Author: SM Network

ଭୁବନେଶ୍ଵର: ପୂର୍ବତଟ ରେଳପଥ ଭୁବନେଶ୍ୱରରେ 11ତମ ଜୋନାଲ ରେଳ ଉପଭୋକ୍ତା ପରାମର୍ଶଦାତା କମିଟି (ZRUCC)ର ଉଦଘାଟନୀ ବୈଠକ ଆୟୋଜନ କରିଥିଲା, ଯେଉଁଥିରେ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ, ପୂର୍ବତଟ ରେଳପଥର ବିଭିନ୍ନ ବିଭାଗର ପ୍ରମୁଖ ମୁଖ୍ୟମାନେ ଉପସ୍ଥିତ ଥିଲେ। ମାନ୍ୟବର ସାଂସଦ ଅପରାଜିତା ଷଡ଼ଙ୍ଗୀ (ଭୁବନେଶ୍ୱର), ସୁଜିତ କୁମାର (ଓଡିଶା), ମହେଶ କଶ୍ୟପ (ବସ୍ତର), ଆପଲାନାଇଡୁ କାଲିସେଟ୍ଟି (ବିଜିଆନଗରମ), ଏବଂ ବୋନେଲା ବିଜୟ ଚନ୍ଦ୍ର, ବିଧାୟକ (ପାର୍ବତୀପୁରମ)ଙ୍କ ସମେତ 23 ଜଣ ZRUCC ସଦସ୍ୟ ଅଂଶଗ୍ରହଣ କରିଥିଲେ। ଏହି ଅଧିବେଶନରେ ବାଣିଜ୍ୟ ଚାମ୍ବର, ବାଣିଜ୍ୟ ଏବଂ ଶିଳ୍ପ ସଂଘ, ଗ୍ରାହକ ସୁରକ୍ଷା ସଂଗଠନ, ଭିନ୍ନକ୍ଷମ ସଂଘ, ସ୍ୱୀକୃତିପ୍ରାପ୍ତ ଯାତ୍ରୀ ସଂଘ, ସ୍ୱତନ୍ତ୍ର ସ୍ୱାର୍ଥ ଗୋଷ୍ଠୀ, ମାନ୍ୟବର କେନ୍ଦ୍ର ମନ୍ତ୍ରୀଙ୍କ ମନୋନୀତ ବ୍ୟକ୍ତି ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ପ୍ରତିନିଧିମାନେ ମଧ୍ୟ ସାମିଲ ହୋଇଥିଲେ। ସଦସ୍ୟମାନେ ସକ୍ରିୟ ଭାବରେ ମୂଲ୍ୟବାନ ମତାମତ ଏବଂ ପରାମର୍ଶ ପ୍ରଦାନ କରିଥିଲେ। ଯାତ୍ରୀଙ୍କ ସୁବିଧା ଏବଂ ସେବା, ନୂତନ ଟ୍ରେନ…

Read More

ନୂଆଦିଲ୍ଲୀ: ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ (ଏପ୍ରିଲରୁ ଜୁନ୍‌) ମଧ୍ୟରେ ଭାରତର ବାସ୍ତବ ସକଳ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ଆନୁମାନିକ ୭.୮% ପ୍ରତିଶତ ରହିଥିବା ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟରୁ ସୂଚନା ମିଳିଛି । ୨୦୨୪-୨୫ ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୫% ଥିଲା। ମନ୍ତ୍ରଣାଳୟର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପକ୍ଷରୁ ସକଳ ଘରୋଇ ଉତ୍ପାଦ (ଜିଡିପି) ଆକଳନ ସହିତ ଏହାର ବ୍ୟୟ ଉପାଦାନର ତଥ୍ୟଗୁଡ଼ିକୁ ସ୍ଥିର (୨୦୧୧-୧୨) ଏବଂ ବର୍ତ୍ତମାନର ମୂଲ୍ୟ ଆଧାରରେ ଜାରି କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ନାମମାତ୍ର ଜିଡିପି ୮.୮% ହାରରେ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ବାସ୍ତବ ବାସ୍ତବ ସକଳ ମୂଲ୍ୟ ବୃଦ୍ଧି (ଜିଭିଏ) ବୃଦ୍ଧି ହାର ୩.୭% ରହିଛି । ଏହା ବିଗତ ଆର୍ଥିକ ବର୍ଷର ପ୍ରଥମ…

