Author: SM Network

ନୂଆଦିଲ୍ଲୀ: ଭାରତ ଓ ସିଙ୍ଗାପୁର ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ମଜଭୂତ୍ କରିବା ଦିଗରେ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ମଧ୍ୟରେ ଏକ ଫଳପ୍ରଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଓ ସିଙ୍ଗାପୁରର ଦ୍ୱିପାକ୍ଷିକ ସହଯୋଗରେ ଶିକ୍ଷା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଏଥର ବିଶେଷ ହୋଇଛି, କାରଣ ଚଳିତବର୍ଷ ଦୁଇ ଦେଶ ମଧ୍ୟରେ  କୂଟନୈତିକ ସମ୍ପର୍କର ଷାଠିଏ ବର୍ଷ ପୂରଣ ହୋଇଛି। ବୈଠକରେ ସ୍କୁଲ ଶିକ୍ଷା, ଉଚ୍ଚଶିକ୍ଷା, ଧନ୍ଦାମୂଳକ ଶିକ୍ଷା, ଗବେଷଣା, ନବସୃଜନ ଏବଂ ଉଦ୍ୟମିତା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉପରେ ଚର୍ଚ୍ଚା ହୋଇଛି। ଶିକ୍ଷକଙ୍କ କାପାସିଟି ବିଲଡିଂ, ଗବେଷଣା ଦକ୍ଷତା ଏବଂ କ୍ଷମତା ବୃଦ୍ଧି, ଦକ୍ଷତା ଇକୋସିଷ୍ଟମକୁ ସୁଦୃଢ଼ ​​କରିବା ଉପରେ ମଧ୍ୟ ଉଭୟ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି…

Read More

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ପୁରୁଣାଗଡ ଛକ ନିକଟରୁ ଅବକାରୀ ବିଭାଗ ୭ କେଜି ଗଂଜେଇ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ବୌଦ୍ଧ ଜିଲ୍ଲାର ସୋମନାଥ ପ୍ରଧାନ ଓ ଶ୍ରୀକାନ୍ତ ଦାସ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ, ରେଢ଼ାଖୋଲ – ବୌଦ୍ଧ ରାସ୍ତାର ପୁରୁଣାଗଡ ଛକ ନିକଟରେ ଅବକାରୀ ବିଭାଗ ପେଟ୍ରୋଲିଂ କରୁ ଥିବା ବେଳେ ବୌଦ୍ଧରୁ ରେଢ଼ାଖୋଲ ଅଭିମୁଖେ ଆସୁଥିବା ଏକ ସ୍କୋର୍ପିଓ ଗାଡ଼ିକୁ (ଓଡ଼ିଆ ୩୩ ଯେ ୧୫୪୭) ସନ୍ଦେହରେ ଯାଞ୍ଚ କରିଥିଲେ। ସ୍କୋର୍ପିଓ ରୁ ୭ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅବକାରୀ ବିଭାଗ ପକ୍ଷରୁ ମାମଲା ରୁଜୁ କରି ଅଭିଯୁକ୍ତ ଦୁଇଜଣକୁ କୋର୍ଟ ଚାଲାଣ କରାଯାଇଛି ବୋଲି ରେଢ଼ାଖୋଲ ଅବକାରୀ ଇନ୍ସପେକ୍ଟର ଦୃବାଦଳ ବିଶ୍ୱାଳ ଆମ ପ୍ରତିନିଧି ଙ୍କ ଠାରେ ପ୍ରକାଶ କରିଛନ୍ତି।

Read More

ଭୁବନେଶ୍ୱର: ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ମନୋନୀତ ହୋଇଛି। ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍ନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗସ୍‌ର ଦଶମ ସଂସ୍କରଣରେ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସୋଆ ୧୫ ତମ ସ୍ଥାନ ହାସଲ କରିଛି। ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୫ ବର୍ଷ ନିମନ୍ତେ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗସ୍ ଘୋଷଣା କରିଥିଲେ। ଏହି ଅବସରରେ କେନ୍ଦ୍ର ରାଜ୍ୟ ଶିକ୍ଷାମନ୍ତ୍ରୀ ସୁକାନ୍ତ ମଜୁମ୍‌ଦାର ମଧ୍ୟ ଉପସ୍ଥିତ ଥିଲେ। ସେହିପରି ସାମଗ୍ରିକ ଶିକ୍ଷାନୁଷ୍ଠାନ ତାଲିକାରେ ସୋଆ ୨୫ ତମ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନୀତ ହୋଇଛି। ୨୦୧୬ ମସିହାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ୧୦ ବର୍ଷ ଧରି ପ୍ରକାଶିତ ହେଉଥିବା ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗସ୍‌ରେ ଦେଶର ଶ୍ରେଷ୍ଠ ୨୫ଟି ଉଚ୍ଚ ଶିକ୍ଷାନୁଷ୍ଠାନ…

