Author: SM Network

ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ଆଜି ସେପ୍ଟେମ୍ବର ୧୧। ଏହି ଦିନ ଦୁଇଟି ବିପରୀତ ସ୍ମୃତିକୁ ମନେ ପକାଏ। ପ୍ରଥମଟି  ହେଉଛି, ୧୮୯୩ ମସିହାର, ଯେତେବେଳେ ସ୍ୱାମୀ ବିବେକାନନ୍ଦ ଚିକାଗୋର ବିଶ୍ୱ ଧର୍ମ ସମ୍ମିଳନୀରେ ତାଙ୍କର ପ୍ରତୀକାତ୍ମକ ଭାଷଣ ଦେଇଥିଲେ। “ଆମେରିକାର ଭଉଣୀ ଓ ଭାଇମାନେ…” — ଏହି କିଛି ଶବ୍ଦରେ ସେ ପ୍ରେକ୍ଷାଳୟର ହଜାର ହଜାର ଶ୍ରୋତାଙ୍କ ହୃଦୟକୁ ଜିତି, ଭାରତର ଆଧ୍ୟାତ୍ମିକ ଐତିହ୍ୟ ଏବଂ ବିଶ୍ୱ ଭ୍ରାତୃତ୍ୱର ସନ୍ଦେଶକୁ ବିଶ୍ୱ ସ୍ତରରେ ପରିଚିତ କରାଇଥିଲେ। ଦ୍ୱିତୀୟଟି ହେଉଛି ୯/୧୧ ଆତଙ୍କବାଦୀ ଆକ୍ରମଣ, ଯେତେବେଳେ ମୌଳବାଦ ଓ ଆତଙ୍କବାଦର ବିପଦ ଯୋଗୁଁ ଏହି ନୀତି ଆକ୍ରମଣର ଶିକାର ହୋଇଥିଲା। ଆଜିର ଦିନଟି ଆଉ ଏକ ବିଶେଷ ସ୍ମୃତି ସହିତ ମଧ୍ୟ ଜଡିତ। ଏହା ହେଉଛି ମୋହନ ଭାଗବତ ଜୀଙ୍କ ୭୫ତମ ଜନ୍ମଦିନ। ‘ବସୁଧୈବ କୁଟୁମ୍ବକମ୍’ର ଆଦର୍ଶରୁ ଅନୁପ୍ରାଣିତ ହୋଇ ସେ ସମାଜିକ ପରିବର୍ତ୍ତନ, ସଦ୍ଭାବ ଏବଂ ଭାଇଚାରାର ଭାବନାକୁ ମଜବୁତ କରିବା…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ଉଭୟ ନେତା ନିବେଶ, ପ୍ରତିରକ୍ଷା, ସୁରକ୍ଷା, ମହାକାଶ, ବିଜ୍ଞାନ ଓ ପ୍ରଯୁକ୍ତି, ଶିକ୍ଷା, ଲୋକ-ସମ୍ପର୍କ ଏବଂ ଆତଙ୍କବାଦବିରୋଧୀ ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ରଣନୈତିକ ଭାଗିଦାରୀର ଅଗ୍ରଗତିକୁ ସମୀକ୍ଷା କରି ସକାରାତ୍ମକ ମୂଲ୍ୟାଙ୍କନ କରିଥିଲେ। ମିଳିତ ରଣନୈତିକ କାର୍ଯ୍ୟଯୋଜନା ୨୦୨୫-୨୯ ଅନୁସାରେ, ଏହି ଭାଗିଦାରୀକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଉଭୟ ନେତା ତାଙ୍କର ସଙ୍କଳ୍ପ ଓ ପ୍ରତିବଦ୍ଧତାକୁ ପୁନରୁଚ୍ଚାରଣ କରିଥିଲେ। ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ। ୟୁକ୍ରେନରେ ଚାଲିଥିବା ବିବାଦର ଶୀଘ୍ର ଏବଂ ଶାନ୍ତିପୂର୍ଣ୍ଣ ସମାଧାନର ଆବଶ୍ୟକତା ଉପରେ ସେମାନେ ସହମତ ହୋଇଥିଲେ। ଏହି ଦିଗରେ ପ୍ରୟାସ ପାଇଁ ଭାରତର ପୂର୍ଣ୍ଣ ସମର୍ଥନକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ପ୍ରଧାନମନ୍ତ୍ରୀ ମେଲୋନି, ଯଥାଶୀଘ୍ର ପାରସ୍ପରିକ ଲାଭପ୍ରଦ ଭାରତ-ୟୁରୋପୀୟ ସଂଘ ମୁକ୍ତ…