Read More

ଭୁବନେଶ୍ଵର: ପାର୍ବଣ ଋତୁ ଆରମ୍ଭ ହେବା ମାତ୍ରେ ରେଳ ଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ଏହି ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି, ଭାରତୀୟ ରେଳବାଇ ଯାତ୍ରୀଙ୍କ ସୁବିଧା ପାଇଁ ହଜାର ହଜାର ସ୍ୱତନ୍ତ୍ର ଟ୍ରେନ୍ ସେବା ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛି। ବିହାର ଯାଉଥିବା ଯାତ୍ରୀଙ୍କ ସୁବିଧା ପାଇଁ 12000 ରୁ ଅଧିକ ଟ୍ରେନ୍ ଚଳାଇବାକୁ ଯୋଜନା କରାଯାଇଛି। ଯେଉଁ ଟ୍ରେନ୍ ଚଳାଚଳ କରିବାକୁ ଯୋଜନା କରାଯାଇଛି ସେଗୁଡ଼ିକର ବିଜ୍ଞପ୍ତି ମଧ୍ୟ ଏବେ ଜାରି ହେବା ଆରମ୍ଭ ହୋଇଛି। 21 ସେପ୍ଟେମ୍ବରରୁ 30 ନଭେମ୍ବର 2025 ପର୍ଯ୍ୟନ୍ତ ମୋଟ 150 ପୂଜା ସ୍ପେଶାଲ ଟ୍ରେନ୍ ଚଳାଚଳ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି, ଯାହା ମାଧ୍ୟମରେ ମୋଟ 2024 ଅତିରିକ୍ତ ଯାତ୍ରା ସୁନିଶ୍ଚିତ କରାଯିବ। ପାର୍ବଣ ଋତୁ ଅବସରରେ ଦେଶର ବିଭିନ୍ନ ସ୍ଥାନରୁ ଯାତ୍ରୀମାନଙ୍କର ସୁଗମ ପରିବହନ ସୁନିଶ୍ଚିତ କରିବା ଏବଂ ସେମାନଙ୍କୁ ସେମାନଙ୍କ ପ୍ରିୟଜନଙ୍କ ସହିତ ଉତ୍ସବ ପାଳନ କରିବାର…

Read More

ଭୁବନେଶ୍ୱର: ଆଗାମୀ ସେପ୍ଟେମ୍ବର ୧ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସୋମବାର ସେପ୍ଟେମ୍ବର ୧ ତାରିଖ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା।

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଉଢୁରା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଦେହରୁ ହାତ ଅଲଗା ହୋଇଯାଇଛି। ଯୁବକ ଜଣଙ୍କ ହେଉଛନ୍ତି ଜଗନ୍ନାଥ ପ୍ରସାଦ ଥାନା ପଞ୍ଚଭୂତି ଗ୍ରାମର ଗୋବିନ୍ଦ ବିଷୋୟୀ। ସୂଚନା ପ୍ରକାରେ ଗୋବିନ୍ଦ ଏକ ମୋଟରସାଇକେଲ୍ ଯୋଗେ ବେଲଗୁଣ୍ଠା ପଟୁ ନିମପଦର ଶଶୁର ଘରକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଜଗନ୍ନାଥପ୍ରସାଦ ରାସ୍ତାର ଉଢୁରା ଗ୍ରାମ ଛକ ଠାରୁ ଅଳ୍ପ ଦୁରରେ ବହୁ ଦିନରୁ ରାସ୍ତାକଡ଼ରେ ରହିଥିବା ଏକ ଜେସିବି ମେସିନ ସହିତ ଧକ୍କା ହୋଇଥିଲା। ଫଳରେ ଗୋବିନ୍ଦଙ୍କ ବାମ ପଟ ହାତ କାନ୍ଧ ପାଖରୁ କିଛି ଅଂଶ ଛାଡ଼ି ଅବଶିଷ୍ଟ ଛିଣ୍ଡି ଯାଇ ମେସିନ ରେ ଝୁଲି ରହିଥିଲା। ସେଠାରେ ଗୋବିନ୍ଦ ପଡିଯିବା ସହ ବାଇକଟି ବାମ ପଟରୁ ବହୁ ଦୁରରେ ଡାହାଣ ପଟ ବିଲକୁ ଖସି ଯାଇଥିଲା। ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନସ୍ କୁ…

