Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଥମ ତୈମାସରେ ଆନୁମାନିକ ୭.୮% ଜିଡିପି ଅଭିବୃଦ୍ଧି ହାସଲ କଲା ଭାରତ
ଜାତୀୟ ଖବର

ପ୍ରଥମ ତୈମାସରେ ଆନୁମାନିକ ୭.୮% ଜିଡିପି ଅଭିବୃଦ୍ଧି ହାସଲ କଲା ଭାରତ

August 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
GDP
ଆକଳନଠାରୁ ଅଧିକ ଗତିରେ ଦୌଡିଲା ଭାରତର GDP: ଆସିଲା ରିପୋର୍ଟ

ନୂଆଦିଲ୍ଲୀ: ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ (ଏପ୍ରିଲରୁ ଜୁନ୍‌) ମଧ୍ୟରେ ଭାରତର ବାସ୍ତବ ସକଳ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ଆନୁମାନିକ ୭.୮% ପ୍ରତିଶତ ରହିଥିବା ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟରୁ ସୂଚନା ମିଳିଛି । ୨୦୨୪-୨୫ ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୫% ଥିଲା।

ମନ୍ତ୍ରଣାଳୟର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପକ୍ଷରୁ ସକଳ ଘରୋଇ ଉତ୍ପାଦ (ଜିଡିପି) ଆକଳନ ସହିତ ଏହାର ବ୍ୟୟ ଉପାଦାନର ତଥ୍ୟଗୁଡ଼ିକୁ ସ୍ଥିର (୨୦୧୧-୧୨) ଏବଂ ବର୍ତ୍ତମାନର ମୂଲ୍ୟ ଆଧାରରେ ଜାରି କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ନାମମାତ୍ର ଜିଡିପି ୮.୮% ହାରରେ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ବାସ୍ତବ ବାସ୍ତବ ସକଳ ମୂଲ୍ୟ ବୃଦ୍ଧି (ଜିଭିଏ) ବୃଦ୍ଧି ହାର ୩.୭% ରହିଛି । ଏହା ବିଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୧.୫% ରହିଥିଲା।

ଚଳିତ ତ୍ରୈମାସରେ ମୁଖ୍ୟତଃ ଉତ୍ପାଦନ (୭.୭%) ଏବଂ ନିର୍ମାଣ (୭.୬%) ଭଳି ଦ୍ୱିତୀୟକ କ୍ଷେତ୍ରରେ ସ୍ଥିର ମୂଲ୍ୟରେ ୭.୫%ରୁ ଅଧିକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ତେବେ ଖଣି ଓ ଅନ୍ୟାନ୍ୟ ଖନନ (-୩.୧%) ଏବଂ ବିଦ୍ୟୁତ, ଗ୍ୟାସ, ଜଳ ଯୋଗାଣ ଏବଂ ଅନ୍ୟ ଉପଯୋଗିତା ସେବା କ୍ଷେତ୍ର (୦.୫%)ରେ ବାସ୍ତବ ବିକାଶ ହାର ସାମାନ୍ୟ ମାନ୍ଦା ରହିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ସ୍ଥିର ମୂଲ୍ୟରେ ତୃତୀୟ କ୍ଷେତ୍ର (୯.୩%) ଯଥେଷ୍ଟ ଅଭିବୃଦ୍ଧି ହାର ରେକର୍ଡ କରିଛି, ଯାହା ୨୦୨୪-୨୫ ଆର୍ଥିକ ବର୍ଷର ବୃଦ୍ଧି ହାର ୬.୮% ଠାରୁ ଅଧିକ।

ସରକାରୀ ଅନ୍ତିମ ବ୍ୟବହାର ଖର୍ଚ୍ଚ (ଜିଏଫସିଇ) ପୁଣି ଥରେ ବୃଦ୍ଧି ପାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ନାମମାତ୍ର ଆଧାରରେ ୯.୭% ବୃଦ୍ଧି ହାର ରେକର୍ଡ ହୋଇଛି, ଯାହା ୨୦୨୪-୨୫ ଆର୍ଥିକ ବର୍ଷର ବୃଦ୍ଧି ହାର ୪.୦% ଠାରୁ ଅଧିକ। ବାସ୍ତବ ଘରୋଇ ଅନ୍ତିମ ବ୍ୟବହାର ଖର୍ଚ୍ଚ (ପିଏଫସିଇ) ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୭.୦% ବୃଦ୍ଧି ହାର ହାସଲ କରିଛି । ଏହା ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ ୮.୩% ରହିଥିଲା। ମୋଟ ସ୍ଥିର ପୁଞ୍ଜି ଗଠନ (ଜିଏଫସିଏଫ) ୨୦୨୪-୨୫ ଆର୍ଥିକ ବର୍ଷରେ ୬.୭% ବୃଦ୍ଧି ହାର ତୁଳନାରେ ସ୍ଥିର ମୂଲ୍ୟରେ ୭.୮% ବୃଦ୍ଧି ହାର ରେକର୍ଡ କରିଛି।

୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ସ୍ଥିର ମୂଲ୍ୟରେ ବାସ୍ତବ ଜିଡିପି ବା ଜିଡିପି ପରିମାଣ ୪୭.୮୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଏହା ୨୦୨୪-୨୫ ଆର୍ଥିକ ବର୍ଷର ସମାନ ଅବଧିରେ ୪୪.୪୨ ଲକ୍ଷ କୋଟି ଟଙ୍କା ଥିଲା। ତେଣୁ ବାସ୍ତବ ଜିଡିପି ଅଭିବୃଦ୍ଧି ହାର ୭.୮% ରହିଛି। ନାମମାତ୍ର ଜିଡିପି ବା ସ୍ଥିର ମୂଲ୍ୟରେ ଜିଡିପି ହାର ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୮୬.୦୫ ଲକ୍ଷ କୋଟି ଟଙ୍କା ରହିବା ନେଇ ଆକଳନ କରାଯାଇଥିଲା ଯାହା ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୭୯.୦୮ ଲକ୍ଷ କୋଟି ଟଙ୍କା ଥିଲା। ଏହି କ୍ଷେତ୍ରରେ ୮.୮% ଅଭିବୃଦ୍ଧି ହାର ପରିଲକ୍ଷିତ ହୋଇଛି।

୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ପ୍ରକୃତ ଜିଭିଏ ୪୪.୬୪ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଏହା ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୪୧.୪୭ ଲକ୍ଷ କୋଟି ଟଙ୍କା ଥିଲା। ତେଣୁ ଜିଭିଏରେ ଅଭିବୃଦ୍ଧି ହାର ୭.୬% ରହିଛି । ସେହିପରି ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ନାମମାତ୍ର ଜିଭିଏ ୭୮.୨୫ ଲକ୍ଷ କୋଟି ଟଙ୍କା ଥିବା ଆକଳନ କରାଯାଇଛି, ଯାହା ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୭୧.୯୫ ଲକ୍ଷ କୋଟି ଟଙ୍କା ଥିଲା। ଏଥିରେ ଅଭିବୃଦ୍ଧି ହାର ୮.୮% ରହିଛି।

GDP Growth India GDP Growth India GDP:
Share. Facebook Twitter LinkedIn Email WhatsApp Copy Link

Related Posts

CJP କୁ ନେଇ ପ୍ରଶାନ୍ତ କିଶୋର କଣ କହିଲେ

May 24, 2026

ଭିବି-ଜି ରାମ ଜି ଆଇନ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କଲେ ଗ୍ରାମୀଣ ବିକାଶ ସଚିବ

May 24, 2026

ଭାରତ ବିଶ୍ୱର ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ହେବ – ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

May 24, 2026

ଆଜି ମେ ୨୪ ତାରିଖ ରବିବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

May 24, 2026
Latest News

CJP କୁ ନେଇ ପ୍ରଶାନ୍ତ କିଶୋର କଣ କହିଲେ

May 24, 2026

ଭିବି-ଜି ରାମ ଜି ଆଇନ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କଲେ ଗ୍ରାମୀଣ ବିକାଶ ସଚିବ

May 24, 2026

ଆଥଲେଟିକ୍ସ ଫେଡେରେସନ କପରେ ଓଡ଼ିଶାର ଆନିମେଶ କୁଜୁରଙ୍କ ସଫଳତା: ଉପ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

May 24, 2026

ଭାରତ ବିଶ୍ୱର ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ହେବ – ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

May 24, 2026

‘ଦି ଭଏସ୍: କନକ୍ଲେଭ୍ ଅଫ୍ ଆଇଡିଆଜ୍’ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

May 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.