Read More

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ କୁକି-ଜୋ ପରିଷଦ ଆଜି ଯାତ୍ରୀ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ମୁକ୍ତ ପରିବହନ ପାଇଁ ଜାତୀୟ ରାଜପଥ-୦୨ ଖୋଲିବାକୁ ନିଷ୍ପତ୍ତି ନେଇଛି। ଗତ କିଛି ଦିନ ମଧ୍ୟରେ ନୂଆଦିଲ୍ଲୀରେ ଗୃହ ମନ୍ତ୍ରଣାଳୟର ଅଧିକାରୀ ଏବଂ କେଜେଡସିର ଏକ ପ୍ରତିନିଧି ଦଳ ମଧ୍ୟରେ ଏକାଧିକ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏନ୍ଏଚ୍.-୦୨ରେ ଶାନ୍ତି ବଜାୟ ରଖିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ନିୟୋଜିତ ସୁରକ୍ଷା ବାହିନୀକୁ ସହଯୋଗ କରିବାକୁ କେଜେଡସି ପ୍ରତିଶ୍ରୁତି ଦେଇଛି। ଏହା ସହିତ ଆଜି ନୂଆଦିଲ୍ଲୀରେ ଗୃହ ମନ୍ତ୍ରଣାଳୟ, ମଣିପୁର ସରକାର ଏବଂ କୁକି ନ୍ୟାସନାଲ ଅର୍ଗାନାଇଜେସନ୍/କେଏନ୍ଓ ଏବଂ ୟୁନାଇଟେଡ୍ ପିପୁଲ୍ସ ଫ୍ରଣ୍ଟ/ୟୁପିଏଫର ପ୍ରତିନିଧିମାନଙ୍କ ମଧ୍ୟରେ ଏକ ତ୍ରିପକ୍ଷୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଚୁକ୍ତିନାମା ସ୍ୱାକ୍ଷରିତ ହେବାର ଦିନଠାରୁ ଏକ ବର୍ଷ ପାଇଁ କାର୍ଯ୍ୟକାରୀ ହେବାକୁ ଥିବା, ପୁନଃ-ବୁଝାମଣା ନିୟମ ଏବଂ ସର୍ତ୍ତାବଳୀ (ମୂଳ ନିୟମ) ଉପରେ ଏକ ତ୍ରିପାକ୍ଷିକ ନିଲମ୍ବନ କାର୍ଯ୍ୟାନୁଷ୍ଠାନ…

Read More

ବାଲୁଗାଁ: ଛାତ୍ରଛାତ୍ରୀମାନେ ସମ୍ପ୍ରତି ଚାପମୁକ୍ତ ହୋଇ ଅଧ୍ୟୟନ କରିବା ସହ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ଉଚିତ ବୋଲି ବାଲୁଗାଁ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି। ଏଥିସହ ମନ୍ତ୍ରୀ କହିଛନ୍ତି ଯେ, ମହାବିଦ୍ୟାଳୟର ଗୁଣାତ୍ମକ ବିକାଶରେ ପୁରାତନ ଛାତ୍ରଛାତ୍ରୀମାନେ ଯୋଡି ହେବା ଆବଶ୍ୟକ। ଆଜି ଉକ୍ତ ପ୍ରତିଷ୍ଠା ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାଲୁଗାଁ ଵିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଚିଲିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତ୍ସା ରାଣୀ ବେହେରା ଓ ପୂର୍ବତନ ଅଧ୍ୟକ୍ଷା ଡ଼କ୍ଟର କସ୍ତୁରୀ ସାହୁ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେବାକୁ ପରାମର୍ଶ ପ୍ରଦାନ କରିଥିଲେ। ଆଜି ମନ୍ତ୍ରୀଙ୍କ ଦ୍ୱାରା ୪୫ ତମ ପ୍ରତିଷ୍ଠା ଦିବସ ଉଦଘାଟିତ ହେବା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଲକ୍ଷ୍ମୀଧର ସୁବୁଦ୍ଧି ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିବା ପରେ…

Read More

ଭୁବନେଶ୍ଵର: ଲିଙ୍କ ଟ୍ରେନର ବିଳମ୍ବ ଯୋଗୁଁ ନିମ୍ନଲିଖିତ ଟ୍ରେନର ପୁନଃନିର୍ଦ୍ଧାରଣ କରାଯାଇଛି। ତେଣୁ ଯେଉଁମାନେ ଏହି ଟ୍ରେନରେ ଯାତ୍ରା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନଙ୍କ ପାଇଁ ଏହି ଖବର ଗୁରୁତ୍ୱପୂର୍ଣ୍ଣ। ୦୪.୦୯.୨୦୨୫ ରେ ୨୦:୪୫ ଘଣ୍ଟାରେ ପୁରୀରୁ ଛାଡିବାକୁ ଥିବା ଟ୍ରେନ ନମ୍ବର ୧୮୪୭୭ ପୁରୀ-ଋଷିକେଶ ଉତ୍କଳ ଏକ୍ସପ୍ରେସ ଏବେ ୦୫.୦୯.୨୦୨୫ ରେ ୦୭:୦୦ ଘଣ୍ଟାରେ ପୁରୀରୁ ଛାଡିବ। ଯାତ୍ରୀମାନଙ୍କୁ ଅନୁରୋଧ କରାଯାଉଛି ଯେ, ଦୟାକରି ଏହି ପରିବର୍ତ୍ତନକୁ ଧ୍ୟାନ ଦିଅନ୍ତୁ ଏବଂ ସେହି ଅନୁସାରେ ଯାତ୍ରା ଯୋଜନା କରନ୍ତୁ।