Read More

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ପ୍ରଖ୍ୟାତ ଶକ୍ତିପୀଠ ମା’ଭଗବତୀ ମନ୍ଦିରରେ ଷଷ୍ଠି ଓଷା ମହାସମାରୋହରେ ପାଳିତ ହୋଇଯାଇଛି। ଏଠାରେ ଓଷା ଦିନ ମା’ ଭଗବତୀଙ୍କୁ ଷଷ୍ଠି ଦେବୀ ବେଶରେ ପୂଜା କରାଯାଇଥାଏ। ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ, ମାଜଣା ସହିତ ମହାସ୍ନାନ କରାଯାଇ ମହାପ୍ରସାଦ ଅର୍ପଣ ପରେ ବେଶ ହୋଇ ସର୍ବସାଧାରଣ ଦର୍ଶନ ଚାଲିଥିଲା। ଦିବା ଏକ ଘଟିକା ସମୟରେ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରଠାରେ ବିଜେ କାହାଳୀ ବାଜିଲା ପରେ ମା’ଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣି ଘଣ୍ଟା ଘଣ୍ଟ କାହାଳି ବାଦ୍ୟ ବାଜଣାରେ ଛତ୍ର ତରାଶ ଆଲଟ ଚାମର ସହିତ ଥାଟ ପଟୁଆରରେ ନିଯୋଗୀ ସେବାୟତଙ୍କ ସାଥିରେ ନିଜ ମନ୍ଦିରକୁ ବିଜେ କରିଥିଲେ। ବାଣପୁର ବଡ଼ ଦାଣ୍ଡରେ ଯାତ୍ରା କାଳରେ ଗୃହିଣୀ ମାନେ ଶଙ୍ଖ ହୁଳହୁଳି ପକାଇ ମା’ଙ୍କୁ ବନ୍ଦାପନା କରି ନିଜ ଘରମାନଙ୍କରେ ପ୍ରସ୍ତୁତ କ୍ଷୀରିଖେଚଡ଼ି , ପିଠାପଣା ସହିତ ଛ ତିଅଣ ନଭଜା କରି ଷଷ୍ଠି ଦେବୀ ଭାବରେ…

Read More

ଭୁବନେଶ୍ବର: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି)  ଓ  ଲଘୁ ଉଦ୍ୟୋଗ ଭାରତୀ ପକ୍ଷରୁ ବିକଶିତ ଓଡ଼ିଶା ‘ଓଡିଶାର ଅଭିବୃଦ୍ଧି ଇଞ୍ଜିନକୁ ସଶକ୍ତ କରିବା’ ଉପରେ ଏକ ଆଲୋଚନାଚକ୍ର ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଛନ୍ତି ଯେ, ଦେଶର ସର୍ବଶ୍ରେଷ୍ଠ ପାଞ୍ଚଟି ବିକଶିତ ରାଜ୍ୟ ଭିତରେ ଓଡିଶାକୁ ସ୍ଥାନ ଦେବା ଆମ ସରକାରଙ୍କ ପ୍ରଥମ ଏବଂ ଏକମାତ୍ର ଲକ୍ଷ୍ୟ। ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇ କହିଥିଲେଯେ ଆଗାମୀ ମାସରେ ହେବାକୁ ଥିବା GST ସଂସ୍କାର, ଦେଶର ବାଣିଜ୍ୟ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣିବ। କାରଣ GST ଦର କମ ହେଲେ ଦେଶରେ consumption ବୃଦ୍ଧି ହେବ, consumption ବୃଦ୍ଧି ହେଲେ ଅଧିକ ମାନୁଫାକ୍‌ଚରିଂ ହେବ, ଅଧିକ ରୋଜଗାର ବଢିବ। ଆମର ଏହି ଲକ୍ଷ୍ୟ ହାସଲ ପାଇଁ କୃଷି, ଶିଳ୍ପ ଓ ସାମାଜିକ ବିକାଶକୁ ଗ୍ରୋଥ୍…

Read More

ଭୁବନେଶ୍ଵର: କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ ତଥା ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଓଡିଶା ପୋଲିସର ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। କଟକ ଆଇପିଏସ ମେସସ୍ଥିତ ଆର.କେ. ପାଢ଼ୀ ମେମୋରିଆଲ ହଲ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସମାରୋହରେ ଡିଜିପି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ପୋଲିସର କ୍ରୀଡ଼ାବିତଙ୍କ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କ ଅସାଧାରଣ ପ୍ରତିଭା ଏବଂ କ୍ରୀଡ଼ା ଉତ୍କର୍ଷତାର ଭୁୟସୀ ପ୍ରଶଂସା କରିଥିଲେ। ଏଥି ନିମନ୍ତେ ବିଗତ ଦିନରେ ସାରା ଦେଶରେ ଓଡିଶା ପୋଲିସର ସୁନାମ ବୃଦ୍ଧି ପାଇଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ। ଏହି ସମ୍ବର୍ଦ୍ଧନା ସମାରୋହ ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ସହ ଭବିଷ୍ୟତରେ ନୂଆ ମାଇଲଖୁଣ୍ଟ ହାସଲ କରିବା ପାଇଁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ବୋଲି ସେ ଆଶାବ୍ୟକ୍ତ…