Read More

ମେଷ- ଆଜିର ଦିନରେ ଆପଣ ଥକ୍କା, ଅଳସୁଆ ଏବଂ ଚିନ୍ତା ଅନୁଭବ କରିବେ। ଆଜି ଆପଣ ଉତ୍ସାହିତ ଅନୁଭବ କରିବେ ନାହିଁ । ଆପଣ କଥାରେ କଥାରେ କ୍ରୋଧିତ ହେବେ । ଯାହା ଫଳରେ ଆପଣଙ୍କର  କାମ ବାଧାପ୍ରାପ୍ତ ହେବ। ଆପଣଙ୍କର ଚାକିରି, ବ୍ୟବସାୟ, ଯାଗା କିମ୍ବା ଘର ଉପରେ ସମସ୍ୟା ସୃଷ୍ଟି ହୋଇପାରେ। ହେଲେ ଯତ୍ନ ନିଅନ୍ତୁ ସୁଧାର ଆସିପାରେ। ହୁଏତ କିଛି ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟକୁ ଯିବାକୁ ପଡିପାରେ । ବୃଷ- ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥତା ଅନୁଭବ କରିବେ। କୈଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ଖାଇବା ଏବଂ ପିଇବାରେ ବିଶେଷ ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଧିକ । ସମ୍ଭବ ହେଲେ ସ୍ଥାନାନ୍ତରଣକୁ ଏଡାଇ ଦିଆଯାଇପାରେ । ଆପଣ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆପଣଙ୍କର କାର୍ଯ୍ୟ ସମାପ୍ତ କରିବାକୁ ସମର୍ଥ ହେବେ ନାହିଁ…

Read More

ଭୁବନେଶ୍ଵର: ଆଜି ରାଜ୍ୟ କ୍ୟାବିନେଟର ୨୬ ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କ୍ୟାବିନେଟ ବୈଠକରେ ମୋଟ ୦୫ ଟି ବିଭାଗର ୦୫ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲା। ଗୃହ ଓ ନଗର ଉନ୍ନୟନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଗୋଟିଏ ଲେଖାଏଁ ଏହିପରି ମୋଟ ୫ ଟି ବିଭାଗର ୫ ଟି ପ୍ରସ୍ତାବ ଆଗତ ସହ ସମସ୍ତ ପ୍ରସ୍ତାବଗୁଡିକ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ କରିଛି।

Read More

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ଓ ପଞ୍ଜାବର ସରକାରୀ ଗସ୍ତରୁ ଫେରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ନେପାଳ ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା। ନେପାଳରେ ହୋଇଥିବା ହିଂସାରେ ଅନେକ ଯୁବକଙ୍କ ଜୀବନ ଯାଇଥିବାରୁ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଥିଲେ। ନେପାଳର ସମସ୍ତ ନାଗରିକଙ୍କୁ ସେ ଶାନ୍ତି ଓ ଏକତା ବଜାୟ ରଖିବାକୁ ନିବେଦନ କରିଥିଲେ। ଏକ୍ସର ଏକ ଭିନ୍ନ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି; “ଆଜି ହିମାଚଳ ପ୍ରଦେଶ ଓ ପଞ୍ଜାବରୁ ଫେରି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକରେ, ନେପାଳ ପରିସ୍ଥିତି ଉପରେ ବିସ୍ତୃତ ଭାବେ ଆଲୋଚନା କଲି। ନେପାଳରେ ହୋଇଥିବା ହିଂସା ହୃଦୟବିଦାରକ। ଅନେକ ଯୁବକ ପ୍ରାଣ ହରାଇବା ଗଭୀର ଦୁଃଖର ବିଷୟ। ଆମ ପାଇଁ ନେପାଳର ସ୍ଥିରତା, ଶାନ୍ତି ଏବଂ ସମୃଦ୍ଧି ସର୍ବାଦୌ ଗୁରୁତ୍ୱପୂର୍ଣ୍ଣ। ଆନ୍ତରିକତାର ସହ ମୁଁ ଅନୁରୋଧ କରୁଛି ନେପାଳର ମୋ ଭାଇ ଓ ଭଉଣୀ ମାନେ ଶାନ୍ତି ରକ୍ଷା କରନ୍ତୁ।”

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆଜି ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଭାଗଲପୁର – ଡୁମକା – ରାମପୁରହାଟ ଏକକ ରେଳ ଲାଇନ ସେକ୍ସନ (୧୭୭ କିଲୋମିଟର) ର ଦୋହରୀକରଣକୁ ମଞ୍ଜୁରୀ ଦେଇଛି, ଯାହାର ମୋଟ ମୂଲ୍ୟ ପ୍ରାୟ ୩,୧୬୯ କୋଟି ଟଙ୍କା ହେବ। ଏହି ବର୍ଦ୍ଧିତ ଲାଇନ ଗତିଶୀଳତାରେ ଉନ୍ନତି ଆଣିବ, ଭାରତୀୟ ରେଳ ପାଇଁ ଉନ୍ନତ ଦକ୍ଷତା ଏବଂ ସେବାରେ ନିର୍ଭରଯୋଗ୍ୟତା ପ୍ରଦାନ କରିବ। ମଲ୍ଟି-ଟ୍ରାକିଂ ପ୍ରସ୍ତାବ କାର୍ଯ୍ୟକୁ ସହଜ କରିବ ଏବଂ ଭିଡ଼ ହ୍ରାସ କରିବ, ଯାହା ଫଳରେ ଭାରତୀୟ ରେଳର ବ୍ୟସ୍ତତମ ବିଭାଗଗୁଡ଼ିକରେ ଆବଶ୍ୟକୀୟ ଭିତ୍ତିଭୂମି ବିକଶିତ ହୋଇପାରିବ। ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ ଭାରତର ଦୃଷ୍ଟିକୋଣ ସହିତ ସମାନ, ଯାହା ଏହି ଅଞ୍ଚଳର ଲୋକମାନଙ୍କୁ ବ୍ୟାପକ ବିକାଶ ଦ୍ୱାରା “ଆତ୍ମନିର୍ଭର” କରିବ ଯାହା ସେମାନଙ୍କର ନିଯୁକ୍ତି / ସ୍ୱରୋଜଗାରର ସୁଯୋଗ ବୃଦ୍ଧି…