Read More

ନୂଆଦିଲ୍ଲୀ: ଗଣପତି ମହୋତ୍ସବ ଯାହା ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହୋଇଥିଲା, ସେପ୍ଟେମ୍ବର ୬ ତାରିଖରେ ଅନନ୍ତ ଚତୁର୍ଦ୍ଦଶୀ ଦିନ ଶେଷ ହେବ। ୧୦ ଦିନ ଧରି ଗଣେଶ ପର୍ବ ସାରା ଦେଶରେ ପାଳନ କରାଯାଏ। ଅନନ୍ତ ଚତୁର୍ଦ୍ଦଶୀ ବାପ୍ପାଙ୍କର ବିସର୍ଜନ ଲାଗି ଶୁଭ ସମୟ ଏବଂ ଆଗାମୀ ବର୍ଷରେ ସେ ଶୀଘ୍ର ଆସିବାକୁ ଲୋକେ କାମନା କରନ୍ତି। ଗଣପତିଙ୍କ ବିରାଟ ପ୍ରତିମା ନଦୀ, ପୋଖରୀରେ ବିସର୍ଜନ କରୁଥିବାବେଳେ ଆଜିକାଲି ଲୋକମାନେ ବାପ୍ପାଙ୍କୁ ମଧ୍ୟ ଘରେ ବିସର୍ଜନ କରିଥାନ୍ତି। ପ୍ରାୟତଃ ଗଣେଶ ବିସର୍ଜନ ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ଏପରି ଭୁଲ କରନ୍ତି, ଯାହା ପୂଜାପାଠର ଫଳ ଦେଇ ନଥାଏ। ଗଣପତି ମୂର୍ତ୍ତିଙ୍କୁ ବିଦାୟ ଦେବାବେଳେ କେଉଁ ସତର୍କତା ଅବଲମ୍ବନ କରାଯିବା ଆସନ୍ତୁ ଜାଣିବା… ଗଣେଶ ବିସର୍ଜନ ନିୟମ ୧- ବିସର୍ଜନ ପୂର୍ବରୁ ଗଣପତିଙ୍କ ପୂଜା: ଗଣେଶ ବିସର୍ଜନ ପୂର୍ବରୁ ବାପ୍ପାଙ୍କୁ ସଠିକ୍ ଉପାସନା କରନ୍ତୁ। ତାଙ୍କୁ ଧୂପ, ପ୍ରଦୀପ, ଫୁଲ,…

Read More

ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ଡ଼. ପ୍ରବୀଣ ଭାଇ ତୋଗାଡ଼ିଆଙ୍କ ସମ୍ମାଦିକ ସମ୍ମିଳନୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡ ତଦନ୍ତ ରିପୋର୍ଟ ପ୍ରକାଶ ଉପରେ ଗୁରୁତ୍ବ ଭୁବନେଶ୍ଵର: ଓଡିଶାରେ ଛୋଟ ବଡ଼ ସମସ୍ତ ହିନ୍ଦୁ ସଂଗଠନ ମିଳିତ ଭାବେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମଞ୍ଚରେ ଜଡିତ ହୋଇ ଗୋ ହତ୍ୟା ରୋକିବାକୁ କାମ କରିବେ। ଆବଶ୍ୟକ ଆଇନଗତ ସହାୟତା ଯୋଗାଇ ଦେବେ ବୋଲି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧକ୍ଷଅଧ୍ୟକ୍ଷ ଡ଼. ପ୍ରବୀଣଭାଇ ତୋଗାଡ଼ିଆ କହିଛନ୍ତି। ରେଡ଼କ୍ରସ ଭବନରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଡ଼. ତୋଗାଡ଼ିଆ କହିଛନ୍ତି, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡର ତଦନ୍ତ ପୁରୁଣା ସରକାର କରିଥିଲେ। ହେଲେ ଏ ଯାଏଁ ରିପୋର୍ଟ ସାର୍ବଜନୀନ ହୋଇନାହିଁ। ବିଜେପି କ୍ଷମତାକୁ ଆସିବା ପୂର୍ବରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବାକୁ କହିଥଲେ। ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆମର ପୁରୁଣା ମିତ୍ର, ପୂର୍ବରୁ ସାଥିରେ କାମ କରିଛୁ।…

