ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷିତ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ହ୍ରାସ ଦ୍ବାରା ୧୦ କୋଟିରୁ ଅଧିକ ଦୁଗ୍ଧ ଚାଷୀ ସମେତ ସମବାୟ, ଚାଷୀ ଏବଂ ଗ୍ରାମୀଣ ଉଦ୍ୟୋଗଗୁଡ଼ିକୁ ସିଧାସଳଖ ଉପକୃତ ହେବେ। ଏହି ସଂସ୍କାରଗୁଡ଼ିକ ସମବାୟ କ୍ଷେତ୍ରକୁ ମଜବୁତ କରିବ। ସେମାନଙ୍କର ଉତ୍ପାଦଗୁଡ଼ିକୁ ଅଧିକ ପ୍ରତିଯୋଗିତାକ୍ଷମ କରିବା ସହ ସେମାନଙ୍କର ଉତ୍ପାଦର ଚାହିଦା ଏବଂ ସେମାନଙ୍କ ଆୟ ବୃଦ୍ଧି କରିବ। ଏହା ଗ୍ରାମୀଣ ଉଦ୍ୟୋଗକୁ ବୃଦ୍ଧି କରିବ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ସମବାୟକୁ ଉତ୍ସାହିତ କରିବ ଏବଂ ଲକ୍ଷ ଲକ୍ଷ ପରିବାରକୁ ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପଲବ୍ଧ କରାଇବ। ଜିଏସଟି ହ୍ରାସ କୃଷି ଏବଂ ପଶୁପାଳନରେ ନିୟୋଜିତ ସମବାୟଗୁଡ଼ିକୁ ଲାଭଦାୟକ କରିବ। ସ୍ଥାୟୀ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବ ଏବଂ କ୍ଷୁଦ୍ର ଚାଷୀ ଏବଂ କୃଷକ ଉତ୍ପାଦକ ସଂଗଠନ (ଏଫପିଓ)କୁ ସିଧାସଳଖ ଲାଭ ଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ପରବର୍ତ୍ତି ପିଢିର ସଂସ୍କାରକୁ ଅମୂଲ…
Author: SM Network
ଭୁବନେଶ୍ଵର: ଲୋକସେବା ଭବନଠାରେ ସମବାୟ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଶୃଙ୍ଖଳିତ ସାର ଯୋଗାଣର ସ୍ଥିତି ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ସେପ୍ଟେମ୍ବର ମାସରେ ମୋଟ୍ ୮୦,୦୧୪ ମେଟ୍ରିକ ଟନ୍ ୟୁରିଆ ସାର ଚାଷୀମାନଙ୍କୁ ଯୋଗାଇ ଦିଆଯିବ। ଏହି ସମସ୍ତ ସାର ମାର୍କଫେଡ୍ ଜରିଆରେ ପାକ୍ସ/ଲ୍ୟାମ୍ପସ୍ ମାଧ୍ୟମରେ ଚାଷୀମାନଙ୍କୁ ମିଳିବ। ଶତ ପ୍ରତିଶତ ଅର୍ଥାତ ମୋଟ୍ ୮୦,୦୧୪ ମେଟ୍ରିକ ଟନ୍ ୟୁରିଆ ସାର ମାର୍କଫେଡ୍ ଜରିଆରେ କେବଳ ବଣ୍ଟନ ହେବ। ଏହା ଦ୍ଵାରା ଚାଷୀମାନେ ୟୁରିଆ ସାର ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ସରକାର ଶୃଙ୍ଖଳିତ ସାର ଯୋଗାଣ ବ୍ୟବସ୍ଥାକୁ ଗୁରୁତ୍ଵ ଦେଉଛନ୍ତି ବୋଲି ଏହି ବୈଠକରେ ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ। ଆସନ୍ତା ଖରିଫ୍ ଋତୁ ପୂର୍ବରୁ ମାର୍କଫେଡ୍ ଅଧୀନରେ ଥିବା ଗୋଦାମର କ୍ଷମତା ବୃଦ୍ଧି ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମାନ୍ୟବର…
ଭୁବନେଶ୍ଵର: ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଜାରି ରହିଛି। ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ନେତୃତ୍ୱରେ ତିନି ଦିନ ଧରି ରାଜ୍ୟବ୍ୟାପୀ ଆରଟିଓ ଟିମ୍ ଦ୍ଵାରା ଓଭରଲୋଡିଂ ଏବଂ ଫିଟନେସ୍ ଯାଞ୍ଚକୁ ଗୁରୁତ୍ୱ ଦିଆଯାଇଥିଲା। ତିନି ଦିନରେ ରାଜ୍ୟରେ ଓଭରଲୋଡିଂ ପାଇଁ ୨୭୫ଟି ଗାଡ଼ି ବିରୋଧରେ ଚାଲାଣ କଟିଥିବା ବେଳେ ଗାଡ଼ିର ଫିଟନେସ୍ ଠିକ ନଥିବା ଯୋଗୁ ୫୩୬ ଗାଡ଼ି ବିରୋଧରେ ଚାଲାଣ କଟିଛି। ସମୁଦାୟ ୨,୫୩୨ ଟି ଚାଲାଣ କଟିଛି। ସେହିଭଳି ୪୦୧ଟି ଗାଡ଼ିର ଫିଟନେସ ପ୍ରମାଣ ପତ୍ର ରଦ୍ଦ କରାଯାଇଛି। ୫୬ ଲକ୍ଷ ୩୭ ହଜାର ୬୩୨ ଟଙ୍କା ଜରିମାନା ବାବଦରେ ଆଦାୟ କରାଯାଇଛି। ଓଭରଲୋଡିଂ ବାବଦରେ କଟକ ଆରଟିଓଙ୍କ ଦ୍ଵାରା ୧୪, ସମ୍ବଲପୁରରେ ୨୫, କେନ୍ଦୁଝର ଆରଟିଓରେ ୧୪,…