Read More

ଭୁବନେଶ୍ଵର: ସର୍ବୋଚ୍ଚ ନ୍ୟାୟାଳୟରେ ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲାଟି ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ ଦୀପଙ୍କର ଦତ୍ତା ଓ ଜଷ୍ଟିସ କେ.ଭି. ବିଶ୍ୱନାଥନଙ୍କ ପାଖରେ ଶୁଣାଣି ହେବାକୁ ଥିଲା। କିନ୍ତୁ ମାନ୍ୟବର ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ, ମାମଲାଟିକୁ ପୁଣିଥରେ ୧୬ ସେପ୍ଟେମ୍ବର ୨୦୨୫, ମାଧ୍ୟାହ୍ନ ୧୨ଟାରେ ଶୁଣାଣି ହେବ ଏବଂ ପୂର୍ବରୁ ଦିଆଯାଇଥିବା ଅନ୍ତରୀଣ ଆଦେଶ ଅଗାମୀ ଶୁଣାଣି ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ। ଏହି ନିର୍ଦ୍ଦେଶଟି ସ୍ୱତନ୍ତ୍ର ଶିକ୍ଷକଙ୍କର ମର୍ଯ୍ୟାଦା ଓ ଅଧିକାର ପାଇଁ ଗୁରୁତ୍ୱପୂର୍ଣ୍ଣ ହେବା ସହିତ ବିଶେଷ ଆବଶ୍ୟକତା ରଖୁଥିବା ଶିଶୁମାନଙ୍କ ଶିକ୍ଷାଧିକାରକୁ ମଧ୍ୟ ମଜବୁତ କରେ। ଜାତୀୟ ଶିକ୍ଷାନୀତି ୨୦୨୦ ଓ ଅନ୍ତର୍ନିବେଶୀ ଶିକ୍ଷାକୁ କାର୍ଯ୍ୟକାରୀ କରିବା ପାଇଁ ସ୍ୱତନ୍ତ୍ର ଶିକ୍ଷକଙ୍କର ନିଯୁକ୍ତି ଅତ୍ୟାବଶ୍ୟକ। ପ୍ରକାଶଥାଉ କି ବର୍ତ୍ତମାନ, ଓଡ଼ିଶାରେ ପ୍ରାୟ ୯,୦୦୦ ପ୍ରଶିକ୍ଷିତ ସ୍ୱତନ୍ତ୍ର ଶିକ୍ଷକ ପ୍ରାର୍ଥୀ ନିଯୁକ୍ତି ପାଇଁ ଅପେକ୍ଷାରେ ଅଛନ୍ତି ଏବଂ ୧.୪ ଲକ୍ଷ ବିଶେଷ ଆବଶ୍ୟକ ରଖୁଥିବା…