Read More

ନୂଆଦିଲ୍ଲୀ: ୨୦୨୫ ଏସିଆ କପ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ ହେବ ଏବଂ କ୍ରିକେଟ୍ ପ୍ରେମୀମାନେ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ପାଇବେ। ଏଥର ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ, ଯାହା ଫଳରେ ଖେଳାଳିମାନେ ଆସନ୍ତା ବର୍ଷ ଟି-୨୦ ବିଶ୍ୱକପ୍ (ଭାରତ ଏବଂ ଶ୍ରୀଲଙ୍କାରେ) ପାଇଁ ମଧ୍ୟ ପ୍ରସ୍ତୁତ ହୋଇପାରିବେ। ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ, ICCର ସଦ୍ୟତମ ଟି-୨୦ ଅନ୍ତର୍ଜାତୀୟ ଦଳ ରାଙ୍କିଂ ପ୍ରକାଶ ପାଇଛି, ଯେଉଁଥିରେ ଅଂଶଗ୍ରହଣକାରୀ ଦଳଗୁଡ଼ିକର ଶକ୍ତି ଏବଂ ଦୁର୍ବଳତା ସ୍ପଷ୍ଟ ଭାବରେ ଦେଖାଯାଉଛି। ଆଠଟି ଦଳ ପରସ୍ପର ସହିତ ମୁହାଁମୁହିଁ ହେବେ ଏହି ଥର ଏସିଆ କପରେ ଆଠଟି ଦଳ ଅଂଶଗ୍ରହଣ କରିବେ। ସେମାନଙ୍କୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି, ପ୍ରତ୍ୟେକ ଗ୍ରୁପରେ ଚାରିଟି ଦଳ ରହିବେ। ଏଥର ଟୁର୍ଣ୍ଣାମେଣ୍ଟର ଆୟୋଜକ BCCI ଅଟେ, କିନ୍ତୁ ମ୍ୟାଚ୍ ଗୁଡିକ ସଂଯୁକ୍ତ ଆରବ ଏମିରେଟ୍ସ (UAE) ରେ ଖେଳାଯିବ। ଭାରତ…

Read More

ନୂଆଦିଲ୍ଲୀ: ଭାରତରେ କର୍କଟ ଚିକିତ୍ସା ସବୁବେଳେ ରୋଗୀ ଏବଂ ତାଙ୍କ ପରିବାର ଉପରେ ଏକ ଆର୍ଥିକ ବୋଝ ହୋଇଆସିଛି। ଅତ୍ୟଧିକ କେମୋଥେରାପି ଔଷଧ, ପରୀକ୍ଷା ଏବଂ ଦୀର୍ଘକାଳୀନ ଚିକିତ୍ସା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। ଏହା ଉପରେ GST ର ଅତିରିକ୍ତ ବୋଝ ଏହି ଖର୍ଚ୍ଚକୁ ଆହୁରି ବୃଦ୍ଧି କରୁଥିଲା। କିନ୍ତୁ ଏବେ ସରକାର ଏକ ବଡ଼ ପଦକ୍ଷେପ ନେଇ କର୍କଟ ଚିକିତ୍ସା ସହିତ ଜଡିତ ଔଷଧ ଏବଂ ସେବା ଉପରେ GST ହ୍ରାସ କରିଛନ୍ତି। ଏହା ରୋଗୀ ଏବଂ ସେମାନଙ୍କ ପରିବାରକୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବ। କେମୋଥେରାପି ଔଷଧ ଉପରେ ସଞ୍ଚୟ କେମୋଥେରାପି ହେଉଛି କର୍କଟ ଚିକିତ୍ସାରେ ସବୁଠାରୁ ମହଙ୍ଗା ଏବଂ ଦୀର୍ଘସ୍ଥାୟୀ ପ୍ରକ୍ରିୟା। କେମୋଥେରାପି ଔଷଧର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆସିଥାଏ। ପୂର୍ବରୁ GST ଲାଗୁ ହେବା ପରେ ମୋଟ ଖର୍ଚ୍ଚ ୧,୧୨,୦୦୦ ଟଙ୍କା ହେଉଥିଲା। କିନ୍ତୁ ବର୍ତ୍ତମାନ GST…

