ସୁସ୍ଥ ଏବଂ ସୁଖୀ ଜୀବନ କାମନା କରିବା ସହ ଶ୍ରୀ ମୋଦିଙ୍କ କାର୍ଯ୍ୟଧାରା ଆମ ସମସ୍ତଙ୍କ ଜୀବନକୁ ସ୍ପର୍ଶ କରିଛି ବୋଲି କହିଛନ୍ତି। ୟୁପିଆଇ ଟ୍ରାଞ୍ଜାକ୍ସନ୍ର ଉଦାହରଣ ଦେଇ…
ବାଲୁଗାଁ: ମା’ଙ୍କୁ ସମ୍ମାନ, ସବୁଜ ପୃଥିବୀର ସଙ୍କଳ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ୍ ଜନ୍ମଦିନ ଅବସରରେ ଆଜି ବାଲୁଗାଁ ମହାବିଦ୍ୟାଳୟର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ମାନେ ବାଲୁଗାଁ ମହାବିଦ୍ୟାଳୟ ଓ ସ୍ଥାନୀୟ କଳିଯୁଗେଶ୍ୱର ପାହାଡ଼ ନିକଟରେ ବ୍ୟାପକ ବୃକ୍ଷରୋପଣ କରିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ନେତୃତ୍ୱରେ ଆଜି ସକାଳ ଆଠଟାରେ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି “ମା ପାଇଁ ଗଛଟିଏ ” ସଂକଳ୍ପରେ ପ୍ରତ୍ୟେକ ଗୋଟିଏ ଗୋଟିଏ ଚାରା ରୋପଣ କରିଥିଲେ। ଏହାପରେ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ରୀନା ରାଉତ, ଡ଼କ୍ଟର କୈଳାଶ ଚନ୍ଦ୍ର ମହାରଣା, ଏନସିସି ଅଧିକାରୀ ଚନ୍ଦନ ନାଏକ, ଯୁବରେଡକ୍ରସ ଅଧିକାରୀ ମନସ୍ୱିନୀ ପଟ୍ଟନାୟକ, ଧୋବି ଚରଣ ପରିଡା, ରୋଭର ରେଂଜର ଅଧିକାରୀ ସ୍ନିଗ୍ଧାରାଣୀ ମୁଦୁଲି, ଦୀପକ ପରିଡାଙ୍କ ସମେତ ଡ଼କ୍ଟର ମୋନାଲିସା ମାନସିଂହ, ଅଧ୍ୟାପକ ପ୍ରବୀଣ କୁମାର…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ୭୫ତମ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସ ମାଧ୍ୟମରେ ଏକାଧିକ ପୋଷ୍ଟ ଜରିଆରେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ‘ତ୍ୟାଗ ଏବଂ ସମର୍ପଣର ପ୍ରତୀକ, ଲକ୍ଷ ଲକ୍ଷ ଦେଶବାସୀଙ୍କ ପାଇଁ ପ୍ରେରଣା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ତାଙ୍କ ୭୫ ତମ ଜନ୍ମଦିନରେ ହାର୍ଦ୍ଦିକ ଶୁଭେଚ୍ଛା। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସାର୍ବଜନୀନ ଜୀବନର ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଦେଶବାସୀଙ୍କ କଲ୍ୟାଣ ପାଇଁ ନିରନ୍ତର ଏବଂ ଅକ୍ଳାନ୍ତ ପରିଶ୍ରମ କରିଆସୁଛନ୍ତି ଏବଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ‘ରାଷ୍ଟ୍ର ପ୍ରଥମ’ ର ଜୀବନ୍ତ ପ୍ରେରଣା ଅଟନ୍ତି। ଅମିତ ଶାହ କହିଥିଲେ, ସଂଘ ଠାରୁ ଆରମ୍ଭ କରି ଦଳ ଏବଂ ସରକାର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନ ଯାତ୍ରା ଦର୍ଶାଉଛି ଯେ ଯେତେବେଳେ ସଂକଳ୍ପ ହିମାଳୟ ଭଳି ସ୍ଥିର…
ରେଢ଼ାଖୋଲ (କନ୍ଦର୍ପ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିନ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ କଦଳିଗଡ଼ ଗ୍ରାମ ପଞ୍ଚାୟତ ପରିସର ଏବଂ ଅର୍ଜୁନ ଡିଗ୍ରୀ କଲେଜ୍ ପରିସରରେ ରେଢ଼ାଖୋଲ ଉପଖଣ୍ଡ ପ୍ରଶାସନ ଏବଂ ଅର୍ଜୁନ ଡିଗ୍ରୀ କଲେଜ୍, କଦଳୀଗଡ଼ ମିଳିତ ଆନୁକୁଲ୍ୟରେ “ମାଁ ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହାନ୍ତ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ନାରାୟଣ ଜେନା, ତହସିଲଦାର, ଅର୍ଜୁନ ଡିଗ୍ରୀ କଲେଜ୍ ଅଧ୍ୟକ୍ଷ ଅଖିଳେନ୍ଦ୍ର ଶାସନୀ, ସରପଞ୍ଚ ସରୋଜ ସେଠି, ଜିଲ୍ଲା ପରିଷଦ ଶରତ ପ୍ରଧାନ ପ୍ରମୁଖ ଯୋଗଦେଇ ଅର୍ଜୁନ ଡିଗ୍ରୀ କଲେଜ୍ ର ଶତାଧିକ ଛାତ୍ର ଛାତ୍ରୀ ଙ୍କ ଗହଣ ରେ ୫୦୦ ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କର ଯାଇଥିଲା। ଏହି ପରିପ୍ରେକ୍ଷୀରେ ଏକ ସଭା ଆୟୋଜନ କରା ଯାଇଥିଲା। ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହାନ୍ତ ମୁଖ୍ୟ ଅତିଥି…
ନୂଆଦିଲ୍ଲୀ: ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ବିଶ୍ୱର ନମ୍ବର-୧ ଟି-୨୦ ବୋଲର ହୋଇଛନ୍ତି। ICC ଆଜି ଏହାର ତାଜା ରାଙ୍କିଙ୍ଗ ପ୍ରକାଶ କରିଛି। ୨୦୨୫ ଏସିଆ କପ୍ ରେ ପ୍ରଭାବଶାଳୀ ପ୍ରଦର୍ଶନ ପରେ କୁଲଦୀପ ଯାଦବ ମଧ୍ୟ ରାଙ୍କିଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ଲମ୍ଫ ମାରି ୩୭ ତମ ସ୍ଥାନରୁ ୨୩ ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଅଭିଷେକ ଶର୍ମା ଟି-୨୦ ରେ ନମ୍ବର-୧ ବ୍ୟାଟସମ୍ୟାନ ରହିଛନ୍ତି, କିନ୍ତୁ ତିଲକ ବର୍ମା ଦୁଇଟି ସ୍ଥାନ ତଳକୁ ଖସି ଯାଇଛନ୍ତି। ବରୁଣ ଚକ୍ରବର୍ତ୍ତୀ UAE ବିପକ୍ଷରେ ୨-ଓଭର ସ୍ପେଲରେ କେବଳ ୪ ରନ ଦେଇଥିଲେ ଏବଂ ୧ ୱିକେଟ ନେଇଥିଲେ। ୩୪ ବର୍ଷୀୟ ସ୍ପିନର ପାକିସ୍ତାନ ବିପକ୍ଷରେ ୪-ଓଭର ସ୍ପେଲରେ ୨୪ ରନ ଦେଇ ୧ ୱିକେଟ ନେଇଥିଲେ। ସେ ICC ଟି-୨୦ ବୋଲିଂ ରାଙ୍କିଙ୍ଗରେ ତିନି ସ୍ଥାନ ଡେଇଁ ନମ୍ବର ୧ ରେ ପହଞ୍ଚିଛନ୍ତି। ଏହା ପ୍ରଥମ ଥର ପାଇଁ ବରୁଣ ଇତିହାସରେ…