Read More

ଭୁବନେଶ୍ୱର: ଭୁବନେଶ୍ୱର ସହରକୁ ଡ୍ରଗ୍ସ ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସେବନ, ଚୋରାଚାଲାଣ ଓ ବିକ୍ରି‌ ଉପରେ ଅଙ୍କୁଶ ଲଗାଇବା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଉପସ୍ଥିତିରେ ରାଜ୍ୟ ପୋଲିସ ବିଭାଗ, ଅବକାରୀ ବିଭାଗ, BMC ଏବଂ NCB ସହ ଆଲୋଚନା କରିଥିଲେ। ଏହି ବୈଠକରେ ଡ୍ରଗ୍ସ ଫ୍ରୀ ଭୁବନେଶ୍ଵର, ମାଦକ ଦ୍ରବ୍ୟ ବିକ୍ରି, ଚୋରାଚାଲାଣ ଉପରେ ଅଙ୍କୁଶ ଲଗାଇବା ପାଇଁ ପୋଲିସ, ଅବକାରୀ, NCB, BMC ଙ୍କୁ ନେଇ ଗୋଟିଏ ସ୍ବତନ୍ତ୍ର ଧରପଗଡ଼ ଅଭିଯାନ ଭୁବନେଶ୍ବର ସହର ତଥା ଓଡ଼ିଶାର ସମସ୍ତ ଜିଲ୍ଲା ମାନଙ୍କରେ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଉକ୍ତ ବୈଠକରେ ଉପସ୍ଥିତ ଥିବା ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ନିଶା ନିବାରଣ ସହିତ ଚୋରା ନିଶାଦ୍ରବ୍ୟ ବେପାରୀମାନଙ୍କୁ ଧରିବା ପାଇଁ ନୂତନ ପ୍ରୟାସ ଓ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ପୌର ପରିଷଦ ଆନୁକୁଲ୍ୟରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ -୨୦୨୫ ଓ ଜାତୀୟ କ୍ରୀଡା ଦିବସ ସମନ୍ୱିତ ଭାବେ ପାଳନ ଅବସରରେ ଖୋର୍ଦ୍ଧା ପ୍ରଥମ ପଥ ଉତ୍ସଵ ଶୁକ୍ରବାର ସକାଳ ୦୭.୦୦ଘଟିକା ସମୟରୁ ସମବାୟ ସମିତି ଲିଃ ବ୍ୟାଙ୍କ ଠାରୁ ଷ୍ଟେଟ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇ ଯାଇଅଛି। ଏହି ପଥ ଉତ୍ସଵ ଉପଲକ୍ଷେ ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାସିଂହ ଯୋଗଦେଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଗ୍ରହରେ ପ୍ରଦୀପ ପ୍ରଜ୍ବଳନ କରି ପଥ ଉତ୍ସଵ କୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଲେ ଯେ, ପଥ ଉତ୍ସଵ ଓ କ୍ରୀଡ଼ା ଉତ୍ସଵ ନିର୍ମଳ ମନ ଓ ସୁସ୍ଥ ଶରୀର ପାଇଁ ଏକ ଗଭୀର ପ୍ରଭାବ ପକାଇବ। ଖୋର୍ଦ୍ଧା ସହରର ଜନସାଧାରଣ ମାନେ ଶିକ୍ଷା,…

Read More

ଭୁବନେଶ୍ଵର: ଏମ୍ସ ଭୁବନେଶ୍ୱରର ମାନସିକ ରୋଗ ବିଭାଗ ପକ୍ଷରୁ ଏକ ଅତ୍ୟାଧୁନିକ ନ୍ୟୁରୋ ମଡୁଲେସନ ସେବା କେନ୍ଦ୍ର ଆରମ୍ଭ କରାଯାଇଛି। ଏହି କେନ୍ଦ୍ରରେ ଅତ୍ୟାଧୁନିକ ନନ୍ଇନ୍ଭେସିଭ୍ ବ୍ରେନ ଷ୍ଟିମୁଲେସନ ଥେରାପି ମାଧ୍ୟମରେ ଗୁରୁତର ମାନସିକ ରୋଗୀଙ୍କ ଚିକିତ୍ସା କରାଯିବ। ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ ଏହି ସେବା କେନ୍ଦ୍ରର ଉଦଘାଟନ କରିଛନ୍ତି। ଏହା ଓଡିଶା ଓ ପଡୋଶୀ ରାଜ୍ୟର ଲୋକମାନଙ୍କୁ ସର୍ବାଧୁନିକ ତଥା ପ୍ରଭାବଶାଳୀ ଚିକିତ୍ସା ଯୋଗାଇଦେବ। ଏହି କେନ୍ଦ୍ରରେ ନ୍ୟୁରୋ ମଡୁଲେସନ ପ୍ରଯୁକ୍ତି ରହିଛି ଯେଉଁଥିରେ କି ରିପିଟେଟିଭ୍ ଟ୍ରାନ୍ସକ୍ରାନିଏଲ ମ୍ୟାଗ୍ନେଟିକ ଷ୍ଟିମୁଲେସନ ୟୁନିଟ, ଅଲ୍ଟ୍ରା-ବ୍ରିଫ୍ ପଲ୍ସ ଇସିଟି ୟୁନିଟ କାର୍ଯ୍ୟକ୍ଷମ ହେବ ବୋଲି ଡକ୍ଟର ବିଶ୍ୱାସ କହିଛନ୍ତି।