Read More

ବ୍ରହ୍ମପୁର: (କୈଳାଶ ଚନ୍ଦ୍ର ଚୌଧୁରୀ): ଛତ୍ରପୁର ଥାନା ଅନ୍ତର୍ଗତ ଲଣ୍ଡା ବାଉଁଶ ଗ୍ରାମ ହନୁମାନ ମନ୍ଦିରରେ ଗତ କିଛି ଦିନ ତଳେ କିଛି ଅଳଙ୍କାର ଓ ଧାତୁ ନିର୍ମିତ ଗଦା ଚୋରି ହୋଇଥିଲା ଓ ଗ୍ରାମ କମିଟି ପକ୍ଷରୁ ଛତ୍ରପୁର ଥାନାରେ ଏତଲା ଦାଏର ହୋଇଥିଲା। ଏତଲାକୁ ଭିତ୍ତି କରି ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଏକ ଟିମ୍ ଗଠନ କରି ଘଟଣାର ଅନୁସନ୍ଧାନ ଚଳାଇ ଚୋରି ହୋଇଥିବା ପ୍ରାୟ ୫ କିଲୋ ଓଜନର ଗଦା ଉଦ୍ଧାର କରିଛନ୍ତି। ଏହା ସହ ଉକ୍ତ ଗ୍ରାମର ସନ୍ତୋଷ ଗୌଡ ଓ ଶିବ ସାହୁ ନାମକ ଦୁଇ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Read More

ଭୁବନେଶ୍ଵର: ଜୀ ସାର୍ଥକରେ ପ୍ରସାରିତ ହେଉଥିବା ଓଡିଶାର ବଡ଼ ରିୟାଲିଟି ଶୋ’ “ଓଡ଼ିଶାର ବେଷ୍ଟ ସିନେ ଷ୍ଟାରର ଖୋଜ୍” ମଞ୍ଚରେ ମୁମ୍ବାଇ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ତଥା ପ୍ରଖ୍ୟାତ ଖଳନାୟକ ରଞ୍ଜିତ ବେଦୀ ଅତିଥି ବିଚାରକ ଭାବେ ଯୋଗଦେଇଛନ୍ତି। ଓଡ଼ିଶାର ପ୍ରତି ଟି କୋଣ ଅନୁକୋଣରେ ଥିବା ଟ୍ୟାଲେଣ୍ଟେଡ କଳାକାର ସୃଷ୍ଟି କରିବା ପାଇଁ ଜୀ ସାର୍ଥକ ଯେଉଁ ପ୍ଲାଟଫର୍ମ ଯୋଗାଇଦେଉଛି ସେଥିପାଇଁ ଚ୍ୟାନେଲକୁ ସାଧୁବାଦ ଜଣାଇଥିଲେ ରଞ୍ଜିତ। ପରିଶ୍ରମ କଲେ ନିଶ୍ଚିତ ଭାବେ ଜଣେ ଜଣେ ସୁପ୍ରତିଷ୍ଠିତ କଳାକାର ହୋ ପାରିବେ ବୋଲି କହିଥିଲେ। ସାରା ଭାରତରେ ଚାଲିଥିବା ଅନେକ ରିୟାଲିଟି ଶୋ ଠାରୁ ଜୀ ସାର୍ଥକ ଚ୍ୟାନେଲରେ ପ୍ରସାରିତ ହେଉଥିବା ରିୟାଲିଟି ଶୋ କୌଣସି ଗୁଣ ବା ମାନରେ କମ୍ ନୁହେଁ ବୋଲି ମତ ଦେଇଥିଲେ। ଏହା ଦ୍ୱାରା ଯୁବପିଢ଼ି ମନୋରଞ୍ଜନ ଦୁନିଆ ପ୍ରତି ଆକର୍ଷିତ ହୋଇ ନିଜର କ୍ୟାରିୟର ଗଢିବାରେ ମଧ୍ୟ ଲାଗି ପଡ଼ୁଛନ୍ତି। ଓଡ଼ିଶାର…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଦ୍ୟୁତ୍ ଆଘାତରେ ଇଂଜିନିୟର ବି ଜ୍ୟୋତି ସ୍ୱରୂପ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଓମ୍ ବିହାର ଠାରେ ଏକ ଆପାର୍ଟମେଣ୍ଟରେ କାର୍ଯ୍ୟରତ ଜ୍ୟୋତି ସ୍ୱରୂପ ଏକ ଭାଇଭ୍ରେଟର୍ ମେସିନ ସଜାଡୁ ଥିବା ବେଳେ ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇ ଅଚେତ ହୋଇ ଯାଇଥିଲା। ଏହି ଭଳି ପରିସ୍ଥିତିରେ ଅନ୍ୟ କାର୍ଯ୍ୟରତ କର୍ମଚାରୀ ମାନେ ତାକୁ ବଡଡାକ୍ତରଖାନାକୁ ଚିକିତ୍ସା ପାଇଁ ନେବା ସହ ପରିବାର ଲୋକଙ୍କୁ ଖବର ଜଣାଇଥିଲେ। ମୃତ ଯୁବକଙ୍କ ପିତା ତଥା ପୂର୍ବତନ କର୍ପୋରେଟର ବି ଶ୍ରୀନିବାସ ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଡାକ୍ତରଖାନାରେ ପହଞ୍ଚି ଥିଲେ। କିନ୍ତୁ ଡ଼ାକ୍ତର ତାକୁ ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଥିଲେ। ଖବର ପାଇ ଗୋଷାଣୀ ନୁଆଁଗାଁ ଥାନା ପୋଲିସ୍ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ଓ ଶବ ବ୍ୟବଚ୍ଛେଦ ପରେ…

