ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ-ଆମେରିକା ସମ୍ପର୍କର ଦୃଢ଼ତାକୁ ପୁଣି ଦୋହରାଇବା ସହ ଦୁଇ ରାଷ୍ଟ୍ର ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନା ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, ଉଭୟ ରାଷ୍ଟ୍ର ନିଜ ଲୋକମାନଙ୍କ ପାଇଁ ଏକ ଉଜ୍ଜ୍ୱଳ, ଅଧିକ ସମୃଦ୍ଧ ଭବିଷ୍ୟତ ସୁରକ୍ଷିତ କରିବାକୁ ଏକାଠି କାମ କରିବେ। ଆମେରିକା ରାଷ୍ଟ୍ରପତିଙ୍କର ଏକ୍ସରେ ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି; “ଭାରତ ଏବଂ ଆମେରିକା ଘନିଷ୍ଠ ବନ୍ଧୁ ଏବଂ ସ୍ୱାଭାବିକ ଅଂଶୀଦାର। ମୁଁ ନିଶ୍ଚିତ ଯେ ଆମର ବାଣିଜ୍ୟ ଆଲୋଚନା ଭାରତ-ଆମେରିକା ସହଭାଗୀତାର ଅସୀମ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ ପଥ ପ୍ରଶସ୍ତ କରିବ। ଆମ ଟିମ୍ ଏହି ଆଲୋଚନାକୁ ଯଥାଶୀଘ୍ର ଶେଷ କରିବାକୁ କାର୍ଯ୍ୟ କରୁଛନ୍ତି । ମୁଁ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେବାକୁ ଉତ୍ସାହିତ ଅଛି। ଆମେ ଉଭୟ ଦେଶର ଲୋକମାନଙ୍କ ପାଇଁ ଏକ ଉଜ୍ଜ୍ୱଳ,…
Author: SM Network
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୭ ସେପ୍ଟେମ୍ବର ୨୦୨୫ରେ ‘ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ’ ଶୁଭାରମ୍ଭ କରିବାକୁ ଯାଉଛନ୍ତି। କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏକ୍ସରେ କରିଥିବା ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ସେହି ୧୭ ତାରିଖଠାରୁ ଅଷ୍ଟମ ଜାତୀୟ ପୋଷଣ ମାସ ମଧ୍ୟ ଆରମ୍ଭ ହେଉଛି, ଯାହା ୧୬ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଚାଲିବ। ସେ ସବୁ ଦେଶବାସୀଙ୍କୁ ନିଜ ନିଜ ଅଞ୍ଚଳରେ ଏହି ସଚେତନତା ଅଭିଯାନରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ନିଜ ପୋଷ୍ଟରେ ଲେଖିଛନ୍ତି: ‘‘ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ @narendramodiଙ୍କ କରକମଳରେ ୧୭ ସେପ୍ଟେମ୍ବର ୨୦୨୫ରେ ‘ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ’ ଆରମ୍ଭ ହେବାକୁ ଯାଉଛି। ଏହି ଦିନ ଅଷ୍ଟମ ଜାତୀୟ ପୋଷଣ ମାସ ମଧ୍ୟ ଆରମ୍ଭ ହେଉଛି ଯାହା ୧୬ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଚାଲିବ।…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କୋଟିନଡା ଥାନା ପୋଲିସ୍ ସଦଳବଳେ ପଇଁତରା ମାରୁଥିବା ବେଳେ କେନ୍ଦୁପଦର ଗ୍ରାମ ଉପକଣ୍ଠରେ ଦୁଇ ଯୁବକଙ୍କୁ ସନ୍ଦେହଜନକ ଭାବେ ଅଟକାଇଥିଲା। ଉଭୟଙ୍କୁ ଜେରା କରିଥିଲେ ଓ ଯାଞ୍ଚ ବେଳେ ସେମାନଙ୍କ ଠାରୁ ପୋଲିସ ଏକ ପିସ୍ତଲ୍ ଜବତ କରିଥିଲା। ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର ଅଭିଯୋଗରେ ଉଭୟଙ୍କୁ ପୋଲିସ ଗିରଫ କରିଥିଲା। ଗିରଫ ଯୁବକମାନେ ହିଞ୍ଜିଳି ଗ୍ରାମର ସାଗର ଗୌଡ ଓ ପାଣ୍ଡବ ଦାସ ବୋଲି ଜଣାପଡିଛି।
ଭୁବନେଶ୍ଵର: ବାଲେଶ୍ଵର ଏଫ.ଏମ. (ସ୍ୱୟଂଶାସିତ) କଲେଜର ତୃତୀୟ ବର୍ଷ ସମନ୍ୱିତ ବି.ଏଡ୍ ଛାତ୍ରୀ ସୌମ୍ୟଶ୍ରୀଙ୍କ ମୃତ୍ୟୁ ମାମଲାରେ ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ମଙ୍ଗଳବାର ଏକ ପ୍ରାରମ୍ଭିକ ଚାର୍ଜସିଟ୍ ଦାଖଲ କରାଯାଇଛି। ଏହି ମାମଲାରେ ପୁଲିସ ୧୨୦ ଜଣ ସାକ୍ଷୀଙ୍କ ବୟାନ ଏବଂ ବିଭିନ୍ନ ଗ୍ୟାଜେଟରୁ ଡିଜିଟାଲ୍ ପ୍ରମାଣ ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିଛି। ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ର ଧାରା 193(3) ଅନୁଯାୟୀ, 504 ପୃଷ୍ଠା ସମ୍ବଳିତ ଏକ ପ୍ରାରମ୍ଭିକ ଚାର୍ଜସିଟ କୋର୍ଟରେ ଦାଖଲ କରାଯାଇଛି। ଅଧିକ ପ୍ରମାଣ ସଂଗ୍ରହ ଏବଂ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ସମ୍ପର୍କରେ BNSS ର ଧାରା 193(9) ଅନୁଯାୟୀ ପୋଲିସର ତଦନ୍ତ ଜାରି ରହିଛି। ମାମଲାର ବିବରଣୀ ଅନୁଯାୟୀ, ପୀଡିତାଙ୍କ ସମ୍ପର୍କୀୟ ଭାଇ ଅରିଜିତ ଦେ ଙ୍କ ଅଭିଯୋଗ ପରେ CAW & CW ର ଡିଏସପି ଇମାନ କଲ୍ୟାଣୀ ନାୟକଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଥିଲା। ରିପୋର୍ଟରେ ଦର୍ଶାଯାଇଥିଲା ଯେ,…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ ସେପ୍ଟେମ୍ବର ୨୦୨୫ରେ ହିମାଚଳ ପ୍ରଦେଶ ଗସ୍ତ କରି, ବନ୍ୟା ପ୍ରଭାବିତ ଅଞ୍ଚଳର ପରିସ୍ଥିତି ସହିତ ବାଦଲ ଫାଟିବା, ଭାରି ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ସୃଷ୍ଟ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଆକାଶମାର୍ଗରେ ବୁଲି ଦେଖିଥିଲେ। ପରେ ସେ କାଙ୍ଗଡ଼ାରେ ଏକ ସରକାରୀ ବୈଠକ କରିଥିଲେ। ବୈଠକରେ ହିମାଚଳ ପ୍ରଦେଶରେ ରିଲିଫ୍ ଏବଂ ପୁନର୍ବାସ କାର୍ଯ୍ୟର ସମୀକ୍ଷା କରାଯିବା ସହିତ କ୍ଷୟକ୍ଷତିର ମୂଲ୍ୟାଙ୍କନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶ ପାଇଁ ୧୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ। ଏହା ସହିତ ଏସଡିଆରଏଫ ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ଦ୍ୱିତୀୟ କିସ୍ତି ଅର୍ଥ ଆଗୁଆ ଜାରି କରାଯିବ। ପ୍ରଧାନମନ୍ତ୍ରୀ ସମଗ୍ର ଅଞ୍ଚଳ ଏବଂ ଲୋକଙ୍କୁ ପୁଣି ଥରେ ନିଜ ଗୋଡ଼ରେ ଛିଡ଼ା କରାଇବା ପାଇଁ ଏକ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରିବାକୁ କହିଥିଲେ। ଏହା…
ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ, ନାଗରିକଙ୍କ ଯାତାୟତ ସହ ପରିବହନ ପଥକୁ ସୁଗମ କରିବା ତଥା ରେଳ ନେଟଓ୍ୱାର୍କକୁ ସୁଦୃଢ଼ କରିବା ଦିଗରେ ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଓଡ଼ିଶାର ଦଳୀୟ ସାଂସଦମାନଙ୍କ ମଧ୍ୟରେ ସବିଶେଷ ଆଲୋଚନା ହୋଇଛି। ଶ୍ରୀ ପ୍ରଧାନ ଆଲୋଚନା ପରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନାଗରିକଙ୍କ ଯାତାୟତ, ଶିଳ୍ପ ଏବଂ ଖଣିଜ କ୍ଷେତ୍ରର ବିକାଶ ସହ କୃଷି ଉତ୍ପାଦିତ ସାମଗ୍ରୀକୁ ଦେଶ ବଜାର ସହ ଯୋଡିବାରେ ରେଳ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ କଳ୍ପନା’ରେ ଓଡ଼ିଶାକୁ ଅଗ୍ରାଧିକାର ଦେଇ ରେଳ ଭିତ୍ତିଭୂମି ସୁଦୃଢ କରିବା ପାଇଁ ଡବଲ ଇ଼ଞ୍ଜିନ ସରକାର ଗୁରୁତ୍ୱ ଦେଇଛନ୍ତି। ପୂର୍ବ ସରକାର ଅପେକ୍ଷା ମୋଦୀ ସରକାରରେ ବିଗତ ୧୧ ବର୍ଷରେ ଓଡ଼ିଶାକୁ ରେଳ ବଜେଟରେ ରେକର୍ଡସଂଖ୍ୟକ ଅର୍ଥ ମିଳୁଛି। କଂଗ୍ରେସ…
ଭୁବନେଶ୍ଵର: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଟେକ୍ନୋ ଇଣ୍ଡିଆ ଗ୍ରୁପର କର୍ପୋରେଟ ଯୋଗାଯୋଗ ମୁଖ୍ୟ ବୋଧିସତ୍ୱ ମୁଖାର୍ଜୀଙ୍କ ସହ ଲୋକସେବା ଭବନରେ ଆଲୋଚନା କରିଛନ୍ତି। ଶିଳ୍ପ, ଶିକ୍ଷା, ପ୍ରଶାସନ ଭଳି କ୍ଷେତ୍ରରେ ରଣନୀତିକ ଯୋଗାଯୋଗର ଗୁରୁତ୍ୱ ଏବଂ ଭାରତର ନବୋନ୍ମେଷ ପରିଦୃଶ୍ୟରେ ଶିକ୍ଷାନୁଷ୍ଠାନଗୁଡିକର ଭୂମିକା ନେଇ ଉଭୟ ଆଲୋଚନା କରିଛନ୍ତି।
ଭୁବନେଶ୍ଵର: ମହିଳାଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ନେଇ ଭୁବନେଶ୍ୱରରେ ଓଡିଶା ପୁଲିସ ପକ୍ଷରୁ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପୁଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ କାର୍ଯ୍ୟକ୍ରମରେ ଯୋଗଦେଇ ମହିଳାଙ୍କ ସୁରକ୍ଷା ପାଇଁ ରଣନୀତି ପ୍ରସ୍ତୁତି, ପ୍ରଚଳିତ ଆଇନର ସଫଳ କାର୍ଯ୍ୟକାରିତା ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥାକୁ ନେଇ ଆଲୋଚନା କରିଛନ୍ତି। ବିଶେଷକରି ନାରୀ ନିର୍ଯାତନା ସଂକ୍ରାନ୍ତ ଅଭିଯୋଗଗୁଡିକର ତ୍ୱରିତ ତଦନ୍ତ ଉପରେ ବରିଷ୍ଠ ଅଧିକାରୀମାନେ ଗୁରୁତ୍ୱାରୋପ କରିଛନ୍ତି। ସାଇବର ଅପରାଧ ମୁକାବିଲା ଏବଂ ଥାନାଗୁଡିକରେ ଖାଲି ପଡିଥିବା ପଦବୀ ପୂରଣ ନେଇ ମଧ୍ୟ ଆଲୋଚନା ହୋଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ଏସ୍ପି ଏବଂ ବରିଷ୍ଠ ପୁଲିସ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।