ଭୁବନେଶ୍ଵର: ଆସନ୍ତାକାଲିଠାରୁ ୧୭ତମ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହା ସହ ଯେକୌଣସି ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ସଦାସର୍ବଦା ସତର୍କ ଓ ସଜାଗ ରହିବାକୁ ନିୟୋଜିତ ହୋଇଥିବା ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି।
ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ପରିଦର୍ଶନରେ ଆସି ନୂତନ ଏସପି ବିବେକାନନ୍ଦ ଶର୍ମା ଦୁଇ ଗୋଟି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଥାନା ପ୍ରାଙ୍ଗଣରେ ନିର୍ମିତ ନୂତନ ଛାୟାଘର ଭିତରେ ପୋଲିସ ଗାଡ଼ି ରଖିବା ନିର୍ଦ୍ଦିଷ୍ଟ ସ୍ଥାନକୁ ଉଦଘାଟନ କରିଥିଲେ ଏସପି। ଏହି ସ୍ଥାନରେ “ରିଜର୍ଭଡ଼ ” ଚିହ୍ନ ଦ୍ୱାରା ଚିହ୍ନିତ ଦୁଇଟି ଗାଡ଼ି ସ୍ଥାନ, ମାରିଗୋଲ୍ଡ ଫୁଲର ଶୋଭା, ଓଡିଶା ପୋଲିସ ଲୋଗୋ ସହିତ ଦେଖିବାକୁ ମିଳିଥିଲା, ଯାହାକି ଥାନାର ବୃହତ୍ ଦୃଷ୍ଟିକୋଣ ଓ ବ୍ୟବସ୍ଥାପନ ଦକ୍ଷତାକୁ ପ୍ରତିବିମ୍ବିତ କରେ। ସେହିପରି ଭାବେ ପରିବେଶ ସୁରକ୍ଷା ଓ ସାଂସ୍କୃତିକ ମୂଲ୍ୟବୋଧକୁ ଉଦ୍ବୋଧିତ କରିବା ଉଦ୍ଦେଶ୍ୟରେ ଏସ୍ପିଙ୍କ ଦ୍ୱାରା “ମା ପାଇଁ ଗଛଟିଏ” ଅଭିଯାନ ଅନ୍ତର୍ଗତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଣପୁର ଥାନା ଆଇଆଇସି ରମେଶ କୁମାର ଦେବତା ଓ ସମସ୍ତ ଥାନା କର୍ମଚାରୀମାନେ ମିଳିମିଶି ଉକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେଇଥିଲେ। ଏହାପରେ ଏସପି ଶ୍ରୀ ଶର୍ମା…
ଭୁବନେଶ୍ଵର: “ସ୍ୱାସ୍ଥ୍ୟ ନାରୀ ସଶକ୍ତ ପରିବାର ଅଭିଯାନ” ଆଜି ଭୁବନେଶ୍ୱର କେନ୍ଦ୍ରୀୟ ହସ୍ପିଟାଲରେ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା। ଏହି ପଦକ୍ଷେପର ଏକ ଅଂଶ ଭାବରେ, ମହିଳା କର୍ମଚାରୀମାନଙ୍କ ପାଇଁ ଏକ ସମର୍ପିତ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରତିରୋଧକ ସ୍ୱାସ୍ଥ୍ୟସେବା ଏବଂ ସ୍ୱାସ୍ଥ୍ୟ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସ୍ୱାସ୍ଥ୍ୟ ଶିବିରରେ ପ୍ରାୟ 61 ଜଣ ମହିଳା କର୍ମଚାରୀଙ୍କ ସ୍କ୍ରିନିଂ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଶକ୍ତିଶାଳୀ ପରିବାର ଏବଂ ଏକ ସୁସ୍ଥ ସମାଜ ଗଠନରେ ମହିଳା ସ୍ୱାସ୍ଥ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉଜ୍ଜ୍ୱଳ କରିବା, “ଏକ ସୁସ୍ଥ ମହିଳା ଏକ ଶକ୍ତିଶାଳୀ ପରିବାର ସୁନିଶ୍ଚିତ କରେ ଏବଂ ସାମୂହିକ ଭାବରେ ଏକ ସୁସ୍ଥ ଏବଂ ସଶକ୍ତ ସମାଜ ପାଇଁ ଯୋଗଦାନ ଦିଏ।” ସେ ସମସ୍ତ କର୍ମଚାରୀଙ୍କୁ ସୁସ୍ଥତାକୁ ପ୍ରାଥମିକତା ଦେବାକୁ ଏବଂ ସେମାନଙ୍କ ଦୈନନ୍ଦିନ ଜୀବନରେ ପ୍ରତିରୋଧକ ସ୍ୱାସ୍ଥ୍ୟସେବା ଅଭ୍ୟାସ…