Read More

ଭୁବନେଶ୍ବର: ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲ କ୍ୟାମ୍ପସ-୨ରେ ଚଳିତ ଶିକ୍ଷାବର୍ଷରୁ ଏମବିବିଏସ୍ ପାଠ୍ୟକ୍ରମ ନିମନ୍ତେ ୫୦ଟି ସିଟ୍ ବୃଦ୍ଧି କରିବାକୁ ଜାତୀୟ ମେଡିକାଲ କମିଶନ (ଏନ୍ ଏମ୍ ସି) ଅନୁମୋଦନ କରିଛନ୍ତି। ଜାନୁଆରୀ ୨୦୨୩ରେ କଟକ – ଭୁବନେଶ୍ବର ମଧ୍ୟବର୍ତ୍ତୀ ଫୁଲନଖରା ଠାରେ ଉଦଘାଟିତ ହୋଇଥିବା ଆଇ ଏମ୍ ଏସ୍ ଆଣ୍ଡ ସମ ହସ୍ପିଟାଲ କ୍ୟାମ୍ପସ-୨ରେ ୨୦୨୪-୨୫ ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀ ଙ୍କ ପାଇଁ ୧୫୦ଟି ସିଟ୍ ରହିଥିଲା। ବର୍ତ୍ତମାନ ୨୦୨୫-୨୬ ଶିକ୍ଷା ବର୍ଷରେ ଦ୍ୱିତୀୟ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପାଇଁ ଏହାକୁ ୨୦୦ କୁ ବୃଦ୍ଧି କରାଯାଇଛି।

Read More

ଭୁବନେଶ୍ଵର: ବାରମ୍ବାର ଦାବିପତ୍ର ପ୍ରଦାନ ଓ ଆଲୋଚନା ସତ୍ତ୍ୱେ ଏନପିଏସ ମାଧ୍ୟମିକ ଶିକ୍ଷକ ମାନଙ୍କର ଦୀର୍ଘ ଦିନର ଦାବି ପୂରଣ ହେଉନଥିବାର ଅଭିଯୋଗ ହେଉଛି। ଏନ ପି ଏସ ମାଧ୍ୟମିକ ଶିକ୍ଷକ ମାନଙ୍କର ବିଭିନ୍ନ ସଂଗଠନ ଏକାଠି ହୋଇ ଦୀର୍ଘ ଦିନର ସେମାନଙ୍କ ନାର୍ଯ୍ୟ ଦାବି ଯଥା ୬ ବର୍ଷର ଚୁକ୍ତି ଅବଧିକୁ ନିୟମିତ ଚାକିରିରେ ଗଣନା କରି ୬ ଟି ନୋସନାଲ ଇନକ୍ରୀମେଣ୍ଟ ପ୍ରଦାନ କରିବା, ୩୨ ବର୍ଷ ର ପୁରୁଣା କ୍ୟାଡ଼ରର ପୁନର୍ଗଠନ, ମାଧ୍ୟମିକ ଶିକ୍ଷକ ମାନଙ୍କର Entry Level ଗ୍ରେଡ ପେ ୨୮୦୦ ରୁ ୪୨୦୦ ଏବଂ ୪୨୦୦ ରୁ ୪୬୦୦ କୁ ବୃଦ୍ଧି କରିବା ଓ ପ୍ରଭାବିତ ଶିକ୍ଷକମାନଙ୍କୁ ୪.୪.୨୦୨୨ ଠାରୁ ୧୭.୧୦.୨୦୨୨ ପର୍ଯ୍ୟନ୍ତ ଆର୍ଥିକ ଲାଭ ଆଦି ପ୍ରଦାନ ନିମନ୍ତେ ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ସମସ୍ତ ଜିଲ୍ଲା ର ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ…

Read More

ଭୁବନେଶ୍ଵର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ଓଡିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏହା ଲଘୁଚାପ ରୂପ ନେବାର ସମ୍ଭାବନା ଅଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଆଭ୍ୟନ୍ତରୀଣ ଓ ଉପକୂଳ ଜିଲ୍ଲାଗୁଡିକରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ନେଇ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର ଜିଲ୍ଲା ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଜିଲ୍ଲାଗୁଡିକରେ ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ବେଗରେ ପବନ ସହ ବର୍ଷାର ସମ୍ଭାବନା ରହିଛି।