ଭୁବନେଶ୍ଵର: ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଥିବା ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଘୂର୍ଣ୍ଣିବଳୟ ଏବଂ ମୌସୁମୀ ଟ୍ରଫ୍ ଲାଇନ ପ୍ରଭାବରେ ବର୍ଷାର ପ୍ରକୋପ ଅଧିକ ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାକୁ ଘଡଘଡି ସହ ବର୍ଷା ନେଇ ଚେତାବନୀ ଦିଆଯାଇଛି।
ଭୁବନେଶ୍ୱର: ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ଯୌତୁକ ନିରୋଧ ଆଇନ ଏବଂ ହିଂସାରୁ ମହିଳାଙ୍କ ସୁରକ୍ଷା ସମ୍ପର୍କୀତ ରାଜ୍ୟସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ମହିଳାଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ଦମନ କରିବା ପାଇଁ ପ୍ରଚଳିତ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଆଲୋକପାତ କରିଛନ୍ତି। ଆଇନର ଦୁରୂପଯୋଗ ଦିଗରେ ମଧ୍ୟ ସଚେତନତା ସୃଷ୍ଟି କରିବାକୁ ଶ୍ରୀମତୀ ପରିଡା ପରାମର୍ଶ ଦେଇଛନ୍ତି।
ଭୁବନେଶ୍ୱର: ଲିଙ୍କ୍ ରେକ୍ ବିଳମ୍ବରେ ଚାଲିବା ଯୋଗୁଁ, BBS-ROU-BBS ଏକ୍ସପ୍ରେସ୍ ଉଭୟ ଦିଗରେ ବାତିଲ ରହିବ। ଟ୍ରେନ୍ ନମ୍ବର 22840/22839 ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ଏକ୍ସପ୍ରେସ୍ ଆଜି ବାତିଲ୍ ରହିବ। ଏହି ବାତିଲ୍ ବିଷୟରେ ଧ୍ୟାନ ଦେବା ଏବଂ ସେହି ଅନୁସାରେ ଯାତ୍ରା ଯୋଜନା କରିବା ପାଇଁ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି।
ମେଷ : ଭାଗ୍ୟ ଆପଣଙ୍କ ସହିତ ରହିବ। ଚାକିରିରେ ସୁସଙ୍ଗତତା ରହିବ। ସୁଖ ମିଳିବ। ଜ୍ଞାନ ଜିତିବ। ଭଲ ଆକାରରେ ରୁହ। ବିବାଦରୁ ଦୂରରେ ରୁହନ୍ତୁ। ମେଳ ଖାଇବା ଠାରୁ ଦୂରେଇ ରୁହନ୍ତୁ। ସାବଧାନ ରୁହନ୍ତୁ। ଜମି ଏବଂ ନିର୍ମାଣ ସହ ଜଡିତ ବାଧା ଦୂର ହେବ। ବଡ କାରବାର ବଡ ଲାଭ ଦେଇପାରେ। ଆୟ ବୃଦ୍ଧି ପାଇବ। ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ଆପଣ ସଫଳତା ପାଇବେ। ବିନିଯୋଗ ଭଲ ହେବ। ବୃଷ : ବୁଦ୍ଧିମାନ ଭାବରେ ଷ୍ଟକ୍ ମାର୍କେଟ ଏବଂ ମ୍ୟୁଚୁଆଲ୍ ଫଣ୍ଡରେ ହାତ ରଖନ୍ତୁ । ତତ୍ପରତା ନାହିଁ। ସମୟ ଅନୁକୂଳ ଅଟେ। ଯାତ୍ରା ଉପଭୋଗ୍ୟ ହେବ। କୈଣସି ଶୁଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଛାତ୍ରଛାତ୍ରୀ ଶ୍ରେଣୀ ସଫଳତା ପାଇବେ। ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରନ୍ତୁ। ବ୍ୟବସାୟରେ ଅନୁକୂଳ ଲାଭ ହେବ। ମିଥୁନ : ବୃଥା ଦୈଡଧାପଡ ଚାଲିବ। ସମୟ ନଷ୍ଟ ହେବ। ଦୁଃଖଦ ଖବର ଦୂରରୁ ଗ୍ରହଣ…