ରଣପୁର: ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ବାଚସ୍ପତିଙ୍କ ଦ୍ୱରା ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ହୋଇଛି। ରଣପୁର ବିକାଶ କାର୍ଯ୍ୟର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତିଙ୍କ ପୌରହିତ୍ୟରେ ଉନ୍ନତି ଯୋଜନାର ଅନେକ ଗୁଡିଏ ପ୍ରକଳ୍ପର ଶୁଭପ୍ରଦାନ କରାଯାଇଛି। ବିଜ୍ଞାପିତ ଅଞ୍ଚଳ ପରିଷଦ, ରଣପୁର ଅନ୍ତର୍ଗତ 15 ଗୋଟି ୱାର୍ଡ ମଧ୍ୟରୁ 12 ଟି ୱାର୍ଡର ବିଭିନ୍ନ ପ୍ରକଳ୍ପ ଯଥା ଗୋଷ୍ଠି କେନ୍ଦ୍ରର ଉନ୍ନତିକରଣ, ରାସ୍ତା ମାନଙ୍କରେ ପେଭର ବିଛାଇବା କାର୍ଯ୍ୟର ଶୁଭପ୍ରଦାନ କରାଗଲା। ସ୍ଥାନୀୟ ଲୋକଙ୍କ ସ୍ୱାର୍ଥରେ ଶୀଘ୍ର କାର୍ଯ୍ୟ ସମ୍ପାଦନ କରିବାକୁ ନିବେଦନ ରଖିଥିଲେ। ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ସୁରମା ପାଢ଼ୀ ଏ ସମସ୍ତ କାର୍ଯ୍ୟର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନଗର ବାସୀଙ୍କ ଅନ୍ୟାନ ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ। ଉନ୍ନତି ଯୋଜନାର ଆସିଥିବା 31 ଗୋଟି ଯାହାର ଆନୁମାନିକ ବ୍ୟୟ ଅଟକଳ 84 ଲକ୍ଷ ଟଙ୍କା। ଏହି ସମସ୍ତ ପ୍ରୋଜେକ୍ଟ କୁ ଖୁବଶୀଘ୍ର ସମାପ୍ତ କରିବା ସହିତ ଆଗାମୀ…
ଭୁବନେଶ୍ଵର: ଆସନ୍ତା ନଭେମ୍ବର ୧୦ ଏବଂ ୧୧ ତାରିଖ ଦୁଇଦିନ ଧରି ଭୁବନେଶ୍ବରରେ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଏବଂ ମାଣ୍ଡିଆ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବରରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ କୃଷି ଜୈବ ବିବିଧତା ଏବଂ ଐତିହ୍ୟରେ ମହିଳା କୃଷକଙ୍କ ଅବଦାନ ବାର୍ତ୍ତା ନେଇ ମାଣ୍ଡିଆ ଦିବସ ପାଳନ କରାଯିବ। ଏଥିରେ ବହୁ ଗବେଷକ ଏବଂ କୃଷି ବୈଜ୍ଞାନିକମାନେ ଅଂଶଗ୍ରହଣ କରିବେ। ଓଡ଼ିଶାରେ ମାଣ୍ଡିଆଜାତୀୟ ଶସ୍ୟ ଉତ୍ପାଦନ ବୃଦ୍ଧି ପାଉଛି। ନିକଟରେ ଏଫସିଆଇ ଓଡ଼ିଶାରୁ ୪୦ହଜାର ମେଟ୍ରିକ ଟନ ମାଣ୍ଡିଆ ଅନ୍ୟ ରାଜ୍ୟକୁ ପର୍ଯ୍ୟାୟକ୍ରମେ ରପ୍ତାନୀ କରିବାକୁ ଯୋଜନା କରିଛି। ମାଣ୍ଡିଆ ଦିବସ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନସଚିବ ଅରବିନ୍ଦ ପାଢୀ ବୈଠକ କାର୍ଯ୍ୟସୂଚୀ ସଂପର୍କରେ ବିବରଣୀ ପ୍ରଦାନ କରିଛନ୍ତି।