Read More

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ର ଖାଦ୍ୟ ସଚିବଙ୍କ ସହିତ ଏକ ବୈଠକ ଡାକିଛନ୍ତି ଯାହାର ଅଧ୍ୟକ୍ଷତା ସଞ୍ଜୀବ ଚୋପ୍ରା, ସଚିବ, ଡିଏଫପିଡି, ଭାରତ ସରକାର କରିଥିଲେ। ଏଥିରେ ଆଗାମୀ ଖରିଫ ମାର୍କେଟିଂ ଋତୁ (କେଏମଏସ) ୨୦୨୫-୨୬ ରେ ଫସଲ କ୍ରୟ ପାଇଁ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ବୈଠକ ସମୟରେ, ଧାନ ସଂଗ୍ରହ (ଖରିଫ ଫସଲ) ପାଇଁ ଆକଳନ ଦୃଷ୍ଟିରୁ ୪୬୩.୫୦ ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟି) ସ୍ଥିର କରାଯିବା ସହ ଆଗାମୀ କେଏମଏସ ୨୦୨୫-୨୬ ସମୟରେ ମୋଟା ଶସ୍ୟ ଓ ବାଜରା (ଶ୍ରୀ ଅନ୍ନ) ପାଇଁ ସଂଗ୍ରହ ଆକଳନ ୧୯.୧୯ ଏଲଏମଟି ସ୍ଥିର କରାଯାଇଛି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଫସଲର ବିବିଧତା ଏବଂ ଖାଦ୍ୟ ପଦ୍ଧତିରେ ପୋଷକ ବୃଦ୍ଧି ପାଇଁ ବାଜରା ସଂଗ୍ରହ ଉପରେ ଧ୍ୟାନ ଦେବାକୁ ପରାମର୍ଶ…

Read More

ଭୁବନେଶ୍ୱର: ବର୍ତ୍ତମାନ ବ୍ୟୁଟି, ମେକଅପ୍, ଫେସିଆଲ ଆଦି ସେବା କ୍ଷେତ୍ରରେ ଚାହିଦା ବଢୁଛି। ତେଣୁ ଏ ଦିଗରେ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର (ଏସଏଚଜି) ସଦସ୍ୟମାନଙ୍କୁ ତାଲିମ ଦେଇ ସେମାନଙ୍କ ପାଇଁ ଜୀବିକାର ନୂଆ ବାଟ ସୃଷ୍ଟି କରିବା ଲାଗି ବିଶେଷ ପଦକ୍ଷେପ ନିଆଯାଉଛି। ଏଥିପାଇଁ ମିଶନ ଶକ୍ତି ବିଭାଗର ସହଭାଗିତାରେ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଚାରି ମାସ ଧରି ଚାଲିବ। ଏଥିରେ ରାଜ୍ୟର ୮ଟି ଜିଲ୍ଲାର ୨୧ ଜଣ ଏସଏଚଜି ମହିଳା ଭାଗ ନେଇଛନ୍ତି। ସେମାନଙ୍କୁ ‘କସମେଟୋଲୋଜି ଏବଂ ଉଦ୍ୟୋଗ ବିକାଶ’ ଆଦି ବିଷୟରେ ଆବଶ୍ୟକ ତାଲିମ ଦିଆଯିବ। ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଶ୍ରୀମତୀ ରଶ୍ମିତା ପଣ୍ଡା ଏବଂ ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶିକା ଡକ୍ଟର ମୋନିକା ପ୍ରିୟଦର୍ଶିନୀ ଯୋଗଦେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା…

Read More

ନୂଆଦିଲ୍ଲୀ: ଭାରତର ଦୁଇଟି ପ୍ରତିଷ୍ଠାନ, ବିଶ୍ୱର ସବୁଠୁ ବଡ଼ ରେଳ ନେଟୱର୍କ ମଧ୍ୟରୁ ଅନ୍ୟତମ ଭାରତୀୟ ରେଳବାଇ ଏବଂ ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ମଧ୍ୟରେ ଆଜି ଏକ ଐତିହାସିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ସମାରୋହରେ ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଅଶ୍ୱିନୀ ବୈଷ୍ଣବ, ରେଳ ବୋର୍ଡର ଅଧ୍ୟକ୍ଷ ସତୀଶ କୁମାର ଏବଂ ଏସବିଆଇର ଅଧ୍ୟକ୍ଷ ସି.ଏସ ସେଟ୍ଟୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୁଝାମଣାପତ୍ର ଅଧୀନରେ ଏସବିଆଇରେ ବେତନ ଖାତା ଥିବା ରେଳ କର୍ମଚାରୀଙ୍କ ପାଇଁ ବୀମା ସୁରକ୍ଷାରେ ଉଲ୍ଲେଖନୀୟ ବୃଦ୍ଧି କରାଯାଇଛି। ଦୁର୍ଘଟଣାଜନିତ ଆକସ୍ମିକ ମୃତ୍ୟୁ ସ୍ଥିତିରେ ବୀମା ରାଶିକୁ ବଢ଼ାଇ ୧ କୋଟି ଟଙ୍କା କରି ଦିଆଯାଇଛି। ଅନ୍ୟପକ୍ଷରେ ସିଜିଇଜିଆଇଏସ ଅଧୀନରେ ଆସୁଥିବା ଗ୍ରୁପ୍‌ ଏ, ବି ଏବଂ ସି କର୍ମଚାରୀଙ୍କ ପାଇଁ ବର୍ତ୍ତମାନର ସୁରକ୍ଷା ଯଥାକ୍ରମେ ୧.୨୦ ଲକ୍ଷ ଟଙ୍କା, ୬୦…