Read More

ନୂଆଦିଲ୍ଲୀ: ଭାରତର ବୟନ ଶିଳ୍ପ, ଦେଶର ଦ୍ୱିତୀୟ ସର୍ବବୃହତ ନିଯୁକ୍ତି ପ୍ରଦାନକାରୀ, ଉଚ୍ଚ ମାନର କପା ପାଇଁ ଆବଶ୍ୟକ କରେ। ଚାହିଦା-ଯୋଗାଣ ମଧ୍ୟରେ ଥିବା ବ୍ୟବଧାନକୁ ଦୃଷ୍ଟିରେ ରଖି ସରକାର କପା ଉପରେ ଆମଦାନୀ ଶୁଳ୍କ ଛାଡ଼କୁ ୨୦୨୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ ଦ୍ୱାରା ସୂଚିତ ଏହି ନିଷ୍ପତ୍ତି ଦ୍ୱାରା ସୂତା, କପଡା, ପୋଷାକ ଏବଂ ମେଡ୍‍ ଅପ୍ ସମେତ ସମଗ୍ର ବୟନଶିଳ୍ପ ମୂଲ୍ୟ ଶୃଙ୍ଖଳାରେ ନିବେଶ ମୂଲ୍ୟ ସ୍ଥିର ରହିବ ବୋଲି ଆଶା କରାଯାଉଛି, ଯାହା ଉତ୍ପାଦନକାରୀ ଏବଂ ଗ୍ରାହକଙ୍କୁ ସମାନ ଭାବେ ଆଶ୍ୱସ୍ତି ପ୍ରଦାନ କରିବ। ଏହି ରଣନୈତିକ ହସ୍ତକ୍ଷେପ ଦ୍ୱାରା ବୟନଶିଳ୍ପ କ୍ଷେତ୍ର ଘରୋଇ କପା ଚାଷୀମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହିତ ବିଶ୍ୱ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ରହିବ। ଅଧିକାଂଶ ଆମଦାନୀ ସ୍ୱତନ୍ତ୍ର ଶିଳ୍ପ ଆବଶ୍ୟକତା କିମ୍ବା ବ୍ରାଣ୍ଡ-ଲିଙ୍କ ରପ୍ତାନି ଚୁକ୍ତିନାମା ପୂରଣ କରେ…

Read More

ଭୁବନେଶ୍ଵର: ବଙ୍ଗୋପସାଗରର ଦକ୍ଷିଣ ଓ ଓଡିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ୫ ଦଶମିକ ୮ କିଲୋମିଟର ଉର୍ଦ୍ଧ୍ୱରେ ରହି ଦକ୍ଷିଣ-ପଶ୍ଚିମ ଦିଗରେ ଗତିକରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ଓ କିଛି କିଛି ସ୍ଥାନରେ ଘଡଘଡି ସହ ବର୍ଷା ଲାଗିରହିଛି। ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଭଳି ପାଗ ଅବ୍ୟାହତ ରହିବ।

Read More

ନୂଆଦିଲ୍ଲୀ: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଉପସ୍ଥିତିରେ ଗୁଜରାଟର ସାନନ୍ଦଠାରେ ଭାରତର ପ୍ରଥମ ଏଣ୍ଡ-ଟୁ-ଏଣ୍ଡ ସେମିକଣ୍ଡକ୍ଟର ଓଏସଏଟି ପାଇଲଟ୍ ଲାଇନ୍ ପ୍ଲାଣ୍ଟକୁ ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଭାରତର ସେମିକଣ୍ଡକ୍ଟର ଯାତ୍ରାରେ ଏହା ଏକ ଐତିହାସିକ ଆରମ୍ଭ। ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ପାଇଲଟ୍ ଲାଇନ ପ୍ଲାଣ୍ଟର ଉଦଘାଟନ ଭାରତର ସେମିକଣ୍ଡକ୍ଟର ଡିଜାଇନ୍, ଉତ୍ପାଦନ ଏବଂ ଡାଉନଷ୍ଟ୍ରିମ୍ କ୍ଷମତା ବିକାଶର ସ୍ୱପ୍ନ ପୂରଣ କରିବାରେ ଏକ ନିର୍ଣ୍ଣାୟକ ପଦକ୍ଷେପ। ଏହି ପରିବର୍ତ୍ତନରେ ଗୁଜରାଟ ଏକ ପ୍ରମୁଖ କେନ୍ଦ୍ର ଭାବରେ ଉଭା ହୋଇଛି। ଶ୍ରୀ ବୈଷ୍ଣବ ଓଏସଏଟି ପାଇଲଟ୍ ଲାଇନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଜୋର ଦେଇ କହିଛନ୍ତି, ଏଠାରେ ଉତ୍ପାଦିତ ଚିପ୍ସ ଗ୍ରାହକ ଯୋଗ୍ୟତା ପାଇଁ ବ୍ୟବହାର କରାଯିବ। ଏହି ଚିପ୍ସଗୁଡ଼ିକ ଅନୁମୋଦିତ ହେବା ପରେ, ବାଣିଜ୍ୟିକ ପ୍ଲାଣ୍ଟଗୁଡ଼ିକ ପାଇଁ ଯୋଗ୍ୟ ଉତ୍ପାଦଗୁଡ଼ିକର ପୂର୍ଣ୍ଣ କ୍ଷମତାରେ…