ଭୁବନେଶ୍ୱର: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ରେ ସୋମବାର ଜଣେ ୫୨ ବର୍ଷୀୟ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଠାରୁ ଯକୃତ ବାହାର କରାଯାଇ ଭୁବନେଶ୍ୱରର ଅନ୍ୟ ଏକ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ନିମନ୍ତେ ପ୍ରେରଣ କରାଯାଇଥିବା ବେଳେ ମଙ୍ଗଳବାର ହସ୍ପିଟାଲ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ ଶରୀରକୁ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଛି। ଗତ ଅଗଷ୍ଟ ୩୧ରେ ଏକ ସଡ଼କ ଦୁର୍ଘଟଣାରେ ଗଭୀର ଆଘାତ ପାଇଥିବା ଜଣେ ସୁରକ୍ଷାକର୍ମୀଙ୍କୁ ଚିକିତ୍ସା ନିମନ୍ତେ ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲକୁ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ରବିବାର ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା। ତାଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟମାନେ ଅନ୍ୟର ଜୀବନ ବଂଚାଇବା ପାଇଁ ତାଙ୍କର ଅଙ୍ଗଦାନ କରିବା ନିମନ୍ତେ ନିଷ୍ପତି ନେଇଥିଲେ। ଗାର୍ଡ ଅଫ୍ ଅନର ପ୍ରଦାନ ସମୟରେ ସମ୍ ହସ୍ପିଟାଲ୍ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଗ୍ୟାଷ୍ଟ୍ରୋ ସର୍ଜରୀ…
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ପୋଲିସ ଅପରାଧ ନିରାକରଣ ବିଭାଗ ଆନୁକୂଲ୍ୟରେ ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଏକ ଦିନିକିଆ କର୍ମଶାଳା ଭୁବନେଶ୍ୱର ସ୍ଥିତ ପୋଲିସ ଭବନ ଠାରେ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳା ରେ ରାଜ୍ୟ ଆରକ୍ଷୀ ମହା ନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉକ୍ତ କର୍ମଶାଳା କୁ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ଭାଷଣରେ ଶ୍ରୀଯୁକ୍ତ ଖୁରାନିଆ ରାଜ୍ୟର ମହିଳା ଏବଂ କନ୍ୟାମାନଙ୍କୁ ସୁରକ୍ଷିତ ରଖିବା ଆମର ପ୍ରାଥମିକ କର୍ତ୍ତବ୍ୟ ବୋଲି ଉଲ୍ଲେଖ କରିଥିଲେ। ଆଗାମୀ ଦିନରେ “ବିକଶିତ ଓଡ଼ିଶା ୨୦୩୬”ର ସ୍ବପ୍ନକୁ ସାକାର କରିବାରେ ସେମାନଙ୍କ ଭୂମିକା ଅତୁଳନୀୟ ରହିବ ବୋଲି ମତବ୍ୟକ୍ତ କରିଥିଲେ। ଏହା ସହ ଆଗାମୀ ଦିନରେ ସାରା ଦେଶରେ ଓଡ଼ିଶାକୁ ମହିଳା ସୁରକ୍ଷିତ ରାଜ୍ୟର ଉଦାହରଣ ରୂପେ ପରିଗଣିତ କରିବାକୁ ଓଡ଼ିଶା ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି ଡିଜିପି ଶ୍ରୀ ଖୁରାନିଆ…