Read More

ନୂଆଦିଲ୍ଲୀ: ଆଜି ଭାରତ ଏସିଆ କପ୍ ୨୦୨୫ରେ ସୁପର-୪ର ପ୍ରଥମ ମ୍ୟାଚ୍ ଜିତିଛି। ଭାରତର ମହିଳା ହକି ଦଳ କୋରିଆକୁ ୪-୨ ଗୋଲରେ ପରାସ୍ତ କରିଛି। ଏହି ମ୍ୟାଚରେ ସଙ୍ଗୀତା କୁମାରୀଙ୍କୁ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ଭାବରେ ମନୋନୀତ କରାଯାଇଥିଲା, ଯିଏ ଭାରତ ପାଇଁ ଗୋଟିଏ ଗୋଲ ଦେଇଥିଲେ। ସଙ୍ଗୀତାଙ୍କ ବ୍ୟତୀତ ବୈଷ୍ଣବୀ ଫାଲକେ, ଲାଲରେମସିଆମି ଏବଂ ଋତୁଜା ପିସଲ ମଧ୍ୟ ୧-୧ ଗୋଲ କରିଥିଲେ। ଭାରତୀୟ ଦଳ ଏହି ଏସିଆ କପରେ କୌଣସି ମ୍ୟାଚ୍ ହାରିବା ବିନା ଆଗକୁ ବଢ଼ୁଛି। ସୁପର-୪ରେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମ୍ୟାଚ୍ ଆସନ୍ତାକାଲି ଚୀନ୍ ବିପକ୍ଷରେ ହେବ। ଏସିଆ କପରେ ଟିମ୍ ଇଣ୍ଡିଆ ଶୀର୍ଷରେ: ମହିଳା ହକି ଏସିଆ କପ୍ ୨୦୨୫ର ଲିଗ୍ ମ୍ୟାଚ୍‌ରେ ଭାରତୀୟ ଦଳ ପୁଲ୍ ବି’ରେ ଶୀର୍ଷରେ ଥିଲା। ପ୍ରଥମ ମ୍ୟାଚ୍‌ରେ ଥାଇଲ୍ୟାଣ୍ଡ ବିପକ୍ଷରେ ଭାରତ ୧୧-୦ ଗୋଲରେ ଚମତ୍କାର ବିଜୟ ହାସଲ କରିଥିଲା। ଏହା ପରେ ଜାପାନ…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ଦିନକୁ ଦିନ ରେଢ଼ାଖୋଲ ଅଂଚଳରୁ ଅବକାରୀ ବିଭାଗ ଚୋରାରେ ଚାଲାଣ କରୁଥିବା ଗଂଜେଇ ବେପାରୀ ମାନଙ୍କୁ ଧରିବାରେ ସଫଳ ହେଉଛି। ଆଜି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ରେଢାଖୋଲ-ବୌଦ୍ଧ ରାସ୍ତାର କନ୍ଧରା ଛକ ନିକଟରୁ ଅବକାରୀ ବିଭାଗ ଚଢାଉ କରି ୬୦ କେଜି ଗଞ୍ଜେଇ ଜବତ କରିବା ସହ ମାରୁତି କାର ଏବଂ ଜଣଙ୍କୁ ଗିରଫ କରିଥିବା ବେଳେ ହାତୀବାହାଲ ଛକରୁ ଏକ ଡିଜାର କାର ରୁ ୯ କେଜି ଗଂଜେଇ ଜବତ କରିବାସହ ୨ ଜଣଙ୍କୁ ଗିରଫ କରିଛି। ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଏଇ ଚଢ଼ାଉ କରିଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ଉତ୍ତରପ୍ରଦେଶ ରାଜ୍ୟ ବାରଣାସୀ ଜିଲ୍ଲା ଖରଗିପୁରର ଅଖିଳନନ୍ଦ ମିଶ୍ର (୨୮) ଏବଂ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ର ଦ୍ରୁବାଦଲ ବିଶ୍ୱାଳ (୨୬) ଏବଂ ଆକାଶରାମ ରୋହିଦାସ (୨୫)। ଏହି ଚଢ଼ାଉରେ ଇନ୍ସପେକ୍ଟର ଦ୍ରୁବାଦଳ ବିଶ୍ୱାଳ, ଓଆଇସି…

Read More

ରଣପୁର: ବାଙ୍ଗାଲୋର ସ୍ଥିତ ଅଜିମ୍ ପ୍ରେମଜି ୟୁନିଭର୍ସିଟି ଠାରେ ପାଞ୍ଚ ଦିନ ବ୍ୟାପି ଚାଲିଥିବା ଦ୍ଵିତୀୟ ପର୍ଯ୍ୟାୟ ସର୍ବ ଭାରତୀୟ ପ୍ରଧାନଶିକ୍ଷକ ନେତୃତ୍ୱ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାରୁ ପାଞ୍ଚ ଜଣ ପ୍ରଧାନଶିକ୍ଷକ ଯୋଗଦେଇ ଗତକାଲି ଓଡ଼ିଶା ପ୍ରତ୍ୟାଗମନ କରିଛନ୍ତି। ସୂଚନା ଅନୁଯାୟୀ ରଣପୁର ବ୍ଲକ୍ ମହତପଲ୍ଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜ୍ୟୋତି ରଞ୍ଜନ ଦାଶ, ନୂଆଗାଁ ବ୍ଳକ୍ ଗୋଳଗୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଡ.ବାସନ୍ତୀ ବେହେରା, ଓଡ଼ଗାଁ ବ୍ଳକର ଦୁଇ ବିଦ୍ୟାଳୟ ଯଥା ମଶାବାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବଗ୍ରାହୀ ମହାପାତ୍ର ଓ ଗମ୍ଭାରିଡିହି ସ୍ଥିତ ଜନତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭକ୍ତ ରଞ୍ଜନ ମିଶ୍ର ଏବଂ ନୟାଗଡ଼ ବ୍ଳକର ଲେଙ୍କୁଡ଼ିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦ୍ୟୁମ୍ନ କୁମାର ନାୟକ ଉକ୍ତ ପ୍ରଶିକ୍ଷଣରେ ଅଂଶ ଗ୍ରହଣ କରିଛନ୍ତି। ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ଏହି ୫ଜଣ ପ୍ରଧାନଶିକ୍ଷକ ପ୍ରତିନିଧିତ୍ୱ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି, ବିହାରରେ ବକ୍ସର–ଭାଗଲପୁର ହାଇ-ସ୍ପିଡ୍ କରିଡର ଅନ୍ତର୍ଗତ ୪-ଲେନ୍ ଗ୍ରୀନଫିଲ୍ଡ ଆକ୍ସେସ-ନିୟନ୍ତ୍ରିତ ମୋକାମା–ମୁଙ୍ଗର ସେକ୍ସନ ନିର୍ମାଣକୁ ହାଇବ୍ରିଡ୍ ଆନୁଇଟି ମୋଡ୍ (ଏଚଏଏମ୍) ରେ ମଞ୍ଜୁରୀ ଦେଇଛି। ପ୍ରକଳ୍ପର ମୋଟ ଲମ୍ବ ୮୨.୪ କିଲୋମିଟର ହେବା ସହ, ଅନୁମାନିତ ବ୍ୟୟ ୪,୪୪୭.୩୮ କୋଟି ଟଙ୍କା ହେବ। ଏହି ଅଂଶଟି ମୋକାମା, ବାରହିୟା, ଲଖିସରାଇ, ଜମାଲପୁର, ମୁଙ୍ଗେର ଭଳି ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ସହର ଦେଇ ଗତି କରିବ କିମ୍ବା ସଂଯୋଗ ପ୍ରଦାନ କରିବ, ଯେପରି ଅନୁବନ୍ଧ-୧ ରେ ପ୍ରଦତ୍ତ ମାନଚିତ୍ରରେ ଦର୍ଶାଯାଇଛି। ପୂର୍ବ ବିହାରର ମୁଙ୍ଗେର–ଜମାଲପୁର–ଭାଗଲପୁର ଅଞ୍ଚଳ ଏବେ ଦ୍ରୁତଗତିରେ ଏକ ପ୍ରମୁଖ ଶିଳ୍ପ କ୍ଷେତ୍ର ଭାବରେ ଉଦୟମାନ ହେଉଛି। ଏହି ବନ୍ଧୁକ କାରଖାନା ସହ, ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବିତ ଅସ୍ତ୍ର କାରଖାନା, ଜମାଲପୁରରେ ଥିବା ଲୋକୋମୋଟିଭ୍ କାରଖାନା, ମୁଙ୍ଗେରରେ ଆଇଟିସି ଭଳି ଖାଦ୍ୟ ପ୍ରକ୍ରିୟାକରଣ ଇଉନିଟ୍…