ଭୁବନେଶ୍ଵର: ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇଗ୍ନୋ କର୍ତ୍ତୃପକ୍ଷ ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧିକୁ ଏବଂ ପୁନଃ ପଞ୍ଜିକରଣ ସମାୟାବଧିକୁ ମଧ୍ୟ ଚଳିତ ମାସ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୁନଃ ପଞ୍ଜିକରଣ ପାଇଁ ଅତିରିକ୍ତ ୨୦୦ ଟଙ୍କା ବିଳମ୍ବ ଶୁଳ୍କ ଦେବାକୁ ହେବ। ଆଗ୍ରହୀ ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଗ୍ନୋର ୱେବସାଇଟ www.ignou.ac.in କୁ ଅନୁସରଣ କରିପାରିବେ। ନାମ ଲେଖାଇବା ପାଇଁ ଆବେଦନ କରିବା ଲିଙ୍କ ହେଲା https://ignouadmission.samarth.edu.in। ଅଣ୍ଡର ଗ୍ରାଜୁଏଟ (BSCM), (BCOMF), (BAM) ପ୍ରୋଗ୍ରାମରେ ନାମ ପଞ୍ଜିକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କପାଇଁ ନାମଲେଖା ଦେୟ ଏବଂ ପୁନଃ ପଞ୍ଜିକରଣ ଦେୟ ୫୦% ଛାଡ଼ କରାଯାଇଛି। ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନେ ଯଦି ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ ତେବେ ସେମାନେ ଇଗ୍ନୋ…
ନୂଆଦିଲ୍ଲୀ: ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ କରିବା ପାଇଁ, ନମୋ ଆପ୍ର ସ୍ୱେଚ୍ଛାସେବକମାନେ ସେବା ପର୍ବ ୨୦୨୫ ଅନ୍ତର୍ଗତ ଏକ ସ୍ବତନ୍ତ୍ର ୧୫-ଦିନିଆ ଡିଜିଟାଲ୍ ସ୍ୱେଚ୍ଛାସେବା ପ୍ରୟାସ ଆରମ୍ଭ କରିଛନ୍ତି। ସେବା ମନୋଭାବ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନବ୍ୟାପୀ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଏହି କାର୍ଯ୍ୟ ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ସେବା ପର୍ବ ୨୦୨୫ ନମୋ ଆପ୍ରେ ପାରସ୍ପରିକ ଅଭିଜ୍ଞତାର ଏକ ସଂଗ୍ରହକୁ ଜୀବନ୍ତ କରିଥାଏ ତଥା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନର ଶୁଭ ଅବସରରେ ନାଗରିକ ଏବଂ କାର୍ଯ୍ୟକର୍ତ୍ତାମାନଙ୍କୁ ସେବା କାର୍ଯ୍ୟରେ ହାତ ମିଳାଇବାକୁ ଆମନ୍ତ୍ରଣ କରିଥାଏ। ତାଙ୍କର