Read More

ମେଷ : ଆପଣ ଉତ୍ସାହଜନକ ସୂଚନା ପାଇବେ। ତୁମେ ଭୁଲିଯାଇଥିବା ସାଙ୍ଗମାନଙ୍କୁ ଭେଟିବେ। ଅପଚୟ ଖର୍ଚ୍ଚ ହେବ। ବହୁତ ଭଲ କାମ କରିବାକୁ ଇଚ୍ଛୁକ । ବ୍ୟବସାୟରେ ଲାଭ ହେବ। ସେୟାର ବଜାର ଏବଂ ମ୍ୟୁଚୁଆଲ୍ ଫଣ୍ଡ ଇତ୍ୟାଦି ଅନୁକୂଳ ଲାଭ ଦେବ। ଭାଇମାନଙ୍କର ସମର୍ଥନ ପାଇବେ। ଆତ୍ମ ସମ୍ମାନ ରହିବ। ଆତ୍ମ ସମ୍ମାନ ସହକାରେ ରୁହ। ଉପକୃତ ହେବେ। ବୃଷ : ଆଘାତ ଏବଂ ରୋଗ ହେତୁ ବାଧା ସମ୍ଭବ । ଅସୁବିଧାରେ ପଡ଼ନ୍ତୁ ନାହିଁ । ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ଭ୍ରମଣ ଲାଭଦାୟକ ହେବ । ଉପହାର ଏବଂ ଉପହାର ଗ୍ରହଣ କରାଯିବ । ବ୍ୟବସାୟ ବୃଦ୍ଧି ପାଇବ । ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ । ସମୟ ଅନୁକୂଳ ଅଛି, ଏହାର ଲାଭ ନିଅ । ପ୍ରଲୋଭିତ ହୁଅ ନାହିଁ । ସହଭାଗୀମାନଙ୍କର ସମର୍ଥନ ପାଇବେ । ସୁଖ ମିଳିବ । ମିଥୁନ : ବିବାଦକୁ…

Read More

ଭୁବନେଶ୍ୱର: ଦେଶରେ ବହୁଳ ଭାବେ ଆଦୃତି ଲାଭ କରିଥିବା ଭକ୍ତିଭାବପୂର୍ଣ୍ଣ ମ୍ୟୁଜିକ ଭିଡ଼ିଓ ‘ଭୋଲେନାଥ‘ର ଗାୟକ ଏବଂ ଅଭିନେତା ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପୁରାତନ ଛାତ୍ର ଅନୁରାଗ କୀର୍ତ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଶନିବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଜି ମ୍ୟୁଜିକ୍ ବ୍ୟାନରରେ ମୁକ୍ତି ଲାଭ କରିଥିବା କୀର୍ତ୍ତିଙ୍କର ଏହି ଭାବପୂର୍ଣ୍ଣ ସଂଗୀତକୁ ବିଶିଷ୍ଟ ଗୀତିକାର ତଥା ସଂଗୀତ ନିର୍ଦ୍ଦେଶକ କୌଶଳ କିଶୋର ପ୍ରସ୍ତୁତ କରିଥିବା ବେଳେ ସଂଗୀତ ପ୍ରେମୀଙ୍କ ମଧ୍ୟରେ ଏହା ଖୁବ୍ ପ୍ରଶଂସିତ ହେବାରେ ଲାଗିଛି। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରୁ ଇନ୍‌ଫର୍ମେସନ୍ ଟେକ୍ନୋଲଜିରେ ଶିକ୍ଷା ଲାଭ କରି ୨୦୧୫ରେ କୀର୍ତ୍ତି ପାସ କରିଥିଲେ। ଆଇଟିଇଆରରେ ଅଧ୍ୟୟନ କରୁଥିବା ବେଳେ ସେ ବିଭିନ୍ନ ସାଂସ୍କୃତିକ ଏବଂ କଳାତ୍ମକ କାର୍ଯ୍ୟରେ ନିଜକୁ ସଂଶ୍ଳିଷ୍ଟ ରଖିଥିଲେ। ବର୍ତମାନ ସେ ଭାରତର ଏକ ଅଗ୍ରଣୀ ମଲ୍ଟିନ୍ୟାସ୍‌ନାଲ୍…

Read More