Read More

ଭୁବନେଶ୍ଵର: ଓଡ଼ିଆ ସାହିତ୍ୟର ପ୍ରତିଶ୍ରୁତି ସମ୍ପନ୍ନ ଯୁବ ସାହିତ୍ୟିକଙ୍କୁ ସମ୍ମାନ ଓ ସ୍ୱୀକୃତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଚଳିତବର୍ଷରୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ‘ସୋଆ ଯୁବ ସାହିତ୍ୟ ପୁରସ୍କାର’ ପ୍ରଦାନ ନିମନ୍ତେ ସିଦ୍ଧାନ୍ତ ନେଇଛି। ୪୦ ବର୍ଷ ବୟସ ସୀମା ମଧ୍ୟରେ ସାହିତ୍ୟ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିଥିବା ଲେଖକ ଲେଖିକାଙ୍କର କବିତା, କଥା ସାହିତ୍ୟ, ନାଟକ ଓ ସାହିତ୍ୟ ସମାଲୋଚନା ଭଳି ସାହିତ୍ୟର ବିଭିନ୍ନ ବିଭାଗରେ ରଚିତ ସ୍ୱତନ୍ତ୍ର ସୃଜନଶୀଳ କାର୍ଯ୍ୟକୁ ସମ୍ମାନିତ କରାଯିବ। ଏହି ପୁରସ୍କାର ସ୍ୱରୂପ ଏକ ଲକ୍ଷ ଟଙ୍କାର ଅର୍ଥ ରାଶି, ଉତରୀୟ ଏବଂ ମାନପତ୍ର ପ୍ରଦାନ କରାଯିବ। ଏଥି ନିମନ୍ତେ ଗତ ୫ ବର୍ଷ (୨୦୨୦ଠାରୁ ୨୦୨୪) ମଧ୍ୟରେ ପ୍ରକାଶିତ ମୌଳିକ ଏବଂ ଶ୍ରେଷ୍ଠ ପୁସ୍ତକକୁ ବିଚାରକୁ ନିଆଯିବ। ଜାନୁଆରୀ ୧, ୨୦୨୫ ସୁଦ୍ଧା ଯେଉଁମାନଙ୍କ ବୟସ ୪୦ ବର୍ଷ ବା ତା’ ଠାରୁ କମ୍ ସେମାନେ ଆବେଦନ କରିପାରିବେ।…