ବାଣପୁର: ବାଣପୁର ବ୍ଲକ ଅଧିନସ୍ଥ ଗାଲୁଆ ତଥା ବିଷ୍ଣୁଡିହ ଗ୍ରାମପଞ୍ଚାୟତ ଠାରେ ଦୁଇଟି ଭିନ୍ନ ଭିନ୍ନ ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିର ଗୁଡିକରେ ସହକାରୀ ଶ୍ରମ ଅଧିକାରୀ ସୌମ୍ୟ ରଞ୍ଜନ କର, ଉଭୟ ଗ୍ରାମର ସରପଞ୍ଚ, ନାଏବ ସରପଞ୍ଚ ସମିତି ସଭ୍ୟ, ଟ୍ରେଡ ୟୁନିଅନ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ଗୁଡିକରେ ଶତାଧିକ ଶ୍ରମିକ ତଥା ଅଞ୍ଚଳବାସୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଗୁଡିକରେ ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ବହୁବିଧ ଯୋଜନା ଗୁଡିକ ବିଷୟରେ ସଚେତନ କରାଯିବା ସହ ଆନ୍ତଃରାଜ୍ୟ ଶ୍ରମିକ ତଥା ଦେଶ ବାହାରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ପାଇଁ ଆଇନ ରେ ଥିବା ପ୍ରାବଧାନ ସମ୍ପର୍କରେ ସଚେତନ କରାଯାଇଥିଲା। ଏହି ଆନୁକୁଲ୍ୟ ରେ ୬ ଜଣ ଙ୍କୁ ନିର୍ମାଣ ଶ୍ରମିକ କାର୍ଡ ଓ ଦୁଇ ଜଣଙ୍କୁ…
ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆଦିଲ୍ଲୀରେ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ପୁରସ୍କାର ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ସମାରୋହ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସ୍ୱଚ୍ଛ ବାୟୁ ସର୍ବେକ୍ଷଣରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ସହରଗୁଡ଼ିକୁ ପୁରସ୍କୃତ କରିଛନ୍ତି। ୩ ଲକ୍ଷରୁ କମ୍ ଜନସଂଖ୍ୟା ବର୍ଗରେ ଓଡ଼ିଶାର ଅନୁଗୁଳ ମଧ୍ୟ ପୁରସ୍କୃତ ହୋଇଛି। ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଅଧୀନରେ ୧୩୦ଟି ସହରରେ ଏହି ସର୍ବେକ୍ଷଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟ ୨୦୨୦ରେ ଦେଶର ୧୦୦ଟି ସହରକୁ ପ୍ରଦୂଷଣ ମୁକ୍ତ କରିବା ଲାଗି ଆହ୍ୱାନ ଦେଇଥିଲେ । ଏହାପରେ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଥିଲା। ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୫ରେ ୧୩ଟି ସହର ଭାଗ ନେଇଥିଲେ। ଅତ୍ୟନ୍ତ କଠୋର ଏବଂ ବହୁସ୍ତରୀୟ ମୂଲ୍ୟାଙ୍କନ ବ୍ୟବସ୍ଥା ପରେ…