ମାର୍ଗଦର୍ଶକ ମନ୍ତ୍ର, ” ସେବା ହିଁ ସଂକଳ୍ପ, ରାଷ୍ଟ୍ର ପ୍ରଥମ ପ୍ରେରଣା” ଦ୍ୱାରା ଅନୁପ୍ରାଣିତ ହୋଇ, ଏହି ପ୍ରୟାସ ୟୁଜରମାନଙ୍କୁ ଏହି ଆଦର୍ଶଗୁଡ଼ିକୁ ବଞ୍ଚିବାକୁ ସଶକ୍ତ କରିଥାଏ – ଯେପରିକି ସେବା ପ୍ରଦାନ କରିବା, ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟକ ଯାତ୍ରାକୁ ଆବିଷ୍କାର କରିବା ଏବଂ ସୃଜନଶୀଳ…
ଖୋର୍ଦ୍ଧା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମଦିନ ଉପଲକ୍ଷେ “ଏକ ପେଡ୍ ମା’ କେ ନାମ” ଅଭିଯାନରେ ରାଜ୍ୟ ସରକାର ସମଗ୍ର ଓଡ଼ିଶାରେ ୭୫ ଲକ୍ଷ ବୃକ୍ଷରୋପଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଖୋର୍ଦ୍ଧା ସ୍ଥିତ ପଲ୍ଲାତୋଟାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷରୋପଣ କରି ସଭାକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଆମେ ସମସ୍ତେ ଘର ଠାରୁ ଆରମ୍ଭ କରି ରାସ୍ତା ପାର୍ଶ୍ୱ ସମେତ ବିଭିନ୍ନ ସ୍ଥାନରେ ଗଛ ଲଗାଇବା। ଗଛଟିର ଯତ୍ନ ନେବା ସହ ମାଟି ମା’ର ସୁରକ୍ଷା ପାଇଁ ସଂକଳ୍ପନା କରିବା। ବିକଶିତ ଖୋର୍ଦ୍ଧା , ବିକଶିତ ଓଡ଼ିଶା ପାଇଁ ବ୍ୟକ୍ତିଗତ ସ୍ତରରେ ନିଜର ଯୋଗଦାନ ରଖିବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଥିଲେ। ଆସନ୍ତୁ, ଗଛଟିଏ ଲଗାଇ ଏକ ସୁସ୍ଥ ଓ ସମୃଦ୍ଧ ଓଡ଼ିଶା ଗଠନରେ ଭାଗୀଦାର ହେବା।…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଧାରରେ ପହଞ୍ଚିଛନ୍ତି। ସେଠାରେ ସେ କହିଛନ୍ତି ଯେ, ପାକିସ୍ତାନର ଆତଙ୍କବାଦୀମାନେ ଆମର ଭଉଣୀ ଏବଂ ଝିଅଙ୍କ ସିନ୍ଦୁର ଲିଭାଇଦେଇଛନ୍ତି। ଆମେ ଅପରେସନ ସିନ୍ଦୁର ମାଧ୍ୟମରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ଵଂସ କରିଦେଇଛୁ। ପ୍ରଧାନମନ୍ତ୍ରୀ ପାକିସ୍ତାନର ପରମାଣୁ ଧମକ ବିଷୟରେ କ’ଣ କହିଥିଲେ?: ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ, “ଏହା ଏକ ନୂତନ ଭାରତ, କାହାର ପରମାଣୁ ଧମକକୁ ଭୟ କରେ ନାହିଁ। ଏହା ଏକ ନୂତନ ଭାରତ, ଏହା ଘରେ ପଶି ଆକ୍ରମଣ କରେ। ଆଜି ଆଉ ଏକ ଐତିହାସିକ ଅବସର। ଏହି ଦିନ, ଦେଶ ସର୍ଦ୍ଦାର ପଟେଲଙ୍କ ଦୃଢ ଇଚ୍ଛାଶକ୍ତିର ଉଦାହରଣ ଦେଖିଛି। ଭାରତୀୟ ସେନା ହାଇଦ୍ରାବାଦକୁ ଅନେକ ଅତ୍ୟାଚାରରୁ ମୁକ୍ତ କରିଥିଲା ଏବଂ ଏହାର ଅଧିକାରକୁ ସୁରକ୍ଷା ଦେଇ ଭାରତର ଗର୍ବକୁ ପୁନରୁଦ୍ଧାର କରିଥିଲା। ଦେଶ ପାଇଁ ଏହି ପ୍ରମୁଖ ସଫଳତାକୁ ଦଶନ୍ଧି ବିତିଗଲା, କିନ୍ତୁ କେହି…