Read More

ଭୁବନେଶ୍ଵର: ପାର୍ବଣ ଋତୁରେ ଯାତ୍ରା ସୁବିଧା ଯୋଗାଇବା ଏବଂ ବର୍ଦ୍ଧିତ ଯାତ୍ରୀ ଚାହିଦା ପୂରଣ କରିବା ପାଇଁ ଭାରତୀୟ ରେଳବାଇ ନିମ୍ନଲିଖିତ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ପରିଚାଳନା ଅବଧି ବୃଦ୍ଧି କରୁଛି, ଏବଂ ସେମାନଙ୍କର ସମୟ, ରହଣି ଏବଂ ସଂରଚନା ବଜାୟ ରଖିଛି: ୧. ଟ୍ରେନ୍ ନମ୍ବର ୦୮୪୩୯/୦୮୪୪୦ ପୁରୀ–ପାଟନା-ପୁରୀ ସାପ୍ତାହିକ ସ୍ୱତନ୍ତ୍ର: ଟ୍ରେନ୍ ନମ୍ବର ୦୮୪୩୯ ପୁରୀ–ପାଟନା ସାପ୍ତାହିକ ସ୍ୱତନ୍ତ୍ରକୁ ଶନିବାର ଦିନ ପୁରୀରୁ ୨୯ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ବଢ଼ାଯାଇଛି ଟ୍ରେନ୍ ନମ୍ବର ୦୮୪୪୦ ପାଟନା-ପୁରୀ ସାପ୍ତାହିକ ସ୍ୱତନ୍ତ୍ରକୁ ରବିବାର ଦିନ ପାଟନାରୁ ୩୦ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ବଢ଼ାଯାଇଛି ୨. ଟ୍ରେନ୍ ନମ୍ବର ୦୨୮୧୧/୦୨୮୧୨ ଭୁବନେଶ୍ୱର–ଯସବନ୍ତପୁର-ଭୁବନେଶ୍ୱର ସାପ୍ତାହିକ ସ୍ୱତନ୍ତ୍ର: ଟ୍ରେନ୍ ନମ୍ବର ୦୨୮୧୧ ଭୁବନେଶ୍ୱର–ଯସବନ୍ତପୁର ସାପ୍ତାହିକ ସ୍ୱତନ୍ତ୍ରକୁ ଶନିବାର ଦିନ ଭୁବନେଶ୍ୱରରୁ ୨୯ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ବଢ଼ାଯାଇଛି ଟ୍ରେନ୍ ନମ୍ବର ୦୨୮୧୨ ଯସବନ୍ତପୁର-ଭୁବନେଶ୍ୱର ସାପ୍ତାହିକ ସ୍ୱତନ୍ତ୍ରକୁ ସୋମବାର ଦିନ ଯସବନ୍ତପୁରରୁ ୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବଢ଼ାଯାଇଛି…

Read More

ଭୁବନେଶ୍ଵର: ପେନଡ଼ରୁଟି-ସିମାଚଳମ ଅପ୍ ଲାଇନ ମଧ୍ୟରେ ବାଲାଷ୍ଟ କ୍ଲିନିଂ ମେସିନ୍ (BCM) କାମ ପାଇଁ ଟ୍ରାଫିକ୍ ଅବରୋଧ ହେତୁ, ନିମ୍ନଲିଖିତ ଟ୍ରେନ ସେବାଗୁଡିକ ବାତିଲ ରହିବ। ବାତିଲ ହୋଇଥିବା ଟ୍ରେନ୍: ୧. ୧୧.୦୯.୨୦୨୫ ଏବଂ ୧୩.୦୯.୨୦୨୫ ରେ ବ୍ରହ୍ମପୁରରୁ ଛାଡିବାକୁ ଥିବା ଟ୍ରେନ ନମ୍ବର ୧୮୫୨୫ ବ୍ରହ୍ମପୁର – ବିଶାଖାପାଟଣା ଏକ୍ସପ୍ରେସ୍ ବାତିଲ ରହିବ ୨. ୧୦.୦୯.୨୦୨୫ ଏବଂ ୧୨.୦୯.୨୦୨୫ ରେ ବିଶାଖାପାଟଣାରୁ ଛାଡିବାକୁ ଥିବା ଟ୍ରେନ ନମ୍ବର ୧୮୫୨୬ ବିଶାଖାପାଟଣା – ବ୍ରହ୍ମପୁର ଏକ୍ସପ୍ରେସ୍ ବାତିଲ ରହିବ।

Read More

ଭୁବନେଶ୍ଵର: ପାର୍ବଣ ଋତୁ ପୂର୍ବରୁ କମିଶନରେଟ ପୋଲିସ ତତ୍ପରତା ଦେଖାଇଛି। ଗାଡିରେ ବିକଟାଳ ହର୍ନ ଲଗାଇଥିବା ଗାଡ଼ି ଉପରେ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗାଡ଼ିରୁ ବିକଟାଳ ହର୍ନ କାଢ଼ିବା ସହିତ ମୋଟା ଅଙ୍କର ଜରିମାନା କରିବାକୁ ଭୁବନେଶ୍ଵର ଟ୍ରାଫିକ ପୋଲିସ ନିଷ୍ପତ୍ତି ନେଇଛି। ଏହି ପ୍ରରିପ୍ରେକ୍ଷୀରେ ଆଜି ୨୦୦ ଗାଡ଼ିରୁ ବିକଟାଳ ଶବ୍ଦ କରୁଥିବା ହର୍ନ ଖୋଲିବା ସହିତ ମୋଟା ଅଙ୍କର ଜରିମାନା ଲଗାଇଛି କମିଶନର ରେଟ ପୋଲିସ।