ମେଷ : ଚାକିରିରେ କାର୍ଯ୍ୟକୁ ପ୍ରଶଂସା କରାଯିବ। ନୂଆ ଚିନ୍ତାଧାରା ମନକୁ ଆସିବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ଛାତ୍ରଛାତ୍ରୀ ଶ୍ରେଣୀ ସଫଳତା ହାସଲ କରିବ । ବ୍ୟବସାୟ ବୃଦ୍ଧି ପାଇବ। ନୂତନ ଆୟର ଉତ୍ସ ମିଳିପାରିବ । ଆଜି ଟଙ୍କା ରହିବ। ପାର୍ଟି ଏବଂ ପିକନିକ୍ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇପାରିବ । ସୁସ୍ୱାଦୁ ଖାଦ୍ୟ ଉପଭୋଗ କରିବେ । ବୃଷ : ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ। କାମ କରିବା ଭଳି ଅନୁଭବ କରିବେ ନାହିଁ । ଅନ୍ୟମାନେ ଆପଣଙ୍କଠାରୁ ଅଧିକ ଆଶା କରିବେ। ବ୍ୟବସାୟ ଲାଭଦାୟକ ହେବ। ଦୁଃଖଦ ଖବର ଗ୍ରହଣ କରାଯାଇପାରେ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। କ୍ରୋଧ ଏବଂ ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ। ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ । ମିଥୁନ : ତୁମେ ସମ୍ମାନ ପାଇବ। ବ୍ୟବସାୟ ବୃଦ୍ଧି ପାଇବ। ବିନିଯୋଗ ଭଲ ହେବ। ଚାକିରିରେ କାମକୁ ପ୍ରଶଂସା କରାଯିବ।…
ରଣପୁର: ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରର ପାମ୍ପଡା ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ନରସିଂହପୁର ମଧ୍ୟ ଇଂରାଜୀ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଶିକ୍ଷବିତ୍ ଅଶୋକ କୁମାର ଦାଶ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ବୈଠକ କ୍ଲଷ୍ଟରର ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଓ ପାମ୍ପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମଧୁଛନ୍ଦା ମହାନ୍ତି ଙ୍କ ସହଯୋଗରେ ପରିଚାଳିତ ହୋଇ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଯାଇଛି। ଏହି ବୈଠକରେ ପୂର୍ବ ମାସ (ଅଗଷ୍ଟ)ର ବିଷୟବସ୍ତୁ, ନିପୁଣ ସପ୍ତାହ, ଶିକ୍ଷଣ ସୋପାନ ବ୍ୟବହାର, ଏକାଡେ଼ମିକ କ୍ୟାଲେଣ୍ଡର, ବିଦ୍ୟାଳୟ ପରିଦର୍ଶନ ଆଦି ପ୍ରସଙ୍ଗ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଶିକ୍ଷକ ଭ୍ରମରବର ତାଡ଼ ଓ ଭାଗବତ ଜେନା ବହୁ ଶ୍ରେଣୀ ଶିକ୍ଷାଦନ କୁ ନେଇ ମଡେଲ ଶିକ୍ଷାଦନ କରିଥିଲେ। ସାଧନ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ଉଭୟ ଆର୍ଥିକ, ପ୍ରତିରକ୍ଷା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ମହାକାଶ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବିକାଶର ସମୀକ୍ଷା ଏବଂ ସକାରାତ୍ମକ ମୂଲ୍ୟାଙ୍କନ କରିଥିଲେ। ହରାଇଜନ୍ ୨୦୪୭ ରୋଡମ୍ୟାପ, ଇଣ୍ଡୋ-ପାସିଫିକ୍ ରୋଡମ୍ୟାପ୍ ଏବଂ ଡିଫେନ୍ସ ଇଣ୍ଡଷ୍ଟ୍ରିଆଲ୍ ରୋଡମ୍ୟାପ୍ ଅନୁରୂପ ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଲାଗି ଉଭୟ ନେତା ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ୟୁକ୍ରେନରେ ସଂଘର୍ଷର ଅନ୍ତ ଆଣିବା ଦିଗରେ ନିକଟରେ କରାଯାଇଥିବା ପ୍ରୟାସ ଉପରେ ସେମାନେ ମତ ବିନିମୟ କରିଥିଲେ। ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଏବଂ ଶୀଘ୍ର ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ଲାଗି ଭାରତର ନିରନ୍ତର ସମର୍ଥନକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ଫେବୃଆରୀ ୨୦୨୬ ରେ ଭାରତ ଦ୍ୱାରା ଆୟୋଜିତ କୁତ୍ରିମ ବୁଦ୍ଧିମତା ପ୍ରଭାବ ସଂକ୍ରାନ୍ତ ଶିଖର ସମ୍ମିଳନୀକୁ ନିମନ୍ତ୍ରଣ ଗ୍ରହଣ କରିଥିବାରୁ, ପ୍ରଧାନମନ୍ତ୍ରୀ ମୋଦୀ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜେଇ ଚାଲାଣ ବେଳେ ଦୁଇ ଅଭିଯୁକ୍ତଙ୍କୁ ଭଞ୍ଜନଗର ପୋଲିସ୍ ଗିରଫ କରିଛି। ଭଞ୍ଜନଗର ସହରର ବଡ଼କୋଦଣ୍ଡା ଗ୍ରାମ ଛକଠାରେ ଉଭୟଙ୍କୁ ଗିରଫ କରାଯାଇଥିବା ବେଳେ ଭଞ୍ଜନଗର ଅଦାଲତକୁ ଚାଲାଣ କରାଯାଇଥିବା ଜଣାପଡିଛି। ଏନ୍ ଡି ପି ଏସ୍ ଆଇନ ଅନୁଯାୟୀ ଦୁଇ ଅଭିଯୁକ୍ତ ପାଣୁ ସାହୁ ଓ ରାଜେନ୍ଦ୍ର ପାଢ଼ୀଙ୍କୁ ଚାଲାଣ କିରାଯାଇଥିବା ଭଞ୍ଜନଗର ଥାନାଧିକାରୀଙ୍କ ଠାରୁ ପ୍ରକାଶ। ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ଠାରୁ ପ୍ରକାଶ ଯେ, ଅଭିଯୁକ୍ତ ପାଣୁ ସାହୁଙ୍କ ଘର ରେନବୋ କଲୋନୀ କୋଦଣ୍ଡା ଛକ ଭଞ୍ଜନଗର ଏବଂ ରାଜେନ୍ଦ୍ର ପାଢ଼ୀ ର ଘର ଶାନ୍ତି ନଗର, କୋଦଣ୍ଡା ଛକ ଭଞ୍ଜନଗର। ଉଭୟେ ମିଶି ଗଞ୍ଜେଇ ଚାଲାଣ କରୁଥିବା ସମୟରେ ପୋଲିସ୍ ହାତରେ ଧରାପଡିଥିଲେ। ଅଭିଯୁକ୍ତ ମାନେ ଗୋଛାପଡା ରୁ ଭଞ୍ଜନଗରକ ଅବୈଧ ମାଦକ ଦ୍ରବ୍ୟ ପରିବହନ କରୁଥିବାବେଳେ ଭଞ୍ଜନଗର ପୋଲିସ୍ ଦ୍ଵାରା ଧରାପଡ଼ିଛନ୍ତି। ସେମାନଙ୍କ ଠାରୁ ୧୩ କିଲୋ ୪୭୦ ଗ୍ରାମ…
ଭୁବନେଶ୍ଵର: ପାର୍ବଣ ଋତୁ ଦଶହରାକୁ ନେଇ ସାରା ରାଜ୍ୟରେ ଉତ୍ସବର ମାହୋଲ୍ ସୃଷ୍ଟି ହେବାକୁ ଯାଉଥିବାବେଳେ ରାସ୍ତାଘାଟ ଓ ଗମନାଗମନ ନେଇ ଭୁବନେଶ୍ୱର-କଟକ ସମେତ ଅନ୍ୟ ସମସ୍ତ ସହର ଏବଂ ରାଜ୍ୟବାସୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିନିମନ୍ତେ ଆଜି ନିର୍ମାଣ ସୌଧର ଦ୍ଵିତୀୟ ମହଲା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଅଧ୍ୟକ୍ଷତା କରି ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ସହ ସବୁ ପ୍ରମୁଖ ସହର ତଥା ସମସ୍ତ ଜିଲ୍ଲାର ରାସ୍ତାଘାଟର ସ୍ଥିତି ଅନୁଧ୍ୟାନ କରିଥିଲେ। ବର୍ଷାଋତୁ ଆସିଲେ ରାସ୍ତାରେ ଖାଲଖମା ହେବ ଏବଂ ରାସ୍ତା ଖରାପ ହେବା ଏକ ସାଧାରଣ ପ୍ରକ୍ରିୟା। ତେବେ ଏହାକୁ ତୁରନ୍ତ ମରାମତି କରି ଜନସାଧାରଣଙ୍କୁ ଏକ ସୁଖଦ ଅନୁଭୂତି ପ୍ରଦାନ କରିବା ରାଜ୍ୟ ସରକାରଙ୍କ ନୈତିକ ଦାୟିତ୍ଵ ଓ କର୍ତ୍ତବ୍ୟ। ଏହି ପରିପ୍ରେକ୍ଷୀରେ…
ନୂଆଦିଲ୍ଲୀ: ATM କାର୍ଡ ସମସ୍ତଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଟଙ୍କା ଉଠାଣ, ପେମେଣ୍ଟ କିମ୍ବା ଅନଲାଇନ୍ କାରବାର। ଏହା ପ୍ରାୟ ସବୁଠି ଆବଶ୍ୟକ। କିନ୍ତୁ ଅନେକ ସମୟରେ କାର୍ଡ ବ୍ଲକ ହୋଇଯାଏ କିମ୍ବା ମିଆଦ ଶେଷ ହେବା ପରେ ମଧ୍ୟ ଲୋକମାନେ ନୂତନ କାର୍ଡ ପାଆନ୍ତି ନାହିଁ। ଅନେକ ଲୋକ ଭାବନ୍ତି ଯେ, UPI ମାଧ୍ୟମରେ ଟଙ୍କା ଉଠାଯିବ। ତେବେ ତୁରନ୍ତ ATM କାର୍ଡ ପାଇବାର ଆବଶ୍ୟକତା କ’ଣ? କିନ୍ତୁ କାର୍ଡ ବ୍ଲକ ହେବା ଯୋଗୁଁ, ATM ରୁ ଟଙ୍କା ଉଠାଣରେ କେବଳ ସମସ୍ୟା ହୁଏ ନାହିଁ। ବରଂ, ଏହା ଯୋଗୁଁ ଆପଣଙ୍କର ଅନ୍ୟ କାମ ମଧ୍ୟ ବନ୍ଦ ହୋଇପାରେ। ଯଦି ଆପଣ ଆପଣଙ୍କ କାର୍ଡରୁ ଅଟୋ-ଡେବିଟ୍ ସେଟ୍ କରିଛନ୍ତି, ଯେପରି EMI, କ୍ରେଡିଟ୍ କାର୍ଡ ବିଲ୍ କିମ୍ବା ଋଣ କିସ୍ତି, ଯଦି କାର୍ଡ ବ୍ଲକ ହୋଇଯାଏ, ତେବେ ଏହି ପେମେଣ୍ଟଗୁଡ଼ିକ ସମ୍ପୂର୍ଣ୍ଣ ହେବ ନାହିଁ। ବ୍ୟାଙ୍କ ଆପଣଙ୍କ…
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ (BCCI) ୧୬ ସେପ୍ଟେମ୍ବରରୁ ଅଷ୍ଟ୍ରେଲିଆ-ଏ ବିପକ୍ଷରେ ଖେଳାଯିବାକୁ ଥିବା ୨ଟି ଅଣଆନୁଷ୍ଠାନିକ ଟେଷ୍ଟ ମ୍ୟାଚ୍ ପାଇଁ ଭାରତ-ଏ ଦଳ ଘୋଷଣା କରିଛି। ଶ୍ରେୟସ ଆୟରଙ୍କୁ ଏହି ଦଳର ଅଧିନାୟକ କରାଯାଇଛି। ପ୍ରକାଶ ଯେ, ଲକ୍ଷ୍ନୌରେ ଭାରତ-ଏ ଏବଂ ଅଷ୍ଟ୍ରେଲିଆ-ଏ ମଧ୍ୟରେ ୨ଟି ଅଣଆନୁଷ୍ଠାନିକ ଟେଷ୍ଟ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ୧୬ ରୁ ୧୯ ସେପ୍ଟେମ୍ବର ଏବଂ ଦ୍ୱିତୀୟ ମ୍ୟାଚ୍ ୨୩ ରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଖେଳାଯିବ। ଅଷ୍ଟ୍ରେଲିଆ-ଏ ବିପକ୍ଷରେ ୨ଟି ଟେଷ୍ଟ ପାଇଁ ଭାରତ-ଏ ଦଳ: ଶ୍ରେୟସ ଆୟର (ଅଧିନାୟକ), ଅଭିମନ୍ୟୁ ଈଶ୍ୱରନ୍, ଏନ ଜଗଦୀସନ (ୱିକେଟକିପର), ସାଇ ସୁଦର୍ଶନ, ଧ୍ରୁବ ଜୁରେଲ (ଉପ-ଅଧିନାୟକ ଏବଂ ୱିକେଟକିପର), ଦେବଦତ୍ତ ପାଡିକ୍କଲ, ହର୍ଷ ଦୁବେ, ଆୟୁଷ ବଦୋନି, ନୀତିଶ କୁମାର ରେଡ୍ଡୀ, ତନୁଶ କୋଟିଆନ, ପ୍ରସିଦ୍ଧ କୃଷ୍ଣ, ଗୁରନୁର ବ୍ରାର, ଖଲିଲ ଅହମ୍ମଦ, ମାନବ ସୁଥାର ଏବଂ ଯଶ ଠାକୁର। ପ୍ରକାଶ ଯେ, ଅଷ୍ଟ୍ରେଲିଆ-ଏ…
ଭୁବନେଶ୍ୱର: ‘‘ସମାବେଶୀ ପଦ୍ଧତି ମାଧ୍ୟମରେ ପ୍ରାଣୀସମ୍ପଦ ଉତ୍ପାଦନ ବୃଦ୍ଧି ପାଇଁ ଗୋଖାଦ୍ୟକୁ ପ୍ରୋତ୍ସାହନ’’ ଉପରେ ଏକ ଚାରି ଦିନିଆ ତାଲିମ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ (ଆଇସିଏଆର-ସିଆଇଡବ୍ଲୁଏ) ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ଓଡ଼ିଶା ସରକାରଙ୍କ ପ୍ରାଣୀଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ୱର, ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ବିକାଶ ବିଭାଗ ସହଯୋଗରେ ୨ରୁ ୫ ସେପ୍ଟେମ୍ବର ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଇସିଏଆର-ସିଆଇଡବ୍ଲୁଏର ନିର୍ଦ୍ଦେଶକ ଡକ୍ଟର ମୃଦୁଳା ଦେବୀ ମହିଳାଙ୍କ ସଶକ୍ତୀକରଣ ପାଇଁ ଲିଙ୍ଗଗତ ସମାବେଶୀ ପଦ୍ଧତି ଉପରେ ଗୁରୁତ୍ୱ ଦେଇ ଗୋଖାଦ୍ୟ ଚାଷକୁ ପ୍ରୋତ୍ସାହିତ କରିବାକୁ ଅଂଶଗ୍ରହଣକାରୀମାନଙ୍କୁ ଅନୁରୋଧ କରିଥିଲେ। ପ୍ରାଣୀଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଉପ-ନିର୍ଦ୍ଦେଶକ ଡକ୍ଟର ରାଜୀବ ଶର୍ମା ସମନ୍ୱୟ ପଦ୍ଧତିରେ ପ୍ରାଣୀସମ୍ପଦ କ୍ଷେତ୍ରରେ କ୍ଷେତ୍ରସ୍ତରୀୟ କର୍ମୀଙ୍କ କ୍ଷମତା ନିର୍ମାଣ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଓଡ଼ିଶାର ୨୬ଟି ଜିଲ୍ଲାର ପାରା-ଭେଟ୍ / ଗୋଖାଦ୍ୟ ବିକାଶ ଅଧିକାରୀଙ୍କୁ ନେଇ ଗଠିତ…