ନୂଆଦିଲ୍ଲୀ: ଆଜି ଭାରତୀୟ ଟଙ୍କା ଲଗାତାର ଚତୁର୍ଥ ଦିନ ପାଇଁ ବୃଦ୍ଧି ପାଇଛି। ଆମେରିକୀୟ ଫେଡ୍ ଦ୍ୱାରା ସୁଧ ହାର ହ୍ରାସର ଆଶା ମଧ୍ୟରେ ଆମେରିକୀୟ ଡଲାରରେ ବ୍ୟାପକ ହ୍ରାସ ଘଟିଛି। ଏହା ମଧ୍ୟରେ ପ୍ରାରମ୍ଭିକ ବାଣିଜ୍ୟରେ ଟଙ୍କା ୮୭.୮୧ ରେ ମଜବୁତ ହୋଇ ୨୮ ପଇସା ବୃଦ୍ଧି ପାଇଛି। ଫୋରେକ୍ସ ବ୍ୟବସାୟୀମାନେ କହିଛନ୍ତି ଯେ, ନିବେଶକମାନେ ଫେଡେରାଲ ରିଜର୍ଭଙ୍କ ନୀତି ବୈଠକ ଉପରେ କଡ଼ା ନଜର ରଖିଛନ୍ତି। କାରଣ ବିଶ୍ୱ ସ୍ତରରେ ଡଲାର ଦୁର୍ବଳ ହେବା ଟଙ୍କାକୁ ମଜବୁତ କରୁଛି। ବଜାର ୦.୨୫ ପ୍ରତିଶତ ସୁଧ ହାର ହ୍ରାସ ଆଶା କରୁଛି ଏବଂ ନିବେଶକମାନେ ଅଧିକ ମାର୍ଗଦର୍ଶନ ପାଇଁ ଫେଡେରାଲ ରିଜର୍ଭ ମୁଖ୍ୟଙ୍କ ସମ୍ବୋଧନକୁ ଅପେକ୍ଷା କରିଛନ୍ତି। କ୍ରମାଗତ ଚାରି ଦିନ ପାଇଁ ଟଙ୍କା ବୃଦ୍ଧି ଆନ୍ତଃବ୍ୟାଙ୍କ ବୈଦେଶିକ ମୁଦ୍ରା ବଜାରରେ ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ୮୭.୮୪ ରେ ଖୋଲିଥିଲା ଏବଂ ତା’ପରେ ୮୭.୮୧ ରେ ପହଞ୍ଚିଥିଲା,…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ମାଆଙ୍କୁ ନେଇ ଏକ AI ଭିଡିଓ ସମ୍ପର୍କରେ ପାଟନା ହାଇକୋର୍ଟ ଏକ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ହାଇକୋର୍ଟ ସୋସିଆଲ ମିଡିଆରୁ ଭିଡିଓଟିକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିହାର କଂଗ୍ରେସ କିଛି ଦିନ ପୂର୍ବରୁ ଏକ ଅଜ୍ଞାତ ହ୍ୟାଣ୍ଡେଲରୁ ଏହି ଭିଡିଓଟି ପୋଷ୍ଟ କରିଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ, ଭିଡିଓଟି X ରୁ ହଟାଇ ଦିଆଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ JDU ମୁଖପାତ୍ର ନୀରଜ କୁମାର କହିଛନ୍ତି ଯେ\, “କଂଗ୍ରେସ ଦଳ ଦ୍ୱାରା ପୋଷ୍ଟ କରାଯାଇଥିବା ଭିଡିଓଟି ଏକ ସାମାଜିକ ଏବଂ ନୈତିକ ଅପରାଧ ଥିଲା। ଆଜି ମାନ୍ୟବର ହାଇକୋର୍ଟ ଏହାକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯାହାର ଅର୍ଥ ଏହା ଏକ ଆଇନଗତ ଅପରାଧ ମଧ୍ୟ ଥିଲା। ରାଜନୀତିକୁ ଏତେ ନିମ୍ନ ସ୍ତରକୁ ନେଇଯିବା, ଏକ ସମୟରେ ସମ୍ବିଧାନ ବିପଦରେ ଥିବା ଦାବି କରିବା ଏବଂ ଦେଶର ପ୍ରଧାନମନ୍ତ୍ରୀଙ୍କ ସ୍ୱର୍ଗତ ମାଆଙ୍କୁ ଅପମାନ…