Read More

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଂସଦ ଭବନ ପରିସରରେ ଶ୍ରୀଲଙ୍କା-ଭାରତ ସଂସଦୀୟ ବନ୍ଧୁତା ସଂଘର ଏକ ୨୪ ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ ପ୍ରତିନିଧି ଦଳକୁ ଭେଟିଛନ୍ତି। ଏହି ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ଶ୍ରୀଲଙ୍କାର ସ୍ୱାସ୍ଥ୍ୟ ଏବଂ ଗଣ ଯୋଗାଯୋଗ ମନ୍ତ୍ରୀ ଏବଂ ଶ୍ରୀଲଙ୍କା-ଭାରତ ସଂସଦୀୟ ବନ୍ଧୁତା ସଂଘର ସଭାପତି ଡକ୍ଟର ନାଲିନ୍ଦା ଜୟତିସା। ପ୍ରତିନିଧି ଦଳକୁ ସ୍ୱାଗତ କରି ବାଚସ୍ପତି ଓମ୍ ବିର୍ଲା କହିଛନ୍ତି: “ଭାରତ ଏବଂ ଶ୍ରୀଲଙ୍କା ଗଭୀର ଐତିହାସିକ, ସାଂସ୍କୃତିକ ଏବଂ ସଭ୍ୟତାର ସମ୍ପର୍କ ବହନ କରନ୍ତି। ଆଜି, ଏହି ବନ୍ଧନ ଏକ ଦୃଢ଼ ତଥା ବ୍ୟାପକ ସହଭାଗୀତାରେ ପରିଣତ ହୋଇଛି। ଭାରତର ‘ପଡ଼ୋଶୀ ପ୍ରଥମ’ ନୀତି ଏବଂ ‘ଭିଜନ ସାଗର’ରେ ଶ୍ରୀଲଙ୍କାର ଏକ ବିଶେଷ ସ୍ଥାନ ରହିଛି।” ସାମ୍ପ୍ରତିକ ଉଚ୍ଚସ୍ତରୀୟ ଆଦାନପ୍ରଦାନକୁ ଉଲ୍ଲେଖ କରି ଶ୍ରୀ ବିର୍ଲା ଏପ୍ରିଲ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶ୍ରୀଲଙ୍କା ଗସ୍ତ ଏବଂ ଡିସେମ୍ବର ୨୦୨୪ରେ ଶ୍ରୀଲଙ୍କା ରାଷ୍ଟ୍ରପତି…

Read More

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ନୂଆଁଖାଇ ପାଳନ କରିଛନ୍ତି। ସେ କେତେକ ବିଧାୟକ ଓ ରାଜ୍ୟ ବାହାରୁ ଆସିଥିବା ସାମ୍ବାଦିକ ଓ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ସହ ମା’ ସମଲେଶ୍ୱରୀ ମନ୍ଦିରକୁ ଯାଇ ଅଧିଷ୍ଠାତ୍ରୀ ଦେବୀଙ୍କ ଦର୍ଶନ କରିଥିଲେ। ଏହାପରେ ସେଠାରେ ନବାନ୍ନ ପ୍ରସାଦ ଗ୍ରହଣ କରିଥିଲେ। ସେଠାରେ ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟ ବାହାରୁ ଆସିଥିବା ଅତିଥିମାନଙ୍କ ସହ ସମ୍ବଲପୁରର କଳା, ସଂସ୍କୃତି, ଐତିହ୍ୟ, ଇତିହାସ ଓ ପର୍ଯ୍ୟଟନ ସମ୍ପଦ ସମ୍ପର୍କରେ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ। ଏହି ଅବସରରେ ସେ ମାନେଶ୍ୱର ବ୍ଲକ ସିନ୍ଦୁରପଙ୍କ ଅଞ୍ଚଳ ଗସ୍ତ କରିବା ସହ ଶ୍ୟାମ ସୁନ୍ଦର ପତିଙ୍କ ବାସଭବନରେ ସପରିବାର ନବାନ୍ନ ଖାଇ ନୂଆଁଖାଇ ପର୍ବ ପାଳନ କରିଥିଲେ। ନୂଆଁଖାଇ ସମ୍ପର୍କରେ ମତାମତ ଦେଇ ଶ୍ରୀ…