Read More

ନୂଆଦିଲ୍ଲୀ: ଦେଶର ଅନୁକୂଳ ଆର୍ଥିକ ପରିସ୍ଥିତି ଏବଂ ଦୃଢ଼ ଘରୋଇ ଚାହିଦା ଆଧାରରେ, ରେଟିଂ ଏଜେନ୍ସି ଫିଚ୍ ଭାରତର ଅଭିବୃଦ୍ଧି ହାର 6.9 ପ୍ରତିଶତ ରହିବ ବୋଲି ଆକଳନ କରିଛି। ପୂର୍ବରୁ ଏହି ଅଭିବୃଦ୍ଧି ହାର 6.5 ପ୍ରତିଶତ ଆକଳନ କରାଯାଇଥିଲା। ପ୍ରଥମ ତ୍ରୈମାସିକ ପରେ ଏହି ପରିବର୍ତ୍ତନଗୁଡ଼ିକ ବହୁତ ଗୁରୁତ୍ୱପୂର୍ଣ୍ଣ। ସେପ୍ଟେମ୍ବର ଗ୍ଲୋବାଲ୍ ଇକୋନୋମିକ୍ ଆଉଟଲୁକ୍ (GEO) ରେଟିଂ ଏଜେନ୍ସି କହିଛି ଯେ, ଚଳିତ ଆର୍ଥିକ ବର୍ଷର ମାର୍ଚ୍ଚ ଏବଂ ଜୁନ୍ ତ୍ରୈମାସିକ ମଧ୍ୟରେ ଆର୍ଥିକ କାର୍ଯ୍ୟକଳାପ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ପ୍ରକୃତ GDP ଅଭିବୃଦ୍ଧି ହାର ଜାନୁଆରୀ ଏବଂ ମାର୍ଚ୍ଚ ମଧ୍ୟରେ 7.4 ପ୍ରତିଶତରୁ ବାର୍ଷିକ ଆଧାରରେ 7.8 ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ଜୁନ୍ GEOରେ 6.7 ପ୍ରତିଶତ ପୂର୍ବାନୁମାନ ଅପେକ୍ଷା ବହୁତ ଅଧିକ। GDPର ଦ୍ରୁତ ଗତି ଏପ୍ରିଲ-ଜୁନ୍ ଫଳାଫଳ ଉପରେ ଆଧାର କରି ରେଟିଂ ଏଜେନ୍ସି ଫିଚ୍ ମାର୍ଚ୍ଚ 2026 (FY…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଛତ୍ରପୁର ସ୍ଥିତ ଅନସ୍ଲୋ ହାଇସ୍କୁଲରେ ଅନୁଷ୍ଠିତ ହୋଯାଇଅଛି। ଭି ଭି ଗିରି ସରକାରୀ ମହିଳା ମାଧ୍ୟମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସୂର୍ଯ୍ୟମଣି ନାୟକ ଜିଲ୍ଲପାଳ ଭି କୀର୍ତ୍ତି ଭାସନ୍ ଓ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କମାର ପାତ୍ରଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଗ୍ରହଣ କରିଛନ୍ତି। ସେ ଏହି ପୁରସ୍କାର ପାଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ପ୍ରଶାସନକୁ କୃତଜ୍ଞତା ଜଣାଇବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚାନ୍ଦିନୀ ପଣ୍ଡା ଓ ଅନ୍ୟାନ୍ୟ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Read More

ନୂଆଦିଲ୍ଲୀ: ଆଜି ଏସିଆ କପ୍ ର ୧୭ ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚ୍ ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (IND vs UAE) ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ, ଯେଉଁଠାରେ ୨୦୨୩ ରେ UAE ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଜାଣନ୍ତୁ ମ୍ୟାଚ୍ କେଉଁ ସମୟରେ ଆରମ୍ଭ ହେବ ଏବଂ ଆପଣ ଏହାର ସିଧା ପ୍ରସାରଣ ଏବଂ ଲାଇଭ୍ ଷ୍ଟ୍ରିମିଂ କେଉଁଠାରେ ଦେଖିପାରିବେ। ଭାରତ ଏବଂ UAE ମଧ୍ୟରେ ଏକମାତ୍ର ଟି-୨୦ ମ୍ୟାଚ୍ ୨୦୧୬ ରେ ଖେଳାଯାଇଥିଲା, ସେତେବେଳେ ଟିମ୍ ଇଣ୍ଡିଆ ୯ ୱିକେଟରେ ଜିତିଥିଲା। ସୂର୍ଯ୍ୟକୁମାର ଯାଦବଙ୍କ ଦଳ ଟାଇଟଲ୍ ପାଇଁ ଦୃଢ଼ ଦାବିଦାର, ଯଦି UAE ଆଜି ଭାରତକୁ କଡ଼ା ମୁକାବିଲା ଦିଏ, ଏହା ଆୟୋଜକ ପାଇଁ ଏକ ବଡ଼ କଥା ହେବ। ଭାରତୀୟ କ୍ରିକେଟ୍ ଦଳର ରେକର୍ଡ ଭାରତ ଏସିଆ କପ୍ ଟି-୨୦…