ଭୁବନେଶ୍ଵର: ଭାରତୀୟ ରେଳବାଇ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟ, ରହଣି ଏବଂ ସଂରଚନାକୁ ବଜାୟ ରଖିବା ସହ ପରିଚାଳନା ଅବଧି ବୃଦ୍ଧି କରିଛି। ଏହା ଦ୍ଵାରା ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ପୂରଣ ହେବା ସହ ନିରନ୍ତର ଯାତ୍ରା ସୁବିଧା ଯୋଗାଇବରେ ବିଶେଷ ସହାୟକ ହେବ। ସେହି ଟ୍ରେନ ଗୁଡିକ ହେଲା… ଟ୍ରେନ ନମ୍ବର ୦୮୦୧୧/୦୮୦୧୨ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ୱତନ୍ତ୍ର: ଭଞ୍ଜପୁରରୁ ୨୭ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବଢ଼ାଯାଇଛି ପୁରୀରୁ ୨୮ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବଢ଼ାଯାଇଛି ଟ୍ରେନ ନମ୍ବର ୦୨୮୩୯/୦୨୮୪୦ ଶାଲିମାର-ପୁରୀ-ଶାଲିମାର ସ୍ୱତନ୍ତ୍ର: ଶାଲିମାରରୁ ୨୮ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବଢ଼ାଯାଇଛି ପୁରୀରୁ ୨୯ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବଢ଼ାଯାଇଛି ଯାତ୍ରୀମାନଙ୍କୁ ଏହି ସମ୍ପ୍ରସାରଣକୁ ଧ୍ୟାନ ଦେବାକୁ ଏବଂ ସେହି ଅନୁସାରେ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଉଛି।
ନୂଆଦିଲ୍ଲୀ: ଅବୈଧ ବେଟିଂ ଆପ୍ 1xBet ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହି ମାମଲାରେ ପଚରାଉଚରା ପାଇଁ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କୁ ସମନ୍ କରାଯାଇଛି। ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କୁ ସେପ୍ଟେମ୍ବର 23 ତାରିଖରେ ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବାକୁ ଇଡି ସମନ୍ କରିଛି। ସେହିଭଳି ଅଭିନେତା ସୋନୁ ସୁଦଙ୍କୁ ସେପ୍ଟେମ୍ବର 24 ତାରିଖରେ ପଚରାଉଚରା ପାଇଁ ଡକାଯାଇଛି। କ୍ରିକେଟର ରବିନ୍ ଉଥାପ୍ପାଙ୍କୁ ମଧ୍ୟ ସେପ୍ଟେମ୍ବର 22 ତାରିଖରେ ସମନ୍ କରାଯାଇଛି। ଏହି ମାମଲାରେ କ୍ରିକେଟର ସୁରେଶ ରୈନା ଏବଂ ଶିଖର ଧାୱନଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ସେହିଭଳି ବଙ୍ଗୀୟ ଅଭିନେତା ଅଙ୍କୁଶ ହାଜରା ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଏବଂ ଏଜେନ୍ସି ପୂର୍ବତନ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ମଧ୍ୟ ପଚରାଉଚରା କରିଛି। ସୂତ୍ର ଅନୁସାରେ, ଅଭିନେତ୍ରୀ ଉର୍ବଶୀ ରଉତେଲା ଏପର୍ଯ୍ୟନ୍ତ ଇଡିକୁ ସ୍ପଷ୍ଟ କରିନାହାଁନ୍ତି ଯେ,…