Read More

ମେଷ : ବିବାହ ପ୍ରସ୍ତାବ ଗ୍ରହଣ କରାଯାଇପାରେ । ସରକାରଙ୍କ ସହାୟତାରେ କୌଣସି କାର୍ଯ୍ୟ ଶେଷ ହେବ। ବ୍ୟବସାୟ ଅନୁକୂଳ ଲାଭ ଦେବ। ଜରୁରୀ ଜିନିଷକୁ ଠିକ୍ ସମୟରେ ନ ପାଇବାରୁ ଦୁଃଖ ଆସିବ । ବିନିଯୋଗ ଭଲ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ଆୟ ବୃଦ୍ଧି ପାଇବ । ସମୟ ଅନୁକୂଳ ହେବ । ଅଳସୁଆତା ଜିତିବ । ଘରେ ସୁଖ ଏବଂ ଶାନ୍ତି ରହିବ । ଉପକୃତ ହେବ । ବୃଷ : ପ୍ରଗତିର ରାସ୍ତା ଖୋଲାଯିବ । ଭୋଜି ଖାଇବା ଠାରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ । ଜମି ଏବଂ ନିର୍ମାଣ ସଂପର୍କିତ କ୍ରୟ ଏବଂ ବିକ୍ରୟ ଲାଭଦାୟକ ହେବ । ବିନିଯୋଗ ଭଲ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟରୁ…

Read More

ବାଣପୁର: ସମ୍ପ୍ରତି ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ସକ୍ରିୟ ହୋଇପଡିଛନ୍ତି ଅସାମାଜିକ ବ୍ୟକ୍ତି। ଲୁଟେରା, ଜୁଆଡ଼ି, ନିଶାଡି, ମଦ୍ୟପଙ୍କ ଦୌରାତ୍ମ୍ୟ ବଢୁଥିବା ବେଳେ ପୋଲିସ ମଧ୍ୟ ଏମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖୁଛି। ତେବେ ଗତକାଲି ବିଳମ୍ବିତ ରାତ୍ରିରେ ଗଣେଶ ପୂଜାର ସୁଯୋଗ ନେଇ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକାଧିକ ମୋବାଇଲ ଏବଂ ସାଇକେଲ ଚୋରି ହୋଇଥିବା ବେଳେ ଆଜି ପୋଲିସ ଉକ୍ତ ଚୋରି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରିଛି। ପୋଲିସ ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ତୋରସିଂହ ଏବଂ ଆଙ୍କୁଲାପଦର ଗ୍ରାମର ବିଭିନ୍ନ ଗଣେଶ ପୂଜା ମଣ୍ଡପରୁ ଛଅ ଗୋଟି ମୋବଇଲ ଫୋନ ଚୋରି ହୋଇଥିଲା। ଅନୁରୂପ ଭାବେ ମା’ ଭଗବତୀ ମନ୍ଦିର ନିକଟରୁ ଦୁଇ ଗୋଟି ସାଇକେଲ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇ ବାଣପୁର ପୋଲିସ ଉଭୟ ଚୋରି ଘଟଣାରେ…

Read More

ଭୁବନେଶ୍ଵର: ଗଣେଶ ପୂଜା ଅବସରରେ ଜୀ ସାର୍ଥକର ନୂଆ ଓଡ଼ିଆ ଚଳଚ୍ଚିତ୍ର “ବିଘ୍ନ ବିନାଶିବେ ବିନାୟକ”ର ଅଡିଓ ରିଲିଜ୍ ହୋଇଛି। ଏହି ଅଡିଓ ରିଲିଜ୍ ଉତ୍ସବରେ ଚଳଚ୍ଚିତ୍ରର ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ, ନିର୍ଦ୍ଦେଶକ ସଞ୍ଜୟ ନାୟକ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, ଜୀ ସାର୍ଥକ ଫିଲ୍ମ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋପାମୁଦ୍ରା ନାୟକ, ବିଶ୍ୱରଞ୍ଜନ ବରାଳ କଣ୍ଠଶିଳ୍ପୀ ରଶ୍ମି ରେଖା, ସାଇନା, ବରିଷ୍ଠ କଳାକାର କେଦାର ମିଶ୍ର, ବିଜିତ ବାରିକ ଏବଂ କୁନି କଳାକାର ଶାଶ୍ୱତୀ ମିଶ୍ର ଉପସ୍ଥିତ ଥିଲେ। ଓଡ଼ିଶାର ଘରେ ଘରେ ପରିଚିତ, ରାଜ୍ୟର ୧ ନମ୍ବର ମନୋରଞ୍ଜନ ଚ୍ଯାନେଲ ଜୀ ସାର୍ଥକ, ଓଡିଶାର ପର୍ବ, ପରମ୍ପରା ଓ ସଂସ୍କୃତିକୁ ଆଖିରେ ରଖି ଗୋଟିଏ ପରେ ଗୋଟିଏ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ଓଡ଼ିଆ ଦର୍ଶକଙ୍କୁ ଦେଇ ଆସିଛି। ସେହିପରି ଆସନ୍ତା ଗଣେଶ ପୂଜା ଉପଲକ୍ଷେ ଏସ ପି ପି ପ୍ରଡକସନ୍ସ ପକ୍ଷରୁ ପ୍ରସ୍ତୁତ ଓଡ଼ିଆ…