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ (BCCI)ରେ ଅସ୍ଥିରତାର ବାତାବରଣ ରହିଛି। ଅନେକ ପଦବୀରେ ନୂତନ ନିଯୁକ୍ତି ହୋଇପାରେ, କିନ୍ତୁ ସଭାପତି ପଦବୀ ସବୁଠାରୁ ଅଧିକ ଆଲୋଚନା ହେଉଛି। ପ୍ରକୃତରେ ନିୟମ ଅନୁଯାୟୀ, ୭୦ ବର୍ଷ ବୟସ ହେତୁ ରୋଜର ବିନିଙ୍କୁ BCCI ସଭାପତି ପଦ ଛାଡିବାକୁ ପଡିବ। ଦୈନିକ ଜାଗରଣର ଏକ ରିପୋର୍ଟ ଅନୁଯାୟୀ, ଜଣେ ଅଭିଜ୍ଞ କ୍ରିକେଟରଙ୍କୁ BCCIର ନୂତନ ସଭାପତି କରାଯାଇପାରେ, କିନ୍ତୁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ। ଏଠାରେ ସେହି ୩ ଜଣଙ୍କ ନାମ ଉପରେ ନଜର ପକାନ୍ତୁ, ଯେଉଁମାନେ ନୂତନ BCCI ସଭାପତି ହୋଇପାରିବେ। ୨୦୨୨ ମସିହାରେ ରୋଜର ବିନିଙ୍କୁ BCCIର ୪୦ ତମ ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା। ତାଙ୍କ ପୂର୍ବରୁ, ସୌରଭ ଗାଙ୍ଗୁଲି ୨୦୧୯-୨୨ ପର୍ଯ୍ୟନ୍ତ ସଭାପତି ପଦରେ ରହିଥିଲେ। ଏବେ ପ୍ରଶ୍ନ ହେଉଛି BCCIର ୪୧ତମ ସଭାପତି କିଏ ହେବେ? ୧. ରାଜୀବ ଶୁକ୍ଳା ରାଜୀବ ଶୁକ୍ଳାଙ୍କର କ୍ରିକେଟ ପ୍ରଶାସନରେ ବହୁ…
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବାଳିକା ଉଚ୍ଚବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ୨୦୨୪-୨୫ ବର୍ଷ ପାଇଁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି। ସେପ୍ଟେମ୍ବର ୫ ତାରିଖ ଗୁରୁଦିବସରେ ଲକ୍ଷ୍ମୀପ୍ରିୟା ସାହୁଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ମାନିତ କରାଯାଇଛି। ପଞ୍ଚସଖା ଶିକ୍ଷା ସେତୁ ସଂଗଠନ, ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କର ପତ୍ରସଂଖ୍ୟା – ୧୩୫୯|PSSS|୨୫/୪୭୫ ତା ୦୧|୦୯|୨୦୨୫ ରିଖରେ ରାଜ୍ୟସ୍ତରୀୟ ପୁରସ୍କାର (ମାଧ୍ୟମିକ) ତାଲିକା ପ୍ରକାଶିତ ହେବାପରେ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ସାହୁଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଥିଲା। ତାଙ୍କର ଶିକ୍ଷାଦାନରେ ଅଭିନବ ପ୍ରୟାସ ବ୍ୟତୀତ ବିଦ୍ୟାଳୟଠାରୁ ଆରମ୍ଭ କରି ବ୍ଳକ, ଜିଲ୍ଲା ଓ ରାଜ୍ୟ ପାଇଁ ଶିକ୍ଷାଜଗତରେ ଉଲ୍ଲେଖନୀୟ ଅବଦାନ ରହିଛି। ଶିକ୍ଷାଜଗତରେ ସେ ଜଣେ ସରଳ, ନିଷ୍ଠାପର ଓ ସମୟାନୁବର୍ତ୍ତିତା ବଳିଷ୍ଠ ବ୍ୟକ୍ତିତ୍ୱର ଅଧିକାରିଣୀ ଅଟନ୍ତି। ଲକ୍ଷ୍ମୀପ୍ରିୟା ସାହୁ ଉକ୍ତ ବିଦ୍ୟାଳୟରେ ଦୀର୍ଘ ୧୪ ବର୍ଷ ଧରି ଶିକ୍ଷାଦାନ କରିଆସୁଛନ୍ତି। ସୂଚନାଯୋଗ୍ୟ ଲକ୍ଷ୍ମୀପ୍ରିୟା…