ନୂଆଦିଲ୍ଲୀ: କାନାଡାରେ ଖଲିସ୍ତାନ ସମର୍ଥକଙ୍କ ବିରୋଧ ପୁଣି ଥରେ ତୀବ୍ର ହୋଇପାରେ। ଶିଖ୍ସ ଫର ଜଷ୍ଟିସ୍ (SFJ) ସଂଗଠନ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛି। ରିପୋର୍ଟ ଅନୁଯାୟୀ SFJ ଭାରତୀୟ ଦୂତାବାସ ଦଖଲ କରିବାକୁ ଧମକ ଦେଇଛି। ଭାରତୀୟମାନଙ୍କୁ ଏହି ଅଞ୍ଚଳରେ ପ୍ରବେଶ କରିବାକୁ ମଧ୍ୟ ନିଷେଧ କରାଯାଇଛି। ତଥାପି ଏହି ପ୍ରସଙ୍ଗରେ କାନାଡା କିମ୍ବା ଭାରତୀୟ ସରକାରଙ୍କ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ। ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କ ପୁନର୍ବାର ଆରମ୍ଭ ହୋଇଛି। କିନ୍ତୁ ଖଲିସ୍ତାନ ସଂଗଠନଗୁଡ଼ିକ ଏଥିରେ ଅସନ୍ତୁଷ୍ଟ। ସୂଚନା ଅନୁଯାୟୀ, ସେମାନେ ଭାରତୀୟ ଦୂତାବାସ ଘେରାଉ କରିବାକୁ ଧମକ ଦେଇଛନ୍ତି। ଏହି ବିଚ୍ଛିନ୍ନତାବାଦୀ ସଂଗଠନ କହିଛି ଯେ, ସେମାନେ ଗୁରୁବାର (ସେପ୍ଟେମ୍ବର ୧୮) ଦିନ ଦୂତାବାସ ଦଖଲ କରିବେ। ଭାରତୀୟ ଏବଂ କାନାଡା ନାଗରିକଙ୍କୁ ଦୂତାବାସ ପରିସରରୁ ଦୂରେଇ ରହିବାକୁ SFJ ଚେତାବନୀ ଦେଇଛି। କାହିଁକି ଭୟଭୀତ ଖଲିସ୍ତାନ ସଂଗଠନ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶ ଗସ୍ତରେ ଯିବେ। ମଧ୍ୟାହ୍ନ ୧୨ଟା ସମୟରେ ଧାରରେ ସେ ‘ସ୍ୱସ୍ଥ ନାରୀ ସଶକ୍ତ ପରିବାର’ ଏବଂ ‘ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାହ’ ଅଭିଯାନର ଶୁଭାରମ୍ଭ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କରିବା ସହିତ, ଉପସ୍ଥିତ ବିଶାଳ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ସ୍ୱାସ୍ଥ୍ୟ, ପୋଷଣ, ଫିଟନେସ ଏବଂ ଏକ ସ୍ୱସ୍ଥ ଓ ସଶକ୍ତ ଭାରତ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ “ସ୍ୱସ୍ଥ ନାରୀ ସଶକ୍ତ ପରିବାର” ଏବଂ “ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାହ” ଅଭିଯାନର ଶୁଭାରମ୍ଭ କରିବେ। ଏହି ଅଭିଯାନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସମଗ୍ର ଦେଶର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ଡାକ୍ତରଖାନା ଇତ୍ୟାଦିରେ ଆୟୋଜିତ ହେବ। ଏହି ସମୟରେ ୧ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ,…