Read More

ନୂଆଦିଲ୍ଲୀ: TVS ଆଜି ଏହାର ନୂତନ ଇଲେକ୍ଟ୍ରିକ୍ ସ୍କୁଟର TVS Orbiter ଲଞ୍ଚ୍ କରିଛି। କମ୍ପାନୀ ଏଥିରେ ଅନେକ ଉନ୍ନତ ବୈଶିଷ୍ଟ୍ୟ ପ୍ରଦାନ କରିଛି, ଏବଂ ଭଲ ରେଞ୍ଜ ଏବଂ ଦୃଢ଼ ପ୍ରଦର୍ଶନ ଦାବି କରିଛି। ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏଥିରେ କେଉଁ ବୈଶିଷ୍ଟ୍ୟ ଉପଲବ୍ଧ, ଏହାର ରେଞ୍ଜ କ’ଣ ଏବଂ ଏହାକୁ କେଉଁ ମୂଲ୍ୟରେ ଲଞ୍ଚ କରାଯାଇଛି। ଆସନ୍ତୁ ଜାଣିବା…. TVS Orbiter ଏକ ଏଣ୍ଟ୍ରି-ଲେବଲ୍ ଇ-ସ୍କୁଟର ହେବ କମ୍ପାନୀ ଏପର୍ଯ୍ୟନ୍ତ ସରକାରୀ ସୂଚନା ସେୟାର କରିନାହିଁ, କିନ୍ତୁ ଆଶା କରାଯାଉଛି ଯେ, ଏହି ମଡେଲ୍ ଏକ ଏଣ୍ଟ୍ରି-ଲେବଲ୍ ଇଲେକ୍ଟ୍ରିକ୍ ସ୍କୁଟର ହେବ। ଅର୍ଥାତ୍, ଏହା ବୈଶିଷ୍ଟ୍ୟ ଏବଂ ମୂଲ୍ୟ ଦୃଷ୍ଟିରୁ TVS iQube ତଳେ ରହିବ। ଏହାର ଅର୍ଥ ହେଉଛି ନୂତନ ସ୍କୁଟର ସେମାନଙ୍କୁ ଟାର୍ଗେଟ କରିବ ଯେଉଁମାନେ ପ୍ରଥମ ଥର ପାଇଁ ଏକ ଇଲେକ୍ଟ୍ରିକ୍ ସ୍କୁଟର କିଣିବାକୁ ଚାହାଁନ୍ତି ଏବଂ ଏକ ସୁଲଭ ଏବଂ…

Read More

ରଣପୁର: ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଗଣେଶ ପୂଜା ବିଶେଷ ଧୂମଧାମ ଓ ଧାର୍ମିକ ଉତ୍ସାହରେ ପାଳିତ ହୋଇ ଯାଇଛି। ପୂଜା କାର୍ଯ୍ୟ ସକାଳ ୭ଟାରୁ ଆରମ୍ଭ ହୋଇ ସକାଳ ୮.୩୦ରେ ପୁଷ୍ପାଞ୍ଜଳି ଦିଆଯାଇଥିଲା। ପରେ, ପୂଜା ଉପଲକ୍ଷେ ପ୍ରସ୍ତୁତ ଅନ୍ନ, ତରକାରୀ ଓ ଖଟା ପ୍ରସାଦ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀମାନେ ସେବନ କଲେ। ଏହି ପୂଜାର ସଫଳ ପରିଚାଳନାରେ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କୁ ଅଙ୍ଗନବାଡ଼ି କର୍ମୀ ପୁଷ୍ପମଞ୍ଜରୀ ଦେଇ, କାନନବାଳା ସାହୁ, ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା, ବିଦ୍ୟାଳୟ ପାଚିକା ଅହଲ୍ୟା ଦେଇ, ବାସନ୍ତୀ ମାଝୀ, ଯଦୁମଣି ବିଶ୍ୱାଳ, ଅଙ୍ଗନବାଡି ସହାୟିକା କୁନି ଖଟେଇ ଓ ଟୁନିଲତା ସାହୁ ପ୍ରମୁଖ ସହଯୋଗ କରିଥିଲେ। ସେହିପରି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ସଦସ୍ୟ ରବୀନ୍ଦ୍ର କୁମାର ସଂଗ୍ରାମସିଂହ ଓ ‘ମୋ ସ୍କୁଲ’ ସଭାପତି ଗଣେଶ୍ୱର ପ୍ରଧାନ ମଧ୍ୟ ଏହି ପୂଜାକୁ…

Read More