Read More

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ରୁଷ ବିରୁଦ୍ଧରେ ମୋର୍ଚ୍ଚା ଖୋଲିଛନ୍ତି। ସେ ୟୁରୋପୀୟ ସଂଘ (EU)କୁ କହିଛନ୍ତି ଯେ, ଯଦି ରୁଷ ଉପରେ ଚାପ ପକାଇବାକୁ ହୁଏ, ତେବେ ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବା ଉଚିତ। ଏହା ପୁଣିଥରେ ଟ୍ରମ୍ପଙ୍କ ଦ୍ୱୈତ ଚରିତ୍ରକୁ ଦର୍ଶାଉଛି। ସେ ନିକଟରେ ଭାରତର ବନ୍ଧୁତା ବିଷୟରେ ଏକ ବୟାନ ଦେଇଛନ୍ତି। ଆଜି ଟ୍ରମ୍ପ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଭଲ ବନ୍ଧୁ ଏବଂ ଖୁବ୍ ଶୀଘ୍ର ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଉପରେ ଆଲୋଚନା ହେବ। ଟ୍ରମ୍ପ ‘ଟ୍ରୁଥ’ରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହା ମାଧ୍ୟମରେ ସେ କହିଛନ୍ତି ଯେ, “ମୁଁ ଆପଣଙ୍କୁ ଏହା କହି ଖୁସି ହେଉଛି ଯେ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ସମ୍ପର୍କିତ ପ୍ରତିବନ୍ଧକ ଦୂର କରିବା ପାଇଁ ଆଲୋଚନା ଚାଲିଛି। ମୁଁ ଆଗାମୀ ସପ୍ତାହଗୁଡ଼ିକରେ…

Read More

ନୂଆଦିଲ୍ଲୀ: ନୂତନ GST (ସାମଗ୍ରୀ ଏବଂ ସେବା କର) ହାର କୃଷି ଏବଂ ଦୁଗ୍ଧ କ୍ଷେତ୍ରରେ ଏକ ପ୍ରମୁଖ ପରିବର୍ତ୍ତନକୁ ଚିହ୍ନିତ କରୁଛି। GST ହାର ହ୍ରାସରୁ ଲାଭାନ୍ବିତ ହୋଇ ଦେଶବ୍ୟାପୀ ଚାଷୀ, କୃଷି ଓ ଦୁଗ୍ଧ ଶ୍ରମିକ, ସହିତ ପଶୁପାଳନ ମାଲିକମାନେ ସନ୍ତୋଷ ପ୍ରକାଶ କରି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।  କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ନୂତନ ହାରକୁ ଏକ ବୈପ୍ଳବୀକ ନିଷ୍ପତ୍ତି ବୋଲି ଅଭିହିତ କରି ଐତିହାସିକ ପରିବର୍ତ୍ତନ ପାଇଁ ଆଶା ପ୍ରକାଶ କରିଛନ୍ତି। GST ସଂସ୍କାରର ପ୍ରଭାବ କ୍ଷୁଦ୍ର ଏବଂ ମଧ୍ୟମ ଚାଷୀଙ୍କ ମଧ୍ୟରେ ବ୍ୟାପକ ଭାବରେ ଦେଖାଯିବ। କୃଷି ଯନ୍ତ୍ରପାତି ଏବଂ ସୌରଚାଳିତ ଉପକରଣ ଉପରେ GST ହ୍ରାସ ଯୋଗୁଁ ଚାଷ ଖର୍ଚ୍ଚ କମିବ ଏବଂ ଚାଷୀଙ୍କ ଲାଭ ବୃଦ୍ଧି ହେବ । ଜୈବିକ-କୀଟନାଶକ ଏବଂ ସୂକ୍ଷ୍ମ ପୁଷ୍ଟିକର ପଦାର୍ଥ…

Read More

ନୂଆଦିଲ୍ଲୀ: ସୁନାର ମୂଲ୍ୟ ନିରନ୍ତର ବୃଦ୍ଧି ପାଉଛି। ବିଶ୍ୱ ଅନିଶ୍ଚିତତା ମଧ୍ୟରେ, ନିବେଶକମାନେ ହଳଦିଆ ଧାତୁରେ ନିବେଶକୁ ସବୁଠାରୁ ସୁରକ୍ଷିତ ବୋଲି ବିବେଚନା କରୁଛନ୍ତି। ପାର୍ବଣ ଋତୁ ପୂର୍ବରୁ ସୁନାର ପ୍ରଚୁର କ୍ରୟ ମଧ୍ୟ ଏହାର ଚମକ ବୃଦ୍ଧି କରିଛି। ଆଜି ଇଣ୍ଡିଆନ୍ ବୁଲିୟନ୍ ଆସୋସିଏସନ୍ ରେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୧,୦୯,୪୪୦ ଟଙ୍କା ଦରରେ ବିକ୍ରି ହେଉଛି। ଯେଉଁଠାରେ ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ଏହା ୧,୦୮,୯୦୦ ଟଙ୍କା ମୂଲ୍ୟରେ କାରବାର କରୁଥିଲା। ସମ୍ପ୍ରତି ସୁନା ୧,୦୮୦,୦୦୦ ଟଙ୍କା ସ୍ତର ଅତିକ୍ରମ କରିଛି। ସେବେଠାରୁ ଏହାର ମୂଲ୍ୟ ୧୪୦୦ ଟଙ୍କା ବୃଦ୍ଧି ପାଇଛି।

Read More