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୩ ସେପ୍ଟେମ୍ବର ୨୦୨୫ରେ ଆୟୋଜିତ ଜିଏସଟି ପରିଷଦର ୫୬ତମ ବୈଠକରେ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ପାଇଁ ଏକ ସରଳୀକୃତ ଜିଏସଟି ବ୍ୟବସ୍ଥା ଅନୁମୋଦନ କରାଯାଇଛି। ଏହାର ଅଂଶରୂପ, ବିଭିନ୍ନ ପ୍ରମୁଖ ଶିଳ୍ପକ୍ଷେତ୍ରରେ ଉଲ୍ଲେଖନୀୟ ହାର ହ୍ରାସ କରାଯାଇଛି। ଚମଡା, ଜୋତା, କାଗଜ, ବୟନଶିଳ୍ପ, ହସ୍ତଶିଳ୍ପ, ଖେଳଣା, ପ୍ୟାକେଜିଂ ଓ ଲଜିଷ୍ଟିକ୍ସ ପରି ଅତ୍ୟାବଶ୍ୟକ ଶିଳ୍ପଗୁଡ଼ିକୁ ଏହି ସଂସ୍କାର ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି। ଅନେକ ସାମଗ୍ରୀରେ ଜିଏସଟି ସ୍ଲାବକୁ ୫% କୁ ହ୍ରାସ କରାଯାଇଥିବା ସହିତ, ପରିବହନ ଓ ଆନୁଷଙ୍ଗିକ କ୍ଷେତ୍ରରେ ହାରଗୁଡ଼ିକୁ ଯୁକ୍ତିସଙ୍ଗତ କରାଯାଇଛି। ଏହି ସଂସ୍କାରଗୁଡ଼ିକର ମୂଳ ଉଦ୍ଦେଶ୍ୟ ହେଉଛି—ଗ୍ରାହକଙ୍କ ଉପରେ ଖର୍ଚ୍ଚଭାର ହ୍ରାସ, ବ୍ୟବସାୟୀଙ୍କ ପାଇଁ ଅନୁପାଳନ ପ୍ରକ୍ରିୟାକୁ ସହଜ କରିବା ଏବଂ ଭାରତୀୟ ବ୍ୟବସାୟକୁ ଅଧିକ ପ୍ରତିଯୋଗିତାକ୍ଷମ କରିବା। ଏହି ଜିଏସଟି ସଂସ୍କାର ସଂପର୍କରେ ଆସୋଚାମର ମହାସଚିବ ଶ୍ରୀ ମନୀଷ ସିଂଘଲ କହିଛନ୍ତି ଯେ,…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧ ସେୟାର କରିଛନ୍ତି। ଯେଉଁଥିରେ ସେ ‘ଆତ୍ମନିର୍ଭରତା ଓ ବିକାଶର ପଥରେ ଭାରତର ଯାତ୍ରାରେ ଏନଇପି–୨୦୨୦ର ମହତ୍ତ୍ୱ’କୁ ମୂଳଭିତ୍ତି ବୋଲି ଉଲ୍ଲେଖ କରିଛନ୍ତି। ଏକ୍ସରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ କହିଛନ୍ତି; “କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ @dpradhanbjp ଆତ୍ମନିର୍ଭରତା ଓ ବିକାଶ ଦିଗରେ ଭାରତର ଯାତ୍ରାରେ ଏନଇପି-୨୦୨୦ର ମହତ୍ୱ ହିଁ ମୂଳ ବୋଲି ଦର୍ଶାଇ ଏହାର ଗୁରୁତ୍ୱକୁ ଉଲ୍ଲେଖ କରିଛନ୍ତି। ସେ ବର୍ଣ୍ଣନା କରିଛନ୍ତି ଶିକ୍ଷକମାନେ ଆଜିକାଲି ତ୍ୱରିତ ସହକାରେ ଡିଜିଟାଲ କ୍ଲାସରୁମ, ଏଆଇ, ପରିବର୍ତ୍ତିତ ପାଠ୍ୟକ୍ରମ, ବିଭିନ୍ନ ପ୍ରକାର ଶୈକ୍ଷିକ ଆବଶ୍ୟକତାକୁ ଆଦରି ନେଉଛନ୍ତି। ଏହାକୁ ପିଏମ ଇବିଦ୍ୟା, ଦୀକ୍ଷା ଏବଂ ସ୍ୱୟମ ଭଳି ପ୍ଲାଟଫର୍ମ ସହାୟତା କରୁଛି।”
ଭୁବନେଶ୍ଵର: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ପିପିଲି- ନିମାପଡ଼ା-କୋଣାର୍କ, ଚାରିଛକ-ଅସ୍ତରଙ୍ଗ ରାସ୍ତା ଏବଂ ପୁରୀ ସହରର ପ୍ରମୁଖ ରାସ୍ତାଗୁଡ଼ିକର ଉନ୍ନତିକରଣ ପାଇଁ ପୂର୍ତ୍ତ ବିଭାଗ ଦ୍ଵାରା ପ୍ରସ୍ତୁତ ହୋଇଥିବା ଯୋଜନାର ସମୀକ୍ଷା କରିଥିଲେ। ଏହି ଅବସରରେ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଥିବା ବିଭିନ୍ନ ନୂତନ ପ୍ରକଳ୍ପଗୁଡ଼ିକ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ମାନ୍ୟବର ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (ରାସ୍ତା-I) ଇଂ ଧ୍ୟାନଚାନ୍ଦ ନାୟକ, ମୁଖ୍ୟ ଯନ୍ତ୍ରୀ (ରାସ୍ତା -II ) ଇଂ ସତ୍ୟବ୍ରତ ତରାଇ, ଖୋର୍ଦ୍ଧା (ଆର୍ ଆଣ୍ଡ ବି) ମଣ୍ଡଳର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ରାମଚନ୍ଦ୍ର ସେଠୀ, ଅଧିକ୍ଷଣ ଯନ୍ତ୍ରୀ ଇଂ ରଶ୍ମୀ ରଞ୍ଜନ ସାହୁ , ଅଧିକ୍ଷଣ ଯନ୍ତ୍ରୀ ଇଂ ସୌମ୍ୟ ଦ୍ବିବେଦୀଙ୍କ ସମେତ ଅନ୍ୟ ଅଧିକାରୀ ଗଣ ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ: ପରିବେଶ ଅନୁକୂଳ ସରକାରୀ ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ସକାଶେ ରାଜ୍ୟରେ ଆଉ ୬୦୦ଟି ନୂଆ ଇଲେକ୍ଟ୍ରିକ ବସ୍ ପ୍ରଚଳନ କରାଯିବ। ରାଜ୍ୟ ଗୃହନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜନସାଧାରଣଙ୍କ ସୁଗମ ପରିବହନ ନିମନ୍ତେ ଆଉ ଏକ ହଜାର ଇ-ବସ୍ର ଆବଶ୍ୟକତା ରହିଛି। ସେଥିମଧ୍ୟରୁ ରାଜ୍ୟ ସରକାର ୨୦୦ଟି ଖୁବ୍ଶୀଘ୍ର ଆହରଣ କରିବେ। ଆଉ ୪୦୦ ଇ-ବସ୍ କେନ୍ଦ୍ର ସରକାର ଯୋଗାଇଦେବେ। ପ୍ରଥମ ପର୍ଯ୍ୟାୟରେ ୨୫ଟି ଇ-ବସ୍ ସମ୍ବଲପୁର ସହରରେ ଚଳାଚଳ କରିବ । ଏହାପରେ ଝାରସୁଗୁଡ଼ା, କେନ୍ଦୁଝର, ବ୍ରହ୍ମପୁର ଓ ଅନୁଗୋଳରେ ଇ-ବସ୍ ସେବା ଆରମ୍ଭ ହେବ। ଆମ ବସ୍ ଅଧୀନରେ ଏହିସବୁ ବସ୍ ପରିଚାଳନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଘରେ କେହି ନଥିବାର ସୁଯୋଗ ନେଇ ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ମାମଲାରେ ଜଣକୁ ଗିରଫ କରିଛି ଗାଙ୍ଗପୁର ପୋଲିସ୍। ଗିରଫ ବ୍ୟକ୍ତି ଜଣକ ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡ଼ା ଗ୍ରାମର ଭଞ୍ଜ ନାଇକ। ସୂଚନା ପ୍ରକାରେ ଗତ ମାସ ସତର ତାରିଖରେ ନାବାଳିକାଙ୍କ ମାଆ ଗାଙ୍ଗପୁର ଥାନାରେ ଅଭିଯୋଗ ଏହି ଯେ ତାଙ୍କ ସ୍ଵାମୀ ଚେନେଇ ଯାଇ ମୂଲ କାମ କରନ୍ତି। ସେ ମଧ୍ୟ ନିଜ ପାଞ୍ଚ ଝିଅକୁ ନେଇ ବଡ ଭଉଣୀ ଏବଂ ମାଆଙ୍କ ସହିତ ଭୁବନେଶ୍ୱରରେ ରହି ମୂଲ କାମ କରନ୍ତି। କିଛିଦିନ ତଳେ ତାଙ୍କର ୧୩ ବର୍ଷୀୟା ନାବାଳିକା ଝିଅ ପେଟ କାଟୁଛି କହି ବାନ୍ତି କରିବାରୁ ସେ ସନ୍ଦେହ କରି ଗର୍ଭ ପରୀକ୍ଷା କୀଟ ଆଣି ପରୀକ୍ଷା କରିଥିଲେ। ପରୀକ୍ଷାରୁ ତାଙ୍କ ଝିଅ ଗର୍ଭବତୀ ଅଛି ଜାଣିବା ପରେ ଝିଅକୁ ପଚାରି ଜାଣିବାକୁ ପାଇଥିଲେ ଯେ…
ଭୁବନେଶ୍ଵର: ଓଲଟପୁର ସ୍ଥିତ ଜାତୀୟ ପୁନର୍ବାସ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ସଂସ୍ଥାନ ଓ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ଆଞ୍ଚଳିକ ମେରୁଦଣ୍ଡ ଆଘାତ ପ୍ରତିଷ୍ଠାନ ମିଳିତ ଭାବରେ ବିଶ୍ୱ ମେରୁଦଣ୍ଡ ଆଘାତ ଦିବସ ପାଳନ କରିଛନ୍ତି। ଏହି ଅବସରରେ ହୁଇଲ ଚେୟାର ମାରାଥନ ଏବଂ ଏକ ସଚେତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ମେରୁଦଣ୍ଡ ଆଘାତ ପ୍ରତିଷ୍ଠାନ ପରିସରରେ ଏକ ସମୂହ ଆଲୋଚନା ଚକ୍ରକୁ ନିର୍ତାର ର ନିର୍ଦ୍ଦେଶକ ଡକ୍ଟର ପତିତପାବନ ମହାନ୍ତି ଏବଂ ଆଞ୍ଚଳିକ ମେରୁଦଣ୍ଡ ଆଘାତ ବିଭାଗ ନିର୍ଦ୍ଦେଶକ ଡକ୍ଟର ନିର୍ମଳ ମହାପାତ୍ର ଉଦଘାଟନ କରିଥିଲେ। ସାଂପ୍ରତିକ ସଡ଼କ ଦୁର୍ଘଟଣା କ୍ରମଶଃ ବୃଦ୍ଧି ପାଉଥିବାରୁ ଆଞ୍ଚଳିକ ମେରୁଦଣ୍ଡ ଆଘାତ ପ୍ରତିଷ୍ଠାନରେ ଅଧିକ ସଂଖ୍ୟକ ଶଯ୍ୟାର ଆବଶ୍ୟକତା ପଡୁଛି। ରାଜ୍ୟ ସରକାର ଏହାର ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତି ନେଇଛନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଛନ୍ତି।