ନୂଆଦିଲ୍ଲୀ: ଏନଡିଏ ପ୍ରାର୍ଥୀ ଏବଂ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନ୍ ଭାରତର ନୂତନ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନରେ ମୋଟ ୭୮୮ ଜଣଙ୍କୁ ଭୋଟ ଦେବାର ଅଧିକାର ମିଳିଥିଲା, ଯେଉଁଥିରୁ ୭୮୧ ଜଣ ଅଂଶଗ୍ରହଣ କରିଥିଲେ। ଭୋଟ ପ୍ରତିଶତ ଥିଲା ୯୮.୨%। ମୋଟ ୭୬୭ ଭୋଟ ପଡ଼ିଥିଲା, ଯେଉଁଥିରୁ ୭୫୨ ଭୋଟ ବୈଧ ଥିଲା। ସିପି ରାଧାକୃଷ୍ଣନ୍ ୪୫୨ ଭୋଟ ପାଇଥିଲେ ଯେତେବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସୁଦର୍ଶନ ରେଡ୍ଡୀ ୩୦୦ ଭୋଟ ପାଇଥିଲେ। ସେ ଏହି ନିର୍ବାଚନରେ ୧୫୨ ଭୋଟ ବ୍ୟବଧାନରେ ଜିତିଥିଲେ। ଏହା ଥିଲା ମୋଟ ଭୋଟରଙ୍କ ସଂଖ୍ୟା ସମସ୍ତ ସଂସଦ ସଦସ୍ୟ – ମନୋନୀତ ସଦସ୍ୟଙ୍କ ସମେତ – ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାକୁ ଯୋଗ୍ୟ ଥିଲେ। ୨୪୫ ରାଜ୍ୟସଭା ଏବଂ ୫୪୩ ଲୋକସଭା ସଦସ୍ୟଙ୍କ ସମେତ ମୋଟ ୭୮୮ ଜଣ ଭୋଟର ଥିଲେ। ସକାଳ ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା, ଯେଉଁଥିରେ…
ନୂଆଦିଲ୍ଲୀ: କେନ୍ଦ୍ରୀୟ ଯୋଗାଯୋଗ ଓ ଉତ୍ତର-ପୂର୍ବ କ୍ଷେତ୍ରର ବିକାଶ ମନ୍ତ୍ରୀ, ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆ, ଆଜି ଦୁବାଇରେ ଆୟୋଜିତ ୨୮ତମ ୟୁନିଭର୍ସାଲ୍ ପୋଷ୍ଟାଲ୍ କଂଗ୍ରେସରେ UPI–UPU ସମନ୍ୱୟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ପଦକ୍ଷେପ ଲକ୍ଷ-ଲକ୍ଷ ଲୋକଙ୍କ ମଧ୍ଯରେ ସୀମାପାର ଦେଣନେଣ କରିବା ପାଇଁ ଏକ ଐତିହାସିକ ପଦକ୍ଷେପ।। ଡାକ ବିଭାଗ (DoP), ଏନ୍ପିସିଆଇ ଇଣ୍ଟରନ୍ୟାସନାଲ୍ ପେମେଣ୍ଟ୍ସ ଲିମିଟେଡ୍ (NIPL) ଏବଂ ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିଅନ୍ (UPU) ଦ୍ୱାରା ବିକଶିତ ଏହି ପଦକ୍ଷେପ, ଭାରତର ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (UPI)କୁ UPU ଇଣ୍ଟରକନେକ୍ସନ୍ ପ୍ଲାଟଫର୍ମ (IP) ସହିତ ସଂଯୁକ୍ତ କରିବ । ଏହାଦ୍ବାରା ପୋଷ୍ଟାଲ୍ ନେଟୱାର୍କରେ UPI ର ପହଞ୍ଚ ଦ୍ରୁତ ଓ ସୁଲଭ ହେବ। ଏହା କେବଳ “ଏକ ପ୍ରଯୁକ୍ତିର ଆରମ୍ଭ ନୁହେଁ, ବରଂ ଏକ ସାମାଜିକ ଅନୁବନ୍ଧ,” ବୋଲି ଶ୍ରୀ ସିନ୍ଧିଆ କହିଛନ୍ତି। ସେ କହିଛନ୍ତି, “ଡାକ ନେଟୱାର୍କର ନିର୍ଭରତା ସହ UPI ର ଦ୍ରୁତଗତିର ମିଳିତ ଅର୍ଥ…
ଭୁବନେଶ୍ୱର: ମୁଁ କିଏ? ମୁଁ କେଉଁଠାରୁ ଆସିଛି? ମୃତ୍ୟୁ ପରେ ମୋ ସହିତ କ’ଣ ହେବ? ଏହା ହୁଏତ ଅତ୍ୟଧିକ ଦାର୍ଶନିକ ପ୍ରଶ୍ନ ହୋଇପାରେ, କିନ୍ତୁ ଏଭଳି ପ୍ରଶ୍ନକୁ ନେଇ ଆତ୍ମଚିନ୍ତନ କଲେ ନିଜ ମନରେ ବେଶ ପରିବର୍ତନ ଆସିପାରିବ ବୋଲି କହିଛନ୍ତି ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ରାଉରକେଲାର ପୂର୍ବତନ ପ୍ରଫେସର ତଥା ଲେଖକ ପ୍ରଫେସର (ଡକ୍ଟର) କାହ୍ନୁଚରଣ ପାତ୍ର। ଏହି ସବୁ ଦାର୍ଶନିକ ପ୍ରଶ୍ନର ଉତର ଖୋଜିବାକୁ ଯାଇ ପ୍ରଫେସର (ଡକ୍ଟର) ପାତ୍ର ‘ଡିକୋଡିଙ୍ଗ କର୍ମ-ଫ୍ରମ୍ ବାର୍ଥ ଟୁ ରିବାର୍ଥ’ ନାମକ ଏକ ପୁସ୍ତକ ରଚନା କରିଥିବା ବେଳେ ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି। ଯଦିଓ କର୍ମ ଏବଂ ମୋକ୍ଷ ଏହି ଦୁଇଟି ପ୍ରସଙ୍ଗକୁ ପୁସ୍ତକରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥି ସହିତ ଅନେକ ଗୁଡିଏ ବିସ୍ତୃତ…
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଯୋଧ୍ୟା – ବାରାଣସୀ ବରିଷ୍ଟ ନାଗରିକ ମାନଙ୍କ ତୀର୍ଥଯାତ୍ରା ପର୍ଯ୍ୟଟନ ଅଧିକାରୀ ମୀରା ବେହେରାଙ୍କ ପରିଚାଳନାରେ ଶୁଭାରମ୍ଭ କରାଯାଇଅଛି। ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ସାଫଲ୍ୟ ମଣ୍ଡିତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ବରିଷ୍ଟ ନାଗରିକ ତୀର୍ଥ ଯାତ୍ରା ଯୋଜନା ଗରିବ ଗୁରବା ମାନଙ୍କ ପାଇଁ ଏକ ଅପୂର୍ବ ଯୋଜନା। ଓଡ଼ିଶାର ପରମ୍ପରା ସଂସ୍କୃତି ବାହାର ରାଜ୍ୟ ସହ ଆଦାନ ପ୍ରଦାନ ଏବଂ ଆଧ୍ୟାତ୍ମିକତାର ଦିବ୍ୟ ଅନୁଭୂତି ଏହି ଯୋଜନାର ମୂଳ ଲକ୍ଷ୍ୟ ଅଟେ। ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଟ ନାଗରିକ ତୀର୍ଥ ଯାତ୍ରା ଯୋଜନା ପ୍ରତିବର୍ଷ ଚାଲୁରହିଛି। ଯେଉଁମାନେ ଚଳିତ ବର୍ଷ ଯାଇପାରି ନାହାନ୍ତି ପୁନଶ୍ଚ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଲେ ସେମାନେ ଅନ୍ ଲାଇନ୍ ମାଧ୍ୟମରେ ଆବେଦନ କରି ଏହି ତୀର୍ଥ ଭ୍ରମଣର ସୁଯୋଗ ନେଇ ପାରିବେ। ଆଜି ଖୋର୍ଦ୍ଧା ଜିଲ୍ଲାର ୧୬୯…
କଟକ: ମେଡିକାଲ ଛାତ୍ରଛାତ୍ରୀମାନେ ଡାକ୍ତରୀ ବୃତ୍ତି ପ୍ରତି ସମର୍ପଣ ଭାବ ସହ ମାନବସେବା କରିବା ଆବଶ୍ୟକ ବୋଲି ବାଚସ୍ପତି ସୁରମା ପାଢ଼ି କହିଛନ୍ତି। ଗତକାଲି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଜେଡିଏ, ଆଇଏମଏ, ଓ ଜେଡିଏନର ମିଳିତ ଆନୁକୂଲ୍ୟରେ କଲେଜର ନୂଆ ଅଡିଟୋରିୟମଠାରେ ନୂଆ କରି ନାମ ଲେଖାଇଥିବା ପିଜି ଛାତ୍ରଛାତ୍ରୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ‘ନବଦୀକ୍ଷା’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀମତୀ ପାଢ଼ି ପିଜି ଛାତ୍ରଛାତ୍ରୀମାନଙ୍କୁ ଶପଥପାଠ କରାଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡାକ୍ତର ମନୋରଂଜନ ଦାସ, ଡାକ୍ତର ଜୟନ୍ତ କୁମାର ପଣ୍ଡା, ଡାକ୍ତର ଜ୍ୟୋର୍ତିମୟ ନାୟକ, ମେଡିକାଲ କଲେଜର ଅଧ୍ୟକ୍ଷା ପ୍ରଫେସର ଡାକ୍ତର ଲୁସି ଦାସ, ଜେଡିଏ ସଭାପତି ଡାକ୍ତର ଚିନ୍ମୟ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

